ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
November 25th, 10:20 am
ଉତ୍ତର ପ୍ରଦେଶର ରାଜ୍ୟପାଳ ଆନନ୍ଦୀବେନ ପଟେଲ , ଜାତୀୟ ସ୍ଵୟଂ ସେବକ ସଂଘର ପରମ ପୂଜ୍ୟ ସରସଂଘଚାଳକ ଡକ୍ଟର ମୋହନ ଭାଗବତ ଜୀ , ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଜୀ , ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ଅଧ୍ୟକ୍ଷ ପୂଜ୍ୟ ମହନ୍ତ ନୃତ୍ୟ ଗୋପାଳ ଦାସ ଜୀ , ପୂଜ୍ୟ ସନ୍ଥ ସମାଜ , ଏଠାରେ ଉପସ୍ଥିତ ସମସ୍ତ ଭକ୍ତ , ଦେଶ ଏବଂ ବିଶ୍ଵ ସ୍ତରରୁ ଏଠାକୁ ଆସି ଏହା ଐତିହାସିକ ମୁହୂର୍ତ୍ତ ର ସାକ୍ଷୀ ହୋଇଥିବା ପରମ ରାମ ଭକ୍ତ , ମହିଳାମାନେ ଏବଂ ଭଦ୍ରବ୍ୟକ୍ତି ଗଣ !ଅଯୋଧ୍ୟାରେ ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ୱଜାରୋହଣ ଉତ୍ସବକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
November 25th, 10:13 am
ଦେଶର ସାମାଜିକ-ସାଂସ୍କୃତିକ ଏବଂ ଆଧ୍ୟାତ୍ମିକ କ୍ଷେତ୍ରରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଅବସର। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତର ପ୍ରଦେଶର ଅଯୋଧ୍ୟାରେ ପବିତ୍ର ଶ୍ରୀ ରାମ ଜନ୍ମଭୂମି ମନ୍ଦିରର ଶିଖରରେ ଆନୁଷ୍ଠାନିକ ଭାବରେ ଏକ ଗୈରିକ ପତାକା ଉତ୍ତୋଳନ କରିଛନ୍ତି। ଧ୍ୱଜାରୋହଣ ଉତ୍ସବ ମନ୍ଦିର ନିର୍ମାଣର ଆନୁଷ୍ଠାନିକ ସମାପ୍ତି ଏବଂ ସାଂସ୍କୃତିକ ଉତ୍ସବ ଓ ଜାତୀୟ ଏକତାର ଏକ ନୂତନ ଅଧ୍ୟାୟର ପ୍ରତୀକ। ଏହି ଅବସରରେ ଏକ ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଆଜି ଅଯୋଧ୍ୟା ସହର ଭାରତର ସାଂସ୍କୃତିକ ଚେତନାର ଆଉ ଏକ ଶିଖରର ସାକ୍ଷୀ ହେଉଛି। ଆଜି ସମଗ୍ର ଭାରତ ଏବଂ ସମଗ୍ର ବିଶ୍ୱ ପ୍ରଭୁ ଶ୍ରୀ ରାମଙ୍କ ଭାବନାରେ ସମ୍ପୂର୍ଣ୍ଣ ରାମମୟ ହୋଇ ଉଠିଛି । ଶ୍ରୀ ମୋଦୀ କହିଛନ୍ତି, ପ୍ରତ୍ୟେକ ରାମ ଭକ୍ତଙ୍କ ହୃଦୟରେ ଆଜି ଅନନ୍ୟ ସନ୍ତୋଷ, ଅସୀମ କୃତଜ୍ଞତା ଏବଂ ଅପାର ଦିବ୍ୟ ଆନନ୍ଦ ରହିଛି। ସେ କହିଛନ୍ତି, ଶହ ଶହ ବର୍ଷ ପୁରୁଣା କ୍ଷତ ସୁସ୍ଥ ହେଉଛି। ଅନେକ ଶତାବ୍ଦୀର ଯନ୍ତ୍ରଣା ଶେଷ ହେଉଛି ଏବଂ ଶହ ଶହ ବର୍ଷର ସଂକଳ୍ପ ଆଜି ସିଦ୍ଧି ଲାଭ କରୁଛି। ସେ କହିଛନ୍ତି, ଏହା ଏକ ଯଜ୍ଞର ପରିଣାମ ଯାହାର ଅଗ୍ନି ପାଞ୍ଚ ଶହ ବର୍ଷ ଧରି ପ୍ରଜ୍ଜ୍ୱଳିତ ରହିଥିଲା। ଏହି ଯଜ୍ଞର ବିଶ୍ୱାସ କେବେ ଟଳମଳ ହୋଇନଥିଲା। ଗୋଟିଏ ମୁହୂର୍ତ୍ତ ପାଇଁ ମଧ୍ୟ ବିଶ୍ୱାସ ଭାଙ୍ଗି ନଥିଲା। ଆଜି ପ୍ରଭୁ ଶ୍ରୀରାମଙ୍କ ପବିତ୍ର ସ୍ଥାନର ଅସୀମ ଶକ୍ତି ଏବଂ ଶ୍ରୀରାମଙ୍କ ପରିବାରର ଦିବ୍ୟ ମହିମା ଏହି ଧର୍ମଧ୍ୱଜ ରୂପରେ ସବୁଠାରୁ ଦିବ୍ୟ ଓ ମହାନ ମନ୍ଦିରରେ ପ୍ରତିଷ୍ଠିତ ହୋଇଛି।ନୂଆଦିଲ୍ଲୀ ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଦାନ କରିଥିବା ରାମନାଥ ଗୋଏଙ୍କା ଷଷ୍ଠ ଅଭିଭାଷଣ
November 17th, 08:30 pm
ଆଜି ଆମେ ସଭିଏଁ ଏଭଳି ଜଣେ ବିଭୂତିଙ୍କୁ ସମ୍ମାନ ପ୍ରଦର୍ଶନ କରିବା ନିମନ୍ତେ ଏଠାରେ ଆସି ଉପସ୍ଥିତ ହୋଇଛେ, ଯିଏ ଭାରତୀୟ ଲୋକତନ୍ତ୍ରରେ, ସାମ୍ବାଦିକତା କ୍ଷେତ୍ରରେ, ଅଭିବ୍ୟକ୍ତି ଏବଂ ଜନ ଆନ୍ଦୋଳନର ଶକ୍ତିକୁ ନୂତନ ଶୀର୍ଷରେ ପହଞ୍ଚାଇବାରେ ସକ୍ଷମ ହୋଇଥିଲେ । ରାମନାଥ ଗୋଏଙ୍କାଜୀ ଏଭଳି ଜଣେ ଦୂରଦ୍ରଷ୍ଟା ଭାବରେ, ଜଣେ ଅନୁଷ୍ଠାନ ନିର୍ମାତା ଭାବରେ, ଜଣେ ରାଷ୍ଟ୍ରବାଦୀ ରୂପରେ ଏବଂ ଜଣେ ଗଣମାଧ୍ୟମ ନେତୃତ୍ୱ ଭାବରେ, ଇଣ୍ଡିଆନ ଏକ୍ସପ୍ରେସ ଗ୍ରୁପକୁ, କେବଳ ଗୋଟିଏ ସମ୍ବାଦପତ୍ର ଭାବରେ ନୁହେଁ ବରଂ ଏକ ମିଶନ ଭାବରେ, ଭାରତର ଜନସାଧାରଣଙ୍କ ନିକଟରେ ଉପସ୍ଥାପନ କରିପାରିଥିଲେ । ଅନେକ ନେତୃତ୍ୱରେ ଏହି ଗୋଷ୍ଠୀ, ଭାରତର ଲୋକତାନ୍ତ୍ରିକ ମୂଲ୍ୟବୋଧ ଏବଂ ରାଷ୍ଟ୍ରୀୟ ହିତ ସାଧନର ସ୍ୱର ରୂପରେ ମଧ୍ୟ ଗୁଞ୍ଜରିତ ହୋଇପାରିଥିଲା । ସେଥି ନିମନ୍ତେ ଏକବିଂଶ ଶତାବ୍ଦୀର ଏହି କାଳଖଣ୍ଡରେ ଯେତେବେଳେ ଭାରତ ବିକଶିତ ହେବାର ସଂକଳ୍ପର ସହିତ ଆଗକୁ ଅଗ୍ରସର ହୋଇଚାଲିଛି, ସେତେବେଳେ ରାମନାଥ ଗୋଏଙ୍କାଜୀଙ୍କ ପ୍ରତିବଦ୍ଧତା, ତାଙ୍କର ପ୍ରୟାସ, ତାଙ୍କର ପରିକଳ୍ପନା, ଆମକୁ ଢେର୍ ପ୍ରେରଣା ଯୋଗାଉଛି । ମୁଁ ଇଣ୍ଡିଆନ ଏକ୍ସପ୍ରେସ ଗ୍ରୁପ ନିକଟରେ କୃତଜ୍ଞତା ବ୍ୟକ୍ତ କରୁଛି ଯେ ଆପଣମାନେ ମୋତେ ଏହି ବ୍ୟାଖ୍ୟାନ ନିମନ୍ତେ ଆମନ୍ତ୍ରିତ କରିଛନ୍ତି, ମୁଁ ଆପଣମାନଙ୍କ ସମସ୍ତଙ୍କୁ ଏଥି ସକାଶେ ଅଭିନନ୍ଦନ ଜ୍ଞାପନ କରୁଛି ।ଷଷ୍ଠ ରାମନାଥ ଗୋଏଙ୍କା ବକ୍ତୃତା ପ୍ରଦାନ କଲେ ପ୍ରଧାନମନ୍ତ୍ରୀ
November 17th, 08:15 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀରେ ଦ ଇଣ୍ଡିଆନ ଏକ୍ସପ୍ରେସ ଦ୍ୱାରା ଆୟୋଜିତ ଷଷ୍ଠ ରାମନାଥ ଗୋଏଙ୍କା ବତ୍କୃତା ପ୍ରଦାନ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଥିଲେ, ଆଜି ଆମେ ଏମିତି ଜଣେ ବ୍ୟକ୍ତିତ୍ୱଙ୍କୁ ସ୍ମରଣ କରିବାକୁ ଏକାଠି ହୋଇଛୁ, ଯିଏକି ଭାରତର ଗଣତନ୍ତ୍ର, ପତ୍ରକାରିତା, ଅଭିବ୍ୟକ୍ତି ଏବଂ ଜନଆନ୍ଦୋଳନର ଶକ୍ତିକୁ ଉଚ୍ଚ ସ୍ଥାନକୁ ନେଇଯାଇଥିଲେ । ସେ ଉଲ୍ଲେଖ କରିଥିଲେ, ଶ୍ରୀ ରାମନାଥ ଗୋଏଙ୍କା ଦୃଷ୍ଟିସମ୍ପନ୍ନ, ସଂସ୍ଥାପକ, ଜାତୀୟତାବାଦୀ ଏବଂ ଗଣମାଧ୍ୟମ ନେତା ଭାବେ ଇଣ୍ଡିଆନ ଏକ୍ସପ୍ରେସ ଗ୍ରୁପକୁ କେବଳ ଏକ ସମ୍ବାଦପତ୍ର ନୁହେଁ, ବରଂ ଜନତାଙ୍କ ମଧ୍ୟରେ ଏକ ମିଶନରେ ପରିଣତ କରିଥିଲେ । ସେ କହିଥିଲେ, ଗୋଏଙ୍କାଜୀଙ୍କ ନେତୃତ୍ୱରେ ଏହି ଗ୍ରୁପ ଭାରତର ଗଣତାନ୍ତ୍ରିକ ମୂଲ୍ୟବୋଧ ଏବଂ ଜାତୀୟ ହିତର ଏକ ସ୍ୱର ହୋଇପାରିଥିଲା । ସେ କହିଥିଲେ, ଏକବିଂଶ ଶତାବ୍ଦୀର ଏହି ଯୁଗରେ ଯେତେବେଳେ ଭାରତ ନିଜକୁ ବିକଶିତ କରିବାର ସଂକଳ୍ପରେ ଅଗ୍ରସର ହେଉଛି, ଗୋଏଙ୍କାଜୀଙ୍କର ଦୃଢ଼ତା ଏବଂ ଦୃଷ୍ଟି ଆମ ପାଇଁ ପ୍ରେରଣା । ବତ୍କୃତା ପାଇଁ ତାଙ୍କୁ ନିମନ୍ତ୍ରଣ କରିଥିବାରୁ ପ୍ରଧାନମନ୍ତ୍ରୀ ଇଣ୍ଡିଆନ ଏକ୍ସପ୍ରେସ ଗ୍ରୁପକୁ କୃତଜ୍ଞତା ଜଣାଇବା ସହ ଉପସ୍ଥିତ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଥିଲେ ।ରାଷ୍ଟ୍ରୀୟ ଗୀତ'ବନ୍ଦେ ମାତରମ୍’ର ୧୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଆୟୋଜିତ ବର୍ଷବ୍ୟାପୀ ସମାରୋହର ଉଦଘାଟନୀ ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
November 07th, 10:00 am
ବନ୍ଦେ ମାତରମ୍, ଏହି ଶବ୍ଦଗୁଡ଼ିକ ହେଉଛି ଏକ ମନ୍ତ୍ର, ଏକ ଶକ୍ତି, ଏକ ସ୍ୱପ୍ନ, ଏକ ସଂକଳ୍ପ। ବନ୍ଦେ ମାତରମ୍, ଏହି ଗୋଟିଏ ଶବ୍ଦ ହେଉଛି ମା’ ଭାରତୀଙ୍କ ସାଧନା, ମା’ଭାରତୀଙ୍କ ଆରାଧନା । ବନ୍ଦେ ମାତରମ୍, ଏହି ଗୋଟିଏ ଶବ୍ଦ ଆମକୁ ଇତିହାସ ଭିତରକୁ ନେଇଯାଇଥାଏ। ଏହା ଆମର ଆତ୍ମବିଶ୍ୱାସକୁ, ଆମର ବର୍ତ୍ତମାନକୁ, ଆତ୍ମବିଶ୍ୱାସରେ ଭରି ଦେଇଥାଏ, ଏବଂ ଆମ ଭବିଷ୍ୟତକୁ ଏକ ନୂତନ ସାହସ ଦେଇଥାଏ ଯେ ଏମିତି କୌଣସି ସଂକଳ୍ପ ନାହିଁ, ଯାହା ପୂରଣ ହୋଇପାରିବ ନାହିଁ। ଏପରି କୌଣସି ଲକ୍ଷ୍ୟ ନାହିଁ ଯାହା ଆମେ ଭାରତବାସୀ ହାସଲ କରିପାରିବୁ ନାହିଁ।ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରାଷ୍ଟ୍ରୀୟ ଗୀତ "ବନ୍ଦେ ମାତରମ୍"ର ୧୫୦ତମ ବାର୍ଷିକୀ ଉପଲକ୍ଷେ ବର୍ଷବ୍ୟାପୀ ସ୍ମାରକୀ ଉତ୍ସବର ଉଦଘାଟନ କରିଛନ୍ତି
November 07th, 09:45 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀଠାରେ ରାଷ୍ଟ୍ରୀୟ ଗୀତ ‘ବନ୍ଦେ ମାତରମ୍’ର ୧୫୦ତମ ବାର୍ଷିକୀ ପାଳନ ଲାଗି ଏକ ବର୍ଷବ୍ୟାପୀ ସମାରୋହର ଶୁଭାରମ୍ଭ କରିଛନ୍ତି। ସମାବେଶକୁ ସମ୍ବୋଧିତ କରି ଶ୍ରୀ ମୋଦୀ କହିଛନ୍ତି ଯେ, ବନ୍ଦେ ମାତରମ୍ କେବଳ ଏକ ଶବ୍ଦ ନୁହେଁ - ଏହା ଏକ ମନ୍ତ୍ର, ଏକ ଶକ୍ତି, ଏକ ସ୍ୱପ୍ନ ଏବଂ ଏକ ପବିତ୍ର ସଂକଳ୍ପ। ସେ ଏହା ମଧ୍ୟ କହିଛନ୍ତି ଯେ ‘ବନ୍ଦେ ମାତରମ୍’ ଭାରତ ମାତାଙ୍କ ପ୍ରତି ଭକ୍ତି ଏବଂ ଆଧ୍ୟାତ୍ମିକ ସମର୍ପଣର ପ୍ରତୀକ। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏହି ଶବ୍ଦ ଆମକୁ ଆମର ଇତିହାସ ସହିତ ଯୋଡେ, ଆମର ବର୍ତ୍ତମାନକୁ ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ କରେ ଏବଂ ଆମର ଭବିଷ୍ୟତକୁ ଏହି ବିଶ୍ୱାସ କରିବାର ସାହସ ଦିଏ ଯେ, କୌଣସି ସଂକଳ୍ପ ପୂରଣ କରିବା ଅସମ୍ଭବ ନୁହେଁ, କୌଣସି ଲକ୍ଷ୍ୟ ଆମ ପାଇଁ ଅପହଞ୍ଚ ନୁହେଁ।ସରକାରଙ୍କ ମୁଖ୍ୟ ଭାବେ ୨୫ତମ ବର୍ଷରେ ପଦାର୍ପଣ କରିବା ଅବସରରେ ଜନତାଙ୍କ ପ୍ରତି କୃତଜ୍ଞତା ପ୍ରକାଶ କଲେ ପ୍ରଧାନମନ୍ତ୍ରୀ
October 07th, 10:52 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସରକାରଙ୍କ ମୁଖ୍ୟ ଭାବେ, ତାଙ୍କ ୨୫ତମ ସେବା ବର୍ଷରେ ପଦାର୍ପଣ କରିବା ଅବସରରେ ଭାରତର ଜନସାଧାରଣଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିଛନ୍ତି। ୨୦୦୧ ମସିହା ଆଜିର ଦିନରେ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବା ପରଠାରୁ ତାଙ୍କ ଯାତ୍ରାକୁ ମନେ ପକାଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଲୋକଙ୍କ ଜୀବନକୁ ଉନ୍ନତ କରିବା ଏବଂ ଦେଶର ପ୍ରଗତିରେ ଯୋଗଦାନ ଦେବା ତାଙ୍କର ନିରନ୍ତର ପ୍ରୟାସ।India is continuously contributing to global food security: PM Modi at World Food India 2025
September 25th, 06:16 pm
In his address at World Food India 2025, PM Modi highlighted that global investors are looking towards India with great optimism. Reiterating his message from the Red Fort, the PM declared that this is the right time to invest in and expand in India. He emphasized that the government has established 10,000 FPOs since 2014, connecting lakhs of small farmers and bringing India’s agricultural persity to every household.ୱାର୍ଲ୍ଡ ଫୁଡ୍ ଇଣ୍ଡିଆ 2025 ସମାରୋହକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
September 25th, 06:15 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ଭାରତ ମଣ୍ଡପମରେ ୱାର୍ଲ୍ଡ ଫୁଡ୍ ଇଣ୍ଡିଆ 2025 ଅବସରରେ ଏକ ସମାରୋହକୁ ସମ୍ବୋଧିତ କରିଛନ୍ତି। କାର୍ଯ୍ୟକ୍ରମ ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ, ଏହି କାର୍ଯ୍ୟକ୍ରମରେ କୃଷକ, ଉଦ୍ୟୋଗୀ, ନିବେଶକ, ଉଦ୍ଭାବକ ଏବଂ ଗ୍ରାହକ ସମସ୍ତେ ଏକତ୍ର ଉପସ୍ଥିତ ହୋଇଛନ୍ତି, ଯାହା ୱାର୍ଲ୍ଡ ଫୁଡ୍ ଇଣ୍ଡିଆ ସମାରୋହକୁ ନୂତନ ସମ୍ପର୍କ, ନୂତନ ସଂଯୋଗ ଏବଂ ସୃଜନଶୀଳତାର ଏକ ମଞ୍ଚରେ ପରିଣତ କରିଛି। ପ୍ରଧାନମନ୍ତ୍ରୀ କହିଥିଲେ, ସେ କିଛି ସମୟ ପୂର୍ବରୁ ବିଭିନ୍ନ ପ୍ରଦର୍ଶନୀ ପରିଦର୍ଶନ କରିଛନ୍ତି ଏବଂ ପୁଷ୍ଟିସାର, ତୈଳ ବ୍ୟବହାର ହ୍ରାସ ଏବଂ ପ୍ୟାକେଜ୍ ହୋଇଥିବା ଉତ୍ପାଦଗୁଡ଼ିକର ସୁସ୍ଥତା ବୃଦ୍ଧି ଉପରେ ମୁଖ୍ୟତଃ ଧ୍ୟାନ ଦିଆଯିବା ଖୁସିର ବିଷୟ। ପ୍ରଧାନମନ୍ତ୍ରୀ କାର୍ଯ୍ୟକ୍ରମର ସମସ୍ତ ଅଂଶଗ୍ରହଣକାରୀଙ୍କୁ ତାଙ୍କର ଅଭିନନ୍ଦନ ଏବଂ ଶୁଭେଚ୍ଛା ଜଣାଇଥିଲେ।ଦେଶବାସୀଙ୍କ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
September 21st, 06:09 pm
ଶକ୍ତି ପୂଜାର ପର୍ବ ନବରାତ୍ରୀ, ଆସନ୍ତାକାଲିଠାରୁ ଆରମ୍ଭ ହେଉଛି। ଆପଣମାନଙ୍କୁ ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା! ନବରାତ୍ରୀର ପ୍ରଥମ ଦିନରୁ, ଦେଶ ଆତ୍ମନିର୍ଭରଶୀଳ ଭାରତ ଅଭିଯାନ ଦିଗରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଏବଂ ବଡ଼ ପଦକ୍ଷେପ ନେଉଛି। ଆସନ୍ତାକାଲି, ସେପ୍ଟେମ୍ବର 22 ତାରିଖ ସୂର୍ଯ୍ୟୋଦୟ ସହିତ ନବରାତ୍ରୀର ପ୍ରଥମ ଦିନଠାରୁ ପରବର୍ତ୍ତୀ ପିଢ଼ିର ଜିଏସଟି ସଂସ୍କାର କାର୍ଯ୍ୟକାରୀ ହେବ। ଅନ୍ୟ ଅର୍ଥରେ କହିବାକୁ ଗଲେ ଆସନ୍ତାକାଲିଠାରୁ ଦେଶରେ ଏକ ଜିଏସଟି ସଞ୍ଚୟ ମହୋତ୍ସବ ଆରମ୍ଭ ହେବାକୁ ଯାଉଛି। ଏହି ଜିଏସଟି ସଞ୍ଚୟ ମହୋତ୍ସବ ଆପଣଙ୍କର ସଞ୍ଚୟ ବୃଦ୍ଧି କରିବ ଏବଂ ଆପଣ ଚାହୁଁଥିବା ଜିନିଷଗୁଡ଼ିକୁ ଅଧିକ ସହଜରେ କିଣିପାରିବେ। ଆମ ଦେଶର ଗରିବ, ମଧ୍ୟବିତ୍ତ ବର୍ଗର ଲୋକ, ନବମଧ୍ୟବିତ୍ତ ବର୍ଗ, ଯୁବବର୍ଗ, କୃଷକ, ମହିଳା, ଦୋକାନୀ, ବ୍ୟବସାୟୀ, ଉଦ୍ୟୋଗୀ, ସମସ୍ତେ ଏହି ସଞ୍ଚୟ ମହୋତ୍ସବରୁ ବହୁତ ଲାଭ ପାଇବେ। ଏହାର ଅର୍ଥ ହେଉଛି ଏହି ପାର୍ବଣ ଋତୁରେ ସମସ୍ତଙ୍କୁ କିଛି ମିଠା ଖାଇବାକୁ ମିଳିବ ଏବଂ ଦେଶର ପ୍ରତ୍ୟେକ ପରିବାର ଆଶୀର୍ବାଦ ପାଇବେ। ମୁଁ ଆଗାମୀ ପିଢ଼ିର ଜିଏସଟି ସଂସ୍କାର ଏବଂ ଏହି ସଞ୍ଚୟ ମହୋତ୍ସବ ପାଇଁ ଦେଶର କୋଟି କୋଟି ପରିବାରକୁ ମୋର ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭକାମନା ଜଣାଉଛି। ଏହି ସଂସ୍କାରଗୁଡ଼ିକ ଭାରତର ଅଭିବୃଦ୍ଧି କାହାଣୀକୁ ତ୍ୱରାନ୍ୱିତ କରିବ, ବ୍ୟବସାୟ କରିବା ସହଜ ହେବ, ନିବେଶ ଅଧିକ ଆକର୍ଷଣୀୟ ହେବ ଏବଂ ବିକାଶ ଦୌଡ଼ରେ ପ୍ରତ୍ୟେକ ରାଜ୍ୟକୁ ସମାନ ଅଂଶୀଦାର କରିବ।ଦେଶବାସୀଙ୍କୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
September 21st, 05:00 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ସେ ଶକ୍ତି ଉପାସନାର ପର୍ବ ନବରାତ୍ରୀ ପ୍ରାରମ୍ଭରେ ସବୁ ନାଗରିକଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ନବରାତ୍ରୀର ପ୍ରଥମ ଦିନରୁ ଦେଶ ଆତ୍ମନିର୍ଭର ଭାରତ ଅଭିଯାନରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଉଛି। 22 ସେପ୍ଟେମ୍ବର ସୂର୍ଯ୍ୟୋଦୟ ଠାରୁ ଦେଶ ପରବର୍ତ୍ତୀ ପିଢ଼ିର ଜିଏସଟି ସଂସ୍କାର କାର୍ଯ୍ୟକାରୀ କରିବ। ଏହାସହିତ ସମଗ୍ର ଭାରତରେ ‘ଜିଏସଟି ବଚତ’ ଉତ୍ସବ (ସଞ୍ଚୟ ମହୋତ୍ସବ)ର ଆରମ୍ଭ ହେବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ସେ ଜୋର ଦେଇ କହିଥିଲେ ଯେ ଏହି ପର୍ବ ସଞ୍ଚୟକୁ ବୃଦ୍ଧି କରିବ ଏବଂ ଲୋକଙ୍କ ପାଇଁ ସେମାନଙ୍କର ପସନ୍ଦର ଜିନିଷ କିଣିବାକୁ ସହଜ କରିବ। ଏହି ସଞ୍ଚୟ ମହୋତ୍ସବର ଲାଭ ଗରିବ, ମଧ୍ୟବିତ୍ତ, ନବମଧ୍ୟବିତ୍ତ ବର୍ଗ, ଯୁବକ, କୃଷକ, ମହିଳା, ଦୋକାନୀ, ବ୍ୟବସାୟୀ ଏବଂ ଉଦ୍ୟୋଗୀମାନଙ୍କ ନିକଟରେ ପହଞ୍ଚିବ। ସେ ଆହୁରି କହିଛନ୍ତି, ଏହି ପାର୍ବଣ ଋତୁରେ ପ୍ରତ୍ୟେକ ପରିବାରର ସୁଖ ଏବଂ ମଧୁରତା ବୃଦ୍ଧି ପାଇବ। ପ୍ରଧାନମନ୍ତ୍ରୀ ଦେଶର କୋଟି କୋଟି ପରିବାରକୁ ପରବର୍ତ୍ତୀ ପିଢ଼ିର ଜିଏସଟି ସଂସ୍କାର ଏବଂ ଜିଏସଟି ସଞ୍ଚୟ ମହୋତ୍ସବ ପାଇଁ ଶୁଭକାମନା ଜଣାଇଥିଲେ। ସେ କହିଥିଲେ, ଏହି ସଂସ୍କାରଗୁଡ଼ିକ ଭାରତର ଅଭିବୃଦ୍ଧି କାହାଣୀକୁ ତ୍ୱରାନ୍ୱିତ କରିବ, ବ୍ୟବସାୟିକ କାର୍ଯ୍ୟକୁ ସରଳ କରିବ, ନିବେଶକୁ ଅଧିକ ଆକର୍ଷଣୀୟ କରିବ ଏବଂ ବିକାଶ ଦୌଡ଼ରେ ପ୍ରତ୍ୟେକ ରାଜ୍ୟ ସମାନ ଅଂଶୀଦାର ହେବ।ମଣିପୁରର ଚୁରାଚାନ୍ଦପୁରରେ ବିଭିନ୍ନ ବିକାଶମୂଳକ କାମର ଭିତ୍ତିପ୍ରସ୍ତର ସ୍ଥାପନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ
September 13th, 12:45 pm
ମଣିପୁରର ଏହି ମାଟି ହେଉଛି ଉତ୍ସାହ ଓ ସାହସର ମାଟି, ଏହି ପାହାଡ଼ ପର୍ବତ ହେଉଛି ପ୍ରକୃତିର ମୂଲ୍ୟବାନ ଉପହାର ଏବଂ ଏହା ସହିତ ଏହି ସବୁ ପାହାଡ଼ ପର୍ବତ ମଧ୍ୟ ହେଉଛନ୍ତି ଆପଣ ସମସ୍ତ ଲୋକଙ୍କର ଲଗାତର କଠିନ ପରିଶ୍ରମର ପ୍ରତୀକ। ମୁଁ ମଣିପୁରର ଲୋକଙ୍କ ଉତ୍ସାହକୁ ପ୍ରଣାମ କରୁଛି। ଏତେ ଜୋର୍ ବର୍ଷା ସତ୍ତ୍ୱେ ଏତେ ସଂଖ୍ୟାରେ ଆପଣମାନେ ଏଠାକୁ ଆସିଛନ୍ତି, ମୁଁ ଆପଣଙ୍କର ଏହି ସ୍ନେହ ଶ୍ରଦ୍ଧା ପାଇଁ ଆପଣ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରୁଛି। ଜୋର୍ ବର୍ଷା ହେବାରୁ ମୋର ହେଲିକପ୍ଟର ଆସିପାରିଲା ନାହିଁ, ତେଣୁ ମୁଁ ସଡ଼କ ପଥରେ ଆସିବାକୁ ସ୍ଥିର କଲି। ଏବଂ ଆଜି ମୁଁ ସଡ଼କରେ ଯେଉଁ ଦୃଶ୍ୟ ଦେଖିଲି, ତ ମୋର ମନ କହିଲା ପରମାତ୍ମା ଠିକ୍ କରିଛନ୍ତି ମୋର ହେଲିକପ୍ଟର ଆଜି ଚାଲିଲା ନାହିଁ। ମୁଁ ସଡ଼କ ପଥରେ ଆସିଲି ଏବଂ ରାସ୍ତା ସାରା ହାତରେ ତ୍ରିରଙ୍ଗା ଧରି ଆବାଳ ବୃଦ୍ଧ ବନିତା ସମସ୍ତେ ଯେଉଁ ସ୍ନେହ ଶ୍ରଦ୍ଧା ଦେଇଛନ୍ତି, ଯେଉଁ ଆପଣାପଣ ଦେଖାଇଛନ୍ତି, ମୋ ଜୀବନରେ ଏହି ମୁହୂର୍ତ୍ତିକୁ ମୁଁ କେବେ ଭୁଲି ପାରିବି ନାହିଁ। ମୁଁ ନତମସ୍ତକ ହୋଇ ମଣିପୁରବାସୀଙ୍କୁ ପ୍ରଣାମ କରୁଛି।ମଣିପୁର ଚୁରାଚାନ୍ଦପୁରରେ ₹୭,୩୦୦ କୋଟିର ପ୍ରକଳ୍ପ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
September 13th, 12:30 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମଣିପୁରର ଚୁରାଚାନ୍ଦପୁରରେ ୭,୩୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବହୁବିଧ ବିକାଶ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ ଉପସ୍ଥିତ ଜନସାଧାରଣଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ମଣିପୁର ମାଟି ହେଉଛି ସାହସ ଓ ଦୃଢ଼ତାର ଭୂମି ଏବଂ ମଣିପୁରର ପାହାଡ଼ଗୁଡ଼ିକ ପ୍ରକୃତିର ଏକ ଅମୂଲ୍ୟ ଉପହାର। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏହି ପାହାଡ଼ଗୁଡ଼ିକ ଲୋକଙ୍କ ନିରନ୍ତର କଠିନ ପରିଶ୍ରମକୁ ମଧ୍ୟ ପ୍ରତିନିଧିତ୍ୱ କରୁଛି। ମଣିପୁରର ଲୋକଙ୍କ ଅଦମ୍ୟ ମନୋବଳକୁ ସଲାମ ଜଣାଇ ଶ୍ରୀ ମୋଦୀ ଏତେ ବିପୁଳ ସଂଖ୍ୟାରେ ଆସିଥିବା ଲୋକଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିଛନ୍ତି ଏବଂ ସେମାନଙ୍କ ସ୍ନେହ ପାଇଁ ଧନ୍ୟବାଦ ଜଣାଇଛନ୍ତି ।ଗୁଜରାଟର ଅହମ୍ମଦାବାଦରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ
August 25th, 06:42 pm
ଆଜି ଆପଣମାନେ ପରିବେଶକୁ ବନାଇ ରଖିଛନ୍ତି । ଅନେକ ଥର ମନରେ ଆସେ ଏହା କିପରି ଭାଗ୍ୟ ଯେ ଲକ୍ଷ ଲକ୍ଷ ଲୋକଙ୍କ ପ୍ରେମ ଏବଂ ସେମାନଙ୍କ ଆଶୀର୍ବାଦ, ମୁଁ ଆପଣମାନଙ୍କୁ ଯେତେ ଧନ୍ୟବାଦ କଲେ ବି ସେତେ କମ୍ ହେବ । ଦେଖନ୍ତୁ ସେଠାରେ କେହି ଛୋଟ ନରେନ୍ଦ୍ର ଛିଡ଼ା ହୋଇଗଲାଣି ।ଗୁଜରାଟର ଅହମଦାବାଦରେ ୫୪୦୦ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
August 25th, 06:15 pm
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟର ଅହମଦାବାଦରେ ୫୪ ଶହ କୋଟିର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିଛନ୍ତି । ସମବେତ ଜନସଭାକୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ, ଗଣେଶ ପୂଜା ଲାଗି ସାରା ଦେଶ ଏବେ ଉତ୍ସବମୁଖର ରହିଛି । ଗଣପତିଙ୍କ ଆଶୀର୍ବାଦରେ ଚଳିତ ପୂଜାଠାରୁ ଗୁଜରାଟର ବିକାଶ ଲାଗି ବିଭିନ୍ନ ଉନ୍ନତିମୂଳକ କାମର ଶୁଭାରମ୍ଭ କରାଯିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।ନୂଆଦିଲ୍ଲୀର କର୍ତ୍ତବ୍ୟ ପଥରେ କର୍ତ୍ତବ୍ୟ ଭବନର ଉଦଘାଟନୀ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
August 06th, 07:00 pm
କେନ୍ଦ୍ର ସରକାରଙ୍କ ମନ୍ତ୍ରିମଣ୍ଡଳର ସମସ୍ତ ସହଯୋଗୀଗଣ, ଉପସ୍ଥିତ ମାନ୍ୟବର ସାଂସଦଗଣ, ସରକାରଙ୍କ ସମସ୍ତ କର୍ମଚାରୀଗଣ, ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଗଣ, ମହିଳା ଓ ଭଦ୍ରବ୍ୟକ୍ତିଗଣ!ନୂଆଦିଲ୍ଲୀର କର୍ତ୍ତବ୍ୟ ପଥଠାରେ କର୍ତ୍ତବ୍ୟ ଭବନ ଉଦଘାଟନ କାର୍ଯ୍ୟକ୍ରମରେ ଉଦବୋଧନ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
August 06th, 06:30 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର କର୍ତ୍ତବ୍ୟ ପଥଠାରେ କର୍ତ୍ତବ୍ୟ ଭବନ-୩ର ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଉଦବୋଧନ ଦେଇଛନ୍ତି । ଏହି ଅବସରରେ ସେ କହିଛନ୍ତି, ଅଗଷ୍ଟ ମାସ ହେଉଛି ବିପ୍ଳବର ମାସ। ଅଗଷ୍ଟ ୧୫ ତାରିଖ ପୂର୍ବରୁ ଆଉ ଏକ ଐତିହାସିକ ମାଇଲଖୁଣ୍ଟ ଆସିଛି। ଭାରତ ଏକ ଆଧୁନିକ ଭାରତ ଗଠନ ସହିତ ଜଡିତ ଅନେକ ପ୍ରମୁଖ ସଫଳତାକୁ ଦେଖୁଛି। ନୂଆଦିଲ୍ଲୀ ବିଷୟରେ ଉଲ୍ଲେଖ କରି ଶ୍ରୀ ମୋଦୀ ନିକଟରେ ହୋଇଥିବା ଭିତ୍ତିଭୂମି ସମ୍ବନ୍ଧୀୟ ସ୍ଥାନଗୁଡ଼ିକର ତାଲିକା ଦେଇଥିଲେ। କର୍ତ୍ତବ୍ୟ ପଥ, ନୂତନ ସଂସଦ ଭବନ, ନୂତନ ପ୍ରତିରକ୍ଷା କାର୍ଯ୍ୟାଳୟ କମ୍ପ୍ଲେକ୍ସ, ଭାରତ ମଣ୍ଡପମ୍, ଯଶୋଭୂମି, ସହିଦମାନଙ୍କ ପାଇଁ ଉତ୍ସର୍ଗୀକୃତ ଜାତୀୟ ଯୁଦ୍ଧ ସ୍ମାରକୀ ଏବଂ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତି ଏବଂ ବର୍ତ୍ତମାନର କର୍ତ୍ତବ୍ୟ ଭବନ ବିଷୟରେ ସେ କହିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ, ଏଗୁଡ଼ିକ କେବଳ ନୂତନ କୋଠା କିମ୍ବା ନିୟମିତ ଭିତ୍ତିଭୂମି ନୁହେଁ । ଅମୃତ କାଳରେ, ଏକ ବିକଶିତ ଭାରତକୁ ଗଢ଼ି ତୋଳିବା ପାଇଁ ନୀତିଗୁଡ଼ିକ ଏହି ଢାଞ୍ଚାଗୁଡ଼ିକରେ ପ୍ରସ୍ତୁତ କରାଯିବ ଏବଂ ଆଗାମୀ ଦଶନ୍ଧିରେ ଦେଶର ଗତିପଥ ଏହି ଅନୁଷ୍ଠାନଗୁଡ଼ିକରୁ ସ୍ଥିର କରାଯିବ। ସେ କର୍ତ୍ତବ୍ୟ ଭବନର ଉଦ୍ଘାଟନରେ ସମସ୍ତ ନାଗରିକଙ୍କୁ ଅଭିନନ୍ଦନ ଜଣାଇବା ସହିତ ଏହାର ନିର୍ମାଣରେ ସମ୍ପୃକ୍ତ ଥିବା ଇଞ୍ଜିନିୟର ଏବଂ ଶ୍ରମଜୀବୀମାନଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଥିଲେ।The world acknowledges today that India possesses two infinite powers - Demography & Democracy: PM Modi
July 12th, 11:30 am
PM Modi addressed the Rozgar Mela and distributed appointment letters to newly appointed youth. He emphasized them that their common goal is national service, guided by the principle of Citizen First. The PM described the current phase as a Mahayagya of development, a national mission dedicated to poverty eradication and employment generation and called on the country’s youth to take this mission forward.ରୋଜଗାର ମେଳାକୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
July 12th, 11:00 am
ପ୍ରଧାନମନ୍ତ୍ରୀ ଭାରତର ଜନସଂଖ୍ୟାଗତ ଏବଂ ଗଣତାନ୍ତ୍ରିକ ଭିତ୍ତିଭୂମିର ଅତୁଳନୀୟ ଶକ୍ତି ଉପରେ ଆଲୋକପାତ କରିଥିଲେ। ସେ ଗୁରୁତ୍ୱାରୋପ କରିଥିଲେ ଯେ ବିଶ୍ୱର ସର୍ବାଧିକ ଯୁବ ଜନସଂଖ୍ୟା ଏବଂ ସର୍ବବୃହତ ଗଣତନ୍ତ୍ର ସହିତ, ଭାରତରେ ଘରୋଇ ଏବଂ ବିଶ୍ୱ ସ୍ତରରେ ଭବିଷ୍ୟତକୁ ଗଢ଼ିବାର ଅନନ୍ୟ ସମ୍ଭାବନା ରହିଛି। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ବିଶାଳ ଯୁବ ବାହିନୀ ଭାରତର ସର୍ବୋତ୍ତମ ସମ୍ପତ୍ତି ଏବଂ ସରକାର ଏହି ପୁଞ୍ଜିକୁ ଦୀର୍ଘକାଳୀନ ସମୃଦ୍ଧିର ଉତ୍ପ୍ରେରକରେ ପରିଣତ କରିବା ପାଇଁ ପ୍ରୟାସରେ ସ୍ଥିର ରହିଛି।ତ୍ରିନିଦାଦ ଏବଂ ଟୋବାଗୋରେ ଭାରତୀୟ ସମୁଦାୟଙ୍କୁ ପ୍ରଦାନ କରାଯାଇଥିବା ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
July 04th, 05:56 am
ଆଜି ସନ୍ଧ୍ୟାରେ ଆପଣମାନଙ୍କ ସହିତ ରହିବା ମୋ ପାଇଁ ଅତ୍ୟନ୍ତ ଗର୍ବ ଏବଂ ଆନନ୍ଦର ବିଷୟ। ମୁଁ ପ୍ରଧାନମନ୍ତ୍ରୀ କମଲା ଜୀଙ୍କୁ ତାଙ୍କର ସୁନ୍ଦର ଆତିଥ୍ୟ ଏବଂ ସୌହାର୍ଦ୍ଧ୍ୟପୂର୍ଣ୍ଣ କଥା ପାଇଁ ଧନ୍ୟବାଦ ଜଣାଉଛି।