ପ୍ରଧାନମନ୍ତ୍ରୀ ମୋଦୀ ମନ କୀ ବାତରେ ପଶ୍ଚିମ ଏସିଆ ସଙ୍କଟ ଦୂର କରିବା ପାଇଁ 140 କୋଟି ଭାରତୀୟଙ୍କ ଏକତା ଉପରେ ବିଶ୍ୱାସ ପ୍ରକାଶ କରିଛନ୍ତି
March 29th, 11:30 am
ଏହି ମାସର ମନ କୀ ବାତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀ ପଶ୍ଚିମ ଏସିଆ ବିବାଦ ବିଷୟରେ କହିଥିଲେ ଏବଂ ସଙ୍କଟ ଦୂର କରିବା ପାଇଁ ଏକତା ରହିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ସେ ନାଗରିକମାନଙ୍କୁ ଗୁଜବ ଦ୍ୱାରା ଭ୍ରମିତ ନ ହେବାକୁ ଏବଂ କେବଳ ସରକାରଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ସୂଚନା ଉପରେ ନିର୍ଭର କରିବାକୁ ନିବେଦନ କରିଥିଲେ। ପ୍ରଧାନମନ୍ତ୍ରୀ ଜ୍ଞାନ ଭାରତମ୍ ସର୍ଭେ, କ୍ରୀଡା ଏବଂ ଫିଟନେସ୍, ଜଳ ସଂରକ୍ଷଣ, ମାଛ ଚାଷ ଏବଂ ସୌରଶକ୍ତି ଭଳି ପ୍ରମୁଖ ବିଷୟବସ୍ତୁ ଉପରେ ମଧ୍ୟ ଆଲୋକପାତ କରିଥିଲେ।ଆନ୍ତର୍ଜାତିକ କୃଷି ଅର୍ଥନୀତିଜ୍ଞ ସମ୍ମିଳନୀ ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
August 03rd, 09:35 am
କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ ଶ୍ରୀ ଶିବରାଜ ସିଂହ ଚୌହାନ, ଅନ୍ତର୍ଜାତୀୟ କୃଷି ଅର୍ଥନୀତି ସମ୍ମିଳନୀର ସଭାପତି ଡ. ମତିନ କାଇମ୍,ନୀତି ଆୟୋଗର ସଦସ୍ୟ ଶ୍ରୀ ରମେଶ ଜୀ,ଭାରତ ଏବଂ ଅନ୍ୟ ଦେଶର କୃଷି ବୈଜ୍ଞାନିକଗଣ, ଗବେଷଣା ସହ ଜଡ଼ିତ ବିଭିନ୍ନ ବିଶ୍ୱବିଦ୍ୟାଳୟର ଆମର ସହକର୍ମୀ,କୃଷି କ୍ଷେତ୍ର ସହ ଜଡ଼ିତ ବିଶେଷଜ୍ଞ ଏବଂ ଅଂଶୀଦାର, ମହିଳା ଏବଂ ଭଦ୍ରବ୍ୟକ୍ତିମାନେ,କୃଷି ଅର୍ଥନୀତିଜ୍ଞ ମାନଙ୍କର ୩୨ତମ ଅନ୍ତର୍ଜାତୀୟ ସମ୍ମିଳନୀକୁ ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ
August 03rd, 09:30 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ଜାତୀୟ କୃଷି ବିଜ୍ଞାନ କେନ୍ଦ୍ର (ଏନଏଏସସି) କମ୍ପ୍ଲେକ୍ସରେ କୃଷି ଅର୍ଥନୀତିଜ୍ଞ ମାନଙ୍କର ୩୨ତମ ଆନ୍ତର୍ଜାତିକ ସମ୍ମିଳନୀ (ଆଇସିଏଇ)କୁ ଉଦଘାଟନ କରିଛନ୍ତି । ଚଳିତ ବର୍ଷ ସମ୍ମିଳନୀର ବିଷୟବସ୍ତୁ ହେଉଛି, ସ୍ଥାୟୀ କୃଷି - ଖାଦ୍ୟ ପ୍ରଣାଳୀ ଦିଗରେ ପରିବର୍ତ୍ତନ’ । ଜଳବାୟୁ ପରିବର୍ତ୍ତନ, ପ୍ରାକୃତିକ ସମ୍ବଳ ଅବକ୍ଷୟ, ଉତ୍ପାଦନ ଖର୍ଚ୍ଚ ବୃଦ୍ଧି ଏବଂ ସଂଘର୍ଷ ଭଳି ବୈଶ୍ୱିକ ଆହ୍ୱାନର ସମ୍ମୁଖୀନ ହୋଇ ସ୍ଥାୟୀ କୃଷିର ଜରୁରୀ ଆବଶ୍ୟକତାକୁ ମୁକାବିଲା କରିବା ହେଉଛି ଏହାର ଲକ୍ଷ୍ୟ । ଏହି ସମ୍ମିଳନୀରେ ପ୍ରାୟ ୭୫ଟି ଦେଶର ପ୍ରାୟ ୧୦୦୦ ପ୍ରତିନିଧି ଅଂଶଗ୍ରହଣ କରିଥିଲେ ।