Today's projects will boost energy access, connectivity and create jobs for the youth of Tamil Nadu: PM Modi in Tiruchirappalli

March 11th, 05:45 pm

PM Modi launched several developmental projects worth around ₹5,650 crore in Tiruchirappalli, aimed at bolstering the infrastructure and economy of Tamil Nadu. These initiatives span clean energy, petroleum-related manufacturing and enhanced multi-modal connectivity through highways, railways and rural roads. He dedicated the Indian Oil Corporation’s Lube Blending Plant in Chennai, strengthening the ‘Make in India’ initiative.

PM Modi launches multiple development projects worth around ₹5,650 crore in Tiruchirappalli, Tamil Nadu

March 11th, 05:30 pm

PM Modi launched several developmental projects worth around ₹5,650 crore in Tiruchirappalli, aimed at bolstering the infrastructure and economy of Tamil Nadu. These initiatives span clean energy, petroleum-related manufacturing and enhanced multi-modal connectivity through highways, railways and rural roads. He dedicated the Indian Oil Corporation’s Lube Blending Plant in Chennai, strengthening the ‘Make in India’ initiative.

୧ ମାର୍ଚ୍ଚରେ ତାମିଲନାଡୁ ଏବଂ ପୁଡୁଚେରୀ ଗସ୍ତ କରିବେ ପ୍ରଧାନମନ୍ତ୍ରୀ

February 27th, 04:40 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧ ମାର୍ଚ୍ଚ ୨୦୨୬ରେ ତାମିଲନାଡୁ ଏବଂ ପୁଡୁଚେରୀ ଗସ୍ତ କରିବେ। ରାଜସ୍ଥାନ ଏବଂ ଗୁଜରାଟ ଗସ୍ତ ପରେ, ପ୍ରଧାନମନ୍ତ୍ରୀ ୨୮ ଫେବୃଆରୀ ରାତି ପ୍ରାୟ ୯ଟାରେ ଚେନ୍ନାଇ ପହଞ୍ଚିବେ ।

ତାମିଲନାଡ଼ୁର ରାମେଶ୍ୱରମରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ଉଦଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

April 06th, 02:00 pm

ତାମିଲନାଡ଼ୁର ରାଜ୍ୟପାଳ, ଶ୍ରୀ ଆର୍. ଏନ୍. ରବି ଜୀ, କେନ୍ଦ୍ର କ୍ୟାବିନେଟରେ ମୋର ସହକର୍ମୀ, ଶ୍ରୀ ଅଶ୍ୱିନୀ ବୈଷ୍ଣବ ଜୀ, ଡକ୍ଟର ଏଲ୍. ମୁରୁଗାନ ଜୀ, ତାମିଲନାଡ଼ୁ ସରକାରଙ୍କ ମନ୍ତ୍ରୀଗଣ, ସାଂସଦଗଣ, ଅନ୍ୟ ବିଶିଷ୍ଟ ଅତିଥିଗଣ, ଏବଂ ମୋର ପ୍ରିୟ ଭାଇ ଓ ଭଉଣୀମାନେ! ]

ତାମିଲନାଡୁର ରାମେଶ୍ୱରମ ଠାରେ ୮,୩୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଉନ୍ନୟନ ମୂଳକ କାର୍ଯ୍ୟର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

April 06th, 01:30 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ତାମିଲନାଡୁର ରାମେଶ୍ୱରମ ଠାରେ ୮,୩୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ରେଳ ଓ ସଡ଼କ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ଏବଂ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି । ସେ ଭାରତର ପ୍ରଥମ ଭର୍ଟିକାଲ ଲିଫ୍ଟ ସମୁଦ୍ର ସେତୁ, ନୂଆ ପମ୍ବନ ରେଳ ସେତୁକୁ ଉଦଘାଟନ କରିଥିଲେ ଏବଂ ସଡକ ସେତୁରୁ ଏକ ଟ୍ରେନ ଓ ଜାହାଜକୁ ପତାକା ଦେଖାଇ ଶୁଭାରମ୍ଭ କରିଥଲେ ଏବଂ ସେତୁର ପରିଚାଳନାକୁ ନିରୀକ୍ଷଣ କରିଥିଲେ। ରାମେଶ୍ୱରମସ୍ଥିତ ରାମନାଥସ୍ୱାମୀ ମନ୍ଦିରରେ ମଧ୍ୟ ସେ ଦର୍ଶନ ଓ ପୂଜାର୍ଚ୍ଚନା କରିଥିଲେ। ଏହି ଅବସରରେ ସମାବେଶକୁ ସମ୍ବୋଧିତ କରି ଶ୍ରୀ ମୋଦୀ କହିଥିଲେ ଯେ ଆଜି ଶ୍ରୀରାମ ନବମୀର ପବିତ୍ର ଅବସର। ସେ ଏହା ମଧ୍ୟ ଉଲ୍ଲେଖ କରିଥିଲେ ଯେ ଆଜି ସକାଳେ ଅଯୋଧ୍ୟାର ଭବ୍ୟ ରାମ ମନ୍ଦିରରେ ସୂର୍ଯ୍ୟର ଦିବ୍ୟ କିରଣ ରାମଲାଲାଙ୍କୁ ଭବ୍ୟ ତିଳକରେ ସଜ୍ଜିତ କରିଥିଲା।

ରାମନବମୀ ଅବସରରେ ପ୍ରଧାନମନ୍ତ୍ରୀ ତାମିଲନାଡ଼ୁ ଗସ୍ତରେ ଯିବେ ଏବଂ ମୂଳ ଭୂଖଣ୍ଡ ସହ ରାମେଶ୍ୱରମକୁ ସଂଯୋଗ କରୁଥିବା ନୂତନ ପମ୍ବନ ରେଳ ପୋଲ ଉଦଘାଟନ କରିବେ

April 04th, 02:35 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏପି୍ରଲ ୬ ତାରିଖରେ ତାମିଲନାଡ଼ୁ ଗସ୍ତରେ ଯିବେ । ରାମନବମୀ ଅବସରରେ ମଧ୍ୟାହ୍ନ ପ୍ରାୟ ୧୨ଟାରେ ସେ ନୂତନ ପମ୍ବନ ରେଳ ପୋଲକୁ ଉଦଘାଟନ କରିବେ । ଏହା ଦେଶର ପ୍ରଥମ ଭର୍ଟିକଲ ଲିଫ୍ଟ ସମୁଦ୍ର ପୋଲ । ପୋଲ ପାଖରୁ ପ୍ରଧାନମନ୍ତ୍ରୀ ଏକ ଟ୍ରେନ ଓ ଜାହାଜ ଚଳାଚଳର ଶୁଭାରମ୍ଭ କରିବା ସହ ପୋଲ ପରିଚାଳନାର ପ୍ରତ୍ୟକ୍ଷ ଅନୁଭୂତି ନେବେ ।

Har Ghar Tiranga campaign indicates deep respect of 140 crore Indians towards Tricolour: Prime Minister Shri Narendra Modi

August 14th, 09:10 pm

The Prime Minister, Shri Narendra Modi has expressed his happiness towards Har Ghar Tiranga campaign and said that the Har Ghar Tiranga movement has become popular all across India which indicates the deep respect of 140 crore Indians towards Tricolour.

ଅଯୋଧ୍ୟାରେ ଶ୍ରୀରାମଲାଲାଙ୍କ ପ୍ରାଣ-ପ୍ରତିଷ୍ଠା ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

January 22nd, 05:12 pm

ଶ୍ରଦ୍ଧେୟ ମଞ୍ଚ, ସମସ୍ତ ସାଧୁ ସନ୍ଥ, ଏଠାରେ ଉପସ୍ଥିତ ଥିବା ଏବଂ ପୃଥିବୀର କୋଣ ଅନୁକୋଣରେ ଆମ ସମସ୍ତଙ୍କ ସହ ଯୋଡ଼ି ହୋଇ ରହିଥିବା ସମସ୍ତ ରାମ ଭକ୍ତ, ଆପଣ ସମସ୍ତଙ୍କୁ ନମସ୍କାର, ସମସ୍ତଙ୍କୁ ରାମ-ରାମ ।

ଅଯୋଧ୍ୟାରେ ନବନିର୍ମିତ ଶ୍ରୀରାମ ଜନ୍ମଭୂମି ମନ୍ଦିରରେ ଶ୍ରୀ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀ

January 22nd, 01:34 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତର ପ୍ରଦେଶର ଅଯୋଧ୍ୟା ଠାରେ ନବନିର୍ମିତ ଶ୍ରୀରାମ ଜନ୍ମଭୂମି ମନ୍ଦିରରେ ଶ୍ରୀ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହରେ ଯୋଗ ଦେଇଥିଲେ । ଶ୍ରୀରାମ ଜନ୍ମଭୂମି ମନ୍ଦିର ନିର୍ମାଣରେ ଯୋଗଦାନ କରିଥିବା ଶ୍ରମଜୀବୀ ମାନଙ୍କ ସହ ଶ୍ରୀ ମୋଦୀ ବାର୍ତ୍ତାଳାପ କରିଥିଲେ ।

ତାମିଲନାଡୁର ତିରୁଚିରାପଲ୍ଲୀରେ ଶିଳାନ୍ୟାସ ଏବଂ ଉନ୍ନୟନ ମୂଳକ କାର୍ଯ୍ୟର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

January 02nd, 12:30 pm

ତାମିଲନାଡୁ ର ରାଜ୍ୟପାଳ ଶ୍ରୀ ଆରଏନ ରବି ଜୀ, ମୁଖ୍ୟମନ୍ତ୍ରୀ ଶ୍ରୀ ଏମକେ ଷ୍ଟାଲିନ ଜୀ, କେନ୍ଦ୍ର କ୍ୟାବିନେଟରେ ମୋର ସହକର୍ମୀ ଜ୍ୟୋତିରାଦିତ୍ୟ ସିନ୍ଧିୟା ଜୀ ଏବଂ ଏହି ମାଟିର ସନ୍ତାନ ମୋର ସହଯୋଗୀ ଏଲ ମୁରୁଗନ ଜୀ, ତାମିଲନାଡୁ ସରକାରଙ୍କ ମନ୍ତ୍ରୀଗଣ, ସାଂସଦ ଏବଂ ବିଧାୟକଗଣ ଏବଂ ତାମିଲନାଡୁର ମୋ ପରିବାର ସଦସ୍ୟ!

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ତାମିଲନାଡୁର ତିରୁଚିରାପଲ୍ଲୀରେ ୨୦୦କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ଉନ୍ନୟନ ମୂଳକ ପ୍ରକଳ୍ପର ଉଦଘାଟନ, ଓ ଶିଳାନ୍ୟାସ

January 02nd, 12:15 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ତାମିଲନାଡୁର ତିରୁଚିରାପଲ୍ଲୀଠାରେ ୨୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ବିକାଶ ମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି । ତାମିଲନାଡୁରେ ରେଳ, ସଡକ, ତୈଳ, ଓଗ୍ୟାସ ଏବଂ ଜାହାଜ ଚଳାଚଳ୍ ଆଦି କ୍ଷେତ୍ରକୁ ଏହି ବିକାଶ ପ୍ରକଳ୍ପରେ ଅନ୍ତର୍ଭୁକ୍ତ କରାଯାଇଛି ।

ବାରାଣସୀଠାରେ କାଶୀ ତାମିଲ ସଙ୍ଗମମ୍ ର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

November 19th, 07:00 pm

କାର୍ଯ୍ୟକ୍ରମରେ ଉପସ୍ଥିତ ଉତର ପ୍ରଦେଶର ରାଜ୍ୟପାଳ ଆନନ୍ଦୀ ବେନ୍ ପଟେଲ, ମୁଖ୍ୟମନ୍ତ୍ରୀ ଶ୍ରୀମାନ ଯୋଗୀ ଆଦିତ୍ୟନାଥ ମହୋଦୟ, କେନ୍ଦ୍ର ମନ୍ତ୍ରିମଣ୍ଡଳରେ ମୋର ସହଯୋଗୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ମହାଶୟ, ଶ୍ରୀ ଏଲ ମୁରୁଗନ ମହାଶୟ, ପୂବତର୍ନ କେନ୍ଦ୍ରୀୟ ମନ୍ତ୍ରୀ ପାଁନ ରାଧାକୃଷ୍ଣ ମହାଶୟ, ବିଶ୍ୱ ପ୍ରସିଦ୍ଧ ସଙ୍ଗୀତକାର ଏବଂ ରାଜ୍ୟସଭାର ସଦସ୍ୟ ଇଲୈଈରାଜା ମହାଶୟ, ବିଏଚୟୁର କୁଳପତି ସୁଧୀର ଜୈନ, ଆଇଆଇଟି ମଦ୍ରାସର ନିଦେ୍ର୍ଦଶକ ପ୍ରଫେସର କାମାକୋଟ୍ଟୀ ମହାଶୟ, ଅନ୍ୟ ସମସ୍ତ ମହାନୁଭବ ଏବଂ ତାମିଲନାଡ଼ୁରୁ କାଶୀକୁ ଆସିଥିବା ମୋର ସମସ୍ତ ସମ୍ମାନିତ ଅତିଥିଗଣ, ଭଦ୍ର ବ୍ୟକ୍ତି ଓ ଭଦ୍ର ମହିଳାଗଣ,

ଉତ୍ତରପ୍ରଦେଶର ବାରଣାସୀ ଠାରେ ‘କାଶୀ ତାମିଲ ସଙ୍ଗମମ୍‌’ କାର୍ଯ୍ୟକ୍ରମକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

November 19th, 02:16 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତରପ୍ରଦେଶର ବାରଣାସୀ ଠାରେ ଏକ ମାସ ଧରି ଚାଲିବାକୁ ଥିବା କାର୍ଯ୍ୟକ୍ରମ ‘କାଶୀ ତାମିଲ ସଙ୍ଗମମ୍‌’କୁ ଉଦ୍‌ଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଉଛି ଦେଶର ଦୁଇଟି ଗୁରୁତ୍ୱପୂର୍ଣ୍ଣ ତଥା ପ୍ରାଚୀନ ଶିକ୍ଷା କେନ୍ଦ୍ର, ତାମିଲନାଡୁ ଓ କାଶୀ ମଧ୍ୟରେ ଥିବା ବହୁଦିନର ପୁରୁଣା ସମ୍ପର୍କକୁ ପାଳନ କରିବା, ପୁନଃ ନିଶ୍ଚିତ କରିବା ଏବଂ ପୁନଃ ଆବିଷ୍କୃତ କରିବା । ତାମିଲନାଡୁର ୨୫୦୦ରୁ ଅଧିକ ପ୍ରତିନିଧି କାଶୀ ଗସ୍ତ କରିବେ । ଏହି କାର୍ଯ୍ୟକ୍ରମ ସମୟରେ, ପ୍ରଧାନମନ୍ତ୍ରୀ ୧୩ ଟି ଭାଷାରେ ଅନୁବାଦ ସହିତ ଏକ ପୁସ୍ତକ ‘ତିରୁକ୍କୁରୁଲ୍‌’ର ମଧ୍ୟ ଉନ୍ମୋଚନ କରିଥିଲେ । ସେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ପରେ ଆରତୀ ମଧ୍ୟ ଦେଖିଥିଲେ ।

ଏପ୍ରିଲ୍‍ ୧୬ ତାରିଖରେ ମୋରବିରେ ହନୁମାନ ଜୀଙ୍କ ୧୦୮ ଫୁଟ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିବେ ପ୍ରଧାନମନ୍ତ୍ରୀ

April 15th, 04:00 pm

ହନୁମାନ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ଜରିଆରେ ଏପ୍ରିଲ୍‍ ୧୬ ତାରିଖ, ୨୦୨୨ ପୂର୍ବାହ୍ନ ୧୧ଟା ସମୟରେ ଗୁଜୁରାଟର ମୋରବିରେ ହନୁମାନ ଜୀଙ୍କ ୧୦୮ ଫୁଟ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିବେ ।

ତାମିଲନାଡୁର ରାମେଶ୍ୱରମଠାରେ ସାଧାରଣ ସଭାରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ

July 27th, 12:34 pm

ରାମେଶ୍ୱରମ ହେଉଛି ସେହି ଭୂମି ଯାହା ହଜାର ହଜାର ବର୍ଷ ପର୍ଯ୍ୟନ୍ତ ଦେଶର ଆଧ୍ୟାତ୍ମିକ ଜୀବନକୁ ଗୋଟିଏ ବତୀଘର ଭଳି ରାସ୍ତା ଦେଖାଇଆସିଛି । ଆଉ ଏହି ଶତାବ୍ଦୀରେ ରାମେଶ୍ୱରମ୍ ଅନ୍ୟ ଏକ କଥା ପାଇଁ ପ୍ରସିଦ୍ଧି ପାଇଛି । ଅବଦୁଲ କଲାମ ମହୋଦୟଙ୍କ ଭଳି ଜଣେ କର୍ମଯୋଗୀ ବୈଜ୍ଞାନିକ, ଜଣେ ପ୍ରେରଣାଦାୟୀ ଶିକ୍ଷକ, ଜଣେ ପ୍ରଖର ଚିନ୍ତାନାୟକ ଆଉ ଜଣେ ମହାନ ରାଷ୍ଟ୍ରପତି ଏହି ଦେଶକୁ ଦେବା ପାଇଁ ରାମେଶ୍ୱରମ୍ ଜଣାଯିବ ।

ପ୍ରଧାନମନ୍ତ୍ରୀ ମୋଦୀ ତାମିଲନାଡୁ ରାମେଶ୍ୱରମର ପେଇକୁରୁମ୍ବୁଠାରେ ପୂର୍ବତନ ରାଷ୍ଟ୍ରପତି ଡଃ.ଏପିଜେ ଅବଦୁଲ୍ କଲାମ ସ୍ମାରକୀ ସ୍ଥଳ ଉଦ୍ଘାଟନ କଲେ

July 27th, 12:29 pm

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ତାମିଲନାଡୁ ରାମେଶ୍ୱରମର ପେଇକୁରୁମ୍ବୁଠାରେ ପୂର୍ବତନ ରାଷ୍ଟ୍ରପତି ଡଃ.ଏପିଜେ ଅବଦୁଲ୍ କଲାମ ସ୍ମାରକୀ ସ୍ଥଳ ଉଦ୍ଘାଟନ କରିଛନ୍ତି । ପ୍ରଧାନମନ୍ତ୍ରୀ ‘କଲାମ୍ ସନ୍ଦେଶ ବାହିନୀ’ ନାମକ ପ୍ରଦର୍ଶନୀ ବସକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ଯାହା ଦେଶର ବିଭିନ୍ନ ରାଜ୍ୟକୁ ପରିଭ୍ରମଣ କରିବ । ମୋଦୀ ନୀଳ ବିପ୍ଳବ ଯୋଜନା ଅଧୀନରେ ଲମ୍ବା ଲାଇନ୍ ଟ୍ରଲର ହିତାଧିକାରୀମାନଙ୍କୁ ସ୍ୱୀକୃତିପତ୍ର ପ୍ରଦାନ କରିଛନ୍ତି , ସେ ଅଯୋଧ୍ୟାରୁ ରାମେଶ୍ୱରମ୍ ପର୍ଯ୍ୟନ୍ତ ନୂଆ ଏକ୍ସପ୍ରେସ୍ ଟ୍ରେନକୁ ଶୁଭାରମ୍ଭ କରିଛନ୍ତି ଏବଂ ସବୁଜ ରାମେଶ୍ୱରମ୍ ପ୍ରକଳ୍ପର ରୂପରେଖ ମଧ୍ୟ ଜାରି କରିଛନ୍ତି ।

ପ୍ରଧାନମନ୍ତ୍ରୀ ଆସନ୍ତାକାଲି ଡଃ.ଏପିଜେ ଅବଦୁଲ୍ କଲାମ ସ୍ମାରକୀ ସ୍ଥଳ ଉଦ୍ଘାଟନ କରିବେ

July 26th, 05:59 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି (27.07.2017) ପୂର୍ବାହ୍ନ 11ଟା 30ମିନିଟ୍ ସମୟରେ ରାମେଶ୍ୱରମର ପେଇକୁରୁମ୍ବୁଠାରେ ପୂର୍ବତନ ରାଷ୍ଟ୍ରପତି ଡଃ.ଏପିଜେ ଅବଦୁଲ କଲାମଙ୍କ ସ୍ମାରକୀସ୍ଥଳ ଉଦ୍ଘାଟନ କରିବେ । ଡିଆରଡିଓ ଦ୍ୱାରା ଡିଜାଇନ୍ ଏବଂ ନିର୍ମାଣ କରାଯାଇଥିବା ସ୍ମାରକୀ ଠାରେ ପ୍ରଧାନମନ୍ତ୍ରୀ ଜାତୀୟ ପତାକା ଉତ୍ତୋଳନ କରିବେ ।