PM chairs 11th Governing Council Meeting of NITI Aayog

June 11th, 08:09 pm

While addressing the 11th Governing Council Meeting of NITI Aayog, PM Modi called for collective efforts by States and the Centre to achieve Viksit Bharat@2047. He also highlighted the importance of youth empowerment, women-led development, AI-driven growth, MSMEs, defence manufacturing and inclusive human development across the country.

ଦିଲ୍ଲୀ-ଏନ୍‌ସିଆରରେ ପୁରୁଣା ଯାନ ପରିବର୍ତ୍ତନ ଯୋଜନାକୁ କ୍ୟାବିନେଟ ମଞ୍ଜୁରୀ

June 03rd, 03:17 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଦିଲ୍ଲୀ-ଏନ. ସି. ଆର. ଅଞ୍ଚଳରେ ବାୟୁ ପ୍ରଦୂଷଣ ହ୍ରାସ କରିବା ଏବଂ ସ୍ୱଚ୍ଛ ଗମନାଗମନକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଏକ ଐତିହାସିକ ଦୁଇ ବର୍ଷିଆ ଯୋଜନାକୁ ଅନୁମୋଦନ କରିଛନ୍ତି। ଏହି ଯୋଜନାକୁ ଗୃହ ନିର୍ମାଣ ଏବଂ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ (ଏମ୍. ଓ. ଏଚ୍. ୟୁ. ଏ.) ଅଧୀନରେ ଥିବା ଜାତୀୟ ରାଜଧାନୀ କ୍ଷେତ୍ର ଯୋଜନା ବୋର୍ଡ (ଏନ୍. ସି. ଆର୍. ପି. ବି.) ମାଧ୍ୟମରେ ଅର୍ଥ ଯୋଗାଇ ଦିଆଯିବ ଏବଂ ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ (ଏମ୍. ଓ. ଆର୍. ଟି. ଏଚ୍.) ଏବଂ ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟ (ଏମ୍. ଓ. ପି. ଏନ୍. ଜି.) ଦ୍ୱାରା କାର୍ଯ୍ୟକାରୀ କରାଯିବ। ଅଂଶଗ୍ରହଣକାରୀ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ଯଥା ଦିଲ୍ଲୀ, ହରିୟାଣା, ରାଜସ୍ଥାନ ଏବଂ ଉତ୍ତରପ୍ରଦେଶର ସହଯୋଗରେ ଏହାକୁ କାର୍ଯ୍ୟକାରୀ କରାଯିବ।

ଭାରତ ପ୍ରଧାନମନ୍ତ୍ରୀଙ୍କ ନେଦରଲ୍ୟାଣ୍ଡ ଗସ୍ତ ସମ୍ପର୍କରେ ଭାରତ-ନେଦରଲ୍ୟାଣ୍ଡ ମିଳିତ ବିବୃତ୍ତି

May 17th, 03:45 am

ନେଦରଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ରବ ଜେଟେନଙ୍କ ନିମନ୍ତ୍ରଣ କ୍ରମେ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୬-୧୭ ମେ ୨୦୨୬ ରେ ନେଦରଲ୍ୟାଣ୍ଡକୁ ସରକାରୀ ଗସ୍ତ କରିଥିଲେ। ଏହା ପ୍ରଧାନମନ୍ତ୍ରୀ ମୋଦୀଙ୍କର ନେଦରଲ୍ୟାଣ୍ଡକୁ ଦ୍ୱିତୀୟ ଗସ୍ତ ଥିଲା।

List of Outcomes: Prime Minister’s visit to the Netherlands

May 17th, 02:47 am

The state visit of PM Modi to the Netherlands resulted in the signing of several MoUs and agreements covering areas such as culture, critical minerals, energy, semiconductors, agriculture, health and education. Major highlights of the visit included the restitution of the Chola Copper Plates to India and an MoU between TATA Electronics and ASML to support the semiconductor fab in Dholera.

ନୀତି ଆୟୋଗର ପୂର୍ଣ୍ଣକାଳୀନ ସଦସ୍ୟ ଭାବେ ନିଯୁକ୍ତ ହୋଇଥିବାରୁ ଡ. ଆର. ବାଲସୁବ୍ରମଣ୍ୟମ ଜୀ ଏବଂ ଡ. ଜୋରାମ ଆନିୟା ଜୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ

May 02nd, 09:40 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନୀତି ଆୟୋଗର ପୂର୍ଣ୍ଣକାଳୀନ ସଦସ୍ୟ ଭାବେ ନିଯୁକ୍ତ ହୋଇଥିବାରୁ ଡ. ଆର. ବାଲସୁବ୍ରମଣ୍ୟମ ଜୀ ଏବଂ ଡ. ଜୋରାମ ଆନିୟା ଜୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

Prime Minister congratulates Prof. Gobardhan Das on his Appointment

April 25th, 10:47 pm

The Prime Minister, Shri Narendra Modi has congratulated Prof. Gobardhan Das on his appointment as the member of NITI Aayog and extended his best wishes for a successful tenure. Shri Modi said that Prof. Das’s journey, marked by tireless dedication and humility, is truly inspiring. He highlighted Prof. Das’s invaluable contributions in the fields of public health, science, and innovation, noting that the entire nation takes pride in his achievements.

Prime Minister extends best wishes on reconstitution of NITI Aayog

April 25th, 10:46 pm

The Prime Minister, Shri Narendra Modi, expressed his best wishes on reconstitution of NITI Aayog. He noted that NITI Aayog has emerged as a vital pillar in India’s policy-making architecture, fostering cooperative federalism, driving key reforms, and enhancing the ‘Ease of Living’ for citizens. The institution continues to serve as a dynamic platform for innovation and long-term strategic thinking across sectors.

Shri Ashok Kumar Lahiri meets the Prime Minister

April 25th, 10:43 pm

Shri Ashok Kumar Lahiri met the Prime Minister, Shri Narendra Modi at New Delhi, today. Shri Modi conveyed his best wishes on his appointment as the Vice Chairman of NITI Aayog. The Prime Minister noted that Shri Lahiri’s rich experience in the fields of economics and public policy will significantly strengthen India’s reform journey and contribute to the nation’s vision of becoming a Viksit Bharat.

ଭାରତର ଏନଡିସିକୁ ଅନୁମୋଦନ କଲା କେନ୍ଦ୍ର କ୍ୟାବିନେଟ୍‌

March 25th, 05:35 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ୨୦୩୧-୨୦୩୫ ଅବଧି ପାଇଁ ଭାରତର ଜାତୀୟ ନିର୍ଦ୍ଧାରିତ ଅବଦାନ (ଏନଡିସି)କୁ ମଞ୍ଜୁରୀ ଦେଇଛି। ଏହା ଭାରତର କାର୍ଯ୍ୟକୁ ମଜବୁତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଏହା ଜଳବାୟୁ ପରିବର୍ତ୍ତନ ଉପରେ ମିଳିତ ଜାତିସଂଘ ଫ୍ରେମୱାର୍କ କନଭେନସନ (ୟୁଏନଏଫସିସିସି) ଏବଂ ଏହାର ପ୍ୟାରିସ ଚୁକ୍ତିନାମା ଅଧୀନରେ ଦେଶର ମହତ୍ତ୍ୱାକାଂକ୍ଷାକୁ ପ୍ରୋତ୍ସାହିତ କରିବ ଏବଂ ଦୀର୍ଘସ୍ଥାୟୀ ବିକାଶ ଏବଂ ଜଳବାୟୁ ନ୍ୟାୟ ପ୍ରତି ଏହାର ପ୍ରତିବଦ୍ଧତାକୁ ମଧ୍ୟ ମଜବୁତ କରିବ।

ଭାରତ-ଫ୍ରାନ୍ସ ମିଳିତ ବିବୃତି

February 18th, 08:10 am

ଭାରତର ପ୍ରଧାନମନ୍ତ୍ରୀ ମାନ୍ୟବର ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନିମନ୍ତ୍ରଣ କ୍ରମେ ଫ୍ରାନ୍ସର ରାଷ୍ଟ୍ରପତି ମହାମହିମ ଶ୍ରୀ ଇମାନୁଏଲ ମାକ୍ରନ ୧୭ ରୁ ୧୯ ଫେବୃଆରୀ ୨୦୨୬ ପର୍ଯ୍ୟନ୍ତ ଭାରତ ଗସ୍ତ କରିଥିଲେ ଏବଂ କୃତ୍ରିମ ବୁଦ୍ଧିମତ୍ତା ପ୍ରଭାବ ସମ୍ମିଳନୀ ୨୦୨୬ରେ ଅଂଶଗ୍ରହଣ କରିଥିଲେ। ଏହି ଗସ୍ତ ସମୟରେ ଦୁଇ ନେତା ଦ୍ୱିପାକ୍ଷିକ ଆଲୋଚନା କରିଥିଲେ ଏବଂ ୧୭ ଫେବୃଆରୀରେ ମୁମ୍ବାଇରେ ମିଳିତ ଭାବରେ ୨୦୨୬ ଭାରତ-ଫ୍ରାନ୍ସ ନବସୃଜନ ବର୍ଷର ଉଦଘାଟନ କରିଥିଲେ। ଏହା ହେଉଛି ରାଷ୍ଟ୍ରପତି ମାକ୍ରନଙ୍କର ଚତୁର୍ଥ ଭାରତ ଗସ୍ତ। ଫେବୃଆରୀ ୨୦୨୫ରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଫ୍ରାନ୍ସ ଗସ୍ତ ପରେ ପରେ ମାକ୍ରନ ଭାରତ ଗସ୍ତରେ ଆସିଥିଲେ। ଏହି ଅବସରରେ ଉଭୟ ନେତା ଆଗାମୀ ଦଶନ୍ଧିରେ ଦ୍ୱିପାକ୍ଷିକ ସହଯୋଗକୁ ମାର୍ଗଦର୍ଶନ କରିବା ପାଇଁ ସମ୍ପର୍କକୁ ସ୍ୱତନ୍ତ୍ର ବୈଶ୍ୱିକ ରଣନୀତିକ ସହଭାଗିତା ରେ ପରିଣତ କରିବାକୁ ସହମତ ହୋଇଥିଲେ। ଭାରତ-ଫ୍ରାନ୍ସ ସମ୍ପର୍କର ଏହି ଉନ୍ନତି ମିଳିତ ଭାବେ ବୃଦ୍ଧି ପାଉଥିବା ଉଭୟ ନେତାଙ୍କ ଉଚ୍ଚଭିଳାଷ ଓ ଲକ୍ଷ୍ୟକୁ ପ୍ରତିଫଳିତ କରୁଛି। ବିଶ୍ୱର ମଙ୍ଗଳ ପାଇଁ ଏହା ଏକ ଶକ୍ତି ଭାବରେ କାର୍ଯ୍ୟ କରିବ । ଏହା କେବଳ ସେମାନଙ୍କ ଅର୍ଥନୀତିରେ ସମୃଦ୍ଧି ଓ ସ୍ଥିରତା ନିର୍ମାଣ କରିବାରେ ଓ ସେମାନଙ୍କ ଦେଶର ସୁରକ୍ଷାକୁ ଆହୁରି ମଜଭୁତ କରିବାରେ ସାହାଯ୍ୟ କରିବ, ତାହା ନୁହେଁ ବରଂ ଦିନକୁ ଦିନ ବଢୁଥିବା ଅନିଶ୍ଚିତ ବୈଶ୍ୱିକ ପରିସ୍ଥିତିରେ ଚ୍ୟାଲେଞ୍ଜର ସମାଧାନ ପାଇଁ ସାମୂହିକ ଭାବରେ କାର୍ଯ୍ୟ କରିବ। ଏହା ସହିତ ଏକ ସ୍ଥିର ନିୟମ-ଆଧାରିତ ଅନ୍ତର୍ଜାତୀୟ ପରିବେଶ ଗଠନ କରିବାରେ ସାହାଯ୍ୟ କରିବ। ଉଭୟ ଦେଶ ୨୦୨୩ ମସିହାରେ ରଣନୀତିକ ସହଭାଗୀତାର ପଞ୍ଚବିଂଶ ବାର୍ଷିକୀ ପାଳନ କରିଥିଲେ। ଏହି ଅବସରରେ ସେମାନେ ୨୦୪୭ ପର୍ଯ୍ୟନ୍ତ ଦ୍ୱିପାକ୍ଷିକ ସମ୍ପର୍କର ମାର୍ଗ ନିର୍ଦ୍ଧାରଣ କରିବା ପାଇଁ ହରାଇଜନ ୨୦୪୭ ରୋଡମ୍ୟାପ୍ ଗ୍ରହଣ କରିଥିଲେ। ଏହି ୨୦୪୭ ହେଉଛି ଭାରତର ସ୍ୱାଧୀନତାର ଶତବାର୍ଷିକୀ ବର୍ଷ, ଦୁଇ ଦେଶ ମଧ୍ୟରେ କୂଟନୈତିକ ସମ୍ପର୍କର ଶତବାର୍ଷିକୀ ଓ ଦୁଇ ଦେଶ ମଧ୍ୟରେ ରଣନୀତିକ ସହଭାଗୀତାର ୫୦ତମ ବର୍ଷ। ଉଭୟ ନେତା ଦ୍ୱିପାକ୍ଷିକ ସହଯୋଗର ଅଗ୍ରଗତି ଓ ଉନ୍ନତ ସହଭାଗୀତାର କାର୍ଯ୍ୟାନ୍ୱୟନ ଏବଂ ହରାଇଜନ୍ ୨୦୪୭ ବିଶେଷ କରି ଆର୍ଥିକ ସୁରକ୍ଷା, ବିଶ୍ୱ ସମସ୍ୟା ଏବଂ ଦୁଇ ଦେଶର ଲୋକଙ୍କ ମଧ୍ୟରେ ପରସ୍ପର ମଧ୍ୟରେ ଆଦାନପ୍ରଦାନ କ୍ଷେତ୍ରରେ ନିୟମିତ ସମୀକ୍ଷା କରିବା ପାଇଁ ଏକ ବୈଦେଶିକ ମନ୍ତ୍ରୀସ୍ତରୀୟ ବ୍ୟାପକ ଆଲୋଚନା କରିଥିଲେ।

ଇଟି ନାଓ ଗ୍ଲୋବାଲ ବ୍ୟାପାର ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

February 13th, 08:30 pm

ଏହି ବିଶ୍ୱ ବାଣିଜ୍ୟ ସମ୍ମିଳନୀକୁ ଆପଣମାନଙ୍କୁ ସମସ୍ତଙ୍କୁ ସ୍ୱାଗତ; ମୁଁ ଆପଣମାନଙ୍କୁ ପ୍ରତ୍ୟେକଙ୍କୁ ଶୁଭେଚ୍ଛା ଜଣାଉଛି । ‘ବିଘ୍ନର ଏକଦଶନ୍ଧି, ପରିବର୍ତ୍ତନର ଏକ ଶତାବ୍ଦୀ’ ବିଷୟବସ୍ତୁ ଉପରେ ଆଲୋଚନା କରିବାକୁ ଆମେମାନେ ଏଠାରେ ଅଛୁ । ବିନୀତ ଜୀଙ୍କ ଭାଷଣ ଶୁଣିବା ପରେ,ମୁଁ ଅନୁଭବ କରୁଛି ଯେ ମୋର କାର୍ଯ୍ୟ ବହୁତ ସହଜ ହୋଇଯାଇଛି । କିନ୍ତୁ ମୁଁ ଏକ ଛୋଟ ଅନୁରୋଧ କରିବାକୁ ଚାହୁଁଛି - ଯେହେତୁ ଆପଣ ବହୁତ କିଛି ଜାଣନ୍ତି, ଏହା କେତେକ ସମୟରେ ଇଟି ରେ ମଧ୍ୟ ପ୍ରତିଫଳିତ ହେବା ଉଚିତ ।

PM Modi addresses ET Now Global Business Summit 2026

February 13th, 08:00 pm

PM Modi addressed the ET Now Global Business Summit 2026 in New Delhi, highlighting the theme ‘A Decade of Disruption, A Century of Change.’ He noted that despite global shocks—from the pandemic to wars and supply chain breakdowns, India’s decade has been defined by strong growth, effective delivery, and a vibrant democracy. Recalling that India was the 11th-largest economy a decade ago, he said the nation is now rapidly moving toward becoming the world’s third-largest economy.

No matter how many challenges there are, we have 140 crore solutions: PM Modi in Rajya Sabha

February 05th, 05:35 pm

PM Modi replied to the Motion of Thanks on the President’s Address in the Rajya Sabha. In his address, he highlighted that the President articulated the strength of every section and expressed faith in India’s bright future. Listing the government’s achievements over the past decade, he noted that while Congress viewed people as problems, the present government sees 140 crore Indians as the solution, with a focus on achieving a developed India by 2047.

ରାଜ୍ୟସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଗତ ସମୟରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଉତ୍ତର

February 05th, 05:00 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରାଜ୍ୟସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଆଗତ ଧନ୍ୟବାଦ ପ୍ରସ୍ତାବ ଉପରେ ନିଜର ଉତ୍ତର ରଖିଛନ୍ତି। ଗୃହକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତିଙ୍କ ଅଭିଭାଷଣ ଲାଗି କୃତଜ୍ଞତା ଜଣାଇଥିଲେ ଓ କହିଥିଲେ ଯେ ଧନ୍ୟବାଦ ପ୍ରସ୍ତାବକୁ ସମର୍ଥନ କରିବା ତାଙ୍କ ପାଇଁ ଗର୍ବର ବିଷୟ। ସେ କହିଥିଲେ ଯେ ଗତ ଏକ ବର୍ଷରେ ବିକଶିତ ଭାରତ ଅଭିମୁଖୀ ଯାତ୍ରାରେ ଦ୍ରୁତ ପ୍ରଗତି ହୋଇଛି ଓ ପ୍ରତ୍ୟେକ କ୍ଷେତ୍ରରେ ଏବଂ ସମାଜର ସମସ୍ତ ବର୍ଗରେ ପରିବର୍ତ୍ତନ ଦୃଶ୍ୟମାନ ହୋଇଛି। ଦେଶ ସଠିକ୍ ଦିଗରେ ବହୁତ ଦ୍ରୁତ ଗତିରେ ଆଗକୁ ବଢ଼ୁଛି। ରାଷ୍ଟ୍ରପତି ଏହି ବିଷୟଗୁଡ଼ିକୁ ସମ୍ବେଦନଶୀଳତା ଏବଂ ସ୍ପଷ୍ଟତାର ସହିତ ଉପସ୍ଥାପନ କରିଥିଲେ ବୋଲି ଶ୍ରୀ ମୋଦୀ କହିଥିଲେ।

ନୀତି ଆୟୋଗରେ ପ୍ରଖ୍ୟାତ ଅର୍ଥନୀତିଜ୍ଞଙ୍କୁ ସାକ୍ଷାତ କଲେ ପ୍ରଧାନମନ୍ତ୍ରୀ

December 30th, 06:33 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପୂର୍ବାହ୍ନରେ ନୀତି ଆୟୋଗର ପ୍ରଖ୍ୟାତ ଅର୍ଥନୀତିଜ୍ଞ ଏବଂ ଏକ ବିଶେଷଜ୍ଞ ଦଳଙ୍କ ସହିତ ଆଲୋଚନା କରିଛନ୍ତି। ଆଲୋଚନାର ବିଷୟବସ୍ତୁ ଥିଲା 'ଆତ୍ମନିର୍ଭରତା ଏବଂ ଗଠନାତ୍ମକ ପରିବର୍ତ୍ତନ: ବିକଶିତ ଭାରତ ପାଇଁ ଏଜେଣ୍ଡା'।

ଭାରତ-ବ୍ରିଟେନ ମିଳିତ ବିବୃତ୍ତି

October 09th, 03:24 pm

ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନିମନ୍ତ୍ରଣରେ ବ୍ରିଟେନର ପ୍ରଧାନମନ୍ତ୍ରୀ ସାର୍ କୀର ଷ୍ଟାରମର ୮ ଓ ୯ ଅକ୍ଟୋବର, ୨୦୨୫ରେ ଭାରତ ଆସିଥିଲେ । ତାଙ୍କ ସହ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ମଧ୍ୟ ଆସିଥିଲେ, ଯେଉଁଥିରେ ବ୍ୟବସାୟ ଓ ବାଣିଜ୍ୟ ରାଷ୍ଟ୍ର ସଚିବ ତଥା ବାଣିଜ୍ୟ ବୋର୍ଡର ଅଧ୍ୟକ୍ଷ ସାଂସଦ ମାନ୍ୟବର ପିଟର କାଇଲ, ସ୍କଟଲ୍ୟାଣ୍ଡ ରାଷ୍ଟ୍ର ସଚିବ ତଥା ସାଂସଦ ମାନ୍ୟବର ଡଗ୍ଲସ୍ ଆଲେକଜାଣ୍ଡର, ନିବେଶ ମନ୍ତ୍ରୀ ଶ୍ରୀ ଜେସନ ଷ୍ଟକ୍‌ଉଡଙ୍କ ସହ ୧୨୫ ଜଣ ପ୍ରମୁଖ ସିଇଓ, ଉଦ୍ୟୋଗୀ, ବିଶ୍ୱବିଦ୍ୟାଳୟର କୁଳପତି ଓ ସାଂସ୍କୃତିକ ନେତୃବୃନ୍ଦ ଯୋଗ ଦେଇଥିଲେ। ଏହି ଗସ୍ତ ସମୟରେ ଭାରତ ଓ ବ୍ରିଟେନ ମଧ୍ୟରେ ଦ୍ୱିପକ୍ଷୀୟ ସମ୍ପର୍କ ସୁଦୃଢ଼ କରିବା, ବାଣିଜ୍ୟ, ନିବେଶ ଓ ଶିକ୍ଷା କ୍ଷେତ୍ରରେ ସହଯୋଗ ବୃଦ୍ଧି କରିବା ସହିତ ସାଂସ୍କୃତିକ ଆଦାନପ୍ରଦାନ ବିଷୟରେ ଆଲୋଚନା ହୋଇଥିଲା।

ଗୁଜରାଟର ଅହମ୍ମଦାବାଦରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

August 25th, 06:42 pm

ଆଜି ଆପଣମାନେ ପରିବେଶକୁ ବନାଇ ରଖିଛନ୍ତି । ଅନେକ ଥର ମନରେ ଆସେ ଏହା କିପରି ଭାଗ୍ୟ ଯେ ଲକ୍ଷ ଲକ୍ଷ ଲୋକଙ୍କ ପ୍ରେମ ଏବଂ ସେମାନଙ୍କ ଆଶୀର୍ବାଦ, ମୁଁ ଆପଣମାନଙ୍କୁ ଯେତେ ଧନ୍ୟବାଦ କଲେ ବି ସେତେ କମ୍ ହେବ । ଦେଖନ୍ତୁ ସେଠାରେ କେହି ଛୋଟ ନରେନ୍ଦ୍ର ଛିଡ଼ା ହୋଇଗଲାଣି ।

ଗୁଜରାଟର ଅହମଦାବାଦରେ ୫୪୦୦ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

August 25th, 06:15 pm

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟର ଅହମଦାବାଦରେ ୫୪ ଶହ କୋଟିର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିଛନ୍ତି । ସମବେତ ଜନସଭାକୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ, ଗଣେଶ ପୂଜା ଲାଗି ସାରା ଦେଶ ଏବେ ଉତ୍ସବମୁଖର ରହିଛି । ଗଣପତିଙ୍କ ଆଶୀର୍ବାଦରେ ଚଳିତ ପୂଜାଠାରୁ ଗୁଜରାଟର ବିକାଶ ଲାଗି ବିଭିନ୍ନ ଉନ୍ନତିମୂଳକ କାମର ଶୁଭାରମ୍ଭ କରାଯିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

Cabinet approves the Prime Minister Dhan-Dhaanya Krishi Yojana

July 16th, 02:51 pm

The Union Cabinet chaired by PM Modi has approved the “Prime Minister Dhan-Dhaanya Krishi Yojana” for a period of six years, beginning with 2025-26 to cover 100 districts. The scheme will result in higher productivity, value addition in agriculture and allied sector, local livelihood creation and also increase domestic production thereby achieving self-reliance (Atmanirbhar Bharat).

ଜାତୀୟ କ୍ରୀଡ଼ା ନୀତି ୨୦୨୫କୁ କ୍ୟାବିନେଟ ମଞ୍ଜୁରି

July 01st, 04:31 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍‌ ବୈଠକରେ ଜାତୀୟ କ୍ରୀଡ଼ା ନୀତି (ଏନଏସପି)୨୦୨୫କୁ ଅନୁମୋଦନ କରାଯାଇଛି । ଦେଶର କ୍ରୀଡ଼ା ପରିଦୃଶ୍ୟରେ ବ୍ୟାପକ ପରିବର୍ତ୍ତନ ଆଣିବା ଏବଂ କ୍ରୀଡ଼ା ମାଧ୍ୟମରେ ନାଗରିକଙ୍କ ସଶକ୍ତୀକରଣ ଉଦ୍ଦେଶ୍ୟରେ ଏହି ଐତିହାସିକ ପଦକ୍ଷେପ ଗ୍ରହଣ କରାଯାଇଛି ।