ଓଡ଼ିଶା ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
June 20th, 01:10 pm
ଆମ ଓଡ଼ିଶାରେ ଏବେ ଉତ୍ସବର ଆନନ୍ଦ ଚାଲିଛି। ଏଠାକାର ଗଣପର୍ବ ‘ରଜ’ ଗତ ସପ୍ତାହରେ ହିଁ ବେଶ୍ ଧୂମଧାମରେ ପାଳିତ ହୋଇଯାଇଛି। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ପ୍ରସ୍ତୁତି ମଧ୍ୟ ଜୋରସୋରରେ ଚାଲିଛି। ମୟୂରଭଞ୍ଜର ବାରିପଦା ମଧ୍ୟ ରଥଯାତ୍ରାକୁ ନେଇ ଉତ୍ସାହର ପରିବେଶ ଜମୁଛି। ଏବଂ, ଏସବୁ ଭିତରେ ଗଣତନ୍ତ୍ରର ବିକାଶର ଉତ୍ସବ ମଧ୍ୟ ଚାଲିଛି। ଓଡ଼ିଶାର ବିଜେପି ସରକାର ନିଜର ୨ ବର୍ଷ ମଧ୍ୟ ପୂର୍ଣ୍ଣ କରିଛନ୍ତି। ଏହି ଅବସରରେ ଆପଣମାନଙ୍କ ଗହଣକୁ ଆସିବା, ମୟୂରଭଞ୍ଜ ଆସିବାର ଏହି ସୌଭାଗ୍ୟ ଏବଂ ଏତେ ବଡ଼ ସଂଖ୍ୟାରେ ଆପଣମାନଙ୍କ ଉପସ୍ଥିତି, ମୋ ପାଇଁ ଅତ୍ୟନ୍ତ ସ୍ୱତନ୍ତ୍ର। ଆପଣମାନଙ୍କର ଏହି ଆପଣାପଣ ମୋତେ ବାରମ୍ବାର ଏଠାକୁ ଟାଣି ଆଣେ। ମୁଁ ଆପଣ ସମସ୍ତଙ୍କୁ ହୃଦୟରୁ ବହୁତ ବହୁତ ଅଭିନନ୍ଦନ ଜଣାଉଛି। ଏବଂ ଓଡ଼ିଶାର ଜନସାଧାରଣଙ୍କୁ ଡବଲ୍ ଇଞ୍ଜିନ ସରକାରରେ ବିକାଶ ଯାତ୍ରାର ମଧ୍ୟ ବଧେଇ ଜଣାଉଛି, ଶୁଭକାମନା ଜଣାଉଛି। ଏଥିସହିତ, ଏହି ଅବସରରେ ମୁଁ ପଣ୍ଡିତ ରଘୁନାଥ ମୁର୍ମୁ, ଡକ୍ଟର ଦମୟନ୍ତୀ ବେଶ୍ରା ଏବଂ ଶ୍ରୀ ଚରଣ ହେମ୍ବ୍ରମଙ୍କ ଭଳି ମହାନ ବ୍ୟକ୍ତିତ୍ୱମାନଙ୍କୁ ମଧ୍ୟ ପ୍ରଣାମ କରୁଛି। ଶ୍ରୀ ରଘୁନାଥ ମୁର୍ମୁ ସନ୍ଥାଳୀ ଭାଷା ପାଇଁ ‘ଅଲ୍ ଚିକି’ ଲିପିର ସୃଷ୍ଟି କରିଥିଲେ। ଆମ ସରକାର ସନ୍ଥାଳୀ ଭାଷାରେ ଭାରତର ସମ୍ବିଧାନକୁ ପ୍ରସ୍ତୁତ କରିଛନ୍ତି। ଓଡ଼ିଶାର ସନ୍ତାନମାନଙ୍କୁ ପଦ୍ମ ସମ୍ମାନରେ ସମ୍ମାନିତ କରିଛନ୍ତି। ବିଗତ ୨ ବର୍ଷ ମଧ୍ୟରେ ଓଡ଼ିଶା ସରକାର ମଧ୍ୟ ଏହି ସମସ୍ତ ମହାନୁଭବଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ଦିନରାତି ପରିଶ୍ରମ କରୁଛନ୍ତି।ଓଡ଼ିଶା ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରରେ ୪୭,୬୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
June 20th, 01:00 pm
ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମୟୂରଭଞ୍ଜ ଜିଲ୍ଲାର ପାହାଡପୁର ଗ୍ରାମ ଗସ୍ତ କରିଛନ୍ତି। ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ ପବିତ୍ର ସାନ୍ତାଳୀ ଜାହେର ଏବଂ ହୋ ଜାହେରରେ ପୂଜାର୍ଚ୍ଚନା କରିଛନ୍ତି । ସେମାନେ ମଧ୍ୟ ପାହାଡ଼ପୁରଠାରେ ଦକ୍ଷତା କେନ୍ଦ୍ର ଏବଂ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି । ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ ଓଡ଼ିଶା ସରକାରଙ୍କ ଦୁଇ ବର୍ଷ ପୂରଣ ଅବସରରେ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରରେ ଏକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମର ବିଷୟବସ୍ତୁ ଥିଲା- ‘ବିକାଶ ର ଧାରା, ଓଡ଼ିଶା ସାରା’। ଏହି କାର୍ଯ୍ୟକ୍ରମରେ ୪୭,୬୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି।ନୂଆ ଓଡ଼ିଶା ସରକାରଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀ
June 12th, 09:46 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ଶ୍ରୀ ମୋହନ ଚରଣ ମାଝୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସେ ମଧ୍ୟ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଏବଂ ଶ୍ରୀମତୀ ପ୍ରଭାତୀ ପରିଡ଼ାଙ୍କୁ ଶୁଭକାମନା ଜ୍ଞାପନ କରିଛନ୍ତି ।