ପଶ୍ଚିମବଙ୍ଗର ହୁଗଲି ଠାରେ ଆୟୋଜିତ ‘ପଶ୍ଚିମବଙ୍ଗ ଦିବସ’ ସମାରୋହରେ ଯୋଗଦେଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
June 19th, 11:54 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପଶ୍ଚିମବଙ୍ଗ ଦିବସ ସମାରୋହରେ ଯୋଗ ଦେଇଥିଲେ। ରାଜ୍ୟସ୍ତରୀୟ ଏହି ଉତ୍ସବ ହୁଗ୍ଲି ଜିଲ୍ଲାର ତାରକେଶ୍ୱରଠାରେ ଆୟୋଜିତ ହୋଇଥିଲା, ଯାହା ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ସହ ଜଡ଼ିତ ଏକ ଐତିହାସିକ ସ୍ଥାନ। ଚଳିତ ବର୍ଷ ପଶ୍ଚିମବଙ୍ଗ ଦିବସର ବିଷୟବସ୍ତୁ ଥିଲା: “ପଶ୍ଚିମବଙ୍ଗ: ଐତିହ୍ୟ, ସମନ୍ୱୟ ଏବଂ ବିକାଶ”, ଯାହା ରାଜ୍ୟର ସାଂସ୍କୃତିକ ସମୃଦ୍ଧି, ସାମାଜିକ ସଂହତି ଏବଂ ବିକାଶମୂଳକ ଆକାଂକ୍ଷାକୁ ପ୍ରତିଫଳିତ କରେ।ଆସାମର ନାମରୂପରେ ୟୁରିଆ ପ୍ଲାଣ୍ଟର ଭୂମି ପୂଜନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
December 21st, 04:25 pm
ଆସାମର ରାଜ୍ୟପାଳ ଶ୍ରୀ ଲକ୍ଷ୍ମଣ ପ୍ରସାଦ ଆଚାର୍ଯ୍ୟ, ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱ ଶର୍ମା, କେନ୍ଦ୍ର ସରକାରରେ ମୋର ସାଥୀ ଏବଂ ଏଠାରେ ଉପସ୍ଥିତ ଆପଣମାନଙ୍କର ପ୍ରତିନିଧି, ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ, ଆସାମ ସରକାରଙ୍କ ମନ୍ତ୍ରୀଗଣ, ସାଂସଦଗଣ, ବିଧାୟକବୃନ୍ଦ, ଅନ୍ୟ ମହାନୁଭବଗଣ, ଏବଂ ବିଶାଳ ସଂଖ୍ୟାରେ ଆମକୁ ଆଶୀର୍ବାଦ ଦେବା ପାଇଁ ଆସିଥିବା ମୋର ସମସ୍ତ ଭାଇ ଓ ଭଉଣୀମାନେ । ମୁଁ ସେଠାରେ ଏହାଠାରୁ ଅଧିକ ଉତ୍ସାହୀ ଲୋକମାନଙ୍କୁ ଦେଖିପାରୁଛି ।ଆସାମ ଭ୍ୟାଲି ଫର୍ଟିଲାଇଜର ଆଣ୍ଡ କେମିକାଲ କମ୍ପାନୀ ଲିମିଟେଡର ଆମୋନିଆ-ୟୁରିଆ ସାର ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
December 21st, 12:00 pm
ଶ୍ରୀ ମୋଦୀ କହିଥିଲେ ଯେ ସେ ଦେଖୁଛନ୍ତି ଯେ, ଆଗକୁ ବହୁ ସଂଖ୍ୟାରେ ଲୋକମାନେ ଏକାଠି ହୋଇ ସେମାନଙ୍କ ଭଲପାଇବାକୁ ବଢାଉଛନ୍ତି । ସେ ବିଶେଷ କରି ମାଆ ଏବଂ ଭଉଣୀମାନଙ୍କ ଉପସ୍ଥିତି ଉପରେ ଆଲୋକପାତ କରି କହିଥିଲେ ଯେ ସେମାନେ ଆଣିଥିବା ପ୍ରେମ ଏବଂ ଆଶୀର୍ବାଦ ଅସାଧାରଣ ଥିଲା। ସେ କହିଥିଲେ ଯେ ଅନେକ ଭଉଣୀ ଆସାମର ଚା' ବଗିଚାର ସୁଗନ୍ଧ ନେଇ ଆସିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ସୁଗନ୍ଧ ଆସାମ ସହିତ ତାଙ୍କର ସମ୍ପର୍କରେ ଏକ ଅନନ୍ୟ ଅନୁଭବ ସୃଷ୍ଟି କରିଥାଏ। ସେ ଉପସ୍ଥିତ ସମସ୍ତଙ୍କୁ ପ୍ରଣାମ କରିଥିଲେ ଏବଂ ସେମାନଙ୍କ ସ୍ନେହ ଓ ଭଲପାଇବା ପାଇଁ କୃତଜ୍ଞତା ବ୍ୟକ୍ତ କରିଥିଲେ।ନୂଆଦିଲ୍ଲୀର ଏକ କୃଷି କାର୍ଯ୍ୟକ୍ରମରେ ଚାଷୀମାନଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ କଥାବାର୍ତ୍ତା
October 12th, 06:45 pm
ରାମ ରାମ ! ଜୀ, ମୁଁ ହେଉଛି ହରିୟାଣା ହିସାର ଜିଲ୍ଲାର। ମୁଁ କାବୁଲି ଚଣା ବୁଣି ଚାଷ ଆରମ୍ଭ କରିଥିଲି। ତ ପ୍ରଥମେ ଟିକେକୃଷକମାନଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
October 12th, 06:25 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ଭାରତୀୟ କୃଷି ଗବେଷଣା ପ୍ରତିଷ୍ଠାନରେ ଏକ କୃଷି କାର୍ଯ୍ୟକ୍ରମରେ କୃଷକମାନଙ୍କ ସହ ଆଲୋଚନା କରିଛନ୍ତି। ଏହି କାର୍ଯ୍ୟକ୍ରମ କୃଷକ କଲ୍ୟାଣ, କୃଷି ଆତ୍ମନିର୍ଭରଶୀଳତା ଏବଂ ଗ୍ରାମୀଣ ଭିତ୍ତିଭୂମିକୁ ସୁଦୃଢ଼ କରିବା ପ୍ରତି ପ୍ରଧାନମନ୍ତ୍ରୀଙ୍କ ନିରନ୍ତର ପ୍ରତିବଦ୍ଧତାକୁ ଦର୍ଶାଉଛି। ଏହି ସାର୍ବଜନୀନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପୂର୍ବରୁ ପ୍ରଧାନମନ୍ତ୍ରୀ କୃଷକମାନଙ୍କ ସହ ଆଲୋଚନା କରିଥିଲେ, ଯେଉଁଥିରେ ଶ୍ରୀ ମୋଦୀ ୩୫,୪୪୦ କୋଟି ଟଙ୍କା ବ୍ୟୟ ଅଟକଳ ସହିତ କୃଷି କ୍ଷେତ୍ରରେ ଦୁଇଟି ପ୍ରମୁଖ ଯୋଜନାର ଶୁଭାରମ୍ଭ କରିଥିଲେ। ସେ 'ପିଏମ ଧନ ଧାନ୍ୟ କୃଷି ଯୋଜନା' ର ଶୁଭାରମ୍ଭ କରିଥିଲେ, ଯାହାର ବ୍ୟୟ ଅଟକଳ ୨୪,୦୦୦ କୋଟି ଟଙ୍କା। ସେ ଡାଲି କ୍ଷେତ୍ରରେ ‘ଆତ୍ମନିର୍ଭର ଭାରତ ଅଭିଯାନ’ର ମଧ୍ୟ ଶୁଭାରମ୍ଭ କରିଥିଲେ, ଯାହାର ବ୍ୟୟ ଅଟକଳ ଥିଲା ୧୧,୪୪୦ କୋଟି ଟଙ୍କା। ପ୍ରଧାନମନ୍ତ୍ରୀ ପ୍ରାୟ ୮୧୫ କୋଟି ଟଙ୍କାର ଅତିରିକ୍ତ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହିତ କୃଷି, ପଶୁପାଳନ, ମତ୍ସ୍ୟଚାଷ ଏବଂ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ୫,୪୫୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ପ୍ରକଳ୍ପକୁ ଉଦଘାଟନ ଏବଂ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ।ପ୍ରଧାନମନ୍ତ୍ରୀ ଧନଧାନ୍ୟ କୃଷି ଯୋଜନାର ଶୁଭାରମ୍ଭ ଓ ନୂଆଦିଲ୍ଲୀର ଭାରତୀୟ କୃଷି ଅନୁସନ୍ଧାନ ସଂସ୍ଥାନରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ ଅବସରରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ
October 11th, 12:30 pm
ମଞ୍ଚରେ ଉପସ୍ଥିତ କେନ୍ଦ୍ର ମନ୍ତ୍ରୀ ଶିବରାଜ ସିଂହ ଚୌହାନ ଜୀ, ଆମ ସହିତ ଟେକ୍ନୋଲଜିରେ ଯୋଡ଼ି ହୋଇଥିବା ରାଜୀବ ରଂଜନ ସିଂହ ଜୀ, ଶ୍ରୀମାନ ଭାଗୀରଥ ଚୌଧରୀ ଜୀ, ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ, ସାଂସଦ, ବିଧାୟକ, ଅନ୍ୟ ମହାନୁଭବ ଓ ସାରା ଦେଶରୁ ଯୋଡ଼ି ହୋଇଥିବା ମୋର ସମସ୍ତ ଚାଷୀ ଭାଇ ଓ ଭଉଣୀମାନେକୃଷି କ୍ଷେତ୍ର ପାଇଁ ୩୫,୪୪୦ କୋଟି ମୂଲ୍ୟର ଦୁଇଟି ପ୍ରମୁଖ ଯୋଜନା ଆରମ୍ଭ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
October 11th, 12:00 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀସ୍ଥିତ ଭାରତୀୟ କୃଷି ଗବେଷଣା ପ୍ରତିଷ୍ଠାନରେ ଆୟୋଜିତ ଏକ ସ୍ୱତନ୍ତ୍ର କୃଷି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହା ପୂର୍ବରୁ ସେ କୃଷକମାନଙ୍କ ସହିତ ମଧ୍ୟ ଆଲୋଚନା କରିଥିଲେ।ଅକ୍ଟୋବର ୧୧ରେ ଭାରତୀୟ କୃଷି ଗବେଷଣା ପ୍ରତିଷ୍ଠାନ ନୂଆଦିଲ୍ଲୀଠାରେ, ସ୍ୱତନ୍ତ୍ର କୃଷି କାର୍ଯ୍ୟକ୍ରମରେ ଯୋଗଦେବେ ପ୍ରଧାନମନ୍ତ୍ରୀ
October 10th, 06:10 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୧ ଅକ୍ଟୋବର, ୨୦୨୫ ସକାଳ ୧୦:୩୦ ସମୟରେ ନୂଆଦିଲ୍ଲୀର ଭାରତୀୟ କୃଷି ଗବେଷଣା ସଂସ୍ଥାନରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେବେ। ପ୍ରଧାନମନ୍ତ୍ରୀ କୃଷକମାନଙ୍କ ସହିତ ମତବିନିମୟ କରି, ପରେ ଏକ ସାର୍ବଜନୀନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ, ଯେଉଁଠାରେ ସେ ସମାବେଶକୁ ସମ୍ବୋଧିତ କରିବେ।୭୯ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାର ପ୍ରାଚୀରରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଦତ୍ତ ଅଭିଭାଷଣର ମୁଖ୍ୟାଂଶ
August 15th, 03:52 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀର ଲାଲକିଲ୍ଲାରୁ ୭୯ତମ ସ୍ୱାଧୀନତା ଦିବସରେ ଦେଶକୁ ସମ୍ବୋଧିତ କରିଛନ୍ତି। ଶ୍ରୀ ମୋଦୀଙ୍କ ଅଭିଭାଷଣ ଲାଲକିଲ୍ଲାରୁ ସବୁଠାରୁ ଲମ୍ବା ଏବଂ ନିର୍ଣ୍ଣାୟକ ଅଭିଭାଷଣ ଥିଲା, ଯାହା ୧୦୩ ମିନିଟ୍ ଧରି ଥିଲା, ଯେଉଁଥିରେ ସେ ୨୦୪୭ ସୁଦ୍ଧା ଏକ ବିକଶିତ ଭାରତ ପାଇଁ ରୋଡମ୍ୟାପ୍ ପ୍ରସ୍ତୁତ କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ ଆତ୍ମନିର୍ଭରଶୀଳତା, ନବସୃଜନ ଏବଂ ନାଗରିକ ସଶକ୍ତିକରଣ ଉପରେ ଧ୍ୟାନ କେନ୍ଦ୍ରିତ କରିଥିଲା । ଏହା ମଧ୍ୟ ଅନ୍ୟ ଉପରେ ନିର୍ଭରଶୀଳ ଦେଶରୁ ବିଶ୍ୱସ୍ତରୀୟ ଆତ୍ମବିଶ୍ୱାସୀ, ପ୍ରଯୁକ୍ତିବିଦ୍ୟା ଦୃଷ୍ଟିରୁ ଉନ୍ନତ ଏବଂ ଆର୍ଥିକ ଦୃଷ୍ଟିରୁ ସ୍ଥିର ଦେଶ ହେବା ପାଇଁ ଭାରତର ଯାତ୍ରାକୁ ଆଲୋକପାତ କରିଥିଲା।୭୯ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଲାଲକିଲ୍ଲାର ପ୍ରାଚୀରରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ
August 15th, 07:00 am
ସ୍ୱାଧୀନତାର ଏହି ମହାନ ପର୍ବ ହେଉଛି ୧୪୦ କୋଟି ଭାରତୀୟଙ୍କ ସଂକଳ୍ପର ପର୍ବ। ସ୍ୱାଧୀନତାର ଏହି ପର୍ବ ସାମୂହିକ ସିଦ୍ଧି ଓ ଗୌରବର ମୁହୂର୍ତ୍ତ ଏବଂ ଏହା ସମସ୍ତଙ୍କ ହୃଦୟକୁ ଉତ୍ସାହରେ ପରିପୂର୍ଣ୍ଣ କରି ଦେଇଛି। ଦେଶ ଏକତାର ଭାବନାକୁ ଏହା ନିରନ୍ତର ମଜବୁତ କରୁଛି। ଆଜି, ୧୪୦ କୋଟି ଦେଶବାସୀ ତ୍ରିରଙ୍ଗା ରଙ୍ଗରେ ରଙ୍ଗିତ। ଘରେ ଘରେ ତ୍ରିରଙ୍ଗା, ଭାରତର ପ୍ରତ୍ୟେକ କୋଣରୁ, ତାହା ମରୁଭୂମି ହେଉ ଅବା ହିମାଳୟର ଶିଖର ହେଉ, ସମୁଦ୍ର କୂଳ ହେଉ ଅବା ଘନ ଜନବସତି ଅଞ୍ଚଳ, ସବୁଠି ସମାନ ପ୍ରତିଧ୍ୱନି ଓ ସମାନ ଜୟଗାନ ଶୁଭୁଛି । ଆମ ପାଇଁ ଆମ ଜୀବନଠାରୁ ଅଧିକ ପ୍ରିୟ ମାତୃଭୂମିର ଜୟଗାନ ଚାରିଆଡ଼େ ଶୁଭୁଛି ।India celebrates 79th Independence Day
August 15th, 06:45 am
PM Modi, in his address to the nation on the 79th Independence day paid tribute to the Constituent Assembly, freedom fighters, and Constitution makers. He reiterated that India will always protect the interests of its farmers, livestock keepers and fishermen. He highlighted key initiatives—GST reforms, Pradhan Mantri Viksit Bharat Rozgar Yojana, National Sports Policy, and Sudharshan Chakra Mission—aimed at achieving a Viksit Bharat by 2047. Special guests like Panchayat members and “Drone Didis” graced the Red Fort celebrations.ନୂଆଦିଲ୍ଲୀରେ ଏମ୍.ଏସ୍. ସ୍ୱାମୀନାଥନ ଶତବାର୍ଷିକୀ ଅନ୍ତର୍ଜାତୀୟ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
August 07th, 09:20 am
ମୋର କ୍ୟାବିନେଟ ସହଯୋଗୀ ଶିବରାଜ ସିଂହ ଚୌହାନ , ଏମ.ଏସ. ସ୍ୱାମୀନାଥନ ରିସର୍ଚ୍ଚ ଫାଉଣ୍ଡେସନର ଅଧ୍ୟକ୍ଷ ଡକ୍ଟର ସୌମ୍ୟ ସ୍ୱାମୀନାଥନ , ନୀତି ଆୟୋଗର ସଦସ୍ୟ ଡକ୍ଟର ରମେଶ ଚାନ୍ଦ , ମୁଁ ଦେଖୁଛି ଯେ ସ୍ୱାମୀନାଥନଙ୍କ ପରିବାରର ସମସ୍ତ ସଦସ୍ୟ ଏଠାରେ ଉପସ୍ଥିତ ଅଛନ୍ତି, ମୁଁ ସେମାନଙ୍କୁ ମଧ୍ୟ ପ୍ରଣାମ ଜଣାଉଛି । ସମସ୍ତ ବୈଜ୍ଞାନିକ, ଅନ୍ୟାନ୍ୟ ମହାନ ବ୍ୟକ୍ତି, ମହିଳା ଏବଂ ସଜ୍ଜନଙ୍କୁ ମୋର ଶୁଭେଚ୍ଛା ଜଣାଉଛି !ଏମ୍.ଏସ୍. ସ୍ୱାମୀନାଥନ୍ ଶତବାର୍ଷିକୀ ଅନ୍ତର୍ଜାତୀୟ ସମ୍ମିଳନୀରେ ଉଦବୋଧନ ଦେଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
August 07th, 09:00 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ଆଇସିଏଆର୍ ପୁସାରେ ଆୟୋଜିତ ଏମ୍. ଏସ୍. ସ୍ୱାମୀନାଥନ୍ ଜନ୍ମ ଶତବାର୍ଷିକୀ ଅନ୍ତର୍ଜାତୀୟ ସମ୍ମେଳନର ଉଦ୍ଘାଟନ କରି ଏହି ସମ୍ମିଳନୀକୁ ସମ୍ବୋଧିତ କରିଥିଲେ । ପ୍ରଫେସର ଏମ୍.ଏସ୍. ସ୍ୱାମୀନାଥନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ପ୍ରଧାନମନ୍ତ୍ରୀ ତାଙ୍କୁ ଜଣେ ଦୂରଦୃଷ୍ଟିସମ୍ପନ୍ନ ବ୍ୟକ୍ତି ଭାବରେ ବର୍ଣ୍ଣନା କରିଥିଲେ, ଯାହାଙ୍କ ଅବଦାନ ଯୁଗାନ୍ତକାରୀ । ସେ ଆହୁରି ମଧ୍ୟ କହିଥିଲେ ଯେ, ପ୍ରଫେସର ସ୍ୱାମୀନାଥନ ଜଣେ ମହାନ ବୈଜ୍ଞାନିକ ଥିଲେ ଯିଏ ବିଜ୍ଞାନକୁ ଜନସେବାର ମାଧ୍ୟମରେ ପରିଣତ କରିଥିଲେ । ଶ୍ରୀ ମୋଦୀ ଆଲୋକପାତ କରିଥିଲେ ଯେ, ପ୍ରଫେସର ସ୍ୱାମୀନାଥନ ଦେଶରେ ଖାଦ୍ୟ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ତାଙ୍କ ଜୀବନ ଉତ୍ସର୍ଗ କରିଥିଲେ । ପ୍ରଫେସର ସ୍ୱାମୀନାଥନ ଏକ ଜ୍ଞାନଚେତନା ଜାଗ୍ରତ କରିଥିଲେ ଯାହା ଆଗାମୀ ଶତାବ୍ଦୀ ପାଇଁ ଭାରତର ନୀତି ଏବଂ ପ୍ରାଥମିକତାକୁ ମାର୍ଗଦର୍ଶନ କରିବ । ପ୍ରଧାନମନ୍ତ୍ରୀ ସ୍ୱାମୀନାଥନ ଜନ୍ମ ଶତବାର୍ଷିକୀ ପାଳନ ଅବସରରେ ସମସ୍ତଙ୍କୁ ଶୁଭକାମନା ଜଣାଇଥିଲେ ।କୃଷି ଏବଂ ଗ୍ରାମୀଣ ସମୃଦ୍ଧି ଉପରେ ବଜେଟ୍ ପରବର୍ତ୍ତୀ ୱେବିନାରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
March 01st, 01:00 pm
ବଜେଟ୍ ପରେ, ବଜେଟ୍ ସମ୍ବନ୍ଧୀୟ ୱେବିନାରରେ ଆପଣ ସମସ୍ତଙ୍କର ଉପସ୍ଥିତି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବାରୁ ଆପଣ ସମସ୍ତଙ୍କୁ ଧନ୍ୟବାଦ।କୃଷି ଏବଂ ଗ୍ରାମୀଣ ସମୃଦ୍ଧି ଉପରେ ବଜେଟ୍ ପରବର୍ତ୍ତୀ ୱେବିନାରକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ
March 01st, 12:30 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ଜରିଆରେ କୃଷି ଓ ଗ୍ରାମୀଣ ସମୃଦ୍ଧି ଉପରେ ବଜେଟ ପରବର୍ତ୍ତୀ ୱେବିନାରକୁ ସମ୍ବୋଧିତ କରିଛନ୍ତି । ବଜେଟ୍ ପରବର୍ତ୍ତୀ ୱେବିନାରରେ ଅଂଶଗ୍ରହଣର ବିଶେଷତ୍ୱ ଉପରେ ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବାରୁ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ ଏବଂ ଆଲୋକପାତ କରିଥିଲେ ଯେ ଚଳିତ ବର୍ଷର ବଜେଟ୍ ହେଉଛି ସରକାରଙ୍କ ତୃତୀୟ କାର୍ଯ୍ୟକାଳର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍, ଯାହା ନୀତିର ନିରନ୍ତରତା ଏବଂ ବିକଶିତ ଭାରତ ପାଇଁ ଦୃଷ୍ଟିକୋଣର ନୂତନ ସମ୍ପ୍ରସାରଣକୁ ପ୍ରତିଫଳିତ କରୁଛି । ବଜେଟ ପୂର୍ବରୁ ସମସ୍ତ ଅଂଶୀଦାରଙ୍କଠାରୁ ମିଳିଥିବା ମୂଲ୍ୟବାନ ସୂଚନା ଏବଂ ପରାମର୍ଶକୁ ସେ ସ୍ୱୀକାର କରିଥିଲେ, ଯାହା ଅତ୍ୟନ୍ତ ଉପଯୋଗୀ ହୋଇଛି । ଏହି ବଜେଟକୁ ଅଧିକ ପ୍ରଭାବଶାଳୀ କରିବାରେ ଅଂଶୀଦାରଙ୍କ ଭୂମିକା ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇଛି ବୋଲି ସେ ଗୁରୁତ୍ୱାରୋପ କରିଥିଲେ ।