ଆନ୍ଧ୍ରପ୍ରଦେଶର ପୁଟ୍ଟପର୍ଥୀରେ ପ୍ରଧାନମନ୍ତ୍ରୀଙ୍କ ହାର୍ଦ୍ଦିକ ସ୍ୱାଗତ

November 19th, 01:46 pm

ପ୍ରଧାନମନ୍ତ୍ରୀ ପ୍ରଶାନ୍ତି ନିଳୟମର ସାଇ କୁଲୱନ୍ତ ହଲରେ ଶ୍ରୀ ସତ୍ୟସାଇ ବାବାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ଏବଂ ପରେ ଦର୍ଶନ ପାଇଁ ଓମ୍‌କାର ହଲ୍‌କୁ ଯାଇଥିଲେ । ଶ୍ରୀ ମୋଦୀ କହିଥିଲେ ଯେ, ଏହି ପବିତ୍ର ସ୍ଥାନକୁ ଆସିବା ଶ୍ରୀ ସତ୍ୟସାଇ ବାବାଙ୍କ ଅସୀମ କରୁଣା ଏବଂ ମାନବତାର ଉତ୍‌ଥାନ ପାଇଁ ଜୀବନବ୍ୟାପୀ ପ୍ରତିବଦ୍ଧତାର ସ୍ମରଣ କରାଏ । ଶ୍ରୀ ସତ୍ୟସାଇ ବାବାଙ୍କ ନିସ୍ୱାର୍ଥପର ସେବାର ବାର୍ତ୍ତା ଲକ୍ଷ ଲକ୍ଷ ଲୋକଙ୍କୁ ମାର୍ଗଦର୍ଶନ ଏବଂ ପ୍ରେରଣା ଦେଇ ଚାଲିଛି ବୋଲି ସେ କହିଥିଲେ ।

ଆନ୍ଧ୍ରପ୍ରଦେଶର ପୁଟ୍ଟପର୍ଥୀଠାରେ ଶ୍ରୀ ସତ୍ୟ ସାଇ ବାବାଙ୍କ ଜନ୍ମ ଶତବାର୍ଷିକୀ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

November 19th, 11:00 am

ମୁଖ୍ୟମନ୍ତ୍ରୀ ଶ୍ରୀ ଚନ୍ଦ୍ରବାବୁ ନାଇଡୁ, କେନ୍ଦ୍ରରେ ମୋର ସହକର୍ମୀ ରାମମୋହନ ନାଇଡୁ, ଜି. କିଶନ ରେଡ୍ଡୀ, ଭୂପତି ରାଜୁ ଶ୍ରୀନିବାସ ବର୍ମା, ସଚିନ ତେନ୍ଦୁଲକର ଜୀ, ଉପମୁଖ୍ୟମନ୍ତ୍ରୀ ପୱନ କଲ୍ୟାଣ ଜୀ, ରାଜ୍ୟ ସରକାରରେ ଥିବା ମନ୍ତ୍ରୀ ନାରା ଲୋକେଶ ଜୀ, ଶ୍ରୀ ସତ୍ୟ ସାଇ ସେଣ୍ଟ୍ରାଲ ଟ୍ରଷ୍ଟର ପରିଚାଳନା ଟ୍ରଷ୍ଟି ଆର୍. ଜେ. ରତ୍ନାକର ଜୀ, କୁଳପତି କେ. ଚକ୍ରବର୍ତ୍ତୀ ଜୀ, ଐଶ୍ୱର୍ଯ୍ୟା ଜୀ, ଅନ୍ୟ ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତିଗଣ, ମହିଳା ଓ ସଜ୍ଜନଗଣ, ସାଇ ରାମ!

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆନ୍ଧ୍ରପ୍ରଦେଶର ପୁଟ୍ଟପର୍ଥୀରେ ଶ୍ରୀ ସତ୍ୟସାଇ ବାବାଙ୍କ ଜନ୍ମ ଶତବାର୍ଷିକୀ ଉତ୍ସବକୁ ସମ୍ବୋଧିତ କରିଛନ୍ତି

November 19th, 10:30 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଆନ୍ଧ୍ରପ୍ରଦେଶର ପୁଟ୍ଟପର୍ଥୀରେ ଭଗବାନ ଶ୍ରୀ ସତ୍ୟ ସାଇ ବାବାଙ୍କ ଜନ୍ମ ଶତବାର୍ଷିକୀ ସମାରୋହରେ ଉଦବୋଧନ ଦେଇଥିଲେ। ପ୍ରଧାନମନ୍ତ୍ରୀ ତାଙ୍କର ବକ୍ତବ୍ୟ ସାଇ ରାମ ସହିତ ଆରମ୍ଭ କରିଥିଲେ ଏବଂ ପ୍ରକାଶ କରିଥିଲେ ଯେ ପୁଟ୍ଟପର୍ଥୀର ପବିତ୍ର ଭୂମିରେ ସମସ୍ତଙ୍କ ମଧ୍ୟରେ ଉପସ୍ଥିତ ରହିବା ତାଙ୍କ ପାଇଁ ଏକ ଭାବପ୍ରବଣତାପୂର୍ଣ୍ଣ ଏବଂ ଆଧ୍ୟାତ୍ମିକ ଅନୁଭୂତି। ସେ କହିଥିଲେ ଯେ, କିଛି ସମୟ ପୂର୍ବରୁ ତାଙ୍କୁ ବାବାଙ୍କ ସମାଧିରେ ପୁଷ୍ପମାଲ୍ୟ ଅର୍ପଣ କରିବାର ସୁଯୋଗ ମିଳିଥିଲା। ଶ୍ରୀ ମୋଦୀ ଆଲୋକପାତ କରିଥିଲେ ଯେ, ବାବାଙ୍କ ପାଦ ତଳେ ପ୍ରଣାମ କରିବା ଏବଂ ତାଙ୍କ ଆଶୀର୍ବାଦ ଗ୍ରହଣ କରିବା ସର୍ବଦା ହୃଦୟକୁ ଗଭୀର ଭାବପ୍ରବଣତାରେ ପରିପୂର୍ଣ୍ଣ କରିଥାଏ।

ନଭେମ୍ବର ୧୯ରେ ପ୍ରଧାନମନ୍ତ୍ରୀଙ୍କ ଆନ୍ଧ୍ର ପ୍ରଦେଶ ଓ ତାମିଲନାଡ଼ୁ ଗସ୍ତ

November 18th, 11:38 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନଭେମ୍ବର ୧୯ ତାରିଖରେ ଆନ୍ଧ୍ର ପଦେଶ ଓ ତାମିଲନାଡ଼ୁ ଗସ୍ତ କରିବେ ।

ଆନ୍ଧ୍ରପ୍ରଦେଶ ପୁଟ୍ଟପର୍ତିର ଲେପାକ୍ଷୀରେ ଥିବା ବୀରଭଦ୍ର ମନ୍ଦିର ଦର୍ଶନ ଓ ପୂଜାର୍ଚ୍ଚନା କଲେ ପ୍ରଧାନମନ୍ତ୍ରୀ

January 16th, 06:13 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଆନ୍ଧ୍ରପ୍ରଦେଶର ପୁଟ୍ଟପର୍ତିର ଲେପାକ୍ଷୀରେ ଥିବା ବୀରଭଦ୍ର ମନ୍ଦିରରେ ଦର୍ଶନ ଓ ପୂଜା କରିଛନ୍ତି । ଶ୍ରୀ ମୋଦୀ ତେଲୁଗୁରେ ରଙ୍ଗନାଥ ରାମାୟଣର ଛନ୍ଦ ଶୁଣିଲେ ଏବଂ ଥୋଲୁ ବୋମ୍ମାଲତା ନାମରେ ଜଣା ଆନ୍ଧ୍ର ପ୍ରଦେଶର ପାରମ୍ପରିକ ଛାୟା କାଠପୁତ୍ତଳି କଳା ମାଧ୍ୟମରେ ପ୍ରସ୍ତୁତ ଜଟାୟୁ କାହାଣୀ ଦେଖିଥିଲେ ।

ଜୁଲାଇ ୪ ତାରିଖରେ ପୁଟ୍ଟପର୍ତ୍ତି ଠାରେ ସାଇ ହୀରା ଗ୍ଲୋବାଲ କନଭେନସନ୍ ସେଣ୍ଟରର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

July 03rd, 06:29 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୁଲାଇ ୪ ତାରିଖ ପୂର୍ବାହ୍ନ ୧୦.୩୦ ରେ ଆନ୍ଧ୍ରପ୍ରଦେଶର ପୁଟ୍ଟପର୍ତ୍ତି ଠାରେ ସାଇ ହୀରା ଗ୍ଲୋବାଲ କନଭେନସନ୍ ସେଣ୍ଟରର ଉଦଘାଟନ କରିବେ । ଏହି ଉଦଘାଟନୀ ସମାରୋହରେ ବିଶ୍ୱର ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତି ଏବଂ ଭକ୍ତଙ୍କ ଉପସ୍ଥିତି ଦେଖିବାକୁ ମିଳିବ ।