ଅପରେସନ ସିନ୍ଦୂର ନେଇ ଲୋକସଭାରେ ସ୍ୱତନ୍ତ୍ର ଚର୍ଚ୍ଚାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ
July 29th, 05:32 pm
ଏହି ଅଧିବେଶନ ଆରମ୍ଭ ପୂର୍ବରୁ ଯେତେ ବେଳେ ମୁଁ ମିଡିଆ ବନ୍ଧୁମାନଙ୍କ ସହ କଥା ହେଉଥିଲି ସେତେବେଳେ ସାଂସଦମାନଙ୍କ ଉଦ୍ଦେଶ୍ୟରେ ଗୋଟିଏ କଥା କହିଥିଲି । ତାହା ହେଲା ଏହା ହେଉଛି ଏମିତି ଏକ ସ୍ୱତନ୍ତ୍ର ଅଧିବେଶନ ଯେଉଁଠି ଭାରତର ବିଜୟୋତ୍ସବ ପାଳିତ ହେଉଛି । ଯେଉଁଠି ଭାରତର ଗୌରବ ଗାନ ହେଉଛି ।ଅପରେସନ ସିନ୍ଦୂର ଉପରେ ଏକ ସ୍ୱତନ୍ତ୍ର ବିତର୍କ ସମୟରେ ଲୋକସଭାକୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
July 29th, 05:00 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଲୋକସଭାରେ ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ଜବାବରେ ଭାରତର ଶକ୍ତିଶାଳୀ, ସଫଳ ଏବଂ ନିର୍ଣ୍ଣାୟକ ‘ଅପରେସନ୍ ସିନ୍ଦୂର’ ଉପରେ ଏକ ବିଶେଷ ଆଲୋଚନା ସମୟରେ ସମ୍ବୋଧନ କରିଥିଲେ। ସଦନକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଅଧିବେଶନର ଆରମ୍ଭରେ ଗଣମାଧ୍ୟମ ସହ ନିଜର ଆଲୋଚନାକୁ ସ୍ମରଣ କରି କହିଥିଲେ ଯେ ସେ ସମସ୍ତ ମାନ୍ୟବର ସାଂସଦମାନଙ୍କୁ ଏହି ଅଧିବେଶନକୁ ଭାରତର ବିଜୟର ଉତ୍ସବ ଏବଂ ଭାରତର ଗୌରବର ଶ୍ରଦ୍ଧାଞ୍ଜଳି ଭାବେ ପାଳନ କରିବାକୁ ନିବେଦନ କରିଥିଲେ।ଆଦମପୁର ଏୟାର ବେସ୍ରେ ବୀର ବାୟୁସେନା ଓ ସୈନିକଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତାଳାପ
May 13th, 03:45 pm
ଏହି ଜୟଘୋଷର ଶକ୍ତିକୁ ଏବେ ଏବେ ସାରା ଦୁନିଆଁ ଦେଖୁଛି। ଭାରତ ମାତା କୀ ଜୟ, ଏହା କେବଳ ଏକ ଘୋଷଣା ନୁହେଁ, ଏହା ଦେଶର ପ୍ରତିଟି ସେଇ ସୈନିକଙ୍କର ଶପଥ ଅଟେ, ଯିଏ ଦେଶମାତୃକାର ସମ୍ମାନ ଓ ମର୍ଯ୍ୟାଦା ପାଇଁ ଜୀବନକୁ ବାଜି ଲଗାଇ ଥାଏ। ଏହା ଦେଶର ପ୍ରତିଟି ନାଗରିକଙ୍କର ସ୍ୱର, ଯିଏ ଦେଶ ପାଇଁ ବଂଚିବାକୁ ଇଚ୍ଛା କରନ୍ତି, ଯିଏ କିଛି କରିବାକୁ ଇଚ୍ଛା କରନ୍ତି।ଆଦମପୁର ବାୟୁସେନା ଘାଟିଠାରେ ଦେଶର ସାହାସୀ ବାୟୁବୀର ଏବଂ ସୈନିକଙ୍କ ସହ ମତବିନିମୟ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
May 13th, 03:30 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଆଦମପୁରସ୍ଥିତ ବାୟୁସେନା ଘାଟି ପରିଦର୍ଶନ କରିଥିଲେ ଏବଂ ଦେଶର ସାହସୀ ବାୟୁସେନା ଯୋଦ୍ଧା ଏବଂ ସୈନିକମାନଙ୍କ ସହିତ ମତ ବିନିମୟ କରିଥିଲେ। ସେମାନଙ୍କୁ ସମ୍ବୋଧିତ କରି, ସେ କହିଥିଲେ ଯେ ବିଶ୍ବ 'ଭାରତ ମାତା କି ଜୟ' ସ୍ଲୋଗାନର ଶକ୍ତି ଦେଖିଛି । ଏହା କେବଳ ଏକ ମନ୍ତ୍ର ମାତ୍ର ନୁହେଁ, ବରଂ ଭାରତ ମାତାର ମର୍ଯ୍ୟାଦା ବଜାୟ ରଖିବା ପାଇଁ ନିଜ ଜୀବନକୁ ବାଜି ଲଗାଉଥିବା ପ୍ରତ୍ୟେକ ସୈନିକଙ୍କ ଦ୍ୱାରା ନିଆଯାଉଥିବା ଏକ ବଜ୍ର ଶପଥ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ସ୍ଲୋଗାନ ପ୍ରତ୍ୟେକ ନାଗରିକଙ୍କ ସ୍ୱର, ଯିଏ ଦେଶ ପାଇଁ ବଞ୍ଚିବାକୁ ଏବଂ ଏକ ଅର୍ଥପୂର୍ଣ୍ଣ ଯୋଗଦାନ ଦେବାକୁ ଚାହେଁ। ସେ ଗୁରୁତ୍ୱାରୋପ କରିଥିଲେ ଯେ 'ଭାରତ ମାତା କୀ ଜୟ' ଯୁଦ୍ଧକ୍ଷେତ୍ର ଏବଂ ଗୁରୁତ୍ୱପୂର୍ଣ୍ଣ ମିଶନରେ ପ୍ରତିଧ୍ୱନିତ ହୋଇଥାଏ। ସେ ଉଲ୍ଲେଖ କରିଥିଲେ ଯେ ଯେତେବେଳେ ଭାରତୀୟ ସୈନିକମାନେ 'ଭାରତ ମାତା କୀ ଜୟ' ସ୍ଲୋଗାନ ଦିଅନ୍ତି, ସେତେବେଳେ ଶତ୍ରୁର ମେରୁଦଣ୍ଡ ଥରହର ହୋଇଯାଏ। ଭାରତର ସାମରିକ ଶକ୍ତି ଉପରେ ଗୁରୁତ୍ୱାରୋପ କରି ସେ କହିଥିଲେ ଯେ ଯେତେବେଳେ ଭାରତୀୟ ଡ୍ରୋନ ଶତ୍ରୁର ଦୁର୍ଗକୁ ଧ୍ୱଂସ କରେ ଏବଂ ଯେତେବେଳେ କ୍ଷେପଣାସ୍ତ୍ର ସଠିକ ଭାବରେ ଆକ୍ରମଣ କରେ, ସେତେବେଳେ ଶତ୍ରୁ କେବଳ ଗୋଟିଏ ବାକ୍ୟ ଶୁଣେ - 'ଭାରତ ମାତା କି ଜୟ'। ପ୍ରଧାନମନ୍ତ୍ରୀ ମୋଦୀ ଦୃଢ଼ତାର ସହିତ କହିଥିଲେ ଯେ ରାତିର ଅନ୍ଧାରରେ ମଧ୍ୟ, ଭାରତ ଆକାଶକୁ ଆଲୋକିତ କରିବାର କ୍ଷମତା ରଖେ, ଯାହା ଶତ୍ରୁକୁ ଆମ ଦେଶର ଅଦମ୍ୟ ଶକ୍ତିକୁ ଦେଖିବାକୁ ବାଧ୍ୟ କରେ। ସେ ଘୋଷଣା କରିଥିଲେ ଯେ ଯେତେବେଳେ ଭାରତର ସେନା ପରମାଣୁ ବ୍ଲାକମେଲର ବିପଦକୁ ଦୂର କରିବେ, ସେତେବେଳେ ସ୍ବର୍ଗ ମର୍ତ୍ତ୍ୟ ପାତାଳରେ ଗୋଟିଏ ଧ୍ବନି ପ୍ରତିଧ୍ୱନିତ ହେବ - 'ଭାରତ ମାତା କି ଜୟ'।ପ୍ରଧାନମନ୍ତ୍ରୀ ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମ ସଫଳ ମହିଳାଙ୍କୁ ଦେଲେ
March 08th, 11:26 am
ମହିଳା ଶକ୍ତି ଓ ଉପଲବ୍ଧିକୁ ପ୍ରେରଣାଦାୟୀ ସମ୍ମାନ ପ୍ରଦାନ ସ୍ୱରୂପ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମର ପରିଚାଳନା ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତାର ସହ ପରିଚିତି ହାସଲ କରିଥିବା ମହିଳାମାନଙ୍କୁ ପ୍ରଦାନ କରିଛନ୍ତି ।