ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ୧୨୫ତମ ଜନ୍ମ ଜୟନ୍ତୀରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
July 06th, 06:47 pm
କେନ୍ଦ୍ର କ୍ୟାବିନେଟର ମୋର ସହଯୋଗୀ ଅମିତ ଶାହ ଭାଇ , ଗଜେନ୍ଦ୍ର ସିଂହ ଶେଖାୱତ, ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ, ବରିଷ୍ଠ ବିଜେପି ସଦସ୍ୟ ଏବଂ ଆମ ଭଳି ଲକ୍ଷ-ଲକ୍ଷ କର୍ମୀଙ୍କ ପ୍ରେରଣା, ଶ୍ରୀ ମାଖନଲାଲ ଜୀ, ବିଜେପି ରାଜ୍ୟ ସଭାପତି ଶାଁମୀକ ଭଟ୍ଟାଚାର୍ଯ୍ୟ, ମାନ୍ୟବର ଜନପ୍ରତିନିଧିଗଣ, ସମ୍ମାନିତ ଅତିଥି, ମହିଳା ଏବଂ ଭଦ୍ରବ୍ୟକ୍ତିମାନେ !ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ୧୨୫ତମ ଜନ୍ମ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ
July 06th, 06:17 pm
ନୂଆଦିଲ୍ଲୀ: ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ୧୨୫ତମ ଜୟନ୍ତୀ ଅବସରରେ ଆଜି ଆୟୋଜିତ ସମାବେଶକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ସମ୍ବୋଧିତ କରିଛନ୍ତି। ପୂର୍ବ ନିର୍ଦ୍ଧାରିତ ଭ୍ରମଣ ସୂଚୀ ହେତୁ ନିଜର ଶାରୀରିକ ଅନୁପସ୍ଥିତି ସମ୍ପର୍କରେ ସୂଚନା ଦେଇ ସେ ଏହି ଗୁରୁତ୍ୱପୂର୍ଣ୍ଣ ଅବସରରେ ଭୌଗୋଳିକ ଦୂରତାକୁ ଦୂର କରିବାରେ ଡିଜିଟାଲ୍ ସଂଯୋଗୀକରଣର ଅଦ୍ଭୁତ ଶକ୍ତି ଉପରେ ଗୁରୁତ୍ୱାରୋପ କରିଛନ୍ତି। ପ୍ରଯୁକ୍ତିବିଦ୍ୟାର ସହାୟତାରେ, ମୁଁ ଏହି ଐତିହାସିକ କାର୍ଯ୍ୟକ୍ରମରେ ଆପଣମାନଙ୍କ ସହ ଜଡ଼ିତ ହେଉଛି, ବୋଲି ଶ୍ରୀ ମୋଦୀ କହିଛନ୍ତି।ରାଜସ୍ଥାନର ବାଲୋତ୍ରାରେ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
July 04th, 12:50 pm
ଗ୍ରୀଷ୍ମ ଋତୁର ଏହି ପ୍ରଚଣ୍ଡ ଗରମ ମଧ୍ୟରେ ବିଭିନ୍ନ ସ୍ଥାନରେ ଏତେ ବଡ଼ ସଂଖ୍ୟାରେ ଲୋକଙ୍କର ଏକତ୍ରିତ ହେବା ଏବଂ ଆମ ସମସ୍ତଙ୍କୁ ଆଶୀର୍ବାଦ ପ୍ରଦାନ କରିବା ଏହା ପ୍ରମାଣିତ କରୁଛି ଯେ ଭାରତୀୟ ଜନତା ପାର୍ଟି ସରକାରଙ୍କ ପ୍ରୟାସ ଉପରେ ଆପଣମାନଙ୍କର ବିଶ୍ୱାସ କେତେ ଦୃଢ଼ ରହିଛି। ଏହି ସମର୍ଥନ ଏବଂ ସ୍ନେହ ପାଇଁ ମୁଁ ରାଜସ୍ଥାନର ପବିତ୍ର ମାଟି ନିକଟରେ ଚିର ଋଣୀ।PM Modi launches multiple development projects worth around ₹1.06 lakh crore in Balotra, Rajasthan
July 04th, 12:30 pm
Addressing a public gathering in Balotra, Rajasthan, PM Modi highlighted Rajasthan's development journey, including the dedication of the Rajasthan Refinery, expansion of connectivity, water projects, renewable energy and employment initiatives. He also spoke about India's efforts to ensure energy security during the global crisis and reaffirmed the government's commitment to a self-reliant India.ଅଧ୍ୟବସାୟ ଏବଂ ଦୃଢ଼ ସଂକଳ୍ପର ଶକ୍ତି ଉପରେ ଆଲୋକପାତ କରି ସଂସ୍କୃତ ସୁଭାଶିତମ୍ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ
May 27th, 08:36 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ନିରନ୍ତର ପ୍ରୟାସ, ଧୈର୍ଯ୍ୟ ଏବଂ ଦୃଢ଼ ସଂକଳ୍ପ ଦ୍ୱାରା ସବୁଠାରୁ ବଡ଼ ଲକ୍ଷ୍ୟ ମଧ୍ୟ ହାସଲ କରାଯାଇପାରିବ। ସେ ଉଲ୍ଲେଖ କରିଥିଲେ ଯେ ଆଜି ଦେଶର ଲୋକମାନେ ଏହି ଭାବନା ଦ୍ୱାରା ପରିଚାଳିତ ହେଉଛନ୍ତି କାରଣ ସେମାନେ ଭାରତକୁ ନୂତନ ଉଚ୍ଚତାକୁ ନେଇଯାଉଛନ୍ତି।ସୋମନାଥ ମନ୍ଦିର ପରିଦର୍ଶନ କଲେ ପ୍ରଧାନମନ୍ତ୍ରୀ
May 11th, 12:28 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସୋମନାଥ ମନ୍ଦିର ପରିଦର୍ଶନ କରିଛନ୍ତି ଏବଂ ପୁନଃନିର୍ମାଣ ମନ୍ଦିର ଭକ୍ତମାନଙ୍କ ପାଇଁ ଏହାର ଦ୍ୱାର ଖୋଲିବାର ୭୫ ବର୍ଷ ପୂର୍ତ୍ତି ଅବସରରେ ନିଜକୁ ଧନ୍ୟ ମନେ କରୁଛନ୍ତି ବୋଲି ପ୍ରକାଶ କରିଛନ୍ତି ।ଗୁଜରାଟର ପ୍ରଭାସ ପାଟଣରେ ଆୟୋଜିତ ‘ସୋମନାଥ ଅମୃତ ମହୋତ୍ସବ’ରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
May 11th, 10:20 am
ଆଜି, ପ୍ରଭାସ ପାଟଣର ଏହି ପବିତ୍ର କ୍ଷେତ୍ର ଏକ ଚମତ୍କାର ଆଲୋକରେ ଝଲସୁଛି। ମହାଦେବଙ୍କର ଏହି ଦିବ୍ୟ ପ୍ରକାଶ - ଏହି ସୌନ୍ଦର୍ଯ୍ୟ, ପୃଥିବୀ ଓ ଆକାଶ ଉଭୟରୁ ହେଉଥିବା ପୁଷ୍ପବର୍ଷା, ଭବ୍ୟ ପତାକାର ଆଲୋକମୟ ଆଭା, କଳା, ସଙ୍ଗୀତ ଓ ନୃତ୍ୟର ଉତ୍କୃଷ୍ଟ ପ୍ରଦର୍ଶନ, ବୈଦିକ ମନ୍ତ୍ରର ପ୍ରତିଧ୍ୱନିତ ଜପ, ଗର୍ଭଗୃହ ମଧ୍ୟରେ ଚାଲୁଥିବା ‘ଶିବ ପଞ୍ଚାକ୍ଷରୀ’ର ଅଖଣ୍ଡ ପାଠ ଏବଂ ଏହା ସହିତ ସମୁଦ୍ର ତରଙ୍ଗର ପ୍ରକମ୍ପିତ ଗର୍ଜନ; ଏମିତି ଅନୁଭବ ହେଉଛି ଯେପରି ସମଗ୍ର ବ୍ରହ୍ମାଣ୍ଡ ଏକ ସ୍ୱରରେ କଥା କହୁଛି: ସୋମନାଥଙ୍କର ଜୟ! ସୋମନାଥଙ୍କର ଜୟ!ସୋମନାଥ ଅମୃତ ମହୋତ୍ସବରେ ଅଂଶଗ୍ରହଣ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
May 11th, 10:15 am
ଶ୍ରୀ ସୋମନାଥ ମନ୍ଦିର ପୁନରୁଦ୍ଧାରର ୭୫ତମ ବର୍ଷ ପୂର୍ତ୍ତି ଅବସରରେ ସୋମନାଥ ମନ୍ଦିର ପରିସରରେ ଏକ ବିଶାଳ ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏହି କାର୍ଯ୍ୟକ୍ରମକୁ କେବଳ ଏକ ଆନୁଷ୍ଠାନିକ ଉତ୍ସବ ନୁହେଁ, ବରଂ ଭାରତର ଶାଶ୍ୱତ ଚେତନା ଏବଂ ସଭ୍ୟତାଗତ ଶକ୍ତି ଭାବେ ବର୍ଣ୍ଣନା କରିଥିଲେ। ଏହି ଐତିହାସିକ ସମାବେଶରେ ଦିବ୍ୟ ଭକ୍ତି ଏବଂ ରାଷ୍ଟ୍ରୀୟ ଗୌରବର ଏକ ଉଲ୍ଲେଖନୀୟ ସଙ୍ଗମ ଦେଖିବାକୁ ମିଳିଥିଲା । ବୈଦିକ ମନ୍ତ୍ର, ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ ଏବଂ ସମୁଦ୍ର ଲହଡ଼ିର ଗର୍ଜନ ସହିତ ଏହି ପବିତ୍ର ସ୍ଥାନର ପୁନଃନିର୍ମାଣ ଉତ୍ସବକୁ ଭବ୍ୟ ଆକାରରେ ପାଳନ କରାଯାଇଥିଲା ।୯୦୧ କିଲୋମିଟର ଲମ୍ବ ତିନୋଟି ରେଳ ଲାଇନ ଦୋହରୀକରଣ ପ୍ରକଳ୍ପକୁ କେନ୍ଦ୍ର କ୍ୟାବିନେଟ୍ ଅନୁମୋଦନ
May 05th, 07:14 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର କ୍ୟାବିନେଟ କମିଟି ଆଜି ରେଳ ମନ୍ତ୍ରଣାଳୟର ୩ଟି ରେଳ ପ୍ରକଳ୍ପକୁ ମଞ୍ଜୁର କରିଛି । ଏଥିପାଇଁ ପ୍ରାୟ ୨୩,୪୩୭ କୋଟି ଟଙ୍କା ଖର୍ଚ୍ଚ ହେବ । ଏସବୁ ପ୍ରକଳ୍ପ ହେଲା:ଦେଶବାସୀଙ୍କ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
April 18th, 08:45 pm
ଗତକାଲି, ଦେଶର ଲକ୍ଷ ଲକ୍ଷ ମହିଳାଙ୍କ ନଜର ସଂସଦ ଉପରେ ରହିଥିଲା। ଦେଶର ନାରୀ ଶକ୍ତି ଦେଖୁଥିଲା। ମୁଁ ଏହା ଦେଖି ମଧ୍ୟ ବହୁତ ଦୁଃଖିତ ହୋଇଥିଲି ଯେ ଯେତେବେଳେ ଏହି ମହିଳା କଲ୍ୟାଣ ପ୍ରସ୍ତାବ ପରାଜିତ ହେଲା, କଂଗ୍ରେସ, ଡିଏମକେ, ଟିଏମସି ଏବଂ ଏସପି ଭଳି ପରିବାରବାଦୀ ଦଳ ଆନନ୍ଦରେ ତାଳି ବଜାଇଥିଲେ। ଏହି ଲୋକମାନେ ଟେବୁଲ ବାଡ଼ାଉଥିଲେ, ମହିଳାମାନଙ୍କ ଠାରୁ ସେମାନଙ୍କ ଅଧିକାର ଛଡ଼ାଇ ନେଇଥିଲେ। ସେମାନେ ଯାହା କରିଥିଲେ ତାହା କେବଳ ଟେବୁଲ ବାଡ଼େଇବା ନଥିଲା; ଏହା ମହିଳାଙ୍କ ଆତ୍ମସମ୍ମାନ ଏବଂ ସ୍ୱାଭିମାନ ଉପରେ ଆଘାତ ଥିଲା। ମହିଳାମାନେ ସବୁକିଛି ଭୁଲିଗଲେ ମଧ୍ୟ, ସେମାନେ ନିଜର ଅପମାନକୁ କେବେ ଭୁଲନ୍ତି ନାହିଁ । ତେଣୁ, ସଂସଦରେ କଂଗ୍ରେସ ଏବଂ ଏହାର ସହଯୋଗୀଙ୍କ ଆଚରଣର ଯନ୍ତ୍ରଣା ସର୍ବଦା ପ୍ରତ୍ୟେକ ମହିଳାଙ୍କ ହୃଦୟରେ ରହିବ। ଯେତେବେଳେ ସାରା ଦେଶର ମହିଳାମାନେ ଏହି ନେତାମାନଙ୍କୁ ସେମାନଙ୍କ ନିର୍ବାଚନମଣ୍ଡଳୀରେ ଦେଖିବେ, ସେମାନେ ମନେ ରଖିବେ ଯେ ଏହି ଲୋକମାନେ, ଏମାନେ ହିଁ, ସଂସଦରେ ମହିଳା ସଂରକ୍ଷଣକୁ ବନ୍ଦ କରିବାର ଉତ୍ସବ ପାଳନ କରିଥିଲେ ଏବଂ ଖୁସି ହୋଇଥିଲେ। ଗତକାଲି ସଂସଦରେ ନାରୀ ଶକ୍ତି ବନ୍ଦନ ସଂଶୋଧନକୁ ବିରୋଧ କରୁଥିବା ଦଳଗୁଡ଼ିକୁ, ମୁଁ ସ୍ପଷ୍ଟ ଭାବରେ କହିବି: ଏ ଲୋକମାନେ ନାରୀଶକ୍ତିକୁ ହାଲୁକା ଭାବରେ ନେଉଛନ୍ତି। ସେମାନେ ଭୁଲି ଯାଉଛନ୍ତି ଯେ ଏକବିଂଶ ଶତାବ୍ଦୀର ମହିଳାମାନେ ଦେଶର ପ୍ରତ୍ୟେକ ଘଟଣା ଉପରେ ନଜର ରଖନ୍ତି। ମହିଳାମାନେ ଏମାନଙ୍କର ଉଦ୍ଦେଶ୍ୟ ବୁଝନ୍ତି ଏବଂ ସତ୍ୟକୁ ଭଲ ଭାବରେ ଜାଣନ୍ତି। ତେଣୁ, ମହିଳା ସଂରକ୍ଷଣକୁ ବିରୋଧ କରି ବିରୋଧୀମାନେ କରିଥିବା ପାପ ପାଇଁ ନିଶ୍ଚିତ ଭାବରେ ଦଣ୍ଡିତ ହେବେ। ଏହି ଦଳଗୁଡ଼ିକ ସମ୍ବିଧାନ ପ୍ରଣେତାଙ୍କ ଭାବନାକୁ ମଧ୍ୟ ଅପମାନ କରିଛନ୍ତି ଏବଂ ସେମାନେ ଜନସାଧାରଣଙ୍କ ଦଣ୍ଡରୁ ରକ୍ଷା ପାଇବେ ନାହିଁ ।ଦେଶବାସୀଙ୍କୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
April 18th, 08:30 pm
ଭାରତର ମା', ଭଉଣୀ ଏବଂ ଝିଅମାନଙ୍କ ସହ ଜଡ଼ିତ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଦେଶବାସୀଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମହିଳାମାନଙ୍କ ପ୍ରଗତି ଅଟକିଯିବା ନେଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ସରକାରଙ୍କ ସର୍ବୋତ୍ତମ ଏବଂ ନିଷ୍ଠାପର ପ୍ରୟାସ ସତ୍ତ୍ୱେ, ‘ନାରୀ ଶକ୍ତି ବନ୍ଦନ ଅଧିନିୟମ ସଂଶୋଧନ’ ସଂଶୋଧନ ଗୃହୀତ ହୋଇପାରିଲା ନାହିଁ, ଯାହା ଫଳରେ ମହିଳାମାନଙ୍କ ଏକ ସ୍ୱପ୍ନ ଭାଙ୍ଗିଗଲା।, ଏହି ଦୁର୍ଭାଗ୍ୟଜନକ ଫଳାଫଳ ପାଇଁ ମୁଁ ଦେଶର ସମସ୍ତ ମା' ଏବଂ ଭଉଣୀମାନଙ୍କୁ ହୃଦୟରୁ କ୍ଷମା ପ୍ରାର୍ଥନା କରୁଛିଶ୍ରୀ ମୋଦୀ କହିଥିଲେ।ଲୋକସଭାରେ ଉଦବୋଧନ ଦେଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
April 16th, 03:07 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଲୋକସଭାରେ ଉଦବୋଧନ ଦେଇଛନ୍ତି। ଆଜି ସକାଳୁ ଗୁରୁତ୍ୱପୂର୍ଣ୍ଣ ବିଲ୍ ଉପରେ ଆଲୋଚନା ଆରମ୍ଭ ହୋଇଥିବା ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଅନେକ ସହକର୍ମୀ ବିଭିନ୍ନ ତଥ୍ୟ ଏବଂ ଯୁକ୍ତି ଉପସ୍ଥାପନ କରି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗଗୁଡ଼ିକୁ ପ୍ରଭାବୀ ଢଙ୍ଗରେ ସ୍ପର୍ଶ କରିଛନ୍ତି।ନେକ୍ସଟ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
March 12th, 10:47 pm
ଆଜି, ମାର୍ଚ୍ଚ ୧୨ ତାରିଖ, ଏକ ଐତିହାସିକ ଦିନ । ୧୯୩୦ ମସିହା ମାର୍ଚ୍ଚ ୧୨ ତାରିଖରେ ମହାତ୍ମା ଗାନ୍ଧୀ ସାବରମତୀ ଆଶ୍ରମରୁ ଦାଣ୍ଡି ଯାତ୍ରା ଆରମ୍ଭ କରିଥିଲେ । ଏହା ଭାରତର ସ୍ୱାଧୀନତା ଆନ୍ଦୋଳନରେ ଏକ ନୂତନ ମୋଡ଼ ଥିଲା, କାରଣ ଏହି ଯାତ୍ରା ଦେଶର ପ୍ରତିଟି କୋଣକୁ ଏକମାତ୍ର ଲକ୍ଷ୍ୟ ‘ଭାରତର ସ୍ୱାଧୀନତା’ ସହିତ ଯୋଡ଼ିଥିଲା। ଆଜି ଏହି ଐତିହାସିକ ଯାତ୍ରାର ପ୍ରାୟ ୧୦୦ ବର୍ଷ ପରେ, ଆମେ ଭାରତୀୟମାନେ ଆଉ ଏକ ଯାତ୍ରାରେ ବାହାରିଛୁ । ଏହି ଯାତ୍ରା ହେଉଛି ବିକଶିତ ଭାରତର ଯାତ୍ରା । ଆମର ଲକ୍ଷ୍ୟ ଗୋଟିଏ, ଆମର ଗନ୍ତବ୍ୟ ସ୍ଥଳ ମଧ୍ୟ ଗୋଟିଏ, ତାହା ହେଲା- ବିକଶିତ ଭାରତ। ଏହି ଲକ୍ଷ୍ୟ ପ୍ରାପ୍ତି ଦିଗରେ, ଏହିଭଳି ସମ୍ମିଳନୀରେ ହେଉଥିବା ମନ୍ଥନ ଏବଂ ସେଥିରୁ ବାହାରୁଥିବା ଅମୃତ ଏକ ବଡ଼ ଭୂମିକା ଗ୍ରହଣ କରେ । ମୋତେ ନେକ୍ସଟ ସମ୍ମିଳନୀକୁ (Nxt Summit) ନିମନ୍ତ୍ରଣ କରିଥିବାରୁ ମୁଁ ଆପଣ ସମସ୍ତଙ୍କ ନିକଟରେ କୃତଜ୍ଞ । ଏଠାକୁ ଦେଶ ଓ ବିଦେଶରୁ ଅନେକ ସହକର୍ମୀ ଆସିଛନ୍ତି; କିଛି ପୁରୁଣା ପରିଚିତ ମଧ୍ୟ ଅଛନ୍ତି । ମୁଁ ଆପଣ ସମସ୍ତଙ୍କୁ ଅଭିନନ୍ଦନ ଜଣାଉଛି । ବନ୍ଧୁଗଣ, ୨୧ତମ ଶତାବ୍ଦୀର ଏହି ସମୟ ‘ନ ଭୂତୋ ନ ଭବିଷ୍ୟତି’ (ଯାହା ପୂର୍ବରୁ କେବେ ଘଟିନି କି ଭବିଷ୍ୟତରେ ଘଟିବ ନାହିଁ) ଭଳି । ଗୋଟିଏ ପଟେ ଯୁଦ୍ଧର ଭୟାବହତା ରହିଛି, ଯୋଗାଣ ଶୃଙ୍ଖଳା ପୁଣି ଥରେ ନଷ୍ଟ ହେଉଛି ଏବଂ ଜାତିସଂଘ ଭଳି ବିଶ୍ୱସ୍ତରୀୟ ସଂସ୍ଥାଗୁଡ଼ିକର ପ୍ରାସଙ୍ଗିକତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ଏଭଳି ସମୟରେ, ଏହି ପ୍ରତିକୂଳ ପରିସ୍ଥିତି ମଧ୍ୟରେ ବି ଆମ ଭାରତ ଅଗ୍ରସର ହେଉଛି । ଆଜି ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟରେ, ଯେଉଁ ଦେଶର ନାମ ସବୁଠାରୁ ଅଧିକ ଆଲୋଚନା ହେଉଛି, ତାହା ହେଉଛି ଭାରତ । ସାମ୍ପ୍ରତିକ ଅନେକ ସଙ୍କଟ ମଧ୍ୟରେ, ବିଶ୍ୱର ପ୍ରତ୍ୟେକ ଗମ୍ଭୀର ନେତା ଏବଂ ପ୍ରତ୍ୟେକ ଜ୍ଞାନୀ ବ୍ୟକ୍ତିଙ୍କର ଭାରତ ପ୍ରତି ବହୁତ ବଡ଼ ଆଶା ରହିଛି । ନିକଟରେ ଫିନଲ୍ୟାଣ୍ଡର ରାଷ୍ଟ୍ରପତି ଆଲେକ୍ସଜାଣ୍ଡାର ଷ୍ଟବ ଭାରତ ଆସିଥିଲେ । ସେ କହିଥିଲେ ଯେ ‘ଦକ୍ଷିଣ ବିଶ୍ୱ (ଗ୍ଲୋବାଲ ସାଉଥ’) ଏବେ ବିଶ୍ୱର ଦିଗ ନିର୍ଣ୍ଣୟ କରିବ ଏବଂ ସେହି ଦିଗ ନିର୍ଦ୍ଧାରଣ କରିବାରେ ଭାରତ ସବୁଠାରୁ ଶକ୍ତିଶାଳୀ ଦେଶ ହେବ । ଏହା ପୂର୍ବରୁ କାନାଡାର ପୂର୍ବତନ ପ୍ରଧାନମନ୍ତ୍ରୀ କାର୍ଣ୍ଣି ମଧ୍ୟ କହିଥିଲେ ଯେ ଆଗାମୀ ତିନି ଦଶନ୍ଧି ମଧ୍ୟରେ ବିଶ୍ୱର ଅର୍ଥନୈତିକ ମାଧ୍ୟାକର୍ଷଣ ଯେଉଁ କେନ୍ଦ୍ରକୁ ସ୍ଥାନାନ୍ତରିତ ହେଉଛି, ତାହା ହେଉଛି ଭାରତ । ଫ୍ରାନ୍ସର ରାଷ୍ଟ୍ରପତି ମାକ୍ରୋଁ ମଧ୍ୟ ବିଶ୍ୱାସ କରନ୍ତି ଯେ ବିଶ୍ୱର ବଡ଼ ବଡ଼ ସମସ୍ୟାର ସମାଧାନ ପାଇଁ ଭାରତ ଏକ ଅପରିହାର୍ଯ୍ୟ ଅଂଶୀଦାର ପାଲଟିଛି । ଆଜି ଯଦି ଆମେ ବୈଷୟିକ ଏବଂ ଅର୍ଥନୈତିକ ଜଗତର ବିଶ୍ୱସ୍ତରୀୟ ନେତାମାନଙ୍କ ବକ୍ତବ୍ୟର ସାରାଂଶ କାଢ଼ିବା, ତେବେ କେବଳ ଗୋଟିଏ ଭାବନା ଉକୁଟି ଆସେ - ଯଦି ଆପଣ ଭବିଷ୍ୟତର ଅଂଶ ହେବାକୁ ଚାହୁଁଛନ୍ତି, ତେବେ ଆପଣଙ୍କୁ ଭାରତ ସହିତ ଯୋଡ଼ି ହେବାକୁ ପଡ଼ିବ; ଆପଣଙ୍କୁ ଭାରତରେ ରହିବାକୁ ହେବ ।ଏନଏକ୍ସଟି ଶିଖର ସମ୍ମିଳନୀକୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
March 12th, 08:30 pm
ପ୍ରଧାନମନ୍ତ୍ରୀ ଆଜି ଆଇଟିଭି ନେଟୱାର୍କର ଏନଏକ୍ସଟି ଶିଖର ସମ୍ମିଳନୀକୁ ସମ୍ବୋଧିତ କରିଥିଲେ। ଐତିହାସିକ ଦାଣ୍ଡିଯାତ୍ରାର ବାର୍ଷିକୀ ସଂପର୍କରେ ଉଲ୍ଲେଖ କରି ସେ ଭାରତର ସ୍ବାଧୀନତା ସଂଗ୍ରାମ ସହ ଏକ ବିକଶିତ ଦେଶ ହେବାକୁ ଭାରତ ଚଳାଇଥିବା ଅଭିଯାନର ସମାନତା ଆଙ୍କିଥିଲେ। ଶ୍ରୀ ମୋଦି ଗୁରୁତ୍ୱାରୋପ କରି କହିଥିଲେ ଯେ ଯେପରି ୧୯୩୦ ମାର୍ଚ୍ଚ ଦେଶକୁ ସ୍ୱାଧୀନତା ଆଡକୁ ନେଇଥିଲା, ସେହିପରି ବର୍ତ୍ତମାନର ବିକଶିତ ଭାରତ ମିଶନ ହେଉଛି ୧୪୦ କୋଟି ଭାରତୀୟଙ୍କ ସାମୂହିକ ଲକ୍ଷ୍ୟ। ସେ କହିଥିଲେ, ଆଜି, ସେହି ଐତିହାସିକ ଯାତ୍ରାର ପ୍ରାୟ ୧୦୦ ବର୍ଷ ପରେ, ଆମେ ଭାରତୀୟମାନେ ପୁଣି ଥରେ 'ବିକଶିତ ଭାରତ' ପାଇଁ ଏକ ନୂତନ ଯାତ୍ରା ଆରମ୍ଭ କରିଛୁ।ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଶୁଭେଚ୍ଛା ସହ ଭାରତର ପ୍ରଗତିରେ ନାରୀ ଶକ୍ତିର ଭୂମିକାକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ
March 08th, 10:17 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଦେଶକୁ ଶୁଭେଚ୍ଛା ଜଣାଇବା ସହ ଭାରତର ନାରୀ ଶକ୍ତିର ଶକ୍ତି, ସଂକଳ୍ପ ଏବଂ ସଫଳତାକୁ ପ୍ରଶଂସା କରିଛନ୍ତି।The inauguration of Micron’s semiconductor facility marks a milestone in India’s journey towards technology leadership: PM Modi in Sanand, Gujarat
February 28th, 02:45 pm
During the inauguration of the Micron ATMP facility in Sanand, Gujarat, PM Modi said that India is now rapidly strengthening its identity in the hardware sector. He highlighted the project’s rapid progress and emphasized that the facility is a testament to the robust India-US partnership. He expressed confidence that the Micron facility would anchor a new semiconductor ecosystem in the country and asserted that India is ready, reliable and delivers.ମାଇକ୍ରୋନ ଟେକ୍ନୋଲୋଜିର ସେମିକଣ୍ଡକ୍ଟର ଆସେମ୍ବଲି, ଟେଷ୍ଟ ଆଣ୍ଡ ପ୍ୟାକେଜିଂ ସୁବିଧାର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
February 28th, 02:37 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟର ସାନନ୍ଦଠାରେ ମାଇକ୍ରୋନ ଏଟିଏମପି (ଆସେମ୍ବଲି, ଟେଷ୍ଟ, ମାର୍କିଂ ଏବଂ ପ୍ୟାକେଜିଂ) ସୁବିଧାର ଉଦଘାଟନ କରିଛନ୍ତି। ବାଣିଜ୍ୟିକ ଉତ୍ପାଦନର ପ୍ରାରମ୍ଭକୁ ଚିହ୍ନିତ କରୁଥିବା ଏହି ଗୁରୁତ୍ୱପୂର୍ଣ୍ଣ ଘଟଣା ବିଶ୍ୱ ବୈଷୟିକ ନେତୃତ୍ୱ ଦିଗରେ ଭାରତର ଯାତ୍ରାରେ ଏକ ଐତିହାସିକ ମାଇଲଖୁଣ୍ଟକୁ ସୂଚିତ କରେ।ନ୍ୟୁଜ୍ ୧୮ ରାଇଜିଂ ଭାରତ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
February 27th, 08:30 pm
ନେଟୱାର୍କ ୧୮ର ସମସ୍ତ ସାମ୍ବାଦିକ, ଏହି ବ୍ୟବସ୍ଥାର ତଦାରଖ କରୁଥିବା ସମସ୍ତ ସହକର୍ମୀ, ଏଠାରେ ଉପସ୍ଥିତ ସମସ୍ତ ସମ୍ମାନିତ ଅତିଥିମାନେ, ମହିଳା ଏବଂ ଭଦ୍ରବ୍ୟକ୍ତିମାନେ !ନେଟ୍ଓ୍ବର୍କ ୧୮ ରାଇଜିଂ ଭାରତ ସମିଟ୍ରେ ଉଦବୋଧନ ଦେଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
February 27th, 08:00 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରାଇଜିଂ ଭାରତ ସମିଟ୍ରେ ଉଦବୋଧନ ଦେଇଥିଲେ, ଯାହାର ଶୀର୍ଷକ ଥିଲା ‘ଅନ୍ତର୍ନିହିତ ସାମର୍ଥ୍ୟ’। ଗତ ୧୧ ବର୍ଷରେ ଭାରତର ଯାତ୍ରାକୁ ଉଲ୍ଲେଖ କରି ଶ୍ରୀ ମୋଦୀ ଦେଶର ସାମର୍ଥ୍ୟକୁ ପୁଣି ହାସଲ କରିବା, ଆର୍ଥିକ ଆତ୍ମନିର୍ଭରଶୀଳତା ଓ ୨୦୪୭ ସୁଦ୍ଧା ଏକ ବିକଶିତ ଭାରତର ରୋଡମ୍ୟାପ୍ ସମ୍ପର୍କରେ ଆଲୋଚନା କରିଥିଲେ।ସେବା ସଂକଳ୍ପ ପ୍ରସ୍ତାବ
February 24th, 04:53 pm
ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ, କେନ୍ଦ୍ର କ୍ୟାବିନେଟର ଐତିହାସିକ ପ୍ରଥମ ବୈଠକ ପ୍ରଧାନମନ୍ତ୍ରୀଙ୍କ ନୂତନ କାର୍ଯ୍ୟାଳୟ 'ସେବା ତୀର୍ଥ'ରେ ଆୟୋଜନ କରାଯାଉଛି।