ମଣିପୁରର ଚୁରାଚାନ୍ଦପୁରରେ ବିଭିନ୍ନ ବିକାଶମୂଳକ କାମର ଭିତ୍ତିପ୍ରସ୍ତର ସ୍ଥାପନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ
September 13th, 12:45 pm
ମଣିପୁରର ଏହି ମାଟି ହେଉଛି ଉତ୍ସାହ ଓ ସାହସର ମାଟି, ଏହି ପାହାଡ଼ ପର୍ବତ ହେଉଛି ପ୍ରକୃତିର ମୂଲ୍ୟବାନ ଉପହାର ଏବଂ ଏହା ସହିତ ଏହି ସବୁ ପାହାଡ଼ ପର୍ବତ ମଧ୍ୟ ହେଉଛନ୍ତି ଆପଣ ସମସ୍ତ ଲୋକଙ୍କର ଲଗାତର କଠିନ ପରିଶ୍ରମର ପ୍ରତୀକ। ମୁଁ ମଣିପୁରର ଲୋକଙ୍କ ଉତ୍ସାହକୁ ପ୍ରଣାମ କରୁଛି। ଏତେ ଜୋର୍ ବର୍ଷା ସତ୍ତ୍ୱେ ଏତେ ସଂଖ୍ୟାରେ ଆପଣମାନେ ଏଠାକୁ ଆସିଛନ୍ତି, ମୁଁ ଆପଣଙ୍କର ଏହି ସ୍ନେହ ଶ୍ରଦ୍ଧା ପାଇଁ ଆପଣ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରୁଛି। ଜୋର୍ ବର୍ଷା ହେବାରୁ ମୋର ହେଲିକପ୍ଟର ଆସିପାରିଲା ନାହିଁ, ତେଣୁ ମୁଁ ସଡ଼କ ପଥରେ ଆସିବାକୁ ସ୍ଥିର କଲି। ଏବଂ ଆଜି ମୁଁ ସଡ଼କରେ ଯେଉଁ ଦୃଶ୍ୟ ଦେଖିଲି, ତ ମୋର ମନ କହିଲା ପରମାତ୍ମା ଠିକ୍ କରିଛନ୍ତି ମୋର ହେଲିକପ୍ଟର ଆଜି ଚାଲିଲା ନାହିଁ। ମୁଁ ସଡ଼କ ପଥରେ ଆସିଲି ଏବଂ ରାସ୍ତା ସାରା ହାତରେ ତ୍ରିରଙ୍ଗା ଧରି ଆବାଳ ବୃଦ୍ଧ ବନିତା ସମସ୍ତେ ଯେଉଁ ସ୍ନେହ ଶ୍ରଦ୍ଧା ଦେଇଛନ୍ତି, ଯେଉଁ ଆପଣାପଣ ଦେଖାଇଛନ୍ତି, ମୋ ଜୀବନରେ ଏହି ମୁହୂର୍ତ୍ତିକୁ ମୁଁ କେବେ ଭୁଲି ପାରିବି ନାହିଁ। ମୁଁ ନତମସ୍ତକ ହୋଇ ମଣିପୁରବାସୀଙ୍କୁ ପ୍ରଣାମ କରୁଛି।ମଣିପୁର ଚୁରାଚାନ୍ଦପୁରରେ ₹୭,୩୦୦ କୋଟିର ପ୍ରକଳ୍ପ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
September 13th, 12:30 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମଣିପୁରର ଚୁରାଚାନ୍ଦପୁରରେ ୭,୩୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବହୁବିଧ ବିକାଶ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ ଉପସ୍ଥିତ ଜନସାଧାରଣଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ମଣିପୁର ମାଟି ହେଉଛି ସାହସ ଓ ଦୃଢ଼ତାର ଭୂମି ଏବଂ ମଣିପୁରର ପାହାଡ଼ଗୁଡ଼ିକ ପ୍ରକୃତିର ଏକ ଅମୂଲ୍ୟ ଉପହାର। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏହି ପାହାଡ଼ଗୁଡ଼ିକ ଲୋକଙ୍କ ନିରନ୍ତର କଠିନ ପରିଶ୍ରମକୁ ମଧ୍ୟ ପ୍ରତିନିଧିତ୍ୱ କରୁଛି। ମଣିପୁରର ଲୋକଙ୍କ ଅଦମ୍ୟ ମନୋବଳକୁ ସଲାମ ଜଣାଇ ଶ୍ରୀ ମୋଦୀ ଏତେ ବିପୁଳ ସଂଖ୍ୟାରେ ଆସିଥିବା ଲୋକଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିଛନ୍ତି ଏବଂ ସେମାନଙ୍କ ସ୍ନେହ ପାଇଁ ଧନ୍ୟବାଦ ଜଣାଇଛନ୍ତି ।ମେଘାଳୟର ଶିଲଂଠାରେ ବିଭିନ୍ନ ବିକାଶ ମୂଳକ କାର୍ଯ୍ୟର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
December 18th, 04:22 pm
ଖୁବଲେଈ ଶିବୋନ ! (ଖାସି ଏବଂ ଜୟନ୍ତିୟାରେ ନମସ୍ତେ) ନମେଙ୍ଗ ଅମା !(ଗାରୋରେ ନମସ୍ତେ) । ମେଘାଳୟ ହେଉଛି ପ୍ରକୃତି ଏବଂ ସଂସ୍କୃତିରେ ସମୃଦ୍ଧ ପ୍ରଦେଶ । ଏହି ସମୃଦ୍ଧି ଆପଣମାନଙ୍କର ସ୍ୱାଗତ- ସତ୍କାରରେ ମଧ୍ୟ ଝଲସି ଉଠୁଛି । ଆଜି ପୁଣି ଥରେ ମେଘାଳୟର ବିକାଶ ଉତ୍ସବରେ ସହଭାଗୀ ହେବା ପାଇଁ ଆମକୁ ସୁଯୋଗ ମିଳିଛି । ମେଘାଳୟର ମୋର ସମସ୍ତ ଭାଇ ଓ ଭଉଣୀମାନଙ୍କୁ ଯୋଗାଯୋଗ ଅବା ସଂଯୋଗୀକରଣ, ଶିକ୍ଷା, ଦକ୍ଷତା, ରୋଜଗାରର ଡଜନ- ଡଜନ ପ୍ରକଳ୍ପ ପାଇଁ ବହୁତ- ବହୁତ ଅଭିନନ୍ଦନ ।ପ୍ରଧାନମନ୍ତ୍ରୀ ମେଘାଳୟର ଶିଲଂ ଠାରେ ୨୪୫୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ପ୍ରକଳ୍ପ ଗୁଡିକର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି, ଉଦ୍ଘାଟନ କରିଛନ୍ତି ଏବଂ ଦେଶ ଊଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି
December 18th, 11:15 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମେଘାଳୟର ଶିଲଂ ଠାରେ ଆଜି ୨୪୫୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ପ୍ରକଳ୍ପ ଗୁଡିକର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି, ଉଦ୍ଘାଟନ କରିଛନ୍ତି ଏବଂ ଦେଶ ଊଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି । ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ଶିଲଂରେ ଥିବା ରାଜ୍ୟ ସମ୍ମିଳନୀ କେନ୍ଦ୍ରରେ ଉତ୍ତର ପୂର୍ବାଂଚଳ ପରିଷଦର ବୈଠକରେ ଯୋଗ ଦେଇ ଏହାର ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ଅଂଶ ଗ୍ରହଣ କରିଥିଲେ ।Our government is making unprecedented investments on health infrastructure: PM Modi
April 28th, 02:30 pm
PM Modi inaugurated seven cancer hospitals in Assam. The project has been executed by Assam Cancer Care Foundation, a joint venture of Government of Assam and Tata Trusts. The hospitals will augment healthcare capacities in the region. PM Modi said, There was a time, even one hospital getting opened up in seven years was a thing to celebrate. Times have changed now. I've been told three more cancer hospitals will be ready for your service in few months.ଆସାମରେ ସାତୋଟି କର୍କଟ ଡାକ୍ତରଖାନାକୁ ଉତ୍ସର୍ଗ ଏବଂ ସାତୋଟି ନୂତନ କର୍କଟ ଡାକ୍ତରଖାନାର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ପ୍ରଧାନମନ୍ତ୍ରୀ
April 28th, 02:29 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଦିବ୍ରୁଗଡ଼ରେ ଏକ କାର୍ଯ୍ୟକ୍ରମରେ ଆସାମର ସାତ ଟି କର୍କଟ ଡାକ୍ତରଖାନାକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି । ଏହି କର୍କଟ ଡାକ୍ତରଖାନାଗୁଡ଼ିକ ଡିବ୍ରୁଗଡ଼, କୋକ୍ରାଝର, ବାରପେଟା, ଡାରାଙ୍ଗ, ତେଜପୁର, ଲାଖୀମପୁର ଏବଂ ଜୋରହାଟରେ ପ୍ରତିଷ୍ଠା ହୋଇଛି । ପ୍ରଧାନମନ୍ତ୍ରୀ ନୂତନ ଡାକ୍ତରଖାନା ପରିସର ପରିଦର୍ଶନ କରିବା ପୂର୍ବରୁ ଦିବ୍ରୁଗଡ ହସ୍ପିଟାଲକୁ ଦେଶ ପାଇଁ ଉତ୍ସର୍ଗୀକୃତ କରିଥିଲେ । ଏହି ପ୍ରକଳ୍ପର ଦ୍ୱିତୀୟ ପର୍ଯ୍ୟାୟରେ ର୍ନିମାଣ ହେବାକୁ ଥିବା ଧୁବ୍ରି, ନାଲବାରୀ, ଗୋଲପାରା, ନାଗାଓଁ, ଶିବସାଗର, ତିନିସୁକିଆ ଏବଂ ଗୋଲାଘାଟରେ ପ୍ରଧାନମନ୍ତ୍ରୀ ସାତୋଟି ନୂତନ କର୍କଟ ଡାକ୍ତରଖାନାର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଆସାମର ରାଜ୍ୟପାଳ ଶ୍ରୀ ଜଗଦୀଶ ମୁଖୀ, ଆସାମର ମୁଖ୍ୟମନ୍ତ୍ରୀ ଶ୍ରୀ ହିମନ୍ତ ବିଶ୍ୱଶର୍ମା, କେନ୍ଦ୍ର ମନ୍ତ୍ରୀ ଶ୍ରୀ ସର୍ବାନନ୍ଦ ସୋନୋୱାଲ, ପୂର୍ବତନ ସିଜେଆଇ ଏବଂ ରାଜ୍ୟସଭା ସଦସ୍ୟ ଶ୍ରୀ ରଞ୍ଜନ ଗୋଗୋଇ ଏବଂ ବିଶିଷ୍ଟ ଶିଳ୍ପପତି ଶ୍ରୀ ରତନ ଟାଟା ପ୍ରମୁଖ ଉପସ୍ଥିତ ଥିଲେ ।