Prime Minister greets all CRPF personnel on their Raising Day
July 27th, 02:13 pm
Prime Minister Shri Narendra Modi today extended his greetings to all CRPF personnel on their Raising Day. He stated that the CRPF has distinguished itself through its unwavering courage and commitment to duty.India-New Zealand relationship built on enduring friendship, shared values, common commitment: PM Modi in Auckland
July 11th, 01:15 pm
PM Modi addressed a vibrant community event in Auckland, praising the Indian diaspora as a strong bridge between India and New Zealand. He highlighted the elevation of bilateral ties to a Strategic Partnership, celebrated 100 years of sporting ties between the two countries and underscored the shared heritage and deepening partnership between the two nations.ନ୍ୟୁଜିଲ୍ୟାଣ୍ଡରେ ପ୍ରବାସୀ ଭାରତୀୟଙ୍କୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ
July 11th, 12:35 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଅକ୍ଲାଣ୍ଡଠାରେ ଆୟୋଜିତ “କିଆ ଓରା ମୋଦୀ” କାର୍ଯ୍ୟକ୍ରମରେ ନ୍ୟୁଜିଲ୍ୟାଣ୍ଡରେ ରହୁଥିବା ପ୍ରବାସୀ ଭାରତୀୟଙ୍କ ଏକ ବିଶାଳ ସମାବେଶକୁ ସମ୍ବୋଧିତ କରିଛନ୍ତି। ଏହି ସମାରୋହରେ ନ୍ୟୁଜିଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ଶ୍ରୀ କ୍ରିଷ୍ଟୋଫର ଲକ୍ସନ ମଧ୍ୟ ସାମିଲ ହୋଇଥିଲେ। ପ୍ରାୟ ୧୦,୦୦୦ରୁ ଅଧିକ ପ୍ରବାସୀ ଭାରତୀୟଙ୍କ ଉପସ୍ଥିତି ଯୋଗୁଁ ଏହି ସମାବେଶ ଆନ୍ତରିକତା, ଶକ୍ତି ଏବଂ ବେଶ୍ ଉତ୍ସାହରେ ପରିପୂର୍ଣ୍ଣ ଥିଲା।ନ୍ୟୁଜିଲାଣ୍ଡର ପ୍ରଧାନମନ୍ତ୍ରୀଙ୍କ ସହ ଆନୁଷ୍ଠାନିକ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
July 11th, 08:09 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଅକ୍ଲାଣ୍ଡ୍ ସ୍ଥିତ ଗଭର୍ଣ୍ଣମେଣ୍ଟ ହାଉସଠାରେ ନ୍ୟୁଜିଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ମାନ୍ୟବର କ୍ରିଷ୍ଟୋଫର ଲକ୍ସନଙ୍କୁ ଭେଟିଛନ୍ତି। ଗଭର୍ଣ୍ଣମେଣ୍ଟ ହାଉସରେ ପହଞ୍ଚିବା ପରେ ତାଙ୍କୁ ସେଠାକାର ପାରମ୍ପରିକ ମାଓରି ଶୈଳୀରେ ଭବ୍ୟ ସ୍ୱାଗତ କରାଯାଇଥିଲା। ଏହି ସ୍ୱାଗତ ସମାରୋହରେ ଶାନ୍ତି, ସମ୍ମାନ ଏବଂ ସୌହାର୍ଦ୍ଦ୍ୟର ପ୍ରତୀକ ସ୍ୱରୂପ ପାରମ୍ପରିକ ମାଓରି ରୀତିନୀତି ପ୍ରଦର୍ଶିତ ହୋଇଥିଲା। ଏହି ପାରମ୍ପରିକ ସ୍ୱାଗତ ପରେ ପ୍ରଧାନମନ୍ତ୍ରୀ 'ଗାର୍ଡ ଅଫ୍ ଅନର୍' ପରିଦର୍ଶନ କରିଥିଲେ।ଭାରତ-ନ୍ୟୁଜିଲ୍ୟାଣ୍ଡ ମିଳିତ ବିବୃତ୍ତି
July 11th, 07:59 am
ନ୍ୟୁଜିଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ କ୍ରିଷ୍ଟୋଫର ଲକ୍ସନ୍ଙ୍କ ନିମନ୍ତ୍ରଣରେ, ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୦ ଏବଂ ୧୧ ଜୁଲାଇ ୨୦୨୬ରେ ନ୍ୟୁଜିଲ୍ୟାଣ୍ଡର ଅକଲ୍ୟାଣ୍ଡକୁ ସରକାରୀ ଗସ୍ତରେ ଯାଇଛନ୍ତି । ୪୦ ବର୍ଷ ମଧ୍ୟରେ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ନ୍ୟୁଜିଲ୍ୟାଣ୍ଡକୁ ଏହା ପ୍ରଥମ ଗସ୍ତ, ଯାହା ଏକ ଐତିହାସିକ ମାଇଲଖୁଣ୍ଟ ଏବଂ ଦୁଇ ଦେଶ ମଧ୍ୟରେ ଦୀର୍ଘ ଦିନ ଧରି ଚାଲିଆସୁଥିବା ସ୍ଥାୟୀ ବନ୍ଧୁତା ଏବଂ ସହଭାଗୀତାର ଏକ ନୂତନ ଦିଗ ନିର୍ଦ୍ଧାରଣ କରିଛି ।ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀଙ୍କ ସହ ମିଳିତ ପ୍ରେସ ବିବୃତ୍ତିରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ
July 09th, 11:15 am
ତାଙ୍କର ବ୍ୟକ୍ତିଗତ ପ୍ରୟାସ ଏବଂ ଦୃଢ଼ ପ୍ରତିବଦ୍ଧତା ଭାରତ–ଅଷ୍ଟ୍ରେଲିଆ ସମ୍ପର୍କକୁ ନୂତନ ଉଚ୍ଚତା ଓ ବ୍ୟାପକତା ପ୍ରଦାନ କରିଛି। ତାଙ୍କର ଏହି ଅମୂଲ୍ୟ ଅବଦାନ ପାଇଁ ମୁଁ ତାଙ୍କୁ ଅଭିନନ୍ଦନ ଜଣାଉଛି।ଇଣ୍ଡୋନେସିଆ ସଂସଦରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
July 07th, 03:15 pm
ଆଜି ସକାଳେ, ମୁଁ ଇଣ୍ଡୋନେସିଆର ସର୍ବୋଚ୍ଚ ସମ୍ମାନ ପାଇବାର ସୌଭାଗ୍ୟ ମଧ୍ୟ ପାଇଲି। ମୁଁ ଲକ୍ଷ ଲକ୍ଷ ଭାରତୀୟଙ୍କ ପ୍ରତି ଇଣ୍ଡୋନେସିଆ ଲୋକଙ୍କ ସ୍ନେହକୁ ହୃଦୟର ସହିତ ଗ୍ରହଣ କରୁଛି। ଏହି ସମ୍ମାନ ଆମ ଉଭୟ ଦେଶର ଗଣତାନ୍ତ୍ରିକ ମୂଲ୍ୟବୋଧ, ଆମର ସହଭାଗୀ ଐତିହ୍ୟ ଏବଂ ଆମର ସୁଦୃଢ଼ ସମ୍ପର୍କର ପ୍ରମାଣ। ମୁଁ ଆପଣ ସମସ୍ତଙ୍କୁ, ରାଷ୍ଟ୍ରପତି ପ୍ରବୋଓଙ୍କୁ, ଇଣ୍ଡୋନେସିଆ ସରକାର ଏବଂ ଏହାର ଜନସାଧାରଣଙ୍କୁ ମୋର ହୃଦୟର କୃତଜ୍ଞତା ଜଣାଉଛି।Prime Minister addresses the Parliament of Indonesia
July 07th, 03:00 pm
Addressing the Parliament of Indonesia in Jakarta, PM Modi spoke about the deep civilisational and democratic ties between India and Indonesia. He also highlighted their maritime partnership, proposed the Ganga-Mahakam Vision and called for closer cooperation across development, security and the Global South, while reaffirming a free, open, inclusive and rules-based Indo-Pacific.ଇଣ୍ଡୋନେସିଆ ରାଷ୍ଟ୍ରପତିଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ମିଳିତ ପ୍ରେସ ବିବୃତ୍ତି
July 07th, 11:21 am
ଆଜି ସକାଳେ, ମୋତେ ଅତ୍ୟନ୍ତ ଆନ୍ତରିକ ସ୍ନେହ ଓ ସମ୍ମାନର ସହିତ ଇଣ୍ଡୋନେସିଆର ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନିତ କରାଯାଇଛି। ଏହି ସମ୍ମାନ କୋଟି କୋଟି ଭାରତବାସୀଙ୍କର ସମ୍ମାନ। ଏହା ଇଣ୍ଡୋନେସିଆର ଜନସାଧାରଣଙ୍କ ସ୍ନେହ ଓ ଭାବନାର ପ୍ରତୀକ। ଏହି ସମ୍ମାନ ପାଇଁ ମୁଁ, ରାଷ୍ଟ୍ରପତି ପ୍ରବୋଓ, ଇଣ୍ଡୋନେସିଆର ସରକାର ଏବଂ ଏଠାକାର ଜନସାଧାରଣଙ୍କୁ ହୃଦୟର ସହ ଧନ୍ୟବାଦ ଜଣାଉଛି।ଜାପାନ ପ୍ରଧାନମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ମିଳିତ ପ୍ରେସ ବିବୃତ୍ତି
July 02nd, 01:30 pm
ଭାରତ-ଜାପାନ ବାର୍ଷିକ ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ତାକାଇଚିଙ୍କୁ ଭାରତରେ ସ୍ୱାଗତ ଜଣାଇ ମୁଁ ଅତ୍ୟନ୍ତ ଆନନ୍ଦିତ। ଏହା ତାଙ୍କର ପ୍ରଥମ ଭାରତ ଗସ୍ତ।ମରିସସର ପ୍ରଧାନମନ୍ତ୍ରୀଙ୍କୁ ଭେଟିଛନ୍ତି ପ୍ରଧାନମନ୍ତ୍ରୀ
June 28th, 08:45 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିକ୍ଟୋରିଆ, ମାହେରେ ମରିସସର ପ୍ରଧାନମନ୍ତ୍ରୀ ମହାମହିମ ଡକ୍ଟର ନବୀନଚନ୍ଦ୍ର ରାମଗୁଲାମଙ୍କୁ ଭେଟିଛନ୍ତି। ସେଚେଲ୍ସର ସୁବର୍ଣ୍ଣ ଜୟନ୍ତୀ ଜାତୀୟ ଦିବସ ପାଳନ ଅବସରରେ ନେତାମାନେ ସାକ୍ଷାତ କରିଥିଲେ। ପ୍ରଧାନମନ୍ତ୍ରୀ ରାମଗୁଲାମ ନଭେମ୍ବର ୨୦୨୪ ରେ ଦାୟିତ୍ୱ ଗ୍ରହଣ କରିବା ପରେ ଏହା ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଚତୁର୍ଥ ସାକ୍ଷାତ ଥିଲା।ଫ୍ରାନ୍ସର ଏଭିୟନଠାରେ ଜି-୭ ଶିଖର ସମ୍ମିଳନୀ ଅବସରରେ ଆମେରିକା ରାଷ୍ଟ୍ରପତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
June 18th, 05:04 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷର ଅନ୍ତ ଘଟାଇବା ସହିତ ଏକ ବ୍ୟାପକ କ୍ଷେତ୍ରରେ ଶାନ୍ତି ଓ ସ୍ଥିରତା ଫେରାଇ ଆଣିବା ପାଇଁ ହୋଇଥିବା ଚୁକ୍ତିରେ ରାଷ୍ଟ୍ରପତି ଟ୍ରମ୍ପଙ୍କ ପ୍ରୟାସକୁ ପ୍ରଶଂସା କରିଛନ୍ତି । ସେ ହର୍ମୁଜ୍ ପ୍ରଣାଳୀରେ ମୁକ୍ତ ନୌପରିବହନ ଏବଂ ବାଧାମୁକ୍ତ ବାଣିଜ୍ୟ ବଜାୟ ରଖିବା ତଥା ନାବିକମାନଙ୍କ ସୁରକ୍ଷା ସୁନିଶ୍ଚିତ କରିବାର ଆବଶ୍ୟକତା ଉପରେ ମଧ୍ୟ ଗୁରୁତ୍ୱାରୋପ କରିଛନ୍ତି ।ଜି-୭ ଶିଖର ସମ୍ମିଳନୀ ଅବସରରେ ସଂଯୁକ୍ତ ଆରବ ଏମିରେଟ୍ସର ରାଷ୍ଟ୍ରପତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ
June 17th, 12:38 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଫ୍ରାନ୍ସର ଏଭିଆନ୍ରେ ଅନୁଷ୍ଠିତ ଜି-୭ ଶିଖର ସମ୍ମିଳନୀ ଅବସରରେ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ର ରାଷ୍ଟ୍ରପତି ମହାମହିମ ଶେଖ ମହମ୍ମଦ ବିନ୍ ଜାୟେଦ୍ ଅଲ୍ ନାହ୍ୟାନଙ୍କ ସହ ସାକ୍ଷାତ କରିଥିଲେ। ୨୦୨୬ ମସିହାରେ ଉଭୟ ନେତାଙ୍କ ମଧ୍ୟରେ ଏହା ତୃତୀୟ ବୈଠକ ଥିଲା, ଯାହା ଭାରତ-ୟୁଏଇ ବ୍ୟାପକ ରଣନୀତିକ ସହଭାଗିତାର ଦୃଢ଼ ଏବଂ ସଜୀବ ସମ୍ପର୍କକୁ ପ୍ରତିଫଳିତ କରୁଛି।ମିଳିତ ଜାତିସଂଘର ମିଲିଟାରୀ ଜେଣ୍ଡର ଆଡଭୋକେଟ୍ ଅଫ୍ ଦି ଇୟର୍ ପୁରସ୍କାର ପାଇଥିବାରୁ ମେଜର ଅଭିଲାଷା ବାରାକଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ
June 07th, 02:06 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମିଳିତ ଜାତିସଂଘର ମିଲିଟାରୀ ଜେଣ୍ଡର ଆଡଭୋକେଟ୍ ଅଫ୍ ଦି ଇୟର୍ ପୁରସ୍କାର ପାଇଥିବାରୁ ମେଜର ଅଭିଲାଷା ବାରାକଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ମେଜର ବାରାକ ଲେବାନନରେ ମିଳିତ ଜାତିସଂଘର ଅନ୍ତରୀଣ ବାହିନୀ (ୟୁଏନଆଇଏଫଆଇଏଲ) ମଧ୍ୟରେ ଏକ ଏନଗେଜମେଣ୍ଟ ଟିମ୍ କମାଣ୍ଡର ଏବଂ ଜେଣ୍ଡର ଫୋକାଲ ପଏଣ୍ଟ ଭାବେ କାର୍ଯ୍ୟ କରୁଛନ୍ତି।ଋଷି ପତଞ୍ଜଳି ଏବଂ ଯୋଗର ଗୁଣକୁ ସମ୍ମାନ ଜଣାଇ ଏକ ସଂସ୍କୃତ ସୁଭାଶିତମ୍ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ
June 04th, 09:16 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଋଷି ପତଞ୍ଜଳିଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ ଏବଂ ଯୋଗର ଗଭୀର ଲାଭ ଉପରେ ଆଲୋକପାତ କରୁଥିବା ଏକ ସଂସ୍କୃତ ସୁଭାଶିତମ ସେୟାର କରିଛନ୍ତି। ଶ୍ରୀ ମୋଦୀ କହିଥିଲେ ଯେ ଯୋଗର ନିୟମିତ ଅଭ୍ୟାସ ଶରୀରକୁ ସୁସ୍ଥ ଏବଂ ମନକୁ ଶାନ୍ତ ରଖିଥାଏ ଏବଂ ଏହାକୁ ଦୈନନ୍ଦିନ କାର୍ଯ୍ୟର ଏକ ଅଂଶ କରିବା ଦ୍ୱାରା ଜୀବନ ସନ୍ତୁଳିତ ଏବଂ ଶକ୍ତିଶାଳୀ ହୋଇଥାଏ।ପ୍ରକୃତ ଜ୍ଞାନର ପରିବର୍ତ୍ତନକାରୀ ଶକ୍ତି ଉପରେ ଆଲୋକପାତ କରି ଏକ ସଂସ୍କୃତ 'ସୁଭାଶିତମ୍ ’ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ
May 26th, 09:20 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଯେ ପ୍ରକୃତ ଜ୍ଞାନ ରାଷ୍ଟ୍ର, ସମାଜ ଏବଂ ସମଗ୍ର ମାନବତାର କଲ୍ୟାଣ ପାଇଁ ପଥ ପରିଷ୍କାର କରିଥାଏ। ସେ ଉଲ୍ଲେଖ କରିଥିଲେ ଯେ ଏହା ଗୁରୁତ୍ୱପୂର୍ଣ୍ଣ ଯେ ଆମର ଜ୍ଞାନ ଏବଂ କାର୍ଯ୍ୟ ସମସ୍ତ ମାନବଜାତି ପାଇଁ ପ୍ରେରଣାର ଉତ୍ସ ହେଉ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଲେ ଆମେରିକା ବିଦେଶ ମନ୍ତ୍ରୀ
May 23rd, 04:20 pm
ଆମେରିକା ବିଦେଶ ମନ୍ତ୍ରୀ ମାର୍କୋ ରୁବିଓ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି ।ସାଇପ୍ରସ ଗଣରାଜ୍ୟର ରାଷ୍ଟ୍ରପତିଙ୍କ ଗସ୍ତ ସମ୍ପର୍କରେ ମିଳିତ ବିବୃତ୍ତି
May 22nd, 09:31 pm
ସାଇପ୍ରସ୍ ଗଣରାଜ୍ୟର ରାଷ୍ଟ୍ରପତି ଶ୍ରୀ ନିକୋସ୍ କ୍ରିଷ୍ଟୋଡୋଲିଡେସ୍, ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନିମନ୍ତ୍ରଣ କ୍ରମେ ୨୦ - ୨୩ ମେ’ ୨୦୨୬ ପର୍ଯ୍ୟନ୍ତ ଭାରତ ଗସ୍ତରେ ଆସିଛନ୍ତି। ଏହା ସାଇପ୍ରସର ୟୁରୋପୀୟ ସଂଘ ପରିଷଦର ସଭାପତିତ୍ୱ ସମୟରେ ଅନୁଷ୍ଠିତ ହେଉଥିବାରୁ ଏହି ଗସ୍ତର ବିଶେଷ ଗୁରୁତ୍ୱ ରହିଛି।ଆମ ମାତୃଭୂମିର ପବିତ୍ର ଐତିହ୍ୟ ଉପରେ ଆଲୋକପାତ କରୁଥିବା ଏବଂ ସାର୍ବଜନୀନ ସମୃଦ୍ଧି ପାଇଁ ପ୍ରାର୍ଥନା କରୁଥିବା ଏକ ସଂସ୍କୃତ ସୁଭାଶିତମ୍ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ
May 21st, 09:04 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ସଂସ୍କୃତ ସୁଭାଶିତମ୍ ସେୟାର କରି କହିଛନ୍ତି ଯେ ଆମ ମାତୃଭୂମି ଆଧ୍ୟାତ୍ମିକ ଅଭ୍ୟାସ ଏବଂ ପୂଜା ସହିତ ସାହସ, ଶକ୍ତି ଏବଂ ସାର୍ବଜନୀନ କଲ୍ୟାଣର ପବିତ୍ର ଭୂମି । ଶ୍ରୀ ମୋଦୀ ତାଙ୍କର ଆନ୍ତରିକ କାମନା ବ୍ୟକ୍ତ କରିଥିଲେ ଯେ ମହାନ ଐତିହ୍ୟ ଏବଂ ପ୍ରାଚୀନ ସଂସ୍କୃତିର ଏହି ପବିତ୍ର ଭୂମି ସର୍ବଦା ସମସ୍ତଙ୍କୁ ସୁଖ ଏବଂ ସମୃଦ୍ଧିରେ ପରିପୂର୍ଣ୍ଣ ରଖିବ।ତୃତୀୟ ଭାରତ-ନୋର୍ଡିକ୍ ଶିଖର ସମ୍ମିଳନୀରେ ମିଳିତ ପ୍ରେସ୍ ବିବୃତ୍ତି ସମୟରେ ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟ
May 19th, 04:25 pm
ଆଜି ତୃତୀୟ ଭାରତ-ନର୍ଡିକ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରି ମୁଁ ଅତ୍ୟନ୍ତ ଆନନ୍ଦିତ । ସର୍ବପ୍ରଥମେ, ମୁଁ ଏହି ଶିଖର ସମ୍ମିଳନୀ ଆୟୋଜନ କରିବା ପାଇଁ ନରୱେର ପ୍ରଧାନମନ୍ତ୍ରୀଙ୍କୁ ସହୃଦୟରୁ ଧନ୍ୟବାଦ ଜଣାଉଛି। ଏଠାରେ ଉପସ୍ଥିତ ସମସ୍ତ ନର୍ଡିକ ନେତାମାନଙ୍କୁ ମଧ୍ୟ ମୁଁ ସ୍ୱାଗତ କରୁଛି।