ଆସାମର ନାମରୂପରେ ୟୁରିଆ ପ୍ଲାଣ୍ଟର ଭୂମି ପୂଜନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
December 21st, 04:25 pm
ଆସାମର ରାଜ୍ୟପାଳ ଶ୍ରୀ ଲକ୍ଷ୍ମଣ ପ୍ରସାଦ ଆଚାର୍ଯ୍ୟ, ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱ ଶର୍ମା, କେନ୍ଦ୍ର ସରକାରରେ ମୋର ସାଥୀ ଏବଂ ଏଠାରେ ଉପସ୍ଥିତ ଆପଣମାନଙ୍କର ପ୍ରତିନିଧି, ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ, ଆସାମ ସରକାରଙ୍କ ମନ୍ତ୍ରୀଗଣ, ସାଂସଦଗଣ, ବିଧାୟକବୃନ୍ଦ, ଅନ୍ୟ ମହାନୁଭବଗଣ, ଏବଂ ବିଶାଳ ସଂଖ୍ୟାରେ ଆମକୁ ଆଶୀର୍ବାଦ ଦେବା ପାଇଁ ଆସିଥିବା ମୋର ସମସ୍ତ ଭାଇ ଓ ଭଉଣୀମାନେ । ମୁଁ ସେଠାରେ ଏହାଠାରୁ ଅଧିକ ଉତ୍ସାହୀ ଲୋକମାନଙ୍କୁ ଦେଖିପାରୁଛି ।ଆସାମ ଭ୍ୟାଲି ଫର୍ଟିଲାଇଜର ଆଣ୍ଡ କେମିକାଲ କମ୍ପାନୀ ଲିମିଟେଡର ଆମୋନିଆ-ୟୁରିଆ ସାର ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
December 21st, 12:00 pm
ଶ୍ରୀ ମୋଦୀ କହିଥିଲେ ଯେ ସେ ଦେଖୁଛନ୍ତି ଯେ, ଆଗକୁ ବହୁ ସଂଖ୍ୟାରେ ଲୋକମାନେ ଏକାଠି ହୋଇ ସେମାନଙ୍କ ଭଲପାଇବାକୁ ବଢାଉଛନ୍ତି । ସେ ବିଶେଷ କରି ମାଆ ଏବଂ ଭଉଣୀମାନଙ୍କ ଉପସ୍ଥିତି ଉପରେ ଆଲୋକପାତ କରି କହିଥିଲେ ଯେ ସେମାନେ ଆଣିଥିବା ପ୍ରେମ ଏବଂ ଆଶୀର୍ବାଦ ଅସାଧାରଣ ଥିଲା। ସେ କହିଥିଲେ ଯେ ଅନେକ ଭଉଣୀ ଆସାମର ଚା' ବଗିଚାର ସୁଗନ୍ଧ ନେଇ ଆସିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ସୁଗନ୍ଧ ଆସାମ ସହିତ ତାଙ୍କର ସମ୍ପର୍କରେ ଏକ ଅନନ୍ୟ ଅନୁଭବ ସୃଷ୍ଟି କରିଥାଏ। ସେ ଉପସ୍ଥିତ ସମସ୍ତଙ୍କୁ ପ୍ରଣାମ କରିଥିଲେ ଏବଂ ସେମାନଙ୍କ ସ୍ନେହ ଓ ଭଲପାଇବା ପାଇଁ କୃତଜ୍ଞତା ବ୍ୟକ୍ତ କରିଥିଲେ।ହିନ୍ଦୁସ୍ଥାନ ଟାଇମ୍ସ ନେତୃତ୍ୱ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ
December 06th, 08:14 pm
ହିନ୍ଦୁସ୍ଥାନ ଟାଇମ୍ସର ଏହି ନେତୃତ୍ୱ ସମ୍ମିଳନୀରେ ଦେଶ ବିଦେଶରୁ ବହୁ ମାନ୍ୟ ଗଣ୍ୟ ଅତିଥି ଯୋଗ ଦେଇଛନ୍ତି । ଆୟୋଜକ ତଥା ନିଜ ମତ ରଖିଥିବା ସମସ୍ତ ମହାନୁଭବଙ୍କୁ ମୁଁ ଅଭିନନ୍ଦନ ଜଣାଉଛି । ଏବେ ଶୋଭନାଜୀ ଦୁଇଟି କଥା କହିଲେ ଯାହା ମୁଁ ଅନୁଧ୍ୟାନ କରିଛି । ଗୋଟିଏ ହେଲା, ଗତଥର ମୋଦୀ ଆସିଥିଲେ ଓ ଏହି ପ୍ରସ୍ତାବ ଦେଇଥିଲେ । ଏହି ଦେଶରେ ମିଡିଆ ହାଉସକୁ କେହି କିଛି କାମ କହିବାକୁ ସାହାସ କରନ୍ତିନି । କିନ୍ତୁ ମୁଁ କରିଲି । ମୋ ପାଇଁ ଏହା ଏକ ଶୁଭ ଖବର ଯେ, ଶୋଭନାଜୀ ଓ ତାଙ୍କ ଟିମ ଅତି ଆଗ୍ରହର ସହ ଏହି କାମ ସମ୍ପନ୍ନ କରିଛନ୍ତି । ମୁଁ ପ୍ରଦର୍ଶନୀ ଦେଖି ଆସିବା ପରେ ସମସ୍ତେ ଏହା ଦେଖିବା ଲାଗି ମୁଁ ଅନୁରୋଧ କରିବି । ଫଟୋଗ୍ରାଫର ବନ୍ଧୁମାନେ ସ୍ମୃତି ସବୁକୁ ଏମିତି ଜାବୁଡି ଧରି ରଖିପାରିଛନ୍ତି ଯେ ସେହି ମୁହୂର୍ତ ସବୁ ଅମରତ୍ୱ ଲାଭ କରିପାରିଛି । ଦେଶ ମାତୃକାର ସେବା ଆଗକୁ ଏମିତି ଜାରି ରଖିବା ନେଇ ହିନ୍ଦୁସ୍ଥାନ ଟାଇମ୍ସ କହିବା ପରେ ମୁଁ ବିଶେଷ ଭାବରେ ଏନେଇ ଧନ୍ୟବାଦ ଜଣାଉଛି ।ନୂଆଦିଲ୍ଲୀରେ ହିନ୍ଦୁସ୍ତାନ ଟାଇମ୍ସ ଲିଡରସିପ୍ ଶିଖର ସମ୍ମିଳନୀ 2025ରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦବୋଧନ
December 06th, 08:13 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀରେ ହିନ୍ଦୁସ୍ତାନ ଟାଇମ୍ସ ଲିଡରସିପ୍ ଶିଖର ସମ୍ମିଳନୀ 2025ରେ ଉଦବୋଧନ ଦେଇଛନ୍ତି । ସମ୍ମିଳନୀରେ ଭାରତ ଏବଂ ବିଦେଶରୁ ଅନେକ ବିଶିଷ୍ଟ ଅତିଥିଙ୍କ ଉପସ୍ଥିତିକୁ ସେ ସ୍ୱାଗତ କରିବା ସହିତ ଆୟୋଜକ ଏବଂ ନିଜର ମତାମତ ବାଣ୍ଟିଥିବା ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଶ୍ରୀ ମୋଦୀ କହିଥିଲେ, ଶୋଭନା ଜୀ ଦୁଇଟି ବିନ୍ଦୁ ଉଲ୍ଲେଖ କରିଥିଲେ ଯାହାକୁ ସେ ଭଲଭାବେ ହୃଦୟଙ୍ଗମ କରିଛନ୍ତି। ପ୍ରଥମଟି ଥିଲା ତାଙ୍କର ପୂର୍ବ ଗସ୍ତର ଉଲ୍ଲେଖ, ଯେତେବେଳେ ସେ ଏକ ପରାମର୍ଶ ଦେଇଥିଲେ, ଯାହା ଗଣମାଧ୍ୟମ ସଂସ୍ଥାଗୁଡ଼ିକ ସହିତ ବହୁତ କମ୍ କରାଯାଇଥାଏ, କିନ୍ତୁ ସେ ତାହା କରିଥିଲେ। ଶୋଭନା ଜୀ ଏବଂ ତାଙ୍କ ଦଳ ଏହାକୁ ଉତ୍ସାହର ସହିତ କାର୍ଯ୍ୟକାରୀ କରିଥିବାରୁ ପ୍ରଧାନମନ୍ତ୍ରୀ ଖୁସି ପ୍ରକାଶ କରିଥିଲେ। ଶ୍ରୀ ମୋଦୀ କହିଥିଲେ, ପ୍ରଦର୍ଶନୀ ପରିଦର୍ଶନ କରିବା ସମୟରେ ସେ ଦେଖିଥିଲେ ଯେ ଫଟୋଗ୍ରାଫରମାନେ ଏପରି ମୁହୂର୍ତ୍ତଗୁଡ଼ିକୁ କ୍ୟାମେରାରେ କଏଦ କରିଛନ୍ତି ଯାହା ଅମର ହୋଇଯାଇଛି । ସମସ୍ତଙ୍କୁ ଏହା ଦେଖିବାକୁ ସେ ଅନୁରୋଧ କରିଥିଲେ। ଶୋଭନା ଜୀଙ୍କ ଦ୍ୱିତୀୟ ବିନ୍ଦୁ ଉପରେ ପ୍ରଧାନମନ୍ତ୍ରୀ ମତ ରଖିଥିଲେ। ସେ କହିଥିଲେ, ଦେଶର ସେବା କରିବା କେବଳ ତାଙ୍କର ଇଚ୍ଛା ନୁହେଁ ବରଂ ହିନ୍ଦୁସ୍ତାନ ଟାଇମ୍ସ ମଧ୍ୟ ଚାହୁଁଛି ଯେ ସେ ଏହି ସେବା କରିବା ଜାରି ରଖିବା ଆବଶ୍ୟକ। ଏଥିପାଇଁ ପ୍ରଧାନମନ୍ତ୍ରୀ ବିଶେଷ ଭାବେ କୃତଜ୍ଞତା ପ୍ରକଟ କରିଥିଲେ।ସ୍କାଇରୁଟର ଇନଫିନିଟି କ୍ୟାମ୍ପସର ଉଦଘାଟନ ଅବସରରେ ଭିଡିଓ କନଫରେନ୍ସିଂ ଜରିଆରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
November 27th, 11:01 am
କ୍ୟାବିନେଟରେ ମୋର ସହଯୋଗୀ ଶ୍ରୀ ଜି. କିଶନ ରେଡ୍ଡୀ ଜୀ, ଆନ୍ଧ୍ର ପ୍ରଦେଶର ଶିଳ୍ପ ମନ୍ତ୍ରୀ ଶ୍ରୀ ଟି. ଜି. ଭରତ ଜୀ, ଇନ୍-ସ୍ପେସ୍ ର ଅଧ୍ୟକ୍ଷ ଶ୍ରୀ ପବନ ଗୋଏଙ୍କା ଜୀ, ସ୍କାଇରୁଟର ଟିମ୍, ଅନ୍ୟ ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତି, ମହିଳା ଓ ସଜ୍ଜନଗଣ!ହାଇଦ୍ରାବାଦରେ ସ୍କାଏରୁଟର ଇନଫିନିଟି କ୍ୟାମ୍ପସକୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
November 27th, 11:00 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ତେଲଙ୍ଗାନାର ହାଇଦ୍ରାବାଦରେ ସ୍କାଏରୁଟର ଇନଫିନିଟି କ୍ୟାମ୍ପସକୁ ଉଦଘାଟନ କରିଛନ୍ତି। ଏହି ଅବସରରେ ଉପସ୍ଥିତ ଜନତାଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ, ଆଜି ଦେଶର ମହାକାଶ କ୍ଷେତ୍ରରେ ଅଭୂତପୂର୍ବ ସୁଯୋଗ ସୃଷ୍ଟି ହୋଇଛି । ଭାରତର ମହାକାଶ ଇକୋସିଷ୍ଟମ ଘରୋଇ କ୍ଷେତ୍ରର ସମ୍ପୃକ୍ତି ସହ ଉଲ୍ଲେଖନୀୟ ପ୍ରଗତି ହାସଲ କରୁଛି। ସ୍କାଏରୁଟର ଇନଫିନିଟି କ୍ୟାମ୍ପସ ଭାରତର ନୂତନ ଚିନ୍ତାଧାରା, ନବସୃଜନ ଓ ଯୁବଶକ୍ତିକୁ ପ୍ରତିଫଳିତ କରେ ଏବଂ ଦେଶର ଯୁବପିଢ଼ିଙ୍କ ନବସୃଜନ, ବିପଦ ଗ୍ରହଣ କ୍ଷମତା ଓ ଉଦ୍ୟମିତା ନୂତନ ଉଚ୍ଚତାରେ ପହଞ୍ଚିବା ଉପରେ ଗୁରୁତ୍ୱାରୋପ କରିଥିଲେ। ଶ୍ରୀ ମୋଦୀ କହିଥିଲେ, ଆଜିର କାର୍ଯ୍ୟକ୍ରମ ଆଗାମୀ ସମୟରେ ବିଶ୍ୱ ଉପଗ୍ରହ ପ୍ରକ୍ଷେପଣ ଇକୋସିଷ୍ଟମରେ ଭାରତ କିପରି ଏକ ଅଗ୍ରଣୀ ରାଷ୍ଟ୍ର ଭାବରେ ଉଭା ହେବାକୁ ଯାଉଛି ତାହାର ପ୍ରତିଫଳନ। ପ୍ରଧାନମନ୍ତ୍ରୀ ଶ୍ରୀ ପବନ କୁମାର ଚନ୍ଦନା ଏବଂ ଶ୍ରୀ ନାଗା ଭରତ ଡାକାଙ୍କୁ ଶୁଭକାମନା ଜଣାଇଥିଲେ। ସେ କହିଥିଲେ ଯେ ଏହି ଦୁଇ ଯୁବ ଉଦ୍ୟୋଗୀ ଦେଶର ଅଗଣିତ ଯୁବ ମହାକାଶ ଉଦ୍ୟୋଗୀଙ୍କ ପାଇଁ ପ୍ରେରଣା। ଉଭୟ ନିଜ ଉପରେ ବିଶ୍ୱାସ କରିଥିଲେ, ସାହସିକ ପଦକ୍ଷେପ ନେବାକୁ ପଛଘୁଞ୍ଚା ଦେଇ ନଥିଲେ, ଏବଂ ଫଳସ୍ୱରୂପ ସମଗ୍ର ଦେଶ ଆଜି ସେମାନଙ୍କର ସଫଳତା ଦେଖୁଛି, ଦେଶ ସେମାନଙ୍କୁ ନେଇ ଗର୍ବିତ ଅନୁଭବ କରୁଛି ବୋଲି ସେ କହିଥିଲେ।ହାଇଦ୍ରାବାଦରେ ସଫ୍ରାନ ଏୟାରକ୍ରାଫ୍ଟ ଇଞ୍ଜିନ ସର୍ଭିସେସ୍ ଇଣ୍ଡିଆ ସୁବିଧାର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
November 26th, 10:10 am
ମୋ ପାଖରେ ସମୟ କମ ରହିଛି କାରଣ ମୋତେ ସଂସଦରେ ପହଞ୍ଚିବାକୁ ପଡିବ । ସେଠାରେ ରାଷ୍ଟ୍ରପତିଙ୍କ ସହ ଏକ ବୈଠକ ରହିଛି । ସେଥିପାଇଁ ଭାଷଣକୁ ଲମ୍ବା ନକରି କେବଳ କିଛି ବିନ୍ଦୁ ଉପରେ ମୁଁ ମୋ କଥାକୁ ସମାପନ କରିବି । ଆଜିଠାରୁ ଭାରତର ବେସାମରିକ ବିମାନ ଚଳାଚଳ କ୍ଷେତ୍ରର ଉନ୍ନତି ହେବ । ସଫ୍ରାନର ଏହି ନୂଆ ଉଦ୍ୟମ ଭାରତକୁ ଏକ ବୈଶ୍ୱିକ ଏମଆରଓ ହବରେ ପରିଣତ କରିପାରିଛି । ବିଶ୍ୱର ଏରୋସ୍ପେଶ ସେକ୍ଟରରେ ଏହି ଏମଆରଓ ସୁବିଧା ଯୁବକମାନଙ୍କ ଲାଗି ନୂଆ ସୁଯୋଗ ସୃଷ୍ଟି କରିବ । ୨୪ ନଭେମ୍ବର ୨୦୨୫ରେ ମୁଁ ସଫ୍ରାନ ବୋର୍ଡ ଓ ପରିଚାଳନା କମିଟିକୁ ସାକ୍ଷାତ କରିଥିଲି । ପୂର୍ବରୁ ବି ସାକ୍ଷାତ କରିଥିଲି । ପ୍ରତି ସାକ୍ଷାତରେ ଭାରତକୁ ନେଇ ସେମାନଙ୍କର ଆଶା ଓ ବିଶ୍ୱାସ ରହିଛି ବୋଲି ମୁଁ ଅନୁଭବ କଲି । ମୋର ବିଶ୍ୱାସ ରହିଛି ଯେ ଭାରତବର୍ଷରେ ସାଫ୍ରନର ପୁଞ୍ଜି ନିବେଶ ଆଗକୁ ବି ଜାରି ରହିବ । ଏହି ସୁବିଧା ପାଇଁ ଟିମ ସଫ୍ରାନକୁ ମୁଁ ହୃଦୟରୁ କୃତଜ୍ଞତା ଜ୍ଞାପନ କରୁଛି ।ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ହାଇଦ୍ରାବାଦରେ ସଫରାନ ଏୟାରକ୍ରାଫ୍ଟ ଇଞ୍ଜିନ ସର୍ଭିସେସ୍ ଇଣ୍ଡିଆ (ଏସ୍ଏଇଏସ୍ଆଇ) ସୁବିଧାର ଉଦଘାଟନ କରିଛନ୍ତି
November 26th, 10:00 am
୨୬.୧୧.୨୦୨୫ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରର ଜିଏମଆର ଏରୋସ୍ପେସ୍ ଏବଂ ଇଣ୍ଡଷ୍ଟ୍ରିଆଲ୍ ପାର୍କ – ଏସଇଜେଡରେ ଅବସ୍ଥିତ ସଫରାନ୍ ଏୟାରକ୍ରାଫ୍ଟ ଇଞ୍ଜିନ୍ ସର୍ଭିସେସ୍ ଇଣ୍ଡିଆ (ଏସଏଇଏସଆଇ) ସୁବିଧାକୁ ଉଦଘାଟନ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଆଲୋକପାତ କରି କହିଥିଲେ ଯେ, ଆଜିଠାରୁ ଭାରତର ବିମାନ ଚଳାଚଳ କ୍ଷେତ୍ର ଏକ ନୂତନ ଉଡ଼ାଣ ନେଉଛି। ସଫରାନର ନୂତନ ସୁବିଧା ଭାରତକୁ ଏକ ବିଶ୍ୱସ୍ତରୀୟ ମେଣ୍ଟେନାନ୍ସ, ରିପେୟାର ଏବଂ ଓଭରହଲ୍ (ଏମଆରଓ) ହବ୍ ଭାବରେ ପ୍ରତିଷ୍ଠା କରିବାରେ ସାହାଯ୍ୟ କରିବ। ପ୍ରଧାନମନ୍ତ୍ରୀ ରେଖାଙ୍କିତ କରିଥିଲେ ଯେ ଏହି ଏମଆରଓ ସୁବିଧା ଉଚ୍ଚ-ପ୍ରଯୁକ୍ତିବିଦ୍ୟା ମହାକାଶ କ୍ଷେତ୍ରରେ ଯୁବପିଢ଼ି ପାଇଁ ନୂତନ ସୁଯୋଗ ସୃଷ୍ଟି କରିବ। ସେ ମନେ ପକାଇଥିଲେ ଯେ, ସେ ୨୪ ନଭେମ୍ବରରେ ସଫରାନ ବୋର୍ଡ ଏବଂ ପରିଚାଳନାକୁ ଭେଟିଥିଲେ ଏବଂ ଉଲ୍ଲେଖ କରିଥିଲେ ଯେ ପୂର୍ବରୁ ମଧ୍ୟ ସେମାନଙ୍କ ସହିତ ପ୍ରତ୍ୟେକ ଆଲୋଚନାରେ ସେ ଭାରତ ସମ୍ପର୍କରେ ସେମାନଙ୍କର ଆତ୍ମବିଶ୍ୱାସ ଏବଂ ଆଶା ଦେଖିଥିଲେ। ସେ ଆଶା ପ୍ରକାଶ କରିଥିଲେ ଯେ ଭାରତରେ ସଫରାନ ର ନିବେଶ ସମାନ ଗତିରେ ଜାରି ରହିବ। ତାଙ୍କର ଶୁଭକାମନା ଜଣାଇ ପ୍ରଧାନମନ୍ତ୍ରୀ ଏହି ନୂତନ ସୁବିଧା ପାଇଁ ଟିମ୍ ସଫରାନକୁ ଅଭିନନ୍ଦନ ଜଣାଇଥିଲେ।The world acknowledges today that India possesses two infinite powers - Demography & Democracy: PM Modi
July 12th, 11:30 am
PM Modi addressed the Rozgar Mela and distributed appointment letters to newly appointed youth. He emphasized them that their common goal is national service, guided by the principle of Citizen First. The PM described the current phase as a Mahayagya of development, a national mission dedicated to poverty eradication and employment generation and called on the country’s youth to take this mission forward.ରୋଜଗାର ମେଳାକୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
July 12th, 11:00 am
ପ୍ରଧାନମନ୍ତ୍ରୀ ଭାରତର ଜନସଂଖ୍ୟାଗତ ଏବଂ ଗଣତାନ୍ତ୍ରିକ ଭିତ୍ତିଭୂମିର ଅତୁଳନୀୟ ଶକ୍ତି ଉପରେ ଆଲୋକପାତ କରିଥିଲେ। ସେ ଗୁରୁତ୍ୱାରୋପ କରିଥିଲେ ଯେ ବିଶ୍ୱର ସର୍ବାଧିକ ଯୁବ ଜନସଂଖ୍ୟା ଏବଂ ସର୍ବବୃହତ ଗଣତନ୍ତ୍ର ସହିତ, ଭାରତରେ ଘରୋଇ ଏବଂ ବିଶ୍ୱ ସ୍ତରରେ ଭବିଷ୍ୟତକୁ ଗଢ଼ିବାର ଅନନ୍ୟ ସମ୍ଭାବନା ରହିଛି। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ବିଶାଳ ଯୁବ ବାହିନୀ ଭାରତର ସର୍ବୋତ୍ତମ ସମ୍ପତ୍ତି ଏବଂ ସରକାର ଏହି ପୁଞ୍ଜିକୁ ଦୀର୍ଘକାଳୀନ ସମୃଦ୍ଧିର ଉତ୍ପ୍ରେରକରେ ପରିଣତ କରିବା ପାଇଁ ପ୍ରୟାସରେ ସ୍ଥିର ରହିଛି।Cabinet Approves RDI Scheme in Strategic and Sunrise Domains
July 01st, 04:59 pm
The Union Cabinet chaired by PM Modi has approved the Research Development and Innovation (RDI) Scheme with a corpus of Rs. One lakh Crore. It fosters self-reliance and global competitiveness in private sector thereby facilitating a conducive innovation ecosystem for the country as it marches towards Viksit Bharat at 2047.କେରଳର ତିରୁବନନ୍ତପୁରମଠାରେ ଭିଝିଞ୍ଜମ ଅନ୍ତର୍ଜାତୀୟ ବନ୍ଦରକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିବା ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳପାଠ
May 02nd, 02:06 pm
କେରଳର ରାଜ୍ୟପାଳ ରାଜେନ୍ଦ୍ର ଆର୍ଲେକର ଜୀ, ମୁଖ୍ୟମନ୍ତ୍ରୀ ଶ୍ରୀ ପି. ବିଜୟନ ଜୀ, କେନ୍ଦ୍ର କ୍ୟାବିନେଟରେ ମୋର ସହକର୍ମୀଗଣ, ମଞ୍ଚରେ ଉପସ୍ଥିତ ଅନ୍ୟ ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତିଗଣ, ଏବଂ କେରଳର ମୋର ଭାଇ ଓ ଭଉଣୀମାନେ।କେରଳରେ ୮୮୦୦ କୋଟି ଟଙ୍କା ମୂଲ୍ୟର ଭିଜିଞ୍ଜାମ ଅନ୍ତର୍ଜାତୀୟ ବନ୍ଦରକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
May 02nd, 01:16 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କେରଳର ତିରୁଅନନ୍ତପୁରମରେ ୮,୮୦୦ କୋଟି ଟଙ୍କା ମୂଲ୍ୟର ଭିଜିଞ୍ଜାମ ଅନ୍ତର୍ଜାତୀୟ ଗଭୀର ଜଳ ବହୁମୁଖୀ ବନ୍ଦରକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ଭଗବାନ ଆଦି ଶଙ୍କରାଚାର୍ଯ୍ୟଙ୍କ ଜନ୍ମବାର୍ଷିକୀର ପବିତ୍ର ଅବସରରେ ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ତିନି ବର୍ଷ ପୂର୍ବେ ସେପ୍ଟେମ୍ବର ମାସରେ, ସେ ଆଦି ଶଙ୍କରାଚାର୍ଯ୍ୟଙ୍କ ପୂଜ୍ୟ ଜନ୍ମସ୍ଥାନ ପରିଦର୍ଶନ କରିବାର ସୌଭାଗ୍ୟ ଲାଭ କରିଥିଲେ। ତାଙ୍କ ସଂସଦୀୟ କ୍ଷେତ୍ର କାଶୀର ବିଶ୍ୱନାଥ ଧାମ ପରିସରରେ ଆଦି ଶଙ୍କରାଚାର୍ଯ୍ୟଙ୍କ ଏକ ବିଶାଳ ପ୍ରତିମୂର୍ତ୍ତି ପ୍ରତିଷ୍ଠିତ ହୋଇଥିବାରୁ ସେ ଆନନ୍ଦ ପ୍ରକାଶ କରିଥିଲେ। ଏହି ପ୍ରତିଷ୍ଠାନ ଆଦି ଶଙ୍କରାଚାର୍ଯ୍ୟଙ୍କ ବ୍ୟାପକ ଆଧ୍ୟାତ୍ମିକ ଜ୍ଞାନ ଏବଂ ଶିକ୍ଷା ପ୍ରତି ଏକ ଶ୍ରଦ୍ଧାଞ୍ଜଳିର ସ୍ୱରୂପ ବୋଲି ସେ ଗୁରୁତ୍ୱାରୋପ କରିଥିଲେ। ସେ ଆହୁରି ମଧ୍ୟ ଉଲ୍ଲେଖ କରିଥିଲେ ଯେ ତାଙ୍କୁ ଉତ୍ତରାଖଣ୍ଡର ପବିତ୍ର କେଦାରନାଥ ଧାମରେ ଆଦି ଶଙ୍କରାଚାର୍ଯ୍ୟଙ୍କ ଦିବ୍ୟ ପ୍ରତିମା ଉନ୍ମୋଚନ କରିବାର ଗୌରବ ମଧ୍ୟ ମିଳିଥିଲା। ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଆଜି ଆଉ ଏକ ସ୍ୱତନ୍ତ୍ର ଅବସର, କାରଣ ଆଜି କେଦାରନାଥ ମନ୍ଦିରର ଦ୍ୱାର ଭକ୍ତମାନଙ୍କ ପାଇଁ ଖୋଲାଯାଇଛି। କେରଳରୁ ଜନ୍ମିତ ଆଦି ଶଙ୍କରାଚାର୍ଯ୍ୟ ଦେଶର ବିଭିନ୍ନ କୋଣରେ ମଠ ପ୍ରତିଷ୍ଠା କରିଥିଲେ, ଯାହା ଦ୍ୱାରା ଜାତୀୟ ଚେତନା ଜାଗ୍ରତ ହୋଇଥିଲା ବୋଲି ପ୍ରଧାନମନ୍ତ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ। ସେ କହିଥିଲେ, ଆଦି ଶଙ୍କରଙ୍କ ପ୍ରୟାସ ଏକ ସୁସଂହତ ଏବଂ ଆଧ୍ୟାତ୍ମିକ ଭାବରେ ପ୍ରବୁଦ୍ଧ ଭାରତ ପାଇଁ ମୂଳଦୁଆ ସ୍ଥାପନ କରିଥିଲା।ମାର୍ଚ୍ଚ ୪ରେ ତିନୋଟି ବଜେଟ ପରବର୍ତ୍ତୀ ୱେବିନାରରେ ଯୋଗଦେବେ ପ୍ରଧାନମନ୍ତ୍ରୀ
March 03rd, 09:43 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମାର୍ଚ୍ଚ ୪ ତାରିଖ ପ୍ରାୟ ୧୨ ଟା ୩୦ରେ ଭିଡିଓ କନଫରେନ୍ସିଂ ଯୋଗେ ତିନୋଟି ବଜେଟ ପରବର୍ତ୍ତୀ ୱେବିନାରରେ ଅଂଶ ଗ୍ରହଣ କରିବେ । ଏହି ୱେବିନାର ଗୁଡ଼ିକ ଅଭିବୃଦ୍ଧିର ଇଞ୍ଜିନ ଏମଏସଏମଇ, ଉତ୍ପାଦନ, ରପ୍ତାନୀ ଏବଂ ନ୍ୟୁକ୍ଲିଅର ଏନର୍ଜି ମିସନ, ନିୟାମକ, ନିବେଶ ଏବଂ ଇଜ ଅଫ ଡୁଇଙ୍ଗ ବିଜିନେସ ସଂସ୍କାର ଆଦି ପ୍ରସଙ୍ଗରେ ଅନୁଷ୍ଠିତ ହେବ । ଏହି ଅବସରରେ ସମାବେଶକୁ ମଧ୍ୟ ଶ୍ରୀ ମୋଦୀ ସମ୍ବୋଧିତ କରିବେ ।ଇ. ଟି. ନାଓ ବୈଶ୍ୱିକ ବ୍ୟବସାୟ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
February 15th, 08:30 pm
ଶେଷ ଥର ଯେତେବେଳେ ମୁଁ ଇ. ଟି. ଶିଖର ସମ୍ମିଳନୀକୁ ଆସିଥିଲି, ସେତେବେଳେ ନିର୍ବାଚନ ହେବାକୁ ଯାଉଥିଲା। ଏବଂ ସେହି ସମୟରେ, ମୁଁ ଆପଣମାନଙ୍କ ମଧ୍ୟରେ ସମ୍ପୂର୍ଣ୍ଣ ବିନମ୍ରତାର ସହ କହିଥିଲି ଯେ ଆମର ତୃତୀୟ କାର୍ଯ୍ୟକାଳରେ ଭାରତ ଏକ ନୂତନ ଗତିରେ କାର୍ଯ୍ୟ କରିବ। ମୁଁ ସନ୍ତୁଷ୍ଟ ଯେ ଏହି ଗତି ଆଜି ଦୃଶ୍ୟମାନ ହେଉଛି ଏବଂ ଦେଶ ମଧ୍ୟ ଏହାକୁ ସମର୍ଥନ କରୁଛି। ନୂଆ ସରକାର ଗଠନ ହେବା ପରେ ବି. ଜେ. ପି.- ଏନ୍. ଡି. ଏ. କୁ ଦେଶର ଅନେକ ରାଜ୍ୟରେ ଲୋକଙ୍କ ଆଶୀର୍ବାଦ ମିଳିବା ଜାରି ରହିଛି। ଜୁନ ମାସରେ ଓଡ଼ିଶାର ଲୋକମାନେ ବିକଶିତ ଭାରତର ସଂକଳ୍ପକୁ ଗତି ଦେଇଥିଲେ, ପୁଣି ହରିୟାଣାର ଲୋକମାନେ ସମର୍ଥନ କରିଥିଲେ ଏବଂ ଏବେ ଦିଲ୍ଲୀର ଲୋକମାନେ ଆମକୁ ସମ୍ପୂର୍ଣ୍ଣ ସମର୍ଥନ ଦେଇଛନ୍ତି। ଏକ ବିକଶିତ ଭାରତର ଲକ୍ଷ୍ୟ ପାଇଁ ଦେଶର ଲୋକମାନେ ଆଜି କିପରି କାନ୍ଧରେ କାନ୍ଧ ମିଶାଇ ଚାଲିଛନ୍ତି, ଏହା ତାହାର ଏକ ସ୍ୱୀକୃତି।ଇଟି ନାଓ ଗ୍ଲୋବାଲ ବିଜିନେସ ସମିଟ ୨୦୨୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭାଭାଷଣ
February 15th, 08:00 pm
ଶନିବାର ଦିନ ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଥିବା ଇଟି ନାଓଗ୍ଲୋବାଲ ବିଜିନେସ ସମିଟ ୨୦୨୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀ ଅଂଶଗ୍ରହଣ କରିଥିଲେ । ତୃତୀୟ ପାଳିରେ ଭାରତବର୍ଷଏକ ବିକାଶମ୍ନୁଖୀ ଦିଗରେ ଗତି କରୁଥିବ ବୋଲି ପୂର୍ବ ଇଟିସିମିଟରେ ସେ କହିଥିବା ପ୍ରଧାନମନ୍ତ୍ରୀ ମନେ ପକାଇଥିଲେ ।ବିକଶିତ ଭାରତ ହେବା ଲକ୍ଷ୍ୟରେ ଅନନ୍ୟ ଯୋଗଦାନଦେଇଥିବା ଓଡିଶା, ମହାରାଷ୍ଟ୍ର, ହରିୟାଣା ଓ ନୂଆଦିଲ୍ଲୀଅଧିବାସୀଙ୍କୁ ଅଶେଷ କୃତଜ୍ଞତା ଜ୍ଞାପନ କରିଥିଲେ । ଏକବିକଶିତ ଭାରତ ଲକ୍ଷ୍ୟରେ ଏହି ଦେଶର ନାଗରିକମାନେକାନ୍ଧକୁ କାନ୍ଧ ମିଳାଇ କାମ କରୁଥିବା ପ୍ରଧାନମନ୍ତ୍ରୀ ଉଲ୍ଲେଖକରିଥିଲେ ।ଇଣ୍ଡୋନେସିଆ ରାଷ୍ଟ୍ରପତିଙ୍କ ସହ ମିଳିତ ସାମ୍ବାଦିକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
January 25th, 01:00 pm
ଭାରତର ପ୍ରଥମ ସାଧାରଣତନ୍ତ୍ର ଦିବସରେ ଇଣ୍ଡୋନେସିଆ ମୁଖ୍ୟ ଅତିଥି ଥିଲା ଏବଂ ଏହା ଆମ ପାଇଁ ଅତ୍ୟନ୍ତ ଗର୍ବର ବିଷୟ ଯେ, ଆମେ ଆମର ୭୫ତମ ସାଧାରଣତନ୍ତ୍ର ଦିବସ ପାଳନ କରୁଥିବା ବେଳେ, ପୁଣି ଥରେ ଇଣ୍ଡୋନେସିଆ ଏହି ଗୁରୁତ୍ୱପୂର୍ଣ୍ଣ ଅବସରର ଏକ ଅଂଶ ଭାବରେ ରହିଛି । ଏହି ଅବସରରେ ମୁଁ ରାଷ୍ଟ୍ରପତି ପ୍ରବୋଓଙ୍କୁ ଭାରତରେ ସ୍ୱାଗତ କରୁଛି ।ପିକ୍ସେଲସ୍ପେସ ଦ୍ୱାରା ଭାରତର ପ୍ରଥମ ନିଜସ୍ୱ ଉପଗ୍ରହ ସମୂହ ଭାରତୀୟ ଯୁବଶକ୍ତିର ଅସାଧାରଣ ପ୍ରତିଭାକୁ ଦର୍ଶାଉଛି: ପ୍ରଧାନମନ୍ତ୍ରୀ
January 17th, 05:30 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି କି,ପିକ୍ସେଲସ୍ପେସ ଦ୍ୱାରା ଭାରତର ପ୍ରଥମ ନିଜସ୍ୱ ଉପଗ୍ରହ ସମୂହ ଭାରତୀୟ ଯୁବଶକ୍ତିର ଅସାଧାରଣ ପ୍ରତିଭାକୁ ଦର୍ଶାଉଛି । ଶ୍ରୀ ମୋଦୀ କହିଛନ୍ତି, ଏହା ଅନ୍ତରୀକ୍ଷ ଉଦ୍ୟୋଗରେ ଆମର ଘରୋଇ କ୍ଷେତ୍ର ପରିବ୍ୟାପ୍ତର ଦକ୍ଷତାକୁ ଦର୍ଶାଉଛି ।ମିଳିତ ତଥ୍ୟ ପତ୍ର: ଯୁକ୍ତରାଷ୍ଟ୍ର ଆମେରିକା ଏବଂ ଭାରତ ମଧ୍ୟରେ ବ୍ୟାପକ ଏବଂ ବୈଶ୍ୱିକ ରଣନୈତିକ ଭାଗିଦାରୀକୁ ବିସ୍ତାର ଉପକ୍ରମ ଜାରି ରଖିବ ଆମେରିକା
September 22nd, 12:00 pm
ଆଜି ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଯୋଶେଫ୍ ଆର ବାଇଡେନ୍ ଏବଂ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୃଢ଼ୋକ୍ତି ବ୍ୟକ୍ତ କରି କହିଛନ୍ତି ଯେ ଏକବିଂଶ ଶତାବ୍ଦୀର ନିର୍ଣ୍ଣାୟକ ଭାଗିଦାରୀ, ଆମେରିକା ଏବଂ ଭାରତ ମଧ୍ୟରେ ବ୍ୟାପକ ବୈଶ୍ୱିକ ଏବଂ ରଣନୈତିକ ଭାଗିଦାରୀ ନିର୍ଣ୍ଣାୟକ ଭାବରେ ବିଶ୍ୱ ସ୍ୱାର୍ଥରକ୍ଷା ନିମନ୍ତେ ଥିବା ଏକ ମହତ୍ତ୍ୱାକାଂକ୍ଷୀ କାର୍ଯ୍ୟସୂଚୀକୁ ପୂରଣ କରୁଛି । ଉଭୟ ନେତା ସେହି ଐତିହାସିକ କାଳଖଣ୍ଡ ସମ୍ପର୍କରେ ପ୍ରତିଫଳିତ କରିଥିଲେ ଯେତେବେଳେ ଯୁକ୍ତରାଷ୍ଟ୍ର ଆମେରିକା ଏବଂ ଭାରତ ମଧ୍ୟରେ ବିଶ୍ୱାସ ଏବଂ ସହଯୋଗର ଏକ ଅଭୂତପୂର୍ବ ପର୍ଯ୍ୟାୟରେ ରହିଥିଲା । ଗଣତନ୍ତ୍ର, ସ୍ୱାଧୀନତା, ଆଇନର ଶାସନ, ମାନବିକ ଅଧିକାର, ବିବିଧତା ଏବଂ ସମସ୍ତଙ୍କ ପାଇଁ ସମାନ ସୁଯୋଗ ବଜାୟ ରଖିବା ଦିଗରେ ଆମେରିକା ଏବଂ ଭାରତ ଭାଗିଦାରୀ ପ୍ରୟାସକୁ ଗୁରୁତ୍ୱ ଦେବା ଉଚିତ ବୋଲି ଉଭୟ ନେତା ପ୍ରତିବଦ୍ଧତା ପ୍ରକଟ କରିଛନ୍ତି । ଉଭୟ ନେତା ଆମେରିକା-ଭାରତ ପ୍ରମୁଖ ପ୍ରତିରକ୍ଷା ସହଭାଗୀତାକୁ ବିଶ୍ୱ ନିରାପତ୍ତା ଏବଂ ଶାନ୍ତିର ସ୍ତମ୍ଭରେ ପରିଣତ କରିଥିବା ଅଗ୍ରଗତିକୁ ଭୂୟସୀ ପ୍ରଶଂସା କରିଥିଲେ ଏବଂ ପ୍ରତିରକ୍ଷା ଶିଳ୍ପରେ ପରିଚାଳନା ସମନ୍ୱୟ, ସୂଚନା ଆଦାନ ପ୍ରଦାନ ଏବଂ ନବସୃଜନ ବୃଦ୍ଧିର ଲାଭ ଉପରେ ଆଲୋକପାତ କରିଥିଲେ । ରାଷ୍ଟ୍ରପତି ଯୋଶେଫ ଆର ବାଇଡେନ୍ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଶା ଓ ଦୃଢ଼ ବିଶ୍ୱାସ ବ୍ୟକ୍ତ କରି କହିଛନ୍ତି ଯେ ଆମର ଜନସାଧାରଣ, ଆମର ବେସାମରିକ ଏବଂ ବେସରକାରୀ କ୍ଷେତ୍ର ଏବଂ ଆମ ସରକାରଙ୍କ ନିବିଡ଼ ସମ୍ପର୍କକୁ ସୁଦୃଢ଼ କରିବା ପାଇଁ ଅକ୍ଳାନ୍ତ ପ୍ରୟାସ ଆଗାମୀ ଦଶନ୍ଧିରେ ଆମେରିକା-ଭାରତ ଭାଗିଦାରୀକୁ ଆହୁରି ଅଧିକ ଉଚ୍ଚତାକୁ ନେଇଯିବ ।ପ୍ରଥମ ଅନ୍ତରାଷ୍ଟ୍ରୀୟ ସୌର ଉତ୍ସବ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାର୍ତ୍ତା
September 05th, 11:00 am
ସମ୍ମାନାସ୍ପଦ ପ୍ରତିନିଧିବୃନ୍ଦ, ବିଶିଷ୍ଟ ଅତିଥିଗଣ ଏବଂ ମୋର ପ୍ରିୟ ବନ୍ଧୁଗଣ, ଆପଣମାନଙ୍କୁ ସମସ୍ତଙ୍କୁ ମୁଁ ମୋର ଭବ୍ୟ ସ୍ୱାଗତ ଜ୍ଞାପନ କରୁଛି । ମୁଁ ଆପଣମାନଙ୍କ ପ୍ରଥମ ଅନ୍ତରାଷ୍ଟ୍ରୀୟ ସୌର ଉତ୍ସବକୁ ସ୍ୱାଗତ କରିବା ଅବସରରେ ଖୁବ୍ ଆନନ୍ଦ ଅନୁଭବ କରୁଛି । ଏଭଳି ଏକ ଅଭିନବ ଉପକ୍ରମ ନିମନ୍ତେ ମୁଁ ଅନ୍ତରାଷ୍ଟ୍ରୀୟ ସୌର ସଂଗଠନକୁ ମଧ୍ୟ ଅଭିନନ୍ଦନ ଜଣାଉଛି ।