ପଞ୍ଜାବର ବନ୍ୟା ପ୍ରଭାବିତ ଅଞ୍ଚଳଗୁଡ଼ିକର ଆକାଶ ମାର୍ଗରେ ସର୍ଭେ କଲେ ପ୍ରଧାନମନ୍ତ୍ରୀ
September 09th, 05:34 pm
ପ୍ରଧାନମନ୍ତ୍ରୀ ଆକାଶ ମାର୍ଗରେ ପଞ୍ଜାବର ବନ୍ୟା ପ୍ରଭାବିତ ଅଞ୍ଚଳର ସର୍ଭେ କରିଥିଲେ। ପରେ, ସେ ଗୁରୁଦାସପୁରରେ ଅଧିକାରୀ ଏବଂ ନିର୍ବାଚିତ ଜନପ୍ରତିନିଧିମାନଙ୍କ ସହିତ ଏକ ସରକାରୀ ସମୀକ୍ଷା ବୈଠକ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ରିଲିଫ୍ ଏବଂ ପୁନର୍ବାସ ପଦକ୍ଷେପର ସମୀକ୍ଷା କରିଥିଲେ ଏବଂ ପଞ୍ଜାବରେ ବନ୍ୟା ଯୋଗୁଁ ହୋଇଥିବା କ୍ଷୟକ୍ଷତିର ମଧ୍ୟ ମୂଲ୍ୟାଙ୍କନ କରିଥିଲେ।ଦୀର୍ଘସ୍ଥାୟୀ କୃଷିକୁ ପ୍ରୋତ୍ସାହନ ଦେବା ଲାଗି ପିଏମ୍ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା (ପିଏମ-ଆରକେଭିୱାଇ) ଏବଂ ଆତ୍ମନିର୍ଭରଶୀଳତା ପାଇଁ ଖାଦ୍ୟ ସୁରକ୍ଷା ହାସଲ କରିବାକୁ କୃଷୋନ୍ନତି ଯୋଜନା (କେୱାଇ)କୁ ମଞ୍ଜୁର କଲା କ୍ୟାବିନେଟ
October 03rd, 09:18 pm
କେନ୍ଦ୍ର କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟକାରୀ ହେଉଥିବା ସମସ୍ତ କେନ୍ଦ୍ର ପ୍ରାୟୋଜିତ ଯୋଜନା ଏବେ ଦୁଇଟି ପ୍ରମୁଖ ଯୋଜନା ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା (ପିଏମ-ଆରକେଭିୱାଇ) ଏବଂ କୃଷୋନ୍ନତି ଯୋଜନା (କେୱାଇ) ଅଧୀନରେ କାର୍ଯ୍ୟକାରୀ ହେବ । ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ଦିଆଯାଇଥିବା ଏ ସଂକ୍ରାନ୍ତ ଏକ ପ୍ରସ୍ତାବକୁ ମଞ୍ଜୁର କରାଯାଇଛି । ଏକାଧିକ ବିକଳ୍ପ ଆଧାରିତ ପିଏମ-ଆରକେଭିୱାଇ ଦୀର୍ଘସ୍ଥାୟୀ କୃଷିକୁ ପ୍ରୋତ୍ସାହନ ଦେବ, ଅନ୍ୟପକ୍ଷରେ କେୱାଇ ଖାଦ୍ୟ ସୁରକ୍ଷା ଏବଂ କୃଷିଭିତ୍ତିକ ଆତ୍ମନିର୍ଭରଶୀଳତା ହାସଲ କରିବାରେ ସହାୟକ ହେବ। ବିଭିନ୍ନ ଉପାଦାନର ଦକ୍ଷ ଏବଂ ପ୍ରଭାବଶାଳୀ କାର୍ଯ୍ୟକାରିତା ସୁନିଶ୍ଚିତ କରିବା ପାଇଁ ସମସ୍ତ ଉପାଦାନରେ ଆଧୁନିକ ଜ୍ଞାନକୌଶଳର ଉପଯୋଗ କରାଯିବ ।