ଛତିଶଗଡ଼ର ବିଳାସପୁରରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
March 30th, 06:12 pm
ଛତିଶଗଡ଼ର ରାଜ୍ୟପାଳ, ଶ୍ରୀ ରମେନ ଡେକା ଜୀ, ରାଜ୍ୟର ଲୋକପ୍ରିୟ ଏବଂ ସକ୍ରିୟ ମୁଖ୍ୟମନ୍ତ୍ରୀ, ଶ୍ରୀ ବିଷ୍ଣୁଦେବ ସାଇ ଜୀ, କେନ୍ଦ୍ର କ୍ୟାବିନେଟରେ ମୋର ସହଯୋଗୀ, ମନୋହର ଲାଲ ଜୀ, ଏହି ଅଞ୍ଚଳର ସାଂସଦ ତଥା କେନ୍ଦ୍ର ମନ୍ତ୍ରୀ, ତୋଖାନ ସାହୁ ଜୀ, ଛତିଶଗଡ଼ ବିଧାନସଭାର ବାଚସ୍ପତି ଏବଂ ମୋର ପ୍ରିୟ ବନ୍ଧୁ, ରମଣ ସିଂହ ଜୀ, ଉପମୁଖ୍ୟମନ୍ତ୍ରୀ, ବିଜୟ ଶର୍ମା ଜୀ, ଅରୁଣ ସାହୁ ଜୀ, ଛତିଶଗଡ଼ ସରକାରଙ୍କ ସମସ୍ତ ମନ୍ତ୍ରୀଗଣ, ସାଂସଦ ଏବଂ ବିଧାୟକଗଣ, ଏବଂ ଦୂର ଦୂରାନ୍ତରୁ ଏଠାକୁ ଆସିଥିବା ମୋର ଭାଇ ଓ ଭଉଣୀମାନେ !ଛତିଶଗଡର ବିଳାସପୁରରେ ୩୩,୭୦୦ କୋଟିରୁ ଅଧିକ ଟଙ୍କାର ଉନ୍ନୟନ ମୂଳକ କାର୍ଯ୍ୟର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
March 30th, 03:30 pm
ଭିତ୍ତିଭୂମି ବିକାଶ ଏବଂ ସ୍ଥାୟୀ ଜୀବିକା ବୃଦ୍ଧି ପାଇଁ ତାଙ୍କର ପ୍ରତିବଦ୍ଧତା ଅନୁଯାୟୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଛତିଶଗଡ଼ର ବିଳାସପୁର ଠାରେ ୩୩,୭୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ବିକାଶ ମୂଳକ ପ୍ରକଳ୍ପର ଶିଳାନ୍ୟାସ, କାର୍ଯ୍ୟ ଆରମ୍ଭ କରିଛନ୍ତି ଏବଂ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିଛନ୍ତି । ଆଜି ନୂଆ ବର୍ଷର ଶୁଭ ଆରମ୍ଭ ଏବଂ ନବରାତ୍ରିର ପ୍ରଥମ ଦିନରେ ସେ ମା' ମହାମାୟାଙ୍କ ଭୂମି ଏବଂ ମାତା କୌଶଲ୍ୟାଙ୍କ ମାତୃଭୂମି ଭାବେ ଛତିଶଗଡ଼ର ମହତ୍ତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ। ରାଜ୍ୟ ପାଇଁ ଦେବୀଙ୍କ ପ୍ରତି ସମର୍ପିତ ଏହି ନଅ ଦିନର ବିଶେଷ ମହତ୍ତ୍ୱ ଉପରେ ସେ ଆଲୋକପାତ କରିଥିଲେ। ନବରାତ୍ରିର ପ୍ରଥମ ଦିନରେ ଛତିଶଗଡ଼ରେ ରହିବାର ସୌଭାଗ୍ୟ ସମ୍ପର୍କରେ ଉଲ୍ଲେଖ କରିବା ସହ ଭକ୍ତ ଶିରୋମଣି ମାତା କର୍ମାଙ୍କ ସମ୍ମାନରେ ନିକଟରେ ଡାକ ଟିକଟ ଜାରି ହୋଇଥିବାରୁ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଥିଲେ। ସେ ଆହୁରି ମଧ୍ୟ କହିଥିଲେ ଯେ, ନବରାତ୍ରି ପର୍ବ ରାମନବମୀ ପାଳନ ସହିତ ଶେଷ ହେବ , ଏହା ସହିତ ଯେ ଛତିଶଗଡ଼ରେ ଭଗବାନ ରାମଙ୍କ ପ୍ରତି ଅନନ୍ୟ ଭକ୍ତି, ବିଶେଷ କରି ରାମନାମୀ ସମାଜର ଅସାଧାରଣ ସମର୍ପଣ, ଯିଏ କି ଭଗବାନ ରାମଙ୍କ ନାମରେ ନିଜର ସମଗ୍ର ଅସ୍ତିତ୍ୱ ଉତ୍ସର୍ଗ କରିଛନ୍ତି, ତାହା ଉପରେ ଆଲୋକପାତ କରିଥିଲେ। ସେ ଛତିଶଗଡ଼ବାସୀଙ୍କୁ ଭଗବାନ ରାମଙ୍କ ମାମୁଁ ଘର ପରିବାର ବୋଲି ଦର୍ଶାଇ ଶୁଭେଚ୍ଛା ଜଣାଇଥିଲେ।ମାର୍ଚ୍ଚ ୩୦ରେ ପ୍ରଧାନମନ୍ତ୍ରୀଙ୍କ ମହାରାଷ୍ଟ୍ର ଓ ଛତିଶଗଡ଼ ଗସ୍ତ
March 28th, 02:15 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମାର୍ଚ୍ଚ ୩୦ ତାରିଖରେ ମହାରାଷ୍ଟ୍ର ଏବଂ ଛତିଶଗଡ଼ ଗସ୍ତ କରିବେ । ସେ ନାଗପୁର ଯିବେ ଏବଂ ସକାଳ ପ୍ରାୟ ୯ଟାରେ ସ୍ମୃତି ମନ୍ଦିରରେ ଦର୍ଶନ କରିବେ ଏବଂ ପରେ ଦୀକ୍ଷାଭୂମି ପରିଦର୍ଶନ କରିବେ।Role of a teacher is to show the light to a person: PM Modi
September 05th, 11:09 pm
On the occasion of Teacher’s day, Prime Minister Narendra Modi interacted with the National Award winning teachers. The Prime Minister highlighted the knowledge and dedication of teachers and pointed out that their biggest quality is a positive outlook that enables them to work with students relentlessly for their improvement.ଗୁରୁ ଦିବସ ଅବସରରେ ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକମାନଙ୍କ ସହିତ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ
September 05th, 06:25 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗୁରୁ ଦିବସ ଅବସରରେ ନୂଆଦିଲ୍ଲୀରେ ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକମାନଙ୍କ ସହ ଆଲୋଚନା କରିଥିଲେ । ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏଥିସହ ସେ ଶିକ୍ଷକମାନଙ୍କୁ ମନେ ପକାଇ ଦେଇଛନ୍ତି ଯେ ବର୍ତ୍ତମାନର ଭାରତର ରାଷ୍ଟ୍ରପତିଙ୍କ ଦ୍ୱାରା ସମ୍ମାନିତ ହେବା ଅଧିକ ଗୁରୁତ୍ୱପୂର୍ଣ୍ଣ ଯିଏ କି ଜଣେ ଶିକ୍ଷକ ଏବଂ ଓଡିଶାର ଉପାନ୍ତ ଅଂଚଳରେ ମଧ୍ୟ ଶିକ୍ଷାଦାନ କରିଛନ୍ତି । ଆଜି ଯେତେବେଳେ ଦେଶ ଆଜାଦୀ କା ଅମୃତ ମହୋତ୍ସବର ସ୍ୱପ୍ନକୁ ପୂରଣ କରିବା ଆରମ୍ଭ କରିଛି, ସେତେବେଳେ ଶିକ୍ଷା କ୍ଷେତ୍ରରେ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଉଦ୍ୟମ ଆମ ସମସ୍ତଙ୍କୁ ପ୍ରେରଣା ଯୋଗାଉଛି । ଏହି ଅବସରରେ ମୁଁ ଜାତୀୟ ପୁରସ୍କାର ପ୍ରାପ୍ତ ସମସ୍ତ ଶିକ୍ଷକଙ୍କୁ ଅଭିନନ୍ଦନ ଜଣାଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।