Prime Minister thanks World Leaders for their greetings on India’s 77th Republic Day

January 26th, 11:12 pm

The Prime Minister, Shri Narendra Modi, today thanked the World Leaders for their greetings and wishes on the 77th Republic Day of India.

ସାଇପ୍ରସ୍ ଓ ଭାରତ ମଧ୍ୟରେ ବ୍ୟାପକ ସହଭାଗିତା କାର୍ଯ୍ୟାନ୍ୱୟନ ଉପରେ ମିଳିତ ଘୋଷଣାନାମା

June 16th, 03:20 pm

୧୫ ରୁ ୧୬ ଜୁନ୍ ୨୦୨୫ ଯାଏ ସାଇପ୍ରସକୁ ସରକାରୀ ଗସ୍ତରେ ଯାଇଥିବା ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭବ୍ୟ ସ୍ୱାଗତ କରିଥିଲେ ସାଇପ୍ରସ୍‌ର ରାଷ୍ଟ୍ରପତି ଶ୍ରୀ ନିକୋସ୍ କ୍ରିଷ୍ଟୋଡୋଲିଡେସ୍। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହି ଗସ୍ତ ହେଉଛି ଦୁଇ ଦଶନ୍ଧିରୁ ଅଧିକ ସମୟ ମଧ୍ୟରେ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପ୍ରଥମ ସାଇପ୍ରସ୍‌ ଗସ୍ତ। ଶ୍ରୀ ମୋଦୀଙ୍କ ଏହି ଗସ୍ତ ହେଉଛି ଏକ ମାଇଲଖୁଣ୍ଟ ଯାହା ଦୁଇ ଦେଶ ମଧ୍ୟରେ ଥିବା ଗଭୀର ଓ ସ୍ଥାୟୀ ବନ୍ଧୁତାକୁ ଦୋହରାଉଛି। ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ କେବଳ ଏକ ସହଭାଗୀ ଇତିହାସ ନୁହେଁ, ବରଂ ଏକ ମିଳିତ ରଣନୀତିକ ଦୂରଦୃଷ୍ଟି, ପାରସ୍ପରିକ ବିଶ୍ୱାସ ଓ ସମ୍ମାନ ଉପରେ ଆଧାରିତ ଏକ ଭବିଷ୍ୟତମୁଖୀ ସହଭାଗିତାକୁ ପ୍ରଦର୍ଶିତ କରୁଛି।

ସାଇପ୍ରସ ଗଣରାଜ୍ୟର ରାଷ୍ଟ୍ରପତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

June 16th, 03:15 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସାଇପ୍ରସ ଗଣରାଜ୍ୟର ରାଷ୍ଟ୍ରପତି ମହାମହିମ ଶ୍ରୀ ନିକୋସ୍ କ୍ରିଷ୍ଟୋଡୋଲିଡେସଙ୍କ ସହ ଆନୁଷ୍ଠାନିକ ଆଲୋଚନା କରିଛନ୍ତି । ରାଷ୍ଟ୍ରପତି ଭବନରେ ପହଞ୍ଚିବା ପରେ, ପ୍ରଧାନମନ୍ତ୍ରୀଙ୍କୁ ରାଷ୍ଟ୍ରପତି କ୍ରିଷ୍ଟୋଡୋଲିଡେସ୍ ସ୍ୱାଗତ କରିଥିଲେ ଏବଂ ଏକ ଆନୁଷ୍ଠାନିକ ଅଭିବାଦନ ଜଣାଇଥିଲେ । ଗତକାଲି, ଏକ ସ୍ୱତନ୍ତ୍ର ସଂକେତ ସ୍ୱରୂପ, ପ୍ରଧାନମନ୍ତ୍ରୀଙ୍କୁ ବିମାନବନ୍ଦରରେ ରାଷ୍ଟ୍ରପତି କ୍ରିଷ୍ଟୋଡୋଲିଡେସ୍ ଭବ୍ୟ ସ୍ୱାଗତ କରିଥିଲେ, ଯାହା ଦୁଇ ରାଷ୍ଟ୍ର ମଧ୍ୟରେ ପାରସ୍ପରିକ ବିଶ୍ୱାସ ଏବଂ ନିବିଡ଼ ବନ୍ଧୁତାକୁ ପ୍ରତିଫଳିତ କରୁଛି ।

PM Modi's remarks during joint press meet with President Christodoulides of Cyprus

June 16th, 01:45 pm

During the joint press meet with President Christodoulides of Cyprus, PM Modi said his visit to Cyprus marked a new chapter in bilateral ties. He announced plans for a strategic roadmap for the next five years, focusing on defence, cyber and maritime security and real-time intelligence sharing. He thanked Cyprus for supporting India's fight against terrorism and its bid for a permanent seat in the UN Security Council.

ସାଇପ୍ରସର ସର୍ବୋଚ୍ଚ ସମ୍ମାନ, ଗ୍ରାଣ୍ଡ କ୍ରସ ଅଫ ଦ ଅର୍ଡର ଅଫ ମାକାରିଅସ ୩ ଗ୍ରହଣ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସମ୍ବୋଧନ

June 16th, 01:35 pm

ଏହି ସମ୍ମାନ କେବଳ ମୋର, ନରେନ୍ଦ୍ର ମୋଦୀର ସମ୍ମାନ ନୁହେଁ । ଭାରତର ୧୪୦ କୋଟି ଜନସାଧାରଣଙ୍କ ସମ୍ମାନ । ସେମାନଙ୍କ ସାମର୍ଥ୍ୟ ଓ ଆକାଂକ୍ଷା ପାଇଁ ଏହା ସମ୍ମାନ ।

ଗ୍ରାଣ୍ଡ କ୍ରସ୍ ଅଫ୍ ଦି ଅର୍ଡର ଅଫ୍ ମାକାରିଓସ୍ III ସମ୍ମାନ ଗ୍ରହଣ କରିଛନ୍ତି ପ୍ରଧାନମନ୍ତ୍ରୀ

June 16th, 01:33 pm

16.06.2025 : ସାଇପ୍ରସର ରାଷ୍ଟ୍ରପତି, ମହାମହିମ ନିକୋସ୍ କ୍ରିଷ୍ଟୋଡୋଲିଡ୍ସ, ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାଇପ୍ରସର ସମ୍ମାନ - ଗ୍ରାଣ୍ଡ କ୍ରସ୍ ଅଫ୍ ଦି ଅର୍ଡର ଅଫ୍ ମାକାରିଓସ୍ III ପ୍ରଦାନ କରିଛନ୍ତି।

ସାଇପ୍ରସରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦୀ

June 15th, 06:06 pm

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କିଛି ସମୟ ପୂର୍ବରୁ ସାଇପ୍ରସରେ ପହଞ୍ଚିଥିଲେ। ବିମାନବନ୍ଦରରେ ସାଇପ୍ରସ୍ ର ରାଷ୍ଟ୍ରପତି ନିକୋସ୍ କ୍ରିଷ୍ଟୋଡୋଲିଡ୍ସ ତାଙ୍କୁ ସ୍ୱାଗତ କରିଥିଲେ।

ତିନି ରାଷ୍ଟ୍ର ସାଇପ୍ରସ, କାନାଡା ଏବଂ କ୍ରୋଏସିଆ ଗସ୍ତରେ ଯିବା ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ବିବୃତି

June 15th, 07:00 am

ଜୁନ ୧୫ - ୧୬ ତାରିଖରେ, ମୁଁ ରାଷ୍ଟ୍ରପତି ମହାମହିମ ନିକୋସ କ୍ରିଷ୍ଟୋଡୁଲାଇଡସଙ୍କ ନିମନ୍ତ୍ରଣରେ ସାଇପ୍ରସ ଗଣରାଜ୍ୟ ଗସ୍ତ କରିବି। ସାଇପ୍ରସ ହେଉଛି ଭୂମଧ୍ୟସାଗରୀୟ କ୍ଷେତ୍ର ଏବଂ ୟୁରୋପୀୟ ସଂଘରେ ଏକ ଘନିଷ୍ଠ ବନ୍ଧୁ ଓ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର। ଏହି ଗସ୍ତ ଐତିହାସିକ ସମ୍ଵନ୍ଧକୁ ମଜଭୁତ କରିବ ଏବଂ ବାଣିଜ୍ୟ, ନିବେଶ, ସୁରକ୍ଷା, ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଆମର ସମ୍ପର୍କକୁ ବିସ୍ତାର କରିବ ଏବଂ ଲୋକମାନଙ୍କ ମଧ୍ୟରେ ଆଦାନପ୍ରଦାନକୁ ପ୍ରୋତ୍ସାହିତ କରିବାର ସୁଯୋଗ ପ୍ରଦାନ କରୁଛି।

ପ୍ରଧାନମନ୍ତ୍ରୀ ମୋଦୀ ଜୁନ୍ 15 ରୁ 19 ପର୍ଯ୍ୟନ୍ତ ସାଇପ୍ରସ, କାନାଡା ଏବଂ କ୍ରୋଏସିଆ ଗସ୍ତ କରିବେ

June 14th, 11:58 am

ପ୍ରଧାନମନ୍ତ୍ରୀ ମୋଦୀ ଜୁନ୍ 15-16 ରେ ସାଇପ୍ରସ୍, ଜୁନ୍ 16-17 ରେ ଜି-7 ଶିଖର ସମ୍ମିଳନୀ ପାଇଁ କାନାଡ଼ା ଏବଂ ଜୁନ୍ 18 ରେ କ୍ରୋଏସିଆ ଗସ୍ତ କରିବେ। ପ୍ରଧାନମନ୍ତ୍ରୀ ମୋଦୀ ସାଇପ୍ରସ ରାଷ୍ଟ୍ରପତି କ୍ରିଷ୍ଟୋଡୋଲିଡସଙ୍କ ସହ ଆଲୋଚନା କରିବେ ଏବଂ ଲିମାସୋଲରେ ବ୍ୟବସାୟୀ ନେତାମାନଙ୍କୁ ସମ୍ବୋଧିତ କରିବେ । ପରେ କାନାଡାରେ ଜି-7 ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦୀ ଜି-7 ଦେଶର ନେତାଙ୍କ ସହ ମତ ବିନିମୟ କରିବେ। କ୍ରୋଏସିଆରେ ପ୍ରଧାନମନ୍ତ୍ରୀ ମୋଦୀ ପ୍ରଧାନମନ୍ତ୍ରୀ ପ୍ଲେଙ୍କୋଭିକଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ ଏବଂ କ୍ରୋଏସିଆ ରାଷ୍ଟ୍ରପତି ଜୋରାନ ମିଲାନୋଭିକଙ୍କୁ ଭେଟିବେ।