ପ୍ରଧାନମନ୍ତ୍ରୀ ମୋଦୀ ଗ୍ରୀଷ୍ମ ଗରମକୁ ଦୂର କରିବା ପାଇଁ ଟିପ୍ସ ସେୟାର କରିଛନ୍ତି, ମନ କୀ ବାତରେ ନାଗରିକମାନଙ୍କୁ ହାଇଡ୍ରେଟ୍ ରହିବାକୁ ପରାମର୍ଶ ଦେଇଛନ୍ତି

May 31st, 11:30 am

‘ମନ୍ କି ବାତ୍’ରେ ପୁଣିଥରେ ଆପଣମାନଙ୍କ ସହ ଯୋଡ଼ିହୋଇ ମୋତେ ବହୁତ ଖୁସି ଲାଗୁଛି । ଦେଶର ଭିନ୍ନ ଭିନ୍ନ ଅଞ୍ଚଳରେ ଆମ ଦେଶର ଲୋକେ ଦେଶ ହିତ, ସମାଜର ହିତ ପାଇଁ ଏଭଳି ଚମତ୍କାର କରୁଛନ୍ତି ଯେ ସେମାନଙ୍କ ବିଷୟରେ ଶୁଣିଲେ ଆମକୁ ନୂତନ ପ୍ରେରଣା ମିଳୁଛି । ଆଜିର କାର୍ଯ୍ୟକ୍ରମର ଆରମ୍ଭ ମୁଁ ଆଥଲେଟିକ୍ସରେ ଦେଶର ଏଭଳି ଗୋଟିଏ ଉପଲବ୍ଧିରୁ କରୁଛି । କିଛିଦିନ ପୂର୍ବେ ଝାଡ଼ଖଣ୍ଡର ରାଞ୍ଚିରେ ଜାତୀୟ ସିନିୟର ଆଥଲେଟିକ୍ସ ଫେଡେରେସନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ସମଗ୍ର ଦେଶରୁ ଆସିଥିବା ପ୍ରାୟ ୮୦୦ ଖେଳାଳି ଅଂଶଗ୍ରହଣ କରିଥିଲେ । ଏଥିରେ ଚାରୋଟି ଭିନ୍ନ ଇଭେଣ୍ଟରେ ଚାରୋଟି ଜାତୀୟ ରେକର୍ଡ ଭଙ୍ଗ ହେଲା । ଗୁରିନ୍ଦରବୀର ସିଂ, ବିଶାଳ ଟିକେ, ତେଜସ୍ୱୀନ ଶଙ୍କର, ଦେବ୍ ମୀଣା ଏବଂ କୂଲଦୀପ କୁମାର । ଏହି ବନ୍ଧୁମାନେ ବିଭିନ୍ନ ଶ୍ରେଣୀରେ ନୂତନ ରେକର୍ଡ ସୃଷ୍ଟି କଲେ । ସର୍ବପ୍ରଥମେ ମୁଁ ଏମାନଙ୍କୁ ସମସ୍ତଙ୍କୁ ଅନେକ ଅନେକ ଅଭିନନ୍ଦନ ଜଣାଉଛି ।

In Rugby terms, India and New Zealand are ready to 'Front up' and step up together for a strong and successful partnership: PM Modi

March 17th, 01:05 pm

PM Modi welcomed New Zealand's PM Christopher Luxon to India, emphasizing strong bilateral ties. They discussed defense, trade, renewable energy, and education. Both sides agreed to enhance security cooperation, boost mobility for skilled workers, and strengthen counterterrorism efforts. New Zealand joined the Indo-Pacific Ocean Initiative and CDRI. PM Modi called for a match-winning partnership for both nations.

୯ ଡିସେମ୍ବରରେ ରାଜସ୍ଥାନ ଓ ହରିୟାଣା ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ

December 08th, 09:46 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଡିସେମ୍ବର ୯ରେ ରାଜସ୍ଥାନ ଏବଂ ହରିୟାଣା ଗସ୍ତରେ ଯିବେ । ସେ ଜୟପୁର ଯିବେ ଏବଂ ପ୍ରାୟ ସକାଳ ୧୦:୩୦ ସମୟରେ ସେ ଜୟପୁର ପ୍ରଦର୍ଶନୀ ଏବଂ ସମ୍ମିଳନୀ କେନ୍ଦ୍ର (ଜେଇସିସି)ରେ ରାଇଜିଂ ରାଜସ୍ଥାନ ଗ୍ଲୋବାଲ୍ ଇନ୍‌ଭେଷ୍ଟ୍‌ମେଣ୍ଟ ସମ୍ମିଳନୀ ୨୦୨୪ର ଉଦ୍‌ଘାଟନ କରିବେ । ଏହା ପରେ ପ୍ରଧାନମନ୍ତ୍ରୀ ପାନିପତ୍ ଯାତ୍ରା କରିବେ ଏବଂ ପ୍ରାୟ ୨ ଟା ସମୟରେ ସେ ଏଲ୍‌ଆଇସିର ବୀମା ସଖୀ ଯୋଜନାର ଶୁଭାରମ୍ଭ କରିବା ସହ ମହାରାଣା ପ୍ରତାପ ଉଦ୍ୟାନ କୃଷି ବିଶ୍ୱବିଦ୍ୟାଳୟର ମୁଖ୍ୟ କ୍ୟାମ୍ପସର ମୂଳଦୁଆ ପକାଇବେ ।

ଦେଶର କୃଷକମାନଙ୍କୁ ସଶକ୍ତ କରିବାକୁ ସରକାର ପ୍ରତିବଦ୍ଧ : ପ୍ରଧାନମନ୍ତ୍ରୀ

August 11th, 04:50 pm

ପ୍ରାକୃତିକ ଚାଷ ପ୍ରତି କୃଷକମାନଙ୍କର ଆଗ୍ରହ ବୃଦ୍ଧି ପାଉଥିବାରୁ ଶ୍ରୀ ମୋଦୀ ଖୁସି ପ୍ରକାଶ କରିଛନ୍ତି। ଏହି ଅବସରରେ ଚାଷୀମାନଙ୍କର ଅନୁଭୂତି ଶୁଣିବା ସହ ପ୍ରାକୃତିକ ଚାଷର ଉପକାର ବିଷୟରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ ।

୧୦୯ ଟି ଉଚ୍ଚ ଉତ୍ପାଦନକ୍ଷମ ଏବଂ ଜଳବାୟୁ ସହନଶୀଳ ପ୍ରଜାତିର ଫସଲ ଜାରି କଲେ ପ୍ରଧାନମନ୍ତ୍ରୀ

August 11th, 02:00 pm

ଏହି ଅବସରରେ ପ୍ରଧାନମନ୍ତ୍ରୀ କୃଷକ ଏବଂ ବୈଜ୍ଞାନିକମାନଙ୍କ ସହ ମଧ୍ୟ ଆଲୋଚନା କରିଥିଲେ । ଏହି ନୂତନ ଫସଲ ପ୍ରଜାତିର ମହତ୍ତ୍ୱ ଉପରେ ଆଲୋଚନା କରି ପ୍ରଧାନମନ୍ତ୍ରୀ କୃଷି କ୍ଷେତ୍ରରେ ମୂଲ୍ୟ ବୃଦ୍ଧିର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏହି ନୂତନ କିସମଗୁଡିକ ଅତ୍ୟନ୍ତ ଲାଭଦାୟକ ହେବ କାରଣ ଏହା ଚାଷୀଙ୍କ ଖର୍ଚ୍ଚ ହ୍ରାସ କରିବାରେ ସହାୟକ ହେବା ସହିତ ପରିବେଶ ଉପରେ ମଧ୍ୟ ସକାରାତ୍ମକ ପ୍ରଭାବ ପକାଇବ ।

ପିଏମ- କିଷାନ ଯୋଜନା ଅଧୀନରେ ୧୦ମ କିସ୍ତିର ଅର୍ଥିକ ସହାୟତା ପ୍ରଦାନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

January 01st, 12:31 pm

ଉପସ୍ଥିତ ସମସ୍ତ ଆଦରଣୀୟ ମହାନୁଭବ, ସର୍ବପ୍ରଥମେ ମୁଁ ମାତା ବୈଷ୍ଣୋଦେବୀ ପରିସରରେ ହୋଇଥିବା ଦୁଃଖଦ ଘଟଣା ଉପରେ ଶୋକ ବ୍ୟକ୍ତ କରୁଛି । ଯେଉଁ ଲୋକମାନେ ଦଳାଚକଟାରେ, ନିଜର ଲୋକମାନଙ୍କୁ ହରାଇଛନ୍ତି, ଯେଉଁ ଲୋକମାନେ ଆହତ ହୋଇଛନ୍ତି, ମୋର ସମବେଦନା ସେମାନଙ୍କ ସହିତ ରହିଛି । କେନ୍ଦ୍ର ସରକାର, ମୁଁ ଜମ୍ମୁ- କଶ୍ମୀର ପ୍ରଶାସନର ସମ୍ପର୍କରେ କ୍ରମାଗତ ଭାବେ ରହିଛି। ଉପ-ରାଜ୍ୟପାଳ ମନୋଜ ସିହ୍ନା ମହାଶୟଙ୍କ ସହିତ ମଧ୍ୟ କଥା ହୋଇଥିଲି। ଉଦ୍ଧାର କାର୍ଯ୍ୟର, ଆହତମାନଙ୍କର ସମ୍ପୂର୍ଣ୍ଣ ଭାବେ ଧ୍ୟାନ ରଖା ଯାଉଛି।

ପିଏମ୍ କିଷାନ ଯୋଜନାରେ ଦଶମ କିସ୍ତି ପ୍ରଦାନ କଲେ ପ୍ରଧାନମନ୍ତ୍ରୀ

January 01st, 12:30 pm

ନିଜର ଅଙ୍ଗୀକାରବଦ୍ଧତା ଓ ସଂକଳ୍ପକୁ ବଜାୟ ରଖି କୃଷକମାନଙ୍କୁ ତୃଣମୂଳ ସ୍ତରରେ ସଶକ୍ତ କରିବା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (୦୧.୦୧.୨୦୨୨) ପ୍ରଧାନମନ୍ତ୍ରୀ କିଷାନ ସମ୍ମାନନିଧି(ପି.ଏମ୍‌-କିଷାନ) ଯୋଜନା ଅଧୀନରେ ଭିଡିଓ କନଫରେନ୍ସିଂ ଜରିଆରେ ଏହାର ଦଶମ କିସ୍ତି ପ୍ରଦାନ କରିଛନ୍ତି । ଏହାଦ୍ୱାରା ଦଶକୋଟିରୁ ଅଧିକ ହିତାଧିକାରୀ ଚାଷୀ ପରିବାରଙ୍କୁ ୨୦ହଜାର କୋଟି ଟଙ୍କାର ଆର୍ଥିକ ସହାୟତା ପହଂଚିବ । କାର୍ଯ୍ୟକ୍ରମ କାଳରେ ପ୍ରଧାନମନ୍ତ୍ରୀ ୩୫୧ଟି କୃଷକ ଉତ୍ପାଦନ ସଂଗଠନ (ଏଫପିଓ)କୁ ୧୪କୋଟି ଟଙ୍କାର ଅଂଶଧନ ବାବଦ ଅର୍ଥ ମଧ୍ୟ ପ୍ରଦାନ କରିଥିଲେ । ଏଥିପାଇଁ ୧. ୨୪ ଲକ୍ଷ କୃଷକ ଉପକୃତ ହେବେ । ଏହି ଅବରସରେ ପ୍ରଧାନମନ୍ତ୍ରୀ କୃଷକ ସଂଗଠନମାନଙ୍କ ସହ ମତ ବିନିମୟ କରିଥିଲେ । କେନ୍ଦ୍ର କୃଷି ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ସିଂ ତୋମାର ଏବଂ ମୁଖ୍ୟମନ୍ତ୍ରୀ, ଉପରାଜ୍ୟପାଳ, କେତେକ ରାଜ୍ୟର କୃଷିମନ୍ତ୍ରୀ ଓ କୃଷକମାନେ ମଧ୍ୟ ଏହି କାର୍ଯ୍ୟକ୍ରମ ସହ ଯୋଡି ହୋଇଥିଲେ ।

ପ୍ରଧାନମନ୍ତ୍ରୀ କିଷାନ ସମ୍ମାନନିଧି ଅଧିନରେ ଆର୍ଥିକ ଲାଭର କିସ୍ତି ପ୍ରଦାନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

August 09th, 12:31 pm

ଗତ କିଛି ଦିନ ହେବ ମୁଁ ସରକାରଙ୍କ ଅଲଗା ଅଲଗା ଯୋଜନାର ହିତାଧିକାରୀଙ୍କ ସହ ଆଲୋଚନା କରୁଛି । ସରକାର ଯେଉଁ ଯୋଜନାସବୁ ପ୍ରସ୍ତୁତ କରିଛନ୍ତି, ସେସବୁର ଲାଭ ଲୋକମାନଙ୍କ ନିକଟରେ କିଭଳି ପହଂଚି ପାରୁଛି, ଏବଂ ଏସବୁ ଆମେ ଏବେ ଆହୁରି ଭଲ ଭାବେ ଜାଣିପାରୁଛୁ । ଜନତା ଜନାର୍ଦନ ସହ ପ୍ରତ୍ୟକ୍ଷ ଭାବେ ଯୋଡି ହେବା ଦ୍ୱାରା ଏହି ଲାଭ ହୋଇଥାଏ । ଏହି କାର୍ଯ୍ୟକ୍ରମରେ ଉପସ୍ଥିତ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ମୋର ସମସ୍ତ ସହଯୋଗୀବୃନ୍ଦ, ସମଗ୍ର ଦେଶରେ ଅନେକ ରାଜ୍ୟରୁ ଏଠି ଉପସ୍ଥିତ ହୋଇଥିବା ସମ୍ମାନନୀୟ ମୁଖ୍ୟମନ୍ତ୍ରୀଗଣ, ଉପରାଜ୍ୟପାଳ ଏବଂ ଉପ-ମୁଖ୍ୟମନ୍ତ୍ରୀବୃନ୍ଦ, ରାଜ୍ୟ ସରକାରମାନଙ୍କର ମନ୍ତ୍ରୀ, ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି, ସମଗ୍ର ଦେଶରୁ ସାମିଲ ହୋଇଥିବା କୃଷକ ଏବଂ ଭାଇ ଓ ଭଉଣୀମାନେ,

ପିଏମ-କିଷାନର ନବମ କିସ୍ତି ଜାରି କଲେ ପ୍ରଧାନମନ୍ତ୍ରୀ

August 09th, 12:30 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସ ଜରିଆରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ-କିଷାନ)ର ପରବର୍ତ୍ତୀ କିସ୍ତି ଜାରି କରିଛନ୍ତି। ଏହି କାର୍ଯ୍ୟକ୍ରମ ଅବସରରେ ପ୍ରଧାନମନ୍ତ୍ରୀ ମଧ୍ୟ ହିତାଧିକାରୀ ଚାଷୀଙ୍କ ସହିତ ଆଲୋଚନା କରିଥିଲେ। ଏହାଫଳରେ 9.75 କୋଟି ହିତାଧିକାରୀ ଚାଷୀ ପରିବାର ଆକାଉଣ୍ଟକୁ 19,500 କୋଟି ଟଙ୍କା ହସ୍ତାନ୍ତର କରାଯାଇଛି। ଏହା ହେଉଛି ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ-କିସାନ)ର ନବମ କିସ୍ତି। ପିଏମ-କିସାନ ଯୋଜନାର ଲାଭ ଓଡ଼ିଶାର 29 ଲକ୍ଷ 44 ହଜାର 984 ଜଣ ହିତାଧିକାରୀ ଚାଷୀ ପରିବାର ପାଇବେ। ଆଜି ପ୍ରଧାନମନ୍ତ୍ରୀ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ 588 କୋଟି 99 ଲକ୍ଷ 68 ହଜାର ଟଙ୍କା ହସ୍ତାନ୍ତର କରିଛନ୍ତି।

PM to release commemorative coin of Rs 75 denomination to mark the 75th Anniversary of FAO

October 14th, 11:59 am

On the occasion of 75th Anniversary of Food and Agriculture Organization (FAO) on 16th October 2020, Prime Minister Shri Narendra Modi will release a commemorative coin of Rs 75 denomination to mark the long-standing relation of India with FAO. Prime Minister will also dedicate to the Nation 17 recently developed biofortified varieties of 8 crops.