ତୃତୀୟ ଭାରତ-ନୋର୍ଡିକ୍ ଶିଖର ସମ୍ମିଳନୀ ଅବସରରେ ଡେନମାର୍କର କାର୍ଯ୍ୟବାହୀ ପ୍ରଧାନମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ସାକ୍ଷାତ

May 19th, 06:40 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଡେନମାର୍କର କାର୍ଯ୍ୟବାହୀ ପ୍ରଧାନମନ୍ତ୍ରୀ ମହାମହିମ ସୁଶ୍ରୀ ମେଟ୍ ଫ୍ରେଡ୍ରିକସେନଙ୍କ ସହ ସାକ୍ଷାତ୍ କରିଛନ୍ତି। ଆଜି ଓସଲୋରେ ତୃତୀୟ ଭାରତ-ନୋର୍ଡିକ୍ ଶିଖର ସମ୍ମିଳନୀ ଅବସରରେ ଉଭୟ ନେତା ଦ୍ୱିପାକ୍ଷିକ ସହଯୋଗ ସମୀକ୍ଷା କରିଛନ୍ତି ଏବଂ ମିଳିତ କାର୍ଯ୍ୟସୂଚୀରେ ହାସଲ ହୋଇଥିବା ଅଗ୍ରଗତିରେ ସନ୍ତୋଷ ପ୍ରକାଶ କରିଛନ୍ତି। ଉଭୟ ନେତା ଭାରତ-ଡେନମାର୍କ ସବୁଜ ରଣନୈତିକ ସହଭାଗୀତାରେ ହୋଇଥିବା ଅଗ୍ରଗତିକୁ ସ୍ୱାଗତ କରିଛନ୍ତି ଯାହା ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ କ୍ଷେତ୍ରରେ ସହଯୋଗକୁ ପ୍ରାଥମିକତା ଦିଏ ଏବଂ ଉଭୟ ଦେଶରେ ସବୁଜ ପରିବର୍ତ୍ତନକୁ ସହାୟତା କରିବା ପାଇଁ ପ୍ରୟାସକୁ ଏକତ୍ରିତ କରିଥାଏ।

ନରୱେ ପ୍ରଧାନମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଦ୍ୱିପାକ୍ଷିକ ଆଲୋଚନା

May 18th, 08:21 pm

ଉଭୟ ନେତା ସହମତ ହୋଇଥିଲେ ଯେ, ଅର୍ଥନୈତିକ ଏବଂ ବାଣିଜ୍ୟିକ ସହଭାଗୀତାକୁ ବୃଦ୍ଧି କରିବା ପାଇଁ ବିପୁଳ ସମ୍ଭାବନା ରହିଛି। ପ୍ରଧାନମନ୍ତ୍ରୀ ମୋଦୀ ଭାରତରେ ନରୱେର ଉଦ୍ୟୋଗଗୁଡ଼ିକ ଦ୍ୱାରା ଅଧିକ ନିବେଶକୁ ସ୍ୱାଗତ କରିଥିଲେ। ଦୁଇ ନେତା ୨୦୩୦ ମସିହା ସୁଦ୍ଧା ଭାରତ ଓ ନରୱେ ମଧ୍ୟରେ ବର୍ତ୍ତମାନର ବାଣିଜ୍ୟ ମୂଲ୍ୟକୁ ଦ୍ୱିଗୁଣିତ କରିବାର ଲକ୍ଷ୍ୟ ଉପରେ ଜୋର ଦେଇଥିଲେ ଏବଂ TEPA ଅନ୍ତର୍ଗତ ୧୦୦ ବିଲିୟନ ଆମେରିକୀୟ ଡଲାର ନିବେଶ ପ୍ରତିଶ୍ରୁତି ଓ ଭାରତରେ ୧୦ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ନିମନ୍ତେ ବିଭିନ୍ନ କ୍ଷେତ୍ରରେ ଗତିଶୀଳ ସମ୍ପର୍କ ସ୍ଥାପନ ପାଇଁ ବ୍ୟବସାୟିକ ପ୍ରତିନିଧିମାନଙ୍କୁ ଉତ୍ସାହିତ କରିଥିଲେ।

ନରୱେର ମହାମହିମ ରାଜା ହେରାଲ୍ଡ ପଞ୍ଚମଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

May 18th, 07:36 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଓସଲୋ ସ୍ଥିତ ରୟାଲ ପ୍ୟାଲେସରେ ନରୱେର ମହାମହିମ ରାଜା ପଞ୍ଚମ ହେରାଲ୍ଡଙ୍କୁ ଭେଟିଛନ୍ତି ।