ଭିଡିଓ କନଫରେନ୍ସିଂ ଜରିଆରେ ରୋଜଗାର ମେଳା ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

October 24th, 11:20 am

ଏଥର ଆଲୋକର ପର୍ବ ଦୀପାବଳି ଆପଣ ସମସ୍ତଙ୍କ ଜୀବନରେ ନୂଆ ଆଲୋକ ଆଣିଛି। ଉତ୍ସବ ମଧ୍ୟରେ ସ୍ଥାୟୀ ଚାକିରି ପାଇଁ ନିଯୁକ୍ତି ପତ୍ର ପାଇବା, ଅର୍ଥାତ୍ ଉତ୍ସବର ଆନନ୍ଦ ଏବଂ ସଫଳତାର ଦ୍ୱିଗୁଣିତ ଖୁସି, ଏହି ଖୁସି ଆଜି ଦେଶର 51 ହଜାରରୁ ଅଧିକ ଯୁବକମାନଙ୍କୁ ମିଳିଛି। ମୁଁ ଅନୁଭବ କରିପାରୁଛି , ଆପଣ ସମସ୍ତଙ୍କ ପରିବାରରେ କେତେ ଖୁସି ଥିବ। ମୁଁ ଆପଣ ସମସ୍ତଙ୍କୁ ଏବଂ ଆପଣଙ୍କ ପରିବାରକୁ ମୋର ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି। ଜୀବନର ଏହି ନୂତନ ଆରମ୍ଭ ପାଇଁ ମୁଁ ମୋର ଶୁଭକାମନା ଜଣାଉଛି।

ରୋଜଗାର ମେଳାକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

October 24th, 11:00 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ରୋଜଗାର ମେଳାକୁ ସମ୍ବୋଧନ କରିଛନ୍ତି । ନିଜର ଏହି ସମ୍ବୋଧନରେ ସେ କହିଥିଲେ ଯେ, ଚଳିତ ବର୍ଷର ଦୀପାବଳି ସମସ୍ତଙ୍କ ଜୀବନକୁ ଆଲୋକିତ କରିଛି । ପାର୍ବଣର ଆନନ୍ଦ ମଧ୍ୟରେ ସ୍ଥାୟୀ ନିଯୁକ୍ତି ପାଇଁ ନିଯୁକ୍ତିପତ୍ର ପାଇବା ଏହି ଆନନ୍ଦକୁ ଦ୍ବିଗୁଣିତ କରିଛି – ଅର୍ଥାତ୍ ଉଭୟ ପାର୍ବଣ ଓ ନିଯୁକ୍ତି ସଫଳତାର ଆନନ୍ଦ । ଏହି ଆନନ୍ଦ ଆଜି ଦେଶର ୫୧ ହଜାର ଯୁବକଯୁବତୀଙ୍କ ନିକଟରେ ପହଞ୍ଚିଛି ଏବଂ ସେମାନଙ୍କ ପରିବାର ପାଇଁ ଅପାର ଆନନ୍ଦ ଆଣିଦେଇଛି । ଜୀବନରେ ନୂତନ ଆରମ୍ଭ ଲାଗି ପ୍ରଧାନମନ୍ତ୍ରୀ ସେମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ ।