ୟୁନେସ୍କୋ ବିଶ୍ୱ ଐତିହ୍ୟ ପ୍ରାମ୍ବାନାନ ମନ୍ଦିର ପରିସର ପରିଦର୍ଶନ କଲେ ପ୍ରଧାନମନ୍ତ୍ରୀ
July 08th, 01:46 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଯୋଗ୍ୟାକର୍ତ୍ତାଠାରେ ଅବସ୍ଥିତ ୟୁନେସ୍କୋ ବିଶ୍ୱ ଐତିହ୍ୟ ସ୍ଥଳୀ ‘ପ୍ରାମ୍ବାନାନ ମନ୍ଦିର ପରିସର’ ପରିଦର୍ଶନ କରିଥିଲେ। ଏକ ସ୍ୱତନ୍ତ୍ର ସୌଜନ୍ୟ ପଦକ୍ଷେପ ସ୍ୱରୂପ ଇଣ୍ଡୋନେସିଆର ରାଷ୍ଟ୍ରପତି ମହାମହିମ ଶ୍ରୀ ପ୍ରବୋୱୋ ସୁବିଆଣ୍ଟୋ ପ୍ରଧାନମନ୍ତ୍ରୀଙ୍କ ସହ ଏହି ମନ୍ଦିର ପରିଦର୍ଶନରେ ସାମିଲ ହୋଇଥିଲେ। ଉଭୟ ନେତା ମନ୍ଦିର ପରିସରରେ ଭାରତୀୟ ପୁରାତତ୍ତ୍ୱ ସର୍ବେକ୍ଷଣ (ଏଏସଆଇ) ପକ୍ଷରୁ ସଂରକ୍ଷଣ ଓ ପୁନରୁଦ୍ଧାର ପ୍ରକଳ୍ପର ଶୁଭାରମ୍ଭକୁ ଚିହ୍ନିତ କରୁଥିବା ଏକ ଫଳକର ଉନ୍ମୋଚନ କରିଥିଲେ।India and Indonesia are connected not only by our history but also by a shared future: PM Modi at community programme in Jakarta
July 07th, 11:47 pm
Addressing the Indian community in Jakarta, PM Modi thanked the diaspora for their warm welcome and praised their contribution to Indonesia's progress and their role as a living bridge between the two nations. He spoke about India's rapid transformation and called upon the community to contribute towards the shared aspirations of Viksit Bharat 2047 and Indonesia Emas 2045.ଜାକର୍ତ୍ତାରେ ପ୍ରବାସୀ ଭାରତୀୟଙ୍କୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ
July 07th, 05:30 pm
ସମାବେଶକୁ ସମ୍ବୋଧିତ କରି, ପ୍ରଧାନମନ୍ତ୍ରୀ ଏପରି ଭବ୍ୟ ସ୍ୱାଗତ ପାଇଁ ସମ୍ପ୍ରଦାୟକୁ ଧନ୍ୟବାଦ ଜଣାଇଥିଲେ । ରାଷ୍ଟ୍ରପତି ପ୍ରବୋୱୋଙ୍କ ଉପସ୍ଥିତି ପାଇଁ କୃତଜ୍ଞତା ପ୍ରକାଶ କରି, ପ୍ରଧାନମନ୍ତ୍ରୀ ତାଙ୍କୁ ଜଣେ ମହାନ ନେତା ଏବଂ ଭାରତର ଜଣେ ପ୍ରକୃତ ବନ୍ଧୁ ବୋଲି କହିଥିଲେ । ସେ ଇଣ୍ଡୋନେସିଆର ପ୍ରଗତି ଏବଂ ସମୃଦ୍ଧିରେ ଅବଦାନ ଏବଂ ଦୁଇ ଦେଶ ମଧ୍ୟରେ ବନ୍ଧୁତାର ଏକ ଜୀବନ୍ତ ସେତୁ ଭାବରେ କାର୍ଯ୍ୟ କରିବା ପାଇଁ ପ୍ରବାସୀ ଭାରତୀୟମାନଙ୍କର ପ୍ରଶଂସା କରିଥିଲେ । ସେ ପାରସ୍ପରିକ ବିଶ୍ୱାସ, ସମାନ ଐତିହ୍ୟ ଏବଂ ସାମୁଦ୍ରିକ ସଂଯୋଗ ଉପରେ ଆଧାରିତ ଇଣ୍ଡୋନେସିଆ ସହିତ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ଗଭୀର କରିବା ପାଇଁ ଭାରତର ଦୃଢ଼ ପ୍ରତିବଦ୍ଧତାକୁ ଦୋହରାଇଥିଲେ । ଦୁଇ ଦେଶ ମଧ୍ୟରେ ପ୍ରାଚୀନ ସଭ୍ୟତାଗତ ସଂଯୋଗ ଉପରେ ଆଲୋକପାତ କରି, ସେ କହିଥିଲେ ଯେ, ବାଲିଯାତ୍ରା, ଭେସାକ ତୀର୍ଥଯାତ୍ରା ଏବଂ ନାଳନ୍ଦା ବିଶ୍ୱବିଦ୍ୟାଳୟ ମାଧ୍ୟମରେ ଆଧୁନିକ ସମୟ ଭଳି ପରମ୍ପରା ବିବିଧ ଏବଂ ସ୍ପନ୍ଦନଶୀଳ ଲୋକସମ୍ପର୍କକୁ ପୋଷଣ କରିଆସୁଛି ।India-Indonesia Joint Statement on the State Visit by Prime Minister of India to Indonesia
July 07th, 05:15 pm
At the invitation of Indonesian President Prabowo Subianto, PM Modi is on a State Visit to Indonesia from 6-8 July 2026. PM Modi's visit reflects the shared commitment of the two leaders to achieve a substantial upward trajectory in the India-Indonesia Comprehensive Strategic Partnership. The two leaders held discussions at Istana Merdeka in Jakarta, covering the full spectrum of bilateral relations.ଇଣ୍ଡୋନେସିଆ ସଂସଦରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
July 07th, 03:15 pm
ଆଜି ସକାଳେ, ମୁଁ ଇଣ୍ଡୋନେସିଆର ସର୍ବୋଚ୍ଚ ସମ୍ମାନ ପାଇବାର ସୌଭାଗ୍ୟ ମଧ୍ୟ ପାଇଲି। ମୁଁ ଲକ୍ଷ ଲକ୍ଷ ଭାରତୀୟଙ୍କ ପ୍ରତି ଇଣ୍ଡୋନେସିଆ ଲୋକଙ୍କ ସ୍ନେହକୁ ହୃଦୟର ସହିତ ଗ୍ରହଣ କରୁଛି। ଏହି ସମ୍ମାନ ଆମ ଉଭୟ ଦେଶର ଗଣତାନ୍ତ୍ରିକ ମୂଲ୍ୟବୋଧ, ଆମର ସହଭାଗୀ ଐତିହ୍ୟ ଏବଂ ଆମର ସୁଦୃଢ଼ ସମ୍ପର୍କର ପ୍ରମାଣ। ମୁଁ ଆପଣ ସମସ୍ତଙ୍କୁ, ରାଷ୍ଟ୍ରପତି ପ୍ରବୋଓଙ୍କୁ, ଇଣ୍ଡୋନେସିଆ ସରକାର ଏବଂ ଏହାର ଜନସାଧାରଣଙ୍କୁ ମୋର ହୃଦୟର କୃତଜ୍ଞତା ଜଣାଉଛି।Prime Minister addresses the Parliament of Indonesia
July 07th, 03:00 pm
Addressing the Parliament of Indonesia in Jakarta, PM Modi spoke about the deep civilisational and democratic ties between India and Indonesia. He also highlighted their maritime partnership, proposed the Ganga-Mahakam Vision and called for closer cooperation across development, security and the Global South, while reaffirming a free, open, inclusive and rules-based Indo-Pacific.ଇଣ୍ଡୋନେସିଆ ରାଷ୍ଟ୍ରପତିଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଦ୍ୱିପାକ୍ଷିକ ଆଲୋଚନା
July 07th, 02:51 pm
ନୂଆଦିଲ୍ଲୀ: ଇଣ୍ଡୋନେସିଆ ଗସ୍ତର ଏକ ଅଂଶ ସ୍ୱରୂପ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆଜି ଇସ୍ତାନା ମେରଡେକା (ଇଣ୍ଡୋନେସିଆର ରାଷ୍ଟ୍ରପତି ଭବନ) ଠାରେ ଇଣ୍ଡୋନେସିଆ ଗଣରାଜ୍ୟର ରାଷ୍ଟ୍ରପତି ମହାମହିମ ଶ୍ରୀ ପ୍ରବୋୱୋ ସୁବିଆନ୍ତୋଙ୍କ ଦ୍ୱାରା ସ୍ନେହପୂର୍ଣ୍ଣ ସ୍ୱାଗତ କରାଯାଇଥିଲା ଏବଂ ଏକ ଔପଚାରିକ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଭାରତର ୭୬ତମ ଗଣତନ୍ତ୍ର ଦିବସ ପାଳନର ମୁଖ୍ୟ ଅତିଥି ଭାବେ ଜାନୁଆରୀ ୨୦୨୫ରେ ରାଷ୍ଟ୍ରପତି ପ୍ରବୋୱୋଙ୍କ ଭାରତ ଗସ୍ତ ପରଠାରୁ ଦୁଇ ନେତାଙ୍କ ମଧ୍ୟରେ ଏହା ପ୍ରଥମ ସାକ୍ଷାତ ଥିଲା।ଇଣ୍ଡୋନେସିଆ ରାଷ୍ଟ୍ରପତିଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ମିଳିତ ପ୍ରେସ ବିବୃତ୍ତି
July 07th, 11:21 am
ଆଜି ସକାଳେ, ମୋତେ ଅତ୍ୟନ୍ତ ଆନ୍ତରିକ ସ୍ନେହ ଓ ସମ୍ମାନର ସହିତ ଇଣ୍ଡୋନେସିଆର ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନିତ କରାଯାଇଛି। ଏହି ସମ୍ମାନ କୋଟି କୋଟି ଭାରତବାସୀଙ୍କର ସମ୍ମାନ। ଏହା ଇଣ୍ଡୋନେସିଆର ଜନସାଧାରଣଙ୍କ ସ୍ନେହ ଓ ଭାବନାର ପ୍ରତୀକ। ଏହି ସମ୍ମାନ ପାଇଁ ମୁଁ, ରାଷ୍ଟ୍ରପତି ପ୍ରବୋଓ, ଇଣ୍ଡୋନେସିଆର ସରକାର ଏବଂ ଏଠାକାର ଜନସାଧାରଣଙ୍କୁ ହୃଦୟର ସହ ଧନ୍ୟବାଦ ଜଣାଉଛି।ଜାକର୍ତ୍ତାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦୀ
July 06th, 05:03 pm
ପ୍ରଧାନମନ୍ତ୍ରୀ ମୋଦୀ ଇଣ୍ଡୋନେସିଆର ଜାକର୍ତ୍ତାରେ ପହଞ୍ଚିଛନ୍ତି। ରାଷ୍ଟ୍ରପତି ପ୍ରାବୋଭୋ ସୁବିଆନ୍ତୋ ବିମାନ ବନ୍ଦରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସ୍ୱାଗତ କରିଥିଲେ ।ଇଣ୍ଡୋନେସିଆ, ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲ୍ୟାଣ୍ଡ ତ୍ରିଦେଶୀୟ ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ପ୍ରସ୍ଥାନ ବିବୃତ୍ତି
July 06th, 09:00 am
ଇଣ୍ଡୋନେସିଆର ରାଷ୍ଟ୍ରପତି ଶ୍ରୀ ପ୍ରବୋବୋ ସୁବିଆନ୍ତୋଙ୍କ ନିମନ୍ତ୍ରଣରେ, ମୁଁ ୬-୮ ଜୁଲାଇ ପର୍ଯ୍ୟନ୍ତ ଇଣ୍ଡୋନେସିଆ ଗସ୍ତ କରିବି । ୨୦୧୮ରେ ମୋର ପ୍ରଥମ ଇଣ୍ଡୋନେସିଆ ଗସ୍ତ ସମୟରେ ଭାରତ ଏବଂ ଇଣ୍ଡୋନେସିଆ ଦ୍ୱିପାକ୍ଷିକ ସମ୍ପର୍କକୁ ଏକ ବ୍ୟାପକ ରଣନୈତିକ ସହଭାଗୀତା ସ୍ତରକୁ ଉନ୍ନୀତ କରିଥିଲେ । ଆମର ସମ୍ପର୍କର ଉନ୍ନତି ପରେ ଏହା ମୋର ପ୍ରଥମ ଦ୍ୱିପାକ୍ଷିକ ଗସ୍ତ ହେବ । ଏହି ଗସ୍ତ ରାଷ୍ଟ୍ରପତି ପ୍ରବୋୱୋଙ୍କ ସରକାରୀ ଗସ୍ତ ପରେ ହେଉଛି, ଯିଏ ୨୬ ଜାନୁଆରୀ ୨୦୨୫ରେ ଆମର ଗଣତନ୍ତ୍ର ଦିବସ ସମାରୋହରେ ମୁଖ୍ୟ ଅତିଥି ଥିଲେ । ଭାରତ ଏବଂ ଇଣ୍ଡୋନେସିଆ ମଧ୍ୟରେ ଦୃଢ଼ ସଭ୍ୟତାଗତ ଏବଂ ଲୋକସମ୍ପର୍କ ରହିଛି ଏବଂ ମୋର ଗସ୍ତ ଆମର ବହୁମୁଖୀ ସହଭାଗୀତାର ସମସ୍ତ ଦିଗକୁ ଆହୁରି ମଜବୁତ କରିବ । ଏହି ଗସ୍ତ ସମୟରେ, ମୁଁ ଇଣ୍ଡୋନେସିଆରେ ଥିବା ପ୍ରବାସୀ ଭାରତୀୟମାନଙ୍କ ସହିତ ମଧ୍ୟ ଆଲୋଚନା କରିବି ଏବଂ ରାଷ୍ଟ୍ରପତି ପ୍ରବୋବୋଙ୍କ ସହିତ ୟୋଗ୍ୟକର୍ତ୍ତାରେ ପ୍ରମ୍ବାନନ ମନ୍ଦିର ପରିଦର୍ଶନ କରିବି, ଯାହା ଆମର ଘନିଷ୍ଠ ସାଂସ୍କୃତିକ ସମ୍ପର୍କର ଆଉ ଏକ ଉଲ୍ଲେଖନୀୟ ପ୍ରମାଣ ।ପ୍ରଧାନମନ୍ତ୍ରୀଙ୍କ ଇଣ୍ଡୋନେସିଆ, ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ଗସ୍ତ
July 03rd, 08:42 pm
ଇଣ୍ଡୋନେସିଆର ରାଷ୍ଟ୍ରପତି ଶ୍ରୀ ପ୍ରବୋବୋ ସୁବିୟାନ୍ତୋଙ୍କ ନିମନ୍ତ୍ରଣ କ୍ରମେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୬-୮ ଜୁଲାଇ, ୨୦୨୬ରେ ଇଣ୍ଡୋନେସିଆ ଗସ୍ତ କରିବେ। ପ୍ରଧାନମନ୍ତ୍ରୀଙ୍କର ଏହା ଚତୁର୍ଥ ଇଣ୍ଡୋନେସିଆ ଗସ୍ତ ହେବ ଏବଂ ମେ’ ୨୦୧୮ ରେ ଭାରତ-ଇଣ୍ଡୋନେସିଆ ସମ୍ପର୍କ 'ବ୍ୟାପକ ରଣନୀତିକ ସହଭାଗିତା' ସ୍ତରକୁ ଉନ୍ନୀତ ହେବା ପରେ ଏହା ତାଙ୍କର ପ୍ରଥମ ଦ୍ୱିପାକ୍ଷିକ ଗସ୍ତ ହେବ। ଏହି ଗସ୍ତ କାଳରେ ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି ପ୍ରବୋବୋଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ ଏବଂ ଏହି ସହଭାଗିତା ଅଧିନରେ ହୋଇଥିବା ପ୍ରଗତିର ସମୀକ୍ଷା କରିବେ। ଜାକର୍ତ୍ତାଠାରେ ପ୍ରଧାନମନ୍ତ୍ରୀ ପ୍ରବାସୀ ଭାରତୀୟଙ୍କ ଏକ ବିଶାଳ ସମାବେଶକୁ ସମ୍ବୋଧିତ କରିବେ। ଭାରତ ଏବଂ ଇଣ୍ଡୋନେସିଆ ମଧ୍ୟରେ ଐତିହାସିକ ତଥା ସୌହାର୍ଦ୍ଦ୍ୟପୂର୍ଣ୍ଣ ଜନ-ସମ୍ପର୍କ ରହିଛି। ଏହି ବିଶେଷ ସମ୍ପର୍କକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ଇଣ୍ଡୋନେସିଆର ଏକ ପ୍ରମୁଖ ୟୁନେସ୍କୋ ବିଶ୍ୱ ଐତିହ୍ୟ ସ୍ଥଳ ଯୋଗ୍ୟାକର୍ତ୍ତାସ୍ଥିତ 'ପ୍ରାମ୍ବନନ ମନ୍ଦିର' ପରିସର ପରିଦର୍ଶନ କରିବେ।ଇଣ୍ଡୋନେସିଆର ଜାକର୍ତ୍ତାଠାରେ ଶ୍ରୀ ସନାତନ ଧର୍ମ ଆଲାୟମର ମହା କୁମ୍ଭ - ଅଭିଷେକ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
February 02nd, 02:45 pm
ହାରୋହରାର ମହାମହିମ ରାଷ୍ଟ୍ରପତି ପ୍ରବୋଓ, ମୁରୁଗାନ୍ ମନ୍ଦିର ଟ୍ରଷ୍ଟର ଅଧ୍ୟକ୍ଷ ପା ହାସିମ, ପରିଚାଳନା ଟ୍ରଷ୍ଟି ଡକ୍ଟର କୋବାଲନ, ତାମିଲନାଡୁ-ଇଣ୍ଡୋନେସିଆର ମାନ୍ୟଗଣ୍ୟ ବ୍ୟକ୍ତି, ପୁରୋହିତ ଏବଂ ଆଚାର୍ଯ୍ୟଗଣ, ଭାରତୀୟ ଡିଆପୋରାର ସଦସ୍ୟ, ଇଣ୍ଡୋନେସିଆ ଏବଂ ଅନ୍ୟ ଦେଶର ସମସ୍ତ ବନ୍ଧୁ,.ସମସ୍ତ କାରିଗର ଭାଇମାନେ ଯେଉଁମାନେ ଈଶ୍ୱରୀୟ ତଥା ଏହି ଦିବ୍ୟ ମନ୍ଦିରର ନିର୍ମାଣକୁ ବାସ୍ତବ ରୂପ ଦେଇଛନ୍ତି।ଇଣ୍ଡୋନେସିଆର ଜାକର୍ତ୍ତାରେ ଶ୍ରୀ ସନାତନ ଧର୍ମ ଆଳୟମର ମହା କୁମ୍ବାଭିଷେଗମ ସମୟରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ବକ୍ତବ୍ୟ
February 02nd, 02:30 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ ବାର୍ତ୍ତା ମାଧ୍ୟମରେ ଇଣ୍ଡୋନେସିଆର ଜାକର୍ତ୍ତାରେ ଶ୍ରୀ ସନାତନ ଧର୍ମ ଆଳୟମର ମହା କୁମ୍ବାଭିଷେଗମ ସମୟରେ ତାଙ୍କର ବକ୍ତବ୍ୟ ରଖିଛନ୍ତି। ସେ ଏହି ଅବସରରେ ଇଣ୍ଡୋନେସିଆର ମହାମହିମ ରାଷ୍ଟ୍ରପତି ପ୍ରବୋଓ ସୁବିୟାଣ୍ଟୋ, ମୁରୁଗାନ ମନ୍ଦିର ଟ୍ରଷ୍ଟର ଅଧ୍ୟକ୍ଷ ପା ହାସିମ, ପରିଚାଳନା ଟ୍ରଷ୍ଟି ଡକ୍ଟର କୋବାଲାନ, ତାମିଲନାଡୁ ଏବଂ ଇଣ୍ଡୋନେସିଆର ଗଣମାନ୍ୟ ବ୍ୟକ୍ତି, ପୁରୋହିତ ଏବଂ ଆଚାର୍ଯ୍ୟ, ଭାରତୀୟ ପ୍ରବାସୀ ସଦସ୍ୟ, ଇଣ୍ଡୋନେସିଆ ଏବଂ ଅନ୍ୟାନ୍ୟ ରାଷ୍ଟ୍ରର ସମସ୍ତ ନାଗରିକ ଯେଉଁମାନେ ଏହି ପବିତ୍ର ଅବସରରେ ଅଂଶ ଗ୍ରହଣ କରିଥିଲେ, ଏବଂ ଏହି ଦିବ୍ୟ ଓ ଭବ୍ୟ ମନ୍ଦିରକୁ ବାସ୍ତବରେ ପରିଣତ କରିଥିବା ସମସ୍ତ ପ୍ରତିଭାବାନ କଳାକାରଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି।ଭାରତ ଉପରେ ଚଳିତ ସପ୍ତାହରେ ବିଶ୍ୱ
January 29th, 12:34 pm
ଚଳିତ ସପ୍ତାହରେ ଭାରତ ବିଦେଶୀ ପୁଞ୍ଜିନିବେଶ କୁ ପ୍ରୋତ୍ସାହିତ କରିବା ଠାରୁ ଆରମ୍ଭ କରି ଅନ୍ତର୍ଜାତୀୟ ସହଯୋଗକୁ ପ୍ରୋତ୍ସାହିତ କରିବା ଠାରୁ ଆରମ୍ଭ କରି ଏହାର ବୈଷୟିକ ଏବଂ ପ୍ରତିରକ୍ଷା ସାମର୍ଥ୍ୟ ବୃଦ୍ଧି ପର୍ଯ୍ୟନ୍ତ ଅନେକ କ୍ଷେତ୍ରରେ ଯଥେଷ୍ଟ ଅଗ୍ରଗତି କରିଛି । ବିଶ୍ୱ ସ୍ତରରେ ଭାରତ ନିଜର ବଢୁଥିବା ଭୂମିକାକୁ ଦୃଢ଼ତାର ସହ ବଜାୟ ରଖିଛି । ଆସନ୍ତୁ ଜାଣିବା ଚଳିତ ସପ୍ତାହରେ ଭାରତର ବୈଶ୍ୱିକ ମାଇଲଖୁଣ୍ଟ ଉପରେ ।76ତମ ସାଧାରଣତନ୍ତ୍ର ଦିବସ ପାଳନ କଲା ଭାରତ
January 26th, 12:30 pm
କର୍ତ୍ତବ୍ୟ ପଥରେ 76ତମ ସାଧାରଣତନ୍ତ୍ର ଦିବସ ପାଳନ ଭାରତର ଏକତା, ଶକ୍ତି ଏବଂ ଐତିହ୍ୟକୁ ପ୍ରଦର୍ଶିତ କରିଥିଲା। ରାଷ୍ଟ୍ରୀୟ ସମର ସ୍ମାରକରେ ପ୍ରଧାନମନ୍ତ୍ରୀ ମୋଦୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ଇଣ୍ଡୋନେସିଆର ରାଷ୍ଟ୍ରପତି ପ୍ରବୋଓ ସୁବିଆଣ୍ଟୋ ଉପସ୍ଥିତ ଥିଲେ। ସଶସ୍ତ୍ର ବାହିନୀର ଶୋଭାଯାତ୍ରା ଦଳ ଶୃଙ୍ଖଳା ଏବଂ ବୀରତ୍ୱ ପ୍ରଦର୍ଶନ କରିଥିବା ବେଳେ ଜୀବନ୍ତ ସାଂସ୍କୃତିକ ପରିବେଷଣ ଭାରତର ସମୃଦ୍ଧ ବିବିଧତାକୁ ଆଲୋକପାତ କରିଥିଲା। ଭାରତୀୟ ବାୟୁସେନାର ଚମତ୍କାର ଫ୍ଲାଇପାଷ୍ଟ ଦର୍ଶକଙ୍କୁ ଆକର୍ଷିତ କରିଥିଲା। ଏହି ଉତ୍ସବ ପାଇଁ ଏକାଠି ହୋଇଥିବା ଲୋକଙ୍କୁ ମଧ୍ୟ ପ୍ରଧାନମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି।List of Outcomes: State visit of President of Indonesia to India (January 23-26, 2025)
January 25th, 08:54 pm
PM Modi and President Prabowo Subianto of Indonesia witnessed key outcomes during the state visit (January 23-26, 2025). Five MoUs were signed, including health cooperation, maritime safety, traditional medicine quality assurance, digital development, and a cultural exchange program (2025-28). Additionally, the 3rd India-Indonesia CEOs Forum presented its joint report to the leaders.ରାଷ୍ଟ୍ରପତି ପ୍ରବୋୱୋ ସୁବିଆନ୍ତୋଙ୍କୁ ସ୍ୱାଗତ କରି ଭାରତ ଗୌରବାନ୍ୱିତ : ପ୍ରଧାନମନ୍ତ୍ରୀ
January 25th, 05:48 pm
ଇଣ୍ଡୋନେସିଆର ରାଷ୍ଟ୍ରପତି ଶ୍ରୀ ପ୍ରବୋୱୋ ସୁବିଆନ୍ତୋଙ୍କୁ ସ୍ୱାଗତ କରି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କହିଛନ୍ତି ଯେ, ଭାରତ-ଇଣ୍ଡୋନେସିଆ ବ୍ୟାପକ ରଣନୀତିକ ସହଭାଗିତା ବିଭିନ୍ନ ଦିଗ ଉପରେ ଆଲୋଚନା କରାଯାଇଛି । ଇଣ୍ଡୋନେସିଆ ଆମର ଆକ୍ଟ ଇଷ୍ଟ ନୀତିର ମୂଳ ସ୍ଥାନ ଏବଂ ଇଣ୍ଡୋନେସିଆର ବ୍ରିକ୍ସ ସଦସ୍ୟତାକୁ ଭାରତ ସ୍ୱାଗତ କରୁଛି ।ଇଣ୍ଡୋନେସିଆ ରାଷ୍ଟ୍ରପତିଙ୍କ ସହ ମିଳିତ ସାମ୍ବାଦିକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
January 25th, 01:00 pm
ଭାରତର ପ୍ରଥମ ସାଧାରଣତନ୍ତ୍ର ଦିବସରେ ଇଣ୍ଡୋନେସିଆ ମୁଖ୍ୟ ଅତିଥି ଥିଲା ଏବଂ ଏହା ଆମ ପାଇଁ ଅତ୍ୟନ୍ତ ଗର୍ବର ବିଷୟ ଯେ, ଆମେ ଆମର ୭୫ତମ ସାଧାରଣତନ୍ତ୍ର ଦିବସ ପାଳନ କରୁଥିବା ବେଳେ, ପୁଣି ଥରେ ଇଣ୍ଡୋନେସିଆ ଏହି ଗୁରୁତ୍ୱପୂର୍ଣ୍ଣ ଅବସରର ଏକ ଅଂଶ ଭାବରେ ରହିଛି । ଏହି ଅବସରରେ ମୁଁ ରାଷ୍ଟ୍ରପତି ପ୍ରବୋଓଙ୍କୁ ଭାରତରେ ସ୍ୱାଗତ କରୁଛି ।ଇଣ୍ଡୋନେସିଆ ରାଷ୍ଟ୍ରପତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ
November 19th, 06:09 am
ପ୍ରଧାନମନ୍ତ୍ରୀ ନବନିର୍ବାଚିତ ହୋଇ ଦାୟିତ୍ୱ ଗ୍ରହଣ କରିଥିବାରୁ ରାଷ୍ଟ୍ରପତି ସୁବିଆନ୍ତୋଙ୍କୁ ଅଭିନନ୍ଦନ ଜଣାଇଥିଲେ । ଦୁଇ ନେତା ସେମାନଙ୍କର ବିସ୍ତୃତ ରଣନୀତିକ ଭାଗିଦାରୀ ଢ଼ାଞ୍ଚାରେ ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ମଜବୁତ କରିବାକୁ ସେମାନଙ୍କର ପ୍ରତିବଦ୍ଧତାକୁ ନିଶ୍ଚିତ କରିଛନ୍ତି । ବାଣିଜ୍ୟ ଏବଂ ପୁଞ୍ଜି ବିନିଯୋଗ, ପ୍ରତିରକ୍ଷା ଏବଂ ନିରାପତ୍ତା, ଯୋଗାଯୋଗ, ପର୍ଯ୍ୟଟନ, ସ୍ୱାସ୍ଥ୍ୟ ଏବଂ ଲୋକମାନଙ୍କ ମଧ୍ୟରେ ସମ୍ପର୍କ କ୍ଷେତ୍ରରେ ସହଯୋଗ ଉପରେ ସେମାନେ ଆଲୋଚନା କରିଥିଲେ। ଭାରତ ଓ ଇଣ୍ଡୋନେସିଆ କୂଟନୀତିକ ସମ୍ପର୍କ ସ୍ଥାପନର ୭୫ ବର୍ଷ ପୂର୍ତ୍ତୀ ପାଳନ କରୁଛନ୍ତି ବୋଲି ଦୁଇ ନେତା ଉଲ୍ଲେଖ କରିଥିଲେ ଏବଂ ଏହି ଉତ୍ସବକୁ ଉପଯୁକ୍ତ ଢ଼ଙ୍ଗରେ ପାଳନ କରିବାକୁ ଆହ୍ୱାନ ଦେଇଛନ୍ତି ।ପ୍ରଧାନମନ୍ତ୍ରୀଙ୍କୁ ଇଣ୍ଡୋନେସିଆର ନବନିର୍ବାଚିତ ରାଷ୍ଟ୍ରପତିଙ୍କ ଫୋନ୍, ଦୁଇ ନେତା ରଣନୀତିକ ଭାଗିଦାରିତା ଉପରେ ଆଲୋଚନା କଲେ
June 20th, 01:07 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆଜି ଇଣ୍ଡୋନେସିଆର ନବନିର୍ବାଚିତ ରାଷ୍ଟ୍ରପତି ପ୍ରବୋୱୋ ସୁବିୟାନ୍ତୋ ଫୋନ୍ କଲ୍ କରିଥିଲେ ।