ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଓମାନ ଗସ୍ତ ଅବସରରେ ଭାରତ- ଓମାନ ପକ୍ଷରୁ ଜାରି ମିଳିତ ବିବୃତି
December 18th, 05:28 pm
ଓମାନର ସୁଲତାନ ମହାମହିମ ସୁଲତାନ ହାଇଥାମ ବିନ୍ ତାରିକଙ୍କ ନିମନ୍ତ୍ରଣ କ୍ରମେ, ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦୨୫ ମସିହା ଡିସେମ୍ବର ୧୭- ୧୮ ପର୍ଯ୍ୟନ୍ତ ଓମାନର ସୁଲତାନେଟକୁ ସରକାରୀ ଗସ୍ତ କରିଥିଲେ । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କୁ ସେ ଦେଶର ପ୍ରତିରକ୍ଷା ବ୍ୟାପାର ଉପ ପ୍ରଧାନମନ୍ତ୍ରୀ ମହାମହିମ ସୟଦ୍ ଶିହାବ ବିନ୍ ତାରିକ ବିମାନ ବନ୍ଦରଠାରେ ସ୍ୱାଗତ କରିଥିଲେ । ବିମାନ ବନ୍ଦରଠାରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କୁ ଆାନୁଷ୍ଠାନିକ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ୧୮ ଡିସେମ୍ବର ୨୦୨୫ ତାରିଖ ଦିନ ଅଲ୍ ବାରାକା ପ୍ୟାଲେସରେ ମହାମହିମ ସୁଲତାନ ହାଇଥାମ ବିନ୍ ତାରିକ ତାଙ୍କୁ ସ୍ୱାଗତ କରିଥିଲେ ।