ପ୍ରଧାନମନ୍ତ୍ରୀ ମୋଦୀ ଜୁନ୍ 15 ରୁ 19 ପର୍ଯ୍ୟନ୍ତ ସାଇପ୍ରସ, କାନାଡା ଏବଂ କ୍ରୋଏସିଆ ଗସ୍ତ କରିବେ

June 14th, 11:58 am

ପ୍ରଧାନମନ୍ତ୍ରୀ ମୋଦୀ ଜୁନ୍ 15-16 ରେ ସାଇପ୍ରସ୍, ଜୁନ୍ 16-17 ରେ ଜି-7 ଶିଖର ସମ୍ମିଳନୀ ପାଇଁ କାନାଡ଼ା ଏବଂ ଜୁନ୍ 18 ରେ କ୍ରୋଏସିଆ ଗସ୍ତ କରିବେ। ପ୍ରଧାନମନ୍ତ୍ରୀ ମୋଦୀ ସାଇପ୍ରସ ରାଷ୍ଟ୍ରପତି କ୍ରିଷ୍ଟୋଡୋଲିଡସଙ୍କ ସହ ଆଲୋଚନା କରିବେ ଏବଂ ଲିମାସୋଲରେ ବ୍ୟବସାୟୀ ନେତାମାନଙ୍କୁ ସମ୍ବୋଧିତ କରିବେ । ପରେ କାନାଡାରେ ଜି-7 ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦୀ ଜି-7 ଦେଶର ନେତାଙ୍କ ସହ ମତ ବିନିମୟ କରିବେ। କ୍ରୋଏସିଆରେ ପ୍ରଧାନମନ୍ତ୍ରୀ ମୋଦୀ ପ୍ରଧାନମନ୍ତ୍ରୀ ପ୍ଲେଙ୍କୋଭିକଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ ଏବଂ କ୍ରୋଏସିଆ ରାଷ୍ଟ୍ରପତି ଜୋରାନ ମିଲାନୋଭିକଙ୍କୁ ଭେଟିବେ।