Shri Ram Nath Kovind’s autobiography will become a treasure for Indian democracy and Indian society: PM Modi

August 12th, 09:45 am

During the release of former President Shri Ram Nath Kovind Ji’s biography, Triumph of the Indian Republic: My Life, My Struggles, PM Modi lauded his contribution to society and the nation. Urging everyone to read the book in full, PM Modi noted that through his conduct, Shri Kovind presented before the world a picture of India’s values and traditions that every Indian can be proud of. He concluded by cautioning the youth against shortcuts in life, saying, “Shortcut will cut you short.”

ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଆତ୍ମଜୀବନୀ ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

August 12th, 09:30 am

ଆଜି ନୂଆଦିଲ୍ଲୀର ବିଜ୍ଞାନ ଭବନଠାରେ ଭାରତର ପୂର୍ବତନ ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦଙ୍କ ଆତ୍ମଜୀବନୀ ଟ୍ରାୟମ୍ଫ ଅଫ୍ ଦି ଇଣ୍ଡିଆନ୍ ରିପବ୍ଲିକ୍: ମାଇଁ ଲାଇଫ୍, ମାଇଁ ଷ୍ଟ୍ରଗଲ୍ସକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଉନ୍ମୋଚନ କରିଛନ୍ତି। ଏହି ଅବସରରେ ଉପସ୍ଥିତ ଜନସାଧାରଣଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଆଜି ଆମକୁ ଶ୍ରୀ ରାମନାଥ କୋବିନ୍ଦ ଜୀଙ୍କ ଆତ୍ମଜୀବନୀ ଉନ୍ମୋଚନ କରିବାର ସୁଯୋଗ ମିଳିଛି ଏବଂ ମୁଁ ଏହି କାର୍ଯ୍ୟକ୍ରମର ଏକ ଅଂଶବିଶେଷ ହୋଇପାରିଥିବାରୁ ଅତ୍ୟନ୍ତ ଖୁସି।”

ପ୍ରଧାନମନ୍ତ୍ରୀ ଲୋକସଭା ବାଚସ୍ପତି ଓମ୍ ବିର୍ଲା ଜୀଙ୍କୁ ତାଙ୍କର ଶୁଭେଚ୍ଛା ପାଇଁ କୃତଜ୍ଞତା ଜଣାଇଛନ୍ତି

June 10th, 09:11 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଲୋକସଭା ବାଚସ୍ପତି ଓମ୍ ବିର୍ଲା ଜୀଙ୍କୁ ତାଙ୍କର ଶୁଭେଚ୍ଛା ପାଇଁ କୃତଜ୍ଞତା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭାରତୀୟ ଗଣତନ୍ତ୍ରର ଏହି ଐତିହାସିକ ମାଇଲଖୁଣ୍ଟ ହେଉଛି ଜନସାଧାରଣଙ୍କ ଅପାର ଆଶୀର୍ବାଦ ଏବଂ ସ୍ନେହର ଫଳାଫଳ ।

ଭିଡିଓ କନଫରେନ୍ସିଂ ମାଧ୍ୟମରେ କୋଟା ବିମାନବନ୍ଦରର ଶିଳାନ୍ୟାସ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

March 07th, 03:15 pm

ଗତ ସପ୍ତାହରେ, ମୋତେ ରାଜସ୍ଥାନ ଗସ୍ତ କରିବାର ସୁଯୋଗ ମିଳିଥିଲା। ଆଜମେରର ପବିତ୍ର ଭୂମିରୁ, ଆମେ ରାଜସ୍ଥାନର ବିକାଶ ସହିତ ଜଡିତ ହଜାର ହଜାର କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କରିଥିଲୁ। ସେହି କାର୍ଯ୍ୟକ୍ରମରେ, ରାଜସ୍ଥାନର ୨୧,୦୦୦ ରୁ ଅଧିକ ଯୁବ ସହକର୍ମୀଙ୍କୁ ନିଯୁକ୍ତି ପତ୍ର ମଧ୍ୟ ବଣ୍ଟନ କରାଯାଇଥିଲା। ଆଜମେର ଗସ୍ତର ମାତ୍ର କିଛି ଦିନ ବ୍ୟବଧାନ ପରେ,ଏବେ, ମୋ ପାଖରେ କୋଟା ସହିତ ଜଡିତ ଏହି ଗୁରୁତ୍ୱପୂର୍ଣ୍ଣ ବିମାନବନ୍ଦର ପ୍ରକଳ୍ପର ଶୁଭାରମ୍ଭ କରିବାର ସୁଯୋଗ ମିଳିଛି। ରାଜସ୍ଥାନରେ ଗୋଟିଏ ସପ୍ତାହରେ ଆରମ୍ଭ ହୋଇଥିବା ଏହି ଦୁଇଟି ପ୍ରମୁଖ ବିକାଶ କାର୍ଯ୍ୟକ୍ରମର ଏକ ଶକ୍ତିଶାଳୀ ବାର୍ତ୍ତା ଦେଉଛି। ଏହା ଦର୍ଶାଏ ଯେ ରାଜସ୍ଥାନ ଆଜି ଦ୍ରୁତ ଗତିରେ ପ୍ରଗତି କରୁଛି। ଭିତ୍ତିଭୂମି ହେଉ, ଯୁବକମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ହେଉ, କୃଷକ ଏବଂ ମା' ଏବଂ ଭଉଣୀମାନଙ୍କ ପାଇଁ ଯୋଜନା ହେଉ, ରାଜସ୍ଥାନର ପ୍ରତ୍ୟେକ କ୍ଷେତ୍ରରେ କାମ ଦ୍ରୁତ ଗତିରେ ଆଗକୁ ବଢ଼ୁଛି।

ହାଡୋତି ଅଞ୍ଚଳର ପରିବର୍ତ୍ତନ ବିଷୟରେ ଉଲ୍ଲେଖ କରିବା ସହ କୋଟା ବିମାନବନ୍ଦରର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

March 07th, 02:45 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ ବାର୍ତ୍ତା ମାଧ୍ୟମରେ କୋଟା ବିମାନବନ୍ଦରର ଶିଳାନ୍ୟାସ ଅବସରରେ ଆୟୋଜିତ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି। ଏହା ହାଡୋତି ଅଞ୍ଚଳ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଭାବେ ପରିଗଣିତ ହେଉଛି। ରାଜସ୍ଥାନ ଏକ ଅଭୂତପୂର୍ବ ଗତିରେ ଅଗ୍ରସର ହେଉଛି ଓ ନୂତନ ବିମାନବନ୍ଦର ଅର୍ଥନୈତିକ ଏବଂ ଶିଳ୍ପ ଅଭିବୃଦ୍ଧି ପାଇଁ ଏକ ପ୍ରେରକ ଶକ୍ତି ହେବାକୁ ଯାଉଛି ବୋଲି ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଛନ୍ତି।

ଜାନୁଆରୀ ୧୫ରେ ରାଷ୍ଟ୍ରମଣ୍ଡଳ ଦେଶର ବାଚସ୍ପତି ଓ ପୀଠସୀନ ଅଧିକାରୀଙ୍କ ୨୮ତମ ସମ୍ମିଳନୀକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

January 14th, 11:19 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୧୫ ଜାନୁଆରୀ ୨୦୨୬ ପୂର୍ବାହ୍ଣ ୧୦.୩୦ଟାରେ ନୂଆଦିଲ୍ଲୀସ୍ଥିତ ସଂସଦ ଭବନ ପରିସରରେ ଥିବା ସମ୍ବିଧାନ ସଦନର କେନ୍ଦ୍ରୀୟ ହଲରେ ଆୟୋଜିତ ‘ରାଷ୍ଟ୍ରମଣ୍ଡଳ ଦେଶର ବାଚସ୍ପତି ଓ ପୀଠସୀନ ଅଧିକାରୀଙ୍କ ୨୮ତମ ସମ୍ମିଳନୀ (ସିଏସପିଓସି)’କୁ ଉଦଘାଟନ କରିବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ସମ୍ମିଳନୀକୁ ସମ୍ବୋଧନ କରିବେ।

ସଂସଦରେ ଭାରତର ସାଂସ୍କୃତିକ ଏବଂ ଭାଷାଗତ ବିବିଧତାକୁ ଉପସ୍ଥାପନକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ

December 23rd, 06:19 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଲୋକସଭା ଭାଷଣରେ ଆଞ୍ଚଳିକ ଭାଷାକୁ ପ୍ରାଧାନ୍ୟ ଦିଆଯିବା ସହିତ ସଂସଦରେ ଭାରତର ସାଂସ୍କୃତିକ ଏବଂ ଭାଷାଗତ ବିବିଧତାକୁ ଉପସ୍ଥାପିତ କରିବା ପାଇଁ ବାଚସ୍ପତି ଓମ୍ ବିର୍ଲା ଏବଂ ସବୁ ଦଳର ସାଂସଦମାନଙ୍କୁ ପ୍ରଶଂସା କରିଛନ୍ତି।

ଜନ୍ମଦିନ ଶୁଭେଚ୍ଛା ପାଇଁ ଓମ୍ ବିର୍ଲାଙ୍କୁ କୃତଜ୍ଞତା ଜଣାଇଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

September 17th, 09:28 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ୭୫ତମ ଜନ୍ମ ଦିବସରେ ଶୁଭେଚ୍ଛା ଜଣାଇଥିବାରୁ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଶ୍ରୀ ମୋଦୀ କହିଛନ୍ତି, “ଆପଣଙ୍କ ସ୍ନେହ ଦେଶର ସେବା ଜାରି ରଖିବାକୁ ପ୍ରେରଣା ଦେଉଛି”

ଲୋକସଭା ବାଚସ୍ପତି ଭାବେ ନିର୍ବାଚିତ ହୋଇଥିବାରୁ ଶ୍ରୀ ଓମ ବିର୍ଲାଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

June 26th, 02:35 pm

ଦ୍ୱିତୀୟ ଥର ପାଇଁ ଲୋକସଭାର ବାଚସ୍ପତି ଭାବେ ନିର୍ବାଚିତ ହୋଇଥିବାରୁ ଶ୍ରୀ ଓମ ବିର୍ଲାଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି । ନୂତନ ଭାବେ ନିର୍ବାଚିତ ବାଚସ୍ପତିଙ୍କ ଅନ୍ତର୍ଦୃଷ୍ଟି ଓ ଅଭିଜ୍ଞତା ଯୋଗୁ ଗୃହକୁ ବୃହତ ଫାଇଦା ମିଳିପାରିବ ବୋଲି ସେ ବିଶ୍ୱାସ ବ୍ୟକ୍ତ କରିଛନ୍ତି ।

Parliament is not just walls but is the center of aspiration of 140 crore citizens: PM Modi in Lok Sabha

June 26th, 11:30 am

PM Modi addressed the Lok Sabha after the House elected Shri Om Birla as the Speaker of the House. Noting the significance of Shri Birla taking over second time during the Amrit Kaal, the Prime Minister expressed the hope that his experience of five years and the members’ experience with him will enable the re-elected Speaker to guide the house in these important times.

ବାଚସ୍ପତି ନିର୍ବାଚିତ ହେବା ପରେ ଲୋକସଭାକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

June 26th, 11:26 am

ଗୃହର ବାଚସ୍ପତି ଭାବେ ଶ୍ରୀ ଓମ୍ ବିର୍ଲା ନିର୍ବାଚିତ ହେବା ପରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଲୋକସଭାକୁ ସମ୍ବୋଧିତ କରିଛନ୍ତି ।

ସର୍ବଭାରତୀୟ ପ୍ରିଜାଇଡିଂ ଅଫିସର ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଭିଡିଓ ବାର୍ତ୍ତା

January 27th, 04:00 pm

ଲୋକସଭା ବାଚସ୍ପତି ଶ୍ରୀ ଓମ୍ ବିର୍ଲା ଜୀ, ରାଜ୍ୟସଭା ଉପାଧ୍ୟକ୍ଷ ଶ୍ରୀ ହରିବଂଶ ଜୀ, ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଜୀ, ବିଧାନସଭା ବାଚସ୍ପତି ରାହୁଲ ନର୍ଭେକର ଜୀ ଏବଂ ବିଭିନ୍ନ ରାଜ୍ୟ ବିଧାନସଭାରୁ ଆସିଥିବା ପ୍ରିଜାଇଡିଂ ଅଫିସରମାନେ,

ଅଖିଳ ଭାରତୀୟ ପ୍ରିଜାଇଡିଂ ଅଧିକାରୀ ମାନଙ୍କର ସମ୍ମିଳନୀକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

January 27th, 03:30 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଅଖିଳ ଭାରତୀୟ ପ୍ରିଜାଇଡିଂ ଅଫିସର ସମ୍ମିଳନୀକୁ ଭିଡିଓ ବାର୍ତ୍ତା ମାଧ୍ୟମରେ ସମ୍ବୋଧିତ କରିଛନ୍ତି ।

ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ‘ସୁପୋଷିତ ମା’ ଉପକ୍ରମକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

February 21st, 11:26 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଲୋକସଭା ବାଚସ୍ପତି ଓମ ବିର୍ଲା ‘ସୁପୋଷିତ ମା’ ଉପକ୍ରମକୁ ପ୍ରଶଂସା କରିଛନ୍ତି । ଶ୍ରୀ ବିର୍ଲା କୋଟାର ରାମଗଞ୍ଜମଣ୍ଡି ଅଞ୍ଚଳରେ ସୁପୋଷିତ ମା ଅଭିଯାନ ଆରମ୍ଭ କରିଛନ୍ତି । ପ୍ରତ୍ୟେକ ମା ଓ ଶିଶୁଙ୍କୁ ସୁସ୍ଥ ରଖିବା ଏହି ଉପକ୍ରମର ଉଦ୍ଦେଶ୍ୟ ।

ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦଙ୍କ ପାଇଁ ସଂସଦରେ ଆୟୋଜିତ ବିଦାୟକାଳୀନ କାର୍ଯ୍ୟକ୍ରମରେ ଭାଗ ନେଲେ ପ୍ରଧାନମନ୍ତ୍ରୀ

July 23rd, 10:16 pm

ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦଙ୍କ ପାଇଁ ଆଜି ସଂସଦରେ ଆୟୋଜିତ ବିଦାୟକାଳୀନ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାଗ ନେଇଛନ୍ତି ।

'ଆଜାଦୀ କେ ଅମୃତ ମହୋତ୍ସବ ସେ ସ୍ୱର୍ଣ୍ଣିମ ଭାରତ କେ ଔର’ କାର୍ଯ୍ୟକ୍ରମର ଜାତୀୟ ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେଇଥିବା ଉଦ୍‌ବୋଧନ

January 20th, 10:31 am

କାର୍ଯ୍ୟକ୍ରମରେ ଆମ ସହ ଆଜି ଏଠାରେ ଉପସ୍ଥିତ ଥିବା ଲୋକସଭାର ଅଧ୍ୟକ୍ଷ ଶ୍ରୀ ଓମ୍‌ ବିରଳା ଜୀ, ରାଜସ୍ଥାନର ରାଜ୍ୟପାଳ ଶ୍ରୀ କଲରାଜ ମିଶ୍ର ଜୀ, ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଶ୍ରୀମାନ୍‌ ଅଶୋକ ଗେହଲଟଜୀ, ଗୁଜରାଟର ମୁଖ୍ୟମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ଭାଇ ପଟେଲ ଜୀ, କେନ୍ଦ୍ର ମନ୍ତ୍ରିମଣ୍ଡଳରେ ମୋର ସାଥୀ ଶ୍ରୀ କିଶନ ରେଡ୍ଡୀଜ ଜୀ, ଭୂପେନ୍ଦର ଯାଦବ ଜୀ, ଅର୍ଜୁନ ରାମ ମେଘୱାଲ ଜୀ, ପୁରୁଷୋତ୍ତମ ରୂପାଲା ଜୀ, ଏବଂ ଶ୍ରୀ କୈଳାଶ ଚୌଧୁରୀ ଜୀ, ରାଜସ୍ଥାନ ବିଧାନସଭାର ବିରୋଧୀ ଦଳ ନେତା ଶ୍ରୀ ଗୁଲାବଚନ୍ଦ କଟାରିୟା ଜୀ, ବ୍ରହ୍ମାକୁମାରୀମାନଙ୍କ କାର୍ଯ୍ୟକାରୀ ସଂପାଦକ ରାଜଯୋଗୀ ମୃତ୍ୟୁଞ୍ଜୟ ଜୀ, ରାଜଯୋଗିନୀ ଭଉଣୀ ମୋହିନୀ ଜୀ, ଭଉଣୀ ଚନ୍ଦ୍ରିକା ଜୀ, ବ୍ରହ୍ମାକୁମାରୀ ସଂଗଠନର ଅନ୍ୟ ସମସ୍ତ ଭଉଣୀ, ଏବଂ ସଜ୍ଜନମଣ୍ଡଳୀ ତଥା ଏଠାରେ ଉପସ୍ଥିତ ଥିବା ସକଳ ସାଧକ- ସାଧିକାବୃନ୍ଦ!

ଜାତୀୟ ସ୍ତରରେ ‘ଆଜାଦୀ କେ ଅମୃତ ମହୋତ୍ସବ ସେ ସ୍ୱର୍ଣ୍ଣିମ ଭାରତ କେ ଔର୍‌’ ସମାରୋହର ଶୁଭାରମ୍ଭ ଅବସରରେ ଦୀକ୍ଷାନ୍ତ ଭାଷଣ ଦେଲେ ପ୍ରଧାନମନ୍ତ୍ରୀ

January 20th, 10:30 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜାତୀୟ ସ୍ତରରେ ‘ଆଜାଦୀ କେ ଅମୃତ ମହୋତ୍ସବ ସେ ସ୍ୱର୍ଣ୍ଣିମ ଭାରତ କେ ଔର୍‌’ ସମାରୋହର ଶୁଭାରମ୍ଭ ଅବସରରେ ଦୀକ୍ଷାନ୍ତ ଭାଷଣ ପ୍ରଦାନ କରିଛନ୍ତି । ସେ ମଧ୍ୟ ବ୍ରହ୍ମା କୁମାରିଜ୍‌ ସଂସ୍ଥାର ସାତଟି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ଲୋକସଭା ବାଚସ୍ପତି ଶ୍ରୀ ଓମ୍‌ ବିର୍ଲା, ରାଜସ୍ଥାନ ରାଜ୍ୟପାଳ ଶ୍ରୀ କଲରାଜ ମିଶ୍ରା, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଶ୍ରୀ ଅଶୋକ ଗେହଲଟ, ଗୁଜରାଟ ମୁଖ୍ୟମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ପଟେଲ, କେନ୍ଦ୍ର ମନ୍ତ୍ରୀ ଶ୍ରୀ ଜି. କିଷନ ରେଡ୍ଡୀ, ଶ୍ରୀ ଭୂପେନ୍ଦର ଯାଦବ, ଶ୍ରୀ ଅର୍ଜ୍ଜୁନ ରାମ ମେଘୱାଲ, ଶ୍ରୀ ପୁରୁଷୋତ୍ତମ ରୂପାଲା ଏବଂ ଶ୍ରୀ କୈଳାସ ଚୌଧୁରୀ ପ୍ରମୁଖଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ ।

ଜନ୍ମଦିନ ଅବସରରେ ଲୋକସଭା ବାଚସ୍ପତି ଶ୍ରୀ ଓମ ବିର୍ଲାଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା ଜ୍ଞାପନ

November 23rd, 04:16 pm

ଜନ୍ମଦିନ ଅବସରରେ ଲୋକସଭା ବାଚସ୍ପତି ଶ୍ରୀ ଓମ ବିର୍ଲା ଜୀଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜ୍ଞାପନ କରିଛନ୍ତି ।

ସଂସଦ ଟିଭିର ମିଳିତ ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

September 15th, 06:32 pm

କାର୍ଯ୍ୟକ୍ରମରେ ଆମ ସହିତ ଉପସ୍ଥିତ ରାଜ୍ୟସଭାର ମାନନୀୟ ସଭାପତି ଏବଂ ଦେଶର ଉପରାଷ୍ଟ୍ରପତି ଶ୍ରୀ ଭେଙ୍କେୟା ନାୟଡ଼ୁ ମହାଶୟ, ଲୋକସଭାର ମାନନୀୟ ଅଧ୍ୟକ୍ଷ ଶ୍ରୀମାନ ଓମ୍ ବିରଲା ମହାଶୟ, ରାଜ୍ୟସଭାର ମାନନୀୟ ଉପସଭାପତି ଶ୍ରୀ ହରିବଂଶ ମହାଶୟ, ଲୋକସଭା ଏବଂ ରାଜ୍ୟସଭାରେ ବିରୋଧି ଦଳର ନେତାଗଣ, ଏଠାରେ ଉପସ୍ଥିତ ଥିବା ଅନ୍ୟ ମହାନୁଭବ, ଭଦ୍ର ମହିଳା ଏବଂ ଭଦ୍ରବ୍ୟକ୍ତିଗଣ!

ଉପ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଏବଂ ଲୋକସଭା ବାଚସ୍ପତି ମିଳିତ ଭାବେ ସଂସଦ ଟିଭିର କଲେ ଶୁଭାରମ୍ଭ

September 15th, 06:24 pm

ଉପ ରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଶ୍ରୀ ଏମ ଭେଙ୍କେୟା ନାଇଡ଼ୁ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ଲୋକସଭା ବାଚସ୍ପତି ଶ୍ରୀ ଓମ୍‍ ବିରଳା ଆଜି ଆନ୍ତର୍ଜାତିକ ଗଣତନ୍ତ୍ର ଦିବସ ଅବସରରେ ମିଳିତ ଭାବେ ସଂସଦ ଟିଭିର ଶୁଭାରମ୍ଭ କରିଛନ୍ତି ।