ୟୁନେସ୍କୋ ବିଶ୍ୱ ଐତିହ୍ୟ ପ୍ରାମ୍ବାନାନ ମନ୍ଦିର ପରିସର ପରିଦର୍ଶନ କଲେ ପ୍ରଧାନମନ୍ତ୍ରୀ
July 08th, 01:46 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଯୋଗ୍ୟାକର୍ତ୍ତାଠାରେ ଅବସ୍ଥିତ ୟୁନେସ୍କୋ ବିଶ୍ୱ ଐତିହ୍ୟ ସ୍ଥଳୀ ‘ପ୍ରାମ୍ବାନାନ ମନ୍ଦିର ପରିସର’ ପରିଦର୍ଶନ କରିଥିଲେ। ଏକ ସ୍ୱତନ୍ତ୍ର ସୌଜନ୍ୟ ପଦକ୍ଷେପ ସ୍ୱରୂପ ଇଣ୍ଡୋନେସିଆର ରାଷ୍ଟ୍ରପତି ମହାମହିମ ଶ୍ରୀ ପ୍ରବୋୱୋ ସୁବିଆଣ୍ଟୋ ପ୍ରଧାନମନ୍ତ୍ରୀଙ୍କ ସହ ଏହି ମନ୍ଦିର ପରିଦର୍ଶନରେ ସାମିଲ ହୋଇଥିଲେ। ଉଭୟ ନେତା ମନ୍ଦିର ପରିସରରେ ଭାରତୀୟ ପୁରାତତ୍ତ୍ୱ ସର୍ବେକ୍ଷଣ (ଏଏସଆଇ) ପକ୍ଷରୁ ସଂରକ୍ଷଣ ଓ ପୁନରୁଦ୍ଧାର ପ୍ରକଳ୍ପର ଶୁଭାରମ୍ଭକୁ ଚିହ୍ନିତ କରୁଥିବା ଏକ ଫଳକର ଉନ୍ମୋଚନ କରିଥିଲେ।India-Indonesia Joint Statement on the State Visit by Prime Minister of India to Indonesia
July 07th, 05:15 pm
At the invitation of Indonesian President Prabowo Subianto, PM Modi is on a State Visit to Indonesia from 6-8 July 2026. PM Modi's visit reflects the shared commitment of the two leaders to achieve a substantial upward trajectory in the India-Indonesia Comprehensive Strategic Partnership. The two leaders held discussions at Istana Merdeka in Jakarta, covering the full spectrum of bilateral relations.ଇଣ୍ଡୋନେସିଆ ସଂସଦରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
July 07th, 03:15 pm
ଆଜି ସକାଳେ, ମୁଁ ଇଣ୍ଡୋନେସିଆର ସର୍ବୋଚ୍ଚ ସମ୍ମାନ ପାଇବାର ସୌଭାଗ୍ୟ ମଧ୍ୟ ପାଇଲି। ମୁଁ ଲକ୍ଷ ଲକ୍ଷ ଭାରତୀୟଙ୍କ ପ୍ରତି ଇଣ୍ଡୋନେସିଆ ଲୋକଙ୍କ ସ୍ନେହକୁ ହୃଦୟର ସହିତ ଗ୍ରହଣ କରୁଛି। ଏହି ସମ୍ମାନ ଆମ ଉଭୟ ଦେଶର ଗଣତାନ୍ତ୍ରିକ ମୂଲ୍ୟବୋଧ, ଆମର ସହଭାଗୀ ଐତିହ୍ୟ ଏବଂ ଆମର ସୁଦୃଢ଼ ସମ୍ପର୍କର ପ୍ରମାଣ। ମୁଁ ଆପଣ ସମସ୍ତଙ୍କୁ, ରାଷ୍ଟ୍ରପତି ପ୍ରବୋଓଙ୍କୁ, ଇଣ୍ଡୋନେସିଆ ସରକାର ଏବଂ ଏହାର ଜନସାଧାରଣଙ୍କୁ ମୋର ହୃଦୟର କୃତଜ୍ଞତା ଜଣାଉଛି।Prime Minister addresses the Parliament of Indonesia
July 07th, 03:00 pm
Addressing the Parliament of Indonesia in Jakarta, PM Modi spoke about the deep civilisational and democratic ties between India and Indonesia. He also highlighted their maritime partnership, proposed the Ganga-Mahakam Vision and called for closer cooperation across development, security and the Global South, while reaffirming a free, open, inclusive and rules-based Indo-Pacific.ଇଣ୍ଡୋନେସିଆ ରାଷ୍ଟ୍ରପତିଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଦ୍ୱିପାକ୍ଷିକ ଆଲୋଚନା
July 07th, 02:51 pm
ନୂଆଦିଲ୍ଲୀ: ଇଣ୍ଡୋନେସିଆ ଗସ୍ତର ଏକ ଅଂଶ ସ୍ୱରୂପ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆଜି ଇସ୍ତାନା ମେରଡେକା (ଇଣ୍ଡୋନେସିଆର ରାଷ୍ଟ୍ରପତି ଭବନ) ଠାରେ ଇଣ୍ଡୋନେସିଆ ଗଣରାଜ୍ୟର ରାଷ୍ଟ୍ରପତି ମହାମହିମ ଶ୍ରୀ ପ୍ରବୋୱୋ ସୁବିଆନ୍ତୋଙ୍କ ଦ୍ୱାରା ସ୍ନେହପୂର୍ଣ୍ଣ ସ୍ୱାଗତ କରାଯାଇଥିଲା ଏବଂ ଏକ ଔପଚାରିକ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଭାରତର ୭୬ତମ ଗଣତନ୍ତ୍ର ଦିବସ ପାଳନର ମୁଖ୍ୟ ଅତିଥି ଭାବେ ଜାନୁଆରୀ ୨୦୨୫ରେ ରାଷ୍ଟ୍ରପତି ପ୍ରବୋୱୋଙ୍କ ଭାରତ ଗସ୍ତ ପରଠାରୁ ଦୁଇ ନେତାଙ୍କ ମଧ୍ୟରେ ଏହା ପ୍ରଥମ ସାକ୍ଷାତ ଥିଲା।ଜାକର୍ତ୍ତାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦୀ
July 06th, 05:03 pm
ପ୍ରଧାନମନ୍ତ୍ରୀ ମୋଦୀ ଇଣ୍ଡୋନେସିଆର ଜାକର୍ତ୍ତାରେ ପହଞ୍ଚିଛନ୍ତି। ରାଷ୍ଟ୍ରପତି ପ୍ରାବୋଭୋ ସୁବିଆନ୍ତୋ ବିମାନ ବନ୍ଦରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସ୍ୱାଗତ କରିଥିଲେ ।ଇଣ୍ଡୋନେସିଆ, ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲ୍ୟାଣ୍ଡ ତ୍ରିଦେଶୀୟ ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ପ୍ରସ୍ଥାନ ବିବୃତ୍ତି
July 06th, 09:00 am
ଇଣ୍ଡୋନେସିଆର ରାଷ୍ଟ୍ରପତି ଶ୍ରୀ ପ୍ରବୋବୋ ସୁବିଆନ୍ତୋଙ୍କ ନିମନ୍ତ୍ରଣରେ, ମୁଁ ୬-୮ ଜୁଲାଇ ପର୍ଯ୍ୟନ୍ତ ଇଣ୍ଡୋନେସିଆ ଗସ୍ତ କରିବି । ୨୦୧୮ରେ ମୋର ପ୍ରଥମ ଇଣ୍ଡୋନେସିଆ ଗସ୍ତ ସମୟରେ ଭାରତ ଏବଂ ଇଣ୍ଡୋନେସିଆ ଦ୍ୱିପାକ୍ଷିକ ସମ୍ପର୍କକୁ ଏକ ବ୍ୟାପକ ରଣନୈତିକ ସହଭାଗୀତା ସ୍ତରକୁ ଉନ୍ନୀତ କରିଥିଲେ । ଆମର ସମ୍ପର୍କର ଉନ୍ନତି ପରେ ଏହା ମୋର ପ୍ରଥମ ଦ୍ୱିପାକ୍ଷିକ ଗସ୍ତ ହେବ । ଏହି ଗସ୍ତ ରାଷ୍ଟ୍ରପତି ପ୍ରବୋୱୋଙ୍କ ସରକାରୀ ଗସ୍ତ ପରେ ହେଉଛି, ଯିଏ ୨୬ ଜାନୁଆରୀ ୨୦୨୫ରେ ଆମର ଗଣତନ୍ତ୍ର ଦିବସ ସମାରୋହରେ ମୁଖ୍ୟ ଅତିଥି ଥିଲେ । ଭାରତ ଏବଂ ଇଣ୍ଡୋନେସିଆ ମଧ୍ୟରେ ଦୃଢ଼ ସଭ୍ୟତାଗତ ଏବଂ ଲୋକସମ୍ପର୍କ ରହିଛି ଏବଂ ମୋର ଗସ୍ତ ଆମର ବହୁମୁଖୀ ସହଭାଗୀତାର ସମସ୍ତ ଦିଗକୁ ଆହୁରି ମଜବୁତ କରିବ । ଏହି ଗସ୍ତ ସମୟରେ, ମୁଁ ଇଣ୍ଡୋନେସିଆରେ ଥିବା ପ୍ରବାସୀ ଭାରତୀୟମାନଙ୍କ ସହିତ ମଧ୍ୟ ଆଲୋଚନା କରିବି ଏବଂ ରାଷ୍ଟ୍ରପତି ପ୍ରବୋବୋଙ୍କ ସହିତ ୟୋଗ୍ୟକର୍ତ୍ତାରେ ପ୍ରମ୍ବାନନ ମନ୍ଦିର ପରିଦର୍ଶନ କରିବି, ଯାହା ଆମର ଘନିଷ୍ଠ ସାଂସ୍କୃତିକ ସମ୍ପର୍କର ଆଉ ଏକ ଉଲ୍ଲେଖନୀୟ ପ୍ରମାଣ ।