ପ୍ରଧାନମନ୍ତ୍ରୀ ଜୁଲାଇ ୪ରେ ରାଜସ୍ଥାନ ଏବଂ ଗୁଜରାଟ ଗସ୍ତ କରିବେ

July 03rd, 11:25 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୪ ଜୁଲାଇ ୨୦୨୬ରେ ରାଜସ୍ଥାନ ଓ ଗୁଜରାଟ ଗସ୍ତ କରିବେ । ପୂର୍ବାହ୍ନ ପ୍ରାୟ ୧୦ଟା ୪୫ରେ ପ୍ରଧାନମନ୍ତ୍ରୀ ଯୋଧପୁର ବିମାନବନ୍ଦରର ଟର୍ମିନାଲ ବିଲଡିଂ ଉଦଘାଟନ କରି ଯୋଧପୁରରେ ସଂଶୋଧିତ ଉଡାନ ଯୋଜନାର ଶୁଭାରମ୍ଭ କରିବେ । ଏହାପରେ, ମଧ୍ୟାହ୍ନ ପ୍ରାୟ ୧୨:୧୫ ମିନିଟ୍‌ରେ ସେ ବାଲୋତ୍ରା ଗସ୍ତ କରି ପ୍ରାୟ ୧.୦୬ ଲକ୍ଷ କୋଟି ଟଙ୍କାର ବିକାଶମୂଳକ ପ୍ରକଳ୍ପର ଲୋକାର୍ପଣ, ଉଦଘାଟନ ଏବଂ ଶିଳାନ୍ୟାସ କରିବେ। ଏହି ଅବସରରେ ସେ ଏକ ଜନସଭାକୁ ମଧ୍ୟ ସମ୍ବୋଧିତ କରିବେ।

ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସି.ସି.ଏସ୍. ବୈଠକ ଅନୁଷ୍ଠିତ

March 22nd, 09:06 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବର୍ତ୍ତମାନ ଚାଲିଥିବା ପଶ୍ଚିମ ଏସିଆ ସଂଘର୍ଷ ପରିପ୍ରେକ୍ଷୀରେ ସାମ୍ପ୍ରତିକ ସ୍ଥିତି ଏବଂ ପ୍ରସ୍ତାବିତ ପ୍ରଶମନ ପଦକ୍ଷେପଗୁଡ଼ିକର ସମୀକ୍ଷା କରିବା ପାଇଁ ସୁରକ୍ଷା ସଂକ୍ରାନ୍ତ କ୍ୟାବିନେଟ କମିଟିର ଏକ ବୈଠକରେ ଅଧ୍ୟକ୍ଷତା କରିଥିଲେ।

ଗୁଜରାଟର ଅହମ୍ମଦାବାଦରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

August 25th, 06:42 pm

ଆଜି ଆପଣମାନେ ପରିବେଶକୁ ବନାଇ ରଖିଛନ୍ତି । ଅନେକ ଥର ମନରେ ଆସେ ଏହା କିପରି ଭାଗ୍ୟ ଯେ ଲକ୍ଷ ଲକ୍ଷ ଲୋକଙ୍କ ପ୍ରେମ ଏବଂ ସେମାନଙ୍କ ଆଶୀର୍ବାଦ, ମୁଁ ଆପଣମାନଙ୍କୁ ଯେତେ ଧନ୍ୟବାଦ କଲେ ବି ସେତେ କମ୍ ହେବ । ଦେଖନ୍ତୁ ସେଠାରେ କେହି ଛୋଟ ନରେନ୍ଦ୍ର ଛିଡ଼ା ହୋଇଗଲାଣି ।

ଗୁଜରାଟର ଅହମଦାବାଦରେ ୫୪୦୦ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

August 25th, 06:15 pm

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟର ଅହମଦାବାଦରେ ୫୪ ଶହ କୋଟିର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିଛନ୍ତି । ସମବେତ ଜନସଭାକୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ, ଗଣେଶ ପୂଜା ଲାଗି ସାରା ଦେଶ ଏବେ ଉତ୍ସବମୁଖର ରହିଛି । ଗଣପତିଙ୍କ ଆଶୀର୍ବାଦରେ ଚଳିତ ପୂଜାଠାରୁ ଗୁଜରାଟର ବିକାଶ ଲାଗି ବିଭିନ୍ନ ଉନ୍ନତିମୂଳକ କାମର ଶୁଭାରମ୍ଭ କରାଯିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ଭାରତ-ସାଉଦି ଆରବ ଷ୍ଟ୍ରାଟେଜିକ ପାର୍ଟନରସିପ କାଉନସିଲ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଯୋଗଦାନ

April 23rd, 02:20 am

ଚଳିତବର୍ଷ ଏପ୍ରିଲ ୨୨ ତାରିଖରେ ସାଉଦି ଆରବ ଗସ୍ତ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଜେଦାହ ରୟାଲ ପ୍ୟାଲେସରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭବ୍ୟ ସ୍ୱାଗତ କରିଥିଲେ ସାଉଦି କ୍ରାଉନ ପ୍ରିନ୍ସ ତଥା ପ୍ରଧାନମନ୍ତ୍ରୀ ମହମ୍ମଦ ବିନ ସଲମାନ ।

Viksit Haryana for Viksit Bharat, this is our resolve: PM Modi in Yamuna Nagar, Haryana

April 14th, 12:00 pm

PM Modi inaugurated and laid the foundation stone of various development projects in Yamuna Nagar, Haryana. He underlined that Haryana is witnessing the double speed of development under the Union & State governments. The PM expressed pride in advancing the vision of Dr. Ambedkar. He announced that the Thermal Power Plant will benefit Haryana. The PM honored the memory of Jallianwala Bagh patriots.

ହରିୟାଣାର ଯମୁନାନଗରରେ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ତଥା ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

April 14th, 11:54 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ହରିୟାଣାର ଯମୁନା ନଗରରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିଛନ୍ତି। ହରିୟାଣାବାସୀଙ୍କୁ ଶୁଭେଚ୍ଛା ଜଣାଇ, ଏହାକୁ ମା' ସରସ୍ୱତୀଙ୍କ ଜନ୍ମସ୍ଥାନ, ମନ୍ତ୍ର ଦେବୀଙ୍କ ବାସସ୍ଥାନ, ପଞ୍ଚମୁଖୀ ହନୁମାନ ଜୀଙ୍କ ସ୍ଥାନ ଏବଂ କପାଳମୋଚନ ସାହିବଙ୍କ ଆଶୀର୍ବାଦପ୍ରାପ୍ତ ସ୍ଥାନ ଭାବରେ ସ୍ୱୀକାର କରି ହରିୟାଣାର ପବିତ୍ର ଭୂମିକୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ସେ ଏହାକୁ ‘ସଂସ୍କୃତି, ଭକ୍ତି ଏବଂ ସମର୍ପଣର ସଂଗମ’ ଭାବରେ ବର୍ଣ୍ଣନା କରିଥିଲେ। ସେ ବାବାସାହେବ ଆମ୍ବେଦକରଙ୍କ ୧୩୫ତମ ଜୟନ୍ତୀ ଅବସରରେ ସମସ୍ତ ନାଗରିକଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି । ସେ ବାବାସାହେବଙ୍କ ଦୂରଦୃଷ୍ଟି ଏବଂ ପ୍ରେରଣାର ସ୍ମୃତିଚାରଣ କରିଥିଲେ, ଯାହା ଭାରତର ବିକାଶ ଯାତ୍ରାରେ ମାର୍ଗଦର୍ଶନ କରିଚାଲିଛି।

ମଧ୍ୟପ୍ରଦେଶର ଭୋପାଳରେ ବିଶ୍ୱ ନିବେଶକ ସମ୍ମିଳନୀ 2025ର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

February 24th, 10:35 am

ସର୍ବପ୍ରଥମେ, ଏଠାକୁ ଆସିବାକୁ ବିଳମ୍ବ କରିଥିବାରୁ ମୁଁ ଆପଣ ସମସ୍ତଙ୍କୁ କ୍ଷମା ମାଗୁଛି। ବିଳମ୍ବ ହେଲା କାରଣ ଗତକାଲି ଯେତେବେଳେ ମୁଁ ଏଠାରେ ପହଞ୍ଚିଲି, ମୋ ମନରେ ଗୋଟିଏ କଥା ଆସିଲା ଯେ ଆଜି ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପରୀକ୍ଷା, ଏବଂ ସେମାନଙ୍କର ଏକା ସମୟରେ ବାହାରିବା ବହୁତ ଭିଡ ହୋଇଯିବ ଏବଂ ସେହି କାରଣରୁ, ଏକ ସମ୍ଭାବନା ଥିଲା ଯେ ଯଦି ସୁରକ୍ଷା କାରଣରୁ ରାସ୍ତା ବନ୍ଦ ହୋଇଯାଏ, ତେବେ ପିଲାମାନଙ୍କୁ ପରୀକ୍ଷା ଦେବାକୁ ଯିବାରେ ଅସୁବିଧା ହେବ। ଏବଂ ମୁଁ ଭାବିଲି ଯେ ପିଲାମାନେ ସେମାନଙ୍କ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବା ପରେ ହିଁ ମୁଁ ରାଜଭବନରୁ ବାହାରିବି, ଯେଉଁଥିପାଇଁ ମୁଁ ମୋର ପ୍ରସ୍ଥାନରେ 15-20 ମିନିଟ୍ ବିଳମ୍ବ କଲି ଏବଂ ଆପଣଙ୍କୁ ହୋଇଥିବା ଅସୁବିଧା ପାଇଁ ମୁଁ ପୁଣି ଥରେ କ୍ଷମା ମାଗୁଛି।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ମଧ୍ୟପ୍ରଦେଶର ଭୋପାଳ ଠାରେ ବିଶ୍ୱ ନିବେଶକ ସମ୍ମିଳନୀ ୨୦୨୫ ଉଦଘାଟିତ

February 24th, 10:30 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମଧ୍ୟପ୍ରଦେଶର ଭୋପାଳ ଠାରେ ବିଶ୍ୱ ନିବେଶକ ସମ୍ମିଳନୀ (ଜିଆଇଏସ) ୨୦୨୫କୁ ଉଦଘାଟନ କରିଛନ୍ତି । ସମାବେଶକୁ ସମ୍ବୋଧିତ କରି ସେ ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ବୋର୍ଡ ପରୀକ୍ଷା ଥିବାରୁ କାର୍ଯ୍ୟକ୍ରମରେ ଯୋଗ ଦେବାରେ ବିଳମ୍ବ ପାଇଁ କ୍ଷମା ପ୍ରାର୍ଥନା କରିଥିଲେ ଏବଂ ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଆସିବା ସମୟରେ ତାଙ୍କ ଲାଗି ଉଦ୍ଦିଷ୍ଟ ସୁରକ୍ଷା ବ୍ୟବସ୍ଥା ଛାତ୍ରଛାତ୍ରୀଙ୍କୁ ଅସୁବିଧାରେ ପକାଇଥାନ୍ତା ବୋଲି କହିଥିଲେ । ରାଜା ଭୋଜଙ୍କ ଭୂମିରେ ନିବେଶକ ଓ ବ୍ୟବସାୟୀ ନେତୃବର୍ଗଙ୍କୁ ସ୍ୱାଗତ କରିବା ତାଙ୍କ ପାଇଁ ଅତ୍ୟନ୍ତ ଗୌରବର ବିଷୟ ବୋଲି ଶ୍ରୀ ମୋଦୀ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଆଜିର କାର୍ଯ୍ୟକ୍ରମ ଗୁରୁତ୍ୱପୂର୍ଣ୍ଣ କାରଣ, ବିକଶିତ ଭାରତ ଅଭିମୁଖେ ଯାତ୍ରାରେ ବିକଶିତ ମଧ୍ୟପ୍ରଦେଶ ମଧ୍ୟ ଜରୁରୀ । ଶିଖର ସମ୍ମିଳନୀର ଏକ ଚମତ୍କାର ଆୟୋଜନ ପାଇଁ ସେ ମଧ୍ୟପ୍ରଦେଶ ସରକାରଙ୍କୁ ଅଭିନନ୍ଦନ ଜଣାଇଥିଲେ ।

'ଉତ୍କର୍ଷ ଓଡ଼ିଶା'ରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ - ଭୁବନେଶ୍ୱରରେ ମେକ୍ ଇନ୍ ଓଡ଼ିଶା ସମ୍ମିଳନୀ

January 28th, 11:30 am

ରାଜ୍ୟପାଳ ଶ୍ରୀ ହରି ବାବୁ, ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଜୀ, କେନ୍ଦ୍ର କ୍ୟାବିନେଟରେ ମୋର ସହଯୋଗୀ ମନ୍ତ୍ରୀଗଣ, ଓଡ଼ିଶା ସରକାରଙ୍କ ମନ୍ତ୍ରୀ, ସାଂସଦ, ବିଧାୟକ, ଶିଳ୍ପ ଓ ବ୍ୟବସାୟ ଜଗତର ପ୍ରମୁଖ ଉଦ୍ୟୋଗୀ, ଦେଶ ଓ ବିଶ୍ୱର ନିବେଶକ ଏବଂ ଓଡ଼ିଶାର ମୋର ପ୍ରିୟ ଭାଇ ଭଉଣୀମାନେ !

ଭୁବନେଶ୍ୱରରେ 'ଉତ୍କର୍ଷ ଓଡ଼ିଶା' - ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ ୨୦୨୫ର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

January 28th, 11:00 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭୁବନେଶ୍ୱରରେ ଉତ୍କର୍ଷ ଓଡ଼ିଶା-ମେକ୍ ଇନ୍ ଓଡ଼ିଶା ସମ୍ମିଳନୀ ୨୦୨୫ ଏବଂ ମେକ୍ ଇନ୍ ଓଡ଼ିଶା ପ୍ରଦର୍ଶନୀକୁ ଉଦଘାଟନ କରିଛନ୍ତି । ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଜାନୁଆରୀ ୨୦୨୫ରେ ଏହା ତାଙ୍କର ଦ୍ୱିତୀୟ ଓଡ଼ିଶା ଗସ୍ତ । ପ୍ରବାସୀ ଭାରତୀୟ ଦିବସ ୨୦୨୫ର ଉଦଘାଟନ ପାଇଁ ତାଙ୍କର ଗସ୍ତକୁ ମନେପକାଇ ସେ ଏପରି କହିଥିଲେ । ଏହା ଓଡ଼ିଶାରେ ଏପର୍ଯ୍ୟନ୍ତ ଅନୁଷ୍ଠିତ ସର୍ବବୃହତ୍ ବ୍ୟବସାୟ ସମ୍ମିଳନୀ ବୋଲି ଉଲ୍ଲେଖ କରି ଶ୍ରୀ ମୋଦୀ କହିଥିଲେ ଯେ ମେକ୍ ଇନ୍ ଓଡ଼ିଶା ୨୦୨୫ରେ ୫ରୁ ୬ ଗୁଣ ଅଧିକ ନିବେଶକ ଅଂଶଗ୍ରହଣ କରିଛନ୍ତି। ଏହି ଭବ୍ୟ କାର୍ଯ୍ୟକ୍ରମ ଆୟୋଜନ କରିଥିବାରୁ ସେ ଓଡ଼ିଶାବାସୀ ଓ ସରକାରଙ୍କୁ ଅଭିନନ୍ଦନ ଜଣାଇଥିଲେ।

Congress wants to loot your property and distribute it among its favorite vote bank: PM in Betul

April 24th, 03:00 pm

Prime Minister Narendra Modi addressed massive public gatherings in Madhya Pradesh’s Betul, reaffirming the strong support of the people for the BJP government and emphasizing the importance of stable governance for development.

Congress wants to snatch your property and impose inheritance tax: PM Modi in Sagar

April 24th, 03:00 pm

Prime Minister Narendra Modi addressed a massive public gathering today in Sagar, Madhya Pradesh, reaffirming the strong support of the people for the BJP government and emphasizing the importance of stable governance for development.

PM Modi addresses public meetings in Sagar and Betul, Madhya Pradesh

April 24th, 02:50 pm

Prime Minister Narendra Modi addressed massive public gatherings in Madhya Pradesh’s Sagar and Betul, reaffirming the strong support of the people for the BJP government and emphasizing the importance of stable governance for development.

India is emphasizing the development of environmentally conscious energy sources to enhance our energy mix: PM Modi

February 06th, 12:00 pm

PM Modi inaugurated India Energy Week 2024 in Goa. India is the world's third largest energy, oil and LPG consumer. Furthermore, he said India is the fourth largest LNG importer and refiner along with the fourth largest mobile market.

ଭାରତ ଶକ୍ତି ସପ୍ତାହ ୨୦୨୪ କୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ

February 06th, 11:18 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୋଆରେ ଭାରତୀୟ ଶକ୍ତି ସପ୍ତାହ ୨୦୨୪କୁ ଉଦଘାଟନ କରିଛନ୍ତି । ଇଣ୍ଡିଆ ଏନର୍ଜି ସପ୍ତାହ ୨୦୨୪ ହେଉଛି ଭାରତର ସର୍ବବୃହତ ଏବଂ ଏକମାତ୍ର ସର୍ବବ୍ୟାପୀ ଶକ୍ତି ପ୍ରଦର୍ଶନୀ ଏବଂ ସମ୍ମିଳନୀ, ଯାହା ଭାରତର ଶକ୍ତି ପରିବର୍ତ୍ତନ ଲକ୍ଷ୍ୟକୁ ପ୍ରୋତ୍ସାହିତ କରିବା ପାଇଁ ସମଗ୍ର ଶକ୍ତି ମୂଲ୍ୟ ଶୃଙ୍ଖଳାକୁ ଏକାଠି କରିଥାଏ । ପ୍ରଧାନମନ୍ତ୍ରୀ ଗ୍ଲୋବାଲ ତୈଳ ଓ ଗ୍ୟାସ ସିଇଓ ଏବଂ ବିଶେଷଜ୍ଞମାନଙ୍କ ସହ ଏକ ରାଉଣ୍ଡ ଟେବୁଲ ବୈଠକ ମଧ୍ୟ କରିଥିଲେ ।

ଓଡିଶାର ସମ୍ବଲପୁର ଠାରେ ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ ତଥା ଭିତିପ୍ରସ୍ତର ସ୍ଥାପନ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳପାଠ

February 03rd, 02:10 pm

ଓଡିଶାର ରାଜ୍ୟପାଳ ରଘୁବର ଦାସ ଜୀ, ମୁଖ୍ୟମନ୍ତ୍ରୀ ତଥା ମୋର ବନ୍ଧୁ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଜୀ, କେନ୍ଦ୍ରିୟ ମନ୍ତ୍ରୀମଣ୍ଡଳରେ ମୋର ସହଯୋଗୀ ଧର୍ମେନ୍ଦ୍ର ପ୍ରଧାନ ଜୀ, ଅଶ୍ୱୀନି ବୈଷ୍ଣବ ଜୀ, ବିଶ୍ୱେଶର ଟୁଡୁ ଜୀ, ସସଂଦରେ ମୋର ସାଥୀ ନିତେଶ ଗଙ୍ଗଦେବ ଜୀ, ଆଇଆଇଏମ୍ ସମ୍ବଲପୁରର ନିର୍ଦେଶକ ପ୍ରଫେସର୍ ମହାଦେବ ଜୟସ୍ୱାଲ୍‌, ଅନ୍ୟ ମହାନୁଭବ, ଭାଇ ଓ ଭଉଣୀମାନେ ।

ସମ୍ବଲପୁରରେ ୬୮,୦୦୦ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପର ଉଦଘାଟନ, ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପଣ ଏବଂ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

February 03rd, 02:07 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଓଡ଼ିଶାର ସମ୍ବଲପୁରରେ ୬୮,୦୦୦ କୋଟିରୁ ଅଧିକ ଟଙ୍କାର ଏକାଧିକ ପ୍ରକଳ୍ପକୁ ଉଦଘାଟନ, ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପଣ ଏବଂ ଶିଳାନ୍ୟାସ କରିଛନ୍ତି । ଏସବୁ ପ୍ରକଳ୍ପରେ ପ୍ରାକୃତିକ ବାଷ୍ପ, କୋଇଲା ଏବଂ ଶକ୍ତି ପ୍ରକଳ୍ପ ରହିଛି ଯାହା ଇନ୍ଧନ କ୍ଷେତ୍ରକୁ ପ୍ରୋତ୍ସାହିତ କରିବ। ଏହାବ୍ୟତୀତ ସଡ଼କ, ରେଳ ଏବଂ ଉଚ୍ଚ ଶିକ୍ଷା କ୍ଷେତ୍ର ସହ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ମଧ୍ୟ ସାମିଲ ରହିଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଆଇଆଇଏମ୍ ସମ୍ବଲପୁର ମଡେଲ୍ ଓ ଫଟୋ ପ୍ରଦର୍ଶନୀ ବୁଲି ଦେଖିଥିଲେ।

ମଧ୍ୟପ୍ରଦେଶର ଚିତ୍ରକୁଟରେ ଲେଫ୍ଟନାଣ୍ଟ ଶ୍ରୀ ଅରବିନ୍ଦ ଭାଇ ମଫତଲାଲଙ୍କ ଜନ୍ମଶତବାର୍ଷିକୀ ପାଳନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

October 27th, 02:46 pm

ମଧ୍ୟପ୍ରଦେଶର ରାଜ୍ୟପାଳ ଶ୍ରୀ ମଙ୍ଗୁଭାଇ ପଟେଲ, ମୁଖ୍ୟମନ୍ତ୍ରୀ ଭାଇ ଶିବରାଜ ଜୀ, ସଦଗୁରୁ ସେବା ସଂଘ ଟ୍ରଷ୍ଟର ସମସ୍ତ ସଦସ୍ୟଗଣ, ମହିଳା ଏବଂ ଭଦ୍ରଲୋକମାନେ!

ମଧ୍ୟପ୍ରଦେଶର ଚିତ୍ରକୁଟଠାରେ ସ୍ୱର୍ଗତ ଶ୍ରୀ ଅରବିନ୍ଦ ଭାଇ ମଫତଲାଲଙ୍କ ଶତବାର୍ଷିକୀ ପାଳନକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ

October 27th, 02:45 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମଧ୍ୟପ୍ରଦେଶର ଚିତ୍ରକୁଟଠାରେ ସ୍ୱର୍ଗତ ଶ୍ରୀ ଅରବିନ୍ଦ ଭାଇ ମଫତଲାଲଙ୍କ ଶତବାର୍ଷିକୀ ପାଳନ ଅବସରରେ ଆୟୋଜିତ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଥିଲେ । ଶ୍ରୀ ସଦଗୁରୁ ସେବା ସଂଘ ଟ୍ରଷ୍ଟ ୧୯୬୮ ମସିହାରେ ପରମ ପୂଜ୍ୟ ରଣଛୋଡ଼ ଦାସଜୀ ମହାରାଜଙ୍କ ଦ୍ୱାରା ସ୍ଥାପିତ ହୋଇଥିଲା । ଶ୍ରୀ ଅରବିନ୍ଦ ଭାଇ ମଫତଲାଲ ପରମ ପୂଜ୍ୟ ରଣଛୋଡ଼ ଦାସଜୀ ମହାରାଜଙ୍କ ଠାରୁ ପ୍ରେରଣା ପାଇଥିଲେ ଏବଂ ଟ୍ରଷ୍ଟ ପ୍ରତିଷ୍ଠାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଶ୍ରୀ ଅରବିନ୍ଦ ଭାଇ ମଫତଲାଲ ସ୍ୱାଧୀନତା ପରବର୍ତ୍ତୀ ଭାରତର ଅନ୍ୟତମ ଅଗ୍ରଣୀ ଉଦ୍ୟୋକ୍ତା ଥିଲେ, ଯିଏ ଦେଶର ବିକାଶ କାହାଣୀରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ।