ଥାଇ ସରକାରକଙ୍କ ଦ୍ୱାରା ରାମକିୟେନ ଚିତ୍ରକଳା ଭିତ୍ତିକ ଆଇଷ୍ଟାମ୍ପ ଉନ୍ମୋଚନ ବିଷୟ ଉଲ୍ଲେଖ କଲେ ପ୍ରଧାନମନ୍ତ୍ରୀ

April 03rd, 09:14 pm

The Prime Minister Shri Narendra Modi highlighted the release of iStamp depicting Ramakien mural paintings by Thai Government.

ସାହିବାବାଦ ଆରଆରଟିଏସ ଷ୍ଟେସନରୁ ନ୍ୟୁ ଅଶୋକ ନଗର ଆରଆରଟିଏସ ଷ୍ଟେସନ ପର୍ଯ୍ୟନ୍ତ ନମୋ ଭାରତ ଟ୍ରେନରେ ଯାତ୍ରା ସମୟରେ ଛାତ୍ରଛାତ୍ରୀ ଏବଂ ଟ୍ରେନ୍ ଲୋକୋ ପାଇଲଟମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତାଳାପ

January 05th, 08:50 pm

ହମ୍ ତୋଡ ରହେ ହେଁ ଜୀ ଜୀଉରେଁ , ହମ ବଦଲ ରହେ ହେଁ, ତକଦିରେଁ

ନମୋ ଭାରତ ଟ୍ରେନରେ ଛାତ୍ରଛାତ୍ରୀ ଏବଂ ଲୋକୋ ପାଇଲଟ୍‌ଙ୍କ ସହ ଭାବ ବିନିମୟ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

January 05th, 08:48 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସାହିବାବାଦ ଆରଆରଟିଏସ୍ ଷ୍ଟେସନ୍‌ରୁ ନ୍ୟୁ ଅଶୋକ ନଗର ଆରଆରଟିଏସ୍ ଷ୍ଟେସନ ପର୍ଯ୍ୟନ୍ତ ନମୋ ଭାରତ ଟ୍ରେନରେ ଯାତ୍ରା କରିଥିଲେ । ତାଙ୍କର ଏହି ଯାତ୍ରା ସମୟରେ ସେ ଯୁବ ବନ୍ଧୁମାନଙ୍କ ସହିତ ଭାବ ବିନିମୟ କରିଥିଲେ, ଯେଉଁମାନେ ତାଙ୍କୁ ଅନେକ ପେଣ୍ଟିଂ ଏବଂ କଳାକୃତି ଉପହାର ଦେଇଥିଲେ ।

ସମ୍ବିଧାନ ହେଉଛି ଆମର ମାର୍ଗଦର୍ଶକ :ମନ୍ କୀ ବାତ୍ ରେ ପ୍ରଧାନମନ୍ତ୍ରୀ ମୋଦୀ

December 29th, 11:30 am

ମନ୍ କୀ ବାତ୍ ର ଏହି ଏପିସୋଡ୍ ରେ ପ୍ରଧାନମନ୍ତ୍ରୀ ମୋଦୀ ସମ୍ବିଧାନର 75ତମ ବାର୍ଷିକୀ ଏବଂ ପ୍ରୟାଗରାଜରେ ମହାକୁମ୍ଭ ପାଇଁ ପ୍ରସ୍ତୁତି ସମେତ ଭାରତର ସଫଳତା ବିଷୟରେ ପ୍ରତିଫଳନ କରିଥିଲେ। ବସ୍ତର ଅଲିମ୍ପିକ୍ସର ସଫଳତାକୁ ସେ ପ୍ରଶଂସା କରିବା ସହ ମ୍ୟାଲେରିଆ ନିରାକରଣ ଏବଂ ଆୟୁଷ୍ମାନ ଭାରତ ଯୋଜନା ଅଧୀନରେ କର୍କଟ ଚିକିତ୍ସା କ୍ଷେତ୍ରରେ ଅଗ୍ରଗତି ଭଳି ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟ ସଫଳତା ଉପରେ ଆଲୋକପାତ କରିଥିଲେ । ଏହାବ୍ୟତୀତ ଓଡ଼ିଶାର କଳାହାଣ୍ଡିରେ ହୋଇଥିବା କୃଷି ପରିବର୍ତ୍ତନକୁ ସେ ପ୍ରଶଂସା କରିଥିଲେ।

ନିଶା ନିବାରଣ ଅଭିଯାନରେ ଯୁବପିଢ଼ିଙ୍କ ଅଂଶଗ୍ରହଣ ବୃଦ୍ଧି ଅତ୍ୟନ୍ତ ଉତ୍ସାହଜନକ: ମନ କୀ ବାତ୍ ରେ ପ୍ରଧାନମନ୍ତ୍ରୀ ମୋଦୀ

July 30th, 11:30 am

ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ‘ମନ୍ କି ବାତ୍‌’ରେ ଆପଣ ସମସ୍ତଙ୍କୁ ବହୁତ ବହୁତ ସ୍ୱାଗତ । ଜୁଲାଇ ମାସ ଅର୍ଥାତ୍ ମୌସୁମୀର ମାସ, ବର୍ଷାର ମାସ । ଗତ କିଛିଦିନ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଉଦ୍‌ବେଗ ଏବଂ ଅସୁବିଧାରେ ପରିପୂର୍ଣ୍ଣ ଥିଲା । ଯମୁନା ସମେତ ଅନେକ ନଦୀରେ ବନ୍ୟା ଯୋଗୁଁ ଅନେକ ଅଞ୍ଚଳରେ ଲୋକମାନଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଛି । ପାର୍ବତ୍ୟ ଅଞ୍ଚଳରେ କିଛି ଭୂସ୍ଖଳନର ଘଟଣା ମଧ୍ୟ ଘଟିଛି । ଏହି ସମୟ ମଧ୍ୟରେ ଦେଶର ପଶ୍ଚିମାଞ୍ଚଳ, ବିଶେଷକରି ଗୁଜରାଟର ପୂର୍ବ ଭାଗରେ କିଛିଦିନ ପୂର୍ବରୁ ବାତ୍ୟା ବିପର୍ଯ୍ୟୟ ମଧ୍ୟ ଆସିଥିଲା । କିନ୍ତୁ ବନ୍ଧୁଗଣ, ସାମୁହିକ ପ୍ରଚେଷ୍ଟାର ଶକ୍ତି କ’ଣ, ଏଭଳି ବିପର୍ଯ୍ୟୟଗୁଡ଼ିକ ସମୟରେ ମଧ୍ୟ ଦେଶବାସୀମାନେ ତାହା ପୁଣିଥରେ ଦେଖାଇଦେଇଛନ୍ତି । ସ୍ଥାନୀୟ ଲୋକେ, ଆମ ଏନ୍‌ଡିଆର୍‌ଏଫ୍‌ର ଯବାନ୍‌ମାନେ, ସ୍ଥାନୀୟ ପ୍ରଶାସନ ଦାୟିତ୍ୱରେ ଥିବା ବ୍ୟକ୍ତିମାନେ ଦିନ ରାତି ପରିଶ୍ରମ କରି ଏଭଳି ବିପର୍ଯ୍ୟୟଗୁଡ଼ିକର ମୁକାବିଲା କରିଛନ୍ତି । ଯେକୌଣସି ବିପତ୍ତିର ମୁକାବିଲା କରିବାରେ ଆମର ସାମର୍ଥ୍ୟ ଏବଂ ସମ୍ବଳର ବିଶେଷ ଭୂମିକା ରହିଥାଏ । କିନ୍ତୁ ଏହାସହିତ ଆମ ସମ୍ବେଦନଶୀଳତା ଏବଂ ଜଣେ ଅନ୍ୟ ଜଣକୁ ସାହାଯ୍ୟ କରିବାର ମନୋଭାବ ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ । ସର୍ବଜନ ହିତାୟର ଏହି ଭାବନା ଭାରତର ପରିଚୟ ଆଉ ଭାରତର ଶକ୍ତି ମଧ୍ୟ ଅଟେ ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ମାନନୀୟ ସ୍କଟ୍‌ ମୋରିସନଙ୍କ ଉପସ୍ଥିତିରେ ଭାରତ-ଅଷ୍ଟ୍ରେଲିଆ ଦ୍ଵିତୀୟ ଭର୍ଚୁଆଲ ଶିଖର ସମ୍ମିଳନୀ ଆୟୋଜିତ

March 21st, 06:08 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ମାନନୀୟ ସ୍କଟ୍‌ ମୋରିସନଙ୍କ ଉପସ୍ଥିତିରେ ଆଜି ଭାରତ-ଅଷ୍ଟ୍ରେଲିଆ ଦ୍ଵିତୀୟ ଭର୍ଚୁଆଲ ଶିଖର ସମ୍ମିଳନୀ ଆୟୋଜିତ ହୋଇଯାଇଛି । ଏହି ଶିଖର ସମ୍ମିଳନୀ ସମୟରେ ସେମାନେ ଦୁଇ ଦେଶ ମଧ୍ୟରେ ରହିଥିବା ବହୁପକ୍ଷୀୟ ସମ୍ପର୍କର ସମୀକ୍ଷା କରିଥିଲେ ଏବଂ କ୍ଷେତ୍ରୀୟ ତଥା ବିଶ୍ୱସ୍ତରୀୟ ଘଟଣାବଳୀ ସମ୍ପର୍କରେ ବିଚାର ଆଦାନପ୍ରଦାନ କରିଥିଲେ ।

ଜନସ୍ୱାସ୍ଥ୍ୟ ସଚେତନତା ଓ ପେଣ୍ଟିଂ ପାଇଁ ଯୁବ କଳାକାରଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

August 26th, 06:02 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବେଙ୍ଗାଲୁରୁର ଜଣେ ୨୦ବର୍ଷ ବୟସ୍କ ଛାତ୍ରଙ୍କ ନିକଟରୁ ଚିଠି ଲେଖି ତାଙ୍କ ଦ୍ୱାରା ପ୍ରସ୍ତୁତ ନିଜର ଦୁଇଟି ପେଣ୍ଟିଂର ଉଚ୍ଚପ୍ରଶଂସା କରିଛନ୍ତି । ଏହି ଛାତ୍ର ଷ୍ଟିଭେନ ହ୍ୟାରିସ ପ୍ରଧାନମନ୍ତ୍ରୀଙ୍କ ନିକଟରୁ ନିଜ ଦ୍ୱାରା ପ୍ରସ୍ତୁତ ମୋଦୀଙ୍କର ଦୁଇଟି ସୁନ୍ଦର ପେଣ୍ଟିଂ ପଠାଇବା ସହ ଏକ ଚିଠି ମଧ୍ୟ ଲେଖିଥିଲେ । ଏହା ପାଇବା ପରେ ପ୍ରଧାନମନ୍ତ୍ରୀ ସେହି ଛାତ୍ରଙ୍କୁ ଉତ୍ସାହିତ କରି ତାଙ୍କ ପାଖକୁ ଏକ ପତ୍ର ଲେଖି ତାଙ୍କ ପେଣ୍ଟିଂ ଓ ଉଦ୍ୟମର ଉଚ୍ଚ ପ୍ରଶଂସା କରିଛନ୍ତି ।