ମଙ୍ଗୋଲିଆର ରାଷ୍ଟ୍ରପତିଙ୍କ ସହ ମିଳିତ ପ୍ରେସ ବିବୃତି ସମୟରେ ପ୍ରଧାନମନ୍ତ୍ରୀଙ୍କ ପ୍ରେସ ବିବୃତି
October 14th, 01:15 pm
ଛଅ ବର୍ଷ ପରେ ମଙ୍ଗୋଲିଆ ରାଷ୍ଟ୍ରପତିଙ୍କ ଭାରତ ଗସ୍ତ ଏକ ଅତ୍ୟନ୍ତ ସ୍ୱତନ୍ତ୍ର ଅବସର ଆଣିଦେଇଛି। ଏବଂ ଏହି ଗସ୍ତ ସେତେବେଳେ ଆସିଛି ଯେତେବେଳେ ଭାରତ ଏବଂ ମଙ୍ଗୋଲିଆ ୭୦ ବର୍ଷର କୂଟନୈତିକ ସମ୍ପର୍କ ଏବଂ ୧୦ ବର୍ଷର ରଣନୈତିକ ସହଭାଗୀତା ପାଳନ କରୁଛନ୍ତି। ଏହି ଅବସରକୁ ପାଳନ କରିବା ପାଇଁ, ଆମେ ଏକ ମିଳିତ ଡାକ ଟିକେଟ ଜାରି କରିଛୁ, ଯାହାକି ଆମର ସହଭାଗୀ ଐତିହ୍ୟ, ବିବିଧତା ଏବଂ ଗଭୀର ସଭ୍ୟତାଗତ ସମ୍ପର୍କର ପ୍ରତୀକ।