ଜି-୭ ଶିଖର ସମ୍ମିଳନୀ ଅବସରରେ ଜର୍ମାନ ଚାନସେଲରଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦୀ
June 18th, 12:32 pm
କାନାଡାର କାନନସକିସରେ ଚାଲିଥିବା ଜି-୭ ସମ୍ମିଳନୀ ପରିପ୍ରେକ୍ଷୀରେ ଜର୍ମାନୀ ଚାନସେଲର ଫ୍ରେଡେରିଚ ମର୍ଜଙ୍କ ସହ ପ୍ରଧାନମନ୍ତ୍ରୀ କଥା ହୋଇଛନ୍ତି । ମେ ୨୦୨୫ରେ ମର୍ଜ ଚାନସେଲର ହେବା ପରେ ଏହା ହେଉଛି ଦୁଇ ନେତାଙ୍କ ପ୍ରଥମ ବୈଠକ । ପଦ ଭାର ଗ୍ରହଣ କରିବା ପରେ ପ୍ରଥମ ସାକ୍ଷାତ କାଳରେ ପ୍ରଧାନମନ୍ତ୍ରୀ ମୋଦୀ ମର୍ଜଙ୍କୁ ତାଙ୍କ ବିପୁଳ ବିଜୟ ଲାଗି ପ୍ରଶଂସା କରିଥିଲେ । କିଛି ଦିନ ପୂର୍ବରୁ ଅହମଦାବାଦ ବିମାନ ଦୁର୍ଘଟଣା ଲାଗି ଜର୍ମାନ ସରକାର ସହାନୁଭୂତି ଓ ସମବେଦନା ପ୍ରତି ପ୍ରଧାନମନ୍ତ୍ରୀ କୃତଜ୍ଞତା ଜ୍ଞାପନ କରିଥିଲେ ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନିଜଙ୍କୁ ତାଙ୍କର ଐତିହାସିକ ଦ୍ୱିତୀୟ କାର୍ଯ୍ୟକାଳ ପାଇଁ ଅଭିନନ୍ଦନ ଜଣାଇଛନ୍ତି
May 06th, 02:41 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଆନ୍ଥୋନି ଆଲବାନିଜଙ୍କ ସହ ଟେଲିଫୋନରେ ବାର୍ତ୍ତାଳାପ କଲେ ଏବଂ ଅଷ୍ଟ୍ରେଲିଆର ୩୨ତମ ପ୍ରଧାନମନ୍ତ୍ରୀ ଭାବେ ତାଙ୍କର ଐତିହାସିକ ପୁନଃନିର୍ବାଚନ ବିଜୟ ପାଇଁ ଅଭିନନ୍ଦନ ଜଣାଇଲେ ।ଭାରତ-ଆମେରିକା ମିଳିତ ପ୍ରେସ କନଫରେନ୍ସରେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ
February 14th, 04:57 am
ଭାରତ-ଆମେରିକା ମିଳିତ ପ୍ରେସ କନଫରେନ୍ସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦବୋଧନ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭବ୍ୟ ସ୍ୱାଗତ ଓ ଆତିଥେୟତା ପ୍ରଦର୍ଶନ କରିଥିବାରୁ ସେ ସର୍ବପ୍ରଥମେ ଆମେରିକାର ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଧନ୍ୟବାଦ ଜଣାଇଥିଲେ । ଭାରତ ଓ ଆମେରିକାର ଦ୍ୱିପାକ୍ଷିକ ସମ୍ପର୍କକୁ ମଜଭୂତ କରିଥିବାରୁ ଟ୍ରମ୍ପଙ୍କ ନେତୃତ୍ୱକୁ ମୋଦୀ ଧନ୍ୟବାଦ ଜ୍ଞାପନ କରିଥିଲେ ।ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଲେ ଆମେରିକାର ଜାତୀୟ ସୁରକ୍ଷା ପରାମର୍ଶଦାତା
January 06th, 07:43 pm
ଆମେରିକାର ଜାତୀୟ ସୁରକ୍ଷା ପରାମର୍ଶଦାତା ଶ୍ରୀ ଜ୍ୟାକ୍ ସୁଲିଭାନ୍ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି।ମିଳିତ ବିବୃତି: ଭାରତ-ଅଷ୍ଟ୍ରେଲିଆ ଦ୍ଵିତୀୟ ବାର୍ଷିକ ଶିଖର ସମ୍ମିଳନୀ
November 19th, 11:22 pm
୧୯ନଭେମ୍ବର ୨୦୨୪ରେ ରିଓ ଡି ଜେନେରିଓ ଠାରେ ଗ୍ରୁପ୍ ଅଫ୍ ୨୦ (ଜି-୨୦) ଶିଖର ସମ୍ମିଳନୀ ଅବସରରେ ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନିସଙ୍କ ଉପସ୍ଥିତିରେ ଦ୍ୱିତୀୟ ଭାରତ-ଅଷ୍ଟ୍ରେଲିଆ ବାର୍ଷିକ ଶିଖର ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ୨୦୨୫ରେଭାରତ-ଅଷ୍ଟ୍ରେଲିଆ ବ୍ୟାପକ ରଣନୈତିକ ଭାଗିଦାରୀର ପଞ୍ଚମ ବାର୍ଷିକୀ ପୂର୍ବରୁ ଉଭୟ ପ୍ରଧାନମନ୍ତ୍ରୀ ଜଳବାୟୁ ପରିବର୍ତ୍ତନ ଏବଂ ଅକ୍ଷୟ ଶକ୍ତି, ବାଣିଜ୍ୟ ଏବଂ ନିବେଶ, ପ୍ରତିରକ୍ଷା ଏବଂ ନିରାପତ୍ତା, ଶିକ୍ଷା ଏବଂ ଗବେଷଣା,ଦକ୍ଷତା, ଗତିଶୀଳତା, ବିଜ୍ଞାନ ଏବଂପ୍ରଯୁକ୍ତି ବିଦ୍ୟା ଏବଂବହୁପାକ୍ଷିକ ସହଯୋଗ ଭଳି ଆଞ୍ଚଳିକ ପ୍ରସଙ୍ଗରେ ଆଲୋଚନା କରିଥିଲେ।ସାମାଜିକ ଓ ସାଂସ୍କୃତିକ ସମ୍ପର୍କ ଏବଂ ଲୋକଙ୍କ ମଧ୍ୟରେ ସମ୍ପର୍କ ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଦ୍ୱିପାକ୍ଷିକ ସମ୍ପର୍କକୁ ସୁଦୃଢ଼ କରିବାଦିଗରେ ସେ ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତି ବିଷୟରେ ସେ ଉଲ୍ଲେଖ କରିଥିଲେ ।ତଥ୍ୟ ପତ୍ର:୨୦୨୪ କ୍ୱାଡ ନେତୃବୃନ୍ଦଙ୍କ ସମ୍ମିଳନୀ
September 22nd, 12:06 pm
୨୧ ସେପ୍ଟେମ୍ବର ୨୦୨୪ରେ ରାଷ୍ଟ୍ରପତି ଯୋଶେଫ ଆର.ବାଇଡେନଙ୍କ ଅଧ୍ୟକ୍ଷତାରେ ୱିଲମନ୍ଟନ୍, ଡେଲୱେୟାରଠାରେ ଅନୁଷ୍ଠିତ ଚତୁର୍ଥ କ୍ୱାଡ ନେତୃବୃନ୍ଦଙ୍କ ଶିଖର ସମ୍ମିଳନୀରେ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନିଜ, ଜାପାନର ପ୍ରଧାନମନ୍ତ୍ରୀ କିସିଦା ଫୁମିଓ ଏବଂ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେଇଥିଲେ ।ତଥ୍ୟ ପତ୍ର : ହିନ୍ଦ-ପ୍ରଶାନ୍ତ କ୍ଷେତ୍ରରେ କର୍କଟର ଭାର କମାଇବା ପାଇଁ କ୍ୱାଡ ଦେଶମାନେ କର୍କଟ ମୁନ୍ଶଟ୍ ପଦକ୍ଷେପ ଆରମ୍ଭ କଲେ
September 22nd, 12:03 pm
ଆଜି ଆମେରିକା, ଅଷ୍ଟ୍ରେଲିଆ, ଭାରତ ଓ ଜାପାନ କର୍କଟ ରୋଗ ବିଲୋପ କରିବାରେ ସାହାଯ୍ୟ କରିବା ପାଇଁ ଏକ ଅଭିନବ ଉଦ୍ୟମ ଆରମ୍ଭ କରିଛନ୍ତି, ଯେମିତିକି ଆମେ ଇଣ୍ଡୋ-ପାସିଫିକ୍ (ହିନ୍ଦ-ପ୍ରଶାନ୍ତ କ୍ଷେତ୍ର)ରେ ଜାଣିଛୁ, ଆରମ୍ଭ ଗର୍ଭାଶୟ କର୍କଟରୁ ହୋଇଛି, ଏହା ଏକ ପ୍ରମୁଖ ପ୍ରତିରୋଧକାରୀ ରୋଗ ଯାହା ଏହି କ୍ଷେତ୍ରରେ ଏକ ପ୍ରମୁଖ ସ୍ୱାସ୍ଥ୍ୟ ସଂକଟ ଭାବେ ବଳବତ୍ତର ରହିଛି ଏବଂ ଅନ୍ୟାନ୍ୟ ପ୍ରକାରର କର୍କଟ ରୋଗର ସମାଧାନ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବା। ଏହି ପଦକ୍ଷେପ କ୍ୱାଡ ଲିଡର୍ ସମ୍ମିଳନୀରେ କରାଯାଇଥିବା ବ୍ୟାପକ ଘୋଷଣାର ଏକ ଅଂଶ।ମିଳିତ ତଥ୍ୟ ପତ୍ର: ଯୁକ୍ତରାଷ୍ଟ୍ର ଆମେରିକା ଏବଂ ଭାରତ ମଧ୍ୟରେ ବ୍ୟାପକ ଏବଂ ବୈଶ୍ୱିକ ରଣନୈତିକ ଭାଗିଦାରୀକୁ ବିସ୍ତାର ଉପକ୍ରମ ଜାରି ରଖିବ ଆମେରିକା
September 22nd, 12:00 pm
ଆଜି ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଯୋଶେଫ୍ ଆର ବାଇଡେନ୍ ଏବଂ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୃଢ଼ୋକ୍ତି ବ୍ୟକ୍ତ କରି କହିଛନ୍ତି ଯେ ଏକବିଂଶ ଶତାବ୍ଦୀର ନିର୍ଣ୍ଣାୟକ ଭାଗିଦାରୀ, ଆମେରିକା ଏବଂ ଭାରତ ମଧ୍ୟରେ ବ୍ୟାପକ ବୈଶ୍ୱିକ ଏବଂ ରଣନୈତିକ ଭାଗିଦାରୀ ନିର୍ଣ୍ଣାୟକ ଭାବରେ ବିଶ୍ୱ ସ୍ୱାର୍ଥରକ୍ଷା ନିମନ୍ତେ ଥିବା ଏକ ମହତ୍ତ୍ୱାକାଂକ୍ଷୀ କାର୍ଯ୍ୟସୂଚୀକୁ ପୂରଣ କରୁଛି । ଉଭୟ ନେତା ସେହି ଐତିହାସିକ କାଳଖଣ୍ଡ ସମ୍ପର୍କରେ ପ୍ରତିଫଳିତ କରିଥିଲେ ଯେତେବେଳେ ଯୁକ୍ତରାଷ୍ଟ୍ର ଆମେରିକା ଏବଂ ଭାରତ ମଧ୍ୟରେ ବିଶ୍ୱାସ ଏବଂ ସହଯୋଗର ଏକ ଅଭୂତପୂର୍ବ ପର୍ଯ୍ୟାୟରେ ରହିଥିଲା । ଗଣତନ୍ତ୍ର, ସ୍ୱାଧୀନତା, ଆଇନର ଶାସନ, ମାନବିକ ଅଧିକାର, ବିବିଧତା ଏବଂ ସମସ୍ତଙ୍କ ପାଇଁ ସମାନ ସୁଯୋଗ ବଜାୟ ରଖିବା ଦିଗରେ ଆମେରିକା ଏବଂ ଭାରତ ଭାଗିଦାରୀ ପ୍ରୟାସକୁ ଗୁରୁତ୍ୱ ଦେବା ଉଚିତ ବୋଲି ଉଭୟ ନେତା ପ୍ରତିବଦ୍ଧତା ପ୍ରକଟ କରିଛନ୍ତି । ଉଭୟ ନେତା ଆମେରିକା-ଭାରତ ପ୍ରମୁଖ ପ୍ରତିରକ୍ଷା ସହଭାଗୀତାକୁ ବିଶ୍ୱ ନିରାପତ୍ତା ଏବଂ ଶାନ୍ତିର ସ୍ତମ୍ଭରେ ପରିଣତ କରିଥିବା ଅଗ୍ରଗତିକୁ ଭୂୟସୀ ପ୍ରଶଂସା କରିଥିଲେ ଏବଂ ପ୍ରତିରକ୍ଷା ଶିଳ୍ପରେ ପରିଚାଳନା ସମନ୍ୱୟ, ସୂଚନା ଆଦାନ ପ୍ରଦାନ ଏବଂ ନବସୃଜନ ବୃଦ୍ଧିର ଲାଭ ଉପରେ ଆଲୋକପାତ କରିଥିଲେ । ରାଷ୍ଟ୍ରପତି ଯୋଶେଫ ଆର ବାଇଡେନ୍ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଶା ଓ ଦୃଢ଼ ବିଶ୍ୱାସ ବ୍ୟକ୍ତ କରି କହିଛନ୍ତି ଯେ ଆମର ଜନସାଧାରଣ, ଆମର ବେସାମରିକ ଏବଂ ବେସରକାରୀ କ୍ଷେତ୍ର ଏବଂ ଆମ ସରକାରଙ୍କ ନିବିଡ଼ ସମ୍ପର୍କକୁ ସୁଦୃଢ଼ କରିବା ପାଇଁ ଅକ୍ଳାନ୍ତ ପ୍ରୟାସ ଆଗାମୀ ଦଶନ୍ଧିରେ ଆମେରିକା-ଭାରତ ଭାଗିଦାରୀକୁ ଆହୁରି ଅଧିକ ଉଚ୍ଚତାକୁ ନେଇଯିବ ।The Wilmington Declaration Joint Statement from the Leaders of Australia, India, Japan, and the United States
September 22nd, 11:51 am
PM Modi joined leaders from the U.S., Australia, and Japan for the fourth Quad Leaders Summit in Wilmington, Delaware. The Quad reaffirmed its commitment to a free, open, and inclusive Indo-Pacific, opposing destabilizing actions and supporting regional peace, security, and sustainable development. The leaders emphasized respect for international law, democratic values, and regional institutions like ASEAN and the Pacific Islands Forum.ନ୍ୟୁୟର୍କରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦୀ
September 22nd, 11:19 am
ଡେଲାୱେରରେ ଏକ ଫଳପ୍ରଦ କ୍ୱାଡ୍ ଲିଡର୍ସ ଶିଖର ସମ୍ମିଳନୀ ଶେଷ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କିଛି ସମୟ ପୂର୍ବରୁ ନ୍ୟୁୟର୍କରେ ପହଞ୍ଚିଥିଲେ। ସେ ସହରର ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ଯେଉଁଥିରେ ଏକ ଗୋଷ୍ଠୀ କାର୍ଯ୍ୟକ୍ରମ ଏବଂ 'ଭବିଷ୍ୟତର ଶିଖର ସମ୍ମିଳନୀ' ଅନ୍ତର୍ଭୁକ୍ତ ।ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ
September 22nd, 07:16 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ମହାମହିମ ଶ୍ରୀ ଆନ୍ଥୋନି ଆଲବାନିସ ଆମେରିକାର ୱିଲମିଂଟନଠାରେ ଷଷ୍ଠ କ୍ୱାଡ ନେତା ଶିଖର ସମ୍ମିଳନୀ ଅବସରରେ ସାକ୍ଷାତ କରିଥିଲେ । ମେ ୨୦୨୨ ପରଠାରୁ ଏହା ସେମାନଙ୍କର ନବମ ବ୍ୟକ୍ତିଗତ ଆଲୋଚନା ଥିଲା ।ଜାପାନ ପ୍ରଧାନମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ
September 22nd, 06:01 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୧ ସେପ୍ଟେମ୍ବର ୨୦୨୪ ରେ ଡେଲାୱେରର ୱିଲମିଙ୍ଗଟନରେ କ୍ୱାଡ୍ ଲିଡର୍ସ ଶିଖର ସମ୍ମିଳନୀ ଅବସରରେ ଆମେରିକାରେ ଜାପାନର ପ୍ରଧାନମନ୍ତ୍ରୀ ମହାମହିମ ଶ୍ରୀ ଫୁମିଓ କିଶିଦାଙ୍କୁ ସାକ୍ଷାତ କରିଥିଲେ ।ୱିଲିମଙ୍ଗଟନ୍, ଡେଲାୱେୟାରଠାରେ ଷଷ୍ଠ କ୍ୱାଡ୍ ନେତୃବୃନ୍ଦଙ୍କ ସମ୍ମିଳନୀରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀ
September 22nd, 05:21 am
୨୧ ସେପ୍ଟେମ୍ବର ୨୦୨୪ରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୱିଲିମଙ୍ଗଟନ୍ , ଡେଲୱେୟାରଠାରେ ଅନୁଷ୍ଠିତ ଷଷ୍ଠ କ୍ୱାଡ୍ ନେତୃବୃନ୍ଦଙ୍କ ଶିଖର ସମ୍ମିଳନୀରେ ଯୋଗ ଦେଇଛନ୍ତି । ଯୁକ୍ତରାଷ୍ଟ୍ର ଆମେରିକାର ପ୍ରଧାନମନ୍ତ୍ରୀ ଶ୍ରୀ ଯୋଶେଫ ଆର. ବାଇଡେନଙ୍କ ଦ୍ୱାରା ଆହୂତ ଏହି ସମ୍ମିଳନୀରେ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଶ୍ରୀ ଆନ୍ଥୋନି ଆଲବାନିଜ ଓ ଜାପାନ ପ୍ରଧାନମନ୍ତ୍ରୀ ଶ୍ରୀ ଫୁମିଓ କିସିଦା ଉପସ୍ଥିତ ଥିଲେ ।କ୍ୱାଡ୍ ନେତା ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦଘାଟନୀ ବକ୍ତବ୍ୟ
September 22nd, 02:30 am
ମୋର ତୃତୀୟ କାର୍ଯ୍ୟକାଳ ଆରମ୍ଭରେ ଆଜି କ୍ୱାଡ୍ ଶିଖର ସମ୍ମିଳନୀରେ ବନ୍ଧୁମାନଙ୍କ ସହ ଅଂଶଗ୍ରହଣ କରି ମୁଁ ବହୁତ ଆନନ୍ଦିତ । କ୍ୱାଡର ବିଂଶ ବାର୍ଷିକୀ ପାଳନ କରିବା ପାଇଁ ରାଷ୍ଟ୍ରପତି ବାଇଡେନଙ୍କ ନିଜ ସହର ୱିଲମିଂଟନ ଠାରୁ ଭଲ ସ୍ଥାନ ଆଉ କିଛି ହୋଇପାରେ ନାହିଁ । ଆମଟ୍ରାକ୍ ଜୋ ଙ୍କ ଭଳି, ଆପଣ ଯେଉଁଭଳି ଏହି ସହର ଏବଂ ଡେଲାୱେର ସହିତ ଜଡିତ ଅଛନ୍ତି, ସେହିଭଳି ଏକ ସମ୍ପର୍କ ଆପଣଙ୍କର କ୍ୱାଡ୍ ସହିତ ରହିଛି।ଡେଲାୱେରର ୱିଲମିଙ୍ଗଟନରେ ଆମେରିକା ରାଷ୍ଟ୍ରପତିଙ୍କୁ ସାକ୍ଷାତ କଲେ ପ୍ରଧାନମନ୍ତ୍ରୀ
September 22nd, 02:02 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଡେଲାୱେରଠାରେ କ୍ୱାଡ୍ ଶିଖର ସମ୍ମିଳନୀ ଅବସରରେ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ମହାମହିମ ଶ୍ରୀ ଜୋସେଫ୍ ବାଇଡେନଙ୍କ ସହ ସାକ୍ଷାତ କରିଥିଲେ । ଏକ ସ୍ୱତନ୍ତ୍ର ପଦକ୍ଷେପ ସ୍ୱରୂପ ରାଷ୍ଟ୍ରପତି ବାଇଡେନ ୱିଲମିଙ୍ଗଟନରେ ଥିବା ତାଙ୍କ ବାସଭବନରେ ଏହି ବୈଠକର ଆୟୋଜନ କରିଥିଲେ ।ଫିଲାଡେଲ୍ଫିଆରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦୀ
September 21st, 09:16 pm
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକାର ଫିଲାଡେଲଫିଆରେ ପହଞ୍ଚିଛନ୍ତି । ପ୍ରବାସୀ ଭାରତୀୟମାନେ ତାଙ୍କୁ ହୃଦୟସ୍ପର୍ଶୀ ସ୍ୱାଗତ କରିଥିଲେ। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ଦ୍ୱିପାକ୍ଷିକ ବୈଠକ ଏବଂ ଡେଲାୱେରର ୱିଲ୍ମିଙ୍ଗଟନରେ ଅନୁଷ୍ଠିତ ହେବାକୁ ଥିବା କ୍ୱାଡ୍ ଲିଡର୍ସ ଶିଖର ସମ୍ମିଳନୀ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସୂଚୀରେ ରହିଛି ।ଆମେରିକା ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ବିବୃତ୍ତି
September 21st, 04:15 am
ରାଷ୍ଟ୍ରପତି ବାଇଡେନ୍ଙ୍କ ଦ୍ୱାରା ତାଙ୍କ ନିଜ ସହର ୱିଲମିଙ୍ଗଟନ୍ରେ ଆୟୋଜିତ ହେବାକୁ ଯାଉଥିବା କ୍ୱାଡ୍ ସମ୍ମିଳନୀରେ ଅଂଶଗ୍ରହଣ କରିବା ଏବଂ ନ୍ୟୁୟର୍କରେ ମିଳିତ ଜାତିସଂଘ ସାଧାରଣ ସଭାରେ ଭବିଷ୍ୟତ ସମ୍ମିଳନୀକୁ ସମ୍ବୋଧିତ କରିବା ପାଇଁ ଆଜି ମୁଁ ଏକ ତିନି ଦିନିଆ ଗସ୍ତରେ ଯୁକ୍ତରାଷ୍ଟ୍ର ଆମେରିକା ଯାଉଛି ।ସେପ୍ଟେମ୍ବର 21 ରୁ 23 ପର୍ଯ୍ୟନ୍ତ ଆମେରିକା ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ମୋଦୀ
September 19th, 03:07 pm
ସେପ୍ଟେମ୍ବର 21 ରୁ 23 ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦୀ ଆମେରିକା ଗସ୍ତରେ ଯିବେ । ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ଡେଲାୱେରର ୱିଲ୍ମିଙ୍ଗଟନରେ ଚତୁର୍ଥ କ୍ୱାଡ୍ ଲିଡର୍ସ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବେ । ସେପ୍ଟେମ୍ବର 23 ରେ ପ୍ରଧାନମନ୍ତ୍ରୀ ନ୍ୟୁୟର୍କରେ ଜାତିସଂଘ ସାଧାରଣ ସଭାରେ 'ସମିଟ୍ ଅଫ୍ ଦି ଫ୍ୟୁଚର' କୁ ସମ୍ବୋଧିତ କରିବେ ।ଭାରତ ଓ ଆମେରିକା ପକ୍ଷରୁ ମିଳିତ ବିବୃତି
September 08th, 11:18 pm
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୁକ୍ତରାଷ୍ଟ୍ର ଆମେରିକା ରାଷ୍ଟ୍ରପତି ଜୋସେଫ ଆର୍. ବାଇଡେନ୍ ଜୁନିଅରଙ୍କୁ ଆଜି ଭାରତକୁ ସ୍ୱାଗତ କରି ଭାରତ ଏବଂ ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟରେ ଘନିଷ୍ଠ ଓ ଦୀର୍ଘସ୍ଥାୟୀ ଭାଗିଦାରୀକୁ ପୁନଃସ୍ଥାପିତ କରିଛନ୍ତି । ଜୁନ୍ ୨୦୨୩ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଐତିହାସିକ ୱାଶିଂଟନ ଗସ୍ତର ଅଭୂତପୂର୍ବ ସଫଳତାଗୁଡିକର କାର୍ଯ୍ୟାନ୍ୱୟନ ପାଇଁ ଜାରି ଥିବା ପର୍ଯ୍ୟାପ୍ତ ଅଗ୍ରଗତିକୁ ନେଇ ଉଭୟ ନେତା ନିଜର ସନ୍ତୁଷ୍ଟି ବ୍ୟକ୍ତ କରିଛନ୍ତି ।ଆମେରିକା ଏବଂ ଇଜିପ୍ଟ ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ବିବୃତ୍ତି
June 20th, 07:00 am
ରାଷ୍ଟ୍ରପତି ଜୋସେଫ ବାଇଡେନ ଏବଂ ପ୍ରଥମ ଲେଡି ଡକ୍ଟର ଜିଲ ବାଇଡେନଙ୍କ ନିମନ୍ତ୍ରଣ କ୍ରମେ ମୁଁ ଆମେରିକା ଯାତ୍ରା କରୁଛି। ଏହି ବିଶେଷ ନିମନ୍ତ୍ରଣ ହେଉଛି ଆମର ଗଣତାନ୍ତ୍ରିକ ରାଷ୍ଟ୍ର ମଧ୍ୟରେ ଭାଗିଦାରୀର ଶକ୍ତି ଏବଂ ସହଯୋଗର ପ୍ରତିଫଳନ।