ସେଶେଲ୍ସର ସ୍ୱତନ୍ତ୍ର ରାଷ୍ଟ୍ରପତି ସମ୍ମାନ ‘ଗାର୍ଡିଆନ୍ ଅଫ୍ ଦି ବ୍ଲୁ ହରାଇଜନ୍’ରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ

June 28th, 03:07 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସେଶେଲ୍ସର ସ୍ୱତନ୍ତ୍ର ରାଷ୍ଟ୍ରପତି ସମ୍ମାନ ‘ଗାର୍ଡିଆନ୍ ଅଫ୍ ଦି ବ୍ଲୁ ହରାଇଜନ୍’ରେ ସମ୍ମାନିତ ହୋଇଛନ୍ତି । ସେଶେଲ୍ସ ରାଷ୍ଟ୍ରପତି ମହାମହିମ ଡକ୍ଟର ପାଟ୍ରିକ୍ ହାର୍ମିନି ଆଜି ଏକ ସ୍ୱତନ୍ତ୍ର ଉତ୍ସବରେ ଶ୍ରୀ ମୋଦୀଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି । ସବୁଜ ଶକ୍ତି କ୍ଷେତ୍ରରେ ନେତୃତ୍ୱ, ବିକାଶଶୀଳ ରାଷ୍ଟ୍ରଗୁଡ଼ିକର ହିତରକ୍ଷା ପାଇଁ ପ୍ରୟାସ, ନୀଳ ଅର୍ଥବ୍ୟବସ୍ଥାକୁ ପ୍ରୋତ୍ସାହନ, ଜଳବାୟୁ ପରିବର୍ତ୍ତନର ସମାଧାନ, ସାମୁଦ୍ରିକ ସମ୍ପଦର ଦୀର୍ଘସ୍ଥାୟୀ ପରିଚାଳନା ଏବଂ ବିକାଶଶୀଳ କ୍ଷୁଦ୍ର ଦ୍ୱୀପ ରାଷ୍ଟ୍ରଗୁଡ଼ିକର ବିକାଶମୂଳକ ଆକାଂକ୍ଷାକୁ ସମର୍ଥନ କରିବା କ୍ଷେତ୍ରରେ ତାଙ୍କର ନିରନ୍ତର ପ୍ରତିବଦ୍ଧତାକୁ ସ୍ୱୀକୃତି ସ୍ୱରୂପ ଏହି ସମ୍ମାନ ପ୍ରଦାନ କରାଯାଇଛି। ପ୍ରଥମ ଥର ପାଇଁ ଏହି ବିଶେଷ ସମ୍ମାନ ପ୍ରଦାନ କରାଯାଇଛି।

ଇଟାଲୀର ରାଷ୍ଟ୍ରପତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

May 20th, 07:19 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଇଟାଲୀର ମହାମହିମ ରାଷ୍ଟ୍ରପତି ଶ୍ରୀ ସର୍ଗିଓ ମାଟାରେଲାଙ୍କୁ ରୋମ୍‌ସ୍ଥିତ ରାଷ୍ଟ୍ରପତି ଭବନ କ୍ୱିରିନାଲେ ପ୍ୟାଲେସରେ ଭେଟିଛନ୍ତି।