୩୧ ମାର୍ଚ୍ଚରେ ଗୁଜରାଟ ଗସ୍ତ କରିବେ ପ୍ରଧାନମନ୍ତ୍ରୀ
March 30th, 11:05 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୩୧ ମାର୍ଚ୍ଚ ୨୦୨୬ରେ ଗୁଜରାଟ ଗସ୍ତ କରିବେ । ସକାଳ ପ୍ରାୟ ୧୦ଟା ସମୟରେ ପ୍ରଧାନମନ୍ତ୍ରୀ ଗାନ୍ଧୀନଗରରେ ସମ୍ରାଟ ସମ୍ପ୍ରତି ସଂଗ୍ରହାଳୟର ଉଦ୍ଘାଟନ କରିବେ । ଏହି ଅବସରରେ ସମାବେଶକୁ ମଧ୍ୟ ସେ ସମ୍ବୋଧିତ କରିବେ । ପ୍ରାୟ ୧୨:୪୫ଟା ସମୟରେ ପ୍ରଧାନମନ୍ତ୍ରୀ ଅହମ୍ମଦାବାଦର ସାନନ୍ଦରେ କେୟନ୍ସ ସେମିକନ୍ ପ୍ଲାଣ୍ଟର ଉଦ୍ଘାଟନ କରିବେ ଏବଂ ଏକ ସାଧାରଣ ସମାବେଶକୁ ମଧ୍ୟ ସମ୍ବୋଧିତ କରିବେ । ଏହା ପରେ, ପ୍ରଧାନମନ୍ତ୍ରୀ ଭାଭ-ଥରାଡ ଯାତ୍ରା କରିବେ, ଯେଉଁଠାରେ ଅପରାହ୍ନ ୪ଟା ସମୟରେ ସେ ୨୦,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ, ଉଦ୍ଘାଟନ ଏବଂ ଲୋକାର୍ପଣ କରିବେ । ଏହି ଅବସରରେ ସେ ସମାବେଶକୁ ମଧ୍ୟ ସମ୍ବୋଧିତ କରିବେ ।୧୪ ମାର୍ଚ୍ଚରେ ପଶ୍ଚିମବଙ୍ଗ ଗସ୍ତ କରିବେ ପ୍ରଧାନମନ୍ତ୍ରୀ
March 12th, 05:30 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୪ ମାର୍ଚ୍ଚ ୨୦୨୬ରେ ପଶ୍ଚିମବଙ୍ଗ ଗସ୍ତ କରିବେ । ଦିନ ୨ଟା ସମୟରେ, ପ୍ରଧାନମନ୍ତ୍ରୀ କୋଲକାତାରେ ପ୍ରାୟ ୧୮,୬୮୦ କୋଟି ଟଙ୍କାର ବହୁବିଧ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ।"ବିକଶିତ ଭାରତ ପାଇଁ ପ୍ରଯୁକ୍ତିବିଦ୍ୟା, ସଂସ୍କାର ଏବଂ ଅର୍ଥ" ଶୀର୍ଷକ ବଜେଟ୍ ପରବର୍ତ୍ତୀ ୱେବିନାରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
February 27th, 01:01 pm
ଏହି ବର୍ଷର ପ୍ରଥମ ବଜେଟ୍ ୱେବିନାରରେ ଆପଣମାନଙ୍କୁ ମୁଁ ଅଭିନନ୍ଦନ ଜଣାଉଛି। ଗତ କିଛି ବର୍ଷରେ ବଜେଟ୍ ୱେବିନାର ଏକ ସୁଦୃଢ ପରମ୍ପରାର ରୂପ ନେଇଛି। ସାଧାରଣତଃ ବଜେଟ୍ର ମୂଲ୍ୟାଙ୍କନ ବିଭିନ୍ନ ପାରାମିଟର୍ ଆଧାରରେ କରାଯାଏ, କେବେ ଶେୟାର ବଜାରର ଗତି ଉପରେ ଆଲୋଚନା ହୁଏ, କେବେ ଆୟକର ପ୍ରସ୍ତାବ ଉପରେ ଚର୍ଚ୍ଚା କେନ୍ଦ୍ରିତ ହୁଏ। କିନ୍ତୁ ସତକଥା ହେଉଛି ଯେ ଜାତୀୟ ବଜେଟ୍ କୌଣସି ସ୍ଵଳ୍ପମିଆଦୀ ବ୍ୟବସାୟିକ ଦଲିଲ୍ ନୁହେଁ; ଏହା ଏକ ନୀତିଆଧାରିତ ରୋଡମ୍ୟାପ୍। ତେଣୁ ବଜେଟ୍ର ପ୍ରଭାବଶୀଳତାକୁ ମଧ୍ୟ ଦୃଢ଼ ପାରାମିଟର୍ ଉପରେ ମୂଲ୍ୟାଙ୍କନ କରାଯିବା ଉଚିତ। ଏହା ହେଉଛି ଏମିତି ନୀତି, ଯାହା ଭିତ୍ତିଭୂମିର ବିସ୍ତାର କରେ, ଋଣ ପ୍ରବାହକୁ ସୁଗମ କରେ, ବ୍ୟବସାୟ କରିବାରେ ସହଜତାକୁ ବଢ଼ାଏ, ପ୍ରଶାସନରେ ପାରଦର୍ଶିତା ଆଣେ, ଏବଂ ଲୋକମାନଙ୍କ ଜୀବନକୁ ସହଜ କରି ନୂତନ ଅବସର ସୃଷ୍ଟି କରେ। ବଜେଟ୍ ରେ ଏହି ସବୁ ସମ୍ବନ୍ଧୀୟ ସିଦ୍ଧାନ୍ତ ଅର୍ଥନୀତିକୁ ଦୀର୍ଘସ୍ଥାୟୀ ଦୃଢତା ଦେଇଥାଏ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, କୌଣସି ବଜେଟ୍କୁ ଅଲଗା ଭାବେ ଦେଖାଯିବା ଉଚିତ୍ ନୁହେଁ। ରାଷ୍ଟ୍ର ନିର୍ମାଣ ଏକ ନିରନ୍ତର ପ୍ରକ୍ରିୟା। ପ୍ରତ୍ୟେକ ବଜେଟ୍ ଏକ ବଡ଼ ଲକ୍ଷ୍ୟ ଦିଗରେ ଆଗକୁ ବଢ଼ିବାର ଏକ ପଦକ୍ଷେପ ହୋଇଥାଏ। ଆମ ସାମ୍ନାରେ ରହିଥିବା ସେହି ବଡ଼ ଲକ୍ଷ୍ୟ ହେଉଛି, ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ। ପ୍ରତ୍ୟେକ ସଂସ୍କାର, ପ୍ରତ୍ୟେକ ଆବଣ୍ଟନ, ପ୍ରତ୍ୟେକ ପରିବର୍ତ୍ତନକୁ ଏହି ଦୀର୍ଘ ଯାତ୍ରାର ଅଂଶ ଭାବେ ଦେଖିବା ଦରକାର। ସେଥିପାଇଁ ପ୍ରତିବର୍ଷ ବଜେଟ୍ ପରେ ଆୟୋଜିତ ହେଉଥିବା ଏହି ୱେବିନାରଗୁଡିକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ମୋର ଆଶା ଯେ, ଏହି ୱେବିନାରଗୁଡିକ କେବଳ ବିଚାରର ଆଦାନ ପ୍ରଦାନରେ ସୀମିତ ନରହି ଏକ ପ୍ରଭାବଶୀଳ ମନନ – ଚର୍ଚ୍ଚାରେ ପରିଣତ ହେଉ। ଆପଣମାନଙ୍କର ଅନୁଭବ ଏବଂ ବ୍ୟାବହାରିକ ଆହ୍ଵାନ ଉପରେ ଆଧାରିତ ପରାମର୍ଶ ଆର୍ଥିକ କୌଶଳକୁ ଅଧିକ ସୁଦୃଢ଼ କରିବାରେ ଓ ସମାଧାନ ଖୋଜିବାରେ ନିଶ୍ଚିତ ଭାବେ ସାହାଯ୍ୟ କରିବ। ଯେତେବେଳେ ଉଦ୍ୟୋଗ, ଶିକ୍ଷାକ୍ଷେତ୍ର, ବିଶ୍ଳେଷକ ଏବଂ ନୀତି ନିର୍ମାତାମାନେ ଏକାସାଥିରେ ଚିନ୍ତନ କରନ୍ତି, ଯୋଜନାଗୁଡିକର କାର୍ଯ୍ୟାନ୍ଵୟନ ଉତ୍ତମ ଭାବରେ ହୋଇଥାଏ ଏବଂ ସଠିକ୍ ଫଳାଫଳ ମିଳେ। ଏହି ୱେବିନାର ଶୃଙ୍ଖଳା ପଛରେ ଏହି ଭାବନା ରହିଛି।“ବିକଶିତ ଭାରତ ପାଇଁ ପ୍ରଯୁକ୍ତିବିଦ୍ୟା ସଂସ୍କାର ଏବଂ ଅର୍ଥ” ଶୀର୍ଷକ ବଜେଟ୍-ପରବର୍ତ୍ତୀ ୱେବିନାରକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ
February 27th, 11:30 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବିକଶିତ ଭାରତ ପାଇଁ ପ୍ରଯୁକ୍ତିବିଦ୍ୟା ସଂସ୍କାର ଏବଂ ଅର୍ଥ ବିଷୟବସ୍ତୁ ଉପରେ ଧ୍ୟାନ ଦେଇ ୨୦୨୬-୨୭ ସିରିଜର ପ୍ରଥମ ବଜେଟ୍ ପରବର୍ତ୍ତୀ ୱେବିନାରକୁ ସମ୍ବୋଧିତ କରିଥିଲେ। ଜାତୀୟ ବଜେଟ୍ ଏକ କ୍ଷଣସ୍ଥାୟୀ ବାଣିଜ୍ୟିକ ଡକ୍ୟୁମେଣ୍ଟ ନୁହେଁ ବରଂ ଏକ ନୀତିଗତ ରୋଡମ୍ୟାପ୍ ବୋଲି ଗୁରୁତ୍ୱାରୋପ କରି ଶ୍ରୀ ମୋଦୀ ୨୦୪୭ ସୁଦ୍ଧା ଏକ ବିକଶିତ ଭାରତର ଲକ୍ଷ୍ୟକୁ ସାକାର କରିବା ପାଇଁ ଏକ ସାମୂହିକ ପ୍ରୟାସ ପାଇଁ ଆହ୍ୱାନ ଦେଇଥିଲେ।ଆନ୍ଧ୍ର ପ୍ରଦେଶ କୁର୍ଣ୍ଣୁଲରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
October 16th, 03:00 pm
ଆନ୍ଧ୍ର ପ୍ରଦେଶର ମହାମହିମ ରାଜ୍ୟପାଳ ଏସ. ଅବଦୁଲ ନଜିରଜୀ, ଲୋକପ୍ରିୟ ଓ କର୍ମଠ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ, କେନ୍ଦ୍ରମନ୍ତ୍ରୀ କେ. ରାମମୋହନ ନାଇଡୁଜୀ, ଚନ୍ଦ୍ରଶେଖର ପ୍ରେମାସାନିଜୀ, ଭୂପତିରାଜୁ ଶ୍ରୀନିବାସ ବର୍ମାଜୀ, ଉପମୁଖ୍ୟମନ୍ତ୍ରୀ ପବନ କଲ୍ୟାଣଜୀ, ରାଜ୍ୟ ମନ୍ତ୍ରିମଣ୍ଡଳର ମନ୍ତ୍ରୀ ନାରା ଲୋକେଶଜୀ, ସମସ୍ତ ମନ୍ତ୍ରୀ, ରାଜ୍ୟ ବିଜେପି ସଭାପତି ପି.ଭି.ଏନ ମାଧବଜୀ, ସମସ୍ତ ସାଂସଦ, ବିଧାୟକଗଣ ଓ ଏଠାରେ ଆମକୁ ଆଶୀର୍ବାଦ କରିବାକୁ ଆସିଥିବା ମୋର ସମସ୍ତ ପ୍ରିୟ ଭାଇ ଓ ଉଭଣୀମାନେ ।ଆନ୍ଧ୍ରପ୍ରଦେଶର କର୍ଣ୍ଣୁଲରେ 13,430 କୋଟି ଟଙ୍କାର ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ, ଉଦଘାଟନ ଏବଂ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
October 16th, 02:30 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଆନ୍ଧ୍ରପ୍ରଦେଶର କର୍ଣ୍ଣୁଲଠାରେ ପ୍ରାୟ 13,430 କୋଟି ଟଙ୍କାର ଏକାଧିକ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ, ଉଦଘାଟନ ଏବଂ ଲୋକାର୍ପଣ କରିଛନ୍ତି। ଏହି ଅବସରରେ ଉପସ୍ଥିତ ଜନତାଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଅହୋବିଲମର ଭଗବାନ ନରସିଂହ ସ୍ୱାମୀ ଏବଂ ମହାନନ୍ଦିର ଶ୍ରୀ ମହାନନ୍ଦିଶ୍ୱର ସ୍ୱାମୀଙ୍କୁ ପ୍ରଣାମ କରିଥିଲେ। ସେ ସମସ୍ତଙ୍କ ମଙ୍ଗଳ ପାଇଁ ମନ୍ତ୍ରାଳୟମର ଗୁରୁ ଶ୍ରୀ ରାଘବେନ୍ଦ୍ର ସ୍ୱାମୀଙ୍କଠାରୁ ଆଶୀର୍ବାଦ ମଧ୍ୟ ଲୋଡ଼ିଥିଲେ।ପ୍ରଧାନମନ୍ତ୍ରୀ ଅଗଷ୍ଟ ୨୫-୨୬ରେ ଗୁଜରାଟ ଗସ୍ତରେ ଯିବେ
August 24th, 01:08 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଗଷ୍ଟ ୨୫-୨୬ରେ ଗୁଜରାଟ ଗସ୍ତ କରିବେ । ଅଗଷ୍ଟ ୨୫ ସନ୍ଧ୍ୟା ପ୍ରାୟ ୬ଟାରେ ଅହମ୍ମଦାବାଦର ଖୋଡଲଧାମ ମଇଦାନରେ ୫,୪୦୦ କୋଟି ଟଙ୍କାରେ ନିର୍ମିତ ଅନେକ ବିକାଶମୂଳକ ପ୍ରକଳ୍ପର ଉଦଘାଟନ, ଶିଳାନ୍ୟାସ ଏବଂ ରାଷ୍ଟ୍ରକୁ ସମର୍ପଣ କରିବେ । ଏକ ଜନସଭାକୁ ମଧ୍ୟ ସମ୍ବୋଧିତ କରିବେ ।ତାମିଲନାଡ଼ୁର ତୁତ-କୁଡ଼ିରେ ବିକାଶମୂଳକ କାର୍ଯ୍ୟର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
July 26th, 08:16 pm
ତାମିଲନାଡ଼ୁର ରାଜ୍ୟପାଳ ଆର୍. ଏନ୍. ରବି ଜୀ, ମନ୍ତ୍ରିମଣ୍ଡଳରେସହଯୋଗୀ କିଞ୍ଜରାପୁ ରାମମୋହନ ନାଇଡୁ ଜୀ, ଡ. ଏଲ୍. ମୁରୁଗାନ ଜୀ, ତାମିଲନାଡ଼ୁର ମନ୍ତ୍ରୀ ଥଙ୍ଗମ ତେନ୍ନାରସୁ ଜୀ, ଡକ୍ଟର ଟି. ଆର୍. ବି. ରାଜା ଜୀ, ପି. ଗୀତା ଜୀବନ ଜୀ, ଅନିତା ଆର୍. ରାଧାକ୍ରିଷ୍ଣନ ଜୀ, ସାଂସଦ କାନିମୋଝିଜୀ, ତାମିଲନାଡ଼ୁ ଭାରତୀୟ ଜନତା ପାର୍ଟିର ଅଧ୍ୟକ୍ଷ ତଥା ଆମର ବିଧାୟକ ନୟନାର ନାଗେନ୍ଦ୍ରନ ଜୀ ଏବଂ ତାମିଲନାଡ଼ୁର ମୋର ଭାଇ ଓ ଭଉଣୀମାନେ!ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ତାମିଲନାଡୁର ଥୁଟୁକୁଡିରେ ୪୮ ଶହ କୋଟିରୁ ଊର୍ଦ୍ଧ୍ୱ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଉଦଘାଟନ
July 26th, 07:47 pm
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଦିନ ତାମିଲନାଡୁର ଥୁଟୁକୁଡିରେ ୪୮ ଶହ କୋଟିରୁ ଊର୍ଦ୍ଧ୍ୱ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଉଦଘାଟନ କରିଛନ୍ତି । ଏସବୁ ପ୍ରକଳ୍ପ ଦ୍ୱାରା ତାମିଲନାଡୁରେ ଆଂଚଳିକ ସଂଯୋଗୀକରଣ, ଲଜିଷ୍ଟିକ ଦକ୍ଷତା, ସ୍ୱଚ୍ଛ ଊର୍ଜ୍ଜା ଭିତ୍ତିଭୂମି ସହ ଅନେକ ଉନ୍ନତି ପରିଲକ୍ଷିତ ହେବ । କାରଗିଲ ବିଜୟ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଦେଶର ଦିବଂଗତ ଜବାନମାନଙ୍କୁ ପ୍ରଧାନମନ୍ତ୍ରୀ ଶ୍ରଦ୍ଧାଜ୍ଞଳି ଜଣାଇଥିଲେ ।ପ୍ରଧାନମନ୍ତ୍ରୀ ୪୮ତମ ପ୍ରଗତି ବୈଠକରେ ଅଧ୍ୟକ୍ଷତା କଲେ
June 25th, 09:11 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ସାଉଥ ବ୍ଲକରେ ପ୍ରଗତିର ୪୮ତମ ବୈଠକରେ ଅଧ୍ୟକ୍ଷତା କରିଥିଲେ । ପ୍ରଗତି କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସାମିଲ କରୁଥିବା ସକ୍ରିୟ ଶାସନ ଏବଂ ସମୟଭିତ୍ତକ କାର୍ଯ୍ୟାନ୍ୱୟନ ସମ୍ବନ୍ଧିତ ଆଇସିଟି ଆଧାରିତ ବହୁସ୍ତରୀୟ ପ୍ଲାଟଫର୍ମ ।୪୬ତମ ପ୍ରଗତି ଆଲୋଚନାରେ ଅଧ୍ୟକ୍ଷତା କରିଛନ୍ତି ପ୍ରଧାନମନ୍ତ୍ରୀ
April 30th, 08:41 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ନେଇ ସକ୍ରିୟ ଶାସନ ଏବଂ ସମୟୋପଯୋଗୀ କାର୍ଯ୍ୟକାରିତା ପାଇଁ ଆଇସିଟି ଆଧାରିତ ମଲ୍ଟି-ମୋଡାଲ୍ ପ୍ଲାଟଫର୍ମ ପ୍ରଗତିର ୪୬ତମ ସଂସ୍କରଣର ଏକ ବୈଠକରେ ଅଧ୍ୟକ୍ଷତା କରିଥିଲେ ।ତାମିଲନାଡ଼ୁର ରାମେଶ୍ୱରମରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ଉଦଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
April 06th, 02:00 pm
ତାମିଲନାଡ଼ୁର ରାଜ୍ୟପାଳ, ଶ୍ରୀ ଆର୍. ଏନ୍. ରବି ଜୀ, କେନ୍ଦ୍ର କ୍ୟାବିନେଟରେ ମୋର ସହକର୍ମୀ, ଶ୍ରୀ ଅଶ୍ୱିନୀ ବୈଷ୍ଣବ ଜୀ, ଡକ୍ଟର ଏଲ୍. ମୁରୁଗାନ ଜୀ, ତାମିଲନାଡ଼ୁ ସରକାରଙ୍କ ମନ୍ତ୍ରୀଗଣ, ସାଂସଦଗଣ, ଅନ୍ୟ ବିଶିଷ୍ଟ ଅତିଥିଗଣ, ଏବଂ ମୋର ପ୍ରିୟ ଭାଇ ଓ ଭଉଣୀମାନେ! ]ତାମିଲନାଡୁର ରାମେଶ୍ୱରମ ଠାରେ ୮,୩୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଉନ୍ନୟନ ମୂଳକ କାର୍ଯ୍ୟର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
April 06th, 01:30 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ତାମିଲନାଡୁର ରାମେଶ୍ୱରମ ଠାରେ ୮,୩୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ରେଳ ଓ ସଡ଼କ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ଏବଂ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି । ସେ ଭାରତର ପ୍ରଥମ ଭର୍ଟିକାଲ ଲିଫ୍ଟ ସମୁଦ୍ର ସେତୁ, ନୂଆ ପମ୍ବନ ରେଳ ସେତୁକୁ ଉଦଘାଟନ କରିଥିଲେ ଏବଂ ସଡକ ସେତୁରୁ ଏକ ଟ୍ରେନ ଓ ଜାହାଜକୁ ପତାକା ଦେଖାଇ ଶୁଭାରମ୍ଭ କରିଥଲେ ଏବଂ ସେତୁର ପରିଚାଳନାକୁ ନିରୀକ୍ଷଣ କରିଥିଲେ। ରାମେଶ୍ୱରମସ୍ଥିତ ରାମନାଥସ୍ୱାମୀ ମନ୍ଦିରରେ ମଧ୍ୟ ସେ ଦର୍ଶନ ଓ ପୂଜାର୍ଚ୍ଚନା କରିଥିଲେ। ଏହି ଅବସରରେ ସମାବେଶକୁ ସମ୍ବୋଧିତ କରି ଶ୍ରୀ ମୋଦୀ କହିଥିଲେ ଯେ ଆଜି ଶ୍ରୀରାମ ନବମୀର ପବିତ୍ର ଅବସର। ସେ ଏହା ମଧ୍ୟ ଉଲ୍ଲେଖ କରିଥିଲେ ଯେ ଆଜି ସକାଳେ ଅଯୋଧ୍ୟାର ଭବ୍ୟ ରାମ ମନ୍ଦିରରେ ସୂର୍ଯ୍ୟର ଦିବ୍ୟ କିରଣ ରାମଲାଲାଙ୍କୁ ଭବ୍ୟ ତିଳକରେ ସଜ୍ଜିତ କରିଥିଲା।Cabinet approves Pune Metro Phase-1 project extension towards south from Swargate to Katraj spanning 5.46 km
August 16th, 09:35 pm
Pune Metro Phase-1 Project Extension: The Cabinet, chaired by PM Modi, has given the green light for the extension of Pune Metro's Phase-1 from Swargate to Katraj. This extension spans 5.46 km and will further improve the metro connectivity in Pune, easing the commute for residents in the southern part of the city.BJP government is boosting tourism in Uttarakhand, creating new job opportunities: PM Modi at Rishikesh
April 11th, 12:45 pm
Ahead of the Lok Sabha Elections of 2024, Prime Minister Narendra Modi extended his heartfelt gratitude to all the people who gathered in the Rishikesh rally upon the PM’s arrival. The PM said, “You have come in such large numbers to bless us in Rishikesh, the gateway to Char Dham, situated in the proximity of Mother Ganga.” The PM discussed several key aspects related to Uttarakhand’s vision and the milestones achieved already.PM Modi addresses an enthusiastic crowd at a public meeting in Rishikesh, Uttarakhand
April 11th, 12:00 pm
Ahead of the Lok Sabha Elections of 2024, Prime Minister Narendra Modi extended his heartfelt gratitude to all the people who gathered in the Rishikesh rally upon the PM’s arrival. The PM said, “You have come in such large numbers to bless us in Rishikesh, the gateway to Char Dham, situated in the proximity of Mother Ganga.” The PM discussed several key aspects related to Uttarakhand’s vision and the milestones achieved already.Today’s projects are one more step towards Viksit West Bengal: PM Modi
March 09th, 04:10 pm
Prime Minister Narendra Modi addressed ‘Viksit Bharat Viksit West Bengal’ program in Siliguri, West Bengal. He inaugurated and dedicated to the nation multiple projects of rail and road sector worth more than Rs 4500 crores in West Bengal. Speaking on the occasion, the Prime Minister expressed happiness to be present in the beautiful land of tea. He called today’s projects another step towards Viksit West Bengal.ପ୍ରଧାନମନ୍ତ୍ରୀ ପଶ୍ଚିମବଙ୍ଗର ସିଲିଗୁଡି ଠାରେ 'ବିକଶିତ ଭାରତ ବିକଶିତ ପଶ୍ଚିମବଙ୍ଗ' କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି
March 09th, 03:45 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପଶ୍ଚିମବଙ୍ଗର ସିଲିଗୁଡି ଠାରେ ' ବିକଶିତ ଭାରତ ବିକଶିତ ପଶ୍ଚିମବଙ୍ଗ' କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଥିଲେ । ସେ ପଶ୍ଚିମବଙ୍ଗରେ ୪୫୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ରେଳ ଓ ସଡ଼କ କ୍ଷେତ୍ର ସହିତ ଜଡିତ ଏକାଧିକ ପ୍ରକଳ୍ପର ଉଦଘାଟନ ଓ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ ।ବିହାରର ରାଜ୍ୟପାଳ ଶ୍ରୀ ରାଜେନ୍ଦ୍ର ଆର୍ଲେକର ଜୀ, ମୁଖ୍ୟମନ୍ତ୍ରୀ ଶ୍ରୀ ନୀତୀଶ କୁମାର ଜୀ, ମନ୍ତ୍ରୀମଣ୍ଡଳରେ ମୋର ସହଯୋଗୀ ଗିରିରାଜ ସିଂ ଜୀ, ହରଦୀପ ସିଂ ପୁରୀ ଜୀ, ଉପମୁଖ୍ୟମନ୍ତ୍ରୀ ବିଜୟ ସିହ୍ନା ଜୀ, ସମ୍ରାଟ ଚୌଧୁରୀ ଜୀ, ମଞ୍ଚରେ ବସିଥିବା ଅନ୍ୟ ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତି ଏବଂ ବେଗୁସରାଇରୁ ଆସିଥିବା ମୋର ପ୍ରିୟ ଭାଇ ଭଉଣୀମାନେ ।
March 02nd, 08:06 pm
ବିହାରର ରାଜ୍ୟପାଳ ଶ୍ରୀ ରାଜେନ୍ଦ୍ର ଆର୍ଲେକର ଜୀ, ମୁଖ୍ୟମନ୍ତ୍ରୀ ଶ୍ରୀ ନୀତୀଶ କୁମାର ଜୀ, ମନ୍ତ୍ରୀମଣ୍ଡଳରେ ମୋର ସହଯୋଗୀ ଗିରିରାଜ ସିଂ ଜୀ, ହରଦୀପ ସିଂ ପୁରୀ ଜୀ, ଉପମୁଖ୍ୟମନ୍ତ୍ରୀ ବିଜୟ ସିହ୍ନା ଜୀ, ସମ୍ରାଟ ଚୌଧୁରୀ ଜୀ, ମଞ୍ଚରେ ବସିଥିବା ଅନ୍ୟ ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତି ଏବଂ ବେଗୁସରାଇରୁ ଆସିଥିବା ମୋର ପ୍ରିୟ ଭାଇ ଭଉଣୀମାନେ ।ବିହାରର ବେଗୁସରାଇରେ ଏକାଧିକ ବିକାଶମୂଳକ ପ୍ରକଳ୍ପର ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିବା ସହ ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ
March 02nd, 04:50 pm
: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବିହାରର ବେଗୁସରାଇଠାରେ ଦେଶବ୍ୟାପୀ ପ୍ରାୟ ୧.୪୮ ଲକ୍ଷ କୋଟି ଟଙ୍କାର ଏକାଧିକ ତୈଳ ଓ ଗ୍ୟାସ କ୍ଷେତ୍ର ପ୍ରକଳ୍ପ ଏବଂ ବିହାରରେ ୧୩,୪୦୦ ଟଙ୍କାରୁ ଅଧିକ ମୂଲ୍ୟର ଅନେକ ଉନ୍ନୟନ ମୂଳକ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ।