PM congratulates people of Uttar Pradesh on historic planting milestone under 'Ek Ped Maa Ke Naam' campaign
June 05th, 11:40 pm
Prime Minister Shri Narendra Modi today extended his heartiest congratulations to the people of Uttar Pradesh for a splendid achievement that serves as an inspiration to every fellow countryman. The Prime Minister remarked that this wonderful success associated with the 'Ek Ped Maa Ke Naam' campaign clearly demonstrates that people today are fully committed to environmental conservation.Prime Minister plants tree in Surat under the 'Ek Ped Maa Ke Naam' campaign on World Environment Day
June 05th, 10:11 pm
PM Modi plants tree in Surat under the ‘Ek Ped Maa Ke Naam’ campaign on World Environment Day and urged citizens to renew their collective commitment towards making nature greener and protecting it for future generations. The initiative reflects the shared responsibility of environmental conservation and sustainable development.Cabinet approves one new project covering Ahmedabad District in the state of Gujarat, increasing the existing network of Indian Railways by about 134 Kms
May 13th, 03:34 pm
The Cabinet Committee on Economic Affairs, chaired by PM Modi, has approved the Ahmedabad–Dholera Semi High-Speed Double Line railway project in Gujarat at an estimated cost of ₹20,667 crore. India’s first semi high-speed rail project, developed with indigenous technology, aims to improve connectivity between Ahmedabad, Dholera SIR, the upcoming Dholera Airport and the Lothal National Maritime Heritage Complex while enhancing mobility, logistics efficiency and regional development across the state.କର୍ଣ୍ଣାଟକ ଉଡୁପି ଶ୍ରୀକୃଷ୍ଣ ମଠରେ ‘ଲକ୍ଷ କଣ୍ଠ ଗୀତା ପାରାୟଣ’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ
November 28th, 11:45 am
ମୁଁ ମୋ ବକ୍ତବ୍ୟ ଆରମ୍ଭ କରିବା ପୂର୍ବରୁ, କିଛି ପିଲା ଏଠାରେ କିଛି ଫଟୋ ନେଇ ଆସିଛନ୍ତି। ଏସ୍ପିଜି ଓ ସ୍ଥାନୀୟ ପୁଲିସକର୍ମୀ ଦୟାକରି ସେଗୁଡ଼ିକୁ ସଂଗ୍ରହ କରିବାରେ ସାହାଯ୍ୟ କରନ୍ତୁ। ଯଦି ଆପଣ ଫଟୋ ପଛରେ ଆପଣଙ୍କର ଠିକଣା ଲେଖିଛନ୍ତି, ତେବେ ମୁଁ ନିଶ୍ଚିତ ଭାବରେ ଆପଣଙ୍କୁ ଏକ ଧନ୍ୟବାଦ ପତ୍ର ପଠାଇବି। ଯେଉଁମାନେ କିଛି ସାଙ୍ଗରେ ନେଇ ଆସିଛନ୍ତି, ଦୟାକରି ସେମାନଙ୍କୁ ଦେଇଦିଅନ୍ତୁ; ସେମାନେ ତାହା ସଂଗ୍ରହ କରିନେବେ। ଆପଣ ଏଠାରେ ଆରାମରେ ବସନ୍ତୁ। ଏହି ପିଲାମାନେ ଅନେକ ସମୟରେ ବହୁତ କଠିନ ପରିଶ୍ରମ କରିଥାଆନ୍ତି, କିନ୍ତୁ ବେଳେବେଳେ ସେମାନଙ୍କ ପ୍ରତି ମୋ ଦ୍ୱାରା ଅନ୍ୟାୟ ହୋଇଯାଏ, ଏଥିପାଇଁ ମୁଁ ବହୁତ ଦୁଃଖ ପାଏ।କର୍ଣ୍ଣାଟକର ଉଡ଼ୁପୀସ୍ଥିତ ଶ୍ରୀକୃଷ୍ଣ ମଠରେ ଲକ୍ଷ କଣ୍ଠ ଗୀତା ପାରାୟଣ କାର୍ଯ୍ୟକ୍ରମକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
November 28th, 11:30 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କର୍ଣ୍ଣାଟକର ଉଡ଼ୁପୀସ୍ଥିତ ଶ୍ରୀକୃଷ୍ଣ ମଠରେ ଲକ୍ଷ କଣ୍ଠ ଗୀତା ପାରାୟଣ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଭଗବାନ ଶ୍ରୀକୃଷ୍ଣଙ୍କ ଦିବ୍ୟ ଦର୍ଶନରୁ ମିଳିଥିବା ସନ୍ତୋଷ, ଶ୍ରୀମଦ୍ ଭଗବଦ୍ ଗୀତାର ମନ୍ତ୍ରୋଚାରଣରୁ ମିଳିଥିବା ଆଧ୍ୟାତ୍ମିକ ଅନୁଭୂତି ଏବଂ ଏତେ ସଂଖ୍ୟକ ପୂଜ୍ୟ ସନ୍ଥ ଓ ଗୁରୁମାନଙ୍କର ଉପସ୍ଥିତି ତାଙ୍କ ପାଇଁ ପରମ ସୌଭାଗ୍ୟ। ତାଙ୍କ ପାଇଁ ଏହା ଅଗଣିତ ଆଶୀର୍ବାଦ ପାଇବା ସହିତ ସମାନ ବୋଲି ସେ ଆଲୋକପାତ କରି କହିଥିଲେ।'ବନ୍ଦେ ମାତରମ୍'ର ଭାବନା ଭାରତର ଅମର ଚେତନା ସହିତ ଜଡିତ: ମନ କୀ ବାତରେ ପ୍ରଧାନମନ୍ତ୍ରୀ ମୋଦୀ
October 26th, 11:30 am
ଅକ୍ଟୋବର 31 ତାରିଖରେ ସର୍ଦ୍ଦାର ପଟେଲଙ୍କ 150ତମ ଜନ୍ମବାର୍ଷିକୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଛଠ ପୂଜା ଉତ୍ସବ, ପରିବେଶ ସୁରକ୍ଷା, ଭାରତୀୟ କୁକୁର ପ୍ରଜାତି, ଭାରତୀୟ କଫି, ଆଦିବାସୀ ସମ୍ପ୍ରଦାୟର ନେତା ଏବଂ ସଂସ୍କୃତ ଭାଷାର ଗୁରୁତ୍ୱ ଭଳି ଆକର୍ଷଣୀୟ ବିଷୟ ଉପରେ ମଧ୍ୟ ସେ ମତ ରଖିଛନ୍ତି । ପ୍ରଧାନମନ୍ତ୍ରୀ 'ବନ୍ଦେ ମାତରମ୍' ଗୀତର 150ତମ ବର୍ଷ ବିଷୟରେ ବିଶେଷ ଉଲ୍ଲେଖ କରିଥିଲେ।ମଙ୍ଗୋଲିଆର ରାଷ୍ଟ୍ରପତିଙ୍କ ସହ ମିଳିତ ପ୍ରେସ ବିବୃତି ସମୟରେ ପ୍ରଧାନମନ୍ତ୍ରୀଙ୍କ ପ୍ରେସ ବିବୃତି
October 14th, 01:15 pm
ଛଅ ବର୍ଷ ପରେ ମଙ୍ଗୋଲିଆ ରାଷ୍ଟ୍ରପତିଙ୍କ ଭାରତ ଗସ୍ତ ଏକ ଅତ୍ୟନ୍ତ ସ୍ୱତନ୍ତ୍ର ଅବସର ଆଣିଦେଇଛି। ଏବଂ ଏହି ଗସ୍ତ ସେତେବେଳେ ଆସିଛି ଯେତେବେଳେ ଭାରତ ଏବଂ ମଙ୍ଗୋଲିଆ ୭୦ ବର୍ଷର କୂଟନୈତିକ ସମ୍ପର୍କ ଏବଂ ୧୦ ବର୍ଷର ରଣନୈତିକ ସହଭାଗୀତା ପାଳନ କରୁଛନ୍ତି। ଏହି ଅବସରକୁ ପାଳନ କରିବା ପାଇଁ, ଆମେ ଏକ ମିଳିତ ଡାକ ଟିକେଟ ଜାରି କରିଛୁ, ଯାହାକି ଆମର ସହଭାଗୀ ଐତିହ୍ୟ, ବିବିଧତା ଏବଂ ଗଭୀର ସଭ୍ୟତାଗତ ସମ୍ପର୍କର ପ୍ରତୀକ।ରାଜା ଚାର୍ଲ୍ସ ତୃତୀୟ ଉପହାର ଦେଇଥିବା କଦମ୍ବ ଚାରା ରୋପଣ କଲେ ପ୍ରଧାନମନ୍ତ୍ରୀ
September 19th, 05:24 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ୭, ଲୋକ କଲ୍ୟାଣ ମାର୍ଗ ସ୍ଥିତ ନିଜ ବାସଭବନରେ ଏକ କଦମ୍ବ ଚାରା ରୋପଣ କରିଛନ୍ତି, ଯାହା ତାଙ୍କୁ ରାଜ ଚାର୍ଲ୍ସ ତୃତୀୟ ଉପହାର ଦେଇଥିଲେ । ଶ୍ରୀ ମୋଦୀ କହିଛନ୍ତି, “ସେ ପରିବେଶ ଏବଂ ସ୍ଥିରତା ପ୍ରତି ବହୁତ ଆଗ୍ରହୀ, ଯାହା ଆମର ଆଲୋଚନାରେ ମଧ୍ୟ ସ୍ଥାନ ପାଇଛି ।”କର୍ତ୍ତବ୍ୟ ଭବନକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପିତ କଲେ ପ୍ରଧାନମନ୍ତ୍ରୀ
August 06th, 12:15 pm
କର୍ତ୍ତବ୍ୟ ଭବନ ଜନସେବା ପ୍ରତି ଆମର ଅତୁଟ ସଂକଳ୍ପକୁ ପ୍ରତିଫଳିତ କରେ: ପ୍ରଧାନମନ୍ତ୍ରୀନୂଆଦିଲ୍ଲୀରେ ପ୍ରାଇମ ମିନିଷ୍ଟର୍ସ ମ୍ୟୁଜିୟମ ଓ ଲାଇବ୍ରେରୀ (ପିଏମଏମଏଲ) ସୋସାଇଟିର ୪୭ତମ ବାର୍ଷିକ ସାଧାରଣ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତା
June 23rd, 09:35 pm
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ତିନମୂର୍ତ୍ତି ହାଉସଠାରେ ପ୍ରାଇମ ମିନିଷ୍ଟର୍ସ ମ୍ୟୁଜିୟମ ଆଣ୍ଡ ଲାଇବ୍ରେରୀ (ପିଏମଏମଏଲ) ସୋସାଇଟିର ୪୭ତମ ବାର୍ଷିକ ସାଧାରଣ ବୈଠକରେ ଅଧ୍ୟକ୍ଷତା କରିଥିଲେ ।ପ୍ରଧାନମନ୍ତ୍ରୀ ଦିଲ୍ଲୀର ଭଗବାନ ମହାବୀର ବନସ୍ଥଳୀ ଉଦ୍ୟାନରେ ଏକ ଚାରା ରୋପଣ କଲେ: ‘ ମା’ଙ୍କ ନାମରେ ଏକ ଗଛ’ ଅଭିଯାନକୁ ଆଗେଇ ନେବା ଲକ୍ଷ୍ୟରେ ଆରାବଳୀ ଗ୍ରୀନ୍ ୱାଲ ପ୍ରକଳ୍ପ ଅନ୍ତର୍ଗତ ଆରାବଳୀ ପର୍ବତ ଶୃଙ୍ଖଳାକୁ ପୁନର୍ବାର ସମ୍ପୂର୍ଣ୍ଣ ବନକ୍ଷେତ୍ର କରିବାକୁ ସଂକଳ୍ପ ନେଲେ
June 05th, 01:33 pm
ବିଶ୍ୱ ପରିବେଶ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବୃକ୍ଷରୋପଣ ଅଭିଯାନରେ ଭାଗ ନେଲେ ଏବଂ ଦିଲ୍ଲୀର ଭଗବାନ ମହାବୀର ବନସ୍ଥଳୀେ ଉଦ୍ୟାନରେ ଏକ ଚାରାରୋପଣ କରି ‘ଏକ ପେଡ଼ ମା କେ ନାମ’ (ମା’ଙ୍କ ନାମରେ ଏକ ଗଛ) ଅଭିଯାନକୁ ଆଗକୁ ବଢ଼ାଇବା ଉଦେ୍ଦଶ୍ୟରେ ଏହି ଅଭିଯାନକୁ ବ୍ୟାପକ ବନାଇବାକୁ ସଂକଳ୍ପ ନେଲେ ।Prime Minister Narendra Modi to lead a special tree plantation drive under Ek Ped Maa Ke Naam initiative
June 04th, 01:20 pm
On World Environment Day, PM Modi will lead a special tree plantation initiative in New Delhi. As a part of the ‘Aravalli Green Wall project’ the PM will plant a Banyan sapling under the Ek Ped Maa Ke Naam initiative. The project aims to boost biopersity of the Aravallis and also provide employment to locals. He will also flag off 200 Electric Buses under Delhi Government's sustainable transport initiative.ପ୍ରତ୍ୟେକ ଭାରତୀୟଙ୍କ ରକ୍ତ ତାତିଛି : 'ମନ କୀ ବାତ' ରେ ପ୍ରଧାନମନ୍ତ୍ରୀ ମୋଦୀ
April 27th, 11:30 am
ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ଆଜି ଯେତେବେଳେ ମୁଁ ଆପଣଙ୍କ ସହିତ ମନର କଥା ହେଉଛି, ସେତେବେଳେ ମନରେ ଗଭୀର ପୀଡ଼ା ରହିଛି । ଏପ୍ରିଲ ୨୨ ତାରିଖ ଦିନ ପହଲଗାମ୍ ଠାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଦେଶର ପ୍ରତ୍ୟେକ ନାଗରିକକୁ ବ୍ୟଥିତ କରିଛି । ପୀଡ଼ିତ ପରିବାରଙ୍କ ପ୍ରତି ପ୍ରତ୍ୟେକ ଭାରତୀୟଙ୍କ ମନରେ ଗଭୀର ସମବେଦନା ରହିଛି । ସେ ଯେକୌଣସି ରାଜ୍ୟର ହୋଇଥାଆନ୍ତୁ ନା କାହିଁକି, ଯେକୌଣସି ଭାଷାଭାଷୀ ହୋଇଥାଆନ୍ତୁ ନା କାହିଁକି, ସମସ୍ତେ ସେହିମାନଙ୍କ ଯନ୍ତ୍ରଣାକୁ ଅନୁଭବ କରୁଛନ୍ତି, ଯେଉଁମାନେ ଏହି ଆକ୍ରମଣରେ ନିଜ ପରିବାରର ଲୋକଙ୍କୁ ହରାଇଛନ୍ତି । ଆତଙ୍କବାଦୀ ଆକ୍ରମଣର ଚିତ୍ରଗୁଡ଼ିକୁ ଦେଖି ପ୍ରତ୍ୟେକ ଭାରତୀୟର ରକ୍ତ ତାତି ଉଠୁଛି, ସେ କଥା ମୁଁ ଅନୁଭବ କରିପାରୁଛି । ପହଲଗାମରେ ହୋଇଥିବା ଏହି ଆକ୍ରମଣ, ଆତଙ୍କବାଦର ପୃଷ୍ଠପୋଷକଙ୍କ ହତାଶା ଭାବକୁ ଦର୍ଶାଉଛି, ସେମାନଙ୍କ କାପୁରୁଷପଣିଆକୁ ପ୍ରଦର୍ଶିତ କରୁଛି । କାଶ୍ମୀରରେ ଶାନ୍ତି ଫେରିଆସୁଥିବା ସମୟରେ - ସ୍କୁଲ-କଲେଜମାନଙ୍କରେ ଗୋଟିଏ ଉତ୍ସାହ ଥିଲା, ନିର୍ମାଣ କାର୍ଯ୍ୟରେ ଅଭୂତପୂର୍ବ ଗତିଶୀଳତା ଆସିଥିଲା, ଗଣତନ୍ତ୍ର ଦୃଢ଼ୀଭୂତ ହେଉଥିଲା, ପର୍ଯ୍ୟଟକମାନଙ୍କ ସଂଖ୍ୟାରେ ରେକର୍ଡ଼ ବୃଦ୍ଧି ହୋଇଚାଲିଥିଲା, ଲୋକମାନଙ୍କ ଆୟ ବୃଦ୍ଧି ହେଉଥିଲା, ଯୁବବର୍ଗଙ୍କ ପାଇଁ ନୂତନ ସୁଯୋଗ ସୃଷ୍ଟି ହୋଇଚାଲିଥିଲା – ଏଭଳି ସମୟରେ ଦେଶର ଶତ୍ରୁ, ଜାମ୍ମୁ-କାଶ୍ମୀରର ଶତ୍ରୁମାନଙ୍କ ପକ୍ଷରେ ଏହା ଅସହ୍ୟ ହେଲା । ଆତଙ୍କବାଦୀ ଓ ଆତଙ୍କକୁ ପ୍ରଶ୍ରୟ ଦେଉଥିବା ଶକ୍ତିମାନେ ଚାହାଁନ୍ତି ଯେ, କାଶ୍ମୀର ପୁଣିଥରେ ଧ୍ୱଂସ ହେଇଯାଉ, ତେଣୁ ସେମାନେ ଏତେ ବଡ଼ ଷଡ଼ଯନ୍ତ୍ର ଘଟାଇଲେ । ଆତଙ୍କବାଦ ବିରୁଦ୍ଧରେ ଏହି ଯୁଦ୍ଧରେ ଦେଶର ଏକତା, ୧୪୦ କୋଟି ଭାରତୀୟଙ୍କ ଏକଜୁଟପଣିଆ ଆମର ସବୁଠାରୁ ବଡ଼ ଶକ୍ତି । ଏହି ଏକତା, ଆତଙ୍କବାଦ ବିରୁଦ୍ଧରେ ଆମର ନିର୍ଣ୍ଣାୟକ ସଂଗ୍ରାମର ଆଧାର । ଦେଶ ଆଗରେ ଦେଖାଦେଇଥିବା ଏହି ଆହ୍ୱାନର ମୁକାବିଲା କରିବା ପାଇଁ ଆମକୁ ଆମ ସଂକଳ୍ପକୁ ସୁଦୃଢ଼ କରିବାକୁ ହେବ । ଗୋଟିଏ ରାଷ୍ଟ୍ର ହିସାବରେ ଆମକୁ ଦୃଢ଼ ଇଚ୍ଛାଶକ୍ତି ପ୍ରଦର୍ଶିତ କରିବାକୁ ହେବ । ଏହି ଆତଙ୍କବାଦୀ ଆକ୍ରମଣ ପରେ ସମଗ୍ର ଦେଶର ସ୍ୱର ଏକ ହୋଇଥିବା କଥା ଆଜି ସାରା ବିଶ୍ୱ ଦେଖୁଛି ।ଦରିପଲ୍ଲୀ ରାମୈୟାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ
April 12th, 01:09 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଶ୍ରୀ ଦରିପଲ୍ଲୀ ରାମୈୟାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି । ସେ ତାଙ୍କୁ ସ୍ଥାୟିତ୍ୱର ଜଣେ ଚାମ୍ପିଅନ ଭାବରେ ପ୍ରଶଂସା କରିଛନ୍ତି, ଯିଏ ଲକ୍ଷ ଲକ୍ଷ ଗଛ ଲଗାଇବା ଏବଂ ସେଗୁଡିକର ସୁରକ୍ଷା ପାଇଁ ନିଜ ଜୀବନ ଉତ୍ସର୍ଗ କରିଥିଲେ ।Mauritius is not just a partner country; For us, Mauritius is family: PM Modi
March 12th, 06:07 am
PM Modi addressed a gathering of the Indian community and friends of India in Mauritius. In a special gesture, he handed over OCI cards to PM Ramgoolam and Mrs Veena Ramgoolam. The PM conveyed his greetings to the Mauritian people on the occasion of their National Day. The PM called Mauritius a 'Mini India' and said, Mauritius is not just a partner country. For us, Mauritius is family. He appreciated Mauritius’ partnership in the International Solar Alliance and the Global Biofuels Alliance.ମରିସସରେ ଭାରତୀୟ ସମୁଦାୟଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
March 11th, 07:30 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମରିସସର ପ୍ରଧାନମନ୍ତ୍ରୀ ମହାମହିମ ନବୀନଚନ୍ଦ୍ର ରାମଗୁଲାମଙ୍କ ସହ ମରିସସରେ ଭାରତୀୟ ସମ୍ପ୍ରଦାୟ ଏବଂ ଭାରତର ବନ୍ଧୁମାନଙ୍କର ଏକ ସମାବେଶକୁ ଆଜି ତ୍ରିୟାନନ କନଭେନସନ ସେଣ୍ଟରରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସମ୍ବୋଧିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ, ବୃତ୍ତିଗତ, ସାମାଜିକ-ସାଂସ୍କୃତିକ ସଂଗଠନ ଏବଂ ବ୍ୟବସାୟୀ ନେତାଙ୍କ ସମେତ ପ୍ରବାସୀ ଭାରତୀୟମାନେ ଉତ୍ସାହର ସହିତ ଅଂଶଗ୍ରହଣ କରିଥିଲେ। ଏଥିରେ ମରିସସର ଅନେକ ମନ୍ତ୍ରୀ, ସାଂସଦ ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ମାନେ ମଧ୍ୟ ଯୋଗ ଦେଇଥିଲେ ।ଉତ୍ତରାଖଣ୍ଡର ଡେରାଡୁନରେ 38ତମ ଜାତୀୟ କ୍ରୀଡା ଉଦଘାଟନୀ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
January 28th, 09:36 pm
ଦେବଭୂମି ଉତ୍ତରାଖଣ୍ଡର ରାଜ୍ୟପାଳ ଗୁରମିତ୍ ସିଂହ ଜୀ, ଯୁବ ମୁଖ୍ୟମନ୍ତ୍ରୀ ପୁଷ୍କର ଧାମୀ ଜୀ, ମୋର ମନ୍ତ୍ରିମଣ୍ଡଳର ସହଯୋଗୀ ଅଜୟ ଟମ୍ଟା ଜୀ, ରକ୍ଷା ଖଡ଼ସେ ଜୀ, ଉତ୍ତରାଖଣ୍ଡ ବିଧାନସଭାର ବାଚସ୍ପତି ରିତୁ ଖଣ୍ଡୁରୀ ଜୀ, କ୍ରୀଡ଼ା ମନ୍ତ୍ରୀ ରେଖା ଆର୍ଯ୍ୟ ଜୀ, ରାଜ୍ୟଗୋଷ୍ଠୀ କ୍ରୀଡ଼ାର ସଭାପତି କ୍ରିସ୍ ଜେନକିନ୍ସ ଜୀ, ଆଇଓଏର ସଭାପତି ପି।ଟି ଉଷା ଜୀ, ସାଂସଦ ମହେନ୍ଦ୍ର ଭଟ୍ଟ ଜୀ, ଜାତୀୟ କ୍ରୀଡ଼ାରେ ଭାଗ ନେବାକୁ ଆସିଥିବା ସମସ୍ତ ଖେଳାଳି ଏବଂ ଅନନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି!ଡେରାଡୁନରେ ୩୮ତମ ଜାତୀୟ କ୍ରୀଡ଼ାର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
January 28th, 09:02 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତରାଖଣ୍ଡର ଡେରାଡୁନରେ ୩୮ତମ ଜାତୀୟ କ୍ରୀଡ଼ାର ଉଦଘାଟନ କରିଛନ୍ତି। ଏହି ସମାବେଶକୁ ସମ୍ବୋଧିତ କରି ସେ କହିଛନ୍ତି, ଯୁବକମାନଙ୍କ ଶକ୍ତିରେ ଉତ୍ତରାଖଣ୍ଡ ଆଜି ଉଜ୍ଜ୍ୱଳ ହୋଇଉଠିଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ବାବା କେଦାରନାଥ, ବଦ୍ରିନାଥ ଏବଂ ମା’ ଗଙ୍ଗାଙ୍କ ଆଶୀର୍ବାଦରେ ଆଜି ୩୮ତମ ଜାତୀୟ କ୍ରୀଡ଼ା ଆରମ୍ଭ ହେଉଛି। ଉତ୍ତରାଖଣ୍ଡ ଗଠନ ହେବାର ଏହା ୨୫ତମ ବର୍ଷ ବୋଲି ଉଲ୍ଲେଖ କରି ଶ୍ରୀ ମୋଦୀ କହିଥିଲେ ଯେ ସମଗ୍ର ଦେଶର ଯୁବ କ୍ରୀଡ଼ାବିତମାନେ ଏହି ଯୁବ ରାଜ୍ୟରେ ନିଜର ସାମର୍ଥ୍ୟ ପ୍ରଦର୍ଶନ କରିବେ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି କାର୍ଯ୍ୟକ୍ରମରେ ‘ଏକ ଭାରତ, ଶ୍ରେଷ୍ଠ ଭାରତ’ର ଏକ ସୁନ୍ଦର ଚିତ୍ର ପ୍ରଦର୍ଶିତ ହୋଇଛି। ଜାତୀୟ କ୍ରୀଡ଼ାର ଏହି ସଂସ୍କରଣରେ ଅନେକ ସ୍ଥାନୀୟ ଖେଳକୁ ସାମିଲ କରାଯାଇଛି ଏବଂ ଏହାର ବିଷୟବସ୍ତୁ ‘ସବୁଜ କ୍ରୀଡ଼ା’ ରଖାଯାଇଛି କାରଣ ଏଥିରେ ପରିବେଶ ଅନୁକୂଳ ସାମଗ୍ରୀର ବ୍ୟବହାର କରାଯାଇଛି। ଏହି ବିଷୟବସ୍ତୁ ଉପରେ ବିସ୍ତୃତ ଭାବେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଇ-ବର୍ଜ୍ୟବସ୍ତୁରୁ ଟ୍ରଫି ଏବଂ ପଦକ ମଧ୍ୟ ପ୍ରସ୍ତୁତ କରାଯାଇଛି ଏବଂ ପ୍ରତ୍ୟେକ ପଦକ ବିଜେତାଙ୍କ ନାମରେ ଏକ ବୃକ୍ଷ ରୋପଣ କରାଯିବ, ଯାହା ଏକ ବଡ଼ ପଦକ୍ଷେପ। ଚମତ୍କାର ପ୍ରଦର୍ଶନ ପାଇଁ ସେ ସମସ୍ତ କ୍ରୀଡ଼ାବିତଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଏଭଳି ଏକ ଭବ୍ୟ କାର୍ଯ୍ୟକ୍ରମ ଆୟୋଜନ କରିଥିବାରୁ ସେ ଉତ୍ତରାଖଣ୍ଡ ସରକାର ଏବଂ ଜନସାଧାରଣଙ୍କୁ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି ।'ମନ୍ କୀ ବାତ୍'ର ଶ୍ରୋତାମାନେ ହିଁ ଏହି କାର୍ଯ୍ୟକ୍ରମର ପ୍ରକୃତ ଉପସ୍ଥାପକ: ପ୍ରଧାନମନ୍ତ୍ରୀ ମୋଦୀ
September 29th, 11:30 am
ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ‘ମନ୍ କି ବାତ୍’ରେ ପୁଣିଥରେ ଆମମାନଙ୍କୁ ଏକାଠି ହେବାର ସୁଯୋଗ ମିଳିଛି । ଆଜିର ଅଧ୍ୟାୟ ମୋତେ ଭାବପ୍ରବଣ କରୁଛି, ମୋତେ ଅନେକ ପୁରୁଣା ସ୍ମୃତିଗର୍ଭକୁ ନେଇଯାଉଛି, କାରଣ ଏହା ଯେ, ‘ମନ୍ କି ବାତ୍’ର ଆମର ଏହି ଯାତ୍ରା ୧୦ ବର୍ଷ ପୂରଣ କରିଛି । ୧୦ ବର୍ଷ ପୂର୍ବେ ‘ମନ୍ କି ବାତ୍’ର ଶୁଭାରମ୍ଭ ଅକ୍ଟୋବର ୩ ତାରିଖ ବିଜୟାଦଶମୀ ଦିନ ହୋଇଥିଲା ଏବଂ ଏହା ମଧ୍ୟ ଏକ ପବିତ୍ର ସଂଯୋଗ ଯେ, ଏ ବର୍ଷ ଅକ୍ଟୋବର ୩ ତାରିଖ ଦିନ ‘ମନ୍ କି ବାତ୍’କୁ ୧୦ ବର୍ଷ ପୂରଣ ହେଉଥିବାବେଳେ ନବରାତ୍ରର ପ୍ରଥମ ଦିନ ହୋଇଥିବ । ‘ମନ୍ କି ବାତ୍’ର ଏହି ସୁଦୀର୍ଘ ଯାତ୍ରାର ଏଭଳି ଅନେକ ପର୍ଯ୍ୟାୟ ରହିଛି, ଯାହାକୁ ମୁଁ କେବେହେଲେ ଭୁଲିପାରିବି ନାହିଁ । ‘ମନ୍ କି ବାତ୍’ର କୋଟି କୋଟି ଶ୍ରୋତା ଆମର ଏହି ଯାତ୍ରାର ଏଭଳି ସାଥି, ଯେଉଁମାନଙ୍କ ଠାରୁ ମୋତେ ନିରନ୍ତର ସହଯୋଗ ମିଳିଛି । ଦେଶର କୋଣ-ଅନୁକୋଣରୁ ସେମାନେ ତଥ୍ୟ ଉପଲବ୍ଧ କରାଇଛନ୍ତି । ‘ମନ୍ କି ବାତ୍’ର ଶ୍ରୋତାମାନେ ହିଁ ହେଉଛନ୍ତି ଏହି କାର୍ଯ୍ୟକ୍ରମର ପ୍ରକୃତ ସୂତ୍ରଧର । ସାଧାରଣତଃ ଏମିତି ଗୋଟିଏ ଧାରଣା ସୃଷ୍ଟି ହୋଇଛି ଯେ, କିଛି ମସଲାଯୁକ୍ତ ଚଟପଟି କଥା, କିମ୍ବା କିଛି ନକାରାତ୍ମକ କଥା ନ ଥିବା ଯାଏ ତାହାକୁ ଗୁରୁତ୍ୱ ଦିଆଯାଇନଥାଏ । କିନ୍ତୁ, ‘ମନ୍ କି ବାତ୍’ ଏହା ପ୍ରମାଣିତ କରିଛି ଯେ, ଦେଶର ଲୋକେ ସକାରାତ୍ମକ ତଥ୍ୟ ଜାଣିବା ପାଇଁ କେତେ ଅଧିକ ଉତ୍ସୁକ । ସକାରାତ୍ମକ କଥା, ପ୍ରେରଣାଦାୟୀ ଉଦାହରଣ, ପ୍ରୋତ୍ସାହିତ କରୁଥିବା କଥା ଲୋକଙ୍କୁ ବେଶ୍ ଭଲ ଲାଗିଥାଏ । ଯେମିତିକି ଗୋଟିଏ ପକ୍ଷୀ, ଯାହାର ନାଁ ଚକୋର । ତା’ ବିଷୟରେ କୁହାଯାଏ ଯେ, ସେ କେବଳ ବର୍ଷାଜଳ ପାନ କରିଥାଏ । ‘ମନ୍ କି ବାତ୍’ରେ ଆମେ ଦେଖିଲୁ ଯେ, ଲୋକେ ମଧ୍ୟ ଚକୋର ପକ୍ଷୀ ଭଳି ଦେଶର ଉପଲବ୍ଧି କଥା, ଲୋକଙ୍କ ସାମୁହିକ ଉପଲବ୍ଧି କଥା କେତେ ଗର୍ବର ସହିତ ଶୁଣୁଛନ୍ତି । ‘ମନ୍ କି ବାତ୍’ର ୧୦ ବର୍ଷର ଯାତ୍ରା ଏଭଳି ଏକ ମାଳ ଗୁନ୍ଥିଦେଇଛି, ଯେଉଁଥିରେ ପ୍ରତ୍ୟେକ ଅଧ୍ୟାୟ ସହ ନୂଆ କାହାଣୀ, ନୂଆ କୀର୍ତ୍ତିମାନ, ନୂତନ ବ୍ୟକ୍ତିତ୍ୱ ଯୋଡ଼ି ହୋଇଚାଲିଛନ୍ତି । ଆମ ସମାଜରେ ସାମୂହିକତାର ଭାବନା ସହ ଯାହା କିଛି କାର୍ଯ୍ୟ ହେଉଛି, ତାହାକୁ ‘ମନ୍ କି ବାତ୍’ ଜରିଆରେ ସମ୍ମାନ ପ୍ରାପ୍ତ ହୋଇଛି । ‘ମନ୍ କି ବାତ୍’ ପାଇଁ ଆସିଥିବା ଚିଠିଗୁଡ଼ିକ ପଢ଼ିବା ସମୟରେ ମୋ ମନ ବି ଗର୍ବରେ ଭରିଯାଏ । ଆମ ଦେଶରେ ଅନେକ ପ୍ରତିଭାଶାଳୀ ବ୍ୟକ୍ତି ଅଛନ୍ତି, ଯେଉଁମାନଙ୍କ ମନରେ ଦେଶ ଓ ସମାଜସେବା କରିବାର ଉତ୍ସାହ ଭରି ରହିଛି । ସେମାନେ ନିଃସ୍ୱାର୍ଥ ଭାବରେ ଜନସାଧାରଣଙ୍କ ସେବା କରିବାରେ ନିଜର ସମ୍ପୂର୍ଣ୍ଣ ଜୀବନ ସମର୍ପି ଦେଉଛନ୍ତି । ସେମାନଙ୍କ ବିଷୟରେ ଜାଣି ମୋ ମଧ୍ୟରେ ଶକ୍ତିର ଭରପୁର ସଂଚାର ହୋଇଯାଉଛି । ‘ମନ୍ କି ବାତ୍’ର ଏହି ସମ୍ପୂର୍ଣ୍ଣ ପ୍ରକ୍ରିୟା ମୋ ପାଇଁ ମନ୍ଦିରକୁ ଯାଇ ଦେବଦର୍ଶନ କରିବା ସଦୃଶ । ‘ମନ୍ କି ବାତ୍’ର ପ୍ରତ୍ୟେକ କଥାକୁ, ପ୍ରତ୍ୟେକ ଘଟଣାକୁ, ପ୍ରତ୍ୟେକ ଚିଠିକୁ ଯେତେବେଳେ ମୁଁ ମନେପକାଉଛି, ସେତେବେଳେ ମୋତେ ଲାଗୁଛି ଯେ, ଜନତା-ଜନାର୍ଦ୍ଦନ, ଯେଉଁମାନେ ମୋ ପାଇଁ ଈଶ୍ୱର ସଦୃଶ, ମୁଁ ସେମାନଙ୍କ ଦର୍ଶନ କରୁଛି ।ସିଓପି-୨୮ରେ “ଗ୍ରୀନ୍ କ୍ରେଡିଟ୍ ପ୍ରୋଗ୍ରାମ' ଉପରେ ଉଚ୍ଚସ୍ତରୀୟ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
December 01st, 07:22 pm
ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଆପଣ ସମସ୍ତଙ୍କୁ ହାର୍ଦ୍ଦିକ ସ୍ୱାଗତ। ଆପଣ ସମସ୍ତଙ୍କୁ ନମସ୍କାର! ମୋ ଭାଇ ତଥା ୟୁଏଇର ରାଷ୍ଟ୍ରପତି, ମହାମହିମ ଶେଖ୍ ମହମ୍ମଦ ବିନ୍ ଜାୟେଦଙ୍କୁ ସମର୍ଥନ ପାଇଁ ମୁଁ କୃତଜ୍ଞତା ଜଣାଉଛି।