କିମ୍ବଦନ୍ତୀ ଗାୟକ ପଙ୍କଜ ଉଧାସଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀଙ୍କ ଶୋକ

February 26th, 07:08 pm

କିମ୍ବଦନ୍ତୀ ଗାୟକ ପଙ୍କଜ ଉଧାସଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ପଙ୍କଜ ଉଧାସଙ୍କ ସହ ତାଙ୍କ ସମ୍ପର୍କକୁ ସ୍ମରଣ କରି ଶ୍ରୀ ମୋଦୀ କହିଛନ୍ତି ଯେ, ପଙ୍କଜ ଉଧାସ ଜୀ ଭାରତୀୟ ସଙ୍ଗୀତର ଏକ ପ୍ରତୀକ ଥିଲେ, ଯାହାଙ୍କ ଧୁନ୍ ପିଢ଼ି ପରେ ପିଢ଼ି ଚାଲି ଆସିଛି । ଶ୍ରୀ ମୋଦୀ ଆହୁରି କହିଥିଲେ, ତାଙ୍କ ଦେହାନ୍ତ ପରେ ସଙ୍ଗୀତ ଜଗତରେ ଏକ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି ଯାହା କେବେ ପୂରଣ ହୋଇପାରିବ ନାହିଁ ।