ଏଆଇ ସଫଳତା ଠାରୁ ଆରମ୍ଭ କରି ଟି-20 ବିଶ୍ୱକପ୍ ପର୍ଯ୍ୟନ୍ତ, ପ୍ରଧାନମନ୍ତ୍ରୀ ମୋଦୀ ମନ କି ବାତରେ ଭାରତର ଉତ୍ଥାନକୁ ଦର୍ଶାଇଛନ୍ତି
February 22nd, 11:30 am
ଚଳିତ ମାସର 'ମନ୍ କି ବାତ୍'ରେ ପ୍ରଧାନମନ୍ତ୍ରୀ ମୋଦୀ ଦିଲ୍ଲୀରେ ଆୟୋଜିତ ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଳନୀରେ ନିଜର ଅନୁଭୂତି ବିଷୟରେ କହିଥିଲେ। ସେ ଭାରତୀୟ ବଂଶୋଦ୍ଭବ କ୍ରିକେଟର, ଅଙ୍ଗଦାନ, ନଦୀ ମହୋତ୍ସବ, ଡିଜିଟାଲ ସୁରକ୍ଷା, ପରୀକ୍ଷା ପେ ଚର୍ଚ୍ଚା ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆଲୋକପାତ କରିଥିଲେ । ସେ ଦର୍ଶାଇଛନ୍ତି ଯେ 23 ଫେବୃଆରୀରେ ରାଷ୍ଟ୍ରପତି ଭବନରେ 'ରାଜାଜୀ ଉତ୍ସବ' ପାଳନ କରାଯିବ । ପ୍ରଧାନମନ୍ତ୍ରୀ ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତା ଜୀଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ନାରୀ ଶକ୍ତି ସହ ତାଙ୍କର ଗଭୀର ସମ୍ପର୍କ ବିଷୟରେ ଉଲ୍ଲେଖ କରିଛନ୍ତି ।ମାଲେସିଆର ଭାରତୀୟ ସମୁଦାୟକୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ
February 07th, 03:59 pm
ଏହି ସାମୁଦାୟିକ ସମାରୋହରେ ସାମିଲ ହୋଇଥିବାରୁ ସର୍ବପ୍ରଥମେ ମୁଁ ମୋର ପ୍ରିୟ ବନ୍ଧୁ ପ୍ରଧାନମନ୍ତ୍ରୀ ଅନଓ୍ୱର ଇବ୍ରାହିମଙ୍କୁ ଧନ୍ୟବାଦ ଜ୍ଞାପନ କରୁଛି। ଏବେ ଏବେ ଭାରତ-ମାଲେସିଆର ବନ୍ଧୁତ୍ୱର ବ୍ୟାପକତା ଓ ଭବିଷ୍ୟତର ସମ୍ଭାବନା ନେଇ ସେ ଯେଉଁ ସୁନ୍ଦର ଅଭିଭାଷଣ ରଖିଲେ, ସେଥିପାଇଁ ମଧ୍ୟ ମୁଁ ତାଙ୍କୁ ଧନ୍ୟବାଦ ଅର୍ପଣ କରୁଛି।ମାଲେସିଆର କ୍ୱାଲାଲମ୍ପୁର ଠାରେ ଏକ ଜନସଭାକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
February 07th, 03:15 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମାଲେସିଆର କ୍ୱାଲାଲମ୍ପୁରରେ ଏକ ଜନ ସଭାରେ ଉଦବୋଧନ ଦେଇଛନ୍ତି । ଉପସ୍ଥିତ ଜନତାଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ସ୍ନେହପୂର୍ଣ୍ଣ ଅଭିବାଦନ ସାଧାରଣ ସଂସ୍କୃତିର ସୁନ୍ଦର ବିବିଧତାକୁ ପ୍ରତିଫଳିତ କରେ। ସେ ତାଙ୍କର ପ୍ରିୟ ବନ୍ଧୁ ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହିମଙ୍କୁ ଏହି ଜନ ସଭାରେ ଯୋଗଦେବା ପାଇଁ ଧନ୍ୟବାଦ ଜଣାଇଥିଲେ। ଶ୍ରୀ ମୋଦୀ କହିଥିଲେ, ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହିମ ତାଙ୍କୁ ସ୍ୱାଗତ କରିବା ପାଇଁ ବିମାନବନ୍ଦରକୁ ଆସିଥିଲେ ଏବଂ ତାଙ୍କ କାରରେ ତାଙ୍କୁ କାର୍ଯ୍ୟକ୍ରମରେ ଆଣିଥିଲେ। ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହିମଙ୍କ ଏହି ବିଶେଷ ଭାବନା ଭାରତ ଏବଂ ଉପସ୍ଥିତ ଲୋକଙ୍କ ପ୍ରତି ସ୍ନେହ ଓ ସମ୍ମାନକୁ ପ୍ରତିଫଳିତ କରେ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।DMK is the biggest enemy of Tamil Nadu’s culture: PM Modi in Madhuranthakam
January 23rd, 03:15 pm
PM Modi addressed a public rally in Madhuranthakam, Tamil Nadu, where he said the people of the state had given the DMK a clear mandate twice, but the party betrayed the trust of the people. He added DMK made many promises but delivered zero results, adding that people are now calling it a CMC government, one that promotes corruption, mafia, and crime.Tamil Nadu shows massive support for NDA at PM Modi’s Madhuranthakam rally
January 23rd, 03:00 pm
PM Modi addressed a public rally in Madhuranthakam, Tamil Nadu, where he said the people of the state had given the DMK a clear mandate twice, but the party betrayed the trust of the people. He added DMK made many promises but delivered zero results, adding that people are now calling it a CMC government, one that promotes corruption, mafia, and crime.ପୋଙ୍ଗଲ ଏବଂ ସଂକ୍ରାନ୍ତି ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ
January 15th, 08:58 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପୋଙ୍ଗଲ ଏବଂ ସଂକ୍ରାନ୍ତି ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।ନୂଆଦିଲ୍ଲୀରେ ପୋଙ୍ଗଲ ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
January 14th, 11:00 am
ଆଜି, ପୋଙ୍ଗଲ ବାସ୍ତବରେ ଏକ ବିଶ୍ୱସ୍ତରୀୟ ପର୍ବ ପାଲଟିଛି । ସମଗ୍ର ବିଶ୍ୱରେ ତାମିଲ ସମ୍ପ୍ରଦାୟ ଏବଂ ତାମିଲ ସଂସ୍କୃତିକୁ ପାଳନ କରୁଥିବା ଲୋକମାନେ ଏହାକୁ ବହୁତ ଉତ୍ସାହର ସହ ପାଳନ କରନ୍ତି ଏବଂ ମୁଁ ସେମାନଙ୍କ ମଧ୍ୟରୁ ଜଣେ । ଏହା ମୋର ସୌଭାଗ୍ୟ ଯେ ଏହି ବିଶେଷ ପର୍ବ ପାଳନ କରିବା ପାଇଁ ମୁଁ ଆପଣଙ୍କ ସହ ଯୋଗ ଦେଇଛି । ତାମିଲ ଜୀବନରେ, ପୋଙ୍ଗଲ ଏକ ଆନନ୍ଦଦାୟକ ଅନୁଭୂତି, ଯାହା ଆମର କୃଷକ, ପୃଥିବୀ ଏବଂ ସୂର୍ଯ୍ୟଙ୍କ ପ୍ରତି ଏକ କୃତଜ୍ଞତାର ଭାବନା । ଏହା ଆମକୁ ପ୍ରକୃତି, ପରିବାର ଏବଂ ସମାଜ ସହ ସମନ୍ୱୟର ଗୁରୁତ୍ୱ ଶିଖାଇଥାଏ । ଏହି ସମୟରେ, ଭାରତର ଅନ୍ୟାନ୍ୟ ଅଞ୍ଚଳଗୁଡ଼ିକ ମଧ୍ୟ ଉତ୍ସବରେ ବୁଡ଼ି ରହିଛନ୍ତି - ଲୋହରୀ, ମକର ସଂକ୍ରାନ୍ତି, ମାଘ ବିହୁ ଏବଂ ଏମିତି ଅନେକ ପର୍ବ । ମୁଁ ପୋଙ୍ଗଲ ଏବଂ ଏହି ସମସ୍ତ ପର୍ବରେ ଭାରତ ଏବଂ ବିଶ୍ୱର ସମସ୍ତ ତାମିଲ ଭାଇଭଉଣୀମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଉଛି ।ନୂଆଦିଲ୍ଲୀରେ ପୋଙ୍ଗଲ ସମାରୋହକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
January 14th, 10:45 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀରେ ପୋଙ୍ଗଲ ଉତ୍ସବକୁ ସମ୍ବୋଧିତ କରିଛନ୍ତି। ତାମିଲ ଭାଷାରେ ଶୁଭେଚ୍ଛା ଜଣାଇ ଶ୍ରୀ ମୋଦୀ କହିଥିଲେ ଯେ, ପୋଙ୍ଗଲ ଆଜି ଏକ ବିଶ୍ଵସ୍ତରୀୟ ପର୍ବ ପାଲଟିଛି। ଏହି ପର୍ବକୁ ତାମିଲ ସମ୍ପ୍ରଦାୟ ଏବଂ ବିଶ୍ୱବ୍ୟାପୀ ତାମିଲ ସଂସ୍କୃତିକୁ ଆଦର କରୁଥିବା ଲୋକମାନେ ଉତ୍ସାହର ସହିତ ପାଳନ କରନ୍ତି ଏବଂ ସେ ମଧ୍ୟ ସେମାନଙ୍କ ମଧ୍ୟରୁ ଜଣେ । ଏହି ବିଶେଷ ପର୍ବକୁ ସମସ୍ତଙ୍କ ସହିତ ଏକାଠି ପାଳନ କରିବା ତାଙ୍କ ପାଇଁ ସୌଭାଗ୍ୟର କଥା। ପ୍ରଧାନମନ୍ତ୍ରୀ କହିଥିଲେ ଯେ, ତାମିଲ ଜୀବନରେ, ପୋଙ୍ଗଲ ଏକ ସୁଖଦ ଅଭିଜ୍ଞତା ଭଳି, ଯାହା କୃଷକ, ପୃଥିବୀ ଏବଂ ସୂର୍ଯ୍ୟଙ୍କ ପରିଶ୍ରମ ପ୍ରତି କୃତଜ୍ଞତାକୁ ମୂର୍ତ୍ତିମନ୍ତ କରିଥାଏ। ଏହା ପ୍ରକୃତି, ପରିବାର ଏବଂ ସମାଜରେ ସନ୍ତୁଳନ ରକ୍ଷା ପାଇଁ ଆମକୁ ମାର୍ଗଦର୍ଶନ କରିଥାଏ। ଏହି ସମୟରେ ଦେଶର ବିଭିନ୍ନ ଅଂଶ ମଧ୍ୟ ଲୋହରୀ, ମକର ସଂକ୍ରାନ୍ତି, ମାଘ ବିହୁ ଏବଂ ଅନ୍ୟାନ୍ୟ ପର୍ବପର୍ବାଣୀରେ ବୁଡ଼ି ରହିଛି ବୋଲି ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ। ସେ ପୋଙ୍ଗଲ ଉପଲକ୍ଷେ ଭାରତ ଏବଂ ବିଶ୍ୱବ୍ୟାପୀ ସମସ୍ତ ତାମିଲ ଭାଇଭଉଣୀମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଥିଲେ ଏବଂ ସମସ୍ତ ପର୍ବପର୍ବାଣୀ ପାଇଁ ଶୁଭକାମନା ଦେଇଥିଲେ।BJP’s connection with Delhi goes back to the Jana Sangh days and is built on trust and commitment to the city: PM Modi
September 29th, 08:40 pm
Inaugurating the Delhi BJP’s new office, PM Modi said, “On this auspicious occasion of Navratri, Delhi BJP has received its new office today. It is a moment filled with new dreams and fresh resolutions.” He added, “For us, every BJP office is no less than a shrine, no less than a temple. A BJP office is not merely a building. It is a strong link that connects the Party with the grassroots and with people’s aspirations.”PM Modi inaugurates Delhi BJP’s new office at Deendayal Upadhyaya Marg
September 29th, 05:00 pm
Inaugurating the Delhi BJP’s new office, PM Modi said, “On this auspicious occasion of Navratri, Delhi BJP has received its new office today. It is a moment filled with new dreams and fresh resolutions.” He added, “For us, every BJP office is no less than a shrine, no less than a temple. A BJP office is not merely a building. It is a strong link that connects the Party with the grassroots and with people’s aspirations.”କେନ୍ଦ୍ରମନ୍ତ୍ରୀ ଶ୍ରୀ ଜି. କିଶନ ରେଡ୍ଡୀଙ୍କ ବାସଭବନରେ ସଂକ୍ରାନ୍ତି ଓ ପୋଙ୍ଗଲ ଉତ୍ସବରେ ସାମିଲ ହେଲେ ପ୍ରଧାନମନ୍ତ୍ରୀ
January 13th, 10:04 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କେନ୍ଦ୍ର ମନ୍ତ୍ରୀ ଶ୍ରୀ ଜି.କିଷାନ ରେଡ୍ଡୀଙ୍କ ବାସଭବନରେ ଅନୁଷ୍ଠିତ ସଂକ୍ରାନ୍ତି ଓ ପୋଙ୍ଗଲ ଉତ୍ସବରେ ସାମିଲ ହୋଇଛନ୍ତି । ଶ୍ରୀ ମୋଦୀ ଉଲ୍ଲେଖ କରିଛନ୍ତି, ଭାରତର ଜନସାଧାରଣ ସଂକ୍ରାନ୍ତି ଓ ପୋଙ୍ଗଲ ଉତ୍ସବକୁ ମହା ଉତ୍ସାହର ସହ ପାଳନ କରିଥାନ୍ତି । ଶ୍ରୀ ମୋଦୀ କହିଛନ୍ତି, “ଏହା କୃତଜ୍ଞତା, ପ୍ରଚୁରତା ଏବଂ ନବିନୀକରଣର ପର୍ବ, ଗଭୀର ଭାବେ ଆମ ସଂସ୍କୃତିର କୃଷି ପରମ୍ପରା ଆଧାରିତ” ।ଜମ୍ମୁ-କଶ୍ମୀରରେ ସୋନମାର୍ଗ ଟନେଲ ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
January 13th, 12:30 pm
ଉପରାଜ୍ୟପାଳ ଶ୍ରୀ ମନୋଜ ସିହ୍ନା ଜୀ, ଜମ୍ମୁ-କଶ୍ମୀରର ମୁଖ୍ୟମନ୍ତ୍ରୀ ଶ୍ରୀ ଓମାର ଅବଦୁଲ୍ଲା ଜୀ, ମୋ କ୍ୟାବିନେଟ୍ର ସହଯୋଗୀ ଶ୍ରୀ ନୀତିନ ଗଡକରୀ ଜୀ, ଶ୍ରୀ ଜିତେନ୍ଦ୍ର ସିଂ ଜୀ, ଅଜୟ ଟମ୍ଟା ଜୀ, ଡେପୁଟି ସିଏମ ସୁରେନ୍ଦ୍ର କୁମାର ଚୌଧୁରୀ ଜୀ, ବିରୋଧୀ ଦଳ ନେତା ସୁନୀଲ ଶର୍ମା ଜୀ, ସମସ୍ତ ସାଂସଦ, ବିଧାୟକ ଏବଂ ଜମ୍ମୁ ଓ କଶ୍ମୀରର ମୋର ପ୍ରିୟ ଭାଇ ଭଉଣୀ ।ଜମ୍ମୁ ଓ କଶ୍ମୀରରେ ସୋନମାର୍ଗ ଟନେଲର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
January 13th, 12:15 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଜମ୍ମୁ ଓ କଶ୍ମୀରରେ ସୋନମାର୍ଗ ଟନେଲକୁ ଉଦଘାଟନ କରିଛନ୍ତି । ଏହି ଅବସରରେ ସମାବେଶକୁ ସମ୍ବୋଧିତ କରି ସେ ଶ୍ରମିକମାନଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ, ଯେଉଁମାନେ ଜମ୍ମୁ-କଶ୍ମୀର ଓ ଭାରତର ବିକାଶ ପାଇଁ କଠିନ ପରିଶ୍ରମ କରିଛନ୍ତି ଏବଂ ନିଜ ଜୀବନକୁ ବାଜି ଲଗାଇ ଦେଇଛନ୍ତି। ଶ୍ରୀ ମୋଦୀ କହିଥିଲେ, ଆହ୍ୱାନ ସତ୍ତ୍ୱେ ଆମର ସଂକଳ୍ପ ଥମିବାର ନାଁ ଧରୁନାହିଁ। ଶ୍ରମିକମାନଙ୍କ ଦୃଢ଼ ସଂକଳ୍ପ ଓ ପ୍ରତିବଦ୍ଧତା ଏବଂ ସମସ୍ତ ବାଧାବିଘ୍ନକୁ ଅତିକ୍ରମ କରି କାର୍ଯ୍ୟ ସମ୍ପନ୍ନ କରିଥିବାରୁ ସେ ତାଙ୍କୁ ପ୍ରଶଂସା କରିଥିଲେ। ୭ ଜଣ ଶ୍ରମିକଙ୍କ ମୃତ୍ୟୁରେ ସେ ଶୋକ ପ୍ରକାଶ କରିଥିଲେ।ଓଡ଼ିଶାର ଭୁବନେଶ୍ୱରରେ ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସ ସମ୍ମେଳନର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ
January 09th, 10:15 am
ଓଡ଼ିଶାର ରାଜ୍ୟପାଳ ଡକ୍ଟର ହରି ବାବୁ ଜୀ, ଆମର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜୀ, କେନ୍ଦ୍ର କ୍ୟାବିନେଟରେ ମୋର ସହଯୋଗୀ ଏସ୍ ଜୟଶଙ୍କର ଜୀ, ଜୁଏଲ ଓରାମ ଜୀ, ଧର୍ମେନ୍ଦ୍ର ପ୍ରଧାନ ଜୀ, ଅଶ୍ୱିନୀ ବୈଷ୍ଣବ ଜୀ, ଶୋଭା କରନ୍ଦଲାଜେ ଜୀ, କୀର୍ତ୍ତି ବର୍ଦ୍ଧନ ସିଂହ ଜୀ, ପବିତ୍ରା ମାର୍ଗେରିଟା ଜୀ, ଓଡ଼ିଶା ସରକାରଙ୍କ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଜୀ, ପ୍ରଭାତୀ ପରିଡ଼ା ଜୀ, ଅନ୍ୟ ମନ୍ତ୍ରୀଗଣ, ସାଂସଦ ଓ ବିଧାୟକଗଣ, ବିଶ୍ୱର କୋଣ ଅନୁକୋଣରୁ ଏଠାକୁ ଆସିଥିବା ଭାରତ ମାତାଙ୍କ ସମସ୍ତ ପୁଅ ଝିଅ…ଓଡ଼ିଶାରେ ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
January 09th, 10:00 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଓଡ଼ିଶାର ଭୁବନେଶ୍ୱରରେ ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀକୁ ଉଦଘାଟନ କରିଛନ୍ତି। ବିଶ୍ୱର ବିଭିନ୍ନ ସ୍ଥାନରୁ ଆସିଥିବା ସମସ୍ତ ପ୍ରତିନିଧି ଏବଂ ପ୍ରବାସୀ ଭାରତୀୟଙ୍କୁ ସ୍ୱାଗତ କରି ଶ୍ରୀ ମୋଦୀ ବିଶ୍ୱାସ ବ୍ୟକ୍ତ କରିଛନ୍ତି ଯେ, ଆଜି ଏଠାରେ ପରିବେଷିତ ଉଦଘାଟନୀ ସଂଗୀତ ଭବିଷ୍ୟତରେ ସାରା ବିଶ୍ୱରେ ଆୟୋଜିତ ହେବାକୁ ଥିବା ବିଭିନ୍ନ ପ୍ରବାସୀ ଭାରତୀୟ କାର୍ଯ୍ୟକ୍ରମରେ ପରିବେଷଣ କରାଯିବ। ସେ ଗ୍ରାମୀ ପୁରସ୍କାର ବିଜେତା କଳାକାର ରିକି କେଜ ଏବଂ ତାଙ୍କ ଦଳକୁ ଏଭଳି ଚମତ୍କାର ଉପସ୍ଥାପନା ପାଇଁ ପ୍ରଶଂସା କରିଛନ୍ତି। ଏହି ଗୀତରେ ପ୍ରବାସୀ ଭାରତୀୟଙ୍କ ଭାବନା ଏବଂ ଅନୁଭୂତି ରହିଥିବା ସେ କହିଛନ୍ତି।The relationship between India and Kuwait is one of civilizations, seas and commerce: PM Modi
December 21st, 06:34 pm
PM Modi addressed a large gathering of the Indian community in Kuwait. Indian nationals representing a cross-section of the community in Kuwait attended the event. The PM appreciated the hard work, achievement and contribution of the community to the development of Kuwait, which he said was widely recognised by the local government and society.କୁଏତରେ ‘ହାଲା ମୋଦୀ’ କାର୍ଯ୍ୟକ୍ରମରେ ଭାରତୀୟ ସମ୍ପ୍ରଦାୟକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
December 21st, 06:30 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କୁଏତର ଶେଖ ସାଦ ଅଲ ଅବଦୁଲ୍ଲା ଇଣ୍ଡୋର ସ୍ପୋର୍ଟସ କମ୍ପ୍ଲେକ୍ସରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ 'ହାଲା ମୋଦୀ'ରେ ଭାରତୀୟ ସମ୍ପ୍ରଦାୟର ଏକ ବିଶାଳ ସମାବେଶକୁ ସମ୍ବୋଧିତ କରିଛନ୍ତି । ଏହି କାର୍ଯ୍ୟକ୍ରମରେ କୁଏତରେ ସମ୍ପ୍ରଦାୟର ବିଭିନ୍ନ ବର୍ଗର ପ୍ରତିନିଧିତ୍ୱ କରୁଥିବା ଭାରତୀୟ ନାଗରିକମାନେ ଯୋଗ ଦେଇଥିଲେ।ପୋଙ୍ଗଲ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ
January 15th, 09:36 am
ପୋଙ୍ଗଲ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି ।ନୂଆଦିଲ୍ଲୀରେ ପୋଙ୍ଗଲ ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
January 14th, 12:00 pm
ପୋଙ୍ଗଲର ପବିତ୍ର ଦିନରେ ତାମିଲନାଡୁର ପ୍ରତ୍ୟେକ ଘରୁ ପୋଙ୍ଗଲ ଧାରା ପ୍ରବାହିତ ହୋଇଥାଏ । ମୁଁ କାମନା କରୁଛି ଯେ ସେହିଭଳି ଆପଣଙ୍କ ଜୀବନରେ ସୁଖ, ସମୃଦ୍ଧି ଏବଂ ସନ୍ତୋଷର ଧାରା ନିରନ୍ତର ପ୍ରବାହିତ ହେଉ । ଗତକାଲି ଦେଶରେ ଲୋହରୀ ପର୍ବ ଧୁମଧାମରେ ପାଳିତ ହୋଇଥିଲା । ଆଜି କିଛି ଲୋକ ମକର ସଂକ୍ରାନ୍ତି-ଉତ୍ତରାୟଣ ପାଳନ କରୁଛନ୍ତି, କିଛି ଲୋକ ଆସନ୍ତାକାଲି ପାଳନ କରିବେ। ମାଘ ବିହୁ ପାଖେଇ ଆସୁଛି । ଏହି ପର୍ବ ଅବସରରେ ମୁଁ ସମସ୍ତ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଉଛି ଏବଂ ଶୁଭେଚ୍ଛା ଜଣାଉଛି ।ନୂଆଦିଲ୍ଲୀରେ ପୋଙ୍ଗଲ ଉତ୍ସବରେ ଅଂଶଗ୍ରହଣ କରିଛନ୍ତି ପ୍ରଧାନମନ୍ତ୍ରୀ
January 14th, 11:30 am
ଏହି ଅବସରରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ପୋଙ୍ଗଲ ଅବସରରେ ଶୁଭେଚ୍ଛା ଜଣାଇବା ସହ କହିଛନ୍ତି ଯେ ତାମିଲନାଡୁର ପ୍ରତ୍ୟେକ ଘରୁ ଉତ୍ସବର ଉତ୍ସାହ ଦେଖିବାକୁ ମିଳୁଛି। ସମସ୍ତ ନାଗରିକଙ୍କ ଜୀବନରେ ସୁଖ, ସମୃଦ୍ଧି ଓ ସନ୍ତୋଷର ଧାରାର ନିରନ୍ତର ପ୍ରବାହ ପାଇଁ ଶ୍ରୀ ମୋଦୀ କାମନା କରିଛନ୍ତି। ସେହିପରି ଗତକାଲି ହେଉଥିବା ଲୋହରୀ ଉତ୍ସବ, ଆଜି ମକର ଉତ୍ତରାୟଣର ପର୍ବ, ଆସନ୍ତାକାଲି ମକର ସଂକ୍ରାନ୍ତି ଏବଂ ଖୁବ୍ ଶୀଘ୍ର ମାଘ ବିହୁ ର ଶୁଭାରମ୍ଭ ହେବ ବୋଲି ସେ ଉଲ୍ଲେଖ କରିଥିଲେ। ଦେଶରେ ଚାଲିଥିବା ପର୍ବପର୍ବାଣୀ ପାଇଁ ଶ୍ରୀ ମୋଦୀ ସମସ୍ତ ନାଗରିକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।