ଲକ୍ଷ୍ନୌରେ ରାଷ୍ଟ୍ର ପ୍ରେରଣା ସ୍ଥଳ ଉଦ୍ଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
December 25th, 06:16 pm
ଉତ୍ତର ପ୍ରଦେଶର ରାଜ୍ୟପାଳ ଆନନ୍ଦୀବେନ ପଟେଲ, ରାଜ୍ୟର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଜୀ, କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ମୋର ବରିଷ୍ଠ ସହଯୋଗୀ ଏବଂ ଲକ୍ଷ୍ନୌର ସାଂସଦ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଜୀ, ବିଜେପିର ଉତ୍ତର ପ୍ରଦେଶ ଅଧ୍ୟକ୍ଷ ଓ କେନ୍ଦ୍ର ପରିଷଦରେ ମୋର ସହଯୋଗୀ ଶ୍ରୀମାନ ପଙ୍କଜ ଚୌଧୁରୀ, ରାଜ୍ୟ ସରକାରଙ୍କ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ, ବ୍ରଜେଶ ପାଠକ ଜୀ, ଉପସ୍ଥିତ ଅନ୍ୟ ମନ୍ତ୍ରୀଗଣ, ଜନପ୍ରତିନିଧିମାନେ, ମହିଳା ଏବଂ ସଜ୍ଜନମାନେ,ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ରାଷ୍ଟ୍ର ପ୍ରେରଣା ସ୍ଥଳକୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
December 25th, 05:23 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତର ପ୍ରଦେଶ ଲକ୍ଷ୍ନୌରେ ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜୀବନୀ ଏବଂ ଆଦର୍ଶକୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ରାଷ୍ଟ୍ର ପ୍ରେରଣା ସ୍ଥଳର ଉଦଘାଟନ କରିଛନ୍ତି। ଶ୍ରୀ ବାଜପେୟୀଙ୍କ ୧୦୧ତମ ଜନ୍ମବାର୍ଷିକୀ ଅବସରର ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଆଜି ଲକ୍ଷ୍ନୌ ଭୂମି ଏକ ନୂତନ ପ୍ରେରଣାର ସାକ୍ଷୀ ହେବାକୁ ଯାଉଛି। ଏହା ସହ ସେ ଦେଶ ଏବଂ ବିଶ୍ୱକୁ ଖ୍ରୀଷ୍ଟମାସର ଶୁଭେଚ୍ଛା ଜଣାଇଥିଲେ। ଭାରତରେ ମଧ୍ୟ ଲକ୍ଷ ଲକ୍ଷ ଖ୍ରୀଷ୍ଟିଆନ ପରିବାର ଆଜି ଏହି ପର୍ବ ପାଳନ କରୁଛନ୍ତି ବୋଲି ଶ୍ରୀ ମୋଦୀ ଆଲୋକପାତ କରିଥିଲେ। ସେ ଗୁରୁତ୍ୱାରୋପ କରିଥିଲେ ଯେ ଖ୍ରୀଷ୍ଟମାସର ଏହି ଉତ୍ସବ ସମସ୍ତଙ୍କ ଜୀବନରେ ଖୁସି ଆଣିବା ଉଚିତ, ଯାହା ଯେଉଛି ଆମ ସମସ୍ତଙ୍କର ସାମୂହିକ ଇଚ୍ଛା।ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ୧୦୧ତମ ଜୟନ୍ତୀ ଅବସରରେ ଡିସେମ୍ବର ୨୫ ତାରିଖରେ ଉତ୍ତରପ୍ରଦେଶ ଗସ୍ତ କରିବେ ପ୍ରଧାନମନ୍ତ୍ରୀ
December 24th, 11:04 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ୧୦୧ତମ ଜୟନ୍ତୀ ଅବସରରେ ଆସନ୍ତା ଡିସେମ୍ବର ୨୫ ତାରିଖରେ ଉତ୍ତରପ୍ରଦେଶର ଲକ୍ଷ୍ନୌ ଗସ୍ତ କରିବେ। ଅପରାହ୍ନ ପ୍ରାୟ ୨.୩୦ରେ ପ୍ରଧାନମନ୍ତ୍ରୀ ରାଷ୍ଟ୍ର ପ୍ରେରଣା ସ୍ଥଳକୁ ଉଦଘାଟନ କରି ଉପସ୍ଥିତ ଜନସଭାକୁ ସମ୍ବୋଧିତ କରିବେ।