କେନିଆର ପୂର୍ବତନ ପ୍ରଧାନମନ୍ତ୍ରୀ ରାଇଲା ଓଡିଙ୍ଗା ବିୟୋଗରେ ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

October 15th, 02:41 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କେନିଆର ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ରାଇଲା ଓଡିଙ୍ଗାଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି । ଶ୍ରୀ ମୋଦୀ କହିଛନ୍ତି, “ମୋର ପ୍ରିୟ ବନ୍ଧୁ ଏବଂ କେନିଆର ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ରାଇଲା ଓଡିଙ୍ଗାଙ୍କ ବିୟୋଗରେ ମୁଁ ଗଭୀର ମର୍ମାହତ । ସେ ଜଣେ ଉଚ୍ଚମାନର ରାଜନେତା ଏବଂ ଭାରତର ପ୍ରିୟ ବନ୍ଧୁ ଥିଲେ । ଗୁଜରରାଟର ମୁଖ୍ୟମନ୍ତ୍ରୀ ଥିବା ସମୟରେ ମୋତେ ତାଙ୍କୁ ନିକଟରୁ ଜାଣିବାର ସୌଭାଗ୍ୟ ମିଳିଥିଲା ଏବଂ ଆମର ସମ୍ପର୍କ ବର୍ଷ ବର୍ଷ ଧରି ରହିଥିଲା । ଶ୍ରୀ ରାଇଲା ଓଡିଙ୍ଗାଙ୍କର ଭାରତର ସଂସ୍କୃତି, ମୂଲ୍ୟବୋଧ ଏବଂ ପ୍ରାଚୀନ ଜ୍ଞାନ ପ୍ରତି ବିଶେଷ ଆଗ୍ରହ ଥିଲା, ଯାହା ଭାରତ-କେନିଆ ସମ୍ପର୍କକୁ ସୁଦୃଢ଼ କରିବା ପାଇଁ ତାଙ୍କ ପ୍ରୟାସରେ ପରିଲକ୍ଷିତ ହୋଇଥିଲା ।

PM Modi expresses gratitude to world leaders for birthday wishes

September 17th, 03:03 pm

The Prime Minister Shri Narendra Modi expressed his gratitude to the world leaders for greetings on his 75th birthday, today.