ଓମାନର ସୁଲତାନଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ

March 19th, 04:39 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଓମାନର ସୁଲତାନ ହାଇଥାମ୍ ବିନ୍ ତାରିକଙ୍କ ସହ ପାର୍ବଣର ଶୁଭେଚ୍ଛା ଆଦାନପ୍ରଦାନ ସହ ଅଞ୍ଚଳର ପରିବର୍ତ୍ତିତ ପରିସ୍ଥିତି ବାବଦରେ ଏକ ଫଳପ୍ରଦ ଆଲୋଚନା କରିଛନ୍ତି ।

ଓମାନ ସୁଲତାନଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ

March 03rd, 07:16 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଓମାନର ସୁଲତାନ ହାଇଥାମ ବିନ୍ ତାରିକଙ୍କ ସହ କଥା ହେବା ସହ ପଶ୍ଚିମ ଏସିଆର ସାମ୍ପ୍ରତିକ ଘଟଣାବଳୀ ଉପରେ ମତ ବିନିମୟ କରିଥିଲେ ।

ନେସେଟରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

February 25th, 08:20 pm

ଏହି ବିଶିଷ୍ଟ ସଦନରେ ଉପସ୍ଥିତ ହେବା ମୋ ପାଇଁ ଏକ ସୌଭାଗ୍ୟ ଏବଂ ଗୌରବର ବିଷୟ। ମୁଁ ଭାରତର ପ୍ରଧାନମନ୍ତ୍ରୀ ଭାବରେ ଏବଂ ଏକ ପ୍ରାଚୀନ ସଭ୍ୟତାର ପ୍ରତିନିଧି ଭାବରେ ଆଉ ଗୋଟିଏ ପ୍ରାଚୀନ ସଭ୍ୟତାକୁ ସମ୍ବୋଧିତ କରୁଛି। ମୁଁ ମୋ ସହିତ ୧୪୦ କୋଟି ଭାରତୀୟଙ୍କ ଶୁଭେଚ୍ଛା ଏବଂ ବନ୍ଧୁତା, ସମ୍ମାନ ଓ ସହଭାଗୀତାର ବାର୍ତ୍ତା ନେଇ ଆସିଛି।

ଇସ୍ରାଏଲୀ ସଂସଦ ନେସେଟ୍‌କୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ

February 25th, 08:00 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଜେରୁସାଲେମରେ ନେସେଟ (ଇସ୍ରାଏଲ୍‌ର ସଂସଦ)ର ଏକ ସ୍ୱତନ୍ତ୍ର ଅଧିବେଶନକୁ ସମ୍ବୋଧିତ କରିଥିଲେ । ଇସ୍ରାଏଲୀ ସଂସଦକୁ ସମ୍ବୋଧିତ କରିବାରେ ସେ ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ

ଏଆଇ ସଫଳତା ଠାରୁ ଆରମ୍ଭ କରି ଟି-20 ବିଶ୍ୱକପ୍ ପର୍ଯ୍ୟନ୍ତ, ପ୍ରଧାନମନ୍ତ୍ରୀ ମୋଦୀ ମନ କି ବାତରେ ଭାରତର ଉତ୍ଥାନକୁ ଦର୍ଶାଇଛନ୍ତି

February 22nd, 11:30 am

ଚଳିତ ମାସର 'ମନ୍ କି ବାତ୍'ରେ ପ୍ରଧାନମନ୍ତ୍ରୀ ମୋଦୀ ଦିଲ୍ଲୀରେ ଆୟୋଜିତ ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଳନୀରେ ନିଜର ଅନୁଭୂତି ବିଷୟରେ କହିଥିଲେ। ସେ ଭାରତୀୟ ବଂଶୋଦ୍ଭବ କ୍ରିକେଟର, ଅଙ୍ଗଦାନ, ନଦୀ ମହୋତ୍ସବ, ଡିଜିଟାଲ ସୁରକ୍ଷା, ପରୀକ୍ଷା ପେ ଚର୍ଚ୍ଚା ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆଲୋକପାତ କରିଥିଲେ । ସେ ଦର୍ଶାଇଛନ୍ତି ଯେ 23 ଫେବୃଆରୀରେ ରାଷ୍ଟ୍ରପତି ଭବନରେ 'ରାଜାଜୀ ଉତ୍ସବ' ପାଳନ କରାଯିବ । ପ୍ରଧାନମନ୍ତ୍ରୀ ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତା ଜୀଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ନାରୀ ଶକ୍ତି ସହ ତାଙ୍କର ଗଭୀର ସମ୍ପର୍କ ବିଷୟରେ ଉଲ୍ଲେଖ କରିଛନ୍ତି ।

ପୋରବନ୍ଦର-ମସ୍କଟ ଯାତ୍ରା କରୁଥିବା ପ୍ରାଚୀନ ପାଲଟଣା-ଜାହାଜ କୌଶଳରେ ନିର୍ମିତ ଆଇଏନ୍ଏସଭି କୌଣ୍ଡିନ୍ୟକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

December 29th, 05:57 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଇଏନ୍ଏସଭି କୌଣ୍ଡିନ୍ୟକୁ ସାକାର କରିବାରେ ସେମାନଙ୍କର ଅକ୍ଳାନ୍ତ ପ୍ରୟାସ ପାଇଁ ଡିଜାଇନର୍, କାରିଗର, ଜାହାଜ ନିର୍ମାତା ଏବଂ ଭାରତୀୟ ନୌସେନାକୁ ଅଭିନନ୍ଦନ ଜଣାଇଛନ୍ତି। ଏହା ପୋରବନ୍ଦରରୁ ଓମାନର ମସ୍କଟକୁ ପ୍ରଥମ ଯାତ୍ରା ଆରମ୍ଭ କରିଛି। ଶ୍ରୀ ମୋଦୀ କହିଛନ୍ତି ଯେ ଆଇଏନ୍ଏସଭି କୌଣ୍ଡିନ୍ୟ ପ୍ରାଚୀନ ଭାରତୀୟ ପାଲଟଣା-ଜାହାଜ କୌଶଳ ବ୍ୟବହାର କରି ନିର୍ମିତ ହୋଇଛି, ଯାହା ଭାରତର ସମୃଦ୍ଧ ସାମୁଦ୍ରିକ ପରମ୍ପରାକୁ ପ୍ରତିଫଳିତ କରେ। ଶ୍ରୀ ମୋଦୀ କହିଛନ୍ତି, “ଏକ ନିରାପଦ ଏବଂ ସ୍ମରଣୀୟ ଯାତ୍ରା ପାଇଁ ନାବିକମାନଙ୍କୁ ମୋର ଶୁଭେଚ୍ଛା, ଯେହେତୁ ସେମାନେ ଉପସାଗରୀୟ ଅଞ୍ଚଳ ଏବଂ ତା ବାହାରେ ଆମର ଐତିହାସିକ ସମ୍ପର୍କକୁ ପୁନଃସ୍ଥାପନ କରୁଛନ୍ତି।”

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଓମାନ ଗସ୍ତ ଅବସରରେ ଭାରତ- ଓମାନ ପକ୍ଷରୁ ଜାରି ମିଳିତ ବିବୃତି

December 18th, 05:28 pm

ଓମାନର ସୁଲତାନ ମହାମହିମ ସୁଲତାନ ହାଇଥାମ ବିନ୍ ତାରିକଙ୍କ ନିମନ୍ତ୍ରଣ କ୍ରମେ, ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦୨୫ ମସିହା ଡିସେମ୍ବର ୧୭- ୧୮ ପର୍ଯ୍ୟନ୍ତ ଓମାନର ସୁଲତାନେଟକୁ ସରକାରୀ ଗସ୍ତ କରିଥିଲେ । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କୁ ସେ ଦେଶର ପ୍ରତିରକ୍ଷା ବ୍ୟାପାର ଉପ ପ୍ରଧାନମନ୍ତ୍ରୀ ମହାମହିମ ସୟଦ୍ ଶିହାବ ବିନ୍ ତାରିକ ବିମାନ ବନ୍ଦରଠାରେ ସ୍ୱାଗତ କରିଥିଲେ । ବିମାନ ବନ୍ଦରଠାରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କୁ ଆାନୁଷ୍ଠାନିକ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ୧୮ ଡିସେମ୍ବର ୨୦୨୫ ତାରିଖ ଦିନ ଅଲ୍ ବାରାକା ପ୍ୟାଲେସରେ ମହାମହିମ ସୁଲତାନ ହାଇଥାମ ବିନ୍ ତାରିକ ତାଙ୍କୁ ସ୍ୱାଗତ କରିଥିଲେ ।

ଓମାନର ମହାମହିମ ସୁଲତାନଙ୍କୁ ଭେଟିଛନ୍ତି ପ୍ରଧାନମନ୍ତ୍ରୀ

December 18th, 05:22 pm

ଦୁଇ ନେତା ସିଧା ସଳଖ ଏବଂ ପ୍ରତିନିଧିମଣ୍ଡଳୀ ସ୍ତରୀୟ ସାକ୍ଷାତ କରିଥିଲେ। ସେମାନେ ବହୁମୁଖୀ ଭାରତ-ଓମାନ ରଣନୈତିକ ଭାଗିଦାରୀର ବିସ୍ତୃତ ସମୀକ୍ଷା କରିବା ସହ ଦ୍ୱିପାକ୍ଷିକ ସମ୍ପର୍କରେ ସ୍ଥିର ଅଭିବୃଦ୍ଧିକୁ ପ୍ରଶଂସା କରିଥିଲେ। ସେମାନେ ଉଲ୍ଲେଖ କରିଥିଲେ ଯେ, ଭାରତ-ଓମାନ ସମ୍ପର୍କ ପାଇଁ ଏହି ଗସ୍ତ ବିଶେଷ ଗୁରୁତ୍ୱ ବହନ କରୁଛି କାରଣ ଉଭୟ ଦେଶ ଚଳିତ ବର୍ଷ କୂଟନୈତିକ ସମ୍ପର୍କ ପ୍ରତିଷ୍ଠାର ୭୦ ବର୍ଷ ପାଳନ କରୁଛନ୍ତି।

ଫଳାଫଳ ତାଲିକା: ପ୍ରଧାନମନ୍ତ୍ରୀଙ୍କ ଓମାନ ଗସ୍ତ

December 18th, 04:57 pm

- ନିକଟତମ ଆର୍ଥିକ ଏବଂ ବାଣିଜ୍ୟିକ ସମନ୍ୱୟକୁ ସୁଦୃଢ଼ ଏବଂ ଆହୁରି ବିକଶିତ କରିବା ।

Over the last 11 years, India has changed its economic DNA: PM Modi during India-Oman Business Forum

December 18th, 04:08 pm

PM Modi addressed the India–Oman Business Forum in Muscat, highlighting centuries-old maritime ties, the India–Oman CEPA as a roadmap for shared growth, and India’s strong economic momentum. He invited Omani businesses to partner in future-ready sectors such as green energy, innovation, fintech, AI and agri-tech to deepen bilateral trade and investment.

ଓମାନରେ ଭାରତୀୟ ଛାତ୍ର ଏବଂ ଭାରତୀୟ ସମ୍ପ୍ରଦାୟକୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

December 18th, 12:32 pm

ଏହି ଯୁବ ଉତ୍ସାହ, ତୁମର ଶକ୍ତି, ଏଠାକାର ସମ୍ପୂର୍ଣ୍ଣ ପରିବେଶକୁ ଚଳଚଞ୍ଚଳ କରିଦେଇଛି । ମୁଁ ସେହି ସମସ୍ତ ଭାଇ-ଭଉଣୀମାନଙ୍କୁ ମଧ୍ୟ ପ୍ରଣାମ କରୁଛି ଯେଉଁମାନେ ସ୍ଥାନର ଅଭାବ ଯୋଗୁଁ ଏହି ହଲରେ ନାହାନ୍ତି ଏବଂ ନିକଟବର୍ତ୍ତୀ ହଲ୍‌ରେ ସ୍କ୍ରିନରେ ଏହି କାର୍ଯ୍ୟକ୍ରମକୁ ଲାଇଭ ଦେଖୁଛନ୍ତି । ଏବେ ଆପଣ କଳ୍ପନା କରିପାରିବେ, ଯଦି ଏତେ ଦୂର ଆସିଲେ ଏବଂ ଭିତରକୁ ଆସିପାରିଲେ ନାହିଁ, ତେବେ ସେମାନଙ୍କ ମନରେ କ’ଣ ଚାଲିଥିବ ।

ଓମାନରେ ଭାରତୀୟ ସମୁଦାୟକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

December 18th, 12:31 pm

ସମାବେଶକୁ ସମ୍ବୋଧିତ କରି, ପ୍ରଧାନମନ୍ତ୍ରୀ ଭାରତରେ ରହୁଥିବା ପରିବାର ଏବଂ ବନ୍ଧୁମାନଙ୍କ ତରଫରୁ ସମୁଦାୟକୁ ଶୁଭେଚ୍ଛା ଜଣାଇଥିଲେ। ସେ ସେମାନଙ୍କର ଅତି ଚମତ୍କାର ଏବଂ ରଙ୍ଗାରଙ୍ଗ ସ୍ୱାଗତ ପାଇଁ ଧନ୍ୟବାଦ ଜଣାଇଥିଲେ। ସେ କହିଥିଲେ ଯେ ଓମାନରେ ବସବାସ କରୁଥିବା ଭାରତର ବିଭିନ୍ନ ଅଂଶରୁ ଲୋକଙ୍କୁ ଭେଟି ସେ ଖୁବ୍ ଆନନ୍ଦିତ, ଏବଂ ଉଲ୍ଲେଖ କରିଥିଲେ ଯେ ବିବିଧତା ହେଉଛି ଭାରତୀୟ ସଂସ୍କୃତିର ମୂଳଦୁଆ - ଏକ ମୂଲ୍ୟ ଯାହା ସେମାନଙ୍କୁ ଯେକୌଣସି ସମାଜର ଅଂଶ ହେବାରେ ସାହାଯ୍ୟ କରେ। ଓମାନରେ ଭାରତୀୟ ସମ୍ପ୍ରଦାୟକୁ କେତେ ଭଲ ଭାବରେ ସମ୍ମାନିତ କରାଯାଏ ସେ, ବିଷୟରେ କହିବାକୁ ଯାଇ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ଯେ, ସହାବସ୍ଥାନ ଏବଂ ସହଯୋଗ ଭାରତୀୟ ପ୍ରବାସୀମାନଙ୍କର ଏକ ପ୍ରମୁଖ ପରିଚୟ।

PM Modi participates in India Oman Business Forum

December 18th, 11:15 am

PM Modi addressed the India–Oman Business Forum in Muscat, highlighting centuries-old maritime ties, the India–Oman CEPA as a roadmap for shared growth, and India’s strong economic momentum. He invited Omani businesses to partner in future-ready sectors such as green energy, innovation, fintech, AI and agri-tech to deepen bilateral trade and investment.

PM Modi arrives in Muscat, Oman to a warm welcome

December 17th, 07:19 pm

PM Modi arrived in Muscat, Oman, a short while ago. He was accorded a ceremonial welcome at the airport. The PM’s visit marks 70 years of the establishment of diplomatic ties between India and Oman. In Muscat, the PM will hold discussions with His Majesty the Sultan of Oman to further strengthen the Strategic Partnership.

ଜୋର୍ଡାନ, ଇଥିଓପିଆ ଏବଂ ଓମାନ ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ବିବୃତ୍ତି

December 15th, 08:15 am

ଆଜି ମୁଁ ଜୋର୍ଡାନର ହାସେମାଇଟ, ଫେଡେରାଲ ଡେମୋକ୍ରାଟିକ ରିପବ୍ଲିକ ଅଫ ଇଥିଓପିଆ ଏବଂ ସୁଲତାନତ ଅଫ ଓମାନକୁ ତିନି ଦେଶ ଗସ୍ତରେ ଯାଉଛି, ଏହି ତିନିଟି ରାଷ୍ଟ୍ର ସହିତ ଭାରତର ପୁରୁଣା ସଭ୍ୟତାଗତ ସମ୍ପର୍କ ଏବଂ ବ୍ୟାପକ ସମସାମୟିକ ଦ୍ୱିପାକ୍ଷିକ ସମ୍ପର୍କ ମଧ୍ୟ ରହିଛି ।

ପ୍ରଧାନମନ୍ତ୍ରୀଙ୍କ ଜୋର୍ଡାନ, ଇଥିଓପିଆ ଏବଂ ଓମାନ ଗସ୍ତ

December 11th, 08:43 pm

ରାଜା ଅବଦୁଲ୍ଲା ଦ୍ୱିତୀୟ ବିନ ଅଲ ହୁସେନଙ୍କ ନିମନ୍ତ୍ରଣରେ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୫ରୁ ୧୬ ଡିସେମ୍ବର ୨୦୨୫ ପର୍ଯ୍ୟନ୍ତ ଜୋର୍ଡାନର ହାସେମାଇଟ ରାଜ୍ୟ ଗସ୍ତ କରିବେ । ଏହି ଗସ୍ତ ସମୟରେ, ପ୍ରଧାନମନ୍ତ୍ରୀ ଭାରତ-ଜୋର୍ଡାନ ମଧ୍ୟରେ ସମ୍ପର୍କର ସମସ୍ତ ଦିଗ ଉପରେ ସମୀକ୍ଷା କରିବା ଏବଂ ଆଞ୍ଚଳିକ ପ୍ରସଙ୍ଗ ଉପରେ ଦୃଷ୍ଟିକୋଣ ଆଦାନପ୍ରଦାନ କରିବା ପାଇଁ ରାଜା ଅବଦୁଲ୍ଲା ଦ୍ୱିତୀୟ ବିନ ଅଲ ହୁସେନଙ୍କୁ ଭେଟିବେ । ଦୁଇ ଦେଶ ମଧ୍ୟରେ କୂଟନୈତିକ ସମ୍ପର୍କ ସ୍ଥାପନର ୭୫ତମ ବାର୍ଷିକୀ ଅବସରରେ ଆୟୋଜିତ ଏହି ଗସ୍ତ ଭାରତ ଓ ଜୋର୍ଡାନ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ମଜବୁତ କରିବା, ପାରସ୍ପରିକ ଅଭିବୃଦ୍ଧି ଏବଂ ସମୃଦ୍ଧି ପାଇଁ ସହଯୋଗର ନୂତନ ମାର୍ଗ ଅନୁସନ୍ଧାନ କରିବା ତଥା ଆଞ୍ଚଳିକ ଶାନ୍ତି, ସମୃଦ୍ଧି, ସୁରକ୍ଷା ଏବଂ ସ୍ଥିରତାକୁ ପ୍ରୋତ୍ସାହିତ କରିବା ଦିଗରେ ଆମର ପ୍ରତିବଦ୍ଧତାକୁ ଦୋହରାଇବାର ଏକ ସୁଯୋଗ ପ୍ରଦାନ କରିବ ।

ମନ୍ କୀ ବାତ୍ ନଭେମ୍ବର 2024

November 24th, 11:30 am

ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ମନର କଥା, ଅର୍ଥାତ, ଦେଶର ମିଳିତ ପ୍ରୟାସର କଥା, ଦେଶର ଉପଲବ୍ଧିଗୁଡ଼ିକର କଥା, ଲୋକମାନଙ୍କର ସାମର୍ଥ୍ୟର କଥା । ମନର କଥା ଅର୍ଥାତ, ଦେଶର ଯୁବବର୍ଗଙ୍କ ସ୍ୱପ୍ନ, ଦେଶର ନାଗରିକମାନଙ୍କ ଆକାଂକ୍ଷାର କଥା । ମୁଁ ମାସକଯାକ ‘ମନ୍ କି ବାତ୍’କୁ ଅପେକ୍ଷା କରିଥାଏ, ଯାହାଦ୍ୱାରା ଆପଣମାନଙ୍କ ସହିତ ସିଧା କଥାବାର୍ତ୍ତା କରିପାରିବି । କେତେ କେତେ ବାର୍ତ୍ତା, କେତେ ମେସେଜ୍! ଅଧିକରୁ ଅଧିକ ବାର୍ତ୍ତାଗୁଡ଼ିକୁ ପଢ଼ିବା, ଆପଣମାନଙ୍କ ପରାମର୍ଶ ଉପରେ ଚିନ୍ତା କରିବା ପାଇଁ ମୁଁ ସମ୍ପୂର୍ଣ୍ଣ ଭାବେ ଚେଷ୍ଟା କରିଥାଏ ।

PM praises joint India-Oman musical performance

January 30th, 10:17 pm

Prime Minister Narendra Modi praised a Republic Day joint India-Oman musical performance performed at the Embassy Reception at the Indian embassy in Oman. The Prime Minister said, Very creative. I appreciate all those who were a part of this effort.

ଓମାନର ସୁଲତାନଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

December 16th, 09:29 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଓମାନର ସୁଲତାନ ହାଇଥମ ବିନ୍ ତାରିକଙ୍କ ସହ ବୈଠକ କରିଛନ୍ତି । ଏଥିରେ ସେମାନେ ଦ୍ୱିପାକ୍ଷିକ ସମ୍ପର୍କର ସମୀକ୍ଷା କରିଥିଲେ ।

ଓମାନର ସୁଲତାନଙ୍କ ସହ ପ୍ରତିନିଧି ସ୍ତରୀୟ ଆଲୋଚନା ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦଘାଟନୀ ଭାଷଣ

December 16th, 07:02 pm

ଆପଣ ମାନଙ୍କୁ ଭାରତରେ ସ୍ୱାଗତ କରିବା ମୋତେ ବହୁତ ଆନନ୍ଦିତ ଖୁସି ଲାଗୁଛି।