The inauguration of Micron’s semiconductor facility marks a milestone in India’s journey towards technology leadership: PM Modi in Sanand, Gujarat

February 28th, 02:45 pm

During the inauguration of the Micron ATMP facility in Sanand, Gujarat, PM Modi said that India is now rapidly strengthening its identity in the hardware sector. He highlighted the project’s rapid progress and emphasized that the facility is a testament to the robust India-US partnership. He expressed confidence that the Micron facility would anchor a new semiconductor ecosystem in the country and asserted that India is ready, reliable and delivers.

ମାଇକ୍ରୋନ ଟେକ୍ନୋଲୋଜିର ସେମିକଣ୍ଡକ୍ଟର ଆସେମ୍ବଲି, ଟେଷ୍ଟ ଆଣ୍ଡ ପ୍ୟାକେଜିଂ ସୁବିଧାର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

February 28th, 02:37 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟର ସାନନ୍ଦଠାରେ ମାଇକ୍ରୋନ ଏଟିଏମପି (ଆସେମ୍ବଲି, ଟେଷ୍ଟ, ମାର୍କିଂ ଏବଂ ପ୍ୟାକେଜିଂ) ସୁବିଧାର ଉଦଘାଟନ କରିଛନ୍ତି। ବାଣିଜ୍ୟିକ ଉତ୍ପାଦନର ପ୍ରାରମ୍ଭକୁ ଚିହ୍ନିତ କରୁଥିବା ଏହି ଗୁରୁତ୍ୱପୂର୍ଣ୍ଣ ଘଟଣା ବିଶ୍ୱ ବୈଷୟିକ ନେତୃତ୍ୱ ଦିଗରେ ଭାରତର ଯାତ୍ରାରେ ଏକ ଐତିହାସିକ ମାଇଲଖୁଣ୍ଟକୁ ସୂଚିତ କରେ।

ନ୍ୟୁଜ୍ ୧୮ ରାଇଜିଂ ଭାରତ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

February 27th, 08:30 pm

ନେଟୱାର୍କ ୧୮ର ସମସ୍ତ ସାମ୍ବାଦିକ, ଏହି ବ୍ୟବସ୍ଥାର ତଦାରଖ କରୁଥିବା ସମସ୍ତ ସହକର୍ମୀ, ଏଠାରେ ଉପସ୍ଥିତ ସମସ୍ତ ସମ୍ମାନିତ ଅତିଥିମାନେ, ମହିଳା ଏବଂ ଭଦ୍ରବ୍ୟକ୍ତିମାନେ !

ନେଟ୍‌ଓ୍ବର୍କ ୧୮ ରାଇଜିଂ ଭାରତ ସମିଟ୍‌ରେ ଉଦବୋଧନ ଦେଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

February 27th, 08:00 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରାଇଜିଂ ଭାରତ ସମିଟ୍‌ରେ ଉଦବୋଧନ ଦେଇଥିଲେ, ଯାହାର ଶୀର୍ଷକ ଥିଲା ‘ଅନ୍ତର୍ନିହିତ ସାମର୍ଥ୍ୟ’। ଗତ ୧୧ ବର୍ଷରେ ଭାରତର ଯାତ୍ରାକୁ ଉଲ୍ଲେଖ କରି ଶ୍ରୀ ମୋଦୀ ଦେଶର ସାମର୍ଥ୍ୟକୁ ପୁଣି ହାସଲ କରିବା, ଆର୍ଥିକ ଆତ୍ମନିର୍ଭରଶୀଳତା ଓ ୨୦୪୭ ସୁଦ୍ଧା ଏକ ବିକଶିତ ଭାରତର ରୋଡମ୍ୟାପ୍‌ ସମ୍ପର୍କରେ ଆଲୋଚନା କରିଥିଲେ।

ଇଟି ନାଓ ଗ୍ଲୋବାଲ ବ୍ୟାପାର ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

February 13th, 08:30 pm

ଏହି ବିଶ୍ୱ ବାଣିଜ୍ୟ ସମ୍ମିଳନୀକୁ ଆପଣମାନଙ୍କୁ ସମସ୍ତଙ୍କୁ ସ୍ୱାଗତ; ମୁଁ ଆପଣମାନଙ୍କୁ ପ୍ରତ୍ୟେକଙ୍କୁ ଶୁଭେଚ୍ଛା ଜଣାଉଛି । ‘ବିଘ୍ନର ଏକଦଶନ୍ଧି, ପରିବର୍ତ୍ତନର ଏକ ଶତାବ୍ଦୀ’ ବିଷୟବସ୍ତୁ ଉପରେ ଆଲୋଚନା କରିବାକୁ ଆମେମାନେ ଏଠାରେ ଅଛୁ । ବିନୀତ ଜୀଙ୍କ ଭାଷଣ ଶୁଣିବା ପରେ,ମୁଁ ଅନୁଭବ କରୁଛି ଯେ ମୋର କାର୍ଯ୍ୟ ବହୁତ ସହଜ ହୋଇଯାଇଛି । କିନ୍ତୁ ମୁଁ ଏକ ଛୋଟ ଅନୁରୋଧ କରିବାକୁ ଚାହୁଁଛି - ଯେହେତୁ ଆପଣ ବହୁତ କିଛି ଜାଣନ୍ତି, ଏହା କେତେକ ସମୟରେ ଇଟି ରେ ମଧ୍ୟ ପ୍ରତିଫଳିତ ହେବା ଉଚିତ ।

PM Modi addresses ET Now Global Business Summit 2026

February 13th, 08:00 pm

PM Modi addressed the ET Now Global Business Summit 2026 in New Delhi, highlighting the theme ‘A Decade of Disruption, A Century of Change.’ He noted that despite global shocks—from the pandemic to wars and supply chain breakdowns, India’s decade has been defined by strong growth, effective delivery, and a vibrant democracy. Recalling that India was the 11th-largest economy a decade ago, he said the nation is now rapidly moving toward becoming the world’s third-largest economy.

ତଥ୍ୟ ଆଧାରିତ ସୂଚନା : ଭାରତ-ଜାପାନ ଅର୍ଥନୈତିକ ସୁରକ୍ଷା ସହଯୋଗ

August 29th, 08:12 pm

ଭାରତ-ଜାପାନ ସ୍ୱତନ୍ତ୍ର ରଣନୈତିକ ଏବଂ ବିଶ୍ୱ ସହଭାଗୀତା, ଯାହା ଆମର ସାଧାରଣ ମୂଲ୍ୟବୋଧ ଏବଂ ପାରସ୍ପରିକ ସମ୍ମାନରେ ସ୍ଥାପିତ ଉଭୟ ଦେଶର ସୁରକ୍ଷା ଏବଂ ସମୃଦ୍ଧିକୁ ଆଗକୁ ବଢ଼ାଇବା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଆର୍ଥିକ ସୁରକ୍ଷା କ୍ଷେତ୍ରରେ ସହଯୋଗ ହେଉଛି ଆମର ଦ୍ୱିପାକ୍ଷିକ ସହଯୋଗର ଏକ ପ୍ରମୁଖ ସ୍ତମ୍ଭ ଯାହା ଆମର ରଣନୈତିକ ଦୃଷ୍ଟିକୋଣ ଏବଂ ଆର୍ଥିକ ଆବଶ୍ୟକତାରେ ବୃଦ୍ଧି ପାଉଥିବା ସମନ୍ୱୟରୁ ଉତ୍ପନ୍ନ ହୋଇଛି ।

ଭାରତ-ଜାପାନ ଅର୍ଥନୈତିକ ମଞ୍ଚରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

August 29th, 11:20 am

ମୁଁ ଆଜି ସକାଳେ ଟୋକିଓରେ ପହଞ୍ଚିଛି। ମୁଁ ବହୁତ ଖୁସି ଯେ ମୋର ଏହି ଯାତ୍ରା, ବ୍ୟବସାୟ ଜଗତର ମହାନ ବ୍ୟକ୍ତିମାନଙ୍କ ସହିତ ଆରମ୍ଭ ହେଉଛି।

ଭାରତ-ଜାପାନ ଅର୍ଥନୈତିକ ଫୋରମରେ ଯୋଗଦେଲେ ପ୍ରଧାନମନ୍ତ୍ରୀ

August 29th, 11:02 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ଜାପାନ ପ୍ରଧାନମନ୍ତ୍ରୀ ଶ୍ରୀ ଶିଗେରୁ ଇଶିବା, ଆଜି ଜାପାନର ରାଜଧାନୀ ଟୋକିଓଠାରେ ଭାରତୀୟ ଶିଳ୍ପ ମହାସଂଘ ଏବଂ ଜାପାନ ବ୍ୟବସାୟ ମହାସଂଘ (କେଇଡାନରେନ) ଦ୍ୱାରା ଆୟୋଜିତ ଭାରତ-ଜାପାନ ଅର୍ଥନୈତିକ ଫୋରମରେ ଯୋଗ ଦେଇଥିଲେ। ଭାରତ ଓ ଜାପାନର ବିଶିଷ୍ଟ ବ୍ୟବସାୟୀ ଓ ସିଇଓମାନେ ମଧ୍ୟ ଏହି ବୈଠକରେ ଉପସ୍ଥିତ ଥିଲେ।

ଭାରତ ଏବଂ ଫିଲିପାଇନ୍ସ ମଧ୍ୟରେ ରଣନୀତିକ ଭାଗିଦାରୀ ପ୍ରତିଷ୍ଠା ଉପରେ ଘୋଷଣାନାମା

August 05th, 05:23 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନିମନ୍ତ୍ରଣ କ୍ରମେ ଫିଲିପାଇନ୍ସ ରାଷ୍ଟ୍ରପତି ମହାମହିମ ଶ୍ରୀ ଫର୍ଡିନାଣ୍ଡ ଆର. ମାର୍କୋସ୍ ଜୁନିଅର ୪-୮ ଅଗଷ୍ଟ ୨୦୨୫ରେ ଭାରତ ଗସ୍ତ କରିଛନ୍ତି। ରାଷ୍ଟ୍ରପତି ମାର୍କୋସଙ୍କ ସହିତ ପ୍ରଥମ ମହିଳା, ମହାମହିମ ଲୁଇସ୍ ଆରାନେଟା ମାର୍କୋସ୍ ଏବଂ ଫିଲିପାଇନ୍ସର ଅନେକ କ୍ୟାବିନେଟ ମନ୍ତ୍ରୀ ଏବଂ ଏକ ଉଚ୍ଚସ୍ତରୀୟ ବ୍ୟବସାୟିକ ପ୍ରତିନିଧିମଣ୍ଡଳୀ ସମେତ ଏକ ଉଚ୍ଚସ୍ତରୀୟ ସରକାରୀ ପ୍ରତିନିଧି ଦଳ ମଧ୍ୟ ଉପସ୍ଥିତ ଥିଲେ।

ଭାରତ ସାଇପ୍ରସର ବ୍ୟବସାୟୀଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ଏବଂ ସାଇପ୍ରସ ରାଷ୍ଟ୍ରପତି

June 16th, 02:17 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସାଇପ୍ରସର ରାଷ୍ଟ୍ରପତି ମହାମହୀମ ନିକୋସ୍ କ୍ରିଷ୍ଟୋଡୋଲିଡେସଙ୍କ ସହ ଆଜି ଲିମାସୋଲଠାରେ ଆୟୋଜିତ ଏକ ଗୋଲ ଟେବଲ ବୈଠକରେ ଉଭୟ ଦେଶର ବ୍ୟବସାୟିକ ନେତାମାନଙ୍କ ସହିତ ଆଲୋଚନା କରିଛନ୍ତି। ମୁଖ୍ୟତଃ ବ୍ୟାଙ୍କିଙ୍ଗ, ଆର୍ଥିକ ପ୍ରତିଷ୍ଠାନ, ଉତ୍ପାଦନ, ପ୍ରତିରକ୍ଷା, ଲଜିଷ୍ଟିକ୍ସ, ସାମୁଦ୍ରିକ, ଜାହାଜ ଚଳାଚଳ, ପ୍ରଯୁକ୍ତିବିଦ୍ୟା, ନବସୃଜନ, ଡିଜିଟାଲ୍ ପ୍ରଯୁକ୍ତିବିଦ୍ୟା, ଏଆଇ, ଆଇଟି ସେବା, ପର୍ଯ୍ୟଟନ ଏବଂ ଯାନବହାନ ଚଳାଚଳ ପ୍ରଭୃତି କ୍ଷେତ୍ରର ପ୍ରତିନିଧିମାନେ ଏହି ଅଂଶଗ୍ରହଣକାରୀଙ୍କ ଭିତରେ ସାମିଲ ଥିଲେ।

ସାଇପ୍ରସ୍‌ରେ ହୋଇଥିବା ଭାରତ-ସାଇପ୍ରସ୍ ବାଣିଜ୍ୟ ଗୋଲଟେବୁଲ୍ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

June 15th, 11:10 pm

ସର୍ବପ୍ରଥମେ ମୁଁ ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି କାରଣ ଆଜି ସେ ମତେ ସ୍ୱାଗତ କରିବା ପାଇଁ ନିଜେ ବିମାନ ବନ୍ଦର ଆସିଥିଲେ। ଉଦ୍ୟୋଗପତିଙ୍କ ସହିତ ସେ ଏତେ ବଡ଼ ଗୋଲ୍ ଟେବୁଲ ବୈଠକ ଆୟୋଜନ କରିଛନ୍ତି, ସେଥିପାଇଁ ମୁଁ ବହୁତ କୃତଜ୍ଞ । ସେ ମୋ ପାଇଁ ଓ ଆମର ପାଟନରସିପ୍ ପାଇଁ ଯେଉଁ ସକରାତ୍ମକ ଆଭିମୁଖ୍ୟ ରଖିଛନ୍ତି, ସେଥିପାଇଁ ମଧ୍ୟ ହୃଦୟରୁ ମୁଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଦେଉଛି

ନୂଆଦିଲ୍ଲୀର ଭାରତ ମଣ୍ଡପମରେ ବିଶ୍ୱ ବିମାନ ପରିବହନ ଶିଖର ସମ୍ମିଳନୀର ପୂର୍ଣ୍ଣାଙ୍ଗ ଅଧିବେଶନରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

June 02nd, 05:34 pm

ଆଇ. ଏ. ଟି. ଏ. ର 81ତମ ବାର୍ଷିକ ସାଧାରଣ ସଭାରେ, ଏବଂ ବିଶ୍ୱ ବିମାନ ପରିବହନ ଶିଖର ସମ୍ମିଳନୀରେ, ମୁଁ ଆପଣ ସମସ୍ତ ଅତିଥିଙ୍କୁ ଭାରତକୁ ସ୍ୱାଗତ କରୁଛି ଏବଂ ଆପଣଙ୍କୁ ଅଭିନନ୍ଦନ ଜଣାଉଛି। 4 ଦଶନ୍ଧି ପରେ ଭାରତରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଏହି 4 ଦଶନ୍ଧି ମଧ୍ୟରେ ଭାରତରେ ଅନେକ କିଛି ବଦଳିଛି। ଆଜିର ଭାରତ ପୂର୍ବ ଅପେକ୍ଷା ଅଧିକ ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ। ଆମେ କେବଳ ବିଶ୍ୱ ବିମାନ ଚଳାଚଳ ଇକୋ-ସିଷ୍ଟମରେ ଏକ ବିଶାଳ ବଜାର ନୁହେଁ, ବରଂ ନୀତିଗତ ନେତୃତ୍ୱ, ନବସୃଜନ ଏବଂ ସମାବେଶୀ ବିକାଶର ପ୍ରତୀକ ମଧ୍ୟ ଅଟେ । ଆଜି ଭାରତ ବିଶ୍ୱ ମହାକାଶ-ବିମାନ ଚଳାଚଳ କ୍ଷେତ୍ରରେ ଏକ ଉଦୀୟମାନ ନେତୃତ୍ୱ ନେଉଛି। ବିଗତ ଦଶନ୍ଧିରେ ଭାରତର ବେସାମରିକ ବିମାନ ଚଳାଚଳ କ୍ଷେତ୍ରରେ ଯେଉଁ ଐତିହାସିକ ସଫଳତା ମିଳିଛି, ତାହା ଆପଣମାନେ ସମସ୍ତେ ଜାଣନ୍ତି।

ଆଇଏଟିଏ ର ୮୧ତମ ବାର୍ଷିକ ସାଧାରଣ ବୈଠକ ଏବଂ ବିଶ୍ୱ ବାୟୁ ପରିବହନ ସମ୍ମିଳନୀର ଅଧିବେଶନକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

June 02nd, 05:00 pm

ବିଶ୍ୱସ୍ତରୀୟ ବିମାନ ଭିତ୍ତିଭୂମି ବିକାଶ ଏବଂ ସଂଯୋଗ ବୃଦ୍ଧି ପ୍ରତି ତାଙ୍କର ପ୍ରତିବଦ୍ଧତା ଅନୁଯାୟୀ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ଭାରତ ମଣ୍ଡପମରେ ଇଣ୍ଟରନାସନାଲ୍ ଏୟାର ଟ୍ରାନ୍ସପୋର୍ଟ ଆସୋସିଏସନ (ଆଇଏଟିଏ)ର ୮୧ତମ ବାର୍ଷିକ ସାଧାରଣ ବୈଠକ (ଏଜିଏମ) ଏବଂ ୱାର୍ଲଡ୍ ଏୟାର ଟ୍ରାନ୍ସପୋର୍ଟ ସମିଟ୍ (ଡବ୍ଲୁଏଟିଏସ)ର ଅଧିବେଶନରେ ଉଦବୋଧନ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଅତିଥିମାନଙ୍କୁ ସ୍ୱାଗତ କରି ଚାରି ଦଶନ୍ଧି ପରେ ଭାରତକୁ ଫେରିବା ଘଟଣାଟିର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ସେ ଏହି ସମୟ ମଧ୍ୟରେ ଭାରତ ଯେଉଁ ଉଲ୍ଲେଖନୀୟ ପରିବର୍ତ୍ତନ ଆଣିଛି ତାହା ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ କହିଥିଲେ ଯେ ଆଜିର ଭାରତ ପୂର୍ବାପେକ୍ଷା ଅଧିକ ଆତ୍ମବିଶ୍ୱାସୀ। କେବଳ ଏକ ବିଶାଳ ବଜାର ଭାବରେ ନୁହେଁ ବରଂ ନୀତି ନେତୃତ୍ୱ, ନବସୃଜନ ଏବଂ ସମନ୍ବିତ ବିକାଶର ପ୍ରତୀକ ଭାବରେ ସେ ବିଶ୍ୱ ବିମାନ ଚଳାଚଳ ଇକୋସିଷ୍ଟମରେ ଭାରତର ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ। ଆଜି, ଭାରତ ମହାକାଶ-ବିମାନ ଚଳାଚଳ କ୍ଷେତ୍ରରେ ଏକ ବିଶ୍ୱ ନେତା ଭାବରେ ଉଭା ହେଉଛି, ବୋଲି ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇଥିଲେ। ସେ ଏହି ଅବସରରେ ଉଲ୍ଲେଖ କରିଥିଲେ ଯେ ବେସାମରିକ ବିମାନ ଚଳାଚଳ କ୍ଷେତ୍ର ଗତ ଦଶନ୍ଧିରେ ଐତିହାସିକ ଉନ୍ନତି ଦେଖିଛି, ଯାହାକୁ ସ୍ୱୀକୃତି ମିଳିପାରିଛି।

ଗାନ୍ଧୀନଗରରେ ଗୁଜରାଟର ସହରାଞ୍ଚଳ ବିକାଶର ୨୦ ବର୍ଷ ପାଳନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

May 27th, 11:30 am

ମଞ୍ଚ ଉପରେ ଉପସ୍ଥିତ ଗୁଜରାଟର ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ ଜୀ, ସ୍ଥାନୀୟ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ଭାଇ ପଟେଲ ଜୀ, କେନ୍ଦ୍ରରେ ମନ୍ତ୍ରୀମଣ୍ଡଳ ସହଯୋଗୀ ମନୋହର ଲାଲ ଜୀ, ସି. ଆର. ପାଟିଲ ଜୀ, ଗୁଜରାଟ ସରକାରଙ୍କ ଅନ୍ୟ ମନ୍ତ୍ରୀଗଣ, ସାଂସଦଗଣ, ବିଧାୟକଗଣ ଏବଂ ଗୁଜରାଟର କୋଣ-ଅନୁକୋଣରୁ ଏଠାକୁ ଆସି ଉପସ୍ଥିତ ଥିବା ମୋର ପ୍ରିୟ ଭାଇ ଓ ଭଉଣୀମାନେ।

ଗୁଜରାଟ ସହରାଞ୍ଚଳ ବିକାଶ କାହାଣୀର 20 ବର୍ଷ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦବୋଧନ

May 27th, 11:09 am

୧୯୪୭ ମସିହାରେ ଭାରତକୁ ତିନୋଟି ଭାଗରେ ବିଭାଜିତ କରାଯିବା ପରେ ଭାରତ ଉପରେ ହୋଇଥିବା ପ୍ରଥମ ଆତଙ୍କବାଦୀ ଆକ୍ରମଣକୁ ମନେ ପକାଇ ଶ୍ରୀ ମୋଦୀ କହିଥିଲେ ଯେ, ପାକିସ୍ତାନ ଆତଙ୍କବାଦୀମାନଙ୍କୁ ଆଶ୍ରୟ ଦେଇ ଗୋଟିଏ ଅଂଶ ହଡ଼ପ କରିଥିଲା। ସେ ସର୍ଦ୍ଦାର ପଟେଲଙ୍କ ଦୃଷ୍ଟିକୋଣକୁ ମନେ ପକାଇଥିଲେ ଏବଂ କହିଥିଲେ ଯେ ପାକିସ୍ତାନ ଅଧିକୃତ କାଶ୍ମୀର ( ପିଓକେ ) ପୁନରୁଦ୍ଧାର ନହେବା ପର୍ଯ୍ୟନ୍ତ ଭାରତୀୟ ସେନା ଅଟକିବା ଉଚିତ୍ ନୁହେଁ। ତଥାପି, ପଟେଲଙ୍କ ପରାମର୍ଶ ପାଳନ କରାଯାଇ ନଥିଲା ବୋଲି ସେ କହିଥିଲେ। ଶ୍ରୀ ମୋଦୀ ଗୁରୁତ୍ୱାରୋପ କରି କହିଥିଲେ ଯେ, ଆତଙ୍କବାଦର ଏହି ଐତିହ୍ୟ ଗତ 75 ବର୍ଷ ଧରି ଜାରି ରହିଛି ଏବଂ ପହଲଗାଓଁରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଏହାର ଆଉ ଏକ ଭୟଙ୍କର ରୂପ ଥିଲା। ସେ ଦୃଢ଼ତାର ସହିତ କହିଥିଲେ ଯେ କୂଟନୈତିକ ଖେଳ ଖେଳିବା ସତ୍ତ୍ୱେ, ପାକିସ୍ତାନ ବାରମ୍ବାର ଯୁଦ୍ଧରେ ଭାରତର ସାମରିକ ଶକ୍ତିର ସମ୍ମୁଖୀନ ହୋଇଛି। ସେ ଉଲ୍ଲେଖ କରିଥିଲେ ଯେ , ତିନି ଥର ଭାରତର ସଶସ୍ତ୍ର ବାହିନୀ ପାକିସ୍ତାନକୁ ନିର୍ଣ୍ଣାୟକ ଭାବରେ ପରାସ୍ତ କରିଥିଲା, ଯାହା ସ୍ପଷ୍ଟ କରେ ଯେ, ପାକିସ୍ତାନ ସିଧାସଳଖ ସାମରିକ ସଂଘର୍ଷରେ ବିଜୟୀ ହୋଇପାରିବ ନାହିଁ। ପାକିସ୍ତାନ ତାର ସୀମା ସମ୍ପର୍କରେ ଜାଣିଛି ବୋଲି ସ୍ୱୀକାର କରି ଶ୍ରୀ ମୋଦୀ କହିଥିଲେ ଯେ , ପଡ଼ୋଶୀ ଦେଶ ଛାୟା ଯୁଦ୍ଧ ଆରମ୍ଭ କରିଛି। ସେ ବ୍ୟାଖ୍ୟା କରିଥିଲେ ଯେ, ପ୍ରଶିକ୍ଷିତ ଆତଙ୍କବାଦୀମାନଙ୍କୁ ରୀତିମତ ସାମରିକ ତାଲିମ ମାଧ୍ୟମରେ ଭାରତରେ ଅନୁପ୍ରବେଶ କରାଯାଉଥିଲା , ଯାହାର ଲକ୍ଷ୍ୟ ଥିଲା ଶାନ୍ତିପୂର୍ଣ୍ଣ ତୀର୍ଥଯାତ୍ରା କରୁଥିବା ଲୋକଙ୍କ ସମେତ ନିରୀହ ଏବଂ ନିରସ୍ତ୍ର ସାଧାରଣ ଲୋକଙ୍କୁ ଟାର୍ଗେଟ କରିବା।

ଗୁଜରାଟର ସୁରଟରେ ସୁରଟ ଖାଦ୍ୟ ସୁରକ୍ଷା ପୁଷ୍ଟିକର ଅଭିଯାନର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

March 07th, 05:34 pm

ମୁଁ ଭାଗ୍ୟବାନ ଯେ ଆଜି ଦେଶର ଲୋକମାନେ ଏବଂ ଗୁଜରାଟର ଲୋକମାନେ ମୋତେ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟ କରିବାର ସୁଯୋଗ ଦେଇଛନ୍ତି। ଏହା ପରେ ସୁରଟକୁ ଏହା ମୋର ପ୍ରଥମ ଗସ୍ତ। ଗୁଜରାଟ ଯାହା ନିର୍ମାଣ କରିଥିଲା, ଦେଶ ତାକୁ ଆନନ୍ଦର ସହିତ ଆପଣାଇ ଥିଲା। ମୁଁ ସବୁବେଳେ ଆପଣଙ୍କ ନିକଟରେ ଋଣୀ ରହିବି, ମୋ ଜୀବନର ନିର୍ମାଣରେ ଆପଣ ବହୁତ ଯୋଗଦାନ ଦେଇଛନ୍ତି। ଆଜି ଯେତେବେଳେ ମୁଁ ସୁରଟ ଆସିଛି, ଏହା କିପରି ସମ୍ଭବ ଯେ ସୁରଟର ଉତ୍ସାହକୁ ଅଣଦେଖା କରି ପାରିବି। କାର୍ଯ୍ୟ ଏବଂ ଦାନ ହେଉଛି ଦୁଇଟି ଜିନିଷ ଯାହା ସୁରଟକୁ ଆହୁରି ସ୍ୱତନ୍ତ୍ର କରିଥାଏ। ପରସ୍ପରକୁ ସମର୍ଥନ କରିବା, ସମସ୍ତଙ୍କ ବିକାଶର ଉତ୍ସବ ପାଳନ କରିବା, ଆମେ ସୁରଟର ପ୍ରତ୍ୟେକ କୋଣରେ ଏହା ଦେଖୁଛୁ। ଆଜିର କାର୍ଯ୍ୟକ୍ରମ ସୁରଟର ଏହି ଭାବନାକୁ ଆଗକୁ ନେବାକୁ ଯାଉଛି।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ସୁରଟ ଖାଦ୍ୟ ସୁରକ୍ଷା ସଂତୃପ୍ତି ଯୋଜନା କାର୍ଯ୍ୟକ୍ରମର ଶୁଭାରମ୍ଭ

March 07th, 05:30 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସୁରଟର ଲିମ୍ବାୟତରେ ସୁରଟ ଖାଦ୍ୟ ସୁରକ୍ଷା ସଂତୃପ୍ତି ଯୋଜନା କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଜାତୀୟ ଖାଦ୍ୟ ନିରାପତ୍ତା ଆଇନର ୨.୩ ଲକ୍ଷରୁ ଅଧିକ ଲାଭାର୍ଥୀଙ୍କୁ ମଧ୍ୟ ପ୍ରଧାନମନ୍ତ୍ରୀ ଲାଭ ବିତରଣ କରିଛନ୍ତି । ଉପସ୍ଥିତ ସମାବେଶକୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ସୁରଟ ସହରର କାର୍ଯ୍ୟ ଓ ସେବା ମନୋଭାବର ଦୃଢ଼ ଭିତ୍ତିକୁ ଉଦାହରଣ ଦେଇ ଏହା ସହରର ଅଦ୍ୱିତୀୟ ଭାବନା ଏବଂ କେବେ ଭୁଲିହେବନି ବୋଲି କହିଥିଲେ ।

ଉଚ୍ଚସ୍ତରୀୟ ବୈଠକରେ ସମବାୟ କ୍ଷେତ୍ର ଅଗ୍ରଗତିର ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

March 06th, 05:30 pm

ସମବାୟ କ୍ଷେତ୍ରର ଅଗ୍ରଗତିର ସମୀକ୍ଷା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ୭ ଲୋକ କଲ୍ୟାଣ ମାର୍ଗଠାରେ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିଛନ୍ତି । ବୈଷୟିକ ଉନ୍ନତି ମାଧ୍ୟମରେ ସମବାୟ କ୍ଷେତ୍ରରେ ପରିବର୍ତ୍ତନ ଆଣିବା, ସହଯୋଗରେ ଯୁବ ଓ ମହିଳାମାନଙ୍କ ଅଂଶଗ୍ରହଣ ଓ ଅଂଶଗ୍ରହଣ ବୃଦ୍ଧି ପାଇଁ ଯୋଜନା ପ୍ରସ୍ତୁତ କରିବା ଏବଂ ସମବାୟ ମନ୍ତ୍ରଣାଳୟର ବିଭିନ୍ନ ପଦକ୍ଷେପ ମାଧ୍ୟମରେ 'ସମବାୟରୁ ସମୃଦ୍ଧି'କୁ ପ୍ରୋତ୍ସାହିତ କରିବା ଉପରେ ବୈଠକରେ ଆଲୋଚନା ହୋଇଥିଲା।

ଏମ୍. ଏସ୍. ଏମ୍. ଇ. କ୍ଷେତ୍ର ଉପରେ ବଜେଟ୍ ପରବର୍ତ୍ତୀ ତିନୋଟି ୱେବିନାରକୁ ଭିଡିଓ କନଫରେନ୍ସିଂ ଜରିଆରେ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

March 04th, 01:00 pm

କ୍ୟାବିନେଟର ମୋର ସମସ୍ତ ସହଯୋଗୀ, ଅର୍ଥ ଏବଂ ଅର୍ଥ ନୀତି ବିଶେଷଜ୍ଞ, ହିତାଧିକାରୀ, ମହିଳା ଏବଂ ଭଦ୍ରବ୍ୟକ୍ତିମାନେ !