ପ୍ରତ୍ୟେକ ଭାରତୀୟଙ୍କ ରକ୍ତ ତାତିଛି : 'ମନ କୀ ବାତ' ରେ ପ୍ରଧାନମନ୍ତ୍ରୀ ମୋଦୀ
April 27th, 11:30 am
ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ଆଜି ଯେତେବେଳେ ମୁଁ ଆପଣଙ୍କ ସହିତ ମନର କଥା ହେଉଛି, ସେତେବେଳେ ମନରେ ଗଭୀର ପୀଡ଼ା ରହିଛି । ଏପ୍ରିଲ ୨୨ ତାରିଖ ଦିନ ପହଲଗାମ୍ ଠାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଦେଶର ପ୍ରତ୍ୟେକ ନାଗରିକକୁ ବ୍ୟଥିତ କରିଛି । ପୀଡ଼ିତ ପରିବାରଙ୍କ ପ୍ରତି ପ୍ରତ୍ୟେକ ଭାରତୀୟଙ୍କ ମନରେ ଗଭୀର ସମବେଦନା ରହିଛି । ସେ ଯେକୌଣସି ରାଜ୍ୟର ହୋଇଥାଆନ୍ତୁ ନା କାହିଁକି, ଯେକୌଣସି ଭାଷାଭାଷୀ ହୋଇଥାଆନ୍ତୁ ନା କାହିଁକି, ସମସ୍ତେ ସେହିମାନଙ୍କ ଯନ୍ତ୍ରଣାକୁ ଅନୁଭବ କରୁଛନ୍ତି, ଯେଉଁମାନେ ଏହି ଆକ୍ରମଣରେ ନିଜ ପରିବାରର ଲୋକଙ୍କୁ ହରାଇଛନ୍ତି । ଆତଙ୍କବାଦୀ ଆକ୍ରମଣର ଚିତ୍ରଗୁଡ଼ିକୁ ଦେଖି ପ୍ରତ୍ୟେକ ଭାରତୀୟର ରକ୍ତ ତାତି ଉଠୁଛି, ସେ କଥା ମୁଁ ଅନୁଭବ କରିପାରୁଛି । ପହଲଗାମରେ ହୋଇଥିବା ଏହି ଆକ୍ରମଣ, ଆତଙ୍କବାଦର ପୃଷ୍ଠପୋଷକଙ୍କ ହତାଶା ଭାବକୁ ଦର୍ଶାଉଛି, ସେମାନଙ୍କ କାପୁରୁଷପଣିଆକୁ ପ୍ରଦର୍ଶିତ କରୁଛି । କାଶ୍ମୀରରେ ଶାନ୍ତି ଫେରିଆସୁଥିବା ସମୟରେ - ସ୍କୁଲ-କଲେଜମାନଙ୍କରେ ଗୋଟିଏ ଉତ୍ସାହ ଥିଲା, ନିର୍ମାଣ କାର୍ଯ୍ୟରେ ଅଭୂତପୂର୍ବ ଗତିଶୀଳତା ଆସିଥିଲା, ଗଣତନ୍ତ୍ର ଦୃଢ଼ୀଭୂତ ହେଉଥିଲା, ପର୍ଯ୍ୟଟକମାନଙ୍କ ସଂଖ୍ୟାରେ ରେକର୍ଡ଼ ବୃଦ୍ଧି ହୋଇଚାଲିଥିଲା, ଲୋକମାନଙ୍କ ଆୟ ବୃଦ୍ଧି ହେଉଥିଲା, ଯୁବବର୍ଗଙ୍କ ପାଇଁ ନୂତନ ସୁଯୋଗ ସୃଷ୍ଟି ହୋଇଚାଲିଥିଲା – ଏଭଳି ସମୟରେ ଦେଶର ଶତ୍ରୁ, ଜାମ୍ମୁ-କାଶ୍ମୀରର ଶତ୍ରୁମାନଙ୍କ ପକ୍ଷରେ ଏହା ଅସହ୍ୟ ହେଲା । ଆତଙ୍କବାଦୀ ଓ ଆତଙ୍କକୁ ପ୍ରଶ୍ରୟ ଦେଉଥିବା ଶକ୍ତିମାନେ ଚାହାଁନ୍ତି ଯେ, କାଶ୍ମୀର ପୁଣିଥରେ ଧ୍ୱଂସ ହେଇଯାଉ, ତେଣୁ ସେମାନେ ଏତେ ବଡ଼ ଷଡ଼ଯନ୍ତ୍ର ଘଟାଇଲେ । ଆତଙ୍କବାଦ ବିରୁଦ୍ଧରେ ଏହି ଯୁଦ୍ଧରେ ଦେଶର ଏକତା, ୧୪୦ କୋଟି ଭାରତୀୟଙ୍କ ଏକଜୁଟପଣିଆ ଆମର ସବୁଠାରୁ ବଡ଼ ଶକ୍ତି । ଏହି ଏକତା, ଆତଙ୍କବାଦ ବିରୁଦ୍ଧରେ ଆମର ନିର୍ଣ୍ଣାୟକ ସଂଗ୍ରାମର ଆଧାର । ଦେଶ ଆଗରେ ଦେଖାଦେଇଥିବା ଏହି ଆହ୍ୱାନର ମୁକାବିଲା କରିବା ପାଇଁ ଆମକୁ ଆମ ସଂକଳ୍ପକୁ ସୁଦୃଢ଼ କରିବାକୁ ହେବ । ଗୋଟିଏ ରାଷ୍ଟ୍ର ହିସାବରେ ଆମକୁ ଦୃଢ଼ ଇଚ୍ଛାଶକ୍ତି ପ୍ରଦର୍ଶିତ କରିବାକୁ ହେବ । ଏହି ଆତଙ୍କବାଦୀ ଆକ୍ରମଣ ପରେ ସମଗ୍ର ଦେଶର ସ୍ୱର ଏକ ହୋଇଥିବା କଥା ଆଜି ସାରା ବିଶ୍ୱ ଦେଖୁଛି ।ମହାରାଷ୍ଟ୍ରର ନାଗପୁରରେ ମାଧବ ନେତ୍ରାଳୟ ପ୍ରିମିୟମ୍ ସେଣ୍ଟରର ଶିଳାନ୍ୟାସ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
March 30th, 11:53 am
ଆପଣମାନଙ୍କୁ ସମସ୍ତଙ୍କୁ ଗୁଡ଼ି ପାଡ଼ୱା ଏବଂ ନୂତନ ବର୍ଷର ବହୁତ ବହୁତ ଶୁଭକାମନା! କାର୍ଯ୍ୟକ୍ରମରେ ଉପସ୍ଥିତ ପରମ ପୂଜ୍ୟ ସରସଂଘ ଚାଳକ ଜୀ, ଡକ୍ଟର ମୋହନ ଭାଗବତ ଜୀ, ସ୍ୱାମୀ ଗୋବିନ୍ଦ ଗିରି ଜୀ ମହାରାଜ, ସ୍ୱାମୀ ଅବଧେଶାନନ୍ଦ ଗିରି ଜୀ ମହାରାଜ, ମହାରାଷ୍ଟ୍ରର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସ ଜୀ, କେନ୍ଦ୍ର କ୍ୟାବିନେଟରେ ମୋର ସହଯୋଗୀ ନୀତିନ ଗଡକରୀ ଜୀ, ଡକ୍ଟର ଅଭିନାଶ ଚନ୍ଦ୍ର ଅଗ୍ନିହୋତ୍ରୀ ଜୀ, ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଏବଂ ଉପସ୍ଥିତ ସମସ୍ତ ବରିଷ୍ଠ ସହକର୍ମୀ, ଆଜି ମୁଁ ଏହି ରାଷ୍ଟ୍ରଯଜ୍ଞର ପବିତ୍ର ଅନୁଷ୍ଠାନରେ ଯୋଗଦେବାର ସୌଭାଗ୍ୟ ପାଇଛି। ଆଜି, ଚୈତ୍ର ଶୁକ୍ଳ ପ୍ରତିପଦାର ଏହି ଦିନଟି ବହୁତ ସ୍ୱତନ୍ତ୍ର। ଆଜିଠାରୁ ନବରାତ୍ରିର ପବିତ୍ର ପର୍ବ ଆରମ୍ଭ ହେଉଛି। ଆଜି ଦେଶର ବିଭିନ୍ନ କୋଣରେ ଗୁଡ଼ି ପଡ଼ୱା, ଉଗାଦି ଏବଂ ନଭରେହ ପର୍ବ ମଧ୍ୟ ପାଳନ କରାଯାଉଛି। ଆଜି ମଧ୍ୟ ଭଗବାନ ଝୁଲେଲାଲ ଜୀ ଏବଂ ଗୁରୁ ଅଙ୍ଗଦ ଦେବ ଜୀଙ୍କ ଜନ୍ମ ଜୟନ୍ତୀ । ଏହା ଆମର ପ୍ରେରଣାର ଉତ୍ସ, ପରମ ପୂଜ୍ୟ ଡାକ୍ତର ସାହେବଙ୍କ ଜନ୍ମବାର୍ଷିକୀର ମଧ୍ୟ ଅବସର। ଏବଂ ଏହି ବର୍ଷ, ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଗୌରବମୟ ଯାତ୍ରାର ୧୦୦ ବର୍ଷ ମଧ୍ୟ ପୂରଣ ହେଉଛି। ଆଜି ଏହି ଅବସରରେ, ମୁଁ ସ୍ମୃତି ମନ୍ଦିର ପରିଦର୍ଶନ କରିବାର ଏବଂ ପୂଜ୍ୟ ଡାକ୍ତର ସାହେବ ଏବଂ ପୂଜ୍ୟ ଗୁରୁଜୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବାର ସୌଭାଗ୍ୟ ପାଇଛି।ମହାରାଷ୍ଟ୍ରର ନାଗପୁରରେ ମାଧବ ନେତ୍ରାଳୟ ପ୍ରିମିୟମ କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
March 30th, 11:52 am
ପ୍ରଧାନମନ୍ତ୍ରୀ ଆଜି ମହାରାଷ୍ଟ୍ରର ନାଗପୁରରେ ମାଧବ ନେତ୍ରାଳୟ ପ୍ରିମିୟମ କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ସମାବେଶକୁ ସମ୍ବୋଧିତ କରି ସେ ପବିତ୍ର ନବରାତ୍ରୀ ଉତ୍ସବର ଆରମ୍ଭକୁ ଚିହ୍ନିତ କରୁଥିବା ଚୈତ୍ର ଶୁକ୍ଳ ପ୍ରତିପଦାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ସେ ଉଲ୍ଲେଖ କରିଥିଲେ ଯେ ଆଜି ସାରା ଦେଶରେ ଗୁଡି ପଡୱା, ଉଗାଦି ଏବଂ ନଭରେହ ଭଳି ପର୍ବ ପାଳନ କରାଯାଉଛି। ଭଗବାନ ଝୁଲେଲାଲ ଏବଂ ଗୁରୁ ଅଙ୍ଗଦ ଦେବଙ୍କ ଜନ୍ମ ବାର୍ଷିକୀ ଅବସରରେ ଏହି ଦିବସର ଗୁରୁତ୍ୱ ଉପରେ ସେ ଆଲୋକପାତ କରିଥିଲେ। ସେ ଏହି ଅବସରକୁ ପ୍ରେରଣାଦାୟୀ ଡକ୍ଟର କେ. ବି. ହେଡଗେୱାରଙ୍କ ଜୟନ୍ତୀ ଏବଂ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସ୍ଏସ୍) ର ଉଲ୍ଲେଖନୀୟ ଯାତ୍ରାର ଶତବାର୍ଷିକୀ ବୋଲି ମଧ୍ୟ ସ୍ୱୀକାର କରିଥିଲେ। ଏହି ଗୁରୁତ୍ୱପୂର୍ଣ୍ଣ ଦିନରେ ଡକ୍ଟର ହେଡଗେୱାର ଏବଂ ଶ୍ରୀ ଗୋଲୱାଲକର ଗୁରୁଜୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ପାଇଁ ସ୍ମୃତି ମନ୍ଦିର ପରିଦର୍ଶନ କରି ସେ ନିଜର ସମ୍ମାନ ବ୍ୟକ୍ତ କରିଥିଲେ।ମିଆଁମାର ଭୂମିକମ୍ପ ବିପଦ ମଧ୍ୟରେ ବରିଷ୍ଠ ଜେନେରାଲ୍ ମିନ୍ ଅଙ୍ଗ୍ ହ୍ଲାଇଙ୍ଗଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ
March 29th, 01:41 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭୂମିକମ୍ପ ବିପଦ ମଧ୍ୟରେମିଆଁମାରର ବରିଷ୍ଠ ଜେନେରାଲ ମିନ୍ ଅଙ୍ଗ୍ ହ୍ଲାଇଙ୍ଗଙ୍କ ସହ କଥାହୋଇଛନ୍ତି । ଏହି ଆହ୍ୱାନ ସମୟରେ ମିଆଁମାର ସହିତ ଏକତାର ସହଠିଆ ହେବା ପାଇଁ ଏକ ଘନିଷ୍ଠ ବନ୍ଧୁ ଏବଂ ପଡୋଶୀ ଭାବରେଭାରତର ଦୃଢ଼ ପ୍ରତିବଦ୍ଧତାକୁ ପୁନଃ ଦୋହରାଇଛନ୍ତି । ଏହି ବିପର୍ଯ୍ୟୟସମୟରେ ପ୍ରଭାବିତ ଅଞ୍ଚଳଗୁଡିକୁ ତୁରନ୍ତ ରିଲିଫ ଏବଂ ସହାୟତାପ୍ରଦାନ କରିବା ପାଇଁ ଭାରତ ସରକାର ଏକ ପଦକ୍ଷେପ ଭାବରେଅପରେସନ୍ ବହ୍ମା ଆରମ୍ଭ କରିଛି ।