"ବିକଶିତ ଭାରତ ପାଇଁ ପ୍ରଯୁକ୍ତିବିଦ୍ୟା, ସଂସ୍କାର ଏବଂ ଅର୍ଥ" ଶୀର୍ଷକ ବଜେଟ୍ ପରବର୍ତ୍ତୀ ୱେବିନାରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
February 27th, 01:01 pm
ଏହି ବର୍ଷର ପ୍ରଥମ ବଜେଟ୍ ୱେବିନାରରେ ଆପଣମାନଙ୍କୁ ମୁଁ ଅଭିନନ୍ଦନ ଜଣାଉଛି। ଗତ କିଛି ବର୍ଷରେ ବଜେଟ୍ ୱେବିନାର ଏକ ସୁଦୃଢ ପରମ୍ପରାର ରୂପ ନେଇଛି। ସାଧାରଣତଃ ବଜେଟ୍ର ମୂଲ୍ୟାଙ୍କନ ବିଭିନ୍ନ ପାରାମିଟର୍ ଆଧାରରେ କରାଯାଏ, କେବେ ଶେୟାର ବଜାରର ଗତି ଉପରେ ଆଲୋଚନା ହୁଏ, କେବେ ଆୟକର ପ୍ରସ୍ତାବ ଉପରେ ଚର୍ଚ୍ଚା କେନ୍ଦ୍ରିତ ହୁଏ। କିନ୍ତୁ ସତକଥା ହେଉଛି ଯେ ଜାତୀୟ ବଜେଟ୍ କୌଣସି ସ୍ଵଳ୍ପମିଆଦୀ ବ୍ୟବସାୟିକ ଦଲିଲ୍ ନୁହେଁ; ଏହା ଏକ ନୀତିଆଧାରିତ ରୋଡମ୍ୟାପ୍। ତେଣୁ ବଜେଟ୍ର ପ୍ରଭାବଶୀଳତାକୁ ମଧ୍ୟ ଦୃଢ଼ ପାରାମିଟର୍ ଉପରେ ମୂଲ୍ୟାଙ୍କନ କରାଯିବା ଉଚିତ। ଏହା ହେଉଛି ଏମିତି ନୀତି, ଯାହା ଭିତ୍ତିଭୂମିର ବିସ୍ତାର କରେ, ଋଣ ପ୍ରବାହକୁ ସୁଗମ କରେ, ବ୍ୟବସାୟ କରିବାରେ ସହଜତାକୁ ବଢ଼ାଏ, ପ୍ରଶାସନରେ ପାରଦର୍ଶିତା ଆଣେ, ଏବଂ ଲୋକମାନଙ୍କ ଜୀବନକୁ ସହଜ କରି ନୂତନ ଅବସର ସୃଷ୍ଟି କରେ। ବଜେଟ୍ ରେ ଏହି ସବୁ ସମ୍ବନ୍ଧୀୟ ସିଦ୍ଧାନ୍ତ ଅର୍ଥନୀତିକୁ ଦୀର୍ଘସ୍ଥାୟୀ ଦୃଢତା ଦେଇଥାଏ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, କୌଣସି ବଜେଟ୍କୁ ଅଲଗା ଭାବେ ଦେଖାଯିବା ଉଚିତ୍ ନୁହେଁ। ରାଷ୍ଟ୍ର ନିର୍ମାଣ ଏକ ନିରନ୍ତର ପ୍ରକ୍ରିୟା। ପ୍ରତ୍ୟେକ ବଜେଟ୍ ଏକ ବଡ଼ ଲକ୍ଷ୍ୟ ଦିଗରେ ଆଗକୁ ବଢ଼ିବାର ଏକ ପଦକ୍ଷେପ ହୋଇଥାଏ। ଆମ ସାମ୍ନାରେ ରହିଥିବା ସେହି ବଡ଼ ଲକ୍ଷ୍ୟ ହେଉଛି, ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ। ପ୍ରତ୍ୟେକ ସଂସ୍କାର, ପ୍ରତ୍ୟେକ ଆବଣ୍ଟନ, ପ୍ରତ୍ୟେକ ପରିବର୍ତ୍ତନକୁ ଏହି ଦୀର୍ଘ ଯାତ୍ରାର ଅଂଶ ଭାବେ ଦେଖିବା ଦରକାର। ସେଥିପାଇଁ ପ୍ରତିବର୍ଷ ବଜେଟ୍ ପରେ ଆୟୋଜିତ ହେଉଥିବା ଏହି ୱେବିନାରଗୁଡିକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ମୋର ଆଶା ଯେ, ଏହି ୱେବିନାରଗୁଡିକ କେବଳ ବିଚାରର ଆଦାନ ପ୍ରଦାନରେ ସୀମିତ ନରହି ଏକ ପ୍ରଭାବଶୀଳ ମନନ – ଚର୍ଚ୍ଚାରେ ପରିଣତ ହେଉ। ଆପଣମାନଙ୍କର ଅନୁଭବ ଏବଂ ବ୍ୟାବହାରିକ ଆହ୍ଵାନ ଉପରେ ଆଧାରିତ ପରାମର୍ଶ ଆର୍ଥିକ କୌଶଳକୁ ଅଧିକ ସୁଦୃଢ଼ କରିବାରେ ଓ ସମାଧାନ ଖୋଜିବାରେ ନିଶ୍ଚିତ ଭାବେ ସାହାଯ୍ୟ କରିବ। ଯେତେବେଳେ ଉଦ୍ୟୋଗ, ଶିକ୍ଷାକ୍ଷେତ୍ର, ବିଶ୍ଳେଷକ ଏବଂ ନୀତି ନିର୍ମାତାମାନେ ଏକାସାଥିରେ ଚିନ୍ତନ କରନ୍ତି, ଯୋଜନାଗୁଡିକର କାର୍ଯ୍ୟାନ୍ଵୟନ ଉତ୍ତମ ଭାବରେ ହୋଇଥାଏ ଏବଂ ସଠିକ୍ ଫଳାଫଳ ମିଳେ। ଏହି ୱେବିନାର ଶୃଙ୍ଖଳା ପଛରେ ଏହି ଭାବନା ରହିଛି।“ବିକଶିତ ଭାରତ ପାଇଁ ପ୍ରଯୁକ୍ତିବିଦ୍ୟା ସଂସ୍କାର ଏବଂ ଅର୍ଥ” ଶୀର୍ଷକ ବଜେଟ୍-ପରବର୍ତ୍ତୀ ୱେବିନାରକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ
February 27th, 11:30 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବିକଶିତ ଭାରତ ପାଇଁ ପ୍ରଯୁକ୍ତିବିଦ୍ୟା ସଂସ୍କାର ଏବଂ ଅର୍ଥ ବିଷୟବସ୍ତୁ ଉପରେ ଧ୍ୟାନ ଦେଇ ୨୦୨୬-୨୭ ସିରିଜର ପ୍ରଥମ ବଜେଟ୍ ପରବର୍ତ୍ତୀ ୱେବିନାରକୁ ସମ୍ବୋଧିତ କରିଥିଲେ। ଜାତୀୟ ବଜେଟ୍ ଏକ କ୍ଷଣସ୍ଥାୟୀ ବାଣିଜ୍ୟିକ ଡକ୍ୟୁମେଣ୍ଟ ନୁହେଁ ବରଂ ଏକ ନୀତିଗତ ରୋଡମ୍ୟାପ୍ ବୋଲି ଗୁରୁତ୍ୱାରୋପ କରି ଶ୍ରୀ ମୋଦୀ ୨୦୪୭ ସୁଦ୍ଧା ଏକ ବିକଶିତ ଭାରତର ଲକ୍ଷ୍ୟକୁ ସାକାର କରିବା ପାଇଁ ଏକ ସାମୂହିକ ପ୍ରୟାସ ପାଇଁ ଆହ୍ୱାନ ଦେଇଥିଲେ।Finance Minister outlines how the Budget will contribute to our nation’s economic transformation: PM Modi
February 12th, 02:13 pm
The Prime Minister, Shri Narendra Modi, said that Finance Minister Smt. Nirmala Sitharaman Ji gave a comprehensive picture of how this year’s Budget will contribute to our nation’s economic transformation, in her speech in Lok Sabha, today. “She emphasised on Reform Express, the support to MSMEs, skilling, push to next-gen infrastructure, efforts to boost healthcare, education and more”, Shri Modi statedମାଲେସିଆର ଭାରତୀୟ ସମୁଦାୟକୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ
February 07th, 03:59 pm
ଏହି ସାମୁଦାୟିକ ସମାରୋହରେ ସାମିଲ ହୋଇଥିବାରୁ ସର୍ବପ୍ରଥମେ ମୁଁ ମୋର ପ୍ରିୟ ବନ୍ଧୁ ପ୍ରଧାନମନ୍ତ୍ରୀ ଅନଓ୍ୱର ଇବ୍ରାହିମଙ୍କୁ ଧନ୍ୟବାଦ ଜ୍ଞାପନ କରୁଛି। ଏବେ ଏବେ ଭାରତ-ମାଲେସିଆର ବନ୍ଧୁତ୍ୱର ବ୍ୟାପକତା ଓ ଭବିଷ୍ୟତର ସମ୍ଭାବନା ନେଇ ସେ ଯେଉଁ ସୁନ୍ଦର ଅଭିଭାଷଣ ରଖିଲେ, ସେଥିପାଇଁ ମଧ୍ୟ ମୁଁ ତାଙ୍କୁ ଧନ୍ୟବାଦ ଅର୍ପଣ କରୁଛି।ମାଲେସିଆର କ୍ୱାଲାଲମ୍ପୁର ଠାରେ ଏକ ଜନସଭାକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
February 07th, 03:15 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମାଲେସିଆର କ୍ୱାଲାଲମ୍ପୁରରେ ଏକ ଜନ ସଭାରେ ଉଦବୋଧନ ଦେଇଛନ୍ତି । ଉପସ୍ଥିତ ଜନତାଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ସ୍ନେହପୂର୍ଣ୍ଣ ଅଭିବାଦନ ସାଧାରଣ ସଂସ୍କୃତିର ସୁନ୍ଦର ବିବିଧତାକୁ ପ୍ରତିଫଳିତ କରେ। ସେ ତାଙ୍କର ପ୍ରିୟ ବନ୍ଧୁ ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହିମଙ୍କୁ ଏହି ଜନ ସଭାରେ ଯୋଗଦେବା ପାଇଁ ଧନ୍ୟବାଦ ଜଣାଇଥିଲେ। ଶ୍ରୀ ମୋଦୀ କହିଥିଲେ, ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହିମ ତାଙ୍କୁ ସ୍ୱାଗତ କରିବା ପାଇଁ ବିମାନବନ୍ଦରକୁ ଆସିଥିଲେ ଏବଂ ତାଙ୍କ କାରରେ ତାଙ୍କୁ କାର୍ଯ୍ୟକ୍ରମରେ ଆଣିଥିଲେ। ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହିମଙ୍କ ଏହି ବିଶେଷ ଭାବନା ଭାରତ ଏବଂ ଉପସ୍ଥିତ ଲୋକଙ୍କ ପ୍ରତି ସ୍ନେହ ଓ ସମ୍ମାନକୁ ପ୍ରତିଫଳିତ କରେ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।କେନ୍ଦ୍ରୀୟ ବଜେଟ ଉପରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
February 01st, 01:38 pm
ଆଜିର ବଜେଟ ଐତିହାସିକ । ଦେଶର ନାରୀ ଶକ୍ତିର ଏହା ଏକ ପରିଚାୟକ । ଜଣେ ମହିଳା ଅର୍ଥମନ୍ତ୍ରୀ ହିସାବରେ ନିର୍ମଳାଜୀ ସଂସଦରେ ଲଗାତର ଭାବେ ନବମଥର ପାଇଁ ବଜେଟ ଉପସ୍ଥାପନ କରି ରେକର୍ଡ ସୃଷ୍ଟି କରିଛନ୍ତି । ଏହି ବଜେଟ ଅନେକ ସମ୍ଭାବନାର ଏକ ହାଇୱେ । ବର୍ତମାନର ସ୍ୱପ୍ନସବୁକୁ ଅନୁଭବ କରି ଭାରତର ଉଜ୍ୱଳ ଭବିଷ୍ୟତର ମୂଳଦୁଆକୁ ଏହି ବଜେଟ ସୁଦୃଢ କରିଛି । ୨୦୪୭ ସୁଦ୍ଧା ବିକଶିତ ଭାରତ ନିର୍ମାଣର ସ୍ୱପ୍ନକୁ ଏହି ବଜେଟ ପକ୍କା କରିଛି ।କେନ୍ଦ୍ର ବଜେଟ୍ ୨୦୨୬ ଉପରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ମନ୍ତବ୍ୟ
February 01st, 01:00 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ ବାର୍ତ୍ତା ମାଧ୍ୟମରେ କେନ୍ଦ୍ର ବଜେଟ୍ ୨୦୨୬ ଉପରେ ନିଜର ମନ୍ତବ୍ୟ ରଖିଛନ୍ତି। ଏହି ଅବସରରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜିର ବଜେଟ୍ ଐତିହାସିକ ଏବଂ ଏହା ଦେଶର ମହିଳାମାନଙ୍କ ସଶକ୍ତ ମନୋବଳକୁ ପ୍ରତିଫଳିତ କରୁଛି। ସେ ଉଲ୍ଲେଖ କରିଥିଲେ ଯେ କେନ୍ଦ୍ର ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଜଣେ ମହିଳା ଅର୍ଥମନ୍ତ୍ରୀ ଭାବେ କ୍ରମାଗତ ନବମ ଥର ପାଇଁ ଦେଶର ବଜେଟ୍ ଉପସ୍ଥାପନ କରି ଏକ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ବଜେଟ୍ ଅପାର ସୁଯୋଗର ଏକ ପ୍ରଶସ୍ତ ପଥ ଯାହା ବର୍ତ୍ତମାନର ସ୍ୱପ୍ନକୁ ପୂରଣ କରିବ ଏବଂ ଭାରତର ଉଜ୍ଜ୍ୱଳ ଭବିଷ୍ୟତର ମୂଳଦୁଆକୁ ସୁଦୃଢ଼ କରିବ । ସେ ଗୁରୁତ୍ୱାରୋପ କରି କହିଥିଲେ ଯେ ୨୦୪୭ ମସିହା ସୁଦ୍ଧା ଏକ ବିକଶିତ ରାଷ୍ଟ୍ରରେ ପରିଣତ ହେବା ଦିଗରେ ଭାରତର ଉଚ୍ଚ ଉଡାଣର ଆଧାର ଭାବେ ଏହି ବଜେଟ୍ କାର୍ଯ୍ୟ କରୁଛି।ସଂସଦର ବଜେଟ ଅଧିବେଶନର ପ୍ରାରମ୍ଭରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
January 29th, 10:15 am
ଗତକାଲି ମହାମାନ୍ୟ ରାଷ୍ଟ୍ରପତିଙ୍କ ଅଭିଭାଷଣ ୧୪୦ କୋଟି ଦେଶବାସୀଙ୍କ ଆତ୍ମବିଶ୍ୱାସର ପ୍ରତିବିମ୍ବ ଥିଲା, ୧୪୦ କୋଟି ଭାରତୀୟଙ୍କ ସାମୂହିକ ପ୍ରୟାସର ଏକ ରେକର୍ଡ ଥିଲା ଏବଂ ୧୪୦ କୋଟି ନାଗରିକ-ବିଶେଷକରି ଯୁବବର୍ଗଙ୍କ ଆକାଂକ୍ଷାଗୁଡ଼ିକର ଅତ୍ୟନ୍ତ ସ୍ପଷ୍ଟ ଅଭିବ୍ୟକ୍ତି ଥିଲା। ଏହା ସହିତ ସମସ୍ତ ମହାନୁଭାବ ସଂସଦ ସଦସ୍ୟମାନଙ୍କ ପାଇଁ କିଛି ମାର୍ଗଦର୍ଶକ ଚିନ୍ତାଧାରା ମଧ୍ୟ ପ୍ରସ୍ତୁତ କରିଥିଲା। ମାନ୍ୟବର ରାଷ୍ଟ୍ରପତି ଗତକାଲି ଗୃହରେ ସମସ୍ତ ସାଂସଦଙ୍କ ପାଇଁ ଅନେକ ମାର୍ଗଦର୍ଶିକା ମଧ୍ୟ ଉପସ୍ଥାପନ କରିଥିଲେ।୨୦୨୬ ବଜେଟ୍ ଅଧିବେଶନ ପ୍ରାରମ୍ଭରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ
January 29th, 10:00 am
ବଜେଟ୍ ଅଧିବେଶନ ୨୦୨୬ ଆରମ୍ଭ ପୂର୍ବରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସଂସଦ ପରିସରରେ ଗଣମାଧ୍ୟମକୁ ସମ୍ବୋଧନ କରିଥିଲେ। ସେ କହିଥିଲେ ଯେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଦେଶର ୧୪୦ କୋଟି ଜନତାଙ୍କ ଆତ୍ମବିଶ୍ବାସର ପରିପ୍ରକାଶ, ସେମାନଙ୍କ କଠିନ ପରିଶ୍ରମର ପ୍ରମାଣ ଓ ଯୁବପିଢିଙ୍କ ଆକାଂକ୍ଷାର ପ୍ରତିଫଳନ। ସେ ଉଲ୍ଲେଖ କରିଥିଲେ ଯେ ଏହି ଅଧିବେଶନ ଆରମ୍ଭରେ ଓ ବର୍ଷ ୨୦୨୬ ଲାଗି ରାଷ୍ଟ୍ରପତି ସମସ୍ତ ସଦସ୍ୟଙ୍କ ଆଗରେ ବିଭିନ୍ନ ମାର୍ଗଦର୍ଶିକା ବିନ୍ଦୁ ରଖିଛନ୍ତି। ଶ୍ରୀ ମୋଦୀ କହିଥିଲେ ଯେ ରାଷ୍ଟ୍ରମୁଖ୍ୟ ଭାବରେ, ରାଷ୍ଟ୍ରପତି ସରଳ ଭାଷାରେ ଯେଉଁ ଆଶା ରଖିଛନ୍ତି, ସେଗୁଡ଼ିକୁସମସ୍ତ ସାଂସଦଙ୍କ ଦ୍ୱାରା ଗୁରୁତ୍ବର ସହିତ ନିଆଯିବ, ଯାହା ଏହି ଅଧିବେଶନକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କରିଥାଏ। ସେ କହିଥିଲେ ଯେ ଏହି ବଜେଟ୍ ଅଧିବେଶନ ଏକବିଂଶ ଶତାବ୍ଦୀର ପ୍ରଥମ ଚତୁର୍ଥାଂଶର ଶେଷ ଏବଂ ଦ୍ୱିତୀୟ ଚତୁର୍ଥାଂଶର ଆରମ୍ଭ। ୨୦୨୪୭ ସୁଦ୍ଧା ଏକ ବିକଶିତ ଭାରତର ଲକ୍ଷ୍ୟ ହାସଲ କରିବା ପାଇଁ ଆଗାମୀ ୨୫ ବର୍ଷ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ଏହି ବଜେଟ୍ ହେଉଛି ଶତାବ୍ଦୀର ଦ୍ୱିତୀୟ ଚତୁର୍ଥାଂଶର ପ୍ରଥମ ବଜେଟ୍। ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ଦେଶର ପ୍ରଥମ ମହିଳା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲଗାତାର ନବମ ଥର ପାଇଁ ସଂସଦରେ ବଜେଟ୍ ଉପସ୍ଥାପନ କରିବେ, ଯାହା ଭାରତର ସଂସଦୀୟ ଇତିହାସରେ ଏକ ଗର୍ବର ମୁହୂର୍ତ୍ତ।ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ଭାରତୀୟ ଅର୍ଥନୀତି ଏବଂ ବିଭିନ୍ନ ସଂସ୍କାରମୂଳକ କାର୍ଯ୍ୟ ସମ୍ପର୍କରେ ସ୍ପଷ୍ଟ ଚିତ୍ର ପ୍ରଦାନ କରିଛନ୍ତି : ପ୍ରଧାନମନ୍ତ୍ରୀ
February 15th, 04:00 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ସଂସଦରେ ଦେଇଥିବା ଅଭିଭାଷଣକୁ ପ୍ରଶଂସା କରି କହିଛନ୍ତି ଯେ, ଏହା ଭାରତୀୟ ଅର୍ଥନୀତି ଏବଂ ସରକାରଙ୍କ ଦ୍ୱାରା କରାଯାଉଥିବା ସଂସ୍କାରମୂଳକ କାର୍ଯ୍ୟର ଏକ ସ୍ପଷ୍ଟ ଚିତ୍ର ପ୍ରଦାନ କରୁଛି ।କେନ୍ଦ୍ର ବଜେଟ୍ ଉପରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
February 01st, 03:00 pm
ଆଜି ଭାରତର ବିକାଶ ଯାତ୍ରାର ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ ! ଏହା 140 କୋଟି ଭାରତୀୟଙ୍କ ଆକାଂକ୍ଷାର ବଜେଟ୍, ପ୍ରତ୍ୟେକ ଭାରତୀୟଙ୍କ ସ୍ୱପ୍ନକୁ ପୂରଣ କରିବା ପାଇଁ ଏହା ଏକ ବଜେଟ୍। ଆମେ ଯୁବକମାନଙ୍କ ପାଇଁ ଅନେକ କ୍ଷେତ୍ର ଉନ୍ମୁକ୍ତ କରିଛୁ। ସାଧାରଣ ନାଗରିକ ବିକଶିତ ଭାରତର ଅଭିଯାନକୁ ଆଗେଇ ନେବାକୁ ଯାଉଛନ୍ତି। ଏହି ବଜେଟ୍ ବହୁ ଶକ୍ତି ଗୁଣକ। ଏହି ବଜେଟ୍ ସଞ୍ଚୟ ବୃଦ୍ଧି କରିବ, ନିବେଶ ବୃଦ୍ଧି କରିବ, ଉପଭୋଗ ବୃଦ୍ଧି କରିବ ଏବଂ ଅଭିବୃଦ୍ଧିକୁ ମଧ୍ୟ ତ୍ୱରାନ୍ୱିତ କରିବ। ମୁଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମଣ ଜୀ ଏବଂ ତାଙ୍କ ସମଗ୍ର ଟିମକୁ ଏହି ଜନତା ଜନାର୍ଦନଙ୍କ ବଜେଟ୍, ପିପୁଲ୍ସ ବଜେଟ୍ ପାଇଁ ବହୁତ ବହୁତ ଅଭିନନ୍ଦନ ଜଣାଉଛି।କେନ୍ଦ୍ର ବଜେଟ୍ ୨୦୨୫-୨୬ ଉପରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ମନ୍ତବ୍ୟ
February 01st, 02:30 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ ବାର୍ତ୍ତା ମାଧ୍ୟମରେ କେନ୍ଦ୍ର ବଜେଟ୍ ୨୦୨୫-୨୬ ଉପରେ ନିଜର ମନ୍ତବ୍ୟ ଦେଇଛନ୍ତି। ଆଜି ଭାରତର ବିକାଶ ଯାତ୍ରାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟକୁ ଚିହ୍ନିତ କରି ଶ୍ରୀ ମୋଦୀ କହିଛନ୍ତି ଯେ, ଏହି ବଜେଟରେ ୧୪୦ କୋଟି ଭାରତୀୟଙ୍କ ଆକାଂକ୍ଷା ପ୍ରତିଫଳିତ ହୋଇଛି ଏବଂ ପ୍ରତ୍ୟେକ ନାଗରିକଙ୍କ ସ୍ୱପ୍ନ ପୂରଣ ହୋଇଛି। ସେ ଦର୍ଶାଇଛନ୍ତି ଯେ ଯୁବକମାନଙ୍କ ପାଇଁ ବଜେଟରେ ଅନେକ କ୍ଷେତ୍ର ଓ ସୁଯୋଗ ଖୋଲାଯାଇଛି ଏବଂ ସାଧାରଣ ନାଗରିକଙ୍କୁ ଏହା ବିକଶିତ ଭାରତ ଯାତ୍ରାରେ ସାମିଲ କରିବ । ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି ଯେ ଏହି ବଜେଟ୍ ହେଉଛି ଏକ ବୃହତ ଶକ୍ତି, ଯାହା ସଞ୍ଚୟ, ବିନିଯୋଗ, ବ୍ୟବହାର ଏବଂ ଅଭିବୃଦ୍ଧିକୁ ତ୍ବରାନ୍ବିତ କରିବ। ସେ କେନ୍ଦ୍ର ଅର୍ଥ ଓ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଏବଂ ତାଙ୍କ ଟିମ୍କୁ ଏହି ‘ଲୋକଙ୍କ ବଜେଟ୍’ ପାଇଁ ଅଭିନନ୍ଦନ ଜଣାଇଛନ୍ତି ।ପ୍ରଧାନମନ୍ତ୍ରୀଙ୍କ ଇଣ୍ଟର୍ଣ୍ଣସିପ୍ ଯୋଜନାକୁ ସମର୍ଥନ କଲେ 81% ଭାରତୀୟ କମ୍ପାନି: ନିର୍ମଳା ସୀତାରମଣ ଶିଳ୍ପର ଗେମ୍- ଚେଙ୍ଗିଂ ସପର୍ଟକୁ କଲେ ପ୍ରଶଂସା!
January 17th, 04:34 pm
କେନ୍ଦ୍ର ଅର୍ଥ ଓ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରଧାନମନ୍ତ୍ରୀ ଇଣ୍ଟର୍ନସିପ୍ ଯୋଜନାରେ କର୍ପୋରେଟ୍ ଇଣ୍ଡିଆର ଜବରଦସ୍ତ ପ୍ରତିକ୍ରିୟାକୁ ପ୍ରଶଂସା କରିବା ସହ ଯୁବବର୍ଗ ଏବଂ ଦେଶର ଅର୍ଥନୀତି ପାଇଁ ଏହାର ପରିବର୍ତନକାରୀ ସମ୍ଭାବନାକୁ ଦର୍ଶାଇଥିଲେ। ଏହି ଯୋଜନା ପାଇଁ ଇଣ୍ଡିଆ ଇଙ୍କ ର 81% ପ୍ରଭାବଶାଳୀ ସମର୍ଥନକୁ ଦର୍ଶାଉଥିବା ରିପୋର୍ଟ ଉପରେ ବକ୍ତବ୍ୟ ରଖି ମନ୍ତ୍ରୀ ବିଶ୍ୱାସ ବ୍ୟକ୍ତ କରିଥିଲେ ଯେ ଏହି ପଦକ୍ଷେପ କର୍ପୋରେଟ ସାମାଜିକ ଉତ୍ତରଦାୟିତ୍ୱ (ସିଏସଆର) ମାଧ୍ୟମରେ ଦକ୍ଷତା ବିକାଶର ସଂସ୍କୃତିକୁ ଆଗେଇ ନେବା ସହିତ ଶିକ୍ଷା ଏବଂ ନିଯୁକ୍ତି ମଧ୍ୟରେ ଥିବା ବ୍ୟବଧାନକୁ ଦୂର କରିବ ।ନିର୍ମଳା ସୀତାରମଣ ଗ୍ରାମୀଣ ଭାରତରେ ଋଣ ଭିତ୍ତିକ ବ୍ୟବହାରକୁ ପ୍ରଶଂସା କଲେ: ପ୍ରଧାନମନ୍ତ୍ରୀ ମୋଦୀ ଗ୍ରାମୀଣ ଗରିବଙ୍କୁ ଆମ ଦେଶର ବିକାଶ କାହାଣୀରେ ଅଂଶଗ୍ରହଣ କରିବାକୁ ଦେଇଛନ୍ତି ଉପକରଣ
October 02nd, 09:19 am
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆର୍ଥିକ ଅନ୍ତର୍ଭୁକ୍ତୀକରଣ ନୀତିକୁ ସମର୍ଥନ କରି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଗ୍ରାମୀଣ ଭାରତରେ ଋଣ ଭିତ୍ତିକ ବ୍ୟବହାରରେ ନାଟକୀୟ ବୃଦ୍ଧିକୁ ପାଳନ କରିଛନ୍ତି। ପ୍ରଧାନମନ୍ତ୍ରୀ ଜନଧନ ଯୋଜନା (ପିଏମଜେଡିୱାଇ) ଅଧୀନରେ ନୂତନ ବ୍ୟାଙ୍କ ଆକାଉଣ୍ଟ ଖୋଲିବା ଏବଂ ଉପଭୋକ୍ତା ଅର୍ଥର ଗଭୀର ପ୍ରବେଶ ଯୋଗୁଁ ଏହି ବୃଦ୍ଧି, ଯାହାକୁ ସୀତାରମଣ ବୈପ୍ଳବିକ ପରିବର୍ତ୍ତନ ବୋଲି କହିଛନ୍ତି ।ଆର୍ଥିକ ବର୍ଷ-23 ରେ ଭାରତର କ୍ଷେତ୍ରରେ ନିଯୁକ୍ତି 7.6%, ମଜୁରି 5.5%, ଜିଭିଏ 21% ବୃଦ୍ଧିକୁ ପ୍ରଶଂସା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
October 01st, 08:11 pm
କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆର୍ଥିକ ବର୍ଷ 2023 ରେ ମାନୁଫାକ୍ଚରିଂ କ୍ଷେତ୍ରରେ ଚାକିରି ଏବଂ ଶ୍ରମିକଙ୍କ ମଜୁରୀରେ ଉଲ୍ଲେଖନୀୟ ବୃଦ୍ଧିକୁ ପ୍ରଶଂସା କରିଛନ୍ତି। ଏକ ସରକାରୀ ସର୍ଭେ ଅନୁଯାୟୀ, ଆର୍ଥିକ ବର୍ଷ 2023 ରେ ମାନୁଫାକ୍ଚରିଂ କ୍ଷେତ୍ରରେ ଚାକିରି 7.6% ଏବଂ ମଜୁରି 5.5% ବୃଦ୍ଧି ପାଇଛି।Viksit Bharat Ambassador Campus Dialogue, Chennai at VELS University
April 02nd, 05:30 pm
The Viksit Bharat Ambassador Campus Dialogue was held at VELS University in Chennai. Over 1,000 students from perse s and more than 20 entrepreneurs, professionals, and actors from the city attended the event. Notable attendees included representatives from FICCI, FLO, EO, and YPO.ସଂସଦର ବଜେଟ୍ ଅଧିବେଶନ ଆରମ୍ଭରେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ
January 31st, 10:45 am
ଏହି ନୂତନ ସଂସଦ ଭବନରେ ଅନୁଷ୍ଠିତ ପ୍ରଥମ ଅଧିବେଶନ ଶେଷରେ ଏହି ସଂସଦ ଏକ ଅତ୍ୟନ୍ତ ସମ୍ମାନଜନକ ନିଷ୍ପତ୍ତି ନେଇଥିଲା ଏବଂ ସେହି ନିଷ୍ପତ୍ତି ଥିଲା ନାରୀ ଶକ୍ତି ବନ୍ଦନ ଆଇନ । ଏହା ସହିତ ଜାନୁଆରୀ ୨୬ ତାରିଖରେ ମଧ୍ୟ ଆମ ଦେଶ ନାରୀ ଶକ୍ତି, ନାରୀ ଶକ୍ତିର ବୀରତ୍ୱ ଏବଂ କର୍ତ୍ତବ୍ୟ ପଥରେ ନାରୀ ଶକ୍ତିର ସଂକଳ୍ପକୁ ଅନୁଭବ କରିଛି । ଆଜି ବଜେଟ ଅଧିବେଶନ ଆରମ୍ଭ ହେଉଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ମାର୍ଗଦର୍ଶନ ଏବଂ ଆସନ୍ତାକାଲି ନିର୍ମଳା ସୀତାରମଣଙ୍କ ଅନ୍ତରୀଣ ବଜେଟ୍ ଏକ ପ୍ରକାରରେ ନାରୀ ଶକ୍ତିର ସାକ୍ଷାତକାରର ପର୍ବ ।ସଂସଦ ଅଧିବେଶନ ଆଗରୁ ଗଣମାଧ୍ୟମକୁ ପ୍ରଧାନମନ୍ତ୍ରୀଙ୍କସମ୍ବୋଧନ
January 31st, 10:30 am
ଏହି ଅବସରରେ ପ୍ରଧାନମନ୍ତ୍ରୀ ନୂତନ ସଂସଦ ଭବନ ପ୍ରଥମ ଅଧିବେଶନର ସ୍ମତିଚାରଣ କରିବା ସହ ଏଥିରେ ନିଆଯାଇଥିବା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଉପରେ ଆଲୋକପାତ କରିଥିଲେ । ମହିଳା ସଶକ୍ତିକରଣ ଓ ସାମ୍ବିଧାନିକ ବ୍ୟବସ୍ଥା ଆଇନରେ ପାରିତ ହେବା ଆମ ଦେଶ ପାଇଁ ଗୁରୁତ୍ୱପୂର୍ଣ୍ଣ କ୍ଷଣ ଥିଲା ବୋଲି ଶ୍ରୀ ମୋଦୀ କହିଥିଲେ । ଜାନୁୟାରୀ ୨୬ତାରିଖ ସାଧାରଣତନ୍ତ୍ର ଦିବସରେ ଦେଶ ନାରୀଶକ୍ତିର ଶୌର୍ଯ୍ୟ, ସଂକଳ୍ପ ଓ ଶକ୍ତିକୁ ସ୍ୱୀକୃତି ପ୍ରଦାନ କରିଛି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣ ଓ ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣଙ୍କ ଆନ୍ତରୀଣ ବଜେଟ ଉପସ୍ଥାପନର ଗୁରୁତ୍ୱ ବୁଝି ଏହାକୁ ମହିଳା ସଶକ୍ତିକରଣର ଉତ୍ସବ ପାଳନ ବୋଲି ବର୍ଣ୍ଣନା କରିଥିଲେ ।କେନ୍ଦ୍ର ବଜେଟ ୨୦୨୩କୁ ନେଇ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନର ମୂଳ ପାଠ
February 01st, 02:01 pm
ଅମୃତକାଳର ଏହି ପ୍ରଥମ ବଜେଟ ବିକଶିତ ଭାରତର ବିରାଟ ସଙ୍କଳ୍ପକୁ ପୂରଣ କରିବା ଦିଗରେ ଏକ ମଜବୁତ ମୂଳଦୁଆ ପ୍ରସ୍ତୁତ କରିବ । ଏହି ବଜେଟ ଅସହାୟମାନଙ୍କୁ ପ୍ରାଥମିକତା ଦେଉଛି । ଏହି ବଜେଟ ଆଜିର ଆଙ୍କାକ୍ଷୀ ସମାଜ – ଗ୍ରାମ, ଗରିବ, କୃଷକ ଓ ମଧ୍ୟବିତ ବର୍ଗଙ୍କର ସ୍ୱପ୍ନକୁ ସାକାର କରିବ ।ଏହି ବଜେଟ୍ ବଞ୍ଚିତ ଲୋକଙ୍କୁ ପ୍ରାଥମିକତା ଦେଇଛି: ପ୍ରଧାନମନ୍ତ୍ରୀ
February 01st, 02:00 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମନ୍ତବ୍ୟ ଦେଇଛନ୍ତି ଯେ ଏକ ବିକଶିତ ଭାରତର ଆକାଂକ୍ଷା ଏବଂ ସଂକଳ୍ପଗୁଡିକ ପୂରଣ କରିବା ପାଇଁ ଭାରତର ଅମୃତ କାଳରେ ଆଗତ ପ୍ରଥମ ବଜେଟ୍ ଏକ ଦୃଢ ଆଧାର ପ୍ରତିଷ୍ଠା କରିଛି । ସେ କହିଛନ୍ତି ଯେ ଏହି ବଜେଟ୍ ବଞ୍ଚିତ ଲୋକଙ୍କୁ ପ୍ରାଥମିକତା ଦେବ ଏବଂ ଆଙ୍କାକ୍ଷୀ ସମାଜ, ଗରିବ, ଗ୍ରାମ୍ୟ ଏବଂ ମଧ୍ୟବିତ୍ତଙ୍କ ସ୍ୱପ୍ନକୁ ସାକାର କରିବ ।