Fulfilling public aspirations is the core objective of this budget and the resolution of this government: PM Modi

March 09th, 10:30 am

PM Modi addressed the post-budget webinars today, focusing on the theme “Sabka Saath Sabka Vikas-Fulfilling Aspirations of People”. In his remarks, the PM highlighted India’s prowess in the past decade in health, education, sports and tourism. He emphasised the importance of synergy between various stakeholders to accelerate national progress and solidify the foundation of a Viksit Bharat.

‘ସବ୍‌କା ସାଥ୍‌ ସବ୍‌କା ବିକାଶ-ଲୋକଙ୍କ ଆକାଂକ୍ଷା ପୂରଣ’ ବିଷୟ ଉପରେ ବଜେଟ୍‌ ପରବର୍ତ୍ତୀ ଓ୍ବେବିନାର୍‌ରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦବୋଧନ

March 09th, 10:15 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବଜେଟ୍ ପରବର୍ତ୍ତୀ ୱେବିନାର ସିରିଜର ଚତୁର୍ଥ ୱେବିନାରରେ ସବକା ସାଥ ସବକା ବିକାଶ - ଲୋକଙ୍କ ଆକାଂକ୍ଷା ପୂରଣ ବିଷୟ ଉପରେ ଆଲୋଚନା କରିଥିଲେ। ଶିକ୍ଷା, ଦକ୍ଷତା, ସ୍ୱାସ୍ଥ୍ୟ, ପର୍ଯ୍ୟଟନ, କ୍ରୀଡା ଏବଂ ସଂସ୍କୃତି କ୍ଷେତ୍ରକୁ ଏହି ଲକ୍ଷ୍ୟ ହାସଲ ପାଇଁ ପ୍ରମୁଖ ମାଧ୍ୟମ ଭାବରେ ବର୍ଣ୍ଣନା କରି, ଶ୍ରୀ ମୋଦୀ ବଜେଟ୍ ଘୋଷଣାଗୁଡ଼ିକର ପ୍ରଭାବୀ କାର୍ଯ୍ୟାନ୍ୱୟନ ବିଷୟରେ ଆଲୋଚନା କରିବାକୁ ବିଶେଷଜ୍ଞ ଏବଂ ନୀତି ନିର୍ଦ୍ଧାରକମାନଙ୍କୁ ଆମନ୍ତ୍ରଣ କରିଥିଲେ। ସେ କହିଥିଲେ, ଜନତାଙ୍କ ଆକାଂକ୍ଷା ପୂରଣ କରିବା କେବଳ ଏକ ବିଷୟ ନୁହେଁ; ଏହା ଏହି ବଜେଟର ମୂଳ ଲକ୍ଷ୍ୟ ଏବଂ ଏହି ସରକାରଙ୍କ ସଂକଳ୍ପ।

Prime Minister Narendra Modi to address Post Budget Webinar on the theme “Sabka Saath Sabka Vikas-Fulfilling Aspirations of People”

March 08th, 04:35 pm

To translate the policy vision outlined in the Budget into actionable strategies, PM Modi will address the Post Budget Webinar on the theme “Sabka Saath Sabka Vikas-Fulfilling Aspirations of People” on 9th March 2026. Under this theme, multiple breakout sessions will be organised across sectors including education and skilling, health and AYUSH, tourism and hospitality among others.

"କୃଷି ଏବଂ ଗ୍ରାମୀଣ ପରିବର୍ତ୍ତନ" ଶୀର୍ଷକ ଉପରେ ଆୟୋଜିତ ବଜେଟ୍ ପରବର୍ତ୍ତୀ ୱେବିନାରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

March 06th, 01:14 pm

ବଜେଟ୍ ୱେବିନାର୍ ସିରିଜ୍ର ତୃତୀୟ ୱେବିନାର୍ କୁ, ମୁଁ ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛି। ଏହା ପୂର୍ବରୁ, ପ୍ରଯୁକ୍ତିବିଦ୍ୟା, ସଂସ୍କାର ଏବଂ ଆର୍ଥିକ ଅଭିବୃଦ୍ଧି ଭଳି ପ୍ରମୁଖ ବିଷୟ ଉପରେ ଦୁଇଟି ୱେବିନାର୍ ଅନୁଷ୍ଠିତ ହୋଇଯାଇଛି । ଆଜି, ଆମେ ଗ୍ରାମୀଣ ଅର୍ଥନୀତି ଏବଂ କୃଷି ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରଗୁଡ଼ିକ ଉପରେ ଆଲୋଚନା ହେଉଛି । ଆପଣମାନେ ସମସ୍ତେ ଆପଣଙ୍କର ମୂଲ୍ୟବାନ ପରାମର୍ଶ ସହିତ ବଜେଟ୍ ଗଠନରେ ଅନେକ ଅବଦାନ ଦେଇଛନ୍ତି, ଏବଂ ଆପଣ ଆପଣଙ୍କର ପରାମର୍ଶଗୁଡ଼ିକୁ ବଜେଟ୍ ରେ ପ୍ରତିଫଳିତ ହୋଇଥିବା ଦେଖିପାରୁଥିବେ, ଯାହା ବହୁତ ସହାୟକ ପ୍ରମାଣିତ ହୋଇଛି। କିନ୍ତୁ ଏବେ ବଜେଟ୍ ଆସିଯାଇଛି, ବର୍ତ୍ତମାନ ବଜେଟ୍ ପରେ ତାହାର ସଂପୂର୍ଣ୍ଣ ସମ୍ଭାବନାର ଲାଭ ଦେଶକୁ ମିଳୁ, ଏହି ଦିଗରେ ମଧ୍ୟ ଏହାକୁ ସାକାର କରିବା ପାଇଁ ଆପଣଙ୍କର ଅଭିଜ୍ଞତା, ପରାମର୍ଶ ଏବଂ ଏକ ସରଳ ପଦ୍ଧତି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଆମେ କିପରି ନିଶ୍ଚିତ କରିବା ଯେ ବଜେଟର ପ୍ରତ୍ୟେକ ଟଙ୍କା ଏହାର ଉଦ୍ଦେଶ୍ୟକୁ ହାସଲ କରୁଛି ? କିପରି ଆମେ ଏହାକୁ ଶୀଘ୍ର ସମ୍ଭବ କରି ପାରିବା ? ଏହି ୱେବିନାର୍ ପାଇଁ ଆପଣଙ୍କ ପରାମର୍ଶ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହିଛି ।

କୃଷି ଓ ଗ୍ରାମୀଣ ରୂପାନ୍ତରଣ ଉପରେ ଆୟୋଜିତ ବଜେଟ୍‌ ପରବର୍ତ୍ତୀ ଓ୍ବେବିନାର୍‌ରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦବୋଧନ

March 06th, 01:00 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କୃଷି ଏବଂ ଗ୍ରାମୀଣ ରୂପାନ୍ତରଣ ବିଷୟ ଉପରେ ପର୍ଯ୍ୟବେଶିତ ତୃତୀୟ ବଜେଟ୍ ପରବର୍ତ୍ତୀ ୱେବିନାରକୁ ସମ୍ବୋଧିତ କରିଥିଲେ। ପ୍ରଯୁକ୍ତିବିଦ୍ୟା ଏବଂ ଅର୍ଥନୈତିକ ବିକାଶ ଉପରେ ପର୍ଯ୍ୟବେଶିତ ପୂର୍ବ ଅଧିବେଶନଗୁଡ଼ିକୁ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ବଜେଟ୍ ଗଠନ ସମୟରେ ଅଂଶୀଦାରମାନେ ମୂଲ୍ୟବାନ ମତାମତ ପ୍ରଦାନ କରିଥିଲେ। ଏବେ, ବଜେଟ୍ ପରେ, ଦେଶ ଏହାର ପୂର୍ଣ୍ଣ ସମ୍ଭାବନାକୁ ବ୍ୟବହାର କରିବା ବି ସମାନ ଭାବରେ ଗୁରୁତ୍ୱପୂର୍ଣ୍ଣ, ଏବଂ ସେଥିପାଇଁ ଆପଣମାନଙ୍କ ପରାମର୍ଶ ବେଶ ଗୁରୁତ୍ବପୂର୍ଣ୍ଣ ଏବଂ ସେହି କାରଣରୁ ଏହି ୱେବିନାରଟି ମଧ୍ୟ ବେଶ୍ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଥିଲେ ।

୬ ମାର୍ଚ୍ଚରେ “କୃଷି ଏବଂ ଗ୍ରାମୀଣ ରୂପାନ୍ତରଣ” ଶୀର୍ଷକ ବଜେଟ୍ ପରବର୍ତ୍ତୀ ୱେବିନାରକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ

March 05th, 06:04 pm

ଏହି ବିଷୟବସ୍ତୁ ଅନ୍ତର୍ଗତ, ଆଠଟି ଭିନ୍ନ ଭିନ୍ନ ୱେବିନାର ଅଧିବେଶନ ଆୟୋଜନ କରାଯାଉଛି, ଯେଉଁଥିରେ ଚାରୋଟି ପ୍ରମୁଖ କ୍ଷେତ୍ରକୁ ସାମିଲ କରାଯାଛି: (୧) କୃଷି (୨) ପଶୁପାଳନ ଏବଂ ଦୁଗ୍ଧ ଉତ୍ପାଦନ (୩) ମତ୍ସ୍ୟପାଳନ (୪) ଗ୍ରାମୀଣ ଜୀବିକା ।

“ଆର୍ଥିକ ଅଭିବୃଦ୍ଧିକୁ ନିରନ୍ତର ଓ ସୁଦୃଢ଼ କରିବା” ଶୀର୍ଷକ ବଜେଟ୍‌ ପରବର୍ତ୍ତୀ ୱେବିନାରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

March 03rd, 11:30 am

ଗତ ସପ୍ତାହରେ, ବଜେଟ୍ ୱେବିନାର୍ ଶୃଙ୍ଖଳାର ପ୍ରଥମ ୱେବିନାର୍ ଅନୁଷ୍ଠିତ ହୋଇଥିଲା। ଏହା ଏକ ବହୁତ ବଡ଼ ସଫଳତା ଥିଲା ବୋଲି ମୋତେ କୁହାଯାଇଥିଲା। ସମସ୍ତେ ବଜେଟ୍ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ସମ୍ପର୍କରେ ଉତ୍କୃଷ୍ଟ ପରାମର୍ଶ ଦେଇଥିଲେ। ମୁଁ ସମସ୍ତଙ୍କ ସକ୍ରିୟ ଅଂଶଗ୍ରହଣକୁ ସ୍ୱାଗତ କରୁଛି। ଆଜି, ଏହି ଶୃଙ୍ଖଳାର ଦ୍ୱିତୀୟ ୱେବିନାର୍ ଅନୁଷ୍ଠିତ ହେଉଛି। ମୋତେ କୁହାଯାଇଥିଲା ଯେ, ଆଜି ହଜାର ହଜାର ସଂଖ୍ୟାରେ ଲୋକ ଯୋଗଦେବେ ଏବଂ ବିଭିନ୍ନ ବିଷୟରେ ସେମାନଙ୍କର ପରାମର୍ଶ ଦେବେ। ବିଷୟବସ୍ତୁ ବିଶେଷଜ୍ଞମାନେ ମଧ୍ୟ ଆମ ସହିତ ଯୋଗଦେବେ। ଏତେ ବିପୁଳ ସଂଖ୍ୟାରେ ବଜେଟ୍ ଉପରେ ଆଲୋଚନା ନିଜେ ନିଜ ମଧ୍ୟରେ ଏକ ସଫଳ ପରୀକ୍ଷଣ। ଏହି ୱେବିନାରରେ ଯୋଗଦେବା ପାଇଁ ସମୟ ବାହାର କରିଥିବାରୁ ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ଅଭିନନ୍ଦନ ଜଣାଇବା ସହିତ ସ୍ୱାଗତ କରୁଛି। ଏହି ୱେବିନାରର ବିଷୟବସ୍ତୁ ଦେଶର ଅର୍ଥନୈତିକ ଅଭିବୃଦ୍ଧିକୁ ନିରନ୍ତର ମଜଭୁତ କରିବା ସହ ସମ୍ବନ୍ଧିତ। ଆଜି ଯେତେବେଳେ ଭାରତ ନିଜର ମଜଭୁତ ଅର୍ଥନୀତି ସହିତ ସମଗ୍ର ବିଶ୍ୱର ଆଶାର କେନ୍ଦ୍ରବିନ୍ଦୁ ହୋଇଛି ଏବଂ ଯେତେବେଳେ ବିଶ୍ୱ ଯୋଗାଣ ଶୃଙ୍ଖଳାକୁ ପୁନଃଆକୃତି ଦିଆଯାଉଛି, ସେତେବେଳେ ଅର୍ଥନୀତିର ଦ୍ରୁତ ପ୍ରଗତି ‘ବିକଶିତ ଭାରତ’ ପାଇଁ ମଧ୍ୟ ଏକ ମହତ୍ତ୍ୱପୂର୍ଣ୍ଣ ଆଧାର ଅଟେ। ଆମର ଦିଗ ସ୍ପଷ୍ଟ, ଆମର ସଂକଳ୍ପ ସ୍ପଷ୍ଟ, ଅଧିକ ନିର୍ମାଣ କରନ୍ତୁ, ଅଧିକ ଉତ୍ପାଦନ କରନ୍ତୁ, ଅଧିକ ସଂଯୋଗ ସୃଷ୍ଟି କରନ୍ତୁ ଏବଂ ଏବେ ରପ୍ତାନୀ କରିବାର ଅଧିକ ଆବଶ୍ୟକତା ରହିଛି ଏବଂ ନିଶ୍ଚିତ ଭାବରେ ଆଜି ଆପଣଙ୍କ ମଧ୍ୟରେ ଯେଉଁ ମନ୍ଥନ ହେବ, ଏହି ମନ୍ଥନରୁ ଯେଉଁ ଫଳାଫଳ ବାହାରିବ, ତାହା ଏଥିରେ ଏକ ବଡ଼ ଭୂମିକା ଗ୍ରହଣ କରିବ।

“ଆର୍ଥିକ ଅଭିବୃଦ୍ଧିକୁ ବଜାୟ ରଖିବା ଏବଂ ସୁଦୃଢ଼ କରିବା” ଶୀର୍ଷକ ବଜେଟ୍‌ ପରବର୍ତ୍ତୀ ୱେବିନାରକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

March 03rd, 11:15 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି “ଆର୍ଥିକ ଅଭିବୃଦ୍ଧିକୁ ବଜାୟ ରଖିବା ଏବଂ ସୁଦୃଢ଼ କରିବା” ଶୀର୍ଷକ ବଜେଟ୍‌ ପରବର୍ତ୍ତୀ ୱେବିନାରକୁ ସମ୍ବୋଧିତ କରିଛନ୍ତି। ପୂର୍ବ ସପ୍ତାହର ୱେବିନାର ସମ୍ପର୍କରେ ଆଲୋଚନା କରି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ, ପ୍ରଥମ ୱେବିନାର ଅତ୍ୟନ୍ତ ସଫଳ ହୋଇଥିଲା ଏବଂ ବଜେଟ୍ ବ୍ୟବସ୍ଥାର କାର୍ଯ୍ୟାନ୍ୱୟନ ସମ୍ପର୍କରେ ଉତ୍କୃଷ୍ଟ ପରାମର୍ଶ ମିଳିଥିଲା।

୩ ମାର୍ଚ୍ଚରେ “ସ୍ଥାୟୀ ଏବଂ ସୁଦୃଢ଼ ଅର୍ଥନୈତିକ ଅଭିବୃଦ୍ଧି” ଶୀର୍ଷକ ବଜେଟ୍ ପରବର୍ତ୍ତୀ ୱେବିନାରକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ

March 02nd, 07:10 pm

ଏହି ବିଷୟବସ୍ତୁ ଅନ୍ତର୍ଗତ, ବିଭିନ୍ନ କ୍ଷେତ୍ରକୁ ସାମିଲ କରି ଚାରୋଟି ଅଲଗା ୱେବିନାର ଅଧିବେଶନ ଆୟୋଜନ କରାଯାଉଛି । ସେଥିରେ (୧) ଉତ୍ପାଦନ, ଶିଳ୍ପ ଉନ୍ନୟନ ଏବଂ ରଣନୈତିକ କ୍ଷେତ୍ର (୨) ଲଘୁ ଏବଂ ମଧ୍ୟମ ଉଦ୍ୟୋଗ, ଆର୍ଥିକ ଏବଂ ବଜାର ପ୍ରବେଶ (୩) ସହର ଅର୍ଥନୈତିକ କ୍ଷେତ୍ର ଏବଂ (୪) ଭିତ୍ତିଭୂମି, ଲଜିଷ୍ଟିକ୍ସ ଏବଂ ମାଲ ପରିବହନ ଅନ୍ତର୍ଭୁକ୍ତ ।

"ବିକଶିତ ଭାରତ ପାଇଁ ପ୍ରଯୁକ୍ତିବିଦ୍ୟା, ସଂସ୍କାର ଏବଂ ଅର୍ଥ" ଶୀର୍ଷକ ବଜେଟ୍‌ ପରବର୍ତ୍ତୀ ୱେବିନାରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

February 27th, 01:01 pm

ଏହି ବର୍ଷର ପ୍ରଥମ ବଜେଟ୍ ୱେବିନାରରେ ଆପଣମାନଙ୍କୁ ମୁଁ ଅଭିନନ୍ଦନ ଜଣାଉଛି। ଗତ କିଛି ବର୍ଷରେ ବଜେଟ୍ ୱେବିନାର ଏକ ସୁଦୃଢ ପରମ୍ପରାର ରୂପ ନେଇଛି। ସାଧାରଣତଃ ବଜେଟ୍‌ର ମୂଲ୍ୟାଙ୍କନ ବିଭିନ୍ନ ପାରାମିଟର୍‌ ଆଧାରରେ କରାଯାଏ, କେବେ ଶେୟାର ବଜାରର ଗତି ଉପରେ ଆଲୋଚନା ହୁଏ, କେବେ ଆୟକର ପ୍ରସ୍ତାବ ଉପରେ ଚର୍ଚ୍ଚା କେନ୍ଦ୍ରିତ ହୁଏ। କିନ୍ତୁ ସତକଥା ହେଉଛି ଯେ ଜାତୀୟ ବଜେଟ୍ କୌଣସି ସ୍ଵଳ୍ପମିଆଦୀ ବ୍ୟବସାୟିକ ଦଲିଲ୍ ନୁହେଁ; ଏହା ଏକ ନୀତିଆଧାରିତ ରୋଡମ୍ୟାପ୍। ତେଣୁ ବଜେଟ୍‌ର ପ୍ରଭାବଶୀଳତାକୁ ମଧ୍ୟ ଦୃଢ଼ ପାରାମିଟର୍‌ ଉପରେ ମୂଲ୍ୟାଙ୍କନ କରାଯିବା ଉଚିତ। ଏହା ହେଉଛି ଏମିତି ନୀତି, ଯାହା ଭିତ୍ତିଭୂମିର ବିସ୍ତାର କରେ, ଋଣ ପ୍ରବାହକୁ ସୁଗମ କରେ, ବ୍ୟବସାୟ କରିବାରେ ସହଜତାକୁ ବଢ଼ାଏ, ପ୍ରଶାସନରେ ପାରଦର୍ଶିତା ଆଣେ, ଏବଂ ଲୋକମାନଙ୍କ ଜୀବନକୁ ସହଜ କରି ନୂତନ ଅବସର ସୃଷ୍ଟି କରେ। ବଜେଟ୍ ରେ ଏହି ସବୁ ସମ୍ବନ୍ଧୀୟ ସିଦ୍ଧାନ୍ତ ଅର୍ଥନୀତିକୁ ଦୀର୍ଘସ୍ଥାୟୀ ଦୃଢତା ଦେଇଥାଏ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, କୌଣସି ବଜେଟ୍‌କୁ ଅଲଗା ଭାବେ ଦେଖାଯିବା ଉଚିତ୍ ନୁହେଁ। ରାଷ୍ଟ୍ର ନିର୍ମାଣ ଏକ ନିରନ୍ତର ପ୍ରକ୍ରିୟା। ପ୍ରତ୍ୟେକ ବଜେଟ୍ ଏକ ବଡ଼ ଲକ୍ଷ୍ୟ ଦିଗରେ ଆଗକୁ ବଢ଼ିବାର ଏକ ପଦକ୍ଷେପ ହୋଇଥାଏ। ଆମ ସାମ୍ନାରେ ରହିଥିବା ସେହି ବଡ଼ ଲକ୍ଷ୍ୟ ହେଉଛି, ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ। ପ୍ରତ୍ୟେକ ସଂସ୍କାର, ପ୍ରତ୍ୟେକ ଆବଣ୍ଟନ, ପ୍ରତ୍ୟେକ ପରିବର୍ତ୍ତନକୁ ଏହି ଦୀର୍ଘ ଯାତ୍ରାର ଅଂଶ ଭାବେ ଦେଖିବା ଦରକାର। ସେଥିପାଇଁ ପ୍ରତିବର୍ଷ ବଜେଟ୍ ପରେ ଆୟୋଜିତ ହେଉଥିବା ଏହି ୱେବିନାରଗୁଡିକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ମୋର ଆଶା ଯେ, ଏହି ୱେବିନାରଗୁଡିକ କେବଳ ବିଚାରର ଆଦାନ ପ୍ରଦାନରେ ସୀମିତ ନରହି ଏକ ପ୍ରଭାବଶୀଳ ମନନ – ଚର୍ଚ୍ଚାରେ ପରିଣତ ହେଉ। ଆପଣମାନଙ୍କର ଅନୁଭବ ଏବଂ ବ୍ୟାବହାରିକ ଆହ୍ଵାନ ଉପରେ ଆଧାରିତ ପରାମର୍ଶ ଆର୍ଥିକ କୌଶଳକୁ ଅଧିକ ସୁଦୃଢ଼ କରିବାରେ ଓ ସମାଧାନ ଖୋଜିବାରେ ନିଶ୍ଚିତ ଭାବେ ସାହାଯ୍ୟ କରିବ। ଯେତେବେଳେ ଉଦ୍ୟୋଗ, ଶିକ୍ଷାକ୍ଷେତ୍ର, ବିଶ୍ଳେଷକ ଏବଂ ନୀତି ନିର୍ମାତାମାନେ ଏକାସାଥିରେ ଚିନ୍ତନ କରନ୍ତି, ଯୋଜନାଗୁଡିକର କାର୍ଯ୍ୟାନ୍ଵୟନ ଉତ୍ତମ ଭାବରେ ହୋଇଥାଏ ଏବଂ ସଠିକ୍ ଫଳାଫଳ ମିଳେ। ଏହି ୱେବିନାର ଶୃଙ୍ଖଳା ପଛରେ ଏହି ଭାବନା ରହିଛି।

“ବିକଶିତ ଭାରତ ପାଇଁ ପ୍ରଯୁକ୍ତିବିଦ୍ୟା ସଂସ୍କାର ଏବଂ ଅର୍ଥ” ଶୀର୍ଷକ ବଜେଟ୍-ପରବର୍ତ୍ତୀ ୱେବିନାରକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

February 27th, 11:30 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବିକଶିତ ଭାରତ ପାଇଁ ପ୍ରଯୁକ୍ତିବିଦ୍ୟା ସଂସ୍କାର ଏବଂ ଅର୍ଥ ବିଷୟବସ୍ତୁ ଉପରେ ଧ୍ୟାନ ଦେଇ ୨୦୨୬-୨୭ ସିରିଜର ପ୍ରଥମ ବଜେଟ୍ ପରବର୍ତ୍ତୀ ୱେବିନାରକୁ ସମ୍ବୋଧିତ କରିଥିଲେ। ଜାତୀୟ ବଜେଟ୍ ଏକ କ୍ଷଣସ୍ଥାୟୀ ବାଣିଜ୍ୟିକ ଡକ୍ୟୁମେଣ୍ଟ ନୁହେଁ ବରଂ ଏକ ନୀତିଗତ ରୋଡମ୍ୟାପ୍ ବୋଲି ଗୁରୁତ୍ୱାରୋପ କରି ଶ୍ରୀ ମୋଦୀ ୨୦୪୭ ସୁଦ୍ଧା ଏକ ବିକଶିତ ଭାରତର ଲକ୍ଷ୍ୟକୁ ସାକାର କରିବା ପାଇଁ ଏକ ସାମୂହିକ ପ୍ରୟାସ ପାଇଁ ଆହ୍ୱାନ ଦେଇଥିଲେ।

Prime Minister Narendra Modi to address Post Budget Webinar on “Technology, Reforms and Finance for Viksit Bharat”

February 26th, 08:07 pm

To ensure outcome-oriented implementation of the Budget announcements for FY 2026-27, PM Modi will address the Post Budget Webinar on “Technology, Reforms and Finance for Viksit Bharat” on 27th February. The webinar will include discussions on public capex, infrastructure, banking sector reforms, financial sector architecture, deepening capital markets and improving ease of living through tax reforms.

ବଜେଟ ପରେ ଭିଡିଓ କନଫରେନ୍ସିଂ ଜରିଆରେ ନିଯୁକ୍ତି ସୃଷ୍ଟିକୁ ପ୍ରୋତ୍ସାହିତ କରିବା ଉପରେ ୱେବିନାରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ ।

March 05th, 01:35 pm

ଏହି ଗୁରୁତ୍ୱପୂର୍ଣ୍ଣ ବଜେଟ୍ ୱେବିନାରରେ ଆପଣ ସମସ୍ତଙ୍କୁ ସ୍ୱାଗତ, ଅଭିନନ୍ଦନ । ଲୋକ, ଅର୍ଥନୀତି ଏବଂ ଉଦ୍ଭାବନ କ୍ଷେତ୍ରରେ ପୁଞ୍ଜିନିବେଶ ହେଉଛି ଏକ ବିଷୟବସ୍ତୁ ଯାହା ଏକ ବିକଶିତ ଭାରତର ରୋଡମ୍ୟାପ୍ କୁ ନିର୍ଦ୍ଧାରଣ କରେ | ଚଳିତ ବର୍ଷବଜେଟରେ ଏହାର ପ୍ରଭାବ ବହୁତ ବଡ ଧରଣର ଦେଖିବାକୁ ମିଳିବ । ତେଣୁ ଏହି ବଜେଟ୍ ଭାରତର ଭବିଷ୍ୟତ ପାଇଁ ବ୍ଲୁ ପ୍ରିଣ୍ଟ ଭାବେ ଉଭା ହୋଇଛି। ଭିତ୍ତିଭୂମି ଏବଂ ଶିଳ୍ପରେ ପୁଞ୍ଜିନିବେଶକୁ ଆମେ ଯେତିକି ପ୍ରାଥମିକତା ଦେଇଛୁ, ସେତିକି ଲୋକ, ଅର୍ଥନୀତି ଓ ଉଦ୍ଭାବନକୁ ମଧ୍ୟ ପ୍ରାଥମିକତା ଦେଇଛୁ। ଆପଣ ସମସ୍ତେ ଜାଣନ୍ତି ଯେ ଦକ୍ଷତା ବୃଦ୍ଧି ଏବଂ ପ୍ରତିଭା ବିକାଶ ଦେଶର ପ୍ରଗତିର ଭିତ୍ତିପ୍ରସ୍ତର ଭାବରେ କାର୍ଯ୍ୟ କରେ । ତେଣୁ ବିକାଶର ପରବର୍ତ୍ତୀ ପର୍ଯ୍ୟାୟରେ ଆମକୁ ଏସବୁ କ୍ଷେତ୍ରରେ ଅଧିକ ପୁଞ୍ଜିନିବେଶ କରିବାକୁ ପଡ଼ିବ। ଏଥିପାଇଁ ସମସ୍ତ ହିତାଧିକାରୀ ଆଗେଇ ଆସିବା ଦରକାର। କାରଣ ଦେଶର ଅର୍ଥନୈତିକ ସଫଳତା ପାଇଁ ଏହା ଜରୁରୀ । ଏଥିସହିତ ଏହା ହିଁ ପ୍ରତ୍ୟେକ ସଂଗଠନର ସଫଳତାର ଆଧାର ମଧ୍ୟ।

‘ନିଯୁକ୍ତି ସୁଯୋଗ ବୃଦ୍ଧି- ଜନତା, ଅର୍ଥବ୍ୟବସ୍ଥା ଏବଂ ନବସୃଜନରେ ନିବେଶ’ ଶୀର୍ଷକ ବଜେଟ୍ ପରବର୍ତ୍ତୀ ୱେବିନାରକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

March 05th, 01:30 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ନିଯୁକ୍ତି ଉପରେ ବଜେଟ୍ ପରବର୍ତ୍ତୀ ୱେବିନାରକୁ ସମ୍ବୋଧିତ କରିଛନ୍ତି। ଏହି ଅବସରରେ ସମାବେଶକୁ ସମ୍ବୋଧିତ କରି ସେ ୱେବିନାରର ବିଷୟବସ୍ତୁ ଜନତା, ଅର୍ଥନୀତି ଏବଂ ନବସୃଜନରେ ନିବେଶ ର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ, ଯାହା ବିକାଶିତ ଭାରତ ପାଇଁ ରୋଡମ୍ୟାପକୁ ବ୍ୟାଖ୍ୟା କରେ। ସେ କହିଥିଲେ ଯେ ଚଳିତ ବର୍ଷର ବଜେଟ୍ ଏହି ବିଷୟବସ୍ତୁକୁ ବ୍ୟାପକ ସ୍ତରରେ ପ୍ରତିଫଳିତ କରୁଛି ଏବଂ ଭାରତର ଭବିଷ୍ୟତ ପାଇଁ ଏକ ବ୍ଲୁପ୍ରିଣ୍ଟ ଭାବେ କାର୍ଯ୍ୟ କରୁଛି। ଭିତ୍ତିଭୂମି, ଶିଳ୍ପ, ଲୋକ, ଅର୍ଥନୀତି ଏବଂ ନବସୃଜନ କ୍ଷେତ୍ରରେ ନିବେଶକୁ ସମାନ ପ୍ରାଥମିକତା ଦିଆଯାଇଛି ବୋଲି ସେ ଗୁରୁତ୍ୱାରୋପ କରିଥିଲେ। ଦେଶର ପ୍ରଗତି ପାଇଁ ସାମର୍ଥ୍ୟ ନିର୍ମାଣ ଏବଂ ପ୍ରତିଭାର ବିକାଶ ମୂଳଦୁଆ ବୋଲି ଉଲ୍ଲେଖ କରି ଶ୍ରୀ ମୋଦୀ ସମସ୍ତ ଅଂଶୀଦାରମାନଙ୍କୁ ଆଗକୁ ବଢ଼ିବା ଏବଂ ବିକାଶର ପରବର୍ତ୍ତୀ ପର୍ଯ୍ୟାୟର ଆବଶ୍ୟକତା ଅନୁଯାୟୀ ଏହି କ୍ଷେତ୍ରରେ ଅଧିକ ନିବେଶ କରିବା ପାଇଁ ଅନୁରୋଧ କରିଥିଲେ। ସେ ଗୁରୁତ୍ୱାରୋପ କରିଥିଲେ ଯେ ଦେଶର ଆର୍ଥିକ ସଫଳତା ପାଇଁ ଏହା ଅପରିହାର୍ଯ୍ୟ ଏବଂ ପ୍ରତ୍ୟେକ ସଙ୍ଗଠନର ସଫଳତାର ଆଧାରକୁ ଗଠନ କରିଥାଏ।

୫ ମାର୍ଚ୍ଚରେ ରୋଜଗାର ଉପରେ ବଜେଟ୍ ପରବର୍ତ୍ତୀ ୱେବିନାରରେ ଅଂଶଗ୍ରହଣ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

March 04th, 05:09 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୫ ମାର୍ଚ୍ଚ ତାରିଖ ଦିନ ପ୍ରାୟ ୧:୩୦ ସମୟରେ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ରୋଜଗାର ଉପରେ ବଜେଟ୍ ପରବର୍ତ୍ତୀ ୱେବିନାର୍‌ରେ ଅଂଶଗ୍ରହଣ କରିବେ । ୱେବିନାରର ମୁଖ୍ୟ ବିଷୟବସ୍ତୁଗୁଡିକ ହେଉଛି ଜନସାଧାରଣ, ଅର୍ଥନୀତି ଏବଂ ନବାଚାରରେ ନିବେଶ । ଏହି ଅବସରରେ ପ୍ରଧାନମନ୍ତ୍ରୀ ଉପସ୍ଥିତ ସମାବେଶକୁ ସମ୍ବୋଧିତ କରିବେ ।

ମାର୍ଚ୍ଚ ୪ରେ ତିନୋଟି ବଜେଟ ପରବର୍ତ୍ତୀ ୱେବିନାରରେ ଯୋଗଦେବେ ପ୍ରଧାନମନ୍ତ୍ରୀ

March 03rd, 09:43 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମାର୍ଚ୍ଚ ୪ ତାରିଖ ପ୍ରାୟ ୧୨ ଟା ୩୦ରେ ଭିଡିଓ କନଫରେନ୍ସିଂ ଯୋଗେ ତିନୋଟି ବଜେଟ ପରବର୍ତ୍ତୀ ୱେବିନାରରେ ଅଂଶ ଗ୍ରହଣ କରିବେ । ଏହି ୱେବିନାର ଗୁଡ଼ିକ ଅଭିବୃଦ୍ଧିର ଇଞ୍ଜିନ ଏମଏସଏମଇ, ଉତ୍ପାଦନ, ରପ୍ତାନୀ ଏବଂ ନ୍ୟୁକ୍ଲିଅର ଏନର୍ଜି ମିସନ, ନିୟାମକ, ନିବେଶ ଏବଂ ଇଜ ଅଫ ଡୁଇଙ୍ଗ ବିଜିନେସ ସଂସ୍କାର ଆଦି ପ୍ରସଙ୍ଗରେ ଅନୁଷ୍ଠିତ ହେବ । ଏହି ଅବସରରେ ସମାବେଶକୁ ମଧ୍ୟ ଶ୍ରୀ ମୋଦୀ ସମ୍ବୋଧିତ କରିବେ ।

କୃଷି ଏବଂ ଗ୍ରାମୀଣ ସମୃଦ୍ଧି ଉପରେ ବଜେଟ୍ ପରବର୍ତ୍ତୀ ୱେବିନାରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

March 01st, 01:00 pm

ବଜେଟ୍ ପରେ, ବଜେଟ୍ ସମ୍ବନ୍ଧୀୟ ୱେବିନାରରେ ଆପଣ ସମସ୍ତଙ୍କର ଉପସ୍ଥିତି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବାରୁ ଆପଣ ସମସ୍ତଙ୍କୁ ଧନ୍ୟବାଦ।

କୃଷି ଏବଂ ଗ୍ରାମୀଣ ସମୃଦ୍ଧି ଉପରେ ବଜେଟ୍ ପରବର୍ତ୍ତୀ ୱେବିନାରକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

March 01st, 12:30 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ଜରିଆରେ କୃଷି ଓ ଗ୍ରାମୀଣ ସମୃଦ୍ଧି ଉପରେ ବଜେଟ ପରବର୍ତ୍ତୀ ୱେବିନାରକୁ ସମ୍ବୋଧିତ କରିଛନ୍ତି । ବଜେଟ୍ ପରବର୍ତ୍ତୀ ୱେବିନାରରେ ଅଂଶଗ୍ରହଣର ବିଶେଷତ୍ୱ ଉପରେ ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବାରୁ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ ଏବଂ ଆଲୋକପାତ କରିଥିଲେ ଯେ ଚଳିତ ବର୍ଷର ବଜେଟ୍ ହେଉଛି ସରକାରଙ୍କ ତୃତୀୟ କାର୍ଯ୍ୟକାଳର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍, ଯାହା ନୀତିର ନିରନ୍ତରତା ଏବଂ ବିକଶିତ ଭାରତ ପାଇଁ ଦୃଷ୍ଟିକୋଣର ନୂତନ ସମ୍ପ୍ରସାରଣକୁ ପ୍ରତିଫଳିତ କରୁଛି । ବଜେଟ ପୂର୍ବରୁ ସମସ୍ତ ଅଂଶୀଦାରଙ୍କଠାରୁ ମିଳିଥିବା ମୂଲ୍ୟବାନ ସୂଚନା ଏବଂ ପରାମର୍ଶକୁ ସେ ସ୍ୱୀକାର କରିଥିଲେ, ଯାହା ଅତ୍ୟନ୍ତ ଉପଯୋଗୀ ହୋଇଛି । ଏହି ବଜେଟକୁ ଅଧିକ ପ୍ରଭାବଶାଳୀ କରିବାରେ ଅଂଶୀଦାରଙ୍କ ଭୂମିକା ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇଛି ବୋଲି ସେ ଗୁରୁତ୍ୱାରୋପ କରିଥିଲେ ।

ପ୍ରଧାନମନ୍ତ୍ରୀ ମାର୍ଚ୍ଚ ୧ରେ ‘କୃଷି ଏବଂ ଗ୍ରାମୀଣ ସମୃଦ୍ଧି’ ଉପରେ ବଜେଟ ପରବର୍ତ୍ତୀ ୱେବିନାରରେ ଭାଗ ନେବେ

February 28th, 07:32 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମାର୍ଚ୍ଚ ୧ ତାରିଖ ଦ୍ୱିପ୍ରହର ପ୍ରାୟ ୧୨.୩୦ ରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ‘କୃଷି ଏବଂ ଗ୍ରାମୀଣ ସମୃଦ୍ଧି’ ଉପରେ ବଜେଟ ପରବର୍ତ୍ତୀ ୱେବିନାରରେ ଭାଗ ନେବେ । ଏହି ଅବସରରେ ସେ ସଭାକୁ ସମ୍ବୋଧିତ ମଧ୍ୟ କରିବେ ।