The development schemes of the Central and State governments empower women: PM Modi
September 26th, 03:00 pm
While interacting with beneficiaries of Bihar’s Mukhyamantri Mahila Rojgar Yojana, PM Modi said that every initiative of the Central and State governments is aimed at women’s welfare and empowerment. Beneficiaries shared their success stories, showcasing the schemes’ impact. The PM urged women to continue sharing such inspirational accounts of how government programs are bringing positive change in society.ବିହାରର ‘ମୁଖ୍ୟମନ୍ତ୍ରୀ ମହିଳା ରୋଜଗାର ଯୋଜନା’ର ହିତାଧିକାରୀଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
September 26th, 02:49 pm
ବିହାରର ପଶ୍ଚିମ ଚମ୍ପାରଣ ଜିଲ୍ଲାର ଆଦିବାସୀ ମହିଳା ହିତାଧିକାରୀ ଶ୍ରୀମତୀ ରଞ୍ଜିତା କାଜି ତାଙ୍କ ଅଞ୍ଚଳରେ ଆସିଥିବା ଦୃଷ୍ଟାନ୍ତମୂଳକ ପରିବର୍ତ୍ତନ ପାଇଁ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ମୁଖ୍ୟମନ୍ତ୍ରୀ ଶ୍ରୀ ନୀତିଶ କୁମାରଙ୍କ ପ୍ରତି ସହୃଦୟତାର ସହିତ କୃତଜ୍ଞତା ଜ୍ଞାପନ କରିଛନ୍ତି। ସେ ଉଲ୍ଲେଖ କରିଛନ୍ତି ଯେ, ଜୀବିକା ସ୍ୱୟଂ ସହାୟକ ଗୋଷ୍ଠୀ ସହିତ ଜଡିତ ହୋଇ, ତାଙ୍କର ଜଙ୍ଗଲିଆ ଅଞ୍ଚଳ - ପୂର୍ବରୁ ମୌଳିକ ଭିତ୍ତିଭୂମିରୁ ବଞ୍ଚିତ ଥିଲା – ଏବେ ସେଠାରେ ସଡ଼କ, ବିଦ୍ୟୁତ୍, ପାଣି, ପରିମଳ ଏବଂ ଶିକ୍ଷାର ସୁବିଧା ଉପଲବ୍ଧ ହୋଇଛି। ମହିଳାମାନଙ୍କ ଉପରେ କେନ୍ଦ୍ରିତ ପଦକ୍ଷେପଗୁଡ଼ିକ ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଯେଉଁଥିରେ ସରକାରୀ ଚାକିରି ଏବଂ ପଞ୍ଚାୟତିରାଜ ପ୍ରତିଷ୍ଠାନରେ ମହିଳା ପ୍ରତିନିଧିତ୍ୱ ବୃଦ୍ଧି କରିଥିବା ସଂରକ୍ଷଣ ବ୍ୟବସ୍ଥା ଅନ୍ତର୍ଭୁକ୍ତ। ସେ ସାଇକେଲ ଏବଂ ୟୁନିଫର୍ମ ଯୋଜନାର ପ୍ରଶଂସା କରିଛନ୍ତି। ଯେତେବେଳେ ସ୍କୁଲ ୟୁନିଫର୍ମ ପିନ୍ଧି ଝିଅମାନେ ସାଇକେଲ ଚାଳନା କରନ୍ତି, ସେତେବେଳେ ସେମାନେ ଅନୁଭବ କରୁଥିବା ଗର୍ବ ବିଷୟରେ ସେ ଉଲ୍ଲେଖ କରିଛନ୍ତି।