ରୋଜଗାର ମେଳା ଅନ୍ତର୍ଗତ ନିଯୁକ୍ତି ପତ୍ର ବଣ୍ଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

May 23rd, 11:15 am

ଆଜି ଦେଶବ୍ୟାପୀ ହଜାର ହଜାର ଯୁବକ ଯୁବତୀଙ୍କ ପାଇଁ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଦିନ।ଆଜି ୫୧ ହଜାରରୁ ଅଧିକ ଯୁବକ-ଯୁବତୀ ସରକାରୀ ଚାକିରିର ନିଯୁକ୍ତିପତ୍ର ପାଇଛନ୍ତି। ଆଜି, ଆପଣମାନେ ସମସ୍ତେ ଦେଶର ବିକାଶ ଯାତ୍ରାରେ ଗୁରୁତ୍ୱପୂର୍ଣ୍ଣ ଏବଂ ଦାୟିତ୍ବପୂର୍ଣ୍ଣ ଅଂଶୀଦାର ହେବାକୁ ଯାଉଛନ୍ତି। ଆପଣମାନେ ରେଳବାଇ, ବ୍ୟାଙ୍କିଙ୍ଗ, ପ୍ରତିରକ୍ଷା, ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ଆହୁରି ଅନେକ କ୍ଷେତ୍ରରେ ନୂତନ ଦାୟିତ୍ୱ ଗ୍ରହଣ କରିବାକୁ ଯାଉଛନ୍ତି। ଆଗାମୀ ବର୍ଷଗୁଡ଼ିକରେ ଏକ ବିକଶିତ ଭାରତ ପାଇଁ ସଂକଳ୍ପ ପୂରଣ କରିବାରେ ଆପଣମାନେ ସମସ୍ତେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ।

ରୋଜଗାର ମେଳା ଅବସରରେ ନବନିଯୁକ୍ତ ୫୧,୦୦୦ ଯୁବକଯୁବତୀଙ୍କୁ ନିଯୁକ୍ତିପତ୍ର ବଣ୍ଟନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

May 23rd, 11:00 am

୧୯ତମ ରୋଜଗାର ମେଳା ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସକାଳ ୧୧ଟାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବିଭିନ୍ନ ସରକାରୀ ବିଭାଗ ଏବଂ ପ୍ରତିଷ୍ଠାନରେ ନୂଆକରି ନିଯୁକ୍ତି ପାଇଥିବା ୫୧,୦୦୦ରୁ ଅଧିକ ଯୁବକଯୁବତୀଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କରିଛନ୍ତି। ଉପସ୍ଥିତ ସମାବେଶକୁ ସମ୍ବୋଧିତ କରି ସେ ଏହି ଅବସରକୁ ସାରା ଦେଶର ହଜାର ହଜାର ଯୁବକଯୁବତୀଙ୍କ ପାଇଁ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଦିନ ବୋଲି କହିଥିଲେ। ସରକାରୀ ସେବାରେ ନୂତନ ପ୍ରବେଶକାରୀଙ୍କୁ ସ୍ୱାଗତ କରି, ସେ ରେଳ, ବ୍ୟାଙ୍କିଙ୍ଗ, ପ୍ରତିରକ୍ଷା, ସ୍ୱାସ୍ଥ୍ୟ ଏବଂ ଶିକ୍ଷା ସମେତ ଭାରତର ବିକାଶରେ ସେମାନଙ୍କର ଆଗାମୀ ଅବଦାନ ଉପରେ ଗୁରୁତ୍ୱାରୋପ କରିଥିଲେ। ଆଗାମୀ ବର୍ଷଗୁଡ଼ିକରେ, ଆପଣମାନେ ସମସ୍ତେ ଏକ ବିକଶିତ ଭାରତର ସ୍ୱପ୍ନକୁ ସାକାର କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ, ଶ୍ରୀ ମୋଦୀ ଆଶା ପ୍ରକାଶ କରିଥିଲେ।

India – Finland Joint Statement on the State Visit of President of the Republic of Finland

March 05th, 08:03 pm

At the invitation of PM Modi, Finland President Alexander Stubb is on a State Visit to India from 4-7 March 2026. They held wide-ranging discussions during a bilateral meeting. The two leaders affirmed the deep and enduring friendship between India and Finland, built on a foundation of mutual respect and the values of democracy and rule of law, as well as commitment to global peace, security and international law.

ଫଳାଫଳ ତାଲିକା: ଫିନଲ୍ୟାଣ୍ଡ ରାଷ୍ଟ୍ରପତିଙ୍କ ଗସ୍ତ

March 05th, 04:36 pm

ଫଳାଫଳ ତାଲିକା: ଫିନଲ୍ୟାଣ୍ଡ ରାଷ୍ଟ୍ରପତିଙ୍କ ଗସ୍ତ

ନେସେଟରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

February 25th, 08:20 pm

ଏହି ବିଶିଷ୍ଟ ସଦନରେ ଉପସ୍ଥିତ ହେବା ମୋ ପାଇଁ ଏକ ସୌଭାଗ୍ୟ ଏବଂ ଗୌରବର ବିଷୟ। ମୁଁ ଭାରତର ପ୍ରଧାନମନ୍ତ୍ରୀ ଭାବରେ ଏବଂ ଏକ ପ୍ରାଚୀନ ସଭ୍ୟତାର ପ୍ରତିନିଧି ଭାବରେ ଆଉ ଗୋଟିଏ ପ୍ରାଚୀନ ସଭ୍ୟତାକୁ ସମ୍ବୋଧିତ କରୁଛି। ମୁଁ ମୋ ସହିତ ୧୪୦ କୋଟି ଭାରତୀୟଙ୍କ ଶୁଭେଚ୍ଛା ଏବଂ ବନ୍ଧୁତା, ସମ୍ମାନ ଓ ସହଭାଗୀତାର ବାର୍ତ୍ତା ନେଇ ଆସିଛି।

ଇସ୍ରାଏଲୀ ସଂସଦ ନେସେଟ୍‌କୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ

February 25th, 08:00 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଜେରୁସାଲେମରେ ନେସେଟ (ଇସ୍ରାଏଲ୍‌ର ସଂସଦ)ର ଏକ ସ୍ୱତନ୍ତ୍ର ଅଧିବେଶନକୁ ସମ୍ବୋଧିତ କରିଥିଲେ । ଇସ୍ରାଏଲୀ ସଂସଦକୁ ସମ୍ବୋଧିତ କରିବାରେ ସେ ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ

ଭାରତ ଏଆଇ ଇମ୍ପାକ୍ଟ ଶିଖର ସମ୍ମିଳନୀ 2026 ରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

February 19th, 10:00 am

ମହାମହିମ , ମାନ୍ୟବର ମନ୍ତ୍ରୀଗଣ , ଶିଳ୍ପ ନେତା, ଉଦ୍ଭାବକ, ଉଦ୍ୟୋଗୀ, ଗବେଷକ, ପ୍ରତିନିଧିଗଣ , ଅନ୍ୟ ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତି , ମହିଳା ଏବଂ ଭଦ୍ର ବ୍ୟକ୍ତିମାନେ ! ନମସ୍କାର !

ଇଣ୍ଡିଆ ଏଆଇ ଇମ୍ପାକ୍ଟ ଶିଖର ସମ୍ମିଳନୀ ୨୦୨୬କୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

February 19th, 09:40 am

ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀର ଭାରତ ମଣ୍ଡପମଠାରେ ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟ୍ ୨୦୨୬ର ଉଦଘାଟନ କରିଛନ୍ତି। ଏହି ଅବସରରେ ଉପସ୍ଥିତ ଜନସାଧାରଣଙ୍କୁ ସମ୍ବୋଧିତ କରି ଶ୍ରୀ ମୋଦୀ କହିଛନ୍ତି ଯେ, ବିଶ୍ୱର ସର୍ବବୃହତ ଏବଂ ଐତିହାସିକ ଏଆଇ ଇମ୍ପାକ୍ଟ ସମିଟ୍ ଭାରତରେ ଅନୁଷ୍ଠିତ ହେଉଛି, ଯାହା ମାନବତାର ଏକ ଷଷ୍ଠାଂଶ ପ୍ରତିନିଧିତ୍ୱ କରୁଥିବା ଦେଶ। ଭାରତ ବିଶ୍ୱର ସବୁଠୁ ବଡ଼ ଯୁବ ଜନସଂଖ୍ୟା, ସର୍ବାଧିକ ପ୍ରଯୁକ୍ତିଗତ ପ୍ରତିଭା ଭଣ୍ଡାର ଏବଂ ଏକ ସକ୍ରିୟ ପ୍ରଯୁକ୍ତି-ସମର୍ଥିତ ପରିବେଶର ଗୃହ ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି, ଭାରତ କେବଳ ନୂତନ ପ୍ରଯୁକ୍ତି ସୃଷ୍ଟି କରୁ ନାହିଁ ବରଂ ସେଗୁଡ଼ିକୁ ଅଭୂତପୂର୍ବ ଗତିରେ ଗ୍ରହଣ ମଧ୍ୟ କରୁଛି। ୧୪୦ କୋଟି ଭାରତୀୟ ନୂତନ ପ୍ରଯୁକ୍ତିବିଦ୍ୟାକୁ ଗ୍ରହଣ କରିବାକୁ ଆଗ୍ରହୀ ଏବଂ ସେମାନଙ୍କ ପକ୍ଷରୁ ସେ ସମ୍ମିଳନୀରେ ଅଂଶଗ୍ରହଣ କରୁଥିବା ସରକାରୀ ମୁଖ୍ୟ, ବିଶ୍ୱ ଏଆଇ ଇକୋସିଷ୍ଟମର ନେତା ଏବଂ ନବସୃଜନକାରୀଙ୍କୁ ସ୍ୱାଗତ କରିଛନ୍ତି। ସେ ସେମାନଙ୍କ ଉପସ୍ଥିତି ପାଇଁ କୃତଜ୍ଞତା ପ୍ରକାଶ କରିଛନ୍ତି ଏବଂ ଉଲ୍ଲେଖ କରିଛନ୍ତି ଯେ, ଭାରତରେ ଏହି ଶିଖର ସମ୍ମିଳନୀ ଆୟୋଜନ କରିବା କେବଳ ଦେଶ ପାଇଁ ନୁହେଁ ବରଂ ସମଗ୍ର ଦକ୍ଷିଣ ବିଶ୍ୱ ପାଇଁ ଗର୍ବର ବିଷୟ।

ନଭେମ୍ବର ୩ରେ ଉଦୀୟମାନ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ନବାଚାର ସମ୍ମିଳନୀ ୨୦୨୫ ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ

November 02nd, 09:29 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୩ ନଭେମ୍ବର ସକାଳ ପ୍ରାୟ ୯:୩୦ ସମୟରେ ନୂଆଦିଲ୍ଲୀର ଭାରତ ମଣ୍ଡପରେ ଉଦୀୟମାନ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ନବାଚାର ସମ୍ମିଳନୀ (ଇଏସ୍‌ଟିଆଇସି) ୨୦୨୫ର ଉଦ୍‌ଘାଟନ କରିବେ । ପ୍ରଧାନମନ୍ତ୍ରୀ ଏହି ଅବସରରେ ଉପସ୍ଥିତ ସମାବେଶକୁ ମଧ୍ୟ ସମ୍ବୋଧିତ କରିବେ ।

୮ ଅକ୍ଟୋବରରେ :ଇଣ୍ଡିଆ ମୋବାଇଲ କଂଗ୍ରେସ’ର ୯ମ ସଂସ୍କରଣକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

October 07th, 10:27 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ୮ ଅକ୍ଟୋବର ୨୦୨୫ ସକାଳ ପ୍ରାୟ ୯ଟା ୪୫ ମିନିଟ୍ ସମୟରେ ନୂଆଦିଲ୍ଲୀ ଯଶୋଭୂମିଠାରେ ଏସିଆର ସର୍ବବୃହତ ଟେଲିକମ୍, ମିଡିଆ ଏବଂ ପ୍ରଯୁକ୍ତିବିଦ୍ୟା କାର୍ଯ୍ୟକ୍ରମ ‘ଇଣ୍ଡିଆ ମୋବାଇଲ୍ କଂଗ୍ରେସ (ଆଇଏମସି) ୨୦୨୫’ର ୯ମ ସଂସ୍କରଣକୁ ଉଦଘାଟନ କରିବେ।

ଭାରତ ସିଙ୍ଗାପୁର ମିଳିତ ବିବୃତ୍ତି

September 04th, 08:04 pm

ସିଙ୍ଗାପୁରର ପ୍ରଧାନମନ୍ତ୍ରୀ ଶ୍ରୀ ଲରେନ୍ସ ୱଙ୍ଗଙ୍କ ଭାରତକୁ ସରକାରୀ ଗସ୍ତ ଅବସରରେ, ଭାରତ ଓ ସିଙ୍ଗାପୁର ମଧ୍ୟରେ ବ୍ୟାପକ ରଣନୈତିକ ସହଭାଗୀତା ପାଇଁ ରୋଡମ୍ୟାପ ଉପରେ ମିଳିତ ବିବୃତ୍ତି

ସିଙ୍ଗାପୁର ପ୍ରଧାନମନ୍ତ୍ରୀଙ୍କ ସହ ମିଳିତ ପ୍ରେସ ବିବୃତ୍ତିରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

September 04th, 12:45 pm

ଦାୟିତ୍ୱ ଗ୍ରହଣ କରିବା ପରେ, ପ୍ରଧାନମନ୍ତ୍ରୀ ୱଙ୍ଗଙ୍କ ପ୍ରଥମ ଭାରତ ଗସ୍ତ ପାଇଁ, ମୁଁ ତାଙ୍କୁ ସହୃଦୟ ସ୍ୱାଗତ କରୁଛି। ଏହି ଗସ୍ତ ଆହୁରି ସ୍ୱତନ୍ତ୍ର, କାରଣ ଏହି ବର୍ଷ ଆମେ ଆମର ସମ୍ପର୍କର ୬୦ତମ ବାର୍ଷିକୀ ପାଳନ କରୁଛୁ ।

ଭାରତ-ଜାପାନ ଅର୍ଥନୈତିକ ମଞ୍ଚରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

August 29th, 11:20 am

ମୁଁ ଆଜି ସକାଳେ ଟୋକିଓରେ ପହଞ୍ଚିଛି। ମୁଁ ବହୁତ ଖୁସି ଯେ ମୋର ଏହି ଯାତ୍ରା, ବ୍ୟବସାୟ ଜଗତର ମହାନ ବ୍ୟକ୍ତିମାନଙ୍କ ସହିତ ଆରମ୍ଭ ହେଉଛି।

ଭାରତ-ଜାପାନ ଅର୍ଥନୈତିକ ଫୋରମରେ ଯୋଗଦେଲେ ପ୍ରଧାନମନ୍ତ୍ରୀ

August 29th, 11:02 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ଜାପାନ ପ୍ରଧାନମନ୍ତ୍ରୀ ଶ୍ରୀ ଶିଗେରୁ ଇଶିବା, ଆଜି ଜାପାନର ରାଜଧାନୀ ଟୋକିଓଠାରେ ଭାରତୀୟ ଶିଳ୍ପ ମହାସଂଘ ଏବଂ ଜାପାନ ବ୍ୟବସାୟ ମହାସଂଘ (କେଇଡାନରେନ) ଦ୍ୱାରା ଆୟୋଜିତ ଭାରତ-ଜାପାନ ଅର୍ଥନୈତିକ ଫୋରମରେ ଯୋଗ ଦେଇଥିଲେ। ଭାରତ ଓ ଜାପାନର ବିଶିଷ୍ଟ ବ୍ୟବସାୟୀ ଓ ସିଇଓମାନେ ମଧ୍ୟ ଏହି ବୈଠକରେ ଉପସ୍ଥିତ ଥିଲେ।

Science for Self-Reliance is our mantra: PM Modi

September 26th, 05:15 pm

PM Modi dedicated to the nation three PARAM Rudra Supercomputers worth around Rs 130 crore. Developed indigenously under the National Supercomputing Mission, these supercomputers have been deployed in Pune, Delhi and Kolkata to facilitate pioneering scientific research. The PM also inaugurated a High-Performance Computing system tailored for weather and climate research.

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ଜରିଆରେ ତିନୋଟି ପରମ ରୁଦ୍ର ସୁପର କମ୍ପ୍ୟୁଟରକୁ ରାଷ୍ଟ୍ର ଉଦ୍ଦେଶ୍ୟରେ କଲେ ସମର୍ପିତ

September 26th, 05:00 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ପ୍ରାୟ ୧୩୦ କୋଟି ଟଙ୍କା ମୂଲ୍ୟର ତିନୋଟି ପରମ ରୁଦ୍ର ସୁପର କମ୍ପ୍ୟୁଟରକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି । ଜାତୀୟ ସୁପରକମ୍ପ୍ୟୁଟିଂ ମିଶନ (ଏନଏସଏମ) ଅଧୀନରେ ସ୍ୱଦେଶୀ ଜ୍ଞାନକୌଶଳରେ ବିକଶିତ ଏହି ସୁପର କମ୍ପ୍ୟୁଟରକୁ ପୁଣେ, ଦିଲ୍ଲୀ ଏବଂ କୋଲକାତାରେ ସ୍ଥାପିତ କରାଯାଇ ବୈଜ୍ଞାନିକ ଗବେଷଣାର ସୁବିଧା ପାଇଁ ନିୟୋଜିତ କରାଯାଇଛି । ପ୍ରଧାନମନ୍ତ୍ରୀ ପାଣିପାଗ ଏବଂ ଜଳବାୟୁ ଗବେଷଣା ପାଇଁ ପ୍ରସ୍ତୁତ ଏକ ହାଇ ପରଫର୍ମାନ୍ସ କମ୍ପ୍ୟୁଟିଂ (ଏଚପିସି) ପ୍ରଣାଳୀର ଉଦଘାଟନ କରିଛନ୍ତି ।