ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ବିଷୟରେ ରାଜ୍ୟସଭାରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷ
March 24th, 02:05 pm
ଆମେ ସମସ୍ତେ ପଶ୍ଚିମ ଏସିଆରେ ଚାଲିଥିବା ଯୁଦ୍ଧ ଏବଂ ଏହାର ପରିଣାମସ୍ୱରୂପ ପରିସ୍ଥିତି ବିଷୟରେ ଅବଗତ। ଏହି କଠିନ ପରିସ୍ଥିତି ଉପରେ ସରକାରଙ୍କ ମତାମତ ରଖିବା ପାଇଁ ମୁଁ ଆଜି ସଂସଦର ଉଚ୍ଚ ସଦନ ସମ୍ମୁଖରେ ତଥା ଦେଶବାସୀଙ୍କ ସମ୍ମୁଖରେ ଉପସ୍ଥିତ ହୋଇଛି। ପଶ୍ଚିମ ଏସିଆରେ ଏହି ଯୁଦ୍ଧ ତିନି ସପ୍ତାହରୁ ଅଧିକ ସମୟ ଧରି ଚାଲିଛି। ଏହି ଯୁଦ୍ଧ ସାରା ବିଶ୍ୱରେ ଏକ ଗୁରୁତର ଶକ୍ତି ସଙ୍କଟ ସୃଷ୍ଟି କରିଛି। ଭାରତ ପାଇଁ ମଧ୍ୟ ଏହି ପରିସ୍ଥିତି ଚିନ୍ତାଜନକ। ଏହି ଯୁଦ୍ଧ ଆମର ବ୍ୟବସାୟିକ ପଥକୁ ପ୍ରଭାବିତ କରୁଛି। ଏହାର ପ୍ରଭାବରେ ପେଟ୍ରୋଲ, ଡିଜେଲ, ଗ୍ୟାସ ଏବଂ ସର ଭଳି ଆବଶ୍ୟକ ସାମଗ୍ରୀର ନିୟମିତ ଯୋଗାଣ ବାଧାପ୍ରାପ୍ତ ହେଉଛି। ପ୍ରାୟ ୧ କୋଟି ଭାରତୀୟ ଉପସାଗରୀୟ ଦେଶଗୁଡ଼ିକରେ ବସବାସ କରନ୍ତି ଏବଂ କାମ କରନ୍ତି। ସେମାନଙ୍କ ଜୀବନ ଓ ଜୀବିକାର ସୁରକ୍ଷା ମଧ୍ୟ ଭାରତ ପାଇଁ ଏକ ପ୍ରମୁଖ ଚିନ୍ତାର ବିଷୟ। ବିଶ୍ୱର ବିଭିନ୍ନ ସ୍ଥାନରୁ ଅସଂଖ୍ୟ ଜାହାଜ ହରମୁଜ୍ ପ୍ରଣାଳୀରେ ଅଟକି ରହିଛି, ଯେଉଁଥିରେ ବହୁ ସଂଖ୍ୟକ ଭାରତୀୟ କ୍ରୁ ସଦସ୍ୟ ଅଛନ୍ତି। ଏହା ଭାରତ ପାଇଁ ମଧ୍ୟ ଏକ ବଡ଼ ଚିନ୍ତାର ବିଷୟ। ଏପରି ଏକ କଠିନ ପରିସ୍ଥିତିରେ, ଭାରତୀୟ ସଂସଦର ଏହି ଉଚ୍ଚ ସଦନରୁ ସମଗ୍ର ବିଶ୍ୱକୁ ଶାନ୍ତି ଏବଂ ଆଲୋଚନା ପାଇଁ ଏକ ମିଳିତ ସ୍ୱର ଶୁଣାଯିବା ଅତ୍ୟନ୍ତ ଜରୁରୀ।ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ସମ୍ପର୍କରେ ରାଜ୍ୟସଭାକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ
March 24th, 02:00 pm
୨୪ ମାର୍ଚ୍ଚ ୨୦୨୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରାଜ୍ୟସଭାରେ ଉଦବୋଧନ ଦେଇ ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ସମ୍ପର୍କରେ ସରକାରଙ୍କ ମତ ଉପସ୍ଥାପନ କରିଥିଲେ। ସେ କହିଥିଲେ ଯେ ତିନି ସପ୍ତାହରୁ ଅଧିକ ସମୟ ଧରି ଚାଲୁଥିବା ଏହି ସଂଘର୍ଷ ଗଭୀର ବିଶ୍ୱ ଶକ୍ତି ସଙ୍କଟ ସୃଷ୍ଟି କରିଛି, ଯାହା ଭାରତ ପାଇଁ ଚିନ୍ତାଜନକ ପ୍ରଭାବ ଫେଳାଇଛି। ସେ ଉଲ୍ଲେଖ କରିଥିଲେ ଯେ ଏହା ଭାରତର ବାଣିଜ୍ୟ ମାର୍ଗକୁ ବାଧାପ୍ରାପ୍ତ କରୁଛି ଏବଂ ପେଟ୍ରୋଲ, ଡିଜେଲ, ଗ୍ୟାସ ଓ ସାର ପରି ଅତ୍ୟାବଶ୍ୟକୀୟ ସାମଗ୍ରୀର ଯୋଗାଣକୁ ପ୍ରଭାବିତ କରୁଛି। ପ୍ରଧାନମନ୍ତ୍ରୀ କହିଥିଲେ ଯେ ପ୍ରାୟ ୧୦ ମିଲିୟନ୍ ଭାରତୀୟ ଉପସାଗରୀୟ ଦେଶଗୁଡ଼ିକରେ ବାସ ଓ କାର୍ଯ୍ୟରତ ଅଛନ୍ତି, ତେଣୁ ସେମାନଙ୍କ ସୁରକ୍ଷା ଓ ଜୀବିକା ଗୁରୁତ୍ୱପୂର୍ଣ୍ଣ ଚିନ୍ତାର ବିଷୟ। ସେ ହର୍ମୁଜ୍ ପ୍ରଣାଳୀରେ ଜାହାଜରେ ଫସିଥିବା ଭାରତୀୟ କ୍ରୁ ସଦସ୍ୟଙ୍କ ଉପରେ ମଧ୍ୟ ଚିନ୍ତା ବ୍ୟକ୍ତ କରିଥିଲେ। “ଏପରି ପରିସ୍ଥିତିରେ, ଭାରତୀୟ ସଂସଦର ଏହି ଉଚ୍ଚ ସଦନ ସମଗ୍ର ବିଶ୍ୱରେ ଶାନ୍ତି ଓ ଆଲୋଚନା ପାଇଁ ଏକତ୍ରିତ ସ୍ୱର ଉଠାଇବା ଅତ୍ୟନ୍ତ ଆବଶ୍ୟକ,” ବୋଲି ସେ କହିଥିଲେ।ନେକ୍ସଟ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
March 12th, 10:47 pm
ଆଜି, ମାର୍ଚ୍ଚ ୧୨ ତାରିଖ, ଏକ ଐତିହାସିକ ଦିନ । ୧୯୩୦ ମସିହା ମାର୍ଚ୍ଚ ୧୨ ତାରିଖରେ ମହାତ୍ମା ଗାନ୍ଧୀ ସାବରମତୀ ଆଶ୍ରମରୁ ଦାଣ୍ଡି ଯାତ୍ରା ଆରମ୍ଭ କରିଥିଲେ । ଏହା ଭାରତର ସ୍ୱାଧୀନତା ଆନ୍ଦୋଳନରେ ଏକ ନୂତନ ମୋଡ଼ ଥିଲା, କାରଣ ଏହି ଯାତ୍ରା ଦେଶର ପ୍ରତିଟି କୋଣକୁ ଏକମାତ୍ର ଲକ୍ଷ୍ୟ ‘ଭାରତର ସ୍ୱାଧୀନତା’ ସହିତ ଯୋଡ଼ିଥିଲା। ଆଜି ଏହି ଐତିହାସିକ ଯାତ୍ରାର ପ୍ରାୟ ୧୦୦ ବର୍ଷ ପରେ, ଆମେ ଭାରତୀୟମାନେ ଆଉ ଏକ ଯାତ୍ରାରେ ବାହାରିଛୁ । ଏହି ଯାତ୍ରା ହେଉଛି ବିକଶିତ ଭାରତର ଯାତ୍ରା । ଆମର ଲକ୍ଷ୍ୟ ଗୋଟିଏ, ଆମର ଗନ୍ତବ୍ୟ ସ୍ଥଳ ମଧ୍ୟ ଗୋଟିଏ, ତାହା ହେଲା- ବିକଶିତ ଭାରତ। ଏହି ଲକ୍ଷ୍ୟ ପ୍ରାପ୍ତି ଦିଗରେ, ଏହିଭଳି ସମ୍ମିଳନୀରେ ହେଉଥିବା ମନ୍ଥନ ଏବଂ ସେଥିରୁ ବାହାରୁଥିବା ଅମୃତ ଏକ ବଡ଼ ଭୂମିକା ଗ୍ରହଣ କରେ । ମୋତେ ନେକ୍ସଟ ସମ୍ମିଳନୀକୁ (Nxt Summit) ନିମନ୍ତ୍ରଣ କରିଥିବାରୁ ମୁଁ ଆପଣ ସମସ୍ତଙ୍କ ନିକଟରେ କୃତଜ୍ଞ । ଏଠାକୁ ଦେଶ ଓ ବିଦେଶରୁ ଅନେକ ସହକର୍ମୀ ଆସିଛନ୍ତି; କିଛି ପୁରୁଣା ପରିଚିତ ମଧ୍ୟ ଅଛନ୍ତି । ମୁଁ ଆପଣ ସମସ୍ତଙ୍କୁ ଅଭିନନ୍ଦନ ଜଣାଉଛି । ବନ୍ଧୁଗଣ, ୨୧ତମ ଶତାବ୍ଦୀର ଏହି ସମୟ ‘ନ ଭୂତୋ ନ ଭବିଷ୍ୟତି’ (ଯାହା ପୂର୍ବରୁ କେବେ ଘଟିନି କି ଭବିଷ୍ୟତରେ ଘଟିବ ନାହିଁ) ଭଳି । ଗୋଟିଏ ପଟେ ଯୁଦ୍ଧର ଭୟାବହତା ରହିଛି, ଯୋଗାଣ ଶୃଙ୍ଖଳା ପୁଣି ଥରେ ନଷ୍ଟ ହେଉଛି ଏବଂ ଜାତିସଂଘ ଭଳି ବିଶ୍ୱସ୍ତରୀୟ ସଂସ୍ଥାଗୁଡ଼ିକର ପ୍ରାସଙ୍ଗିକତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ଏଭଳି ସମୟରେ, ଏହି ପ୍ରତିକୂଳ ପରିସ୍ଥିତି ମଧ୍ୟରେ ବି ଆମ ଭାରତ ଅଗ୍ରସର ହେଉଛି । ଆଜି ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟରେ, ଯେଉଁ ଦେଶର ନାମ ସବୁଠାରୁ ଅଧିକ ଆଲୋଚନା ହେଉଛି, ତାହା ହେଉଛି ଭାରତ । ସାମ୍ପ୍ରତିକ ଅନେକ ସଙ୍କଟ ମଧ୍ୟରେ, ବିଶ୍ୱର ପ୍ରତ୍ୟେକ ଗମ୍ଭୀର ନେତା ଏବଂ ପ୍ରତ୍ୟେକ ଜ୍ଞାନୀ ବ୍ୟକ୍ତିଙ୍କର ଭାରତ ପ୍ରତି ବହୁତ ବଡ଼ ଆଶା ରହିଛି । ନିକଟରେ ଫିନଲ୍ୟାଣ୍ଡର ରାଷ୍ଟ୍ରପତି ଆଲେକ୍ସଜାଣ୍ଡାର ଷ୍ଟବ ଭାରତ ଆସିଥିଲେ । ସେ କହିଥିଲେ ଯେ ‘ଦକ୍ଷିଣ ବିଶ୍ୱ (ଗ୍ଲୋବାଲ ସାଉଥ’) ଏବେ ବିଶ୍ୱର ଦିଗ ନିର୍ଣ୍ଣୟ କରିବ ଏବଂ ସେହି ଦିଗ ନିର୍ଦ୍ଧାରଣ କରିବାରେ ଭାରତ ସବୁଠାରୁ ଶକ୍ତିଶାଳୀ ଦେଶ ହେବ । ଏହା ପୂର୍ବରୁ କାନାଡାର ପୂର୍ବତନ ପ୍ରଧାନମନ୍ତ୍ରୀ କାର୍ଣ୍ଣି ମଧ୍ୟ କହିଥିଲେ ଯେ ଆଗାମୀ ତିନି ଦଶନ୍ଧି ମଧ୍ୟରେ ବିଶ୍ୱର ଅର୍ଥନୈତିକ ମାଧ୍ୟାକର୍ଷଣ ଯେଉଁ କେନ୍ଦ୍ରକୁ ସ୍ଥାନାନ୍ତରିତ ହେଉଛି, ତାହା ହେଉଛି ଭାରତ । ଫ୍ରାନ୍ସର ରାଷ୍ଟ୍ରପତି ମାକ୍ରୋଁ ମଧ୍ୟ ବିଶ୍ୱାସ କରନ୍ତି ଯେ ବିଶ୍ୱର ବଡ଼ ବଡ଼ ସମସ୍ୟାର ସମାଧାନ ପାଇଁ ଭାରତ ଏକ ଅପରିହାର୍ଯ୍ୟ ଅଂଶୀଦାର ପାଲଟିଛି । ଆଜି ଯଦି ଆମେ ବୈଷୟିକ ଏବଂ ଅର୍ଥନୈତିକ ଜଗତର ବିଶ୍ୱସ୍ତରୀୟ ନେତାମାନଙ୍କ ବକ୍ତବ୍ୟର ସାରାଂଶ କାଢ଼ିବା, ତେବେ କେବଳ ଗୋଟିଏ ଭାବନା ଉକୁଟି ଆସେ - ଯଦି ଆପଣ ଭବିଷ୍ୟତର ଅଂଶ ହେବାକୁ ଚାହୁଁଛନ୍ତି, ତେବେ ଆପଣଙ୍କୁ ଭାରତ ସହିତ ଯୋଡ଼ି ହେବାକୁ ପଡ଼ିବ; ଆପଣଙ୍କୁ ଭାରତରେ ରହିବାକୁ ହେବ ।ଏନଏକ୍ସଟି ଶିଖର ସମ୍ମିଳନୀକୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
March 12th, 08:30 pm
ପ୍ରଧାନମନ୍ତ୍ରୀ ଆଜି ଆଇଟିଭି ନେଟୱାର୍କର ଏନଏକ୍ସଟି ଶିଖର ସମ୍ମିଳନୀକୁ ସମ୍ବୋଧିତ କରିଥିଲେ। ଐତିହାସିକ ଦାଣ୍ଡିଯାତ୍ରାର ବାର୍ଷିକୀ ସଂପର୍କରେ ଉଲ୍ଲେଖ କରି ସେ ଭାରତର ସ୍ବାଧୀନତା ସଂଗ୍ରାମ ସହ ଏକ ବିକଶିତ ଦେଶ ହେବାକୁ ଭାରତ ଚଳାଇଥିବା ଅଭିଯାନର ସମାନତା ଆଙ୍କିଥିଲେ। ଶ୍ରୀ ମୋଦି ଗୁରୁତ୍ୱାରୋପ କରି କହିଥିଲେ ଯେ ଯେପରି ୧୯୩୦ ମାର୍ଚ୍ଚ ଦେଶକୁ ସ୍ୱାଧୀନତା ଆଡକୁ ନେଇଥିଲା, ସେହିପରି ବର୍ତ୍ତମାନର ବିକଶିତ ଭାରତ ମିଶନ ହେଉଛି ୧୪୦ କୋଟି ଭାରତୀୟଙ୍କ ସାମୂହିକ ଲକ୍ଷ୍ୟ। ସେ କହିଥିଲେ, ଆଜି, ସେହି ଐତିହାସିକ ଯାତ୍ରାର ପ୍ରାୟ ୧୦୦ ବର୍ଷ ପରେ, ଆମେ ଭାରତୀୟମାନେ ପୁଣି ଥରେ 'ବିକଶିତ ଭାରତ' ପାଇଁ ଏକ ନୂତନ ଯାତ୍ରା ଆରମ୍ଭ କରିଛୁ।ଭିଡିଓ କନଫରେନ୍ସିଂ ମାଧ୍ୟମରେ ଭାରତ ଶକ୍ତି ସପ୍ତାହ ୨୦୨୬ର ଉଦଘାଟନୀ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
January 27th, 10:15 am
କେନ୍ଦ୍ର କ୍ୟାବିନେଟରେ ମୋର ସହଯୋଗୀ , ଗୋଆର ମୁଖ୍ୟମନ୍ତ୍ରୀ, ଅନ୍ୟ ମନ୍ତ୍ରୀଗଣ , ରାଷ୍ଟ୍ରଦୂତ, ସିଇଓ, ସମ୍ମାନିତ ଅତିଥି ଏବଂ ଅନ୍ୟ ସମସ୍ତ ମାନ୍ୟଗଣ୍ୟବ୍ୟକ୍ତି , ମହିଳା ଏବଂ ଭଦ୍ରବ୍ୟକ୍ତିମାନେ !ଭିଡିଓ କନଫରେନ୍ସିଂ ମାଧ୍ୟମରେ ଭାରତ ଶକ୍ତି ସପ୍ତାହ ୨୦୨୬ର ଉଦଘାଟନୀ ସମାରୋହକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
January 27th, 10:08 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ‘ଭାରତ ଶକ୍ତି ସପ୍ତାହ-୨୦୨୬’ର ଉଦଘାଟନ ସମାରୋହକୁ ସମ୍ବୋଧିତ କରିଛନ୍ତି। ଏହି ଅବସରରେ ଶ୍ରୀ ମୋଦୀ କହିଛନ୍ତି ଯେ, ଶକ୍ତି ସପ୍ତାହର ଏହି ନୂତନ ସଂସ୍କରଣରେ ପ୍ରାୟ ୧୨୫ଟି ଦେଶର ପ୍ରତିନିଧି ଗୋଆରେ ଏକତ୍ରିତ ହୋଇଛନ୍ତି। ସମସ୍ତ ଅଂଶଗ୍ରହଣକାରୀଙ୍କୁ ସ୍ୱାଗତ କରି ପ୍ରତିନିଧିମାନେ ଶକ୍ତି-ସୁରକ୍ଷା ଏବଂ ସ୍ଥାୟୀ ଭବିଷ୍ୟତ ବିଷୟରେ ଆଲୋଚନା କରିବା ପାଇଁ ଭାରତ ଆସିଛନ୍ତି ବୋଲି ଉଲ୍ଲେଖ କରିଛନ୍ତି।ପ୍ରଧାନମନ୍ତ୍ରୀ ଜୁଲାଇ ୧୮ରେ ବିହାର ଓ ପଶ୍ଚିମବଙ୍ଗ ଗସ୍ତରେ ଯିବେ
July 17th, 11:04 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୁଲାଇ ୧୮ ତାରିଖରେ ବିହାର ଓ ପଶ୍ଚିମବଙ୍ଗ ଗସ୍ତରେ ଯିବେ । ବିହାରର ମୋତିହାରିରେ ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ଟା ବେଳେ ସେ ୭,୨୦୦ କୋଟିରୁ ଅଧିକ ଟଙ୍କାର ଅନେକ ଗୁଡ଼ିଏ ଉନ୍ନୟନ ପ୍ରକଳ୍ପର ଶିଳାନ୍ୟାସ, ଉଦଘାଟନ ଏବଂ ଲୋକାର୍ପଣ କରିବେ । ଏକ ସାଧାରଣ ସମାବେଶକୁ ମଧ୍ୟ ସେ ସମ୍ବୋଧିତ କରିବେ ।ଆର୍ଜଣ୍ଟିନାର ରାଷ୍ଟ୍ରପତି ଜାଭିଏର୍ ମିଲେଇଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ
July 06th, 01:48 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଆର୍ଜଣ୍ଟିନାର ରାଷ୍ଟ୍ରପତି ଜାଭିଏର୍ ମିଲେଇଙ୍କୁ ଭେଟିଛନ୍ତି । କାସା ରୋସାଡାରେ ପହଞ୍ଚିବା ପରେ ରାଷ୍ଟ୍ରପତି ମିଲେଇ ତାଙ୍କର ଭବ୍ୟ ସ୍ୱାଗତ କରିଥିଲେ । ଗତ କାଲି ବ୍ୟୁନସ୍ ଏୟାର୍ସରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀଙ୍କର ଆନୁଷ୍ଠାନିକ ସ୍ୱାଗତ କରାଯାଇଥିଲା । ପ୍ରଧାନମନ୍ତ୍ରୀଙ୍କର ଏହି ଗସ୍ତ ବେଶ୍ ଗୁରୁତ୍ୱପୂର୍ଣ୍ଣ । କାରଣ ୫୭ ବର୍ଷର ବ୍ୟବଧାନ ପରେ ଜଣେ ଭରତୀୟ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଆର୍ଜେଣ୍ଟିନାକୁ ଏହା ପ୍ରଥମ ଦ୍ୱିପାକ୍ଷିକ ଗସ୍ତ । ଭାରତ - ଆର୍ଜେଣ୍ଟିନା ସମ୍ପର୍କ ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ବର୍ଷ, କାରଣ ଉଭୟ ଦେଶ କୂଟନୈତିକ ସମ୍ପର୍କ ସ୍ଥାପନର ୭୫ ବର୍ଷ ପାଳନ କରୁଛନ୍ତି । ତାଙ୍କୁ ଏବଂ ତାଙ୍କ ପ୍ରତିନିଧିମଣ୍ଡଳକୁ ପ୍ରଦାନ କରାଯାଇଥିବା ଭବ୍ୟ ଆତିଥ୍ୟ ପାଇଁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତି ମିଲେଇଙ୍କୁ ଧନ୍ୟବାଦ ଜଣାଇଥିଲେ ।ଆର୍ଜେଣ୍ଟିନା ରାଷ୍ଟ୍ରପତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ
November 20th, 08:09 pm
ବ୍ରାଜିଲର ରିଓ ଡି ଜେନେରୋରେ ଜି-୨୦ ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନଭେମ୍ବର ୧୯ ତାରିଖରେ ଆର୍ଜେଣ୍ଟିନାର ରାଷ୍ଟ୍ରପତି ଜାଭିଏର ମିଲେଇଙ୍କୁ ଭେଟିଛନ୍ତି ।ଫେବୃୟାରୀ ୧୬ ରେ 'ବିକଶିତ ଭାରତ ବିକଶିତ ରାଜସ୍ଥାନ' କାର୍ଯ୍ୟକ୍ରମରେ ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ
February 15th, 03:07 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଫେବୃଆରୀ ୧୬, ୨୦୨୪ ପୂର୍ବାହ୍ନ ୧୧ଟାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ 'ବିକଶିତ ଭାରତ ବିକଶିତ ରାଜସ୍ଥାନ' କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବେ । ଏହି କାର୍ଯ୍ୟକ୍ରମ ରେ ପ୍ରଧାନମନ୍ତ୍ରୀ ୧୭,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ଉନ୍ନୟନ ମୂଳକ ପ୍ରକଳ୍ପର ଉଦଘାଟନ, ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପଣ ଓ ଶିଳାନ୍ୟାସ କରିବେ । ଏହି ପ୍ରକଳ୍ପଗୁଡ଼ିକ ସଡ଼କ, ରେଳ, ସୌର ଶକ୍ତି, ଶକ୍ତି ପ୍ରସାରଣ, ପାନୀୟ ଜଳ ଏବଂ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରର ଆବଶ୍ୟକତା ପୂରଣ କରୁଛି ।India is emphasizing the development of environmentally conscious energy sources to enhance our energy mix: PM Modi
February 06th, 12:00 pm
PM Modi inaugurated India Energy Week 2024 in Goa. India is the world's third largest energy, oil and LPG consumer. Furthermore, he said India is the fourth largest LNG importer and refiner along with the fourth largest mobile market.ଭାରତ ଶକ୍ତି ସପ୍ତାହ ୨୦୨୪ କୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ
February 06th, 11:18 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୋଆରେ ଭାରତୀୟ ଶକ୍ତି ସପ୍ତାହ ୨୦୨୪କୁ ଉଦଘାଟନ କରିଛନ୍ତି । ଇଣ୍ଡିଆ ଏନର୍ଜି ସପ୍ତାହ ୨୦୨୪ ହେଉଛି ଭାରତର ସର୍ବବୃହତ ଏବଂ ଏକମାତ୍ର ସର୍ବବ୍ୟାପୀ ଶକ୍ତି ପ୍ରଦର୍ଶନୀ ଏବଂ ସମ୍ମିଳନୀ, ଯାହା ଭାରତର ଶକ୍ତି ପରିବର୍ତ୍ତନ ଲକ୍ଷ୍ୟକୁ ପ୍ରୋତ୍ସାହିତ କରିବା ପାଇଁ ସମଗ୍ର ଶକ୍ତି ମୂଲ୍ୟ ଶୃଙ୍ଖଳାକୁ ଏକାଠି କରିଥାଏ । ପ୍ରଧାନମନ୍ତ୍ରୀ ଗ୍ଲୋବାଲ ତୈଳ ଓ ଗ୍ୟାସ ସିଇଓ ଏବଂ ବିଶେଷଜ୍ଞମାନଙ୍କ ସହ ଏକ ରାଉଣ୍ଡ ଟେବୁଲ ବୈଠକ ମଧ୍ୟ କରିଥିଲେ ।ଗଭୀର ଜଳ କ୍ରିଷ୍ଣା ଗୋଦାବରୀ ଅବବାହିକାରୁ ତୈଳ ଉତ୍ପାଦନ ଆରମ୍ଭ କୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି
January 08th, 10:06 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବଙ୍ଗୋପସାଗର ଉପକୂଳରେ ଅବସ୍ଥିତ ଜଟିଳ ଏବଂ କଠିନ ଗଭୀର ଜଳ କ୍ରିଷ୍ଣା ଗୋଦାବରୀ ଅବବାହିକା (କେଜି-ଡିଡବ୍ଲ୍ୟୁଏନ୍-୯୮/୨ ବ୍ଲକ) ରୁ ପ୍ରଥମ ତୈଳ ଉତ୍ପାଦନ ଆରମ୍ଭ କୁ ପ୍ରଶଂସା କରିଛନ୍ତି ।ବିଶ୍ୱ ତୈଳ ଓ ବାଷ୍ପ କ୍ଷେତ୍ରର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ବିଶେଷଜ୍ଞମାନଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା
October 20th, 09:17 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବିଶ୍ୱ ତୈଳ ଏବଂ ବାଷ୍ପ କ୍ଷେତ୍ରର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ବିଶେଷଜ୍ଞମାନଙ୍କ ସହିତ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଲୋଚନା କରିଛନ୍ତି।