ଶ୍ରୀ ସଂସ୍ଥାନ ଗୋକର୍ଣ୍ଣ ପାର୍ତ୍ତଗଳି ଜୀବୋତ୍ତମ ମଠର ୫୫୦ତମ ବାର୍ଷିକୀ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
November 28th, 03:35 pm
ଆଜିର ଏହି ପବିତ୍ର ଅବସର ମୋ ମନକୁ ଅତି ଆନନ୍ଦିତ କରିଛି। ସନ୍ଥ ଏବଂ ମୁନିମାନଙ୍କ ଗହଣରେ ବସିବା ନିଜର ଏକ ଆଧ୍ୟାତ୍ମିକ ଅନୁଭୂତି। ଏଠାରେ ଉପସ୍ଥିତ ବହୁ ସଂଖ୍ୟକ ଭକ୍ତ ଏହି ମଠର ଶତାବ୍ଦୀ ପୁରୁଣା ସ୍ପନ୍ଦନଶୀଳ ଶକ୍ତିକୁ ଆହୁରି ମଜବୁତ କରେ। ଏହି ସମାରୋହରେ ଆପଣମାନଙ୍କ ମଧ୍ୟରେ ଉପସ୍ଥିତ ରହିବା ପାଇଁ ମୁଁ ନିଜକୁ ଭାଗ୍ୟବାନ ମନେ କରୁଛି। ଏଠାକୁ ଆସିବା ପୂର୍ବରୁ, ମୁଁ ରାମ ମନ୍ଦିର ଏବଂ ବୀର ବିଟ୍ଠଲ ମନ୍ଦିରରେ ପ୍ରାର୍ଥନା କରିବାର ସୌଭାଗ୍ୟ ପାଇଥିଲି। ସେଠାକାର ଶାନ୍ତ ଏବଂ ଭକ୍ତିପୂର୍ଣ୍ଣ ପରିବେଶ ଏହି ସମାରୋହର ଆଧ୍ୟାତ୍ମିକ ସାରକୁ ଆହୁରି ଗଭୀର କରିଥିଲା ।ଗୋଆରେ ଶ୍ରୀ ସଂସ୍ଥାନ ଗୋକର୍ଣ୍ଣ ପର୍ତଗଲି ଜୀବୋତ୍ତମ ମଠର ୫୫୦ତମ ବାର୍ଷିକୀ ସମାରୋହକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
November 28th, 03:30 pm
28.11.2025 : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୋଆରେ ଶ୍ରୀ ସଂସ୍ଥାନ ଗୋକର୍ଣ୍ଣ ପର୍ତଗଲି ଜୀବୋତ୍ତମ ମଠର ୫୫୦ତମ ବାର୍ଷିକୀ ସମାରୋହରେ ଉଦବୋଧନ ଦେଇଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ପବିତ୍ର ଅବସରରେ ତାଙ୍କର ମନ ଗଭୀର ଶାନ୍ତିରେ ପରିପୂର୍ଣ୍ଣ। ସେ ଆଲୋକପାତ କରିଥିଲେ ଯେ ସନ୍ଥମାନଙ୍କ ଉପସ୍ଥିତିରେ ବସିବା ବାସ୍ତବରେ ଏକ ଆଧ୍ୟାତ୍ମିକ ଅନୁଭୂତି। ଏଠାରେ ଉପସ୍ଥିତ ବହୁ ସଂଖ୍ୟକ ଭକ୍ତ ଏହି ମଠର ଶତାବ୍ଦୀ ପୁରୁଣା ଜୀବନ୍ତ ଶକ୍ତିକୁ ଆହୁରି ବୃଦ୍ଧି କରୁଛନ୍ତି ବୋଲି ଉଲ୍ଲେଖ କରି ଶ୍ରୀ ମୋଦୀ କହିଥିଲେ ଯେ ଆଜି ଏହି ସମାରୋହରେ ଲୋକଙ୍କ ମଧ୍ୟରେ ଉପସ୍ଥିତ ରହିବା ପାଇଁ ସେ ନିଜକୁ ଭାଗ୍ୟବାନ ମନେ କରୁଛନ୍ତି। ସେ ଉଲ୍ଲେଖ କରିଥିଲେ ଯେ ଏଠାକୁ ଆସିବା ପୂର୍ବରୁ ତାଙ୍କୁ ରାମ ମନ୍ଦିର ଏବଂ ବୀର ବିଠଲ ମନ୍ଦିର ପରିଦର୍ଶନ କରିବାର ସୌଭାଗ୍ୟ ମିଳିଥିଲା। ସେ କହିଥିଲେ ଯେ ସେଠାକାର ଶାନ୍ତି ଏବଂ ପରିବେଶ ଏହି ସମାରୋହର ଆଧ୍ୟାତ୍ମିକତାକୁ ଆହୁରି ଗଭୀର କରିଛି।The energy here today, especially among the youth, says it all - ‘Phir Ek Baar, NDA Sarkar’: PM Modi in Nawada, Bihar
November 02nd, 02:15 pm
In a public rally in Nawada, PM Modi highlighted the enthusiasm among the women of Bihar whenever he visited the state. He noted that from Jeevika Didis powering the rural economy to Lakhpati Didis setting examples of self-reliance, and to Krishi Sakhis, Bank Sakhis and Namo Drone Didis, women are leading the Bihar's transformation. Urging the crowd to switch on their mobile flashlights, he gathered support for the NDAPM Modi addresses large public gatherings in Arrah and Nawada, Bihar
November 02nd, 01:45 pm
Massive crowd attended PM Modi’s rallies in Arrah and Nawada, Bihar, today. Addressing the gathering in Arrah, the PM said that when he sees the enthusiasm of the people, the resolve for a Viksit Bihar becomes even stronger. He emphasized that a Viksit Bihar is the foundation of a Viksit Bharat and explained that by a Viksit Bihar, he envisions strong industrial growth in the state and employment opportunities for the youth within Bihar itself.ନୂଆଦିଲ୍ଲୀରେ ଜ୍ଞାନ ଭାରତମ୍ ଉପରେ ଆୟୋଜିତ ଅନ୍ତର୍ଜାତୀୟ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
September 12th, 04:54 pm
ଆଜି ବିଜ୍ଞାନ ଭବନ ଭାରତର ସୁବର୍ଣ୍ଣ ଅତୀତର ସାକ୍ଷୀ ଭାବରେ ଦଣ୍ଡାୟମାନ । କିଛି ଦିନ ପୂର୍ବରୁ ମୁଁ ଜ୍ଞାନ ଭାରତମ୍ ମିଶନର ଘୋଷଣା କରିଥିଲି। ଏବଂ ଆଜି ଏତେ କମ୍ ସମୟ ମଧ୍ୟରେ ଆମେ ଜ୍ଞାନ ଭାରତମ୍ ଅନ୍ତର୍ଜାତୀୟ ସମ୍ମିଳନୀର ଆୟୋଜନ କରୁଛୁ। ଏହା ସହିତ ଜଡ଼ିତ ପୋର୍ଟାଲର ମଧ୍ୟ ନିକଟରେ ଶୁଭାରମ୍ଭ କରାଯାଇଛି। ଏହା କୌଣସି ସରକାରୀ କିମ୍ବା ଶିକ୍ଷା ସମ୍ବନ୍ଧୀୟ କାର୍ଯ୍ୟକ୍ରମ ନୁହେଁ; ଜ୍ଞାନ ଭାରତମ୍ ମିଶନ ଭାରତର ସଂସ୍କୃତି, ସାହିତ୍ୟ ଏବଂ ଚେତନାର ଏକ ଗୁରୁତ୍ଵ ବହନ କରୁଛି । ହଜାର ହଜାର ପିଢ଼ିର ଚିନ୍ତାଧାରା, ଭାରତର ବିଶିଷ୍ଟ ଋଷି , ବିଦ୍ୱାନମାନଙ୍କ ଜ୍ଞାନ ଏବଂ ଗବେଷଣା, ଆମର ପାରମ୍ପରିକ ଜ୍ଞାନ ପରମ୍ପରା, ଆମର ବୈଜ୍ଞାନିକ ଐତିହ୍ୟ, ଆମେ ଜ୍ଞାନ ଭାରତମ୍ ମିଶନ ମାଧ୍ୟମରେ ସେଗୁଡ଼ିକୁ ଡିଜିଟାଇଜେସନ୍ କରିବାକୁ ଯାଉଛୁ। ଏହି ମିଶନ ପାଇଁ ମୁଁ ସମସ୍ତ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଉଛି। ମୁଁ ଜ୍ଞାନ ଭାରତମ୍ ର ସମଗ୍ର ଦଳକୁ ଏବଂ ସଂସ୍କୃତି ମନ୍ତ୍ରଣାଳୟକୁ ମଧ୍ୟ ଶୁଭେଚ୍ଛା ଜଣାଉଛି।‘ଜ୍ଞାନ ଭାରତମ୍’ ଅନ୍ତର୍ଜାତୀୟ ସମ୍ମିଳନୀକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
September 12th, 04:45 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ବିଜ୍ଞାନ ଭବନରେ, ଜ୍ଞାନ ଭାରତମ୍ ଉପରେ ଆୟୋଜିତ ଅନ୍ତର୍ଜାତୀୟ ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି। ଏହି ଅବସରରେ ଉପସ୍ଥିତ ଜନସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ବିଜ୍ଞାନ ଭବନ ଆଜି ଭାରତର ସୁବର୍ଣ୍ଣ ଅତୀତର ପୁନରୁତ୍ଥାନର ସାକ୍ଷୀ ହେଉଛି। ସେ ଉଲ୍ଲେଖ କରିଥିଲେ ଯେ ମାତ୍ର କିଛି ଦିନ ପୂର୍ବରୁ ସେ ଜ୍ଞାନ ଭାରତମ୍ ମିଶନ ଘୋଷଣା କରିଥିଲେ ଏବଂ ଏତେ କମ୍ ସମୟ ମଧ୍ୟରେ ଜ୍ଞାନ ଭାରତମ୍ ଅନ୍ତର୍ଜାତୀୟ ସମ୍ମିଳନୀ ଆୟୋଜନ କରାଯାଇଥିଲା। ଶ୍ରୀ ମୋଦୀ ସୂଚନା ଦେଇଥିଲେ ଯେ, ଏହି ମିଶନ ସହିତ ଜଡ଼ିତ ପୋର୍ଟାଲର ମଧ୍ୟ ଶୁଭାରମ୍ଭ କରାଯାଇଛି। ଏହା ଏକ ସରକାରୀ କିମ୍ବା ଏକାଡେମିକ୍ କାର୍ଯ୍ୟକ୍ରମ ନୁହେଁ ଦର୍ଶାଇ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ଜ୍ଞାନ ଭାରତମ୍ ମିଶନ ଭାରତର ସଂସ୍କୃତି, ସାହିତ୍ୟ ଏବଂ ଚେତନାର ଏକ ଘୋଷଣାରେ ପରିଣତ ହେବାକୁ ଯାଉଛି। ସେ ହଜାର ହଜାର ପିଢ଼ିର ଚିନ୍ତନଶୀଳ ପରମ୍ପରା ଉପରେ ଆଲୋକପାତ କରିଥିଲେ। ଭାରତର ଜ୍ଞାନ, ପରମ୍ପରା ଏବଂ ବୈଜ୍ଞାନିକ ଐତିହ୍ୟକୁ ରେଖାଙ୍କିତ କରି ସେ ଭାରତର ମହାନ ଋଷି, ଆଚାର୍ଯ୍ୟ ଏବଂ ବିଦ୍ୱାନମାନଙ୍କ ଜ୍ଞାନ ଏବଂ ଅନୁସନ୍ଧାନକୁ ସ୍ୱୀକାର କରିଥିଲେ। ଶ୍ରୀ ମୋଦୀ କହିଥିଲେ ଯେ ଜ୍ଞାନ ଭାରତମ୍ ମିଶନ ଜରିଆରେ ଏହି ଐତିହ୍ୟଗୁଡ଼ିକର ଡିଜିଟାଇଜେସନ୍ କରାଯାଉଛି। ଏହି ଅଭିଯାନ ପାଇଁ ସେ ସମସ୍ତ ନାଗରିକଙ୍କୁ ଅଭିନନ୍ଦନ ଜଣାଇଥିଲେ ଏବଂ ସମଗ୍ର ଜ୍ଞାନ ଭାରତମ୍ ଦଳ ତଥା ସଂସ୍କୃତି ମନ୍ତ୍ରଣାଳୟକୁ ଶୁଭେଚ୍ଛା ଜଣାଇଥିଲେ।Mauritius is not just a partner country; For us, Mauritius is family: PM Modi
March 12th, 06:07 am
PM Modi addressed a gathering of the Indian community and friends of India in Mauritius. In a special gesture, he handed over OCI cards to PM Ramgoolam and Mrs Veena Ramgoolam. The PM conveyed his greetings to the Mauritian people on the occasion of their National Day. The PM called Mauritius a 'Mini India' and said, Mauritius is not just a partner country. For us, Mauritius is family. He appreciated Mauritius’ partnership in the International Solar Alliance and the Global Biofuels Alliance.ମରିସସରେ ଭାରତୀୟ ସମୁଦାୟଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
March 11th, 07:30 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମରିସସର ପ୍ରଧାନମନ୍ତ୍ରୀ ମହାମହିମ ନବୀନଚନ୍ଦ୍ର ରାମଗୁଲାମଙ୍କ ସହ ମରିସସରେ ଭାରତୀୟ ସମ୍ପ୍ରଦାୟ ଏବଂ ଭାରତର ବନ୍ଧୁମାନଙ୍କର ଏକ ସମାବେଶକୁ ଆଜି ତ୍ରିୟାନନ କନଭେନସନ ସେଣ୍ଟରରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସମ୍ବୋଧିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ, ବୃତ୍ତିଗତ, ସାମାଜିକ-ସାଂସ୍କୃତିକ ସଂଗଠନ ଏବଂ ବ୍ୟବସାୟୀ ନେତାଙ୍କ ସମେତ ପ୍ରବାସୀ ଭାରତୀୟମାନେ ଉତ୍ସାହର ସହିତ ଅଂଶଗ୍ରହଣ କରିଥିଲେ। ଏଥିରେ ମରିସସର ଅନେକ ମନ୍ତ୍ରୀ, ସାଂସଦ ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ମାନେ ମଧ୍ୟ ଯୋଗ ଦେଇଥିଲେ ।PM compliments Abdullah Al-Baroun and Abdul Lateef Al-Nesef for Arabic translations of the Ramayan and Mahabharat
December 21st, 07:03 pm
Prime Minister Shri Narendra Modi compliments Abdullah Al-Baroun and Abdul Lateef Al-Nesef for their efforts in translating and publishing the Arabic translations of the Ramayan and Mahabharat.ଆଜି ସାରା ବିଶ୍ୱବାସୀ ଭାରତ ବିଷୟରେ ଅଧିକ ଜାଣିବାକୁ ଚାହୁଁଛନ୍ତି: ମନ୍ କୀ ବାତ୍ ରେ ପ୍ରଧାନମନ୍ତ୍ରୀ ମୋଦୀ
October 27th, 11:30 am
ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ‘ମନ୍ କି ବାତ୍’ରେ ଆପଣ ସମସ୍ତଙ୍କୁ ସ୍ୱାଗତ । ଆପଣ ଯଦି ମୋତେ ପଚାରନ୍ତି ଯେ, ମୋ ଜୀବନର ସବୁଠାରୁ ସ୍ମରଣୀୟ ମୁହୂର୍ତ୍ତ କ’ଣ ଥିଲା, ତେବେ ମୋର ଅନେକ କଥା ମନେପଡ଼େ । କିନ୍ତୁ, ତନ୍ମଧ୍ୟରୁ ଗୋଟିଏ ମୁହୂର୍ତ୍ତ ହେଉଛି ସବୁଠାରୁ ବିଶିଷ୍ଟ, ସେହି କ୍ଷଣଟି ଥିଲା – ଯେତେବେଳେ ଗତବର୍ଷ ନଭେମ୍ବର ୧୫ ତାରିଖ ଦିନ ମୁଁ ଭଗବାନ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ଅବସରରେ ତାଙ୍କ ଜନ୍ମସ୍ଥାନ ଝାଡ଼ଖଣ୍ଡର ଉଲିଆତୁ ଗାଁକୁ ଯାଇଥିଲି । ଏହି ଯାତ୍ରା ମୋତେ ବହୁମାତ୍ରାରେ ପ୍ରଭାବିତ କରିଥିଲା । ଏହି ପବିତ୍ର ଭୂମିର ମାଟିକୁ ମସ୍ତକରେ ଲଗାଇବାର ସୌଭାଗ୍ୟ ପ୍ରାପ୍ତ କରିବାରେ ମୁଁ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ । ସେତେବେଳେ ମୁଁ କେବଳ ଯେ ସ୍ୱାଧୀନତା ସଂଗ୍ରାମର ଶକ୍ତିକୁ ଅନୁଭବ କଲି ତା’ ନୁହେଁ, ବରଂ ଏହି ଭୂମିର ଶକ୍ତି ସହ ଜଡ଼ିତ ହେବାର ସୁଯୋଗ ମଧ୍ୟ ମିଳିଲା । ମୁଁ ଏ କଥା ଅନୁଭବ କଲି ଯେ, କିଭଳି ଗୋଟିଏ ସଂକଳ୍ପକୁ ସମ୍ପୂର୍ଣ୍ଣ କରିବାର ସାହସ ଦେଶର କୋଟି କୋଟି ଲୋକଙ୍କ ଭାଗ୍ୟକୁ ବଦଳାଇ ଦେଇପାରେ ।ଲାଓ ରାମାୟଣ ଦେଖିଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
October 10th, 01:47 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଲୁଆଙ୍ଗ୍ ପ୍ରବାଙ୍ଗର ପ୍ରତିଷ୍ଠିତ ରୟାଲ ଥିଏଟର୍ ଦ୍ୱାରା ପରିବେଷଣ କରାଯାଇଥିବା ଲାଓ ରାମାୟଣର ଏକ ଏପିସୋଡ ଦେଖିଛନ୍ତି - ଯାହାକୁ ଫଲକ ଫାଲମ କିମ୍ବା ଫ୍ରା ଲାକ ଫ୍ରା ରାମ କୁହାଯାଇଥାଏ । ଲାଓସରେ ଆଜି ମଧ୍ୟ ରାମାୟଣ ପ୍ରତି ଲୋକମାନଙ୍କ ମଧ୍ୟରେ ଉତ୍ସାହ ରହିଛି । ଏହି ମହାକାବ୍ୟ ଦୁଇ ଦେଶ ମଧ୍ୟରେ ଭାଗିଦାରୀ ଐତିହ୍ୟ ଏବଂ ପୁରୁଣା ସଭ୍ୟତା ସଂଯୋଗକୁ ପ୍ରତିଫଳିତ କରିଛି । ଭାରତୀୟ ସଂସ୍କୃତି ଏବଂ ପରମ୍ପରାର ଅନେକ ଦିଗ ଲାଓସରେ ଶତାବ୍ଦୀ ଧରି ଅନୁପ୍ରୟୋଗ ଏବଂ ସଂରକ୍ଷିତ କରାଯାଇ ଆସୁଛି । ଦୁଇ ଦେଶ ସେମାନଙ୍କର ଭାଗିଦାରୀ ଐତିହ୍ୟକୁ ଅଧିକ ଆଲୋକିତ କରିବା ପାଇଁ ଘନିଷ୍ଠ ଭାବରେ କାର୍ଯ୍ୟ କରୁଛନ୍ତି । ଭାରତୀୟ ପ୍ରତ୍ନତ୍ତତ୍ୱ ସର୍ବେକ୍ଷଣ ଲାଓସରେ ଭାଟ୍ ଫୁ ମନ୍ଦିର ଏବଂ ଆନୁଷଙ୍ଗିକ ସ୍ମାରକୀ ପୁନରୁଦ୍ଧାରରେ ଜଡିତ ରହିଛି । ଏହି ଅବସରରେ ଗୃହ ମନ୍ତ୍ରୀ, ଶିକ୍ଷା ଓ କ୍ରୀଡା ମନ୍ତ୍ରୀ, ବ୍ୟାଙ୍କ ଅଫ୍ ଲାଓ ପିଡିଆର ଏବଂ ଭିଏନ୍ଟିଆନ୍ର ମେୟରଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।The dreams of crores of women, poor and youth are Modi's resolve: PM Modi
February 18th, 01:00 pm
Addressing the BJP National Convention 2024 at Bharat Mandapam, Prime Minister Narendra Modi said, “Today is February 18th, and the youth who have reached the age of 18 in this era will vote in the country's 18th Lok Sabha election. In the next 100 days, you need to connect with every new voter, reach every beneficiary, every section, every community, and every person who believes in every religion. We need to gain the trust of everyone.PM Modi addresses BJP Karyakartas during BJP National Convention 2024
February 18th, 12:30 pm
Addressing the BJP National Convention 2024 at Bharat Mandapam, Prime Minister Narendra Modi said, “Today is February 18th, and the youth who have reached the age of 18 in this era will vote in the country's 18th Lok Sabha election. In the next 100 days, you need to connect with every new voter, reach every beneficiary, every section, every community, and every person who believes in every religion. We need to gain the trust of everyone.ରାମାୟଣର ଭାବୁକ ସବରୀ ଅଧ୍ୟାୟ ଉପରେ ମୈଥିଲି ଠାକୁର ଗାଇଥିବା ଗୀତ ସେୟାର କଲେ ପ୍ରଧାନମନ୍ତ୍ରୀ
January 20th, 09:22 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରାମାୟଣର ଭାବୁକ ସବରୀ ଅଧ୍ୟାୟ ଉପରେ ମୈଥିଲି ଠାକୁର ଗାଇଥିବା ଗୀତ ସେୟାର କରିଛନ୍ତି ।ମହାରାଷ୍ଟ୍ରର ସୋଲାପୁରଠାରେ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
January 19th, 12:00 pm
ମୁଁ ପନ୍ଧରପୁରର ବିଠଲ ଏବଂ ସିଦ୍ଧେଶ୍ୱର ମହାରାଜଙ୍କୁ ପ୍ରଣାମ କରୁଛି । ଏହି ସମୟ ଆମ ସମସ୍ତଙ୍କ ପାଇଁ ଭକ୍ତିରେ ପରିପୂର୍ଣ୍ଣ । ଜାନୁଆରୀ ୨୨ ରେ ସେହି ଐତିହାସିକ ମୁହୂର୍ତ୍ତ ଆସିବାକୁ ଯାଉଛି ଯେତେବେଳେ ଆମ ଭଗବାନ ରାମ ତାଙ୍କ ଭବ୍ୟ ମନ୍ଦିରରେ ବିରାଜମାନ ହେବାକୁ ଯାଉଛନ୍ତି । ଆମ ସମସ୍ତଙ୍କ ଆରାଧ୍ୟ ପ୍ରଭୁଙ୍କୁ ତମ୍ବୁରେ ଦେଖିବାର ଦଶନ୍ଧି ର ଯନ୍ତ୍ରଣା ଏବେ ଦୂର ହେବାକୁ ଯାଉଛି ।ପ୍ରଧାନମନ୍ତ୍ରୀଙ୍କ ମହାରାଷ୍ଟ୍ର ଗସ୍ତ ଅବସରରେ ବିଭନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ
January 19th, 11:20 am
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମହାରାଷ୍ଟ୍ରାର ସୋଲାପୁରରେ ଆଜି (୧୯.୦୧.୨୦୨୪) ପ୍ରାୟ ୨ହଜାର କୋଟି ଟଙ୍କା ବ୍ୟୟରେ ଆଠଟି ଅମୃତ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ମହାରାଷ୍ଟ୍ରରେ ପିଏମ୍ଏୱାଇ-ଅର୍ବାନ ଯୋଜନା ଅଧୀନରେ ନିର୍ମିତ ୯୦ହଜାରରୁ ଅଧିକ ଗୃହ ମଧ୍ୟ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି । ଏହାଛଡା ସୋଲାପୁରଠାରେ ରାୟନଗର ଗୃହନିର୍ମାଣ ସମିତିର୧୫ହଜାର ଘର ହିତାଧିକାରୀମାନଙ୍କୁ ହସ୍ତାନ୍ତର କରିଛନ୍ତି । ହିତାଧିକାରୀମାନଙ୍କ ମଧ୍ୟରେ ଅଧିକାଂଶ ହସ୍ତତନ୍ତ କାରିଗର, ଜରି ଗୋଟାଳି, ବିଡି ଶ୍ରମିକ ଓ ଡ୍ରାଇଭର ଅଛନ୍ତି । କାର୍ଯ୍ୟକ୍ରମ କାଳରେ ସେ ମଧ୍ୟ ମହାରାଷ୍ଟ୍ରର ଦଶହଜାର ସ୍ୱନିଧି ଯୋଜନା ହିତାଧିକାରୀଙ୍କୁ ପ୍ରଥମ ଓ ଦ୍ୱିତୀୟ କିସ୍ତି ବଣ୍ଟନ କରିଛନ୍ତି । ସମବେତ ଜନତାଙ୍କୁ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଜାନୁୟାରୀ ୨୨ତାରିଖ ଦିନ ଅଯୋଧ୍ୟ।। ଧାମ ରାମମନ୍ଦିରେ ପ୍ରାଣପ୍ରତିଷ୍ଠା ଉପଲକ୍ଷେ ସମଗ୍ର ଦେଶ ଏବେ ଭକ୍ତିଭାବରେ ମଜ୍ଜି ରହିଛି । ଯୁଗ ଯୁଗ ଧରି ଭଗବାନ ରାମଙ୍କ ଏକ ତମ୍ବୁରେ ଦର୍ଶନ ଅବକାଶ ଏବେ ଦୂର ହେବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ସେ କହିଥିଲେ ଯେ ସେ ଏଗାର ଦିନ ବ୍ୟାପୀ ବ୍ରତ ସମସ୍ତ ନୀତି ନିୟମ ଓ ମୁନି ଋଷିଙ୍କ ମାର୍ଗଦର୍ଶନ ଅନୁସାରେ କଡାକଡିଭାବେ ପାଳନ କରୁଛନ୍ତି । ସମସ୍ତ ନାଗରିକମାନଙ୍କ ଆଶୀର୍ବାଦ ସହ ପ୍ରାଣ ପ୍ରତିଷ୍ଠା ସମାପନ ହେବ ବୋଲି ସେ ବିଶ୍ୱାସ ପ୍ରକଟ କରିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ମହାରାଷ୍ଟ୍ରସ୍ଥିତ ନାସିକର ପଞ୍ଚବଟୀରୁ ସେ ତାଙ୍କ ଏଗାର ଦିନ ବ୍ୟାପୀ ବ୍ରତ ପାଳନା ଆରମ୍ଭ କରିଥିଲେ । ଭକ୍ତିର ଏହି କ୍ଷଣରେ ମହାରାଷ୍ଟ୍ରର ଏକ ଲକ୍ଷରୁ ଅଧିକ ପରିବାର ସେମାନଙ୍କ ଗୃହ ପ୍ରବେଶ ସୁଯୋଗ ପାଇବେ । “ଏହା ଖୁବ୍ ଆନନ୍ଦର ବିଷୟ ଯେ ଏହି ଏକ ଲକ୍ଷ ପରିବାର ସେମାନଙ୍କ ପକ୍କା ଘରେ ୨୨ଜାନୁୟାରୀ ସନ୍ଧ୍ୟାରେ ରାମ ଜ୍ୟୋତି ପ୍ରଜ୍ଜଳନ କରିବେ ।” ପ୍ରଧାନମନ୍ତ୍ରୀଙ୍କ ଅନୁରୋଧ କ୍ରମେ ଜନସାଧାରଣ ସେମାନଙ୍କ ମୋବାଇଲ ଆଲୋକ ଜଳାଇ ସେମାନଙ୍କ ରାମଜ୍ୟୋତି ସଂକଳ୍ପ ପ୍ରଦର୍ଶନ କରିଥିଲେ । ଆଜି ଆରମ୍ଭ କରାଯାଇଥିବା ପ୍ରକଳ୍ପଗୁଡିକ ନିମନ୍ତେ ପ୍ରଧାନମନ୍ତ୍ରୀ ସେ ଅଂଚଳ ଓ ମହାରାଷ୍ଟ୍ରବାସୀଙ୍କୁ ଅଭିନନ୍ଦନ ଜଣାଇଥିଲେ। ମହାରାଷ୍ଟ୍ରର ଗୌରବ ବୃଦ୍ଧି ନିମନ୍ତେ ତାହା ଶ୍ରେୟ ସେ ମହାରାଷ୍ଟ୍ରବାସୀଙ୍କ କଠିନ ପରିଶ୍ରମ ଓ ପ୍ରଗତିଶୀଳ ରାଜ୍ୟ ସରକାରଙ୍କୁ ଦେଇଥିଲେ ।ଜାନୁଆରୀ ୨୦-୨୧ରେ ତାମିଲନାଡୁର ଏକାଧିକ ମନ୍ଦିର ପରିଦର୍ଶନ କରିବେ ପ୍ରଧାନମନ୍ତ୍ରୀ
January 18th, 06:59 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜାନୁଆରୀ ୨୦-୨୧,୨୦୨୪ ରେ ତାମିଲନାଡୁର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ମନ୍ଦିର ପରିଦର୍ଶନ କରିବେ।ଆନ୍ଧ୍ରପ୍ରଦେଶ ପୁଟ୍ଟପର୍ତିର ଲେପାକ୍ଷୀରେ ଥିବା ବୀରଭଦ୍ର ମନ୍ଦିର ଦର୍ଶନ ଓ ପୂଜାର୍ଚ୍ଚନା କଲେ ପ୍ରଧାନମନ୍ତ୍ରୀ
January 16th, 06:13 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଆନ୍ଧ୍ରପ୍ରଦେଶର ପୁଟ୍ଟପର୍ତିର ଲେପାକ୍ଷୀରେ ଥିବା ବୀରଭଦ୍ର ମନ୍ଦିରରେ ଦର୍ଶନ ଓ ପୂଜା କରିଛନ୍ତି । ଶ୍ରୀ ମୋଦୀ ତେଲୁଗୁରେ ରଙ୍ଗନାଥ ରାମାୟଣର ଛନ୍ଦ ଶୁଣିଲେ ଏବଂ ଥୋଲୁ ବୋମ୍ମାଲତା ନାମରେ ଜଣା ଆନ୍ଧ୍ର ପ୍ରଦେଶର ପାରମ୍ପରିକ ଛାୟା କାଠପୁତ୍ତଳି କଳା ମାଧ୍ୟମରେ ପ୍ରସ୍ତୁତ ଜଟାୟୁ କାହାଣୀ ଦେଖିଥିଲେ ।ଆଈ ଶ୍ରୀ ସୋନାଲ ମାତାଙ୍କ ଜନ୍ମ ଶତବାର୍ଷିକୀ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଭିଡିଓ ବାର୍ତ୍ତା
January 13th, 12:00 pm
ଜନ୍ମଶତବାର୍ଷିକୀର ଏହି ତିନି ଦିନିଆ ଉତ୍ସବ ମଧ୍ୟରେ ଶ୍ରୀ ସୋନାଲ ମା'ଙ୍କ ସ୍ମୃତି ଆମ ସହିତ ରହିଛି। ଭଗବତୀ ସ୍ୱରୂପ ସୋନାଲ ମା' ଏହି କଥାର ଏକ ଜୀବନ୍ତ ଉଦାହରଣ ଥିଲେ ଯେ ଭାରତ ମାଟି କୌଣସି ଯୁଗରେ ଅବତାର ଆତ୍ମାମାନଙ୍କ ଠାରୁ ଖାଲି ରହୁନାହିଁ। ଗୁଜରାଟ ଏବଂ ସୌରାଷ୍ଟ୍ରର ଏହି ଭୂମି ମହାନ ସନ୍ଥ ଏବଂ ବ୍ୟକ୍ତିତ୍ୱଙ୍କ ଭୂମି, ବିଶେଷ କରି । ଅନେକ ସାଧୁ ସନ୍ଥ ଓ ମହାନ ଆତ୍ମା ଏହି ଅଞ୍ଚଳର ସମଗ୍ର ମାନବଜାତିକୁ ନିଜର ଆଲୋକ ବିସ୍ତାର କରିଛନ୍ତି। ପବିତ୍ର ଗିର୍ନାର ଭଗବାନ ଦତ୍ତାତ୍ରେୟ ଏବଂ ଅଗଣିତ ସନ୍ଥଙ୍କ ବାସସ୍ଥଳୀ ଅଟେ । ସୌରାଷ୍ଟ୍ରର ଏହି ଅନନ୍ତ ସନ୍ଥ ପରମ୍ପରାରେ ଶ୍ରୀ ସୋନାଲ ମା ଆଧୁନିକ ଯୁଗ ପାଇଁ ଆଲୋକ ପରି ଥିଲେ । ତାଙ୍କର ଆଧ୍ୟାତ୍ମିକ ଶକ୍ତି, ମାନବିକ ଶିକ୍ଷା, ତପସ୍ୟା, ଏହା ତାଙ୍କ ବ୍ୟକ୍ତିତ୍ୱରେ ଏକ ଚମତ୍କାର ଦିବ୍ୟ ଆକର୍ଷଣ ସୃଷ୍ଟି କରିଥିଲା । ଏହା ଆଜି ମଧ୍ୟ ଜୁନାଗଡ଼ ଏବଂ ମଢ଼ଡ଼ାର ସୋନାଲ ଧାମରେ କରାଯାଇ ପାରିବ।ଭିଡିଓ ବାର୍ତ୍ତା ଜରିଆରେ ଆଈ ଶ୍ରୀ ସୋନାଲ ମାତାଙ୍କ ଜନ୍ମ ଶତବାର୍ଷିକୀ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ
January 13th, 11:30 am
ସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ପବିତ୍ର ପୌଷ ମାସରେ ଆଈ ଶ୍ରୀ ସୋନାଲ ମା'ଙ୍କ ଜନ୍ମ ଶତବାର୍ଷିକୀ ପାଳନ କରାଯାଉଛି ଏବଂ ସେ ସୋନାଲ ମାତାଙ୍କ ଆଶୀର୍ବାଦ ପାଇଁ କୃତଜ୍ଞତା ଜ୍ଞାପନ କରିବା ସହିତ ଏହି ପବିତ୍ର କାର୍ଯ୍ୟକ୍ରମ ସହିତ ଜଡିତ ହେବା ଏକ ସୌଭାଗ୍ୟର ବିଷୟ । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ସମଗ୍ର ଚରଣ ସମାଜ ଏବଂ ସମସ୍ତ ପ୍ରଶାସକଙ୍କୁ ଅଭିନନ୍ଦନ ଜଣାଇବା ସହ କହିଥିଲେ, ମାଧବ ଧାମ ଚରଣ ସମ୍ପ୍ରଦାୟ ପାଇଁ ଶ୍ରଦ୍ଧା, ଶକ୍ତି, ରୀତିନୀତି ଏବଂ ପରମ୍ପରାର କେନ୍ଦ୍ର। ମୁଁ ଶ୍ରୀ ଆଇଙ୍କ ପାଦ ଆଗରେ ପ୍ରଣାମ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି।