ରାୟପୁରଠାରେ ପୁଲିସ ମହାନିର୍ଦ୍ଦେଶକ/ମହାନିରୀକ୍ଷକଙ୍କ 60ତମ ସର୍ବଭାରତୀୟ ସମ୍ମିଳନୀରେ ଅଧ୍ୟକ୍ଷତା କଲେ ପ୍ରଧାନମନ୍ତ୍ରୀ
November 30th, 05:17 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରାୟପୁରର ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟଠାରେ ପୁଲିସ ମହାନିର୍ଦ୍ଦେଶକ/ ମହାନିରୀକ୍ଷକଙ୍କ 60ତମ ସର୍ବଭାରତୀୟ ସମ୍ମିଳନୀରେ ଯୋଗ ଦେଇଛନ୍ତି। ଏହି ତିନି ଦିନିଆ ସମ୍ମିଳନୀର ବିଷୟବସ୍ତୁ ‘ବିକଶିତ ଭାରତ: ସୁରକ୍ଷା ପରିଦୃଶ୍ୟ’।ନୂଆଦିଲ୍ଲୀରେ ଆୟୋଜିତ ଅନ୍ତର୍ଜାତୀୟ ଆର୍ଯ୍ୟ ମହାସମ୍ମେଳନ ୨୦୨୫ରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ
October 31st, 07:00 pm
ସର୍ବପ୍ରଥମେ, ମୁଁ ବିଳମ୍ବରେ ପହଞ୍ଚିଥିବା ପାଇଁ କ୍ଷମା ପ୍ରାର୍ଥନା କରୁଛି । ଆଜି ସର୍ଦ୍ଦାର ସାହେବଙ୍କ ଜନ୍ମବାର୍ଷିକୀ ଥିଲା, ତାଙ୍କର ୧୫୦ତମ ଜନ୍ମବାର୍ଷିକୀ। ଏକତା ନଗରର ଷ୍ଟାଚ୍ୟୁ ଅଫ୍ ୟୁନିଟିରେ ତାଙ୍କର ଏକ କାର୍ଯ୍ୟକ୍ରମ ଥିଲା ଏବଂ ସେଥିପାଇଁ, ମୁଁ ଠିକ୍ ସମୟରେ ପହଞ୍ଚି ପାରିଲି ନାହିଁ। ଏଥିପାଇଁ ମୁଁ ପୁନର୍ବାର କ୍ଷମା ପ୍ରାର୍ଥନା କରୁଛି। ଆରମ୍ଭରେ ଆମେ ସମସ୍ତେ ଯେଉଁ ମନ୍ତ୍ରଗୁଡ଼ିକ ଶୁଣିଥିଲୁ, ସେହି ମନ୍ତ୍ରଗୁଡିକର ଶକ୍ତି ଏବେ ମଧ୍ୟ ଆମେ ଅନୁଭବ କରୁଛେ । ଯେତେବେଳେ ମୋତେ ଆପଣମାନଙ୍କ ପାଖକୁ ଆସିବାର ସୁଯୋଗ ମିଳେ ଏବଂ ଯେବେ ଯେବେ ମୁଁ ଏଠାକୁ ଆସିଛି ଦିବ୍ୟ ଅଭିଜ୍ଞତା ଏବଂ ଆଶ୍ଚର୍ଯ୍ୟଜନକ ଅନୁଭୂତି ପାଇଛି । ସ୍ୱାମୀ ଦୟାନନ୍ଦଙ୍କ ଆଶୀର୍ବାଦ, ତାଙ୍କ ଆଦର୍ଶ ପ୍ରତି ଆମର ଶ୍ରଦ୍ଧା ଏବଂ ଆପଣମାନଙ୍କ ସହିତ ଦଶନ୍ଧି ଧରି ରହିଥିବା ସମ୍ପର୍କ ମୋତେ ବାରମ୍ବାର ଆପଣଙ୍କ ମଧ୍ୟରେ ରହିବାର ସୁଯୋଗ ଦେଉଛି। ଆଉ ଯେତେବେଳେ ମୁଁ ଆପଣମାନଙ୍କୁ ଭେଟିଥାଏ ଏବଂ ଆପଣମାନଙ୍କୁ ସହିତ କଥାବାର୍ତ୍ତା କରେ, ମୁଁ ଏକ ଅନନ୍ୟ ଶକ୍ତି ଏବଂ ପ୍ରେରଣାରେ ପରିପୂର୍ଣ୍ଣ ହୋଇଯାଏ। ମୋତେ ଏହା ମଧ୍ୟ ସୂଚନା ଦିଆଯାଇଛି ଯେ ଏହିପରି ନଅଟି ସଭାଗୃହ ନିର୍ମାଣ କରାଯାଇଛି, ଯେଉଁଠାରେ ଆମର ସମସ୍ତ ଆର୍ଯ୍ୟ ସମାଜର ସଦସ୍ୟ ଭିଡିଓ ଲିଙ୍କ୍ ମାଧ୍ୟମରେ ଏହି କାର୍ଯ୍ୟକ୍ରମ ଦେଖୁଛନ୍ତି। ଯଦିଓ ମୁଁ ସେମାନଙ୍କୁ ଦେଖିପାରୁ ନାହିଁ, ମୁଁ ଏଠାରୁ ମଧ୍ୟ ସେମାନଙ୍କୁ ମୋର ପ୍ରଣାମ ଜଣାଉଛି।କେଭାଡ଼ିଆରେ ରାଷ୍ଟ୍ରୀୟ ଏକତା ଦିବସ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
October 31st, 09:00 am
ସର୍ଦ୍ଦାର ପଟେଲଙ୍କ ୧୫୦ତମ ଜୟନ୍ତୀର ଐତିହାସିକ ଅବସରରେ, ଏକତାନଗରର ଏହି ଦିବ୍ୟ ପ୍ରଭାତ, ଏହି ମନୋରମ ଦୃଶ୍ୟ, ସର୍ଦ୍ଦାର ସାହେବଙ୍କ ପାଦତଳେ ଆମର ଉପସ୍ଥିତି, ଆଜି ଆମେ ସମସ୍ତେ ଏକ ମହାନ ମୁହୂର୍ତ୍ତର ସାକ୍ଷୀ ହେଉଛୁ। ସମଗ୍ର ଦେଶରେ ଚାଲିଥିବା ଏକତା ଦୌଡ଼, ରନ ଫର ୟୁନିଟି, କୋଟି କୋଟି ଭାରତୀୟଙ୍କ ଉତ୍ସାହ, ଆମେ ଏକ ନୂତନ ଭାରତର ସଂକଳ୍ପ ଶକ୍ତିକୁ ପ୍ରତ୍ୟକ୍ଷ ଭାବେ ଅନୁଭବ କରୁଛୁ। ବର୍ତ୍ତମାନ ଏଠାରେ ଯେଉଁସବୁ କାର୍ଯ୍ୟକ୍ରମ ହୋଇଛି, ଗତକାଲି ସନ୍ଧ୍ୟାରେ ଯେଉଁସବୁ ଚମତ୍କାର ପ୍ରସ୍ତୁତି ହୋଇଛି, ସେଥିରେ ମଧ୍ୟ, ଅତୀତର ପରମ୍ପରା, ବର୍ତ୍ତମାନର ଶ୍ରମ ଓ ବୀରତ୍ଵ ଏବଂ ଭବିଷ୍ୟତର ସଫଳତାର ଝଲକ ମଧ୍ୟ ରହିଛି। ସର୍ଦ୍ଦାର ସାହେବଙ୍କ ଏକ ଶହ ପଚାଶତମ ଜୟନ୍ତୀ ଉପଲକ୍ଷେ ସ୍ମାରକୀ ମୁଦ୍ରା ଏବଂ ସ୍ୱତନ୍ତ୍ର ଡାକ ଟିକଟ ମଧ୍ୟ ଜାରି କରାଯାଇଛି। ସର୍ଦ୍ଦାର ସାହେବଙ୍କ ଜୟନ୍ତୀ, ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ମୁଁ ସମସ୍ତ ୧୪୦ କୋଟି ଦେଶବାସୀଙ୍କୁ ବହୁତ-ବହୁତ ଶୁଭେଚ୍ଛା, ଅନେକ ଅନେକ ଶୁଭକାମନା ଜଣାଉଛି।ରାଷ୍ଟ୍ରୀୟ ଏକତା ଦିବସରେ ଦେଶକୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ : ଭାରତର ସୁରକ୍ଷା କିମ୍ବା ଲୌହ ମାନବଙ୍କ ଆତ୍ମସମ୍ମାନ ସହିତ ଦେଶ ସାଲିସ କରିବ ନାହିଁ
October 31st, 08:44 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟର କେଭାଡିଆ ଠାରେ ରାଷ୍ଟ୍ରୀୟ ଏକତା ଦିବସ କାର୍ଯ୍ୟକ୍ରମରେ ଉଦବୋଧନ ଦେଇଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ସର୍ଦ୍ଦାର ପଟେଲଙ୍କ ୧୫୦ତମ ଜନ୍ମବାର୍ଷିକୀ ହେଉଛି ଏକ ଐତିହାସିକ ଅବସର। ଏକତା ନଗରର ସକାଳର ଦିବ୍ୟ ଏବଂ ମନୋରମ ଦୃଶ୍ୟକୁ ଆଶ୍ଚର୍ଯ୍ୟଜନକ ବୋଲି ବର୍ଣ୍ଣନା କରି ଶ୍ରୀ ମୋଦୀ ସର୍ଦ୍ଦାର ପଟେଲଙ୍କ ପାଦତଳେ ସାମୂହିକ ଉପସ୍ଥିତି ସମ୍ପର୍କରେ ଉଲ୍ଲେଖ କରିଥିଲେ ଏବଂ କହିଥିଲେ ଯେ, ଦେଶ ଏକ ମହାନ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତର ସାକ୍ଷୀ ହେଉଛି। ସେ ଦେଶବ୍ୟାପୀ ଏକତା ଦୌଡ଼ ଏବଂ ଏଥିରେ କୋଟି କୋଟି ଭାରତୀୟଙ୍କ ଉତ୍ସାହୀ ଅଂଶଗ୍ରହଣ ଉପରେ ଆଲୋକପାତ କରିଥିଲେ ଏବଂ ଗୁରୁତ୍ୱାରୋପ କରିଥିଲେ ଯେ ଏକ ନୂତନ ଭାରତ ପାଇଁ ସଂକଳ୍ପ ସ୍ପଷ୍ଟ ଭାବରେ ଅନୁଭୂତ ହେଉଛି। ପୂର୍ବରୁ ଅନୁଷ୍ଠିତ କାର୍ଯ୍ୟକ୍ରମ ଏବଂ ପୂର୍ବ ସନ୍ଧ୍ୟାର ଉଲ୍ଲେଖନୀୟ ଉପସ୍ଥାପନାକୁ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ , ଏହା ଅତୀତର ପରମ୍ପରା, ବର୍ତ୍ତମାନର ଶ୍ରମ ଓ ପରାକ୍ରମ ଏବଂ ଭବିଷ୍ୟତର ସଫଳତାର ଏକ ଝଲକକୁ ପ୍ରତିଫଳିତ କରେ। ସେ ସୂଚନା ଦେଇଥିଲେ ଯେ , ସର୍ଦ୍ଦାର ପଟେଲଙ୍କ ୧୫୦ତମ ଜନ୍ମବାର୍ଷିକୀ ପାଳନ ଅବସରରେ ଏକ ସ୍ମାରକୀ ମୁଦ୍ରା ଏବଂ ଏକ ସ୍ୱତନ୍ତ୍ର ଡାକ ଟିକେଟ ଜାରି କରାଯାଇଛି।ପୋଲିସ ଶହୀଦ ସ୍ମାରକୀ ଦିବସରେ ବୀର ପୋଲିସଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ
October 21st, 09:10 am
ପୋଲିସ ଶହୀଦ ସ୍ମାରକୀ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ପୋଲିସଙ୍କ ବୀରତ୍ୱ ଏବଂ ବଳିଦାନ ପ୍ରତି ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଦେଶ ଓ ଦେଶବାସୀଙ୍କ ସୁରକ୍ଷା ଦିଗରେ ସେମାନଙ୍କର ଅତୁଟ ସମର୍ପଣ ଭାବନାକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି ।ନଭେମ୍ବର ୩୦ରୁ ଡିସେମ୍ବର ପହିଲା ପର୍ଯ୍ୟନ୍ତ ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ ଥିବା ପୁଲିସ ମହାନିର୍ଦ୍ଦେଶକ/ମହାନିରୀକ୍ଷକଙ୍କ ସର୍ବଭାରତୀୟ ସମ୍ମିଳନୀରେ ଯୋଗଦେବେ ପ୍ରଧାନମନ୍ତ୍ରୀ
November 29th, 09:54 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭୁବନେଶ୍ୱରସ୍ଥିତ ଲୋକସେବା ଭବନ ସମ୍ମିଳନୀ କକ୍ଷରେ ନଭେମ୍ବର ୩୦ରୁ ୧ ଡିସେମ୍ବର ୨୦୨୪ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ପୁଲିସ ମହାନିର୍ଦ୍ଦେଶକ/ମହାନିରୀକ୍ଷକମାନଙ୍କ ସର୍ବଭାରତୀୟ ସମ୍ମିଳନୀରେ ଯୋଗଦେବେ ।ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ପୂର୍ବତନ ପୁଲିସ ମୁଖ୍ୟ ପ୍ରକାଶ ସିଂହ
September 03rd, 10:51 am
ପୂର୍ବତନ ପୁଲିସ ମୁଖ୍ୟ ପ୍ରକାଶ ସିଂହ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁଭେଟିଛନ୍ତି ।ଜିଲ୍ଲା ନ୍ୟାୟପାଳିକାର ରାଷ୍ଟ୍ରୀୟ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦବୋଧନର ମୂଳପାଠ
August 31st, 10:30 am
କାର୍ଯ୍ୟକ୍ରମରେ ଉପସ୍ଥିତ ଭାରତର ପ୍ରଧାନ ବିଚାରପତି ଜଷ୍ଟିସ୍ ଡି.ୱାଇ ଚନ୍ଦ୍ରଚୂଡ଼ଜୀ, ଜଷ୍ଟିସ୍ ଶ୍ରୀ ସଞ୍ଜିବ ଖାନ୍ନାଜୀ, ଜଷ୍ଟିସ୍ ବି ଆର ଗଭଇଜୀ, ଦେଶର ଆଇନମନ୍ତ୍ରୀ ଅର୍ଜୁନରାମ ମେଘୱାଲଜୀ, ଆଟର୍ଣ୍ଣି ଜେନେରାଲ ଆର ଭେଙ୍କଟରମଣୀଜୀ, ସୁପ୍ରିମ କୋର୍ଟ ବାର୍ କାଉନସିଲର ଅଧ୍ୟକ୍ଷ ଶ୍ରୀମାନ୍ କପିଳ ସିବଲଜୀ, ବାର୍ କାଉନସିଲ୍ ଅଫ୍ ଇଣ୍ଡିଆର ଅଧ୍ୟକ୍ଷ ଭାଇ ମନନ କୁମାର ମିଶ୍ରଜୀ, ସୁପ୍ରିମ କୋର୍ଟର ସମସ୍ତ ବିଚାରପତିବୃନ୍ଦ, ହାଇକୋର୍ଟର ମୁଖ୍ୟ ବିଚାରପତିଗଣ, ଜିଲ୍ଲା ଜଜବୃନ୍ଦ, ଅନ୍ୟ ମହାନୁଭବଗଣ, ଦେବୀ ଏବଂ ସଜ୍ଜନବୃନ୍ଦ!PM Modi inaugurates National Conference of District Judiciary in New Delhi
August 31st, 10:00 am
PM Modi, addressing the National Conference of District Judiciary, highlighted the pivotal role of the judiciary in India's journey towards a Viksit Bharat. He emphasized the importance of modernizing the district judiciary, the impact of e-Courts in speeding up justice, and reforms like the Bharatiya Nyaya Sanhita. He added that the quicker the decisions in cases related to atrocities against women, the greater will be the assurance of safety for half the population.PM Modi's conversation with Lakhpati Didis in Jalgaon, Maharashtra
August 26th, 01:46 pm
PM Modi had an enriching interaction with Lakhpati Didis in Jalgaon, Maharashtra. The women, who are associated with various self-help groups shared their life journeys and how the Lakhpati Didi initiative is transforming their lives.ମହାରାଷ୍ଟ୍ରର ଜଲଗାଓଁରେ ଲକ୍ଷପତି ଦିଦି ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
August 25th, 01:00 pm
ମହାରାଷ୍ଟ୍ର ରାଜ୍ୟପାଳ ଶ୍ରୀ ସିପି ରାଧାକ୍ରିଷ୍ଣନଜୀ, ମୁଖ୍ୟମନ୍ତ୍ରୀ ଶ୍ରୀ ଏକନାଥ ସିନ୍ଦେଜୀ, କେନ୍ଦ୍ର କ୍ୟାବିନେଟରେ ମୋର ସହକର୍ମୀ, ଦେଶର କୃଷି ମନ୍ତ୍ରୀ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ଶିବରାଜ ସିଂ ଚୌହାନଜୀ, ଏହି ମାଟିର ସନ୍ତାନ, ମନ୍ତ୍ରିମଣ୍ଡଳର ମୋର ସହକର୍ମୀ ପ୍ରତାପ ରାଓ ଯାଦବ, କେନ୍ଦ୍ର ସରକାରରେ ଥିବା ଆମ ମନ୍ତ୍ରୀ ଶ୍ରୀ ଚନ୍ଦ୍ରଶେଖରଜୀ, ଏହି ମାଟିର ସନ୍ତାନ, ଭଉଣୀ ରକ୍ଷା ଖଡ଼ସେଜୀ, ଉପମୁଖ୍ୟମନ୍ତ୍ରୀ ଶ୍ରୀ ଅଜିତ ପାୱାରଜୀ, ଦେବେନ୍ଦ୍ର ଫଡନାଭିସଜୀ, ମହାରାଷ୍ଟ୍ର ସରକାରଙ୍କ ମନ୍ତ୍ରୀ, ସାଂସଦ ଏବଂ ବିଧାୟକଗଣ ଏବଂ ବହୁ ସଂଖ୍ୟାରେ ମୋତେ ଆଶୀର୍ବାଦ ଦେବାକୁ ଆସିଥିବା ଭାଇ ଭଉଣୀମାନେ । ଦୂର ଦୂରାନ୍ତରୁ ମୋର ଦୃଷ୍ଟି ଯେପର୍ଯ୍ୟନ୍ତ ପହଞ୍ଛୁଛି, ଏଠାରେ କେବଳ ମା’ ମାନଙ୍କର ବିଶାଳ ମହାସାଗର ଏହି ଦୃଶ୍ୟ ମନକୁ ଶାନ୍ତି ଦେଇଥିବାରୁ ମୁଁ ଆରମ୍ଭ କରିବା ପୂର୍ବରୁ, ମୁଁ ନେପାଳ ସହାୟତାରେ ମୋର ଦୁଃଖ ପ୍ରକାଶ କରିବାକୁ ଚାହେଁ| ଏହି ଋତୁରେ ଆମେ ମହାରାଷ୍ଟ୍ରର ଜଲଗାଓଁରୁ ଅନେକ ବନ୍ଧୁଙ୍କୁ ହରାଇଛୁ । ମୁଁ ସମସ୍ତ ମୃତକଙ୍କ ପରିବାର କୁ ସମବେଦନା ଜଣାଉଛି । ଏହି ଘଟଣା ଘଟିବା ମାତ୍ରେ ଭାରତ ସରକାର ତୁରନ୍ତ ନେପାଳ ସରକାରଙ୍କ ସହ ଯୋଗାଯୋଗ କରିଥିଲେ। ଆମେ ଆମ ମନ୍ତ୍ରୀ ରକ୍ଷାତାଇ ଖଡ଼ସେଙ୍କୁ ତୁରନ୍ତ ନେପାଳ ଯିବାକୁ କହିଥିଲୁ। ଆମେ ବାୟୁସେନାର ଏକ ସ୍ୱତନ୍ତ୍ର ବିମାନରେ ଆମ ଯେଉଁ ପରିବାର ସଦସ୍ୟ ଚାଲିଗଲେ ସେମାନଙ୍କୁ ଆମ ପରିବାର ସଦସ୍ୟଙ୍କ ମରଶରୀରକୁ ଫେରାଇ ଆଣିଛୁ । ଯେଉଁମାନେ ଆହତ ହୋଇଛନ୍ତି ସେମାନେ ଭଲ ଚିକିତ୍ସା ପାଉଛନ୍ତି। ମୁଁ ତାଙ୍କ ଶୀଘ୍ର ଆରୋଗ୍ୟ କାମନା କରୁଛି । ମୁଁ ସମସ୍ତ ପୀଡିତଙ୍କୁ ଆଶ୍ୱାସନା ଦେଉଛି ଯେ ସେମାନଙ୍କୁ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ତରଫରୁ ସମ୍ପୂର୍ଣ୍ଣ ସହାୟତା ଯୋଗାଇ ଦିଆଯିବ ।ମହାରାଷ୍ଟ୍ରର ଜଲଗାଓଁଠାରେ ଲକ୍ଷପତି ଦିଦି ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
August 25th, 12:30 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମହାରାଷ୍ଟ୍ରର ଜଲଗାଓଁଠାରେ ଲକ୍ଷପତି ଦିଦି ସମ୍ମିଳନୀରେ ଯୋଗ ଦେଇଥିଲେ । ବର୍ତ୍ତମାନର ସରକାରଙ୍କ ତୃତୀୟ ପାଳିରେ ନିକଟରେ ଲକ୍ଷପତି ହୋଇଥିବା ୧୧ ଲକ୍ଷ ନୂଆ ଲକ୍ଷପତି ଦିଦିଙ୍କୁ ସେ ସାର୍ଟିଫିକେଟ୍ ପ୍ରଦାନ କରିବା ସହ ସମ୍ବର୍ଦ୍ଧିତ କରିଥିଲେ। ପ୍ରଧାନମନ୍ତ୍ରୀ ଦେଶର ବିଭିନ୍ନ ସ୍ଥାନରୁ ଆସିଥିବା ଲକ୍ଷପତି ଦିଦିଙ୍କ ସହ ମଧ୍ୟ ଆଲୋଚନା କରିଥିଲେ । ଶ୍ରୀ ମୋଦୀ ୨,୫୦୦ କୋଟି ଟଙ୍କାର ରିଭଲଭିଂ ପାଣ୍ଠି ଜାରି କରିଛନ୍ତି, ଯେଉଁଥିରେ ୪.୩ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀ (ଏସ୍ଏଚଜି)ର ପ୍ରାୟ ୪୮ ଲକ୍ଷ ସଦସ୍ୟ ଉପକୃତ ହୋଇଛନ୍ତି। ସେ ୫୦୦୦ କୋଟି ଟଙ୍କାର ବ୍ୟାଙ୍କ ଋଣ ମଧ୍ୟ ପ୍ରଦାନ କରିଛନ୍ତି ଯାହା ଦ୍ୱାରା ୨.୩୫ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀର ୨୫.୮ ଲକ୍ଷ ସଦସ୍ୟ ଉପକୃତ ହେବେ । ଲକ୍ଷପତି ଦିଦି ଯୋଜନା ଆରମ୍ଭ ହେବା ପରଠାରୁ ୧ କୋଟି ମହିଳାଙ୍କୁ ଲକ୍ଷପତି ଦିଦି କରାଯାଇଛି ଏବଂ ସରକାର ୩ କୋଟି ଲକ୍ଷପତି ଦିଦିଙ୍କୁ ଟାର୍ଗେଟ କରିଛନ୍ତି ।ଜାନୁଆରୀ ୬-୭ରେ ପୋଲିସ ମହାନିର୍ଦ୍ଦେଶକ/ ପୋଲିସ ମହାନିରୀକ୍ଷକଙ୍କ ସର୍ବଭାରତୀୟ ସମ୍ମିଳନୀରେ ଯୋଗଦେବେ ପ୍ରଧାନମନ୍ତ୍ରୀ
January 04th, 12:04 pm
: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜାନୁଆରୀ ୬-୭, ୨୦୨୪ରେ ଜୟପୁରସ୍ଥିତ ରାଜସ୍ଥାନ ଅନ୍ତର୍ଜାତୀୟ କେନ୍ଦ୍ରରେ ପୋଲିସ ମହାନିର୍ଦ୍ଦେଶକ / ଆଇଜିଙ୍କ ସର୍ବଭାରତୀୟ ସମ୍ମିଳନୀ ୨୦୨୩ରେ ଯୋଗଦେବେ ।ସରକାରୀ ବିଭାଗଗୁଡିକରେ 51000ରୁ ଅଧିକ ନବ ନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ବଣ୍ଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
August 28th, 11:20 am
ସ୍ୱାଧୀନତାର ଏହି ଅମୃତକାଳରେ, ଦେଶ ସ୍ୱାଧୀନତାର ଏବଂ ଦେଶର କୋଟି କୋଟି ଲୋକଙ୍କ ଅମୃତ- ରକ୍ଷକ ହେଇଥିବା ଅବସରରେ ଆପଣ ସମସ୍ତଙ୍କୁ ବହୁତ- ବହୁତ ଶୁଭେଚ୍ଛା । ମୁଁ ଆପଣମାନଙ୍କୁ ଏଥିପାଇଁ ଅମୃତ ରକ୍ଷକ କହୁଛି କାରଣ ଆଜି ଯେଉଁ ଯୁବକମାନଙ୍କୁ ନିଯୁକ୍ତି ପତ୍ର ମିଳୁଛି, ସେମାନେ ଦେଶର ସେବା ସହିତ ଦେଶର ନାଗରିକମାନଙ୍କର, ଦେଶର ମଧ୍ୟ ରକ୍ଷା କରିବେ । ଏଥିପାଇଁ ଏକ ପକ୍ଷରେ ଆପଣମାନେ ହେଉଛନ୍ତି ଏହି ଅମୃତକାଳର ଲୋକ ଏବଂ ଅମୃତ ରକ୍ଷକ ମଧ୍ୟ ।ରୋଜଗାର ମେଳା ଅଧୀନରେ ୫୧,୦୦୦ରୁ ଅଧିକ ନିଯୁକ୍ତି ପତ୍ର ପ୍ରଦାନ କଲେ ପ୍ରଧାନମନ୍ତ୍ରୀ
August 28th, 10:43 am
ରୋଜଗାର ମେଳା ସାରା ଦେଶରେ ୪୫ଟି ସ୍ଥାନରେ ଅନୁଷ୍ଠିତ ହୋଇଥିଲା । ଏହି ରୋଜଗାର ମେଳା କାର୍ଯ୍ୟକ୍ରମ ମାଧ୍ୟମରେ ଗୃହ ମନ୍ତ୍ରଣାଳୟ ବିଭିନ୍ନ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ (ସିଏପିଏଫ୍), ଯଥା କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ (ସିଆରପିଏଫ୍), ସୀମା ସୁରକ୍ଷା ବଳ (ବିଏସଏଫ୍), ସଶସ୍ତ୍ର ସୀମା ବଳ (ଏସ୍ଏସ୍ବି), ଆସାମ ରାଇଫଲ୍ସ, କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ (ସିଆଇଏସ୍ଏଫ୍), ଇଣ୍ଡୋ ତିବ୍ଦତ ସୀମା ପୋଲିସ (ଆଇଟିବିପି), ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଏବଂ ଦିଲ୍ଲୀ ପୋଲିସରେ ଯବାନ ମାନଙ୍କୁ ନିଯୁକ୍ତି ଦେଇଛି । ସାରା ଦେଶରୁ ମନୋନୀତ ହୋଇଥିବା ନବ ନିଯୁକ୍ତମାନେ ଗୃହ ମନ୍ତ୍ରଣାଳୟ ଅଧୀନରେ ଥିବା ବିଭିନ୍ନ ସଂସ୍ଥାରେ କନଷ୍ଟେବଳ (ଜେନେରାଲ ଡ୍ୟୁଟି), ସବ୍- ଇନ୍ସପେକ୍ଟର (ଜେନେରାଲ ଡ୍ୟୁଟି) ଏବଂ ଅଣ - ଜେନେରାଲ ଡ୍ୟୁଟି କ୍ୟାଡର ପଦବୀରେ ଯୋଗ ଦେବେ ।ଉତ୍ତର ପ୍ରଦେଶ ରୋଜଗାର ମେଳାରେ ପ୍ରଧାନମନ୍ତ୍ରୀଙ୍କ ଭିଡିଓ ବାର୍ତ୍ତାର ମୂଳ ପାଠ
February 26th, 12:01 pm
ଏହି ଦିନଗୁଡ଼ିକରେ ରୋଜଗାର ମେଳା ମୋ ପାଇଁ ଏକ ବିଶେଷ କାର୍ଯ୍ୟକ୍ରମ ହୋଇଯାଇଛି । ଗତ କିଛି ମାସ ଧରି ମୁଁ ଦେଖୁଛି ଯେ ପ୍ରତ୍ୟକ ସପ୍ତାହରେ ବିଜେପି ଶାସିତ କୌଣସି ରାଜ୍ୟରେ ରୋଜଗାର ମେଳା ଅନୁଷ୍ଠିତ ହେଉଛି । ହଜାର ହଜାର ନୌଯବାନମାନଙ୍କୁ ରୋଜଗାର ପାଇଁ ନିଯୁକ୍ତି ପତ୍ର ଦିଆଯାଉଛି । ମୋର ସୌଭାଗ୍ୟ ଯେ ମୋତେ ସେଥିରେ ସାକ୍ଷୀ ରହିବାର ସୌଭାଗ୍ୟ ମିଳୁଛି । ଏହି ପ୍ରତିଭାଶାଳୀ ଯୁବକ, ସରକାରୀ ବ୍ୟବସ୍ଥାରେ ନୂତନ ବିଚାର ନେଇ ଆସୁଛନ୍ତି, କ୍ଷମତା ବଢ଼ାଇବାରେ ସାହାଯ୍ୟ କରୁଛନ୍ତି ।‘ୟୁପି ରୋଜଗାର ମେଳା’ କାର୍ଯ୍ୟକ୍ରମକୁ ସମ୍ବୋନ୍ଧିତ କରିଛନ୍ତି ପ୍ରଧାନମନ୍ତ୍ରୀ
February 26th, 12:00 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତର ପ୍ରଦେଶ ସରକାରଙ୍କ ରୋଜଗାର ମେଳାକୁ ଭିଡିଓ ବାର୍ତ୍ତା ମାଧ୍ୟମରେ ସମ୍ବୋଧିତ କରିଛନ୍ତି। ମେଳାରେ ୟୁପି ପୁଲିସରେ ଉପ ନିରୀକ୍ଷକ ତଥା ନାଗରିକ ପୁଲିସ୍, ପ୍ଲାଟୁନ୍ କମାଣ୍ଡର ସମକକ୍ଷ ପଦବୀ ଏବଂ ଅଗ୍ନିଶମନ ବିଭାଗର ଦ୍ବିତୀୟ ଅଧିକାରୀଙ୍କ ପାଇଁ ହୋଇଥିବା ପ୍ରତ୍ୟକ୍ଷ ନିଯୁକ୍ତି ପାଇଁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି।ଜାନୁଆରୀ ୨୧-୨୨ ତାରିଖରେ ସର୍ବ ଭାରତୀୟ ପୋଲିସ୍ ଡିଜି/ଆଇଜି ସମ୍ମିଳନୀରେ ଯୋଗଦେବେ ପ୍ରଧାନମନ୍ତ୍ରୀ
January 20th, 07:15 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୧-୨୨ ଜାନୁଆରୀ, ୨୦୨୩ ରେ ନୂଆଦିଲ୍ଲୀ ସ୍ଥିତ ଜାତୀୟ କୃଷି ବିଜ୍ଞାନ ସୌଧ, ପୁଷା, ଠାରେ ଅନୁଷ୍ଠିତ ସର୍ବ ଭାରତୀୟ ପୋଲିସ୍ ଡାଇରେକ୍ଟର ଜେନେରାଲ / ଇନ୍ସପେକ୍ଟର ଜେନେରାଲ୍ ସମ୍ମିଳନୀରେ ଯୋଗଦେବେ ।ମହାରାଷ୍ଟ୍ର ରୋଜଗାର ମେଳାରେ ପ୍ରଧାନମନ୍ତ୍ରୀଙ୍କ ଭିଡିଓ ବାର୍ତ୍ତାର ମୂଳପାଠ
November 03rd, 11:37 am
ଦେଶର ଯୁବଗୋଷ୍ଠୀଙ୍କୁ ସରକାରୀ ବିଭାଗରେ ସାମୁହିକ ଭାବରେ ନିଯୁକ୍ତିପତ୍ର ଦେବା ଅଭିଯାନରେ ଆଜି ମହାରାଷ୍ଟ୍ରର ନାମ ମଧ୍ୟ ଯୋଡ଼ି ହୋଇଛି । ଧନତେରସ ଦିନ କେନ୍ଦ୍ର ସରକାର ୧ଠ ଲକ୍ଷ ରୋଜଗାର ଦେବାର ଅଭିଯାନର ଶୁଭାରମ୍ଭ କରିଥିଲେ । ସେତେବେଳେ ମୁଁ କହିଥିଲି ଯେ ଆଗାମୀ ଦିନରେ ବିଭିନ୍ନ ରାଜ୍ୟ ସରକାରମାନେ ମଧ୍ୟ ଏହିଭଳି ଭାବରେ ରୋଜଗାର ମେଳା କରିବେ । ଏହି ଶୃଙ୍ଖଳାରେ ଆଜି ମହାରାଷ୍ଟ୍ରରେ ଶହ ଶହ ଯୁବଗୋଷ୍ଠୀଙ୍କୁ ଏକା ସାଥୀରେ ନିଯୁକ୍ତିପତ୍ର ପ୍ରଦାନ କରାଯାଉଛି । ଆଜି ଯେଉଁ ଯୁବକ-ଯୁବତୀମାନଙ୍କୁ ନିଯୁକ୍ତିପତ୍ର ମିଳୁଛି, ମୁଁ ସେମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଉଛି ।ମହାରାଷ୍ଟ୍ର ରୋଜଗାର ମେଳାକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ
November 03rd, 11:30 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମହାରାଷ୍ଟ୍ର ସରକାରଙ୍କ ରୋଜଗାର ମେଳାକୁ ଭିଡିଓ ବାର୍ତ୍ତା ମାଧ୍ୟମରେ ସମ୍ବୋଧିତ କରିଛନ୍ତି । ପ୍ରଧାନମନ୍ତ୍ରୀ ଧନତେରାସରେ ଜାତୀୟ ସ୍ତରରେ ରୋଜଗାର ମେଳାର ଶୁଭାରମ୍ଭ କରିଥିଲେ । କେନ୍ଦ୍ର ସରକାରଙ୍କ ସ୍ତରରେ ୧୦ ଲକ୍ଷ ଚାକିରି ଯୋଗାଇବା ପାଇଁ ଏହି ଅଭିଯାନ ଆରମ୍ଭ ହୋଇଥିଲା । ସେବେଠାରୁ ପ୍ରଧାନମନ୍ତ୍ରୀ ଗୁଜୁରାଟ ଏବଂ ଜାମ୍ମୁ ଓ କାଶ୍ମୀର ସରକାରଙ୍କ ରୋଜଗାର ମେଳାକୁ ସମ୍ବୋଧିତ କରିଛନ୍ତି । ରୋଜଗାର ମେଳାର ଆୟୋଜନ ଏତେ କମ୍ ସମୟ ମଧ୍ୟରେ ହୋଇଥିବାରୁ ଏହା ସ୍ପଷ୍ଟ ଯେ ମହାରାଷ୍ଟ୍ର ସରକାର ଯୁବକମାନଙ୍କୁ ରୋଜଗାର ଯୋଗାଇବା ଦିଗରେ ଦୃଢ ସଂକଳ୍ପ ନେଇ କାର୍ଯ୍ୟ କରୁଛନ୍ତି । ମୁଁ ମଧ୍ୟ ଖୁସି ଯେ ଆଗାମୀ ସମୟରେ ମହାରାଷ୍ଟ୍ରରେ ଏଭଳି ନିଯୁକ୍ତି ମେଳା ଆହୁରି ବ୍ୟାପକ ହେବ ବୋଲି ଶ୍ରୀ ମୋଦୀ କହିଛନ୍ତି । ମହାରାଷ୍ଟ୍ରର ଗୃହ ବିଭାଗ ଏବଂ ରାଜ୍ୟର ଗ୍ରାମୀଣ ବିକାଶ ବିଭାଗରେ ହଜାର ହଜାର ନିଯୁକ୍ତି ହେବ ।