ଫିଜିଓଥେରାପିର ଅଭ୍ୟାସ ସହ ଜଡିତ ସମସ୍ତଙ୍କ ପ୍ରୟାସକୁ ପ୍ରଧାନମନ୍ତ୍ରୀ ପ୍ରଶଂସା

September 08th, 08:20 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବିଶ୍ୱ ଫିଜିଓଥେରାପି ଦିବସ ଅବସରରେ, ଫିଜିଓଥେରାପି ଅଭ୍ୟାସ ସହ ଜଡ଼ିତ ସମସ୍ତ ଲୋକଙ୍କ ପ୍ରୟାସକୁ ପ୍ରଶଂସା କରିଛନ୍ତି । ଶ୍ରୀ ମୋଦୀ କହିଛନ୍ତି, “ଏହା ପ୍ରଶଂସନୀୟ କି ସେମାନେ ଗତିଶୀଳତା, ଗରିମା ଏବଂ ଜୀବନର ସର୍ବୋତ୍ତମ ଗୁଣବତ୍ତାକୁ ସୁନିଶ୍ଚିତ କରି ଲୋକମାନଙ୍କର ତଥା ବିଶେଷ କରି ବୟସ୍କ ମାନଙ୍କୁ ସୁସ୍ଥ ରଖିବା ଦିଗରେ କାମ କରୁଛନ୍ତି ।”