Prime Minister meets with the President of Trinidad and Tobago

July 04th, 11:37 pm

PM Modi met Trinidad & Tobago President Kangaloo and the two leaders reflected on the enduring bonds shared by the two countries, anchored by strong people-to-people ties. PM Modi conveyed his sincere gratitude for the conferment of the ‘Order of the Republic of Trinidad and Tobago’—describing it as an honour for the 1.4 billion people of India.

ପ୍ରଧାନମନ୍ତ୍ରୀ ପୋର୍ଟ ଅଫ ସ୍ପେନରେ ତ୍ରିନିଦାଦର ଗାୟକ ଶ୍ରୀ ରାଣା ମୋହିପଙ୍କୁ ଭେଟିଲେ

July 04th, 09:42 am

ପୋର୍ଟ ଅଫ ସ୍ପେନରେ ଆୟୋଜିତ ରାତ୍ରଭୋଜନରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତ୍ରିନିଦାଦର ଗାୟକ ଶ୍ରୀ ରାଣା ମୋହିପଙ୍କୁ ଭେଟିଛନ୍ତି । ଶ୍ରୀ ମୋହିପ କିଛି ବର୍ଷ ତଳେ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଅବସରରେ ଆୟୋଜିତ ସମାରୋହରେ ‘ବୈଷ୍ଣବ ଜନ ତୋ’ ଗାଇଥିଲେ ।

ପୋର୍ଟ ଅଫ ସ୍ପେନରେ ଭୋଜପୁରୀ ଚୌତାଲ ପ୍ରଦର୍ଶନକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

July 04th, 09:06 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପୋର୍ଟ ଅଫ୍ ସ୍ପେନରେ ଏକ ପ୍ରାଣବନ୍ତ ଭୋଜପୁରୀ ଚୌତାଲ ପ୍ରଦର୍ଶନକୁ ଖୁବ୍ ପ୍ରଶଂସା କରିଛନ୍ତି । ସେଥିରେ ଭାରତ ଏବଂ ତ୍ରିନିଦାଦ ଓ ଟୋବାଗୋ ମଧ୍ୟରେ ସ୍ଥାୟୀ ସାଂସ୍କୃତିକ ସମ୍ପର୍କକୁ ରେଖାଙ୍କିତ କରାଯାଇଥିଲା।

ତ୍ରିନିଦାଦ ଏବଂ ଟୋବାଗୋକୁ ସରକାରୀ ଗସ୍ତରେ ଯାଇ ପୋର୍ଟ ଅଫ୍ ସ୍ପେନ୍‌ରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ

July 04th, 02:16 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୩-୪ ଜୁଲାଇ ୨୦୨୫ ପର୍ଯ୍ୟନ୍ତ ତ୍ରିନିଦାଦ ଏବଂ ଟୋବାଗୋ (ଟିଆଣ୍ଡ୍‌ଟି) ସରକାରୀ ଗସ୍ତରେ ଆଜି ପୋର୍ଟ ଅଫ୍ ସ୍ପେନ୍‌ରେ ପହଞ୍ଚିଛନ୍ତି । ୧୯୯୯ ପରେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କର ଟିଆଣ୍ଡଟିକୁ ଏହା ପ୍ରଥମ ଦ୍ୱିପାକ୍ଷିକ ଗସ୍ତ । ପୋର୍ଟ ଅଫ୍ ସ୍ପେନ ବିମାନବନ୍ଦରରେ ପହଞ୍ଚିବା ପରେ, ଦୁଇ ଦେଶ ମଧ୍ୟରେ ଘନିଷ୍ଠ ସମ୍ପର୍କର ପ୍ରତୀକ ସ୍ୱରୂପ, ତ୍ରିନିଦାଦ ଏବଂ ଟୋବାଗୋର ପ୍ରଧାନମନ୍ତ୍ରୀ ଶ୍ରୀମତି କମଲା ପ୍ରସାଦ-ବିସେସର, ତାଙ୍କ କ୍ୟାବିନେଟ୍ ସଦସ୍ୟ ଏବଂ ଅନେକ ବିଶିଷ୍ଟ ବ୍ୟକ୍ତି ସ୍ୱାଗତ କରିଥିଲେ । ପ୍ରଧାନମନ୍ତ୍ରୀଙ୍କୁ ସେଠାରେ ଏକ ଆନୁଷ୍ଠାନିକ ଗାର୍ଡ ଅଫ୍ ଅନର୍ ପ୍ରଦାନ କରାଯାଇଥିଲା ଏବଂ ବିଶେଷ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ସ୍ୱାଗତ କରାଯାଇଥିଲା ।