ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ୧୨୫ତମ ଜନ୍ମ ଜୟନ୍ତୀରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
July 06th, 06:47 pm
କେନ୍ଦ୍ର କ୍ୟାବିନେଟର ମୋର ସହଯୋଗୀ ଅମିତ ଶାହ ଭାଇ , ଗଜେନ୍ଦ୍ର ସିଂହ ଶେଖାୱତ, ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ, ବରିଷ୍ଠ ବିଜେପି ସଦସ୍ୟ ଏବଂ ଆମ ଭଳି ଲକ୍ଷ-ଲକ୍ଷ କର୍ମୀଙ୍କ ପ୍ରେରଣା, ଶ୍ରୀ ମାଖନଲାଲ ଜୀ, ବିଜେପି ରାଜ୍ୟ ସଭାପତି ଶାଁମୀକ ଭଟ୍ଟାଚାର୍ଯ୍ୟ, ମାନ୍ୟବର ଜନପ୍ରତିନିଧିଗଣ, ସମ୍ମାନିତ ଅତିଥି, ମହିଳା ଏବଂ ଭଦ୍ରବ୍ୟକ୍ତିମାନେ !ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ୧୨୫ତମ ଜନ୍ମ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ
July 06th, 06:17 pm
ନୂଆଦିଲ୍ଲୀ: ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ୧୨୫ତମ ଜୟନ୍ତୀ ଅବସରରେ ଆଜି ଆୟୋଜିତ ସମାବେଶକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ସମ୍ବୋଧିତ କରିଛନ୍ତି। ପୂର୍ବ ନିର୍ଦ୍ଧାରିତ ଭ୍ରମଣ ସୂଚୀ ହେତୁ ନିଜର ଶାରୀରିକ ଅନୁପସ୍ଥିତି ସମ୍ପର୍କରେ ସୂଚନା ଦେଇ ସେ ଏହି ଗୁରୁତ୍ୱପୂର୍ଣ୍ଣ ଅବସରରେ ଭୌଗୋଳିକ ଦୂରତାକୁ ଦୂର କରିବାରେ ଡିଜିଟାଲ୍ ସଂଯୋଗୀକରଣର ଅଦ୍ଭୁତ ଶକ୍ତି ଉପରେ ଗୁରୁତ୍ୱାରୋପ କରିଛନ୍ତି। ପ୍ରଯୁକ୍ତିବିଦ୍ୟାର ସହାୟତାରେ, ମୁଁ ଏହି ଐତିହାସିକ କାର୍ଯ୍ୟକ୍ରମରେ ଆପଣମାନଙ୍କ ସହ ଜଡ଼ିତ ହେଉଛି, ବୋଲି ଶ୍ରୀ ମୋଦୀ କହିଛନ୍ତି।ପଶ୍ଚିମବଙ୍ଗର ତାରକେଶ୍ୱରରେ ପଶ୍ଚିମବଙ୍ଗ ଦିବସ ପାଳନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
June 20th, 05:13 pm
ନିର୍ବାଚନ ଏବଂ ଶପଥ ଗ୍ରହଣ ପରେ ପ୍ରଥମ ଥର ପାଇଁ ମୋତେ ଆପଣମାନଙ୍କ ସହିତ ରହିବାର ସୌଭାଗ୍ୟ ମିଳିଛି । ବାବା ତାରକନାଥ ଏବଂ ବଙ୍ଗଳାର ଏହି ପବିତ୍ର ଭୂମିରେ ପଶ୍ଚିମବଙ୍ଗ ଦିବସର ଐତିହାସିକ ଦିବସ ଅବସରରେ ଏତେ ସଂଖ୍ୟାରେ ଆପଣମାନଙ୍କର ଯୋଗଦାନ ଦେଖି ମୁଁ ବହୁତ ଖୁସି । ପଶ୍ଚିମବଙ୍ଗର ପବନରେ ଏକ ନୂତନ ସତେଜତା ଅଛି, ଏହାର ପ୍ରତ୍ୟେକ କୋଣ ଅନୁକୋଣରୁ ଏକ ନୂତନ ସୁଗନ୍ଧ ବାହରୁଛି, ଏପରି ମନେ ହେଉଛି, ଯେମିତିକି ପଶ୍ଚିମବଙ୍ଗ ଏବେ ଶିକୁଳିରୁ ମୁକ୍ତ ହୋଇଛି । ଯେପରିକି ବଙ୍ଗଳାର ଗୌରବ ଫେରାଇ ଆଣିବାର କାର୍ଯ୍ୟ ଆରମ୍ଭ ହୋଇଛି । ଆମର ବଙ୍ଗଳା ନିଜର ନୂତନ ଭବିଷ୍ୟତର ନିର୍ମାଣରେ ନିୟୋଜିତ ହୋଇଛି ବୋଲି ଆଜିର କାର୍ଯ୍ୟକ୍ରମ ଏବଂ ଏହି ପ୍ରକଳ୍ପଗୁଡିକର ଶୁଭାରମ୍ଭ ହେଉଛି ସାକ୍ଷୀ । ବଙ୍ଗର ଲୋକଙ୍କ ମୁହଁରେ ଏହି ଚମକ, ପ୍ରତ୍ୟେକ ଗାଁରେ ଖୁସି ଏବଂ ଆତ୍ମବିଶ୍ୱାସର ଭାବନା, ଆଉ ମୁଁ ଆପଣଙ୍କ ସହିତ ଏହି ଖୁସି ବାଣ୍ଟିବାକୁ ଆସିଛି । ଆପଣଙ୍କର ଗୋଟିଏ ଭୋଟ ଏବଂ ଗୋଟିଏ ନିର୍ବାଚନ କେତେ ପରିବର୍ତ୍ତନ ଆଣିପାରେ ତାହା ପଶ୍ଚିମବଙ୍ଗରେ ସ୍ପଷ୍ଟ ଭାବରେ ଦୃଶ୍ୟମାନ ।ପଶ୍ଚିମବଙ୍ଗର ହୁଗଲି ଠାରେ ଆୟୋଜିତ ‘ପଶ୍ଚିମବଙ୍ଗ ଦିବସ’ ସମାରୋହରେ ଯୋଗଦେଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
June 20th, 05:00 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପଶ୍ଚିମବଙ୍ଗ ଦିବସ ସମାରୋହରେ ଯୋଗ ଦେଇଥିଲେ। ରାଜ୍ୟସ୍ତରୀୟ ଏହି ଉତ୍ସବ ହୁଗ୍ଲି ଜିଲ୍ଲାର ତାରକେଶ୍ୱରଠାରେ ଆୟୋଜିତ ହୋଇଥିଲା, ଯାହା ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ସହ ଜଡ଼ିତ ଏକ ଐତିହାସିକ ସ୍ଥାନ। ଚଳିତ ବର୍ଷ ପଶ୍ଚିମବଙ୍ଗ ଦିବସର ବିଷୟବସ୍ତୁ ଥିଲା: “ପଶ୍ଚିମବଙ୍ଗ: ଐତିହ୍ୟ, ସମନ୍ୱୟ ଏବଂ ବିକାଶ”, ଯାହା ରାଜ୍ୟର ସାଂସ୍କୃତିକ ସମୃଦ୍ଧି, ସାମାଜିକ ସଂହତି ଏବଂ ବିକାଶମୂଳକ ଆକାଂକ୍ଷାକୁ ପ୍ରତିଫଳିତ କରେ।ପଶ୍ଚିମବଙ୍ଗ ଦିବସ ଅବସରରେ ଶୁଭେଚ୍ଛା ଜଣାଇବା ସହିତ ଡ. ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଅବଦାନକୁ ସ୍ମରଣ କରିଛନ୍ତି ପ୍ରଧାନମନ୍ତ୍ରୀ
June 20th, 08:30 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପଶ୍ଚିମ ବଙ୍ଗ ଦିବସ ଅବସରରେ ପଶ୍ଚିମବଙ୍ଗର ଜନସାଧାରଣଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି।ପଶ୍ଚିମବଙ୍ଗର ହୁଗଲି ଠାରେ ଆୟୋଜିତ ‘ପଶ୍ଚିମବଙ୍ଗ ଦିବସ’ ସମାରୋହରେ ଯୋଗଦେଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
June 19th, 11:54 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପଶ୍ଚିମବଙ୍ଗ ଦିବସ ସମାରୋହରେ ଯୋଗ ଦେଇଥିଲେ। ରାଜ୍ୟସ୍ତରୀୟ ଏହି ଉତ୍ସବ ହୁଗ୍ଲି ଜିଲ୍ଲାର ତାରକେଶ୍ୱରଠାରେ ଆୟୋଜିତ ହୋଇଥିଲା, ଯାହା ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ସହ ଜଡ଼ିତ ଏକ ଐତିହାସିକ ସ୍ଥାନ। ଚଳିତ ବର୍ଷ ପଶ୍ଚିମବଙ୍ଗ ଦିବସର ବିଷୟବସ୍ତୁ ଥିଲା: “ପଶ୍ଚିମବଙ୍ଗ: ଐତିହ୍ୟ, ସମନ୍ୱୟ ଏବଂ ବିକାଶ”, ଯାହା ରାଜ୍ୟର ସାଂସ୍କୃତିକ ସମୃଦ୍ଧି, ସାମାଜିକ ସଂହତି ଏବଂ ବିକାଶମୂଳକ ଆକାଂକ୍ଷାକୁ ପ୍ରତିଫଳିତ କରେ।