India-Europe partnership can deliver world-class outcomes: PM Modi at the European Round Table for the Industry

May 18th, 05:00 am

PM Modi addressed the European Round Table for Industry (ERT) in Gothenburg, Sweden, saying that the India-EU FTA could create new opportunities. He reiterated India’s vision of Design for India, Make in India and Export from India and invited European companies to deepen their engagement with India as a trusted and reliable economic partner. He concluded by suggesting that the India-Europe CEO Roundtable be held annually.

ୟୁରୋପୀୟ ଶିଳ୍ପ ଗୋଲ ଟେବୁଲ ବୈଠକକୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ

May 17th, 12:12 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୭ ମଇ, ୨୦୨୬ରେ ଗୋଥେନବର୍ଗଠାରେ ଆୟୋଜିତ ୟୁରୋପୀୟ ଶିଳ୍ପ ଗୋଲଟେବୁଲ (ଇଆରଟି) ବୈଠକକୁ ସମ୍ବୋଧିତ କରିଛନ୍ତି । ଭଲଭୋ ଗ୍ରୁପ୍ ଦ୍ୱାରା ଆୟୋଜିତ ଏହି ଆଲୋଚନାରେ ସ୍ୱିଡେନର ପ୍ରଧାନମନ୍ତ୍ରୀ ଶ୍ରୀ ଉଲଫ୍ କ୍ରିଷ୍ଟରସନ୍; ୟୁରୋପୀୟ କମିଶନର ଅଧ୍ୟକ୍ଷା ଶ୍ରୀମତୀ ଉର୍ସୁଲା ଭନ୍ ଡେର୍ ଲେଏନ୍, ୟୁରୋପୀୟ ଶିଳ୍ପପତି ଏବଂ ଅଗ୍ରଣୀ ୟୁରୋପୀୟ ଏବଂ ଭାରତୀୟ କମ୍ପାନୀଗୁଡ଼ିକର ପ୍ରତିନିଧିମାନେ ଯୋଗଦେଇଥିଲେ।

ଦେଶବାସୀଙ୍କ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

September 21st, 06:09 pm

ଶକ୍ତି ପୂଜାର ପର୍ବ ନବରାତ୍ରୀ, ଆସନ୍ତାକାଲିଠାରୁ ଆରମ୍ଭ ହେଉଛି। ଆପଣମାନଙ୍କୁ ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା! ନବରାତ୍ରୀର ପ୍ରଥମ ଦିନରୁ, ଦେଶ ଆତ୍ମନିର୍ଭରଶୀଳ ଭାରତ ଅଭିଯାନ ଦିଗରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଏବଂ ବଡ଼ ପଦକ୍ଷେପ ନେଉଛି। ଆସନ୍ତାକାଲି, ସେପ୍ଟେମ୍ବର 22 ତାରିଖ ସୂର୍ଯ୍ୟୋଦୟ ସହିତ ନବରାତ୍ରୀର ପ୍ରଥମ ଦିନଠାରୁ ପରବର୍ତ୍ତୀ ପିଢ଼ିର ଜିଏସଟି ସଂସ୍କାର କାର୍ଯ୍ୟକାରୀ ହେବ। ଅନ୍ୟ ଅର୍ଥରେ କହିବାକୁ ଗଲେ ଆସନ୍ତାକାଲିଠାରୁ ଦେଶରେ ଏକ ଜିଏସଟି ସଞ୍ଚୟ ମହୋତ୍ସବ ଆରମ୍ଭ ହେବାକୁ ଯାଉଛି। ଏହି ଜିଏସଟି ସଞ୍ଚୟ ମହୋତ୍ସବ ଆପଣଙ୍କର ସଞ୍ଚୟ ବୃଦ୍ଧି କରିବ ଏବଂ ଆପଣ ଚାହୁଁଥିବା ଜିନିଷଗୁଡ଼ିକୁ ଅଧିକ ସହଜରେ କିଣିପାରିବେ। ଆମ ଦେଶର ଗରିବ, ମଧ୍ୟବିତ୍ତ ବର୍ଗର ଲୋକ, ନବମଧ୍ୟବିତ୍ତ ବର୍ଗ, ଯୁବବର୍ଗ, କୃଷକ, ମହିଳା, ଦୋକାନୀ, ବ୍ୟବସାୟୀ, ଉଦ୍ୟୋଗୀ, ସମସ୍ତେ ଏହି ସଞ୍ଚୟ ମହୋତ୍ସବରୁ ବହୁତ ଲାଭ ପାଇବେ। ଏହାର ଅର୍ଥ ହେଉଛି ଏହି ପାର୍ବଣ ଋତୁରେ ସମସ୍ତଙ୍କୁ କିଛି ମିଠା ଖାଇବାକୁ ମିଳିବ ଏବଂ ଦେଶର ପ୍ରତ୍ୟେକ ପରିବାର ଆଶୀର୍ବାଦ ପାଇବେ। ମୁଁ ଆଗାମୀ ପିଢ଼ିର ଜିଏସଟି ସଂସ୍କାର ଏବଂ ଏହି ସଞ୍ଚୟ ମହୋତ୍ସବ ପାଇଁ ଦେଶର କୋଟି କୋଟି ପରିବାରକୁ ମୋର ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭକାମନା ଜଣାଉଛି। ଏହି ସଂସ୍କାରଗୁଡ଼ିକ ଭାରତର ଅଭିବୃଦ୍ଧି କାହାଣୀକୁ ତ୍ୱରାନ୍ୱିତ କରିବ, ବ୍ୟବସାୟ କରିବା ସହଜ ହେବ, ନିବେଶ ଅଧିକ ଆକର୍ଷଣୀୟ ହେବ ଏବଂ ବିକାଶ ଦୌଡ଼ରେ ପ୍ରତ୍ୟେକ ରାଜ୍ୟକୁ ସମାନ ଅଂଶୀଦାର କରିବ।

ଦେଶବାସୀଙ୍କୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

September 21st, 05:00 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ସେ ଶକ୍ତି ଉପାସନାର ପର୍ବ ନବରାତ୍ରୀ ପ୍ରାରମ୍ଭରେ ସବୁ ନାଗରିକଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ନବରାତ୍ରୀର ପ୍ରଥମ ଦିନରୁ ଦେଶ ଆତ୍ମନିର୍ଭର ଭାରତ ଅଭିଯାନରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଉଛି। 22 ସେପ୍ଟେମ୍ବର ସୂର୍ଯ୍ୟୋଦୟ ଠାରୁ ଦେଶ ପରବର୍ତ୍ତୀ ପିଢ଼ିର ଜିଏସଟି ସଂସ୍କାର କାର୍ଯ୍ୟକାରୀ କରିବ। ଏହାସହିତ ସମଗ୍ର ଭାରତରେ ‘ଜିଏସଟି ବଚତ’ ଉତ୍ସବ (ସଞ୍ଚୟ ମହୋତ୍ସବ)ର ଆରମ୍ଭ ହେବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ସେ ଜୋର ଦେଇ କହିଥିଲେ ଯେ ଏହି ପର୍ବ ସଞ୍ଚୟକୁ ବୃଦ୍ଧି କରିବ ଏବଂ ଲୋକଙ୍କ ପାଇଁ ସେମାନଙ୍କର ପସନ୍ଦର ଜିନିଷ କିଣିବାକୁ ସହଜ କରିବ। ଏହି ସଞ୍ଚୟ ମହୋତ୍ସବର ଲାଭ ଗରିବ, ମଧ୍ୟବିତ୍ତ, ନବମଧ୍ୟବିତ୍ତ ବର୍ଗ, ଯୁବକ, କୃଷକ, ମହିଳା, ଦୋକାନୀ, ବ୍ୟବସାୟୀ ଏବଂ ଉଦ୍ୟୋଗୀମାନଙ୍କ ନିକଟରେ ପହଞ୍ଚିବ। ସେ ଆହୁରି କହିଛନ୍ତି, ଏହି ପାର୍ବଣ ଋତୁରେ ପ୍ରତ୍ୟେକ ପରିବାରର ସୁଖ ଏବଂ ମଧୁରତା ବୃଦ୍ଧି ପାଇବ। ପ୍ରଧାନମନ୍ତ୍ରୀ ଦେଶର କୋଟି କୋଟି ପରିବାରକୁ ପରବର୍ତ୍ତୀ ପିଢ଼ିର ଜିଏସଟି ସଂସ୍କାର ଏବଂ ଜିଏସଟି ସଞ୍ଚୟ ମହୋତ୍ସବ ପାଇଁ ଶୁଭକାମନା ଜଣାଇଥିଲେ। ସେ କହିଥିଲେ, ଏହି ସଂସ୍କାରଗୁଡ଼ିକ ଭାରତର ଅଭିବୃଦ୍ଧି କାହାଣୀକୁ ତ୍ୱରାନ୍ୱିତ କରିବ, ବ୍ୟବସାୟିକ କାର୍ଯ୍ୟକୁ ସରଳ କରିବ, ନିବେଶକୁ ଅଧିକ ଆକର୍ଷଣୀୟ କରିବ ଏବଂ ବିକାଶ ଦୌଡ଼ରେ ପ୍ରତ୍ୟେକ ରାଜ୍ୟ ସମାନ ଅଂଶୀଦାର ହେବ।

ଭାରତ-ଜାପାନ ଅର୍ଥନୈତିକ ମଞ୍ଚରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

August 29th, 11:20 am

ମୁଁ ଆଜି ସକାଳେ ଟୋକିଓରେ ପହଞ୍ଚିଛି। ମୁଁ ବହୁତ ଖୁସି ଯେ ମୋର ଏହି ଯାତ୍ରା, ବ୍ୟବସାୟ ଜଗତର ମହାନ ବ୍ୟକ୍ତିମାନଙ୍କ ସହିତ ଆରମ୍ଭ ହେଉଛି।

ଭାରତ-ଜାପାନ ଅର୍ଥନୈତିକ ଫୋରମରେ ଯୋଗଦେଲେ ପ୍ରଧାନମନ୍ତ୍ରୀ

August 29th, 11:02 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ଜାପାନ ପ୍ରଧାନମନ୍ତ୍ରୀ ଶ୍ରୀ ଶିଗେରୁ ଇଶିବା, ଆଜି ଜାପାନର ରାଜଧାନୀ ଟୋକିଓଠାରେ ଭାରତୀୟ ଶିଳ୍ପ ମହାସଂଘ ଏବଂ ଜାପାନ ବ୍ୟବସାୟ ମହାସଂଘ (କେଇଡାନରେନ) ଦ୍ୱାରା ଆୟୋଜିତ ଭାରତ-ଜାପାନ ଅର୍ଥନୈତିକ ଫୋରମରେ ଯୋଗ ଦେଇଥିଲେ। ଭାରତ ଓ ଜାପାନର ବିଶିଷ୍ଟ ବ୍ୟବସାୟୀ ଓ ସିଇଓମାନେ ମଧ୍ୟ ଏହି ବୈଠକରେ ଉପସ୍ଥିତ ଥିଲେ।

ଭାରତ ସାଇପ୍ରସର ବ୍ୟବସାୟୀଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ଏବଂ ସାଇପ୍ରସ ରାଷ୍ଟ୍ରପତି

June 16th, 02:17 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସାଇପ୍ରସର ରାଷ୍ଟ୍ରପତି ମହାମହୀମ ନିକୋସ୍ କ୍ରିଷ୍ଟୋଡୋଲିଡେସଙ୍କ ସହ ଆଜି ଲିମାସୋଲଠାରେ ଆୟୋଜିତ ଏକ ଗୋଲ ଟେବଲ ବୈଠକରେ ଉଭୟ ଦେଶର ବ୍ୟବସାୟିକ ନେତାମାନଙ୍କ ସହିତ ଆଲୋଚନା କରିଛନ୍ତି। ମୁଖ୍ୟତଃ ବ୍ୟାଙ୍କିଙ୍ଗ, ଆର୍ଥିକ ପ୍ରତିଷ୍ଠାନ, ଉତ୍ପାଦନ, ପ୍ରତିରକ୍ଷା, ଲଜିଷ୍ଟିକ୍ସ, ସାମୁଦ୍ରିକ, ଜାହାଜ ଚଳାଚଳ, ପ୍ରଯୁକ୍ତିବିଦ୍ୟା, ନବସୃଜନ, ଡିଜିଟାଲ୍ ପ୍ରଯୁକ୍ତିବିଦ୍ୟା, ଏଆଇ, ଆଇଟି ସେବା, ପର୍ଯ୍ୟଟନ ଏବଂ ଯାନବହାନ ଚଳାଚଳ ପ୍ରଭୃତି କ୍ଷେତ୍ରର ପ୍ରତିନିଧିମାନେ ଏହି ଅଂଶଗ୍ରହଣକାରୀଙ୍କ ଭିତରେ ସାମିଲ ଥିଲେ।

ସାଇପ୍ରସ୍‌ରେ ହୋଇଥିବା ଭାରତ-ସାଇପ୍ରସ୍ ବାଣିଜ୍ୟ ଗୋଲଟେବୁଲ୍ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

June 15th, 11:10 pm

ସର୍ବପ୍ରଥମେ ମୁଁ ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି କାରଣ ଆଜି ସେ ମତେ ସ୍ୱାଗତ କରିବା ପାଇଁ ନିଜେ ବିମାନ ବନ୍ଦର ଆସିଥିଲେ। ଉଦ୍ୟୋଗପତିଙ୍କ ସହିତ ସେ ଏତେ ବଡ଼ ଗୋଲ୍ ଟେବୁଲ ବୈଠକ ଆୟୋଜନ କରିଛନ୍ତି, ସେଥିପାଇଁ ମୁଁ ବହୁତ କୃତଜ୍ଞ । ସେ ମୋ ପାଇଁ ଓ ଆମର ପାଟନରସିପ୍ ପାଇଁ ଯେଉଁ ସକରାତ୍ମକ ଆଭିମୁଖ୍ୟ ରଖିଛନ୍ତି, ସେଥିପାଇଁ ମଧ୍ୟ ହୃଦୟରୁ ମୁଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଦେଉଛି

ଗୁଜରାଟର କେଭାଡିଆଠାରେ ରାଷ୍ଟ୍ରୀୟ ଏକତା ଦିବସ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

October 31st, 07:31 am

ସର୍ଦ୍ଦାର ସାହେବଙ୍କ ତେଜସ୍ଵୀ ଭାଷଣ... ଷ୍ଟାଚ୍ୟୁ ଅଫ୍ ୟୁନିଟି ନିକଟରେ ଏହି ଭବ୍ୟ କାର୍ଯ୍ୟକ୍ରମ... ଏକତା ନଗରର ଏହି ମନୋରମ ଦୃଶ୍ୟ, ଏବଂ ଏଠାରେ ଅନୁଷ୍ଠିତ ଚମତ୍କାର ପ୍ରଦର୍ଶନ ... ଏହା ହେଉଛି ମିନି ଇଣ୍ଡିଆର ଝଲକ... ସବୁକିଛି ବହୁତ ଚମତ୍କାର, କେତେ ପ୍ରେରଣାଦାୟକ । ଅଗଷ୍ଟ ୧୫ ଓ ଜାନୁଆରୀ ୨୬ ଭଳି... ଅକ୍ଟୋବର ୩୧ତାରିଖରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମ ....ଏହା ସମଗ୍ର ଦେଶକୁ ନୂଆ ଶକ୍ତିରେ ଭରି ଦେଇଥାଏ। ଜାତୀୟ ଏକତା ଦିବସ ଅବସରରେ ମୁଁ ସମସ୍ତ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଉଛି ।

ଗୁଜରାଟର କେଭାଡିଆସ୍ଥିତ ଷ୍ଟାଚ୍ୟୁ ଅଫ୍ ୟୁନିଟିରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ରାଷ୍ଟ୍ରୀୟ ଏକତା ଦିବସ ସମାରୋହରେ ଅଂଶଗ୍ରହଣ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

October 31st, 07:30 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟର କେଭାଡିଆସ୍ଥିତ ଷ୍ଟାଚ୍ୟୁ ଅଫ୍ ୟୁନିଟିରେ ରାଷ୍ଟ୍ରୀୟ ଏକତା ଦିବସ ସମାରୋହରେ ଅଂଶଗ୍ରହଣ କରିଥିଲେ । ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ତାଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀ ଅବସରରେ ପ୍ରତିବର୍ଷ ଅକ୍ଟୋବର ୩୧ ତାରିଖରେ ପାଳନ କରାଯାଉଥିବା ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଶ୍ରୀ ମୋଦୀ ଏକତା ଦିବସ ଶପଥ ପାଠ କରାଇବା ସହ ଏକତା ଦିବସ ପରେଡ୍ ଦେଖିଥିଲେ।

୫ବର୍ଷ ପୂରଣ ହୋଇଥିବାରୁ ଜିଏସଟିକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ

July 01st, 02:36 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜିଏସଟିକୁ ୫ବର୍ଷ ପୂରଣ ନେଇ ପ୍ରଶଂସା କରିବା ସହ କହିଛନ୍ତି ଯେ ଏହା ହେଉଛି ଏକ ପ୍ରମୁଖ ଟିକସ ସଂସ୍କାର ଯାହା ସହଜ ବ୍ୟବସାୟ କୁ ଆଗକୁ ବଢାଇଛି ଏବଂ ଗୋଟିଏ ଦେଶ, ଗୋଟିଏ ଟିକସ ଆଭିମୁଖ୍ୟକୁ ପୂରଣ କରିଛି ।

For us, MSME means- Maximum Support to Micro Small and Medium Enterprises: PM Modi

June 30th, 10:31 am

PM Modi participated in the ‘Udyami Bharat’ programme. To strengthen the MSME sector, in the last eight years, the Prime Minister said, the government has increased the budget allocation by more than 650%. “For us, MSME means - Maximum Support to Micro Small and Medium Enterprises”, the Prime Minister stressed.

PM participates in ‘Udyami Bharat’ programme

June 30th, 10:30 am

PM Modi participated in the ‘Udyami Bharat’ programme. To strengthen the MSME sector, in the last eight years, the Prime Minister said, the government has increased the budget allocation by more than 650%. “For us, MSME means - Maximum Support to Micro Small and Medium Enterprises”, the Prime Minister stressed.

ଲକ୍ଷ୍ନୌ ଠାରେ ୟୁପିର ନିବେଶକମାନଙ୍କ ଶିଖର ସମ୍ମିଳନୀରେ ଗ୍ରାଉଣ୍ଡ ବ୍ରେକିଂ ସମାରୋହ @୩.୦ରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳ ପାଠ

June 03rd, 10:35 am

ଉତ୍ତର ପ୍ରଦେଶର ଯଶସ୍ୱୀ ମୁଖ୍ୟମନ୍ତ୍ରୀ ଶ୍ରୀମାନ ଯୋଗୀ ଆଦିତ୍ୟନାଥ ଜୀ, ଲକ୍ଷ୍ନୌର ସାଂସଦ ଏବଂ ଭାରତ ସରକାରଙ୍କ ଆମର ବରିଷ୍ଠ ସାଥୀ ଶ୍ରୀ ରାଜନାଥ ସିଂହ ଜୀ, କେନ୍ଦ୍ର ମନ୍ତ୍ରିମଣ୍ଡଳର ମୋର ଅନ୍ୟ ସହଯୋଗୀଗଣ, ୟୁପିର ଉପ-ମୁଖ୍ୟମନ୍ତ୍ରୀ, ରାଜ୍ୟ ସରକାରଙ୍କ ମନ୍ତ୍ରୀଗଣ, ବିଧାନସଭା ଓ ବିଧାନ ପରିଷଦର ବାଚସ୍ପତି ମହୋଦୟ, ଏଠାରେ ଉପସ୍ଥିତ ଉଦ୍ୟୋଗ ଜଗତର ସମସ୍ତ ବନ୍ଧୁ, ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି, ମହିଳା ଏବଂ ଭଦ୍ର ଲୋକମାନେ!

PM attends the Ground Breaking Ceremony @3.0 of the UP Investors Summit at Lucknow

June 03rd, 10:33 am

PM Modi attended Ground Breaking Ceremony @3.0 of UP Investors Summit at Lucknow. “Only our democratic India has the power to meet the parameters of a trustworthy partner that the world is looking for today. Today the world is looking at India's potential as well as appreciating India's performance”, he said.

ଜୈନ ଅନ୍ତରାଷ୍ଟ୍ରୀୟ ବାଣିଜ୍ୟ ସଂଗଠନର ‘JITO Connect 2022’ର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳ ପାଠ

May 06th, 02:08 pm

JITO ସଂଯୋଗର ଏହି ଶିଖର ସମ୍ମିଳନୀ ସ୍ୱାଧୀନତାର ୭୫ତମ ବର୍ଷରେ ଅମୃତ ମହୋତ୍ସବରେ ଅନୁଷ୍ଠିତ ହେଉଛି। ଏଠାରୁ ଦେଶ ସ୍ୱାଧୀନତାର ଅମୃତ କାଳକୁ ପ୍ରବେଶ କରୁଛି । ବର୍ତ୍ତମାନ ଦେଶ ସମ୍ମୁଖରେ ଆଗାମୀ ୨୫ ବର୍ଷରେ ଏକ ସୁବର୍ଣ୍ଣ ଭାରତ ଗଠନ ପାଇଁ ସଂକଳ୍ପ ଅଛି । ତେଣୁ ଏଥର ଆପଣ ଯେଉଁ ଥିମ ରଖିଛନ୍ତି, ଏହି ଥିମ ମଧ୍ୟ ନିଜେ ବହୁତ ଉପଯୁକ୍ତ । ଟୁଗେଦର, ଟୁୱାର୍ଡସ, ଟୁମୋରୋ ଏବଂ ମୁଁ କହିପାରେ ଯେ ଏହା ସେହି କଥା ଯାହା ସମସ୍ତଙ୍କ ପ୍ରୟାସର ଭାବନା, ଯାହା ସ୍ୱାଧୀନତାର ଅମୃତ କାଳରେ ଦ୍ରୁତ ବିକାଶର ମନ୍ତ୍ର ଅଟେ । ଆଗାମୀ ତିନିଦିନରେ ଆପଣ ସମସ୍ତଙ୍କର ପ୍ରୟାସ ଏହି ଭାବନାକୁ ସବୁ ଦିଗରେ ବିକଶିତ କରିବା ଉଚିତ, ବିକାଶ ସର୍ବବ୍ୟାପି ହେବା ଉଚିତ, ସମାଜର ଶେଷ ବ୍ୟକ୍ତି ମଧ୍ୟ ଏଥିରୁ ବଂଚିତ ହେବା ଉଚିତ ନୁହେଁ ।

‘ଜିଆଇଟିଓ କନେକ୍ଟ ୨୦୨୨’ର ଉଦ୍‌ଘାଟନୀ ଅଧିବେଶନକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

May 06th, 10:17 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନସିଂ ମାଧ୍ୟମରେ ଜୈନ ଅନ୍ତର୍ଜାତୀୟ ବାଣିଜ୍ୟ ସଙ୍ଗଠନର ‘ଜିଆଇଟିଓ କନେକ୍ଟ ୨୦୨୨’ର ଉଦ୍‌ଘାଟନୀ ଅଧିବେଶନକୁ ସମ୍ବୋଧିତ କରିଛନ୍ତି ।

ଘରୋଇକରଣ ଏବଂ ସମ୍ପତି ମୁଦ୍ରାୟନ ଉପରେ ଅନୁଷ୍ଠିତ ୱେବିନାରରେ ପ୍ରଧାନମନ୍ତ୍ରୀଙ୍କ ଉଦ୍‌ବୋଧନ

February 24th, 05:48 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବିନିବେଶ ଏବଂ ସଂପଦ ମୁଦ୍ରୀକରଣ ସଂପର୍କରେ ବଜେଟରେ ଥିବା ବ୍ୟବସ୍ଥା “ଦୀପମ୍‍”ର ସଫଳ ପ୍ରବର୍ତ୍ତନ ପ୍ରସଙ୍ଗରେ ଆୟୋଜିତ ୱେବିନାରକୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସମ୍ବୋଧିତ କରିଛନ୍ତି ।

ବିନିବେଶ ଏବଂ ସଂପଦ ମୁଦ୍ରୀକରଣ ସଂପର୍କରେ ବଜେଟରେ ଥିବା ବ୍ୟବସ୍ଥାର ସଫଳ ପ୍ରବର୍ତ୍ତନ ପ୍ରସଙ୍ଗରେ ଆୟୋଜିତ ୱେବିନାରକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

February 24th, 05:42 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବିନିବେଶ ଏବଂ ସଂପଦ ମୁଦ୍ରୀକରଣ ସଂପର୍କରେ ବଜେଟରେ ଥିବା ବ୍ୟବସ୍ଥା “ଦୀପମ୍‍”ର ସଫଳ ପ୍ରବର୍ତ୍ତନ ପ୍ରସଙ୍ଗରେ ଆୟୋଜିତ ୱେବିନାରକୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସମ୍ବୋଧିତ କରିଛନ୍ତି ।

74ତମ ସ୍ୱାଧୀନତା ଦିବସ ସମାରୋହ-ଅଗଷ୍ଟ 15, 2020 ଅବସରରେ ଲାଲକିଲ୍ଲାର ପ୍ରାଚୀରରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

August 15th, 02:49 pm

ଆଜି ଆମେ ସ୍ୱାଧୀନ ଭାରତରେ ଶାନ୍ତିରେ ନିଶ୍ୱାସ ନେଉଛୁ, ଏହା ପଛରେ ମା’ ଭାରତୀଙ୍କ ଲକ୍ଷ ଲକ୍ଷ ସନ୍ତାନଙ୍କ ତ୍ୟାଗ, ବଳିଦାନ ଓ ଦେଶକୁ ସ୍ୱାଧୀନ କରିବା ଲାଗି ସମର୍ପଣ ରହିଛି । ଆଜି ସେ ସମସ୍ତ ସ୍ୱାଧୀନତା ସଂଗ୍ରାମୀ, ବୀର ଯୋଦ୍ଧା ଓ ଶହୀଦମାନଙ୍କୁ ପ୍ରଣାମ କରିବାର ପର୍ବ ।