ଅକ୍ଟୋବର ୧୧ରେ ଭାରତୀୟ କୃଷି ଗବେଷଣା ପ୍ରତିଷ୍ଠାନ ନୂଆଦିଲ୍ଲୀଠାରେ, ସ୍ୱତନ୍ତ୍ର କୃଷି କାର୍ଯ୍ୟକ୍ରମରେ ଯୋଗଦେବେ ପ୍ରଧାନମନ୍ତ୍ରୀ
October 10th, 06:10 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୧ ଅକ୍ଟୋବର, ୨୦୨୫ ସକାଳ ୧୦:୩୦ ସମୟରେ ନୂଆଦିଲ୍ଲୀର ଭାରତୀୟ କୃଷି ଗବେଷଣା ସଂସ୍ଥାନରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେବେ। ପ୍ରଧାନମନ୍ତ୍ରୀ କୃଷକମାନଙ୍କ ସହିତ ମତବିନିମୟ କରି, ପରେ ଏକ ସାର୍ବଜନୀନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ, ଯେଉଁଠାରେ ସେ ସମାବେଶକୁ ସମ୍ବୋଧିତ କରିବେ।ଡାଲି ଉତ୍ପାଦନ ବୃଦ୍ଧି ପାଇଁ ୫ ବର୍ଷୀୟ ‘ଆତ୍ମନିର୍ଭରତା ମିଶନ’କୁ ମଞ୍ଜୁର କଲା କେନ୍ଦ୍ର
October 01st, 03:14 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଡାଲି କ୍ଷେତ୍ରରେ ଆତ୍ମନିର୍ଭରତା ମିଶନକୁ ଅନୁମୋଦନ ଦେଇଛି । ଘରୋଇ ଉତ୍ପାଦନ ବୃଦ୍ଧି ଏବଂ ଡାଲି କ୍ଷେତ୍ରରେ ଆତ୍ମନିର୍ଭରତା ହାସଲ କରିବା ଦିଗରେ ଏହା ଏକ ଐତିହାସିକ ପଦକ୍ଷେପ। ଏହି ମିଶନକୁ ୨୦୨୫-୨୬ ରୁ ୨୦୩୦-୩୧ ପର୍ଯ୍ୟନ୍ତ ଛଅ ବର୍ଷ ଅବଧିରେ ୧୧,୪୪୦ କୋଟି ଟଙ୍କାର ଆର୍ଥିକ ବ୍ୟୟବରାଦ ସହିତ କାର୍ଯ୍ୟକାରୀ କରାଯିବ।