ପଶ୍ଚିମବଙ୍ଗର କୋଲକାତାରେ ବିଭିନ୍ନ ବିକାଶ କାର୍ଯ୍ୟର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
March 14th, 02:15 pm
ରାଜ୍ୟପାଳ ଶ୍ରୀମାନ ଆର ଏନ୍ ରବି ଜୀ, କେନ୍ଦ୍ର କ୍ୟାବିନେଟରେ ଥିବା ମୋର ସହକର୍ମୀ ଶାନ୍ତନୁ ଠାକୁର ଜୀ, ସୁକାନ୍ତ ମଜୁମଦାର ଜୀ, ପଶ୍ଚିମବଙ୍ଗର ବିରୋଧୀଦଳର ନେତା ଶୁଭେନ୍ଦୁ ଅଧିକାରୀ ଜୀ, ସଂସଦରେ ମୋର ସାଥୀ ଶାମିକ ଭଟ୍ଟାଚାର୍ଯ୍ୟ ଜୀ, ଅନ୍ୟ ଜନ ପ୍ରତିନିଧିଗଣ , ମହିଳା ଏବଂ ଭଦ୍ରଲୋକମାନେ ।କୋଲକାତାରେ ୧୮,୭୦୦ କୋଟି ଟଙ୍କାର ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
March 14th, 02:00 pm
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କୋଲକାତାରେ ୧୮,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି। ସମାବେଶକୁ ସମ୍ବୋଧିତ କରି ସେ କହିଥିଲେ, “ଆଜି କୋଲକାତାର ଏହି ଭୂମିରୁ ପଶ୍ଚିମବଙ୍ଗ ଓ ସମଗ୍ର ପୂର୍ବ ଭାରତ ପାଇଁ ବିକାଶର ଏକ ନୂତନ ଅଧ୍ୟାୟ ଆରମ୍ଭ ହେଉଛି।”ଜାନୁଆରୀ ୧୬-୧୭ ରେ ଆନ୍ଧ୍ରପ୍ରଦେଶ ଓ କେରଳ ଗସ୍ତ କରିବେ ପ୍ରଧାନମନ୍ତ୍ରୀ
January 14th, 09:36 pm
ଜାନୁଆରୀ ୧୬ ତାରିଖ ଅପରାହ୍ନ ପ୍ରାୟ ସାଢ଼େ ୧ଟାରେ ପ୍ରଧାନମନ୍ତ୍ରୀ ଆନ୍ଧ୍ରପ୍ରଦେଶର ଲେପାକ୍ଷୀସ୍ଥିତ ବୀରଭଦ୍ର ମନ୍ଦିରରେ ପୂଜା ଓ ଦର୍ଶନ କରିବେ। ଅପରାହ୍ନ ପ୍ରାୟ ସାଢ଼େ ୩ଟାରେ ପ୍ରଧାନମନ୍ତ୍ରୀ ଶ୍ରୀ ସତ୍ୟ ସାଇ ଜିଲ୍ଲାର ପଲାସମୁଦ୍ରମରେ ପହଞ୍ଚିବେ ଏବଂ ଜାତୀୟ ସୀମା ଶୁଳ୍କ, ପରୋକ୍ଷ ଟିକସ ଏବଂ ନାର୍କୋଟିକ୍ସ ଏକାଡେମୀ (ଏନଏସିଆଇଏନ)ର ନୂତନ କ୍ୟାମ୍ପସକୁ ଉଦଘାଟନ କରିବେ । ପ୍ରଧାନମନ୍ତ୍ରୀ ଭାରତୀୟ ରାଜସ୍ୱ ସେବା (କଷ୍ଟମ ଏବଂ ପରୋକ୍ଷ ଟିକସ)ର ୭୪ ତମ ଏବଂ ୭୫ତମ ବ୍ୟାଚ୍ ର ଅଧିକାରୀ ପ୍ରଶିକ୍ଷାର୍ଥୀ ଏବଂ ଭୁଟାନର ରୟାଲ ସିଭିଲ ସର୍ଭିସର ଅଧିକାରୀ ପ୍ରଶିକ୍ଷାର୍ଥୀମାନଙ୍କ ସହ ଆଲୋଚନା କରିବେ ।